Posts

ଓଡିଶା ପ୍ରତିଭା ପୂଜା ସଂସଦର ସାରସ୍ୱତ ସମାରୋହ l

Image
ଯାଜପୁର (ସୁକିନ୍ଦା): ରାଜ୍ୟର ପ୍ରମୁଖ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଓଡିଶା ପ୍ରତିଭା ପୂଜା ସଂସଦର ଯାଜପୁର ଜିଲା ଶାଖା ଆନୁକୂଲ୍ୟର ଭାରତୀୟ ବିଦ୍ୟା ନିକେତନ, ସୁକିନ୍ଦା ପରିସରରେ ସାରସ୍ୱତ ସମାରୋହ, କବିତା  ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି l ସଂସଦର ରାଜ୍ୟ ସାଧାରଣ ସମ୍ପାଦକ ଦିଲୀପ କୁମାର ଦାସ ଏହାକୁ ଉଦଘାଟନ କରିଥିଲେ l ସୁକିନ୍ଦା ସାହିତ୍ୟ ସମାଜ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଭୂୟାଁ, ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ସୁକିନ୍ଦା ବାର ଆସୋସିଏସନ ସଭାପତି ବିବେକାନନ୍ଦ ବୋଷ, ଶିକ୍ଷାବିତ ସୁରେନ୍ଦ୍ର କୁମାର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଏହି ଉପଲକ୍ଷେ ଅପର୍ଣ୍ଣl ମିଶ୍ର, ଲବଙ୍ଗଲତା ପରିଡା, ସୁଦାମ ଚରଣ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ପୂର୍ବତନ ଅର୍ଥମନ୍ତୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି,ସୁକିନ୍ଦା ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ବିଶିଷ୍ଠ ଅତିଥି, ସାହିତ୍ୟିକ ଡ. ଶରତ ରାୟ ଓ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ଓଡିଶା ସାହିତ୍ୟ ଏକାଡେମୀ ରାଜ୍ୟ ସଦସ୍ୟ ବାହାଦୂର ପାଟ୍ଟଶାଣୀ ମୁଖ୍ୟ

ଦିବ୍ୟାଙ୍ଗ କୁ କୃତିମ ଗୋଡ ରୋପଣ କରାଇଲେ ନେତାଜୀ ସୁଭାଷ ସେନା l

Image
ବ୍ୟୁରୋ ରିପୋର୍ଟ :- କଟକ ନୂଆବଜାର ସ୍ଥିତ ନେତାଜୀ ସୁଭାଷ ସେନା ସବୁବେଳେ ଦିବ୍ୟାଙ୍ଗ ମାନଙ୍କ ପାଇଁ ମହନୀୟତା କାମ କରି ଆସିଛି।ରାସ୍ତା କଡରେ ମାଟି ପାତ୍ର ବିକ୍ରି କରୁଥିବା ଏକ ବୁଲା ବିକାଳୀ ର କୃତିମ ଗୋଡ ରୋପଣ କରି ତାର କଷ୍ଟ ନିବାରଣ କରିଛନ୍ତି ସୁଭାଷ ସେନା। ପପୁ ବାଉରିଆ ନାମକ ଏହି ବୁଲା ବିକାଳୀ ଜଣଙ୍କ ରାଜସ୍ଥାନ ର ହୋଥିବା ବେଳେ ଦୃଭାଗ୍ୟ ବସତ ବିଦ୍ୟୁତ ସ୍ପର୍ଶ ରେ ଆସି ତାଙ୍କ ଡାହାଣ ଗୋଡ ଟି କଟା ଯାଇଥିଲା I ସେବେଠୁ ସେ ଦିବ୍ୟାଙ୍ଗ ହୋଇ ବହୁ କଷ୍ଟ ରେ ବେପାର କରୁଥିଲେ l ତାଙ୍କର ଏଭଳି ଅବସ୍ଥା ଦେଖି ତାଙ୍କୁ ସୁଭାଷ ସେନାର ସଭାପତି ଅଜିତ ଦାସ ତାଙ୍କୁ ଓଲୋଟପୁର ସ୍ଥିତ ଏସ.ଭି. ନିରତାର ମେଡିକାଲ କୁ ନେଇ ତାଙ୍କର କୃତିମ ଗୋଡ ରୋପଣ କରିବା ସହ ଦୁଇଟି ଆଶ୍ରା ବାଡ଼ି ପ୍ରଦାନ କରିଛନ୍ତି। ସୁଭାଷ ସେନାର ଦିବ୍ୟାଙ୍ଗ ମାନଙ୍କ ପାଇଁ ଏଭଳି ମହାନ କାର୍ଯ୍ୟ ସାଧାରଣରେ ଚର୍ଚ୍ଚା ର ବିଷୟ ହୋଇଛି। Netaji Subhash Sena implanted Dibyang with artificial legs.  Beuro report: - Netaji Subhash Sena in Cuttack New Bazaar has always done great deeds for the disabled. Subhash Sena has relieved his pain by planting the artificial legs of a bulla bikini selling clay pots on the side of the road. The man, identi

ଦୈନିକ ଓଡ଼ିଆ ଖବରକାଗଜ'' ମନ୍ଥନ '' ର ଦ୍ଵାଦଶ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

Image
Beuro report - ଓଡ଼ିଶା ରେ ଅତି ପରିଚିତ, ନିର୍ଭୀକ ଓଡ଼ିଆ ଦୈନିକ ଖବର କାଗଜ '' ମନ୍ଥନ '' ର ଦ୍ଵାଦଶ ସ୍ୱନକ୍ଷତ୍ର ଦିବସ ଢେଙ୍କାନାଳ ସ୍ଥିତ ଗୋପବନ୍ଧୁ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି କର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ '' ମନ୍ଥନ '' ର ସମ୍ପାଦକ ଶରତ ରାଉତ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଟକ - ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତ ବର୍ଷରେ ମିଡିଆ ପୁଞ୍ଜିପତି, ଶିଳ୍ପପତି ଓ ରାଜନେତା ଚଳାଇଛନ୍ତି l ଯାହାଦ୍ୱାରା ଭିନ୍ନ ଭିନ୍ନ ସମ୍ବାଦ ପତ୍ର ରେ କୌଣସି ସଠିକ୍ ଖବର ଜନସାଧାରଣ ପାଇପାରୁନାହାନ୍ତି I କିନ୍ତୁ'' ମନ୍ଥନ '' କ୍ଷୁଦ୍ର ଓ ମଧ୍ୟମ ଖବର କାଗଜ ହୋଇଥିଲେ ବି ଗୁଣାତ୍ମକ ଓ ନିର୍ଭୀକ ସମ୍ବାଦ ପରିବେଷଣ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିଛି l ଦଳ ମତ ନିର୍ବିଶେଷରେ ଖବର ପ୍ରଚାରିତ କରି ଓଡ଼ିଶା ର କୋଣ ଅନୁକୋଣରେ ପରିଚିତ ହୋଇପରିଛି l ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ, ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାରାୟଣ ଦାସ (ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ), ଶ୍ରୀଯୁକ୍ତ ଅବନୀକାନ୍ତ କାନୁନଗୋ (ସଭାପତି ରାଜ୍ଯ ଶିଳ୍ପ ମହାସଂଘ), କର୍ନେଲ ବିଶ୍ୱେଶ୍ୱର ରାଉତ୍, ସୂଚନା ଅଧିକାର କର୍ମୀ- ପ୍ରିୟବ୍ରତ ଗଡନାୟକ ଏହା ସହିତ ମୁଖ୍ୟ ବକ୍ତା ଭାବ

ସୁକିନ୍ଦା ମହାବିଦ୍ୟାଳୟ ଅଧକ୍ଷଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା l

Image
 ଯାଜପୁର (ସୁକିନ୍ଦା): ସୁକିନ୍ଦା ମହାବିଦ୍ୟାଳୟ ଅଧ୍ୟକ୍ଷ କୃଷ୍ଣ ବଲ୍ଲଭ ଶତପଥି ଅବସର ଗ୍ରହଣ କରିଥିବାରୁ କଲେଜ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ଏଥିରେ କଲେଜରେ ପୂର୍ବତନ ଅଧ୍ୟକ୍ଷ ଦୋଳଗୋବିନ୍ଦ ବଳ ଦୁର୍ଯ୍ୟୋଧନ ବେହେରା ଓ ରମାକାନ୍ତ ସାହୁ ପୂର୍ବତନ ଅଧ୍ୟାପକ ହେମନ୍ତ ରାଉତ ଦୀନବନ୍ଧୁ ସେଠି ପଦ୍ମନାଭ ରାଉତ ଅତିଥିଭାବେ ମଞ୍ଚାସୀନ ହୋଇ କଲେଜ କଳେବର ବୃଦ୍ଧିରେ ବିଦାୟୀ ଅଧ୍ୟକ୍ଷଙ୍କ ଅବଦାନ ଅତୁଳନୀୟ ବୋଲି ଅବିହିତ କରିଥିଲେ l ପୂର୍ବତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଦେବେନ୍ଦ୍ର ନାଥ ପାଣିଗ୍ରାହୀ ସୁବାଷ ବାରିକ ବନମାଳୀ ନାୟକ ଶରତ ମହାନ୍ତି ଶିବରାମ ନନ୍ଦ ରାମଚନ୍ଦ୍ର ଧୀର ଡ. ପ୍ରସନ୍ନ ମହାପାତ୍ର ଓ ଅଧ୍ୟାପିକା ସୁନନ୍ଦା ମହାପାତ୍ରଙ୍କ ସମେତ କଲେଜ ଅଧ୍ୟାପକ ଅକ୍ଷୟ ନାୟକ ଡ. ଲକ୍ଷ୍ମୀକାନ୍ତ ଦାଶ ରାଜେନ୍ଦ୍ର ନାରାୟଣ ରାଉଳ ହାଡିବନ୍ଧୁ ଦାସ ରତ୍ନାକର ପହି ଅଧ୍ୟାପିକା ଜ୍ୟୋତିର୍ମୟୀ ସାହୁ, ଅଣଶିକ୍ଷକ କର୍ମଚାରୀ ଚିତ୍ତରଞ୍ଜନ ବେଜ ଉଦ୍ଧବ ବେହେରା ପ୍ରମୁଖ ବିଦାୟୀ ଅଧ୍ୟକ୍ଷ ଜଣେ ଉନ୍ନତିମୂଳକ ଚିନ୍ତାଧାରାର ବ୍ୟକ୍ତି ଥିଲେ ବୋଲି ଅବିହିତ କରି କଲେଜର କଳେବର ବୃଦ୍ଧିରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ l ବିଦାୟୀ ଅଧ୍ୟକ୍ଷ ଶ୍ରୀ ଶତପଥୀ ସମ୍ବର୍ଦ୍ଧନାର ଉତ୍ତର ଦେଇ କଲେଜ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କ

ସୁକିନ୍ଦାର ସମସ୍ତ ପେଟ୍ରୋଲ ପମ୍ପରୁ ମୋଦିଙ୍କ ହୋର୍ଡିଙ୍ଗ ହଟାଇଲା ଯୁବ କଂଗ୍ରେସ l

Image
ଯାଜପୁର (ସୁକିନ୍ଦା) : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଜନତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ହୁ ହୁ ହୋଇ ବୃଦ୍ଧି ପାଉଛି l ତୈଳ ଓ ଗ୍ୟାସର ମୂଲ୍ୟବୃଦ୍ଧିକୁ ବିରୋଧକରି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ସୁକିନ୍ଦା ଓ ଦାନଗଦୀ ବ୍ଲକର ବିଭିନ୍ନ ସ୍ଥାନରେଥିବା ପେଟ୍ରୋଲ ପମ୍ପ ଗୁଡିକରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ହୋର୍ଡିଙ୍ଗରେ କଳା ବୋଳାଯିବା ସହ ସେଗୁଡିକୁ ହଟାଇ ଦିଆକାଇଥିଲା l ସୁକିନ୍ଦା ଯୁବ କଂଗ୍ରେସ ସଭାପତି କୃପାସିନ୍ଧୁ ସlମନ୍ତରାୟଙ୍କ ନେତୃତ୍ୱରେ ଚଞ୍ଚଳ ମହାପାତ୍ର,ସାମନ୍ତ ନିରଞ୍ଜନ ଜେନାମଣି, ଅଭିମନ୍ୟୁ ଘଡ଼ାଇ, ଅଭିରାମ କାଣ୍ଡି, ଅଜିତ ନାୟକ,ରାକେଶ କୁମାର ନାଟିଆ,ଉମାକାନ୍ତ ଜେନାମଣି, ବାବୁଲି ପୂର୍ତ୍ତୀ, ମଳୟ ପାତ୍ର, ଅଜିତ ଜେନା,ସୁଶାନ୍ତ ପାତ୍ର, ଭବାନୀ ଦେଓ, ଅମୁଲ୍ୟ ପାତ୍ର, ନିଲୁ ଦେଓ, ଅରୁଣ ମଲ୍ଲିକ, ପ୍ରସନ୍ନ ନାୟକ, ଶେଖ ସବୀର କଳ୍ପତରୁ ଧଳ ପ୍ରମୁଖ ବହୁ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ କଂଗ୍ରେସ କର୍ମୀ ଦାନଗଦୀ, ଡ଼ୁବୁରି, ବାଘୁଆପାଳ,ବାଘବlହlଳି (ସୁକିନ୍ଦା), ମୁଲଖମ୍ବ (କୁହିକା)ଆଦି ସ୍ଥାନରେଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ମୋଦି ସରକାର ବିରୋଧୀ ନାରାଡେଇ ମୋଦିଙ୍କ ହୋର୍ଡିଙ୍ଗ ଗୁଡିକୁ ହଟାଇ ଦେଇଥିଲେ l (ଜୟ ନାରାୟଣ ମହାପାତ୍ରଙ୍କ

ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର କେଲୁଅ ନଦୀରେ ହୋଇଯାଇଥିବା ମଣିଷ କୃତ ଘାଇ ର ତଦନ୍ତ କଲା ଭିଜିଲାନ୍ସ ବିଭାଗ l

Image
  ଯାଜପୁର (ବ୍ୟୁରୋ ରିପୋର୍ଟ) :- ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧିନସ୍ଥ ରମାପୁର , ର୍ବୃଦ୍ଧଲିଙ୍ଗ ରେ କେଲୁଅ ନଦୀରେ ହୋଇଥିବା ବହୁଚର୍ଚ୍ଚିତ ମାମୁଁ ଭଣଜା ଘାଇ,ଯାହାକି ଡିନାମାଇଟି ଜରିଆରେ ସ୍ରୁଷ୍ଟି କରାଯାଇଥିଲା l ଏଥିରେ ସର୍ପୃକ୍ତ ଥିବା ମାମୁଁ ଜେଇ ନରେନ୍ ଜେନା, ଭଣଜା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଇଶାରା ରେ ଏହି ଘାଈ କରାଯାଇଥିଲା, ଏହି ଘାଈ ପ୍ରସଙ୍ଗରେ ସର୍ବପ୍ରଥମେ ଧର୍ମଶାଳା ର ସୂଚନାଧିକାର କର୍ମୀ ସର୍ବେଶ୍ଵର ବେହୁରା ମୁହଁ ଖୋଲିଥିଲେ l ପରେ ଲୋକାୟୁକ୍ତ ରେ କେସ୍ ଦାଖଲ କରିଥିଲେ l ଲୋକାୟୁକ୍ତ ୬ ଜଣ ଙ୍କ ନାମରେ ନୋଟିସ୍ ଜାରି କରିଥିଲେ l ଏହି ୬ ଜଣ ଙ୍କ ମଧ୍ୟରୁ ମାମୁଁ ଜେଇ ନରେନ୍ ଜେନା, ଭଣଜା ବିଧାୟକ ବଲମନ୍ତ ରାୟ ଆଉ ୪ ଜଣ ଙ୍କ ନାମରେ ନୋଟିସ୍ ଆସିଥିଲା l ଯାହାଫଳରେ କି ଏମାନେ ଲୋକାୟୁକ୍ତ ର ନୋଟିସ୍ କୁ ବେଖାତିରି କରିଥିଲେ, ପରେ ମାନ୍ୟବର ଲୋକାୟୁକ୍ତ           ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହୁରା   କେସ୍ କୁ ଭିଜିଲାନ୍ସ ହାତକୁ ଦେଲେ I ଆଜି ଭିଜିଲାନ୍ସ ଟିମ୍ ଆସି ଘଟଣା ସ୍ଥଳରେ ତଦନ୍ତ କରୁଥିବା ସମୟରେ ବହୁଚର୍ଚ୍ଚିତ ମାମୁଁ ଜେଇ ନରେନ୍ ଜେନା ଘଟଣା ସ୍ଥଳରେ ଉପସ୍ଥିତ ଥିଲେ l ଏଠାରେ ପ୍ରଶ୍ନ ଉଠେ ଯାହାଙ୍କ ନାମରେ ଲୋକାୟୁକ୍ତ ରେ ନୋଟିସ୍ ଅଛି, ସେ କାହା ଇଶାରା ରେ ତଦନ୍ତ କାରୀ ଟିମ୍ କୁ ଗାଇଡ କରୁଥିଲେ I ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଉ

ଇମ୍ଫା ପକ୍ଷରୁ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ I

Image
ଯାଜପୁର( ସୁକିନ୍ଦା) : - ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ, ଭୁବନେଶ୍ୱର ପକ୍ଷରୁ ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣିରେ ୨୩ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି l ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଇମ୍ଫାର ଖଣି ଉପ ସଭାପତି ସୁଧାଂଶୁ ପଟନୀ,ମହାପ୍ରବନ୍ଧକ ଲଲାଟେନ୍ଦୁ ମହାପାତ୍ର, ମହାଗିରି ଓ ଖଣି ପରିଚାଳକ ମନୋଜ ସାମଲ ସୁକିନ୍ଦା କ୍ରୋମାଇଟ ଖଣିଠାରେ ପତାକା ଉତ୍ତୋଳନ କରିଥିଲେ l ପରିଦର୍ଶନ ମଣ୍ଡଳୀର ଆବାହକ ଟାଟା ଷ୍ଟିଲ ମାଇନିଂର ବରିଷ୍ଠ ପରିଚାଳଳ ପ୍ରେମ କୁମାର କରଙ୍କ ନେତୃତ୍ୱରେ ଓଡିଶା ଖଣି ନିଗମ ଭୁତତ୍ତ୍ୱବିତ ଇନ୍ଦ୍ରମଣି ରାଉତ, ଟାଟା ଷ୍ଟିଲ ମାଇନିଂର ବରିଷ୍ଠ ପରିଚାଳକ ପ୍ରିୟଦର୍ଶୀ ଶୁଭକାନ୍ତ ପାଢ଼ୀ,ଫାକର ଭୁତତ୍ତ୍ୱବିତ ସୁଶାନ୍ତ ବିଶ୍ୱାଳ ପ୍ରମୁଖ ଉଭୟ ଖଣିର କାର୍ଯ୍ୟକାରିତା ପରିଦର୍ଶନ କରିଥିଲେ l ଇମ୍ଫାର ଭୁତତ୍ତ୍ୱବିତ କ୍ଷୀରୋଦ ମହାପାତ୍ର ସହଯୋଗ କରିଥିଲେ l କୋଭିଡ ନିୟମ ପାଳନ କରାଯାଇ ଶ୍ରମିକ ଓ କର୍ମଚାରୀଙ୍କ ସମାବେଶରେ ଖଣି ଉପ ସଭାପତି ସୁଧାଂଶୁ ପାଟନୀ, ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୂର ସଂଘ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ସମିତି ସଭ୍ୟା ସଂଗୀତା ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ଖଣି ପରିବେଶର ସୁରକ୍ଷା ଓ ଖଣିଜ ସମ୍ପଦର ସଠିକ ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ସ