Posts

ଟାଟା ଷ୍ଟିଲ୍ କଳିଙ୍ଗନଗର ଲୋକାର୍ପିତ ୪ର୍ଥ ବର୍ଷ ପାଳିତ ହୋଇଯାଇଛି l

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ପ୍ରକଳ୍ପ ର ଟାଟା ଷ୍ଟିଲ କାରଖାନାରେ ର ୪ର୍ଥ ଜନ୍ମବାଷିର୍କୀ ଉତ୍ସବ ପାଳିତ ହୋଇଯାଇଛି l ନଭେମ୍ବର ୧୮ ତାରିଖରେ ୨୦୧୫ ମସିହା ରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟାଟା ଷ୍ଟିଲ୍ କୁ ଓଡିଶା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ l ଏହି ଦିନକୁ ଟାଟାଷ୍ଟିଲ ପାଳନ କରୁଛି, ତେଣୁ ଏହି ଅବସରରେ ଟାଟା ଷ୍ଟିଲ କାରଖାନା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା l ଟେକ ଏକ୍ସ୍ # ୪.୦ ପ୍ରଦର୍ଶନୀ ଓ ଏକ୍ସ୍ ୪.୦ ବକ୍ତୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା l ଏକ ଡିଜିଟାଲ ଆସନ୍ତା କାଲିର ନିର୍ମାଣ ଶୀର୍ଷକ ପ୍ରଦର୍ଶନୀ କୁ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ଅପରେସନ ମହାପ୍ରବନ୍ଧକ ଶ୍ରୀ କର୍ମବୀର ସିଂ, କର୍ପୋରେଟ ସେବା ମହାପ୍ରବନ୍ଧକ ଶ୍ରୀ ଆର୍. ଆର୍. ସତପଥୀ ଓ ପ୍ରକଲ୍ପ ମହାପ୍ରବନ୍ଧକ ଶ୍ରୀ ଅଜିତ ଡି କୋଠlରୀ ଉଦଘାଟନ କରିଥିଲେ l ଟାଟା ଷ୍ଟିଲ ଡିଜିଟାଲ ଯାତ୍ରା କୁ ପ୍ରଦର୍ଶିତ କରାଯାଇଥିଲା ଏଥିରେ ଟାଟା ଷ୍ଟିଲ ମେକିନ୍ସ ଓ ଏନଗେଜମେଣ୍ଟ ର ପ୍ରବନ୍ଧକ ଶ୍ରୀ ପ୍ରତୀକ ଗୋଏଲ୍, ଆସାନସୋଲ ଟ୍ରାଟେଜି ର ସିନିୟର ପ୍ରିନ୍ସିପାଲ ଶ୍ରୀ ଶାହାଲୀନ୍ ଚାଭଦା ଏବଂ ଇନଫ୍ରା ଓ ଡିଜିଟାଲ ସାଇବର ସିକ୍ୟୁରିଟି ତଥା କ୍ଲାଉଡ ବିଭାଗର ମୁଖ୍ୟ ଶ୍ରୀ ମୃଣାଳକାନ୍ତି ପାଲ ଟାଟା ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ କିପରି ନୂତନ ଡିଜିଟାଲ ନେଇ କାର୍ଯ୍ୟ କରାଯିବ ସେ ବିଷୟରେ ଅଧିକ

ଦରମା ବୃଦ୍ଧି ପ୍ରତିବାଦରେ ବଲାଙ୍ଗିର ଜିଲ୍ଲାର କନିଷ୍ଠ ଚୁକ୍ତି ଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀ ଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ l

Image
ବଲାଙ୍ଗିର (ବ୍ୟୁରୋ) - ରାଜ୍ଯ ସରକାର ଉନ୍ନତ ମାନର ବିଦ୍ୟାଳୟ ଶିକ୍ଷାରେ ବିକାଶ ପାଇଁ ଜୋରସୋରରେ ପ୍ରଚାର ଓ ପ୍ରସାର କରୁଛନ୍ତି, କିନ୍ତୁ ବିଡ଼ମ୍ବନା ର ବିଷୟ ହେଉଛି ରାଜ୍ୟର ଅଧିକାଂଶ ବିଦ୍ୟାଳୟ ରେ ଦୁଇଗୋଟି ଶ୍ରେଣୀରେ ପାଇଁ ଗୋଟିଏ ଶିକ୍ଷକ ରହିଥିବା ନଜିର ରହିଛି l ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇ ଚୁକ୍ତି ଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତି ଦିଆଯାଇଥିଲା l କିନ୍ତୁ ସେମାନଙ୍କ ଅଭିଯୋଗ ସେମାନେ ଆଜିକାଲି ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ମହଙ୍ଗା, ତେଣୁ ସେମାନଙ୍କୁ ପରିବାର ପ୍ରତିପୋଷଣ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି, ତେଣୁ ୭୪୦୦-୯୨୦୦ ଟଂକା ସମୂଦ୍ରକୁ ସଙ୍ଖେ ସଦୃଶ l ସରକାର ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ଏହାଦ୍ୱାରା ଶିକ୍ଷାର ବିକାଶ ନୂହେଁ ବିନାଶ ଆଡ଼କୁ ଗତି କରୁଛି l ଏହାର ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲାର କନିଷ୍ଠ ଚୁକ୍ତି ଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l

କୋରାପୁଟ '' ପରବ'' ରେ ଲିପୁନ ଡ୍ୟାସ୍ ଗ୍ରୁପ୍ ର ସଫଳତା l

Image
କୋରାପୁଟ (ବ୍ୟୁରୋ) - ଓଡ଼ିଶାର ପାରମ୍ପରିକ ଲୋକକଳା ସାରା ବିଶ୍ୱରେ ନିଜର ପ୍ରତିଷ୍ଠା ବିକଶିତ କରିଛି l ଏହି ଲୋକକଳା ପ୍ରୋତ୍ସାହନ ଯୋଗାଇ ଦେଲେ ଆହୁରି ଅନେକ ସଫଳତା ହାସଲ କରିପାରିବେ କଳାକାରମାନେ l କୋରାପୁଟ ରେ '' ପରବ'' ରେ ବିଭିନ୍ନ ଇଲାକାରୁ ବିଭିନ୍ନ କଳାକାରମାନେ ସେମାନଙ୍କର ପ୍ରତିଭା ଦେଖାଇ ଥିଲେ l ସେହିଭଳି ଜଣେ ପ୍ରତିଭା ସମ୍ପନ୍ନ ଲୋକ ତ୍ରିଲୋଚନ ମହାରଣା ଯେକି ନିଜ ଲିପୁନ ଡ୍ୟାସ୍ ଗ୍ରୁପ୍ ମାଧ୍ୟମରେ ନିଖୁଣ ଭାବେ ଲୋକକଳା ପ୍ରତିପାଦନ କରି '' ପରବ '' ରେ ନିଜ ଅନୁଷ୍ଠାନ ପ୍ରଥମ ପୁରସ୍କାର ପାଇ ପାରିଛନ୍ତି l ଏହି ଭଳି ବ୍ୟକ୍ତିତ୍ଵ କିଛି ଲୋକଙ୍କୁ ଓଡିଶା ର ଲୋକକଳା ବଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି l ଏହିପରି ବ୍ୟକ୍ତି ଙ୍କୁ ଓ ତାଙ୍କର ଟିମ୍ କୁ ଆମ Rita vision News ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ l

ଓଡିଆ ମାନଙ୍କର ବର୍ଷର ଶେଷ ପର୍ବ ପ୍ରଥମାଷ୍ଟମୀ ଧୁମ୍ ଧାମରେ ପାଳନ l

Image
ବ୍ୟୁରୋ - ଓଡ଼ିଶାର ଜନତା ଙ୍କ ବାର ମାସରେ ତେର ପର୍ବର ପ୍ରଚଳିତ କଥା ସମ୍ପ୍ରତି ଲୋପ ପାଇବାରେ ଲାଗିଛି l କିନ୍ତୁ ଏବେବି ଗାଁ ର ଲୋକମାନେ ଏହି ପାରମ୍ପରିକ ରୀତି ନୀତି, ଓଷା ପାଳନ କରିଥାନ୍ତି l ଏମିତି ଏକ ପର୍ବ ପ୍ରଥମାଷ୍ଟମୀ ଓଡିଶା ର ଘରେ ଘରେ ପାଳନ କରିବା ର ନଜିର ରହିଛି l ଏହି ଅବସରରେ ପରିବାର ର ପ୍ରଥମ ଜନ୍ମିତ ସନ୍ତାନ ମାନଙ୍କୁ (ପରୁଆ) ମାନଙ୍କୁ ନୂତନ ବସ୍ତ୍ର ପରିଧାନ କରାଅ ମା ବୃନ୍ଦାବତୀ ଙ୍କ ପାଖରେ ପୂଜା କରାଯାଏ l ଏବଂ ଏହି ପର୍ବରେ ଏକ ନିଆରା ପିଠା ପ୍ରସ୍ତୁତ କରାଯାଏ ଯାହାକି କଞ୍ଚା ହଳଦୀ ପତ୍ର ଉପରେ ଏହି ପିଠା ପ୍ରସ୍ତୁତ ହୋଇଥାଏ l ବର୍ଷରେ ଥରେ ଏହି ହଳଦୀ ପତ୍ର ର ପିଠା ଖାଇଲେ ଶରୀର ର ବହୁ କିଛି ରୋଗ ଭଲ ହୋଇଥାଏ ବୋଲି ଶୁଣାକଥା ରହିଛି l କାହିଁ କେତେ କାଳରୁ ଏହି ପରମ୍ପରା କୁ ଅନୁସରଣ କରୁଛନ୍ତି ଏବେକାର ପଢ଼ି ମାନେ l ନୂତନ ବସ୍ତ୍ର ସାଙ୍ଗକୁ ଏଣ୍ଡୁରି ପିଠା ଏବଂ ବିଭିନ୍ନ ପ୍ରକାର ତିଅଣ କରି ସହ ପରିବାର ସୁଖୀ ରେ ପାଳନ କରନ୍ତି ଏହି ପର୍ବ l ପୁଣି ଆସନ୍ତା ବର୍ଷ କୁ ଅପେକ୍ଷା l Rita vision News 

ଜଗତ୍ସିଂହପୁର ପୋଲିସ୍ ଦ୍ଵାରା ୬ଜଣ କୁଖ୍ୟାତ ଅପରାଧୀ ଗିରଫ l

Image
ଜଗତ୍ସିଂହପୁର ପୋଲିସ୍ ୬ଜଣ କୁଖ୍ୟାତ ଅପରାଧୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛି l ସେମାନଙ୍କ ଠାରୁ ୪ଟି ମଟର ସାଇକେଲ, ୩ଟି କାର୍, ଗୋଟିଏ ପିସ୍ତଲ ଗୁଳି ଓ ମାରଣାସ୍ତ୍ର ଜବତ କରିଛି ଜଗତ୍ସିଂହପୁର ପୋଲିସ୍ l ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଆଗରୁ ବହୁ ଅପରାଧିକ ମାମଲା ଥିବା DGP ସୂଚନା ଦେଇଛନ୍ତି l Rita vision News 

ଶୁଦ୍ଧାନନ୍ଦ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ l

Image
ଭୁବନେଶ୍ବର (ବ୍ୟୁରୋ) - ଶୁଦ୍ଧାନନ୍ଦ ଆବସିକ କଲେଜ୍ ରେ ପାଳିତ ହୋଇଯାଇଛି ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ l ଭୁବନେଶ୍ବର ଠାରେ ଥିବା ଏକ ସୁପ୍ରସିଦ୍ଧ ଆବସିକ କଲେଜ୍ ଭାବେ ପରିଚିତ ଏହି ସଂସ୍ଥା ରେ ବହୁ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ଥିଲେ ଏହି ଅବସରରେ l ଏହି କର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ମାନ୍ୟବର ବିଧାୟକ ଜୟଦେବ ଶ୍ରୀଯୁକ୍ତ ଅରବିନ୍ଦ ଢାଲି ଏବଂ କଲେଜ୍ ର ପରିଚାଳନା ନିର୍ଦ୍ଦେଶକ ଇ. ସୁନୀଲ କୁମାର ପଟ୍ଟନାୟକ, l ନିର୍ଦ୍ଦେଶିକା ଶ୍ରୀମତୀ ଅନୀତା ପଟ୍ଟନାୟକ (ଯୁକ୍ତ ଦୁଇ ବିଜ୍ଞାନ ବିଭାଗ) ଓ କଲେଜ୍ ର ସମସ୍ତ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ଥିଲେ ଏହି କାର୍ଯ୍ୟକ୍ରମ ରେ l Rita vision News 

୪ ଜଣ କୁଖ୍ୟାତ ଡକାୟତ ଙ୍କୁ ଧରିବାକୁ ସଫଳ ହୋଇଛି କଳିଙ୍ଗନଗର ପୋଲିସ୍ l

Image
ଯାଜପୁର /କଳିଙ୍ଗନଗର - ଗତ ୧୭ ତାରିଖ ରାତିରେ କଳିଙ୍ଗନଗର ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ SI, M. M. ROUT ଏବଂ ତାଙ୍କ ଟିମ୍ ପକ୍ଷରୁ କୌଣସି ସୂତ୍ରରୁ ସୂଚନା ପାଇ ଡ଼ୁବୁରୀ ସିଆର୍ରିଆ ଗ୍ରାମର ଏକ ପରିତ୍ୟକ୍ତ ଘର ଉପରେ ଚଢାଉ କରି ୪ ଜଣ କୁଖ୍ୟାତ ଡକାୟତ ଙ୍କୁ ଧରିବାକୁ ସଫଳ ହୋଇଛି କଳିଙ୍ଗନଗର ପୋଲିସ୍ l ଦୁଇଜଣ କଟକ ଜିଲ୍ଲା ର ହୋଇଥିଲା ବେଳେ ଦୁଇଜଣ ଯାଜପୁର ଜିଲ୍ଲା ର l ସାଲେପୁର ଥାନା ଅନ୍ତର୍ଗତ ରାଘବପୁର ଗ୍ରାମର କାଶିନାଥ ଦାସ୍ ଙ୍କ ପୁଅ ଶେଖର (32) ବର୍ଷ ଓ ରାଇ ସୁଙ୍ଗୁଡା ଗ୍ରାମର ବୀରକିଶୋର ଦାସ ଙ୍କ ପୁଅ ତାରା କାନ୍ତ ଦାସ (32) ଏବଂ ସୁକିନ୍ଦା ଥାନା ଅନ୍ତର୍ଗତ ଦଲକି ଗ୍ରାମର ଜୋହେସ୍ୱର ମହାନ୍ତ ଙ୍କ ପୁଅ ଇନ୍ଦ୍ରମଣି (22) ଓ କଳିଙ୍ଗନଗର ଥାନା ଅନ୍ତର୍ଗତ ଡ଼ୁବୁରୀ ଗ୍ରାମର ଜଟିଆ ଦାସ୍ ଙ୍କ ପୁଅ ଜାହାନ( 23)  ଙ୍କୁ କଳିଙ୍ଗନଗର ପୋଲିସ୍ କାବୁ କରିବାରେ ସଫଳ ହୋଇଛନ୍ତି l ସେମାନଙ୍କ ନିକଟରୁ ଗୋଟିଏ ହୋଣ୍ଡା ମୋଟରସାଇକଲ୍ No OR05AF 64 11 ସହିତ ଗୋଟାଏ ଟାଟା ଏସି ଗାଡ଼ି No OR05AN 70 08 କୁ ମଧ୍ୟ ଜବଦ କରିଛି ପୋଲିସ୍ l କିଛି ମାରଣାସ୍ତ୍ର ଓ ହ୍ୟାଣ୍ଡ ଗ୍ଲୋବସ ବି ଜବଦ କରିଛି ପୋଲିସ୍ l କଳିଙ୍ଗନଗର ଥାନା କେସ୍ ନଂ 208/18.11.19. U/s399/402 ରେ ଆଜି କୋଟ୍ ଚାଲାଣ କରିଛି I ଡୁବୁରୀ ଗ୍ରାମର ଶରତ ସାହୁ ଙ୍କ  ଘରେ ଡକାୟତି ଲକ୍ଷ୍ୟ ନେଇ ସେମାନେ ନିଜର ପ୍ଲାନ୍ ପ୍ରସ୍ତୁତି ଚାଲିଥିବା ବେଳେ ପୋଲିସ ପକ୍