Posts

ସାତ ଫୁଟ୍ ର ଅଜଗର ଉଦ୍ଧାର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଗଞ୍ଜାମ (ବ୍ୟୁରୋ) ୭ ଫୁଟର ଅଜଗରକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ଆଇଆରଇ ଷ୍ଟାଫ କ୍ୱାଟର ମଧ୍ୟରୁ ଏକ ୭ ଫୁଟର ଅଜଗରକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନ। ଗତକାଲି ସନ୍ଧ୍ୟା ସମୟରେ ଏକ ଅଜଗର ସାପ କ୍ୱାଟର ମଧ୍ୟରେ ଥିବା ଗାର୍ଡ ରୁମ ନିକଟରେ ଥିବା କର୍ମଚାରୀମାନେ ଦେଖିଥିଲେ।ଏହାପରେ ସେମାନେ ଵ୍ରହ୍ମପୁର ରେଞ୍ଜରଙ୍କୁ ସାପଟି ବିଷୟରେ ଜଣାଇଥିଲେ ଏବଂ ରେଞ୍ଜରଙ୍କ ତତ୍ୱବାଧାନ କ୍ରମେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ଓ ଶ୍ରୀକାନ୍ତ ନାହାକ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟି ସାତ ଫୁଟ ଲମ୍ବର ହୋଇଥିବା ବେଳେ ରାତ୍ର ସମୟ ହୋଇଥିବାରୁ ବନ୍ୟାଞ୍ଚଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ସକାଳ ସମୟରେ ସାପଟିକୁ ଘଞ୍ଚ ଜଙ୍ଗଲ ଭିତରେ ନେଇ ଛଡା ଯିବ ବୋଲି କହିଛନ୍ତି ରେଞ୍ଜର ରାଜା ରାଓ ସୁବୁଦ୍ଧି।

ଯାଜପୁର, ଟାଟା ଷ୍ଟିଲ ପକ୍ଷରୁ ଅରୁଣିମା କର୍ଯ୍ୟକ୍ରମ ଅନୁଷ୍ଠିତ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ଯାଜପୁର /କଳିଙ୍ଗନଗର - ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଅରୁଣିମା କର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି l ଏହି ଅବସରରେ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ର ବିକାଶ ପାଇଁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସହିତ ଅଞ୍ଚଳରେ ବିକାଶ ପାଇଁ ଓ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ ଜାରି ରଖାଯାଇଛି l ଏହି କର୍ଯ୍ୟକ୍ରମ ସୁକିନ୍ଦା ବ୍ଲକ ର ସୁକିନ୍ଦା ଭବନ ଠାରେ ଆୟୋଜିତ ହୋଇଅଛି l ଏହି କର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବାକୁ ଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି l ବିଶେଷ କରି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନ ପ୍ରଦର୍ଶନୀ ବିଶେଷ ଆକର୍ଷଣ ଥିଲା l ସକାଳ ଘ. ୧୦.୩୦ ମି. ରେ ଅରୁଣିମା ସ୍ଵାଗତ ଭାଷଣ, ଉଦଘାଟନ, ନିର୍ବାଚିତ ପଞ୍ଚାୟତ ସମିତି ସଭ୍ଯ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଓ ସ୍ୱାଗତମ୍ ନୃତ୍ୟ ପରିବେଷଣ ହୋଇଥିଲା l ଏହାପରେ ଡ. ଅମ୍ବିକା ନନ୍ଦ ଙ୍କ ଦ୍ଵାରା ଜ୍ୟୋତି ଫିଲୋସଫି ଯାତ୍ରା ଆରମ୍ଭ ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଜ୍ୟୋତି ଫିଲୋସଫି ସ୍କଲାରସିପ୍ ପ୍ରଦାନ କରିଥିଲେ l 

ହାତୀ ମାନଙ୍କ ଜୀବନ ଯାଉଛି କଣ ପାଇଁ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଢେଙ୍କାନାଳ ( ବ୍ୟୁରୋ ) - ଗଜରାଜ ଙ୍କ ପାଇଁ ଚଳିତ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଘାତକ ବର୍ଷ ବୋଲି ଗଣନା କରାଯାଏ l କାହିଁକି ନା ଆମେ ଦେଖୁଛନ୍ତି ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ, ଦୁର୍ଘଟଣାରେ ହାତୀ ମାନଙ୍କ ଜୀବନ ଯାଉଛି ନଚେତ୍ ହାତୀଙ୍କ ଦ୍ଵାରା ସାଧାରଣ ଲୋକଙ୍କ ଜୀବନ ଯାଉଛି l ଏହିଭଳି ଏକ ଦୁର୍ଘଟଣା ଘଟି ଯାଇଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏ ନ୍ଏଚ୍-୫୫ର ସଦର ରେଞ୍ଜ୍ ଜୀବନଖୋଲ ନିକଟରେ ଟ୍ରକ୍ ଧକ୍କାରେ ହାତୀ ମୃତ; ଦୁର୍ଘଟଣା ପରେ ଡ୍ରାଇଭର ଚମ୍ପଟ୍, ଦୁର୍ଘଟଣା ଘଟାଇଥିବା ଟ୍ରକ୍ ତଳେ ମୃତ ହାତୀଟି ଚାପି ହୋଇ ରହିଛି, ହାତୀର ଦାନ୍ତଟି ଭାଙ୍ଗି ଖଣ୍ଡେ ଦୂରରେ ପଡ଼ିଛି, ଆଉ ଗୋଟିଏ ହାତୀ ଆହତ ହୋଇ ଜଙ୍ଗଲକୁ ପଳାଇଥିବା ସୂଚନା ମିଳିଛି l ଏହିଭଳି ଜଙ୍ଗଲୀ ଜନ୍ତୁ ମାନଙ୍କର ଗାଁ ଓ ସହର ମୁହାଁ ହେବାର ଗୋଟାଏ କାରଣ ହେଉଛି ବୃକ୍ଷଛେଦନ ଓ ପରିବେଶ କୁ ଦୂଷିତ କରି ଆଧୁନିକତା ର ମାୟା ସଭ୍ୟତାର ବିକାଶ ନିମନ୍ତେ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ଆର୍ଥିକ ଅଭିବୃଦ୍ଧି ଆଡ଼କୁ ମୁହାଁଉଥିବା ଦେଖାଯାଇଛି l କଳକାରଖାନା ପ୍ରତିଷ୍ଠା ହେବା ଦ୍ଵାରା ଜଳସ୍ତର ହ୍ରାସ ପାଇଛି, ତେଣୁ ଝରଣା, ପୋଖରୀ ସବୁ ଶୁଖି ଯାଉଛି l ବନ୍ୟ ପ୍ରାଣୀଙ୍କ ଖାଦ୍ୟ ଓ ପାନୀୟର ଅଭାବରୁ ସେମାନେ ନିଜର କର୍ମମୟ ଜୀବନକୁ ସଂଚାଳନ କରିବାକୁ ଗାଁ ଓ ସହର ଆଡ଼କୁ ଆସିବାକୁ ବାଧ୍ଯ ହେଉଛନ୍ତି l ଆମେ ମଣିଷ ଏହାର ସମାଧାନର ପନ୍ଥା ଗ୍ରହଣ କଲେ ଏହିଭଳି ଦୁର୍ଘଟ

ପୁଣି ଏକ ଜୀବନ ନେଲା ନରହନ୍ତା ଦନ୍ତl, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର - ଦନ୍ତl ହାତୀ ଦାନଗଦି ବ୍ଳକ ର କଣ୍ଟିପୁର୍ ଜଙ୍ଗଲ ରେ କାଲି ରାତିରେ ରହି ରାତିରେ ଜିନ୍ଦାଲ ଷ୍ଟିଲ ର ଲେବର କଲୋନୀର ପାଚେରୀ ଭାଙ୍ଗି ପକାଇଛି l ଫରେଷ୍ଟ ଡିପାର୍ଟମେଣ୍ଟ ରାତି ସାରା ଉଜାଗର ରହି ହାତୀ ଘଉଡାଇ ବା ପାଇଁ ପ୍ରୟାସ ଜାରି ରଖିଛି l ଲୋକ ଆତଙ୍କିତ ହୋଇ ଛାତ ଉପରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି l ଆଜି ସନ୍ଧ୍ୟାରେ ଫରେଷ୍ଟର ଟିମ ଦାନଗଦି ବ୍ଲକ ମାନଗୋବିନ୍ଦ ପୁର, ଧପଙ୍କି, ଧୂଳିଗଡ଼ ଜଙ୍ଗଲରେ ପାଖରେ ପହଁଚି ଗ୍ରାମବାସୀଙ୍କ ସହଯୋଗ ନେଇ ହାତୀ ଘଉଡାଇବା  ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ହାତୀ ଧପଙ୍କି ଗ୍ରାମର ଟୁନା ଜେନା ର ପୁଅ ସତ୍ୟବ୍ରତ ଜେନା ଙ୍କ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ମାନଗୋବିନ୍ଦ ପୁର ମଠ ସାହି ର ଦୁଇ ବୃଦ୍ଧ, ବୃଦ୍ଧା ଆହାତ ହୋଇଥିବା ଜଣାପଡିଛି l ଆହତ ଓ ମୃତକ କୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l

ଯାଜପୁର ରେ ବଣୁଆ ହାତୀ ର ଉତ୍ପାତ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲା ରେ ପତିଆରା ବିସ୍ତାର କରି ଚାଲିଛି ବଣୁଆ ହାତୀ l ହାତୀ ଟି କେନ୍ଦୁଝର ବନକ୍ଷେତ୍ରର ଜଙ୍ଗଲ ରୁ ଆସି ଗତକାଲି ରାତିରେ ଯାଜପୁର - କେନ୍ଦୁଝର ସୀମାନ୍ତ ଅଞ୍ଚଳରେ ପହଁଚି ଥିଲା l ସେଠାରେ କିଛି କ୍ଷତି କରି ଲା ପରେ, ଜନସାଧାରଣ ଓ ଯାଜପୁର ରୋଡ଼ ରେଞ୍ଜର ମିଳିତ ଭାବେ ତଡିଦେଲେ l କିନ୍ତୁ ହାତୀ ତାର ଗତିପଥ ବଦଲାଇ ବ୍ରାହ୍ମଣୀ ନଦୀ କୂଳରେ କୂଳରେ ଯାଇ ସନ୍ଧ୍ୟାରେ କୋରେଇ ଥାନା ଅନ୍ତର୍ଗତ ଶଙ୍ଖଚିଲl- ଗୋଡ଼ି ପାଟଣା ଗ୍ରାମର ଇଶ୍ଵର ଚନ୍ଦ୍ର ଦାସ (୫୫) ଓ ଚିନ୍ତାମଣି ରାମ୍ (୬୦) କୁ ଦଳିଚକଟି ଦେଇଥିବା ବେଳେ ସେମାନଙ୍କ ର ମୃତ୍ଯୁ ଘଟିଛି l ସେହିଭଳି ରାଧା ପାଟଣା ଗ୍ରାମର ମନୋରଞ୍ଜନ ପରମାଣିକ (୩୧) ଓ ଗୁରୁସାହି ର ପବନା ଗୁରୁ (୫୫) ହାତୀ ଆକ୍ରମଣରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାଯାଇଛି l ଫରେଷ୍ଟ ବିଭାଗ  ସୂଚନା ପାଇ ହାତୀ କୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି l ଲୋକଙ୍କ ହୋ ହାଲ୍ଲା ପାଇଁ ହାତୀ ର ଉତ୍ପାତ ବଢ଼ିଯାଇଥିଲା ତେଣୁ ସେ ଭୟଙ୍କର ହୋଇ ଦୌଡୁଥିବା ଦେଖିବାକୁ ମିଳିଥିଲା ବୋଲି କେତେକ ଦେଖଣାହାରୀ ଙ୍କ ସୂତ୍ରରୁ ଜଣ ପଡିଛି l 

ଯାଜପୁର, ଉଦଯାପିତ ହୋଇଯାଇଛି ରାଜେଶ ସ୍ମାରକୀ ବାର୍ଷିକ କ୍ରୀଡା ଉତ୍ସବ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ରାଜେଶ ସ୍ମାରକୀ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ।  ବୀଣାପାଣି ଯୁବକ ସଂଘ ଅନ୍ୟ ପାଇଁ ଉଦାହରଣ: ପ୍ରୀତିରଂଜନ ଟମକା: ୩୭ ତମ ରାଜେଶ ମେମୋରିଆଲ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଏକ ବର୍ଣ୍ଣ।ତ୍ୟ ପରିବେଶରେ ୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣୀ ଉତ୍ସବରେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ସଂଘ ସଂଗଠନ ଓ ଜନସେବା ମାଧ୍ୟମରେ ସଂଘ ଜିଲ୍ଲାରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ସେଥିପାଇଁ ସଂଘର ଯୁବକ ପ୍ରଶଂସାର ପାତ୍ର ବୋଲି ମତ ପୋଷଣ କରିବା ସହ ଉତ୍ତିର୍ଣ୍ଣ ପ୍ରତିଯୋଗିଙ୍କୁ ପୁରସ୍କାରେ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେଡ଼ି ଉପ ସଭାପତି ପବିତ୍ର ମୋହନ ମହାପାତ୍ର, ବ୍ଲକ ଯୁବ ବିଜେଡ଼ି ସଭାପତି ମହେଶ୍ଵର ଗୁରୁ, ଦେବୀ ପ୍ରସାଦ ମହାନ୍ତି, ଯୁବ ନେତା ପ୍ରଦୀପ ନାୟକ, ମନୋଜ ବେହେରା, ନରୋତ୍ତମ ବେହେରା, ସୁରେଶ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ସଂଘର ସଭାପତି ତଥା ବ୍ଳକ୍ ଯୁବ ବିଜେଡି ସାଧାରଣ ସମ୍ପାଦକ ଇଂ ସୌମ୍ୟରଂଜନ ମହାପାତ୍ର ଓ ସରପଂଚ ଦ୍ବାରିକାନାଥ ଦାସଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ସଂଘର ବରିଷ୍ଠ ସଦସ୍ୟ ଦିଲ୍ଲିପ କୁମାର ପ୍ରଧାନ, ଜର୍ମାନୀ ଦାସ, ନୃପମଣି ଦାସ, ପାର୍ଥସାରଥୀ ବେହେରା, ରାଜେଶ ଦାସ, ପ୍ରବୀର କୁମାର ବାରିକ

ଉପାନ୍ତ ଅଞ୍ଚଳରେ ପଶୁ ଚିକିତ୍ସା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ଯାଜପୁର /ସୁକିନ୍ଦା - କଟକ ଡିଭିଜନ ସୁକିନ୍ଦା ବନ ବିଭାଗ ପକ୍ଷରୁ ମହାଗିରି ପାଦଦେଶରେ ଥିବା ଗ୍ରାମଗୁଡିକ ର ଗୃହପାଳିତ ପ୍ରାଣୀଙ୍କର ଟିକାକରଣ ଓ ଚିକିତ୍ସା ଶିବିର ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବନ୍ଧଗାଁ ପଞ୍ଚାୟତ ର ରାଙ୍କିଆ, ପିମ୍ପୁଡିଆ ପଞ୍ଚାୟତ ର ବାମନଗର ଗ୍ରାମର ଗୃହପାଳିତ ପଶୁ ମାନଙ୍କୁ ଟିକାକରଣ କରାଯାଇଥିଲା। ସୁକିନ୍ଦା ପ୍ରାଣୀ ଚିକିତ୍ସାଳୟ ସହାୟତା ରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଖେନ୍ଧୁ ରାୟଙ୍କ ନେତୃତ୍ବରେ ଚିକିତ୍ସକ ଦଳ ଗୃହପାଳିତ ପ୍ରାଣୀଙ୍କ ଠାରେ ହେଉଥିବା ଆନ୍ଥ୍ରାକ୍ସ, ବସନ୍ତ, କୃମି ନାସକ, କ୍ୟାଲ୍ସିୟମ୍, ଫାଟୁଆ ଆଦି ରୋଗର ନିରାକରଣ ପାଇଁ ବିଭିନ୍ନ ଔଷଧ ଓ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ। ଏହି ଅବସରରେ ସୁକିନ୍ଦା ବନାଞ୍ଚଳ ଅଧିକାରୀ ବିପିନ ବିହାରୀ ରାଉତରାୟ ଙ୍କ ନିର୍ଦ୍ଦେଶରେ ଫରେଷ୍ଟର ନରେସ୍ ଟୁଡୁ, ଫରେଷ୍ଟ ଗାର୍ଡ ସୁଶାନ୍ତ ନାୟକ, ବିମଳ ବରାଳ ପ୍ରମୁଖ ବନବିଭାଗ କର୍ମଚାରୀ ଏହି ଚିକିତ୍ସା ଶିବିରକୁ ପରିଚାଳନା କରିଥିଲେ।