Posts

ପୁଣି ଥରେ ଦୂରଦର୍ଶନ ରେ ରାମାୟଣ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

Image
ଖୁସି ଖବର । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦୂରଦର୍ଶନ " ରାମାୟଣ " ଧାରାବାହିକ ପୁଣିଥରେ ପ୍ରସାରଣ କରିବାକୁ ଯାଉଛି । ଆସନ୍ତା କାଲି ୨୮ ମାର୍ଚ୍ଚ ସମୟ ସକାଳ ୯ଘଣ୍ଟା ଠାରୁ ୧୦ଘଣ୍ଟା ପର୍ଯ୍ୟନ୍ତ ଓ ରାତ୍ରି ୯ଘଣ୍ଟା ଠାରୁ ୧୦ଘଣ୍ଟା ପର୍ଯ୍ୟନ୍ତ । ଦେଖିବାକୁ ଭୁଲିବେନାହିଁ । ବର୍ତ୍ତମାନ ଲକ ଡାଉନ ସମୟରେ ଘରେ ରହି ସମସ୍ତେ ଏହି ଧାରାବାହିକ ଦେଖି ମଜା ଉଠାନ୍ତୁ ।

ସମାଜିକ ବାର୍ତ୍ତା ଦେଲେ ଯୁବ ସମାଜ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

Image
*ଯୁବ ବିଂଝାଲ ସମାଜ ସଂଘ, ନୂଆପଡ଼ା* ବ୍ୟୁରୋ ରିପୋର୍ଟ (ନୂଆପଡ଼ା) - ଗତ ୨୩ ତାରିଖ ରବିବାର ଦିନ ସକାଳ ୧୦:୦୦ ଘ. ସମୟ ରେ ଗ୍ରାମ ଗୁଣ୍ଡରୁଝର ଠାରେ ଏକ ସାର୍ବଜନିକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ନୂଆପଡ଼ା ଜିଲ୍ଲା ସମସ୍ତ ବ୍ଲକର ଯୁବ ବିଂଝାଲ ଯୁବକ,ଯୁବତୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ଏହି ବୈଠକରେ ଶ୍ରୀ ଯୁକ୍ତ ତୁଳସୀ ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମାଜିକ ସୁରକ୍ଷା,ଭେଦଭାବ,ପରମ୍ପରା ରିତି,ଝିଅ ମାନଙ୍କୁ ଅଗ୍ରାଧିକାର, ସାମାଜିକ ସଚେତନତା ଓ ବିଂଝାଲ ସମାଜର ଯୁବକ ଯୁବତୀ ମାନଙ୍କର ସ୍ବାକ୍ଷରତା ହାର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ ସଂପାଦକ ବାବୁଲାଲ ବରିହା, କୋଷାଧ୍ୟକ୍ଷ ମୋତିରାମ ବରିହା, ବିବେକ ରଞ୍ଜନ ବରିହା, ବିଜୟ ବରିହା,ସନତରାମ ବରିହା, ନନ୍ଦଲାଲ ବରିହା,ଲଭ ବରିହା,ସକୁର ବରିହା,ସତ୍ଯବତି ବରିହା,ସୁମିତ୍ରା ବରିହା ଉପସ୍ଥିତ ଥିଲେ ।

ବିଭତ୍ସ ହତ୍ଯାକାଣ୍ଡ ମାମଲାରେ ଦୁଇ ଜଣ ଗିରଫ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର /ଦାନଗଦି - ପିଉସା ର ଟାଙ୍ଗିଆ ଚୋଟରେ ପୁତୁରା ମୃତ୍ୟୁ ଓ ଝିଆରୀ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାଯାଇଛି l ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗ୍ରାମର ଘଟଣା l ପିଉସା ମୋହନ ମହାନ୍ତ (୫୮)ଓ ପିଉସୀ ମାଳତୀ (୫୫) ନିଜର ପୁତୁରା ଓ ଝିଆରୀ ସ୍ଵର୍ଗତ ଚନ୍ଦ୍ରମଣି ମହାନ୍ତ ଙ୍କ ପୁଅ ମନ୍ମଥ ( ୩୦) ଓ ଭଉଣୀ ସବିତା କୁ ମଙ୍ଗଳ ବାର ସକାଳୁ ନିଜ ଘରକୁ ଡାକିଥିଲେ l କୌଣସି କାରଣରୁ ପିଉସା ଓ ପୁତୁରା ଙ୍କ ମଧ୍ୟରେ ବଚସା ହୋଇଥିଲା ହେଁ ପିଉସା ଓ ପିଉସୀ ମିଶି ଭାଇ ଭଉଣୀ ଦୁହିଁଙ୍କ ଉପରେ ଟାଙ୍ଗିଆ ରେ ଆକ୍ରମଣ କରିଥିଲେ l ଟାଙ୍ଗିଆ ଚୋଟରେ ଘଟଣା ସ୍ଥଳରେ ପୁତୁରା ର ମୃତ୍ୟୁ ଘଟିଥିଲା ବେଳେ ଝିଆରୀ ସବିତା ଗୁରୁତର ଭାବେ ଆହତ ହୋଇ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା l ଟମକା ଥାନା ଅଧିକାରିଣୀ ସଂଘମିତ୍ରା ନାୟକ ଓ ଏସ୍ ଆଇ ଏମ୍ ଡି ସୂରଜ ପୋଲିସ୍ ଟିମ୍ ସହ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି l ଘଟଣା ସ୍ଥଳରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ମଧ୍ଯ ଉପସ୍ଥିତ ରହି ତଦନ୍ତ ପାଇଁ ଆଦେଶ ଦେଇଥିଲେ l ଏହି ଘଟଣାରେ ପିଉସା ମୋହନ ଓ ପିଉସୀ ମାଳତୀ କୁ ପୋଲିସ୍ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଗିରଫ କରି କୋର୍ଟଚାଲାଣ କରିଛି l

ଆସନ୍ତା ଏପ୍ରିଲ ମାସ ୧୪ ତାରିଖ ପର୍ଯ୍ଯନ୍ତ ଲକ୍ ଡାଉନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

Image
ଆଜି ରାତି  ୧୨ ରୁ ୩ ସପ୍ତାହ ଭାରତ ଲକ୍‌ ଡାଉନ୍‌: ମୋଦି.. ବ୍ୟୁରୋ ରିପୋର୍ଟ - ଆଜି ରାତି  ୧୨ରୁ ଆଗାମୀ ୩ ସପ୍ତାହ ପର୍ଯ୍ୟନ୍ତ ପୁରା ଦେଶ ଲକ୍‌ ଡାଉନ୍‌ । ଜନତା କର୍ଫ୍ୟୁଠୁ ଆଉ ଦୁଇ ପାଦ ଆଗରେ ରହିବ ବୋଲି ଆଜି ଦେଶ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନାର ଅର୍ଥ ‘କୋଇ ରୋଡ ପର ନା ନିକଲେ’ ବୋଲି ଏକ ପ୍ଲା କାର୍ଡ ଦେଖାଇ ମୋଦି କହିଛନ୍ତି । ଘର ବାହାରକୁ ଗୋଟିଏ ପାଦ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ କୋରୋନାରେ କବଳିତ କରିପାରେ ବୋଲି ମୋଦି କହିଛନ୍ତି । ୨୧ ଦିନର ଲକ୍‌ ଡାଉନ୍‌ ନମାନିଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ । ଏପରିକି ବହୁ ପରିବାରକୁ ଧ୍ୱଂଶ କରିପାରେ କୋରୋନା । ବିଶେଷ କରି କୋରୋନା ମୁକାବିଲା କରିବାର ଏକ ମାତ୍ର ପଦକ୍ଷେପ ହେଉଛି ‘ସୋସିଆଲ ଡିଷ୍ଟାନ୍ସିଂ’ । କୋରୋନା ବ୍ୟାପିବାର ଲକ୍ଷଣ କିଛି ନିଆରା ରହିଛି । ପ୍ରଥମ କିଛି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା କାବୁରେ ରହୁଥିବା ବେଳେ କିଛି ଦିନ ଭିତରେ ବେକାବୁ ହୋଇଯାଉଛି । ବହୁ ବିକଶିତ ଦେଶରେ ମେଡିକାଲ ସିଷ୍ଟମ ବହୁତ ଭଲ ଥାଇ ମଧ୍ୟ ସେମାନେ ଥକି ପଡ଼ିଛନ୍ତି । ଏହିସବୁ ଦେଶର ଏକ୍ସପର୍ଟଙ୍କ ଅନୁସାରେ ‘ସୋସିଆଲ ଡିଷ୍‌ଟାନ୍ସିଂ’ ହିଁ ଏକମାତ୍ର ପଦକ୍ଷେପ କୋରୋନା ପାଖରୁ ରକ୍ଷା ପାଇବାର ବୋଲି ମୋଦି କହିଛନ୍ତି ।

ଯାଜପୁର ଜିଲ୍ଲା ରେ ଗୋରୁ ଚାଲାଣ ସହିତ ଗୋ ମାଂସ ଚାଲାଣ ର ରାକେଟ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ l

Image
ଗୋ ମାଂସ ଚାଲାଣ କାରୀ କୁ ଧରାଇଲେ ବଜରଙ୍ଗ ଦଳର ସଦସ୍ୟମାନେ l ଯାଜପୁର /ବ୍ୟାସନଗର - କୋରେଇ ବ୍ଳକ ସାଦକ ପୁର୍ ଠାରୁ ବ୍ୟାସନଗର ପୌରପରିଷଦ ଅହମଦ ନଗର ର ଏକ ମୁସଲିମ ହୋଟେଲ କୁ ଗୋ ମାଂସ ଚାଲାଣ ହେଉଥିବା ଖବର ପାଇ, ଯାଜପୁର ଜିଲ୍ଲା ବଜରଙ୍ଗ ଦଳ, ଗୋ ସୁରକ୍ଷା ସଂଗଠନ ଓ ହିନ୍ଦୁ ସୁରକ୍ଷା ସେନା ର ଭାଇମନେ ଏକ ଲାଲ ରଙ୍ଗର ଇଣ୍ଡିକା କାର No. OR02N 12 12 କୁ ଗୋ ମାଂସ ସହ ଜବଦ କରି ଯାଜପୁର ରୋଡ଼ ପୋଲିସ୍ କୁ ହସ୍ତାନ୍ତର କରିଛନ୍ତି l ଖବର ରୁ ପ୍ରକାଶ ଯେ, ସପ୍ତାହ କୁ ତିନି ଦିନ ଧରି ଏହି ଗୋ ମାଂସ ଚାଲାଣ ହେଉଥିବା ବେଳେ ମାସକୁ ବହୁ ସଂଖ୍ୟାରେ ଗୋ ହତ୍ୟା କରାଯାଉଛି l ଏହାକୁ ଦୃଷ୍ଟିରେ ରଖି ଗୋ ସୁରକ୍ଷା କମିଟି, ହିନ୍ଦୁ ସୁରକ୍ଷା ସେନା ଓ ବଜରଙ୍ଗ ଦଳର ସଦସ୍ୟ ମାନେ ଏହାକୁ ସାଧାରଣରେ ପ୍ରମାଣିତ କରିଛନ୍ତି l ଏହି ଘଟଣାରେ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଅହମଦ ନଗର ଠାରେ ଥିବା jam jam hotel ମାଲିକ ସେକ୍ ଗୋଲୋ, ଗୋ ମାଂସ ଚାଲାଣ କାରୀ କୋରେଇ ଥାନା ଅନ୍ତର୍ଗତ ସାଦକ ପୁର୍ ଏସକେ ଆଲ୍ଲାଉଦ୍ଦିନ ଙ୍କ ପୁଅ ଏସକେ ନବ ରୁଦିନ( ୨୨)କୁ ଅଟକ ରଖି ପଚରାଉଚରା କରି ଥିଲେ ଓ ସଙ୍ଗେ ସଙ୍ଗେ ଯାଜପୁର ରୋଡ଼ ଥାନା କୁ ଜଣାଇଥିଲେ l ପୋଲିସ୍ ଉକ୍ତ ଗୋ ମାଂସ ବୋଝେଇ ଇଣ୍ଡିକା କାର୍ ଜବଦ କରିବା ସହ ନବରୁଦିନ କୁ ଗିରଫ କରିଛି l ବିଶ୍ୱହିନ୍ଦୁ ପରିଷଦ ରାଜ୍ୟ ପ୍ରବକ୍ତା ଚିନ୍ମୟ ସ୍ଵରୂପ ପଣ୍ଡା. ବ

ପୁରୀ ଶ୍ରୀମନ୍ଦିରର ନୀଳଚକ୍ର ବାନା ରେ ଲଗିଲା ନିଆଁ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ବ୍ୟୁରୋ ରିପୋର୍ଟ - ମହାଦୀପ ଉଠିବା ବେଳେ ଜଳିଗଲା ନୀଳଚକ୍ର ବାନା। ଶ୍ରୀମନ୍ଦିରରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଛି। ନୀଳଚକ୍ର ତଳେ ଲଗାଯାଇଥିବା ମାନସିକ ବାନା ପୋଡି ଯାଇଛି। ଏକାଦଶୀ ତିଥିରେ ରାତି ପ୍ରାୟ ୭ଟା ୩୫ରେ ପାଳିଆ ସେବକ ମହାଦୀପ ଉଠାଇଥିଲେ। ସେତେବେଳେ ଝିପି ଝିପି ବର୍ଷାହେବା ସହ ପବନ ବହୁଥିଲା।  ସେ ଦୀପ ରଖୁଥିବା ବେଳେ ମାନସିକ ବାନା ଉଡି ସେଥିରେ ଲାଗି ଯାଇଥିଲା। ନୀଳଚକ୍ରରେ ଲଗା ଯାଇଥିବା ବାନା ପୋଡୁଥିବା ଦେଖି ତଳେ ଛିଡା ହୋଇଥିବା ଭକ୍ତ ଏବଂ ସେବକମାନେ ବିଚଳିତ ହୋଇପଡିଥିଲେ। ବାନାରେ  ଲାଗିଥିବା ନିଆଁ ଝୁଲ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ପଡିଥିଲା। ଯାହକୁ ଦେଖି ଲୋକେ ଆତଙ୍କିତ ହୋଇଯାଇଥିଲେ। ଏହାକୁ ନେଇ ଉଦ୍‌ବେଗଜନକ ପରିସ୍ଥିତି ଲାଗି ରହିବା ପରେ ଶ୍ରୀମନ୍ଦିର ପ୍ରଶାସନ ଚୁନରା ସେବକମାନଙ୍କୁ ଅଁଳାବେଢ଼ାକୁ ପଠାଇଥିଲା। ଚୁନରା ସେବକମାନେ ଅଁଳାବେଢ଼ାକୁ ଯାଇ ସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ଏହି ବଡ଼ ଅଘଟଣ ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।  ଶ୍ରୀମନ୍ଦିର ଇତିହାସରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। କେତେକ ବରିଷ୍ଠ ସେବକ ଏହା ଅଶୁଭ ସୂଚନା ବୋଲି ମତ ଦେଇଛନ୍ତି। ତେବେ ପତିତପାବନ ବାନା ସୁରକ୍ଷିତ ଥିବାରୁ ଶ୍ରୀଜୀଉଙ୍କ ସେବାପୂଜା ଏବଂ ନୀତିକାନ୍ତିରେ ବାଧା ସୃଷ୍ଟିହୋଇନାହିଁ।

ବିନା ଅନୁମତିରେ ଚାଷ ଜମିକୁ ଖୋଳି ହରଡଘଣାରେ ଠିକାଦାର,ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର /ଦାନଗଦି - ଯାଜପୁର ଜିଲ୍ଲାର ଦାନଗଦି ତହସିଲ ଅନ୍ତର୍ଗତ ଗଣ୍ଡା ନାଳ ପାଟ ରେ ଥିବା ରlଛିପୁର୍, ଦାନୀଆବର ଓ ଖଣ୍ଡାହତା ର ଚାଷୀ ମାନଙ୍କ ଚାଷ ଜମି କୁ ବିନା ଅନୁମତିରେ ମେସିନ୍ ଲଗାଇ ଖୋଳାଯାଉଥିବା ଅଭିଯୋଗ ହୋଇଛି l ଡ୍ରେନେଜ ବିଭାଗ ପକ୍ଷରୁ ଠିକାଦାର କାମ କରିବାକୁ କରିବାକୁ ଯାଇ ବେନିୟମ ଭାବେ ଚାଷ ଜମି ଖୋଳା କୁ ବିରୋଧ କରି ଉକ୍ତ ଅଞ୍ଚଳର ଚାଷୀମାନେ ମାଟି ଖୋଳା କୁ ବନ୍ଦ କରିବା ପରେ, ଠିକାଦାର ପହଞ୍ଚି କ୍ଷତିପୂରଣ ଦେବାକୁ କହି ଚତୁରତାର ସହିତ କର୍ମ କ୍ଷେତ୍ରରେ ଚାଷିଙ୍କ ଦ୍ଵାରା ଜବଦ ହୋଇଥିବା ଜେସିବି ମେସିନ୍ ଦୁଇଟିକୁ ରାତାରାତି ନେଇଯିବା ପାଇଁ ମସୁଧା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ l ଚାଷୀମାନେ ଏହି ମେସିନ୍ ଦୁଇଟିକୁ ଜବଦ କରି ରାଛିପୁର୍ ଗ୍ରାମରେ ରଖି, ଉକ୍ତ ଠିକାଦାର ବିରୋଧରେ ବିହୀତ ପଦକ୍ଷେପ ନେବା ସହିତ ଚାଷୀ ମାନଙ୍କୁ ଉଚିତ୍ କ୍ଷତିପୂରଣ ଦେବାକୁ ଦାନଗଦି ତହସିଲ କାର୍ଯ୍ଯାଳୟ ରେ ପହଞ୍ଚିଛି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l