ବ୍ୟୁରୋ ରିପୋର୍ଟ - ସମଗ୍ର ବିଶ୍ବ,ରାଷ୍ଟ୍ର,ରାଜ୍ୟ,ଜିଲ୍ଲା ମଧ୍ୟରେ ଥିବା ଭାର ସାମ୍ୟକୁ ସନ୍ତୁଳିତ ଏବଂ ସୁସ୍ଥ,ସବଳ,ଦୀର୍ଘସ୍ଥାୟୀ ରଖିବା ପାଇଁ ଗଣମାଧ୍ୟମ ହିଁ ପ୍ରମୁଖ ଭୂମିକା ଲିଭାଇଥାଏ। ଦେଶ ଦେଶ ମଧ୍ୟରେ ରାଜ୍ୟ ରାଜ୍ୟ ଏବଂ ଜିଲ୍ଲା ଜିଲ୍ଲା ମଧ୍ୟରେ ଥିବା ବାଦ ବିବାଦ,ଅନ୍ୟାୟ ଅନୀତିର ସରଳ ସମାଧାନ କେବଳ ଗଣମାଧ୍ୟମ ଓ ତାର ଅଭିଜ୍ଞ୍ୟ ପ୍ରତିନିଧି ମାନେ ଶୀର୍ଷକ ଭୁମିକା ଲିଭାଇଥିବାର ଅନେକ୍ ନଜିର୍ ମଧ୍ୟ ଅଛି। ଆଜି ଏକବିଂଶ ଶତାବ୍ଦୀରେ କେତେକ ସାମାଜିକ ଗଣମାଧ୍ୟମ ବିନା କୌଣସି ସରକାରୀ ସୁବିଧା ପାଇ ମଧ୍ୟ ପୁରାତନ ତଥା ଆଗ ଧାଡ଼ିର କିଛି ଖବରକାଗଜ ଏବଂ ବୌଦୁତିକ ଗଣମାଧ୍ୟମ ମାନଙ୍କର ଏକଚାଟିଆ କରବାର କୁ ସମୁଳେ ବିନାଶ କରିବା ପାଇଁ ଆଗେଇ ଆସିବା ଦ୍ବାରା ସାରା ବିଶ୍ବରେ ଏହାର ସୁ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଆମ ଭାରତ ବର୍ଷ ସ୍ୱାଧିନତା ପାଇବାର ପୂର୍ବରୁ ଏବଂ ପରେ ପରେ କିଛି ବର୍ଷ ପର୍ଯ୍ୟନ୍ତ ସାମ୍ବାଦିକତା,ଶିକ୍ଷକତା,ଡାକ୍ତରୀ ଏବଂ ଓକିଲାତି ପେଷା ଯେଉଁମାନେ କରୁଥିଲେ,ସେମାନେ ସେତେ ବେଳେ ଗୋଟିଏ ସେବା ତଥା ନିଶାରେ କାର୍ଯ୍ୟ କରୁଥିଲେ, ସେଥିପାଇଁ କୌଣସି ପାରିଶ୍ରମିକ ଆଶା କରୁନଥିଲେ କାରଣ ସେମାନଙ୍କର ଘର ଦ୍ବାର କିମ୍ବା ଖାଦ୍ୟ ପେୟ ର କୌଣସି ଅସୁବିଧା ନଥିଲା। ବର୍ତ୍ତମାନ ସେ ସବୁ ସେବା ଏବଂ ନିଶାର ଘୋର ପରିବର୍ତ୍ତନ ଘଟିଛି " ...