Posts

ହଜି ଯାଇଛି ମାନବିକତା, ପୁରୁଣା ଶତ୍ରୁତା କୁ କେନ୍ଦ୍ର କରି ଦଳିତ ଙ୍କ ଘର ପୋଡ଼ିଲେ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ହଜି ଯାଇଛି ମାନବିକତା, ଜମିବାଡ଼ି ବିବାଦ କୁ ନେଇ ଏକ ନିରୀହ ଦଳିତ ପରିବାର ଘର ପୋଡ଼ି ଦେଇ ନିରାଶ୍ରୟ ଅସହାୟ କରିଛନ୍ତି ଏକ ସବର୍ଣ୍ଣ ପରିବାର l ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଦାନଗଦି ବ୍ଲକ ବାଙ୍ଗରକୋଟା ପଞ୍ଚାୟତର, ଟମକା ଥାନା ଅନ୍ତର୍ଗତ ଦିଅପାଳ ଗ୍ରାମରେ l ଏହି ଗ୍ରାମର ବାସିନ୍ଦା ଆନନ୍ଦ ଦଳାଇ( ୩୮) ପିତା ସ୍ଵର୍ଗତ ଅରୁଣ ଦଳାଇ ବାସ କରୁଥିବା ବେଳେ, ତାଙ୍କର ପଡ଼ିଶା ସେହି ଗ୍ରାମର ସୁମନ୍ତ ଖୁଣ୍ଟିଆ ଏବଂ ତାଙ୍କର ଦୁଇ ପୁତ୍ର ବାରମ୍ବାର ଧମକ ଦେଉଥିବା ଅଭିଯୋଗ ହୋଇଛି l  ଏହି ପରିପ୍ରେକ୍ଷୀରେ ଗତ ଶୁକ୍ରବାର ତା ୧୮/୯/୨୦୨୦ ରିଖ ରାତ୍ର ଗୋଟାଏ ସମୟରେ ସୁମନ୍ତ ଖୁଣ୍ଟିଆ ଏହି ଏହି ଦଳିତ ପରିବାର କୁ ଧମକ ଦେଇ କହିଲେ ଯେ '' ତୁମେ ଏ ଘର ଜାଗା ଛାଡି ଚାଲି ଯାଅ ନଚେତ୍ ଘରେ ନିଆଁ ଲଗାଇ ସପରିବାର କୁ ମାରିଦେବି '' l ସେହି ଦିନ ରାତି ପ୍ରାୟ ୩ ଟା ସମୟରେ ଘରେ ସପରିବାର ଶୋଇଥିବା ଅବସ୍ଥାରେ ସୁମନ୍ତ ଖୁଣ୍ଟିଆ ଏବଂ ତାଙ୍କର ଦୁଇ ପୁଅ ରମେଶ ଓ କୁନୁ ଆସି ଆନନ୍ଦ ଦଳାଇ ର ଘରକୁ ପେଟ୍ରୋଲ ପକାଇ ପୋଡ଼ି ଦେଇଥିବା ଟମକା ଥାନା ରେ ଏତଲା ଦେଇଥିଲେ ଥିଲେ I ଦଳିତ ପରିବାର ଦିନମଜୁରି କରି ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଟଙ୍କା, ସୁନା ରୂପା ଓ ଆସବାବପତ୍ର ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା I ପରେ ଦମକଳବାହିନୀ ନିଆଁ ଲିଭାଇ ଥିଲେ l ...

'' କିଛି କଥା କିଛି ଅନୁଭୂତି ''

Image
ପ୍ରକୃତିରେ ବନ୍ଧା ଏ ଜୀବନ ----------------------------------------------------------- କାହିଁ କେତେ କାଳରୁ ସେ ବିଷୟରେ ସୂଚନା ସଂଗ୍ରହ କରୁ କରୁ ଆମେ ଆମର ପିଲା ଦିନର ଅଧିକ କିଛି ସ୍ମୃତି କିଛି ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରୟାସ ଜାରି ରଖିଛୁ l ଆମେ ସେସବୁକୁ ସାଇତି ରଖିପାରିନଥିଲେ ମଧ୍ୟ ହୃଦୟ ରେ ସେ ସବୁ ଦେଖି ହେଉଛି l ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ନିଜର କର୍ମମୟ ଜୀବନକୁ ହାଲକା ଫୁଲକା କରିନିଅନ୍ତୁ l ପିଲାଦିନର କିଛି ସ୍ମୃତି କିଛି ଅନୁଭୂତି ପ୍ରଦାନ ଆମେ ଫଟୋ ମାଧ୍ୟମରେ ଦେଖିବାର ସୁଯୋଗ ରହିଛି, ଯାହା କିଛି ସମୟ ପାଇଁ ଆମେ ଫେରିଯିବା ସେହି ଦିନକୁ l           ସେହି ସମୟରେ ଆଲୋକ ବ୍ୟବସ୍ଥା .         ଶୂନଗାଡି କି ମଜା ନେଇଥିଲେ .              ହଳା ରେ ବେଙ୍ଗଳା                ମନୋରଞ୍ଜନ ମାଧ୍ୟମ                ମାଛ ଧରିବା ନିଶା                     ଗୋଟେ ଖୁସି ଆଉ...         ...

ରାସ୍ତା ଦୁରାବସ୍ଥା ପାଇଁ ଅଭିଯୋଗ ଆଣିଲେ ବେଙ୍ଗପାଟିଆ ଗ୍ରାମବାସୀ l

Image
          ରାସ୍ତା ଦୁରାବସ୍ଥା  ର ଦୃଶ୍ୟ  ଯାଜପୁର (କଳିଙ୍ଗନଗର) :- ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ଗ୍ରାମପଞ୍ଚାୟତର ୧ନଂ ୱାର୍ଡ ବେଙ୍ଗପାଟିଆ ଗ୍ରାମ l ଗ୍ରାମରେ ବାସକରନ୍ତି କରନ୍ତି ୨୧୦ ପରିବାର, ଭୋଟର ସଂଖ୍ୟା ୪୩୮ l ଗାଁ ରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ , ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଅଛି l ଗାଁ ର ପ୍ରତ୍ୟେକ ଲୋକ ପନିପରିବା ଚାଷ ଉପରେ ନିର୍ଭର କରି ଚଳନ୍ତି l ଏହି ଗାଁ କୁ ଯାତାୟତ ପାଇଁ ମାନଗୋବିନ୍ଦ ପୁର ଗ୍ରାମରୁ ଗୋଟିଏ ମାତ୍ର  ୨ କିଲୋମିଟର ରାସ୍ତା ଅଛି l ସେହି ରାସ୍ତାଦେଇ ପ୍ରତ୍ୟେକ ଦିନ ସ୍କୁଲ ପିଲା ଚାଷୀମାନେ ଯାତାୟାତ କରିଥାନ୍ତି I ରାସ୍ତାଟି ପ୍ରଥମେ ମାଟି ରାସ୍ତା ଥିଲା ଏବଂ ମଝିରେ ଏକ ଗଣ୍ଡା ନାଳ ଉପରେ ଏକ ସଂକୀର୍ଣ ପୋଲ ଅଛି I ବିଗତ ଦିନ ପରେ ଆଜକୁ ୮ ବର୍ଷ ତଳେ ମାନଗୋବିନ୍ଦ ପୁର ଗ୍ରାମରୁ  ରାସ୍ତା ର କିଛି ଭାଗ ପଞ୍ଚାୟତ ତରଫରୁ କଙ୍କ୍ରିଟ୍ ରାସ୍ତା ନିର୍ମାଣ ହୋଇଛି l ଆଉ ପ୍ରାୟ ଏକ କିଲୋମିଟର ବ୍ୟାପୀ ରାସ୍ତା ପୂର୍ବପରି ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିଛି l ଗଣ୍ଡା ନାଳ ପାଖରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଅସଳାଏ ବର୍ଷା ହେଲେ ମାନଗୋବିନ୍ଦ ପୁର ରୁ ବେଙ୍ଗପାଟିଆ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି l ଗୋଟିଏ ଗାଁ ରୁ ଆଉ ଗୋଟେ ଗାଁ ଯାତାୟତ ବନ୍ଦ ହୋଇଗଲେ ଲୋକମାନେ ନାହିଁନଥିବା ଅସୁବିଧାର ସମ...

ସରକାରୀ ଯୋଜନା ରୁ ବଞ୍ଚିତ ଦାନଗଦି ବ୍ଲକ ର ମୂଳା ସାର ଗ୍ରାମ l ଅଧୁରା କାର୍ଯ୍ଯକୁ ପୁରା କରିବା କୁ ଦାବି l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ରାଣୀପଡା ପଞ୍ଚାୟତର ମୂଳାସାର ଗ୍ରାମ ରେ ସରକାରୀ ଯୋଜନା ଫେଲ ମାରିଥିବା ଅଭିଯୋଗ ହୋଇଛି l ଏହି ଗ୍ରାମର ଭୌଗୋଳିକ ଅବସ୍ଥିତି ହେଉଛି ଏହି ଗ୍ରାମଟି ୩ ଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ଘର ସଂଖ୍ୟା ୧୬୦ ଓ ଲୋକସଂଖ୍ୟା ପ୍ରାୟ ୨୪୦୦ ସମସ୍ତ ହରିଜନ ପରିବାର l ବାଉଁଶ ଖୁଣ୍ଟ ରେ ବିଦ୍ୟୁତ ତାର  ଏହି ଗ୍ରାମ ରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି l ଗାଁ ରେ ସମସ୍ୟା କହିଲେ ବହୁତ୍ କିଛି I ଗାଁ ରେ ବିଜୁଳି ସେବା ଅଛି କିନ୍ତୁ ତାହା ବିପଦ ସଂକୁଳ ଅବସ୍ଥାରେ, ଛୋଟ ଛୋଟ ପିଲାମାନେ ପାଠ ପଢିବାକୁ ଆସୁଥିବା ବିଦ୍ୟାଳୟ ନିକଟରେ ହାତ ପାହାନ୍ତାରେ ଝୁଲୁଛି ବିଜୁଳି ତାର l ଗାଁ ମଧ୍ୟରେ ବିଦ୍ୟୁତ ତାର କାହା ଚାଳ କୁଡିଆ ଉପରେ ଯାଇଛି ତ କେଉଁଠି ବାଉଁଶ ଖୁଣ୍ଟ ଦ୍ଵାରା ସେବା ଯୋଗାଇ ଦିଆଯାଇଛି l  ବିଦ୍ୟାଳୟ ଉପରେ ହାତ ପାହାନ୍ତାରେ ବିଦ୍ୟୁତ ତାର l କେତେବେଳେ ଯେ ବିପଦ ଆସିବ ତାହା ଜଳ ଜଳ ହୋଇ ଦେଖାଯାଉଛି l ଗାଁ ଲୋକେ କେତେଥର ଯେ ଅଭିଯୋଗ କରିଛନ୍ତି କିନ୍ତୁ ବିଦ୍ୟୁତ ଯୋଗାଣ କରି ସଂସ୍ଥା କର୍ଣ୍ଣପାତ କରୁନାହିଁ l ଜିଦି ଭବିଷ୍ୟତ ରେ କୌଣସି ଅଘଟଣ ଘଟେ ସେଥିପାଇଁ ଦାୟୀ ରହିବ କିଏ?   ଅଧୁରା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଦୃଶ୍ୟ  ନିର୍ବାଚନ ସମୟରେ ନେତାମାନେ ଭୋଟରଙ...

କଳିଙ୍ଗନଗର ରେ ଶ୍ରମିକ ଅଶାନ୍ତି, ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ଗଣଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ନୀଳାଚଳ ଇସ୍ପାତ କାରଖାନା ବନ୍ଦ ହେବା ପୂର୍ବରୁ ଶ୍ରମିକମାନଙ୍କ ଦରମା ପ୍ରଦାନ ନ କରିବା, କାରଖାନା ର ନିଜସ୍ୱ ଖଣିକୁ ଚାଲୁକରିବା, କାରଖାନାକୁ ତୁରନ୍ତ ଚାଲୁ କରିବାରେ ସରକାର ଶୀଘ୍ର ନିଷ୍ପତ୍ତି ନିଅନ୍ତୁ!  ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସେମାନଙ୍କ ମୌଳିକ ଅଧିକାର ତୁରନ୍ତ ପ୍ରଦାନ କରିବାକୁ ଆଗରୁ ମିଳିତ ମଞ୍ଚ ପକ୍ଷରୁ ଲିଖିତ ଅଭିଯୋଗ କରିଛନ୍ତି ରାଜ୍ୟସରକାର ଓ କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, କୌଣସି ସୂତ୍ରରୁ କିଛି ବି ନିଷ୍ପତ୍ତି ଗ୍ରହଣ କରାଯାଇନଥିଲା l ଆର୍ଥିକ ଅନାଟନ କାରଣରୁ ଦୁଇ ଦୁଇ ଜଣ ଙ୍କ ଜୀବନ ଗଲା କିନ୍ତୁ ସରକାର ଅଣଦେଖା କରି ଚାଲିଛନ୍ତି l ଏହି ସବୁ ଦାବିରେ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ସପରିବାର  ଡ଼ୁବୁରୀ ଛକ ଠାରେ ଆଜି ଗଣଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ କରାଯାଇଥିଲା l ସ୍ଥାନୀୟ ବିଧାୟକ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆସିଲେ ନାହିଁ l ଏଥିରୁ ସ୍ପଷ୍ଟ ହୋଇଯାଇଛି ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ଭାରି ଡର! ଏହି ଅଭିଯୋଗ ଆଣିଛନ୍ତି ଆନ୍ଦୋଳନ କାରୀ ମାନେ l କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ରାଜରାସ୍ତାରେ ଶ୍ରମିକ I କୌଣସି ଶ୍ରମିକ ସଂଘ କିମ୍ବା ଇଉନିୟନ୍ ସେମାନଙ୍କ ପାଇଁ ସ୍ଵର ଉଠାଉ ନାହାନ୍ତି ବୋଲି ...

ବେସାହାରା ଏବଂ ଭୋକିଲା ପିଲାଙ୍କୁ ମିଳିଲା ଥଇଥାନ, '' ରୀତା ଭିଜନ୍ ନ୍ୟୁଜ୍ '' ରେ ଖବର ପ୍ରସାରିତ ପରେ...

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଓଲଳ ଗ୍ରାମପଞ୍ଚାୟତର ଆଦିବାସୀ ସାହି ର ଘଟଣା l ଏହି ସାହି ର ଅସହାୟ ଓ ଭୋକିଲା ପିଲାଙ୍କ ଦୁଃଖଦ ଘଟଣା କୁ ନେଇ ଗତ ତାରିଖ ୭ ସେପଟେମ୍ବର ମାସରେ ଆମେ ଖବର ପ୍ରସାରିତ କରିଥିଲୁ l ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପହଞ୍ଚି ପାରିଛି ଉକ୍ତ ସାହିରେ l ଏହି ସାହିର ଶୁରୁ ମୁଣ୍ଡା ଓ ତାଙ୍କର ସ୍ୱାମୀ ସହିତ ୬ ଟି ପିଲା ବାସକରନ୍ତି l କିଛିଦିନ ତଳେ ସ୍ୱାମୀ ଆରପାରିକୁ ଚାଲିଗଲେ l ତାର ଗୋଟିଏଦିନ ପରେ ପାଞ୍ଚଜଣ ଛୋଟ ପିଲା ଙ୍କୁ ଛାଡି ମାନସିକ ବିକୃତ ମା ' ଶୁରୁ କେଉଁଆଡେ ଚାଲିଯାଇଥିଲା l ଭଙ୍ଗା କୁଡ଼ିଆ ରେ ନା ଖାଇ ପଡିରହିଥିବା ପିଲାଙ୍କ ବିଷୟରେ ଖବର ପ୍ରସାରଣ ପରେ ସ୍ଥାନୀୟ ବିଧାୟକ ସୁକିନ୍ଦା ଓ ଯାଜପୁର ଜିଲ୍ଲା ପ୍ରଶାସନର ନଜରରେ ଆସିଥିଲା l ଯାଜପୁର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ସୁରକ୍ଷା କମିଟି ଆଜି ଏହି ସାହିରେ ପହଞ୍ଚି ଶିଶୁ ମାନଙ୍କୁ ନିଜ ଦାୟିତ୍ଵରେ ନେଇଛନ୍ତି l ଏହି କର୍ଯ୍ୟ ପାଇଁ ଆମ RITA VISION NEWS( Disital News Potal) ଟିମ୍ ତରଫରୁ ଧନ୍ୟବାଦ ଜଣାଉଛୁ l ଏହିଭଳି ଦୁର୍ଦିନ ରେ ରହୁଥିବା ଲୋକଙ୍କ  ଓ ଲୋକମାନେ ସାମାଜିକ ଅଧିକାର ରୁ ବଞ୍ଚିତ ରହୁଥିବା ଖବର ପ୍ରସାରିତ କରି ପ୍ରଶାସନ ର ଦୃଷ୍ଟିକୁ ଆଣିବାକୁ ଆମେ ଯଥା ସମ୍ଭବ ପ୍ରୟାସ କରିବୁ l Umakanta Mohapatra (Rita vision News...

ସାନଭାଇର କୋଦାଳ ମାଡ ରେ ବଡ଼ ଭାଇ ମୃତ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ରାଣୀପଡା ଗ୍ରାମପଞ୍ଚାୟତର ଗଳିଆଛନ୍ଦା ଗ୍ରାମର ଉତମ ନାୟକ ( ୪୦) କୁ ତାଙ୍କର ସାନଭାଇ ଶ୍ରୀଧର ନାୟକ କୋଦାଳ ରେ ମୁଣ୍ଡ କୁ ପିଟି ହତ୍ୟା କରିଥିବା ଯାଜପୁର ରୋଡ଼ ଥାନା ରେ ଅଭିଯୋଗ ହୋଇଛି l ଘଟଣାରୁ ପ୍ରକାଶ ଯେ ମୃତ ଉତମ ଗତ କାଲି କାମକରି ଘରକୁ ଫେରି ଥିଲେ l ଘରେ ପହଞ୍ଚି ବା ପରେ ଘରୋଇ କାଳିକୁ ନେଇ ଦୁଇଭାଇ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା l ଏଥିରେ ଉତ୍ୟକ୍ତ ହୋଇ ସାନଭାଇ ଶ୍ରୀଧର ଏକ କୋଦାଳ ରେ ବଡ଼ ଭାଇ ର ମୁଣ୍ଡ କୁ ପିଟି ପାଖରେ ଥିବା କୂଅ ମଧ୍ୟକୁ ଠେଲି ଦେଇ ଥିଲା l ଗାଁ ଲୋକେ କୂଅରୁ ଉଦ୍ଧାର କରି ପ୍ରଥମେ ଦାନଗଦି ଡାକ୍ତର ଖାନାରେ ପରେ ଯାଜପୁର ଟାଉନ ଡାକ୍ତର ଖାନା ନେଇଥିଲେ l ଟାଉନ୍ ଡାକ୍ତର କଟକ ପଠାଇ ଦେଇଥିଲେ I କଟକରେ ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେଠାରୁ ଘରକୁ ଫେରାଇ ଆଣିବା ପରେ ମୃତ ଉତ୍ତମ ଙ୍କ ସ୍ତ୍ରୀ ସରଦା ନାୟକ ଏନେଇ ଯାଜପୁର ରୋଡ ଥାନରେ ଲିଖିତ ଅଭିଯୋଗ କରିଥିଲେ l ଯାଜପୁର ରୋଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଧର କୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରଛି l ଶବ ବ୍ୟବଚ୍ଛେଦ କରାଯିବା ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l ସାମନ୍ୟ ବଚସା ରେ ସାନଭାଇ ନେଲା ବଡ଼ ଭାଇ ର ଜୀବନ l Umakanta Mohapatra (Rita vision Ne...