Posts

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଦର ମାଟିରେ ଭବ୍ୟ ସମ୍ବର୍ଦ୍ଧନା l

Image
କଟକ (ବ୍ୟୁରୋ ରିପୋର୍ଟ) :- କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ "ଉତ୍କଳ ବିକାଶ ପରିଷଦ"(ଉଵିପ) ପକ୍ଷରୁ କଟକ ସଦର ବ୍ଲକ ଉପକଣ୍ଠ ସୋମପୁର ବଜାରରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଭିମୁଖେ ଯାତ୍ରା କରୁଥିବା ସମୟରେ ମାନ୍ୟବର ତୈଳ,ପ୍ରାକୃତିକ ଓ ଇସ୍ପାତମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ତାଙ୍କ କାର୍ମଧାରାର ଉଚ୍ଚ ପ୍ରସଂଶା କରିବାସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ! ଏହି ସ୍ୱାଗତ ସମ୍ବର୍ଦ୍ଧନା ପର୍ଵରେ ଭାଜପା କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଭାଜପା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ବୁଲୁ ପ୍ରଧାନ,ଉବିପ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଲଷ୍ମୀଧର ଜେନା, ବିମଳ କୁମାର ପଣ୍ଡା, ଅଶୋକ କୁମାର ସାମଲ, ନିରଞ୍ଜନ ରାଉଳ,ସୁମନ ଦାଶ, ତୁଷାର ବେହେରା, ସଂଜୟ ମଲ୍ଲିକ, ରଘୁନାଥ ଚୌଧୁରୀ, ରଂଜନ ସେଠୀ,ଗୋପୀନାଥ ସେଠୀ, ରତିକାନ୍ତ ନାୟକ, ସନ୍ତୋଷ ଭୋଇ, ବିଜୟ କୁମାର ନାୟକ,ସଂଜୟ ସେଠୀ,ସୁଦର୍ଶନ ଜେନା,ସଂଜୟ ସାହୁ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତଥିଲେ ! ସୂଚନାଯୋଗ୍ୟ କେନ୍ଦ୍ରମନ୍ତ୍ରୀ ପାରାଦ୍ୱୀପ ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁଗପୁରୁଷ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ଉତ୍ସବ ଏବଂ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପଲକ୍ଷେ ଯୋଗଦାନ କରିବାର ବ୍ୟବସ୍ଥାରହିଛି ! ବିଭିନ୍ନ ଜନହିତକର କାର୍ଯ୍ୟରେ "ଉତ୍କଳ ବିକାଶ ପରିଷଦ" ସଂଗଠନର ଭୂମିକା

ଇମ୍ଫା ଭୂତଳ ଖଣି ପିଟ୍ ହେଡ କମ୍ପ୍ଲେକ୍ସ ଉଦଘାଟିତ।

Image
ଯାଜପୁର (ସୁକିନ୍ଦା): ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଖଣି ଅଞ୍ଚଳର ମହାଗିରି କ୍ରୋମାଇଟ ଖଣିଠାରେ ନିର୍ମିତ ସୁକିନ୍ଦା ଖଣି ଉପତ୍ୟକାର ପ୍ରଥମ ଅତ୍ୟାଧୁନିକ ପିଟ୍ ହେଡ୍ କମ୍ପ୍ଲେକ୍ସ ଭରଚୁଆଲ ମାଧ୍ୟମରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭକାନ୍ତ ପଣ୍ଡାଙ୍କଦ୍ୱାରା ଗତ ୨୪ ତାରିଖରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଶ୍ରୀ ପଣ୍ଡା କର୍ମଚାରୀମାନେ ଇମ୍ଫାର ଗୁଣାତ୍ମକମାନ ଓ ଉତ୍ପାଦିକତା ବୃଦ୍ଧି ନିମନ୍ତେ ମିଳିତଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l  ଏହି କମ୍ପ୍ଲେକ୍ସରେ କର୍ମଚାରୀଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୌଚାଳୟ, ପରିସ୍ରାଗାର, ବିଶ୍ରାମାଗାର, ପ୍ରାଥମିକ ଚିକିତ୍ସl କେନ୍ଦ୍ର ସମେତ ସଭାଗୃହ, ଲକ୍କର, କ୍ୟାପ ଲ୍ୟାମ୍ପ ଆଦି ବହୁମୁଖୀ ଗୃହ ରହିଛି l ଏଥିରେ ଖଣି ଉପ ସଭାପତି ସୁଧାଂଶୁ ପାଟନୀ ସ୍ୱାଗତ ଭାଷଣ ଦେଇଥିଲେ l ଖଣି ମୁଖ୍ୟ ତଥା ବରିଷ୍ଠ ଉପ ସଭାପତି ସଞ୍ଜିବ ଦାସ ପ୍ରାରମ୍ଭିକ ସୂଚନାଦେଇ ପିଟ ହେଡ କମ୍ପ୍ଲେକ୍ସର ବ୍ୟବହାରିକ ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ l ମହାଗିରି ଖଣି ପରିଚାଳକ ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଇମ୍ଫାର ପ୍ରଶାସନିକ ତଥା କାର୍ମିକ ବିଭାଗ ମୁଖ୍ୟ ଅଜୟ କୁମାର ବେହୁରିଆ ଓ ସହକର୍ମୀମାନେ ଏହି ଭରଚୁଆଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ) l

ସୁକିନ୍ଦା ପ୍ରେସ ଫୋରମ ର ବୈଠକ ଓ ବନ୍ଧୁ ମିଳନ l

Image
ଯାଜପୁର (ସୁକିନ୍ଦା):-ସୁକିନ୍ଦା ପ୍ରେସ ଫୋରମର ଏକ ବୈଠକ ୨୩ତାରିଖ ପୂର୍ବାହ୍ନରେ ଫୋରମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି l ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିଜ ଜୟ ନାରାୟଣ ମହାପାତ୍ର ଏଥିରେ ଯୋଗଦେଇ ସାମ୍ବାଦିକ ମାନଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ଅବତାରଣା କରିବାସହ ସାମ୍ବାଦିକମାନେ ନିର୍ଭୀକଭାବେ ସତ୍ୟ ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ବରିଷ୍ଠ ସାମ୍ବାଦିକ ରବି ନାରାୟଣ କର ଏଥିରେ ଅଧ୍ୟକ୍ଷତା କରି ସାମ୍ବାଦିକ ମାନଙ୍କର ସମ୍ବାଦ ପରିବେଷଣର ଶୈଳୀ ଓ ସତ୍ୟ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଆରୋପକରି ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଅନୁସନ୍ଧାନମୂଳକ ସମ୍ବାଦ ପରିବେଷଣ କଲେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିବେ ବୋଲି କହିଥଲେ l  ସାମ୍ବାଦିଜ ଦୟାନିଧି ମହାନ୍ତ, ସୁଶାନ୍ତ ମଲ୍ଲିକ, କୃତ୍ତିବାସ ଭଞ୍ଜ ପ୍ରମୁଖ ଉଦବୋଧନ ଦେଇ ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ରକ୍ଷlପାଇଁ କୌଣସି ଚାପ କିମ୍ବା ପ୍ରଲୋଭନର ବଶବର୍ତ୍ତୀ ନହୋଇ ସତ୍ୟ ସମ୍ବାଦ ପରିବେଷଣ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ l ଆବାହକ ଜିଜ୍ଞାଂଶୁ ସାହୁ ପ୍ରାରମ୍ଭିକ ସୂଚନା ଦେଇ ପ୍ରେସ ଫୋରମ ଗଠନର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l ଚକ୍ରଧର ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ l ଫୋରମର ସଦସ୍ୟ ଅଂଶୁମାନ ବେହୁରା, କୃତ୍ତିବାସ ଭଞ୍ଜ, ଉମାକାନ୍ତ ମହାପାତ୍ର, ସନ୍

ଡୁବୁରୀ - ମିଲେଟାରୀ ଛକ ୬ ଥାକିଆ ରାସ୍ତା ନିର୍ମାଣ ର ଅବଧି ୪ମାସ ହେଲା ଶେଷ ହୋଇଛି, କିନ୍ତୁ ଆଜି ହେଉଛି ଦାନଗଦି ବଜାର ଉଚ୍ଛେଦ l

Image
ଯାଜପୁର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ସଂଲଗ୍ନ ହୋଇ ରହିଥିବା ରାସ୍ତା ଡୁବୁରୀ ଠାରୁ ମିଲିଟାରୀ ଛକ ରାସ୍ତା ନିର୍ମାଣ ହେବାକୁ ଦୀର୍ଘ ଦିନ ହେଲା ପଡିରହିଛି I ଏହାର କାରଣ ହେଉଛି ରାସ୍ତା କଡରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଏବଂ ତା ସହିତ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଦ୍ଵାରା କରାଯାଇଥିବା  ଜବର ଦଖଲ l  ଗତ ତାରିଖ ୭/୩/୨୦୧୯ ଠାରୁ ଆରମ୍ଭ ହୋଇ ତାରିଖ ୬/୮/୨୦୨୦ ରେ ଶେଷ ହେବାକୁ ଥିବା ଏହି ରାସ୍ତା ର ଅବଧି ଆଜକୁ ପ୍ରାୟ ଚାରି ମାସ ହେଲା ଶେଷ ହୋଇଛି କିନ୍ତୁ ରାସ୍ତା କାର୍ଯ୍ୟ ହୋଇପାରୁନାହିଁ I ୧୨ କିଲୋମିଟର ରାସ୍ତା କାମ କରିବାକୁ ଜିଲ୍ଲା ଖଣିଜ ପାଣ୍ଠି ରୁ ୪୧ କୋଟି ୮୮ ଲକ୍ଷ ୭୮ ହଜାର ୨୧୦ ଟଙ୍କା ବ୍ୟୟ ଅଟକଳ କରାଯାଇଛି l  ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଆଜି ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ଯାହାକି ଶିଙ୍ଗାଗଡ଼ିଆ ଠାରୁ ଆରମ୍ଭ କରି ଶୋଲେଇ ଓ ଦାନଗଦି ବଜାର ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଛି I ଦାନଗଦି ତହସିଲଦାର ଙ୍କ ଉପସ୍ଥିତିରେ ପୋଲିସ୍ ସହାୟତା ରେ ଏହି କାର୍ଯ୍ୟ ହେଉଛି l 

ଦାନଗଦି ବ୍ଲକ ର ୮ଟି ବିଦ୍ୟାଳୟ ର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସୁକିନ୍ଦା ବିଧାୟକ l

Image
ଯାଜପୁର - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ବିଦ୍ୟାଳୟ ମାନଙ୍କରେ ଉନ୍ନତ ମାନର ଶିକ୍ଷା ପ୍ରଦାନ ଓ ବିଦ୍ୟଳୟ କୁ ବିକଶିତ କରିବା ପାଇଁ ପ୍ରୟାସ ଜାରି ରହିଛି l ଏହି ପରିପେକ୍ଷିରେ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ OMBADC ଆବଣ୍ଟିତ ପାଣ୍ଠିରୁ ବିଦ୍ୟାଳୟ ମାନଙ୍କରେ ଉନ୍ନତ ମାନର ଶୌଚାଳୟ, ପଢ଼ାଘର, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଆଦି  ପାଇଁ ଶିଳାନ୍ୟାସ କରିଥିଲେ l  ଏହି ପରିପ୍ରେକ୍ଷୀରେ ଦାନଗଦି ବ୍ଲକ ର ରାଛିପୁର ଯୁଝୁପଦା ଆପର୍ ପ୍ରାଇମେରୀ ସ୍କୁଲ୍, ଖପୁରିଆପଦା ପ୍ରାଇମେରୀ ସ୍କୁଲ୍, କୁମ୍ଭୀରଗଡ଼ିଆ ନୋଡାଲ ପ୍ରାଇମେରୀ ସ୍କୁଲ୍, ମାର୍ଥାପୁର ନୋଡ଼ାଲ ପ୍ରାଇମେରୀ ସ୍କୁଲ୍, ମାଣତିରା- କେନ୍ଦୁଢିପ କେ. ଏନ୍. ବ୍ରହ୍ମଚାରୀ ପ୍ରାଇମେରୀ ସ୍କୁଲ୍, ଗୋଲା ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଅଙ୍କୁରାପାଳ ପ୍ରାଇମେରୀ ସ୍କୁଲ୍ ଏବଂ ପଙ୍କପାଳ ବିଣାପାଣୀ ବିଦ୍ୟାପୀଠ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଆଗାମୀ ଫେବୃୟାରୀ ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ l

ଇମ୍ଫା ପକ୍ଷରୁ ନିର୍ମିତ ସାଧାରଣ ଶୌଚାଳୟ ଲୋକାର୍ପିତ l

Image
ଯାଜପୁର (କାଳିଆପାଣି ): - ଇମ୍ଫାର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା ଖଣି ଅଞ୍ଚଳର କାଳିଆପାଣି ପଞ୍ଚାୟତ ଅନ୍ତର୍ଗତ ଗୁରୁଜଙ୍ଗଠାରେ ପୁରୁଷ ଓ ମହିଳା ମାନଙ୍କ ବ୍ୟବହlର ନିମନ୍ତେ ନିର୍ମିତ ପୃଥକ ସାଧାରଣ ଶୌଚାଳୟ ସୋମବାର ଲୋକାର୍ପିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କlର୍ମୀକ ଓ ପ୍ରଶାସନ ବିଭାଗ ଉପ ମହାପ୍ରବନ୍ଧକ ଅଜୟ କୁମାର ବେହୁରିଆ ନବନିର୍ମିତ ଶୌଚାଳୟକୁ ଗ୍ରାମବାସୀଙ୍କ ବ୍ୟବହାର ନିମନ୍ତେ ଲୋକାର୍ପିତ କରିଥିଲେ l  ସ୍ଥାନୀୟ ସରପଞ୍ଚ କଳ୍ପନା ଜେନା, ସମିତି ସଭ୍ୟା ସଂଗୀତା ପ୍ରଧାନ, ଇମ୍ଫାର ଲୋକସମ୍ପର୍କ ବିଭାଗ ବରିଷ୍ଠ ପରିଚାଳକ ଜଗନ ମୋହନ ମଲ୍ଲିକ,ଯୁବ ସମାଜସେବୀ ଆଶିଷ ଜେନା , ୱାର୍ଡ ସଭ୍ୟ ଶଙ୍କର ହେମ୍ବ୍ରମ, ଶ୍ୟାମ ମହାନ୍ତ ଓ ଗୋପାଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଲୋକସମ୍ପର୍କ ବିଭାଗ ବରିଷ୍ଠ ଅଧିକାରୀ ମିଲନ ରଞ୍ଜନ କର, ଫାଉଣ୍ଡେସନର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି କାର୍ଯ୍ୟକ୍ରମଳୁ ପରିଚାଳନା କରିଥିଲେ l ଫାଉଣ୍ଡେସନର ଏଭଳି ସ୍ୱଚ୍ଛତା ଅଭିମୁଖୀ କାର୍ଯ୍ୟକ୍ରମକୁ ସମ୍ପୃକ୍ତ ଗ୍ରାମବାସୀ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା l (ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l

ସରକାରୀ ନିର୍ଦ୍ଦେଶକୁ ନେସକୋର ଫୁ : ସୁକିନ୍ଦାରେ ଦୈନିକ ତିନିଘଣ୍ଟା ବିଦ୍ୟୁତ କାଟ!

Image
ଯାଜପୁର (ସୁକିନ୍ଦା):- ବିତ୍ୟୁତ ବିତରଣକାରି ସଂସ୍ଥା ନେସକୋର ମନମାନୀ ଚରମ ସୀମାରେ ପହଞ୍ଚିଛି l ରାଜ୍ୟରେ ବିଦ୍ୟୁତ କାଟ ହେବନାହିଁ ଓ ଉପଭୋକ୍ତାମାନଙ୍କୁ ଅବାରିତ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ଘୋଷଣା ନେସକୋ କର୍ତ୍ତ୍ତୃପକ୍ଷଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ l  ନେସକୋ କର୍ତ୍ତ୍ତୃପକ୍ଷ ଗତ ଅକ୍ଟୋବର ମାସଠାରୁ ମାସିକ ବିଦ୍ୟୁତ ଦେୟ ବୃଦ୍ଧି କରିଥିବାବେଳେ ସତକାରଙ୍କ ନିର୍ଦ୍ଦେଶକୁ ଫୁ କରି ଦୈନିକ ସକାଳେ ଖରାବେଳେ ଓ ସନ୍ଧ୍ୟାରେ ପର୍ଯ୍ୟାୟ କ୍ରମେ ଏକଘଣ୍ଟା କରି ତିନିଘଣ୍ଟା ବିଦ୍ୟୁତ କାଟ କରୁଛନ୍ତି l ଏ ସମ୍ପର୍କରେ ନେସକୋର ଡ଼ୁବୁରି ଉପଖଣ୍ଡ ଏସଡ଼ିଓ ଓ ସୁକିନ୍ଦା ସେକସନ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କ ନିକଟରେ ବହୁ ଗ୍ରହୀତା ଅଭିଯୋଗ କରୁଥିଲେ ମଧ୍ୟ ସେମାନେ ଏଥିପ୍ରତି କର୍ଣ୍ଣପାତକରି ବିଦ୍ୟୁତ ଯୋଗାଣରେ ସୁଧାର ଆଣିବାକୁ ପଦକ୍ଷେପ ନେଉନଥିବା ବହୁ ବିଦ୍ୟୁତ ଗ୍ରହୀତା ଅଭିଯୋଗ କରିଛନ୍ତି l  ଏହାକୁନେଇ ଶହ ଶହ ବିଦ୍ୟୁତ ଗ୍ରହୀତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି l ବିଦ୍ୟୁତ ନିୟlମକ ଆୟୋଗ ଓ ରାଜ୍ୟ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ବିଦ୍ୟୁତ କାଟ ନକରିବା ପାଇଁ ନେସକୋଜୁ ନିର୍ଦ୍ଦେଶ ଦେବାପାଇଁ ବିଦ୍ୟୁତ ଗ୍ରାହକ ମାନେ ଦାବି କରିଛନ୍ତି l