ଶ୍ରମିକ ଶୋଷଣ ନୀତି ବିରୋଧରେ ଇମ୍ଫା ମାଇନ୍ସ ଫାଟକ ସମ୍ମୁଖରେ ଗଣଧାରଣା l

ଯାଜପୁର (କାଳିଆପାଣି) :- ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଇମ୍ଫା ଖଣିର ଫାଟକ ସମ୍ମୁଖରେ ଆଜି ସକାଳୁ ଇମ୍ଫା ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପକ୍ଷରୁ ୧୧ ଦଫା ଦାବିକୁ ନେଇ ଗଣଧାରଣା ଦେଇଥିବାର ଦେଖିବାକୁ ମିଳିଛି । ଇମ୍ଫା କମ୍ପାନୀ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ଶୋଷଣ କାରୁଥିବାର ଅଭିଯୋଗ ହୋଇଛି । ଶ୍ରମିକଙ୍କ କହିବାନୁଯାଇ ପ୍ରଥମ ଦାବି ସର୍ବମୋଟ ବେତନ ଉପରେ ୨୦ ପ୍ରତିଶତ ବୋନସ,ଗ୍ରାଚ୍ୟୁଇଟି ପେମେଣ୍ଟ,ଇମ୍ଫା କମ୍ପାନୀର ଚିଙ୍ଗୁଡିପାଳ ଖଣିରେ କାର୍ଯ୍ୟ କରୁଥିବା ୭୬ ଶ୍ରମିକଙ୍କୁ ପୁନଃ ନିଯୁକ୍ତି,ଟ୍ରକ ବୋଝେଇ କରୁଥିବା ଲୋଡିଂ ଲେବରଙ୍କୁ ପରିଚୟ ପତ୍ର ଦେବା, ୧୦ବର୍ଷ କିମ୍ବା ୧୦ବର୍ଷ ରୁ ଅଧିକ କଣ୍ଟ୍ରାକ୍ଟର ରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ବିଭାଗୀୟ କର୍ମୀ ଭାବରେ ନିଯୁକ୍ତି କର , କ୍ୟାଣ୍ଟିନ୍ ରେ ମାଗଣା ଚା ଓ ଜଳଖିଆ ସୁବିଧା, ଭୂତଳ ଖଣି ଶ୍ରମିକଙ୍କ ପାଇଁ ଓ କାଳିଆପାଣି ମହାନ୍ତ ସାହି ଓ ମୁଣ୍ଡା ସାହିକୁ ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କରିବା ଦାବିକୁ ନେଇ ଖଣି ସମ୍ମୁଖରେ ଗଣଧାରଣା ଶ୍ରମିକସଙ୍ଘ ପକ୍ଷରୁ ଗଣଧାରଣା ଦେଇଥିବାର ଦେଖିବାକୁ ମିଳିଛି ।ଏହି ଗଣ ଧାରଣାରେ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ଯୁଗ୍ମ ସମ୍ପାଦକ ଭରତ ମହାନ୍ତ, ଭଗବତୀ ମହାନ୍ତ, ୩୭ନଂ ଜୋନ ଜିଲ୍ଲାପରିଷଦ ଜେମା ଚାଖି, କାଳିଆପାଣି ପଞ...