Posts

ଦାନଗଦି ବ୍ଲକ ର ୮ଟି ବିଦ୍ୟାଳୟ ର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସୁକିନ୍ଦା ବିଧାୟକ l

Image
ଯାଜପୁର - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ବିଦ୍ୟାଳୟ ମାନଙ୍କରେ ଉନ୍ନତ ମାନର ଶିକ୍ଷା ପ୍ରଦାନ ଓ ବିଦ୍ୟଳୟ କୁ ବିକଶିତ କରିବା ପାଇଁ ପ୍ରୟାସ ଜାରି ରହିଛି l ଏହି ପରିପେକ୍ଷିରେ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ OMBADC ଆବଣ୍ଟିତ ପାଣ୍ଠିରୁ ବିଦ୍ୟାଳୟ ମାନଙ୍କରେ ଉନ୍ନତ ମାନର ଶୌଚାଳୟ, ପଢ଼ାଘର, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଆଦି  ପାଇଁ ଶିଳାନ୍ୟାସ କରିଥିଲେ l  ଏହି ପରିପ୍ରେକ୍ଷୀରେ ଦାନଗଦି ବ୍ଲକ ର ରାଛିପୁର ଯୁଝୁପଦା ଆପର୍ ପ୍ରାଇମେରୀ ସ୍କୁଲ୍, ଖପୁରିଆପଦା ପ୍ରାଇମେରୀ ସ୍କୁଲ୍, କୁମ୍ଭୀରଗଡ଼ିଆ ନୋଡାଲ ପ୍ରାଇମେରୀ ସ୍କୁଲ୍, ମାର୍ଥାପୁର ନୋଡ଼ାଲ ପ୍ରାଇମେରୀ ସ୍କୁଲ୍, ମାଣତିରା- କେନ୍ଦୁଢିପ କେ. ଏନ୍. ବ୍ରହ୍ମଚାରୀ ପ୍ରାଇମେରୀ ସ୍କୁଲ୍, ଗୋଲା ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଅଙ୍କୁରାପାଳ ପ୍ରାଇମେରୀ ସ୍କୁଲ୍ ଏବଂ ପଙ୍କପାଳ ବିଣାପାଣୀ ବିଦ୍ୟାପୀଠ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଆଗାମୀ ଫେବୃୟାରୀ ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ l

ଇମ୍ଫା ପକ୍ଷରୁ ନିର୍ମିତ ସାଧାରଣ ଶୌଚାଳୟ ଲୋକାର୍ପିତ l

Image
ଯାଜପୁର (କାଳିଆପାଣି ): - ଇମ୍ଫାର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା ଖଣି ଅଞ୍ଚଳର କାଳିଆପାଣି ପଞ୍ଚାୟତ ଅନ୍ତର୍ଗତ ଗୁରୁଜଙ୍ଗଠାରେ ପୁରୁଷ ଓ ମହିଳା ମାନଙ୍କ ବ୍ୟବହlର ନିମନ୍ତେ ନିର୍ମିତ ପୃଥକ ସାଧାରଣ ଶୌଚାଳୟ ସୋମବାର ଲୋକାର୍ପିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କlର୍ମୀକ ଓ ପ୍ରଶାସନ ବିଭାଗ ଉପ ମହାପ୍ରବନ୍ଧକ ଅଜୟ କୁମାର ବେହୁରିଆ ନବନିର୍ମିତ ଶୌଚାଳୟକୁ ଗ୍ରାମବାସୀଙ୍କ ବ୍ୟବହାର ନିମନ୍ତେ ଲୋକାର୍ପିତ କରିଥିଲେ l  ସ୍ଥାନୀୟ ସରପଞ୍ଚ କଳ୍ପନା ଜେନା, ସମିତି ସଭ୍ୟା ସଂଗୀତା ପ୍ରଧାନ, ଇମ୍ଫାର ଲୋକସମ୍ପର୍କ ବିଭାଗ ବରିଷ୍ଠ ପରିଚାଳକ ଜଗନ ମୋହନ ମଲ୍ଲିକ,ଯୁବ ସମାଜସେବୀ ଆଶିଷ ଜେନା , ୱାର୍ଡ ସଭ୍ୟ ଶଙ୍କର ହେମ୍ବ୍ରମ, ଶ୍ୟାମ ମହାନ୍ତ ଓ ଗୋପାଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଲୋକସମ୍ପର୍କ ବିଭାଗ ବରିଷ୍ଠ ଅଧିକାରୀ ମିଲନ ରଞ୍ଜନ କର, ଫାଉଣ୍ଡେସନର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି କାର୍ଯ୍ୟକ୍ରମଳୁ ପରିଚାଳନା କରିଥିଲେ l ଫାଉଣ୍ଡେସନର ଏଭଳି ସ୍ୱଚ୍ଛତା ଅଭିମୁଖୀ କାର୍ଯ୍ୟକ୍ରମକୁ ସମ୍ପୃକ୍ତ ଗ୍ରାମବାସୀ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା l (ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l

ସରକାରୀ ନିର୍ଦ୍ଦେଶକୁ ନେସକୋର ଫୁ : ସୁକିନ୍ଦାରେ ଦୈନିକ ତିନିଘଣ୍ଟା ବିଦ୍ୟୁତ କାଟ!

Image
ଯାଜପୁର (ସୁକିନ୍ଦା):- ବିତ୍ୟୁତ ବିତରଣକାରି ସଂସ୍ଥା ନେସକୋର ମନମାନୀ ଚରମ ସୀମାରେ ପହଞ୍ଚିଛି l ରାଜ୍ୟରେ ବିଦ୍ୟୁତ କାଟ ହେବନାହିଁ ଓ ଉପଭୋକ୍ତାମାନଙ୍କୁ ଅବାରିତ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ଘୋଷଣା ନେସକୋ କର୍ତ୍ତ୍ତୃପକ୍ଷଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ l  ନେସକୋ କର୍ତ୍ତ୍ତୃପକ୍ଷ ଗତ ଅକ୍ଟୋବର ମାସଠାରୁ ମାସିକ ବିଦ୍ୟୁତ ଦେୟ ବୃଦ୍ଧି କରିଥିବାବେଳେ ସତକାରଙ୍କ ନିର୍ଦ୍ଦେଶକୁ ଫୁ କରି ଦୈନିକ ସକାଳେ ଖରାବେଳେ ଓ ସନ୍ଧ୍ୟାରେ ପର୍ଯ୍ୟାୟ କ୍ରମେ ଏକଘଣ୍ଟା କରି ତିନିଘଣ୍ଟା ବିଦ୍ୟୁତ କାଟ କରୁଛନ୍ତି l ଏ ସମ୍ପର୍କରେ ନେସକୋର ଡ଼ୁବୁରି ଉପଖଣ୍ଡ ଏସଡ଼ିଓ ଓ ସୁକିନ୍ଦା ସେକସନ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କ ନିକଟରେ ବହୁ ଗ୍ରହୀତା ଅଭିଯୋଗ କରୁଥିଲେ ମଧ୍ୟ ସେମାନେ ଏଥିପ୍ରତି କର୍ଣ୍ଣପାତକରି ବିଦ୍ୟୁତ ଯୋଗାଣରେ ସୁଧାର ଆଣିବାକୁ ପଦକ୍ଷେପ ନେଉନଥିବା ବହୁ ବିଦ୍ୟୁତ ଗ୍ରହୀତା ଅଭିଯୋଗ କରିଛନ୍ତି l  ଏହାକୁନେଇ ଶହ ଶହ ବିଦ୍ୟୁତ ଗ୍ରହୀତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି l ବିଦ୍ୟୁତ ନିୟlମକ ଆୟୋଗ ଓ ରାଜ୍ୟ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ବିଦ୍ୟୁତ କାଟ ନକରିବା ପାଇଁ ନେସକୋଜୁ ନିର୍ଦ୍ଦେଶ ଦେବାପାଇଁ ବିଦ୍ୟୁତ ଗ୍ରାହକ ମାନେ ଦାବି କରିଛନ୍ତି l

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ମଣ୍ଡଳ ବିଜେପି ର ପ୍ରଶିକ୍ଷଣ ଶିବିର l

Image
ଯାଜପୁର - ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥି ଡକ୍ଟର ପ୍ରଦୀପ ବଳସାମନ୍ତ (ଟୁଟୁ) ଭାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ରେ ସମସ୍ତ ମଣ୍ଡଳ ପଦାଧିକାରୀ ଓ ଶକ୍ତିକେନ୍ଦ୍ର ପ୍ରମୁଖ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।                 ପ୍ରଶିକ୍ଷକ ଭାବେ ଯାଜପୁର ଜିଲ୍ଲା ବିଜେପି ପ୍ରଭାରୀ ଶ୍ରୀଯୁକ୍ତ ଶାରଦା ପ୍ରସାଦ ଶତପଥି ଏବଂ ତାଙ୍କ ସହ ଯୋଗଦେଇଥିଲେ ରାଜ୍ୟ ବିଜେପି ଆଇଟି ସେଲ ସଂଯୋଜକ ଶ୍ରୀଯୁକ୍ତ ରବୀନ୍ଦ୍ର ବେହେରା,ଦାନଗଦୀ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ସଞ୍ଜୟ ମହାନ୍ତି, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରାୟ, ଦାନଗଦୀ ବ୍ଲକ ଉପାଦକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଭଞ୍ଜ, ଶ୍ରୀଯୁକ୍ତ ପ୍ରତାପ ଧୀର, ଶ୍ରୀଯୁକ୍ତ ହଳଧର ନାୟକ, ଶ୍ରୀଯୁକ୍ତ ଜଳଧର ଖିଲାର, ଶ୍ରୀଯୁକ୍ତ ବୀରବର ସାହୁ, ଶ୍ରୀଯୁକ୍ତ ବାବୁଲି ନାଟିଆ,ଯୁବନେତା ଶ୍ରୀଯୁକ୍ତ ପପୁନା ମହାପାତ୍ର, ସୁକିନ୍ଦା ବିଜେପି ଆଇଟି ସେଲ ସଂଯୋଜକ ଶ୍ରୀ ଦିପ୍ତୀରଂଜନ ଦାସ, ଶ୍ରୀଯୁକ୍ତ ପ୍ରମୋଦ ସ୍ୱାଇଁ, ଶ୍ରୀଯୁକ୍ତ ଅଭିମନ୍ୟୁ ପ୍ରଧାନ, ଶ୍ରୀଯୁକ୍ତ ତପନ ବାରିକ ମହୋଦୟ ନିର୍ଦ୍ଧାରିତ ବିଷୟ ଉପରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

କବି ଦୁର୍ଯ୍ୟୋଧନ ନାୟକଙ୍କ ସ୍ମୃତିଚାରଣ ସଭା

Image
ଯାଜପୁର (ସୁକିନ୍ଦା): - ସୁକିନ୍ଦା ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି କବି ଦୁର୍ଯ୍ୟୋଧନ ନାୟକଙ୍କ ଏକାଦଶାହ ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଗୁରୁବାର ଅପରାହ୍ନରେ ତାଙ୍କ ହରିପୁରସ୍ଥ ବାସଭବନରେ କୋଭିଡ ନିୟମ ପାଳନ କରାଯାଇ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା l ସୁକିନ୍ଦା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ସଭାପତି ବାଉରୀବନ୍ଧୁ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କବି ପ୍ରଫୁଲ୍ଲ କୁମାର ଦାଶ କବୟିତ୍ରୀ ସଂଯୁକ୍ତା ମହାପାତ୍ର, ସାହିତ୍ୟିକ ଶରତ ରାୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ଭୂୟାଁ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଆଇନଜୀବି ସନାତନ ଗୁରୁ, ସାମ୍ବାଦିକ ପୁର୍ଣ ଚନ୍ଦ୍ର ସାହୁ ଅତିଥିଭାବେ ଯୋଗଦେଇ ସାରସ୍ୱତ ସାଧନlରେ ସ୍ୱର୍ଗତ ନାୟକଙ୍କ ଅବଦାନ ଓ ସୁକିନ୍ଦା ସାହିତ୍ୟ ସମାଜ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l  ଅନ୍ୟମାନଙ୍କ ମଧ୍ୟରେ କବି ଗୋକୁଳ ବିହାରୀ ପୃଷ୍ଟି ରବୀନ୍ଦ୍ର ହୋତା ଅଜୟ କୁମାର ଖୁଣ୍ଟିଆ ଭୁବନ ମୋହନ ମହାନ୍ତି ଡ. ଦୟାନିଧି ଦାଶ ସୁଦାମ ଚରଣ ନାୟକ ଅଲେଖ ପ୍ରସାଦ ପାଗଡ଼ କବୟିତ୍ରୀ ଲବଙ୍ଗଲତା ପରିଡ଼ା ସାମ୍ବାଦିଜ ରାଙ୍ଗବଲ୍ଲଭ ସାହୁ ଓ ଦୟାନିଧି ନାୟକ ଶିକ୍ଷାବିତ କୁଳମଣି ଦତ୍ତ ଆର୍ତ୍ତବନ୍ଧୁ ପ୍ରଧାନ ଶଶଧର ମୁଦୁଲି ନାରାୟଣ ଶତପଥି ମନରଞ୍ଜନ ଦାସ ଅଧ୍ୟାପକ ରଞ୍

ଭାଜପା ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (ସୁକିନ୍ଦା):-ସୁକିନ୍ଦା ଭାଜପା ପକ୍ଷରୁ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖରଡ଼ି ପଞ୍ଚାୟତରେ ମଙ୍ଗଳବାର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦଳର ଆଭିମୁଖ୍ୟ, ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୟ ଲାଭପାଇଁ ଦଳର ରଣନୀତି କଣହେବ ଓ ତୃଣମୂଳ ସ୍ତରରୁ ଦଳକୁ କିପରି ସଂଗଠିତ କରାଯିବ ସେ ସମ୍ପର୍କରେ  ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଅମର ନାୟକ ଓ ଗତ ସାଧାରଣ ନିର୍ବାଚନରେ ଧର୍ମଶାଳା ବିଧାୟକ ପ୍ରାର୍ଥୀ ରମେଶ ପରିଡା ପ୍ରଶିକ୍ଷଣ ଦେଇଥିଲେ l ଏହି ପ୍ରଶିକ୍ଷଣ ଶିବିରରେ ସୁକିନ୍ଦା ନଦୀକୂଳ ଅନ୍ତର୍ଗତ 9ଟି ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l

ଯାଜପୁର, ସୁକିନ୍ଦା ଇମ୍ଫା ଖଣିରେ ସ୍ୱଚ୍ଛତା ପକ୍ଷ ପାଳିତ l

Image
 ଯାଜପୁର (ସୁକିନ୍ଦା):-ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ ନିର୍ଦ୍ଦେଶ କ୍ରମେ ଚଳିତମାସ ୧୬ତାରିଖ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ସୁକିନ୍ଦାର ବିଭିନ୍ନ କ୍ରୋମାଇଟ ଖଣିରେ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି l ଏହି କ୍ରମରେ ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଓ ମହାଗିରି ଖଣିରେ ଏହି କାର୍ଯ୍ୟକ୍ରମ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି l ଏହାକୁ ଖଣି ଉପ ସଭାପତି ସୁଧାଂଶୁ ପାଟନୀ ଉଦଘାଟନ କରିଥିବାବେଳେ ଖଣି ସାଧାରଣ ପରିଚାଳକ ଲଲାଟେନ୍ଦୁ ମହାପାତ୍ର, ନିର୍ମାଣ ବିଭାଗ ମୁଖ୍ୟ ପ୍ରଦୀପ ଦେ, ଲୋକସମ୍ପର୍କ ବିଭାଗ ମୁଖ୍ୟ ଜଗନ ମୋହନ ମଲ୍ଲିକ, କାର୍ମିକ ବିଭାଗ ପରିଚାଳକ ଗିରିଶ ପଟ୍ଟନାୟକ, ଯୋଗାଣ ଶୃଙ୍ଖଳ ବିଭାଗ ମୁଖ୍ୟ ନବିତ ନନ୍ଦଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏଥରେ ଉପସ୍ଥିତ ଥିଲେ l  କୋଭିଡ କଟକଣାକୁ ପାଳନକରି ସଚେତନତା ବାର୍ତ୍ତା ପ୍ରଚାର ସହ ଶପଥ ପାଠ କରାଯାଇଥିଲା l ମୁଖ୍ୟ ପ୍ରଶାସନିଜ କାର୍ଯ୍ୟlଳୟ, ମହାଗିରି ଖଣି କାର୍ଯ୍ୟାଳୟ, ବିଶ୍ରାମସ୍ଥଳୀ, କ୍ୟାଣ୍ଟିନ, କଲୋନୀ ପରିସର ଆଦି ସ୍ଥାନରେ ସ୍ୱଚ୍ଛତା ସମ୍ପର୍କୀତ ସଚେତନତା ବାର୍ତ୍ତା ପ୍ରଚାର କରାଯିବାସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମକୁ ପରିବେଶ ବିଭାଗ ମୁଖ୍ୟ ଏମ. ମଣିନନ୍ଦନ ପରିଚାଳନା କରିଥିବା ବେଳେ ସମରେନ୍ଦ୍ର ସ୍ୱାଇଁ, ମନୀଷା ମହାନ୍ତି, ଭରତ ରାଉତ, ଦେବାଶିଷ ସାମଲ ମିଲନ ରଞ୍ଜନ କର ପ୍ରମୁ