Posts

ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ଡୁବୁରୀ ଠାରେ ନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କଲେ ମାନ୍ୟବର ମନ୍ତ୍ରୀ ଡ. ପ୍ରଦୀପ ବଳ ସାମନ୍ତ l

Image
ଯାଜପୁର /କଳିଙ୍ଗନଗର, ଫେବୃୟାରୀ ୩,୨୦୨୫:- ଓଡ଼ିଶା ସରକାରଙ୍କ ହସ୍ତତନ୍ତ , ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମାନ୍ୟବର ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଡ.ପ୍ରଦୀପ ବଳ ସାମନ୍ତ ସୋମବାର ଡୁବୁରୀ ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ଦ୍ୱାରା ନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)କୁ ଉଦଘାଟନ କରିଛନ୍ତି ।  ୩,୭୪୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ଏହି ନୂତନ ସୁବିଧା ସାଧାରଣ ଲୋକମାନଙ୍କ ପାଇଁ ସେବା ଯୋଗାଣ ଏବଂ ଉପଲବ୍ଧ ରେ ଉନ୍ନତି ଆଣିବା ପାଇଁ ଟିଏସଏଫର ପ୍ରତିବଦ୍ଧତାକୁ ଦର୍ଶାଉଛି । ଉଦଘାଟନୀ ଉତ୍ସବରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌, ଓଡ଼ିଶାର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ଯୋଗ ଦେଇଥିଲେ । ପିଏଚସିରେ ଅନ୍ତର୍ଭୁକ୍ତିକରଣ ସୁନିଶ୍ଚିତ କରିବା ପାଇଁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅନୁକୂଳ ରାମ୍ପ୍ ଏବଂ ଶୌଚାଳୟବ୍ୟବସ୍ତା ରହିଛି । ଏଥିସହ ଭୂତଳ ଜଳ ସଂରକ୍ଷଣ ଏବଂ ପୁନର୍ଜୀବିତ କରିବାରେ ସାହାଯ୍ୟ କରୁଥିବା ଛାତ-ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ସହିତ ସ୍ଥାୟୀ ଭିତ୍ତିଭୂମି ଏବଂ ଶକ୍ତି ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ୩୦ରୁ ଊର୍ଦ୍ଧ୍ୱ ସୌର ପ୍ୟାନେଲ ଯୋଗେ ଅକ୍ଷୟ ଶକ୍ତି ଏକୀକରଣ ସମେତ ଅନେକ ବୈଶିଷ୍ଟ୍ୟ ରହିଛି ।

ତୁରା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୨ତମ ବାର୍ଷିକ ସାଂସ୍କୃତିକ ଉତ୍ସବ ରେ ଯୋଗଦେଲେ ମନ୍ତ୍ରୀ l

Image
ଯାଜପୁର :- ଦାନଗଦୀ ବ୍ଳକ୍ ଉଚ୍ଚବାଲି ପଞ୍ଚାୟତର ତୁରା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୨ତମ ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ଘନଶ୍ୟାମ ଜେନାଙ୍କ ପରିଚାଳନାରେ ଆୟୋଜିତ ସଭାରେ ମୁଖ୍ୟଅତିଥ୍ ଭାବେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ଯୋଗଦେଇ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବ୍ଲକ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟର ସମସ୍ ଛାତ୍ରଛାତ୍ରୀ ବିବେକାନନ୍ଦଙ୍କ ପରି ଯଶସ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ବ୍ରାହ୍ମଣୀପାଳସ୍ଥ  ଟାଟା ଷ୍ଟିଲ ମ୍ୟାନେଜର ଅନୁପ ସିଂ, ଦାନଗଦୀ ବ୍ଲକ୍ ଶିକ୍ଷାଧ୍ୟାକାରୀ ଶୁଭ୍ରାଂଶୁ ପୁହାଣ, ପ୍ରାକ୍ତନ ଶିକ୍ଷାଧିକାରୀ ଶରତ ରାଉତ, ଯୁବ  ରାଜନେତା ତଥା ସମାଜସେବୀ ପ୍ରତାପ ଚନ୍ଦ୍ର ଧିର , ଦାନଗଦୀ ବ୍ଳକ ସାଂସଦଙ୍କ ପ୍ରତିନିଧି ରବୀନ୍ଦ୍ର ମୋହନ ଜେନା ପ୍ରମୁଖ ସମ୍ମାନିତ ଅତିଥ୍ୟ ଭାବେ ଯୋଗଦେଇ ଏହି ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳ ପାଇଁ ଯଥେଷ୍ଠ ସୁନାମ ଆଣିଦେଇଛି ବୋଲି କହିଥିଲେ। ଶିକ୍ଷକ ବିଜୟ ସାହୁ ଅତିଥି ପରିଚୟ ଓ ବାର୍ଷିକ  ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଅଧ୍ୟାପକ ଅଜୟ ସାହୁ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟ ପ...

ଭାଷା ସାହିତ୍ୟର ମହାନ୍ ସ୍ରଷ୍ଟାମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନକୁ ଆମେ ଗୁରୁତ୍ୱ ଦେଉଛୁ : - ମୁଖ୍ୟମନ୍ତ୍ରୀ

Image
ଭୁବନେଶ୍ୱର ତା ୦୨/୦୨ (ବ୍ୟୁରୋ ରିପୋର୍ଟ) :- ଓଡ଼ିଶା ଏବଂ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ, ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ ବୋଲି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।  ଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପବିତ୍ର ଶ୍ରୀ ପଞ୍ଚମୀ ଓ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧକୁ ନୂତନ ଭାବେ ପ୍ରକାଶ କରିବା, ଭକ୍ତକବିଙ୍କ ପ୍ରତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ଜନମାନସରେ ଆଦୃତ କରିବା ପାଇଁ ଲେଖା ହୋଇଥିଲା ‘ବର୍ଣ୍ଣବୋଧ’। ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ, ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ...

ଝାଡେଶ୍ୱର ମହାବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ l

Image
ଯାଜପୁର /ଦାନଗଦୀ :- ଦାନଗଦୀ ବ୍ଲକ ର ଏକମାତ୍ର ମହାବିଦ୍ୟାଳୟ ଝାଡେଶ୍ବର ମହାବିଦ୍ୟାଳୟର ବାର୍ଷିକୋତ୍ସବ ୨୦୨୪-୨୫ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଓ ବୟନଶିଳ୍ପ(ଓଡିଶା) ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର କୁଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଦୀନବନ୍ଧୁ ପୃଷ୍ଟି, ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଶାନ୍ତ ରାୟ, ଦାନଗଦୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀ, ଯୁବ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ୍ ରାଜ ଯୋଗ ଦେଇଥିଲେ l ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ +୨ ଅଧ୍ୟକ୍ଷ ପ୍ରଫେସର ଡ. ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ, ଅଧ୍ୟାପକ ଡ. କ୍ଷିରୋଦ ଚନ୍ଦ୍ର ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ l ମହାବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରିଥିଲେ l ମନ୍ତ୍ରୀ ଡ. ବଳ ସାମନ୍ତ ଏହାକୁ କ୍ରମାନ୍ୱୟରେ ସମାପନ କରିବାକୁ ପ୍ରତିଶ୍ରୁତି ମଧ୍ଯ ଦେଇଥିଲେ l ଏହି ଅ...

ମା' ଖଣ୍ଡୁରାଇ ପୁରାତନ ଛାତ୍ର ସଂଘ ପକ୍ଷରୁ ବନ୍ଧୁମିଳନ l

Image
ଯାଜପୁର (ଦାନଗଦୀ) :- ଝାଡେଶ୍ବର ଉଚ୍ଚ ବିଦ୍ୟାଳୟ ର ୧୯୭୫-୭୯ ବ୍ୟାଚ୍ ମାଟ୍ରିକ ର ମା' ଖଣ୍ଡୁରାଇ ପୁରାତନ ଛାତ୍ର ସଂଘ ର ଏକ ବନ୍ଧୁମିଳନ ଟମକା ଠାରେ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଯୁଗଳ କିଶୋର ହୋତା, ଶ୍ରୀଯୁକ୍ତ ଅଜୟ କୁମାର ଦତ୍ତ, ବିନୋଦ ବିହାରୀ ରଣା, ରବିନ୍ଦ୍ର ବାରିକ, ବିଦ୍ୟାଧର ରାଉତ ଙ୍କ ଆବହନ ରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ଯକ୍ରମ ରେ ୫୦ ଜଣ ବନ୍ଧୁ ଓ ବନ୍ଧୁ ପତ୍ନୀ ଏକତ୍ର ହୋଇ ଭାବ ବିନିମୟ ସହିତ ଆଲୋଚନା କରିଥିଲେ l ଏହି ସଂଘ ମାଧ୍ୟମରେ ଏହି ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ବିକାଶ କିପରି ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା l ସମସ୍ତ ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ପାଇଁ ସଂକଳ୍ପ ନିଆଯାଇଥିଲା l ଏହି ଅବସରରେ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ନାୟକ, ଶ୍ୟାମସୁନ୍ଦର ସାହୁ,ଭାସ୍କର ଚନ୍ଦ୍ର ସାହୁ, ଜୟନ୍ତୀ ସାହୁ, ପବିତ୍ର ମହାପାତ୍ର, ଗଙ୍ଗା ପଣ୍ଡା, ଶରତ ଜେନା, ଅଶୋକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l ଏକାତ୍ରିତ ହୋଇ ଭାଇଚାରା ବଜାଇ ରଖିବାକୁ ସମସ୍ତ ଏକ ମନରେ ସଂକଳ୍ପ ନେଇ ଥିଲେ l ସର୍ବ ଶେଷରେ ଜଗବନ୍ଧୁ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କଳାହାଣ୍ଡି ଏସପି ଏବଂ ତାଙ୍କ ଟିମକୁ ପ୍ରଶଂସା କରିଛନ୍ତି l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ମାନେ ହେଲେ, ଝାଡଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ,ହୁସେନ୍ ଖାନ୍, ଜୈସମ ଖାନ୍, ସାମିମ୍ ଅନସାରୀ,ବାସୁଦେବ ଗୋପେ, ପିଣ୍ଟୁ@ ଆଲିମ୍,ଅନୁଜ କୁମାର। ଗତ ୩୦ ତାରିଖରେ ଧର୍ମଗଡ଼ ଠାରେ ଥିବା ଏକ ଦେଶୀ ମଦ ଭାଟିରେ ଏହି ଡକାୟତ ସଂଘଟିତ ହୋଇଥିଲା। ବିଳମ୍ବିତ ରାତିରେ ପ୍ରାୟ ୮ ଜଣ ଡକାୟତ ମାରଣାସ୍ତ୍ର ଧରି ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଭାଟିରେ ପଶିଥିଲେ। ସେଠାରେ ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଧମକ ଦେଇ ଟଙ୍କା ଲୁଟି ନେଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଥିଲା। ଡକାୟତି କରିବା ପରେ ଅଭିଯୁକ୍ତମାନେ JH10AP4817 ନମ୍ବର ବିଶିଷ୍ଟ ବୋଲେରୋ ଯୋଗେ ଘଟ...

ଟାଟା ଷ୍ଟିଲ ଏବଂ ଟାଟା ଅଧିକୃତ ନୀଳାଚଳ ଇସ୍ପାତ ନିଗମ ରେ ଘଟିଥିବା ଘଟଣା ସମ୍ପର୍କରେ କମ୍ପାନୀର ସ୍ପଷ୍ଟିକରଣ ଉପରେ ପ୍ରେସ୍ ବିଜ୍ଞପ୍ତି l

Image
କଳିଙ୍ଗନଗର,ତା୦୧/୦୨ :- ଓଡ଼ିଶାବାସୀଙ୍କ ସହ ଟାଟା ଷ୍ଟିଲର ୧୦୦ ବର୍ଷରୁ ଅଧିକ ବର୍ଷର ସମ୍ପର୍କ ରହିଛି । ଏହାର ସଫଳତା ଏବଂ ଭବିଷ୍ୟତର ଅଭିବୃଦ୍ଧି ଆକାଂକ୍ଷା, ସ୍ଥାନୀୟ ଲୋକମାନଙ୍କ ସମର୍ଥନ ପାଇଁ ମିଳିପାରିଛି । ଗତ ୧୦ ବର୍ଷ ମଧ୍ୟରେ ଆମେ ଓଡ଼ିଶାରେ ପ୍ରାୟ ୧,୦୦,୦୦୦ କୋଟି ଟଙ୍କା ବିନିଯୋଗ କରିଛୁ । ଯେଉଁଠାରେ କି ଆମର ଖଣି କାର୍ଯ୍ୟ ଏବଂ ଗ୍ରୀନଫିଲ୍ଡ କଳିଙ୍ଗନଗର କାରଖାନା ସହିତ ଅଧିଗ୍ରହଣ ମାଧ୍ୟମରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଏବଂ ଭୂଷଣ ଷ୍ଟିଲ୍ ଆଦି ତିନୋଟି ଉତ୍ପାଦନ କାରଖାନା ଅଛି। ଘଟଣା କ୍ରମରେ ଜାନୁଆରୀ ୨୮ ରେ ଯେତେବେଳେ କିଛି ବ୍ୟକ୍ତି ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍) କାରଖାନା ଯାହାକି ଟାଟା ଷ୍ଟିଲର ସହାୟକ ସଂସ୍ଥା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ସେତେବେଳେ ଆମେ ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଥିଲୁ । ଆମ ସୁରକ୍ଷା କର୍ମୀଙ୍କ ଦଳ ଏଥିରେ ହସ୍ତକ୍ଷେପ କରିଥିଲେ। ଯାହାଫଳରେ ଧସ୍ତାଧସ୍ତି ହୋଇଥିଲା ଏବଂ କିଛି ଲୋକ ଏଥିରେ ଆହତ ହୋଇଥିଲେ । ଆମର କୌଣସି ସୁରକ୍ଷାକର୍ମୀ କାହାକୁ ଛୁରାମାଡ଼ କରିଥିବା ଘଟଣାର ଯେଉଁ ଗୁଜବ ପ୍ରକାଶ ପାଉଛି ତାହାକୁ ଆମେ ଦୃଢ଼ ଭାବେ ଖଣ୍ଡନ କରୁଛୁ । ଏହା ସମ୍ପୂର୍ଣ୍ଣ ମିଥ୍ୟା ରିପୋର୍ଟ । ଟାଟା ଷ୍ଟିଲ ସର୍ବଦା ସମସ୍ତ ସରକାରୀ ନିୟମ ଏବଂ ନିର୍ଦ୍ଦେଶାବଳୀ କୁ ପାଳନ କରିଆସିଛି ।