Posts

ମହୀୟସୀ ମହିଳାଙ୍କ ସେବାକାର୍ଯ୍ୟ ରେ ଅଞ୍ଚଳବାସୀ ଖୁସି l

Image
କଣ୍ଟାବାଞ୍ଜି(ବ୍ୟୁରୋ ରିପୋର୍ଟ) : - ଆଜିର ଦୁନିଆରେ ବିନା କୌଣସି ସ୍ୱାର୍ଥ କିଏ କାହାକୁ ସାହାର୍ଯ୍ୟ କରେ ନାହିଁ। କିନ୍ତୁ ଆଜି ବି ଜଣେ ଏମିତି ମହିଳା ରହିଛନ୍ତି ଯିଏ ବିନା କୌଣସି ସ୍ୱାର୍ଥରେ ଲୋକଙ୍କ ସେବା କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ତାପମାତ୍ର ୪୨ ଡିଗ୍ରୀ ଉପରେ,ଏଭଲି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସହର କୁ ଆସୁଥିବା ଗ୍ରାମାଞ୍ଚଳର ଲୋକ ମାନେ ପାଣି ପାଇଁ ଡହକ ବିକଲ ହେଉଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲି ଲୋକଙ୍କୁ ପିଇବା ପାଣି ଦିଆ ହେଉଛି । ଏହା ପ୍ରଶାସନର କାମ ଯାହା ପ୍ରଶାସନ ଠିକ ଭାବେ କରୁଛି। କିନ୍ତୁ ଜଣେ ମହୀୟସୀ ମହିଳା ନିଜେ ଏକ ମହିଳା ଜନ କଲ୍ୟାଣ ସ୍ବେଛାସେବୀ ଅନୁଷ୍ଠାନ ପ୍ରତିଷ୍ଠା କରି ସମୟ ଅନୁସାରେ ଅସାହାୟ ଙ୍କୁ ସହାୟତାର ହାତ ବଢାଉଛନ୍ତି। ଶୀତ ଦିନ ରେ ଶୀତ ବସ୍ତ୍ର ବଣ୍ଟନ,ବର୍ଷା ଦିନରେ ଛତା ଓ ପଳିଥିନ ବଣ୍ଟନ କରନ୍ତି। ଯେଉଁଠି ଅସହାୟ ବ୍ଯକ୍ତି ଙ୍କୁ ଦେଖିଲେ ମାତ୍ରେ ସହାୟତା କରିଥାନ୍ତି। ଆଜି ସେହି ମହିଳା ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ବାସିନ୍ଦା ପ୍ରିତି ଜୈନ ପେଶା ରେ ଜଣେ ବ୍ୟବସାୟୀ କିନ୍ତୁ ନିଶା ତାଙ୍କର ସମାଜସେବା l ଏହି ପ୍ରଚଣ୍ଡ ଖରାରେ ନିଜ ବ୍ୟବସାୟ ସମ୍ଭାଳିବା ସହ ନିଜେ ତାଙ୍କର

ଆଦିବାସୀଙ୍କ ସମସ୍ୟା ଉପରେ ହୁଙ୍କାର ସମାବେଶ ଆୟୋଜିତ ହୋଇଯାଇଛି l

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) : - ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଉପଖଣ୍ଡ ପକ୍ଷରୁ  ପାଟଣାଗଡ଼ ସ୍ଥାୟୀୟ ବଥର୍ଲା ପଞ୍ଚାୟତ ବଂଜାରୀ ଠାରେ ହୁଙ୍କାର ସମାବେଶ ଅନୁଷ୍ଠିତ ହୋଇଥିଲା | ଜିିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବିଗତ ଦିନର କାର୍ଯ୍ୟକ୍ରମ ଓ ଆଦିବାସୀ ମାନଙ୍କ ଶିକ୍ଷା, ପଦୋନ୍ନତି, ସାମାଜିକ, ରାଜନୈତିକ ସ୍ଥିତି, ଗ୍ରାମାଞ୍ଚଳର ମୌଳିକ ଅସୁବିଧା ସହ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା | ସଭାରେ ପାଟଣାଗଡ଼ ଉପଖଣ୍ଡ ର ପ୍ରତ୍ୟେକ ପଞ୍ଚାୟତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଗତ କିଛି ଦିନ ପୂର୍ବେ ବିଂଝାଲ ସମାଜର କେତେଜଣ କର୍ମକର୍ତ୍ତା ବାଲିପଟା ବନକାବିହର ଛକ ଠାରେ ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂ ବରିହାଙ୍କର ପ୍ରତିମୂର୍ତ୍ତି ଓ ଏକ ଶିଶୁ ଉଦ୍ୟାନ ନିର୍ମାଣ ଉଦ୍ଦେଶ୍ୟରେ ଜାଗା ଚିହ୍ନଟ କରିବା ପାଇଁ ଲିଖିତ ଭାବେ ଏକ ଦାବିପତ୍ର ସହ ସେଠାରେ ଭୂମିପୂଜା ସମୟର ଫଳକର ଫୋଟୋ କପି ଦେଲେ | ସରୋଜ ମେହେର ଫୋଟୋ କପିରେ ଥିବା ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂ ବରିହା, ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହା ଏବଂ ଅନେକ ସ୍ବର୍ଗୀୟ ନେତାଙ୍କର ନାମ ଉପରେ ଲାଲ କଲମରେ ଗାର ଟାଣି "ମୋତେ କ୍ରସ କରି ମୋର ପାଖକୁ ଆସିଛ, ମୁଇ ଏନ୍ତା କାର୍ଯ୍ୟକ୍ରମ କେ ନିଯାଏ ମୋତେ କାଣା ଭାବିଲ" କହି ବିଂଝାଲ ସମାଜ ତଥା ଆଦିବାସୀ

ଅନ୍ଧାରୁଆ ଗ୍ରାମରେ ପାଳିତ ହୋଇଯାଇଛି ଝାମୁଯାତ୍ରା l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) :- ଚନ୍ଦକା ନିକଟବର୍ତ୍ତୀ ଅନ୍ଧାରୁଆ ଗ୍ରାମଠାରେ ବାପୁଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଆଜି ବାର୍ଷିକ ଚୈତ୍ର ପର୍ବ ଏବଂ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି | ସକାଳୁ ଗ୍ରାମ ଦେବତୀ ମା' ମଙ୍ଗଳାଙ୍କ ଆଳତୀ ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରା ଯାଇଥିଲା | ଏହାପରେ ଏକମାସ ଧରି ବ୍ରତ ପାଳନ କରିଆସୁଥିବା  ବ୍ରତଧାରୀମାନେ  ସାହି ପରିକ୍ରମାକରି ମଧ୍ୟହ୍ନରେ ଝାମୁ ଚାଲିଥିଲେ। ଦୀର୍ଘ କେତେ ଦଶନ୍ଧି ହେଲା ବୈଶାଖ ପଣସଂକ୍ରାନ୍ତି ଦିନ ଏଠାରେ ଝାମୁଯାତ୍ରାା ଆୟୋଜିତ ହୋଇଆସୁଛି |  ପ୍ରଭୁ ହର ଗୌରୀଙ୍କ ଉପାସନା କରି ଝାମୁଆ ମାନେ ମାସେ ପୂର୍ବରୁ ହବିଷ୍ୟାନ୍ନ ଭୋଜନ କରୁଥିଲେ | ଓଡ଼ିଆ ଲୋକ ସଂସ୍କୃତିଓ ପରମ୍ପରାକୁ ଅତୁଟ ରଖି ଏଠାରେ ପ୍ରତିବର୍ଷ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ ହେଉଛି | ଆଖପାଖ ଗ୍ରାମ ଗୁଡ଼ିକରୁ ସହ ସହ ସଂଖ୍ୟାରେ ଲୋକ ଏହି ଯାତ୍ରା ଏବଂ ଅଗ୍ନିରେ ଝାମୁଆମାନଙ୍କ ଚାଲିବା ଦୃଶ୍ୟ ଭକ୍ତି ଭାବନାସହ ଦେଖିଥିଲେ | ଭକ୍ତିମୟ ପରିବେଶ ଭିତରେ ମା ମଙ୍ଗଳାଙ୍କ ଝାମୁଯାତ୍ରା ଶେଷ ହୋଇଥିଲା |

ମା'ଖଣ୍ଡୁରୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ନୂତନ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ l

Image
ଦାନଗଦି /କଳିଙ୍ଗନଗର :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ର ମାନଗୋବିନ୍ଦ ପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା'ଖଣ୍ଡୁରୀ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ରେ ସମ୍ପୂର୍ଣ୍ଣ ହୋଇଛି l ମାନଗୋବିନ୍ଦ ପୁର ଗ୍ରାମର ସମାଜସେବୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମଦନମୋହନ ସାହୁ ଓ ଧର୍ମପତ୍ନୀ ସନ୍ଧ୍ୟାରାଣୀ ସାହୁ ଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ଯଥାବିଧି ପୂଜାର୍ଚ୍ଚନା ସହିତ ସମାପନ ହୋଇଯାଇଛି l ଏହି ଅବସରରେ ତିନିଦିନ ଧରି ସୂର୍ଯ୍ୟ ପୂଜା, ଗୋ ପୂଜା ସହିତ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା l ଗ୍ରାମବାସୀଙ୍କ ସହଯୋଗ ରେ ମା'ଖଣ୍ଡୁରୀ ଙ୍କ ବିଗ୍ରହ କୁ ଭଜନକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରିଥିଲେ l ଗ୍ରାମବାସୀ ଙ୍କ ସହଯୋଗରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ମା' ଖଣ୍ଡୁରୀ ଙ୍କ ଆଶିଷ ଗ୍ରହଣ ପାଇଁ ଆଖାପାଖ ଗ୍ରାମରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା l ଶତାଧିକ ଭକ୍ତ ତିନିଦିନ ଧରି ମା'ଙ୍କ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଥିଲା l ଏହି ଧାର୍ମିକ କାର୍ଯ୍ୟ ପାଇଁ ଗ୍ରାମବାସୀ ଓ ଭକ୍ତବୃନ୍ଦ ଶ୍ରୀଯୁକ୍ତ ସାହୁଙ୍କୁ ପ୍ରସଂଶା କରିଥିଲେ l 

ଦୁର୍ଲ୍ଲଭ କଳା ପରିଷଦ ମଞ୍ଚ ରେ "ଉଦୟବଟ" ପାଳନ କଲା ଉତ୍କଳ ଦିବସ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ ) : - ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ଭାଷା ଭିତିରେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇ ପାରିଥିଲା । ପୁନଶ୍ଚ, ୧୯୯୩ ମସିହା ଏପ୍ରିଲ ୦୧ ତାରିଖରେ ଯାଜପୁର ଏକ ସ୍ୱତନ୍ତ୍ର ଜିଲ୍ଳ୍‌ା ଭାବେ ଗଠିତ ହୋଇଥିଲା । ତେଣୁ ଏପ୍ରିଲ ୦୧ ତାରିଖ ସମସ୍ତ ଯାଜପୁରବାସୀଙ୍କ ପାଇଁ ଗର୍ବ ଓ ଗୈାରବର ଦିବସ । ଏହି ପବିତ୍ର ଦିବସକୁ ‘ଉଦୟବଟ’ ପତ୍ରିକା ଏବଂ ‘ଉଦୟବଟ ଇ-ନ୍ୟୁଜ୍‌’ ସମ୍ମାନର ସହ ପାଳି ଆସୁଛି । ଏହାଛଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାମାନେ ଫଳକ ଆଦି ଲଗାଇବା ଉପରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଏବଂ ଶ୍ରମିକ ନେତା ଅରୁଣ କୁମାର ଦାସ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅଭିଯୋଗ କରିଆସୁଛନ୍ତି । ତାହା ଏବେ ବହୁ ମାତ୍ରାରେ ମଧ୍ୟ ଫଳପ୍ରଦ ହୋଇଥିବାରୁ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କୁ ଶ୍ରୀ ରାଉତ ସାଧୁବାଦ ଜଣାଇଛନ୍ତି । ଗତକାଲି ସଂନ୍ଧ୍ୟାରେ ପବିତ୍ର “ଉତ୍କଳ ଦିବସ” ଉପଲକ୍ଷେ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ, ସୁସାହିତ୍ୟିକ ତଥା ଝାଡ଼େଶ୍ୱର

ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟ’ର ନୂତନ ଅଧ୍ୟକ୍ଷ ଭାବେ ଅକ୍ଷୟ ପଣ୍ଡାଙ୍କ କାର୍ଯ୍ୟଭାର ଗ୍ରହଣ l

Image
ଯାଜପୁର :- ଜିଲ୍ଲା ର ଦାନଗଦି ବ୍ଲକ ଅର୍ନ୍ତଗତ ଟୋଲକାନୀ ସ୍ଥିତ ‘ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟ’ର ଅଧ୍ୟକ୍ଷ ତଥା ଇତିହାସ ବିଭାଗର ପ୍ରଧ୍ୟାପକ ଡ଼ଃ. ଯୁଗଳ କିଶୋର ହୋତା ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଲେଜର ନୂତନ ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗତ କାଲି ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ  ଡ଼ଃ. କୁଶଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଅଧ୍ୟକ୍ଷ ଡ଼ଃ. ହୋତାଙ୍କ ଛାତ୍ରବତ୍ସଳତା, ସରଳତା ଏବଂ କଲେଜ ପରିଚାଳନାରେ ଥିବା ଦକ୍ଷତା ଆଦି ଗୁଣ ଉପରେ ଆଲୋକପାତ କରିବା ସହ ତାଙ୍କ ଅବସର ପରବର୍ତୀ ଜୀବନର ମଂଗଳ କାମନା କରିଥିଲେ । କଲେଜର ପ୍ରତିଷ୍ଠାତା ଦୀନବନ୍ଧୁ ପୃଷ୍ଟି ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ କଲେଜରୁ ବହୁ ଅଧ୍ୟାପକ ଓ ଏବେ ପୁଣି ଅଧ୍ୟକ୍ଷ ଅବସର ଗ୍ରହଣ କରିବା ତାଙ୍କୁ ବ୍ୟଥିତ କରିଛି ବୋଲି କହିବା ସହ ଏମାନେ ସମସ୍ତେ କଲେଜର ବିକାଶକୁ ବହୁ ମାତ୍ରାରେ ଆଗେଇ ଦେଇଥିଲେ ବୋଲି କହିଥିଲେ । ବିଶେଷକରି ଅଧ୍ୟକ୍ଷ ଡ଼ଃ. ହୋତା କଲେଜର ଭଲ ମନ୍ଦ ସବୁଥିରେ ସାମିଲ ହୋଇ ମହାବିଦ୍ୟାଳୟର ବିକାଶରେ ଯେଉଁ ସହାୟକ ଭୂମିକା ନିଭାଇଛନ୍ତି ତାହା ଚୀରକାଳ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ରାଜ୍ୟସ୍ତରୀୟ ସାମାଜିକ

ବସନ୍ତରେ ମନ ମୋହୁଛି ପଳାଶ ପୁଲ l

Image
ବ୍ୟୁରୋ ରିପୋର୍ଟ :- ପଶ୍ଚିମ ଓଡିଶାର ଏକ କଥା କହନ୍ତି "ମନ୍ ମହୁଛେ ଫଲ୍‌ସା ଫୁଲ୍"  ବସନ୍ତ ଋତୁ ଆଗମନର ବାର୍ତ୍ତା ଦିଏ ପଳାସ ଫୁଲ । ପଳାସ ଫୁଲର ଅପରୂପ ଆଭାରେ ସଜେଇ ହୁଏ ପ୍ରକୃତିରାଣୀ। ଗଛରେ ପେନ୍ଥା ପେନ୍ଥା ପଳାସ ଫୁଲ ପରିବେଶକୁ ରଙ୍ଗୀନ କରିଦିଏ। ବାସ ନଥିଲେ ବି ପଳାସ ଫୁଲ ଦେଖିବାକୁ ଯେତିକି ମନୋରମ ସେତିକି ହୃଦୟସ୍ପର୍ଶୀ । ପଳାସ ଫୁଲ ଯୋଗୁଁ ଏବେ ସାରା ପରିବେଶ ରଙ୍ଗୀନ ଓ ମନଲୋଭା । ରାସ୍ତା କଡରେ ଥିବା ପଳାସ ଫୁଲକୁ ଦେଖିଲେ କବି ଓ ଭାବୁକ ପ୍ରାଣ ପୁଲକିତ ହେଉଛି। ପ୍ରତିଟି ଜୀବନରେ ଉଲ୍ଲାସ ଭରି ଯାଉଛି। ଚଇତର ପତ୍ର ଝଡା ସମୟରେ ପ୍ରକୃତି ଖାଁ ଖାଁ ଲାଗୁଥିବା ବେଳେ ପଳାସ ଫୁଲର ସୌନ୍ଦର୍ଯ୍ୟରେ ପ୍ରତିଟି ପ୍ରାଣ ପୁଲକିତ କରିଥାଏ । ଜୀବନରେ ଭରିଯାଏ ଉଲ୍ଲାସ I ସକାଳ ହେଉ କି ସଞ୍ଜ ପଳାଶ ଫୁଲର ମନଲୋଭା ରୂପ ଦେଖି ବାଟୋଇ ଠିଆ ହୁଏ କିଛି ସମୟ I ପଳାସ ଫୁଲ ପଶ୍ଚିମ ଓଡିଶାର ସବୁ ଜାଗାରେ ପ୍ରାୟତଃ ଦେଖୁବାକୁ ମିଳିଥାଏ। ଫୁଲର ବାସ ନାହିଁ ସତ ଅଥଚ ଏହା ମା' ମଙ୍ଗଳାଙ୍କ ପ୍ରିୟ I ପଶ୍ଚିମ ଓଡ଼ିଶାରେ ଚୈତ୍ର ମଙ୍ଗଳବାରରେ ମଙ୍ଗଳାଙ୍କ ପୂଜାରେ ଏହି ଫୁଲ ବ୍ୟବହାର ହୁଏ । ଦଣ୍ଡ ଯାତ୍ରାର ପୂଜାବିଧୂରେ ବହୁଳ ବ୍ୟବହାର ପ୍ରଚଳିତ । ତନ୍ତ୍ର ପରମ୍ପରାରେ ମଧ୍ଯ ପଳାସ ଫୁଲର ବହୁବିଧ ପ୍ରୟୋଗ ରହିଛି। ପଳାସ ଫୁଲର ଶୋଭା କବି ମନକୁ ବିଭୋର କରେ । ଓଡିଆ ସାହିତ୍ୟ ପରମ୍ପରାରେ ଏହାର ବହୁଳ ବର୍ଣନା ର