Posts

ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ରନର-ଅପ୍ I ଆନ୍ଧ୍ରପ୍ରଦେଶ ଚମ୍ପିଆନ୍ l

Image
ବ୍ୟୁରୋ ରିପୋର୍ଟ :- ବାଙ୍ଗାଲୁରୁରେ ୧୬/୨/୨୦୨୧ ଆୟୋଜିତ ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ରନର୍ସ –ଅପ ରେ ସନ୍ତୁଷ୍ଟ ହେବାକୁ ପଡିଛି। ମଙ୍ଗଳବାର ଖେଳାଯାଇଥିବା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଓଡ଼ିଶା ଆନ୍ଧ୍ର ପ୍ରଦେଶକୁ ଭେଟିଥିଲା, ଆନ୍ଧ୍ର ପ୍ରଦେଶ ପ୍ରଥମେ ତସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୨୪୬/୩ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ- ଡି ଭେଙ୍କେଟେଶ୍ଵରା ୧୩୨, ଟି ଦୂର୍ଗା ୪୭, ଡି ତାଣ୍ଡବା ୨୨ ଓ ଅଜୟ ରେଡ୍ଡୀ ୧୦ ରନ କରିଥିଲେ। ବୋଲିଂରେ ଓଡ଼ିଶା ସେମିତିକିଛି କମାଲ କରିପାରିନଥିଲା। ଓଡ଼ିଶାକୁ ମହଙ୍ଗା ପଡ଼ିଲା ଅଧିନାୟକ ମହମଦ ଜାଫର ଇକବାଲଙ୍କ ଓଭର , ସେ ୪ ଓଭର ବୋଲିଂ କରି ୭୦ ରନ ଦେଇଥିଲେ। ଓଡ଼ିଶା ପକ୍ଷରୁ କେବଳ ତପନ କୁମାର ଗଉଡ ୧ ଟିଏ ୱିକେଟ ନେଇଥିବାବେଳେ ଅନ୍ୟ କୌଣସି ବୋଲର ଆନ୍ଧ୍ର ପ୍ରଦେଶର ଧୂଆଁଧାର ବ୍ୟାଟିଂ ଆଗରେ ଓଡ଼ିଶା ହାର୍ ମାନିଥିଲା l ଅପର ପକ୍ଷେ ୨୪୭ ରନର ବିଶାଳ ବିଜୟ ଲକ୍ଷକୁ ପିଛାକରୀ ଓଡ଼ିଶା କେବଳ ୧୬୬/୫ ରନ କରିବାରେ ସକ୍ଷମ ହୋଇପାରିଥିଲା। ଓଡ଼ିଶା ଦଳର ସୁଖରାମ ମାଝି ୫୨, ନାକୁଳ ବଡ଼ନାୟକ ୪୦, ପଙ୍କଜ ଭୁଏ ୩୫, ସିଙ୍ଗରାୟ ମାଝି ୧୦, କାଳିଆ ପ୍ରଧାନ ୮, ଅଧିନାୟକ ଜାଫର ୨ ଓ ଲାଲ୍ ପ୍ରସାଦ ୦। ଆନ୍ଧ୍ର ପକ୍ଷରୁ- ଟି ଦୂର୍ଗା ରାଓ ୨ଟି ୱିକେଟ ନେଇଥିବାବେଳେ ଡି ଭେଙ୍କେଟେଶ୍ଵର ,

ସୁକିନ୍ଦା ନିର୍ବାଚନମଣ୍ଡଳୀରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ ।

Image
 ଯାଜପୁର(ବ୍ୟୁରୋ ରିପୋର୍ଟ) : - କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ କିରୋସିନିର ଅହେତୁକ ଦରବୃଦ୍ଧି, କଳା କୃଷି ଆଇନ ଓ ଆଇନଶୃଙ୍ଖଳାର ଅବନତି ବିରୁଦ୍ଧରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ ଓ ସୁକିନ୍ଦା ବ୍ଲକର ବିଭିନ୍ନ ସ୍ଥାନରେ ୬ଘଣ୍ଟିଆ ବନ୍ଦପାଳନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା l ଦାନଗଦୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମିଲିଟାରୀ ଛକଠାରେ ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଡ଼ୁବୁରି ଛକ, ସୁକିନ୍ଦା ଡ଼ାକବଙ୍ଗଳା ଛକ ଠାରେ କଂଗ୍ରେସ କର୍ମୀମାନେ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରାସ୍ତାରୋକ କରିବା ଫଳରେ ୫୩ନମ୍ବର ଜାତୀୟ ରାଜପଥ,୨୬ନମ୍ବର ରାଜ୍ୟ ରାଜପଥ ଓ ୫(କ) ଏକ୍ସପ୍ରେସ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା l ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା l କଂଗ୍ରେସ କର୍ମୀଙ୍କ ପିକେଟିଙ୍ଗ ଦୃଷ୍ଟିରୁ  ବିଭିନ୍ନ ସ୍ଥାନର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ ଆଦି ବନ୍ଦ ରହିଥିଲା l ଜନ ଗହଳିପୁର୍ଣ ଡ଼ୁବୁରି ଛକ ସମ୍ପୂର୍ଣ ଶୂନଶାନ ହୋଇଯାଇଥିଲା l ପୂର୍ବତନ ମନ୍ତ୍ରୀ ତଥା ଏଆଇସିସି ସମ୍ପାଦକ ଶରତ ରାଉତ ଦାନଗଦୀ, ଡ଼ୁବୁରି, ସୁକିନ୍ଦାଗଡର ଆନ୍ଦୋଳନ ସ୍ଥଳରେ ପହଞ୍ଚି ବ

ନାଗେଶ ଟ୍ରଫି ହରିୟାଣାକୁ ୪୭ ରନ୍ ରେ ହରାଇଲା ଓଡ଼ିଶା।ଓଡ଼ିଶାର ବିଜୟ ଧାରା ଜାରି।

Image
ବ୍ୟୁରୋ ରିପୋର୍ଟ :- ବେଙ୍ଗାଲୁରୁଠାରେ ଖେଳାଯାଉଥିବା ନାଗେଶ ଟ୍ରଫି ଜାତୀୟ ଟି୨୦ ଦୃଷ୍ଟି ବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ସଂସ୍କରଣରେ ଆଜି ଓଡ଼ିଶା ହରିୟାଣା କୁ ଭେଟିଥିଲେ l ଏହି ଜାତୀୟ ପ୍ରତିଯୋଗିତାରେ ସାରା ଦେଶରୁ ୨୪ ଗୋଟି ଦଳ ଭାଗ ନେଇଛନ୍ତି, ଦଲଗୁଡ଼ିକୁ୪ ଗ୍ରୁପ୍ ରେ ବିଭକ୍ତ କରାଯାଇଛି l ଓଡ଼ିଶା ଏ ଗ୍ରୁପ୍ ରେ ସ୍ଥାନ ପାଇଥିଲା ଲ ଓଡ଼ିଶା ଟିମ୍ ଲିଗ୍ ପର୍ଯ୍ୟାୟ ର ଅନ୍ତିମ ମ୍ୟାଚ୍ ହରିୟାଣା ବିପକ୍ଷରେ ୪୭ ରନ୍ ରେ ଜିତିିଛି I ଗ୍ରୁପ୍ ର ୨ୟ ସ୍ଥାନରେ ରହିଥିବା ଓଡ଼ିଶା ଦଳ ପୂର୍ବରୁ କ୍ୱାଟର୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛି l ଶୁକ୍ରବାର ବେଙ୍ଗାରୁଲୁ ସ୍ଥିତ ସଚୀନ୍ ତେନ୍ଦୁଲକର ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍ ରେ ଓଡ଼ିଶା ଦଳର ଅଧିନାୟକ ମହମଦ୍ ଜାଫର ଇକବାଲ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ l ଓଡ଼ିଶା ଦଳ ନିର୍ଧାରିତ ୨୦ ଓଭରରେ ୧୯୨/୧୦ ରନ୍ କରିଥିବା ବେଳେ, ସୁଖରାମ ମାଝି-୬୮/୪୬, ଲାଲ୍ ପ୍ରସାଦ ସୋରେନ ୫୧/୩୧ ଓ  ଜାଫର ଇକବାଲ୍ ୨୬/୩୪ ରନ୍ କରିଥିଲେ। ସେହିପରି ହରିୟାଣା ର ଦୀପକ ମଲ୍ଲିକ ୪ଟି, ରାମବିର ଶିଙ୍ଗ, ବିନୀତ କୁମାର ଏବଂ ପ୍ରବୀଣ କୁମାର ଗୋଟିଏ ଲେଖାଏଁ ୱିକେଟ୍  ନେଇଥିଲେ। ଜବାବରେ ହରିୟାଣା ୧୪୫/୯ ରନ୍ କରିପାରିଥିଲା l ଫଳ ସ୍ୱରୂପ ଓଡ଼ିଶା ଦଳ ଏହି ମ୍ୟାଚ୍ କୁ ୪୭ ରନ୍ ରେ ଜିତିଥିଲେ। ଓଡ଼ି

ନାଗେଶ ଟ୍ରଫି-ଦିଲ୍ଲୀକୁ ହରାଇ ଓଡ଼ିଶା କ୍ୱାଟର୍ ଫାଇନାଲ୍ ରେ।

Image
ବ୍ୟୁରୋ ରିପୋର୍ଟ - ବାଙ୍ଗାଲୋରରେ ଚାଲୁଥିବା ଜାତୀୟ ଦୃଷ୍ଟିହୀନ ଟି20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଆଜି ଓଡ଼ିଶା ଦିଲ୍ଲୀକୁ ୧୦ ୱିକେଟ ରେ ହରାଇ କ୍ୱାଟର୍ ଫାଇନାଲ୍ କୁ ଯାଇଛି । ଗତ କାଲି ଆନ୍ଧ୍ରପ୍ରଦେଶ ବିପକ୍ଷରେ କଡ଼ା ଟକ୍କର ଦେଇ ପରାଜୟ ସ୍ୱୀକାର କରିଥିବା ଓଡ଼ିଶା ଦଳ, ଆଜି କିନ୍ତୁ ଉଭୟ ବ୍ୟାଟିଂ ଓ ବୋଲିଂ ରେ ଖୁବ୍ ଭଲ ପଦର୍ଶନ କରିଥିଲା।  ବାଙ୍ଗାଲୋର ଠାରେ ଥିବା ନିର୍ମାଣ-ୱାନ କ୍ରିକେଟ ଷ୍ଟାଡିୟମ ରେ ଓଡ଼ିଶା ଆଜି ତାର ୪ର୍ଥ ଲିଗ୍ ମ୍ୟାଚ୍ ରେ ଦିଲ୍ଲୀକୁ ଭେଟିଥିବା ବେଳେ , ଦିଲ୍ଲୀ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା l ଦିଲ୍ଲୀ ନିର୍ଧାରିତ ୨୦ ଓଭରରେ ୧୩୬/୭ କରିବାକୁ ସକ୍ଷମ ହୋଇଥିଲା।   ଦିଲ୍ଲୀ ପକ୍ଷରୁ ମନୀଷ କୁମାର ୪୦ବଲ ରେ ୩୬ ରନ୍ ଓ ଅକ୍ଷୟ ବର୍ମା ୨୫ବଲ ରେ ୨୬ ରନ୍ କରିଥିଲେ। ବୋଲିଙ୍ଗରେ: ଓଡ଼ିଶାର ବ1 ବର୍ଗର ଖେଳାଳି ତପନ କୁମାର ଗୋଉଡ଼ ୪ ଓଭର ବୋଲିଂ କରି ମାତ୍ର ୨୬ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ, ସୁଖରାମ ମାଝି ୩ ଓଭର ୧୨ ରନ୍ ୧ ୱିକେଟ , ନକୁଳ ବଡନାୟକ ୪ ଓଭର ୩୦ ରନ୍ ୧ ୱିକେଟ  ଏବଂ ପଙ୍କଜ ଭୁଏ ୪ ଓଭର ୨୬ ରନ୍ ୧ ୱିକେଟ ସଂଗ୍ରହ କରିଥିଲେ।ଅପରପକ୍ଷରେ ଓଡ଼ିଶା ୧୧.୪ ଓଭରରେ ୧୩୭/୦ ରନ୍ କରି ଏହି ମ୍ୟାଚ୍ କୁ ୧୦ ୱିକେଟ ରେ ଜିତି ନେଇଥିଲା।  ଓଡ଼ିଶା ପକ୍ଷରୁ ସୁଖରାମ ମାଝି ୭୧/୩୯ ବଲ୍ ରେ ୧୧ ଚୌକା ଓ ନକୁଳ ବଡନାୟକ ୫୪/୩୬ ବଲ

ମଠ ମନ୍ଦିର ଜମି ଏବେ ଜମି ମାଫିଆଙ୍କ ହାତରେ I

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ସାରାରାଜ୍ଯରେ ଜମି ମାଫିଆଙ୍କ କଳାକାରନାମା ବଢ଼ି ଚାଲିଛି l ଏହା ଭିତରେ ଯାଜପୁର ଜିଲ୍ଲାର ବ୍ୟାସନଗର ଠାରେ ମାତିଛନ୍ତି ଜମି ମାଫିଆ l ବହୁ ପୁରୁଣା କାଳର ଦେବତ୍ତୋର ସମ୍ପତ୍ତି କୁ ଶାଗ ମାଛ ଦରରେ ବିକ୍ରି କରି ଚାଲିଛନ୍ତି l ବ୍ୟାସନଗର ତହସିଲ୍ ଅଧୀନରେ ଥିବା କୋପଣ୍ଡ ମୌଜା ର ମୁଣ୍ଡମାଳ ନିକଟସ୍ଥ ମଠ ନାମରେ ଥିବା ୧୫ ଏକର ରୁ ଅଧିକ ଜମିର ମାଲିକାନା ସ୍ଵର୍ଗତ ନାଲୁ ଦାସ, ଗୁରୁ ରାମ ସ୍ଵରୁପ ଦାସ ଙ୍କ ନାମରେ ରେକର୍ଡ ଭୁକ୍ତ l ତାଙ୍କର ଦେହାନ୍ତ ପରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ଜମି ମାଫିଆ ସେ ଜମିକୁ ବିନା କୌଣସି କାଗଜପତ୍ର ରେ ବିକି ଚାଲିଛନ୍ତି l ଯାହା ଏବେ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ବିରୋଧ କରିବା ସହିତ ଲିଖିତ ଆକାରରେ ସ୍ଥାନୀୟ ତହସିଲଦାର ଓ ଜିଲ୍ଲାପାଳ ଙ୍କୁ ଅବଗତ କରାଇଛନ୍ତି l ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ I ଯେହେତୁ ମଠ ସମ୍ପତ୍ତି ର ମାଲିକାନା ମହନ୍ତ ଙ୍କ ଦେହାନ୍ତ ହୋଇଛି ତେଣୁ ତାହା ସରକାରଙ୍କ ମାଲିକାନା କୁ ଯିବା କଥା ଏହା ସମ୍ପୁର୍ଣ୍ଣ ସରକାରୀ ଜମି କିନ୍ତୁ ସରକାରଙ୍କ ଦୃଷ୍ଟିକୁ ଆସିଛି, ପଦକ୍ଷେପ ଶୂନ୍ l ଏବେ ସେହି ଜମିରେ ଅଟ୍ଟାଳିକା ନିର୍ମାଣ ହୋଇଛି, ହେଉଛି ମଧ୍ୟ I କୋପଣ୍ଡ ମୌଜା ର ଖାତା ନମ୍ବର ୨୪୪ ରେ ଏହି ମଠ ଜମି I ସ୍ଥାନୀୟ ତହସିଲ ଓ ଜିଲ୍ଲା ପ୍ର

ଯାଜପୁର ଜିଲ୍ଲା ଗ୍ରସ୍ତରେ ରାଜ୍ଯ ଛାତ୍ର କଂଗ୍ରେସ ସଭାପତି l

Image
ଯାଜପୁର(ବ୍ୟୁରୋ ରିପୋର୍ଟ) :-ଆଜି ଯାଜପୁର ଜିଲ୍ଲା ଗ୍ରସ୍ତରେ ଆସିଥିଲେ ରାଜ୍ୟଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ରାଜ୍ୟଛାତ୍ର କଂଗ୍ରେସ ପ୍ରଭାରୀ ରୋଶନଲାଲ ବିଟୁ, ଯୁବନେତା ନିହାର ବେହେରା, ସ୍ବାଗତଂକର (ଖୋର୍ଦ୍ଧାଜିଲା ଛାତ୍ର ସଭାପତି)I ଯାଜପୁର ରାମମନ୍ଦିର ପାଖରୁ ବିଶାଳ ବାଇକ ରାଲି ଯୋଗେ ଛାତ୍ର ଏବଂ ଯୁବକଂଗ୍ରେସ ର ସମସ୍ତ କର୍ମକର୍ତ୍ତା ରାଜ୍ଯ ସଭାପତି ଙ୍କୁ ପାଚୋଡ଼ି ଆଣିଥିଲେ l ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେଇଥିଲା କମ୍ପନ ସମାବେଶ l ଏହି ସମାବେଶ ରେ ଯାଜପୁର ଜିଲ୍ଲାସଭାପତି ମନୋଜ ରାଉତ୍ , କାର୍ଯ୍ୟକାରି ସଭାପତି ବିଷ୍ଣୁରାଉତ, ବଳଭଦ୍ର ଦାସ, ରାଜ୍ୟ ମହିଳା କାର୍ଯ୍ୟକାରି ସଭାପତି ବନ୍ଦିତା ପରିଡା, ଯାଜପୁର ନେତା ସନ୍ତୋଷ ନନ୍ଦ, ବରୀ ଯୁବନେତା ଉମେଶ ଜେନା , ରାହାସବିହାରୀୀ ଦାସ , ପଦ୍ମାକର ଗୁରୁ, ପୂର୍ବଛାତ୍ରସଭାପତି ଚନ୍ଦ୍ରଶେଖର ସାହୁ, ଦଶରଥପୁର ଛାତ୍ରନେତା ଧନଞ୍ଜୟ ଦୀକ୍ଷିତ, ଯାଜପୁର ବ୍ଲକ ଛାତ୍ରନେତା ଚିନ୍ମୟ ଘଡେଇ, ରାଜୁୁ ଦାସ ଏବଂ ଜିଲ୍ଲା ର କୋଣ ଅନୁକୋଣ ଆସିଥିବା ଛାତ୍ର ଏବଂ ଯୁବକ I ମହିଳା କଂଗ୍ରେସ ଛାତ୍ରସମାଜର ସ୍ୱାର୍ଥ, ସ୍ୱାଭିମାନ ଏବଂ ଅଧିକାର ପାଇଁ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କୁ ଦେଇଥିଲେ l  State Student Congress president in Jajpur district.  Jajpur (Beuro Report): -Jajpur district pre

ଥାର୍ଡ଼ ରିଜର୍ଭ ବାଟାଲିୟନ ପକ୍ଷରୁ ରକ୍ତଦାନ ଶିବିର l

Image
ଯାଜପୁର (ସୁକିନ୍ଦା): - ଓଡିଶା ମୋ ପରିବାର ଆନୁକୂଲ୍ୟରେ ରଙ୍ଗିଟାଙ୍ଗରସ୍ଥିତ ଥାର୍ଡ଼ ଇଣ୍ଡିଆ ରିଜର୍ଭ ବାଟାଲିୟନ, କଳିଙ୍ଗନଗର ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଥିଲା l ବାଟାଲିୟନ କମାଣ୍ଡାଣ୍ଟ କାହୁ ଚରଣ ହାଁସଦା ଏହାକୁ ଉଦଘାଟନ କରି ରକ୍ତଦାନ ଏକ ମହତ କାର୍ଯ୍ୟ ବୋଲି କହିଥିଲେ l ଜୀଵନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ବିମଳ ଦାସ ଏଥିରେ ଉପସ୍ଥିତ ଥିଲେ l ବାଟାଲିୟନର ଅଧିକାରୀ ଓ ଯବାନମାନେ ୬୦ ୟୁନିଟ ରକ୍ତ ଦାନ କରିଥିଲେ l ଡେପୁଟି କମାଣ୍ଡାଣ୍ଟ ବସନ୍ତ କୁମାର ରାୟ ଓ ମନୋଜ କୁମାର ଦାସ, ସହକାରୀ କମାଣ୍ଡାଣ୍ଟ ବିଭୁତି ଭୂଷଣ ପରିଡା ଓ ଜନ ଏକ୍କା, ସୁବେଦାର ଜ୍ଞାନ ରଞ୍ଜନ ରାଉତ ଓ ନବର କେରକେଟା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ ) Blood donation camp on behalf of the Third Reserve Battalion. Jajpur (Sukinda): A voluntary blood donation camp was organized on Wednesday on behalf of the Third India Reserve Battalion, Kalinganagar in Rangitang in favor of Odisha My Family. Battalion Commandant Kanhu Charan Hasda,District Coordinator Bimal Das was present. Battalion of