ଜିନ୍ଦଲ କମ୍ପାନୀ ବିରୋଧରେ ସାଂଘାତିକ ଅଭିଯୋଗ ଉଠାଇଲା କଳିଙ୍ଗନଗର ମଜଦୁର ଇଉନିୟନ୍ l

ଯାଜପୁର(କଳିଙ୍ଗନଗର) : - ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଆଜକୁ ୧୮ ବର୍ଷ ପୂର୍ବେ ୨୦୦୦ ଏକର ପରିମିତ ଜମିରେ ଗଢିଉଠିଥିବା ଷ୍ଟିଲ୍ କାରଖାନା( ଜିନ୍ଦାଲ) ଷ୍ଟିଲ୍ କାରଖାନା ନାମରେ ସାଂଘାତିକ ଅଭିଯୋଗ ଆଣିଛି ୨୮ ବର୍ଷ ର ଶ୍ରମିକ ସଙ୍ଗଠନ କଳିଙ୍ଗନଗର ମଜଦୁର ଇଉନିୟନ୍ l ଏକ ପ୍ରେସ୍ ବିବୃତିରେ ଜିନ୍ଦଲ କମ୍ପାନୀ ର ଶୋଷଣ ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ଇଉନିୟନ୍ ର ସାଧାରଣ ସମ୍ପାଦକ ଆଝାର ଅହମ୍ମଦ ଖାନ୍ I ତାଙ୍କ ସହିତ ଅନ୍ୟାନ୍ୟ କମ୍ପାନୀ ର ଶ୍ରମିକ ସଙ୍ଗଠନ ର ନେତାମାନେ ଯୋଗଦାନ କରି ସମାନ ଅଭିଯୋଗ ଆଣିଛନ୍ତି l ତାଙ୍କ ର ଅଭିଯୋଗ ଯେ, ଜମି ଅଧିଗ୍ରହଣ ଓ କାରଖାନା ସ୍ଥାପନା ବେଳେ ସ୍ଥାନୀୟ ବାସିନ୍ଦା ଓ ବିସ୍ଥାପିତ ଙ୍କୁ ଦେଇଥିବା ପ୍ରତିଶ୍ରୁତି ଜିନ୍ଦଲ କମ୍ପାନୀ ପାଳନ କରିନାହାଁନ୍ତି l ବିଶେଷ କରି ପ୍ରଥମ ପର୍ଯ୍ୟାୟରେ ୫ଟି ଦାବୀକୁ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଦିଆଯାଇଛି l 1. ଜିନ୍ଦଲ କାରଖାନା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇନାହିଁ କିମ୍ବା ନିୟମ ଅନୁଯାୟୀ ପାରିପାର୍ଶ୍ବିକ ଉନ୍ନୟନ କାମ କରୁନାହିଁ l 2. କୌଣସି ଭି ନିଯୁକ୍ତି ଦେବାପୂର୍ବରୁ ଜିଲ୍ଲାପ୍ରଶାସନ ଙ୍କ ନିର୍ଦ୍ଦେଶ କୁ ଏଡ଼ାଇ ଦେଉଛି କମ୍ପାନୀ I 3. ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ, ୬୦ ପ୍ରତିଶତ ଅର୍ଦ୍ଧକୁଶଳୀ ଏବଂ ୩୦ ପ୍ରତିଶତ ବିଭିନ...