Posts

ସ୍ମାର୍ଟ ଫୋନ୍ ରହିବ ସୁରକ୍ଷିତ, ଆଗକୁ ଆସୁଛି ନୂଆ ଟେକ୍ନୋଲୋଜି, ଜାଣନ୍ତୁ କଣ l

Image
ବ୍ୟୁରୋ ରିପୋର୍ଟ: - ଦିନକୁ ଦିନ ଅଧିକ ସ୍ମାର୍ଟ ହେଉଛି ସ୍ମାର୍ଟ ଫୋନ୍‌ । ଏଥିରେ କେବଳ ସଫ୍ଟଓ୍ୱେର ଫିଚର ନୁହେଁ ବରଂ ହାର୍ଡ଼ଓ୍ୱାର ମଧ୍ୟ ଅପେଡଟ୍‌ ହେଉଛି । ଯେଉଁଥିରେ ସେଲଫୋନ୍‌ କମ୍ପାନୀ ଲୋକଙ୍କ ପାଇଁ ମୋବାଇଲକୁ ଅଧିକ ସୁରକ୍ଷିତ ଏବଂ ସୁବିଧାପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି । ଦିନ ଥିଲା ଏଥିରେ ଥିବା କେତକ ସୁବିଧା ଦିନେ ସ୍ୱପ୍ନ ଭଳି ମନେ ହେଉଥିଲା । ଯେପରିକି ଫ୍ଲୋଲ୍ଡେବଲ ସ୍କ୍ରିନ୍‌ ଯୁକ୍ତ ଫୋନ୍‌ । ଏହିଭଳି ଆଶ୍ଚର୍ଯ୍ୟ କଲାଭଳି ଫିଚର କିଛି ଦିନ ମଧ୍ୟରେ ବଜାରରେ ଉପଲବ୍ଧ ହେବ । କାରଣ ବୈଜ୍ଞାନିକ ଏଭଳି ପଦାର୍ଥ ଖୋଜି ବାହାର କରିଛନ୍ତି ଯେଉଁଥିରେ ଫାଟି ଯାଇଥିବା ମୋବାଇଲର ସ୍କ୍ରିନ୍‌ କିଛି ସମୟ ମଧ୍ୟରେ ଯୋଡ଼ି ହୋଇଯିବ । ସ୍କ୍ରିନ୍‌ କ୍ରାକ୍‌ ହେବା ଏକ ବିରାଟ ସମସ୍ୟା । କେବେ କେବେ ଆପଣ ଦେଖିଥିବେଯେ, ଖୁବ୍‌ କମ୍‌ ସମୟ ମଧ୍ୟରେ ମୋବଇଲ ସ୍କ୍ରିନ୍‌ କ୍ରାକ୍‌ ହୋଇଯାଏ । ଲୋକମାନେ ଏଥିପାଇଁ ସ୍କ୍ରିନ୍‌ ଗାର୍ଡ଼,ମୋବିଲ କଭର ଆଦି ବ୍ୟବହାର କରନ୍ତି । ଏବେ କୋଲକାତାର ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାର ଗବେଷକ ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି । ସେମାନେ ଏଭଳି ଏକ ପଦାର୍ଥ ଖୋଜି ପାଇଛନ୍ତି ଯାହା ଖୁବ୍‌ ମଜବୁତ ଏବଂ ଆପେଆପେ ଠିକ୍‌ ହୋଇଯାଏ । ବୈଜ୍ଞାନିକ ଦୀର୍ଘଦିନ ଧରି ଏହିଭଳି ପଦାର୍ଥ ଖୋଜି ବାହାର କରିବା ପାଇଁ ପ

ଚଳିତ ମୌସୁମୀ ଅଧିବେଶନ ରେ ଆସି ପାରେ ବିଦ୍ୟୁତ ସଂଶୋଧନ ବିଲ୍!

Image
ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) :- ମୋବାଇଲ ନମ୍ୱର ବଦଳାଇବା ପାଇଁ ଯେମିତି ପୋର୍ଟିଂ ସୁବିଧା ରହିଛି ସମାନ ସୁବିଧା ଏବେ ବିଦ୍ୟୁତ ଗ୍ରାହକ ମାନେ ପାଇବେ। କେନ୍ଦ୍ରର ମୋଦି ସରକାର ବିଦ୍ୟୁତ ସେବାକୁ ସହଜ ଓ ସରଳ କରିବାକୁ ଯାଇ ଚଳିତ ମୌସୁମୀ ଅଧିବେଶନରେ ବିଦ୍ୟୁତ (ସଂଶୋଧନ) ବିଲ୍, ୨୦୨୧ ଆଣିବାକୁ ଯାଉଛନ୍ତି। ଏଭଳି ହେଲେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଉନ୍ନତ ସୁବିଧା ମିଳିବ। କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ବଢିବ କିଭଳି ଲୋକଙ୍କୁ କମ୍ ଦାମରେ ଭଲ ସୁବିଧା ଯୋଗାଇପାରିବେ। ସରକାରୀ ସୂତ୍ରରୁ ଜଣାପଡିଛି ଯେ ବିଦ୍ୟୁତ୍ (ସଂଶୋଧନ) ବିଲ୍, ୨୦୨୧ ଆସନ୍ତା କିଛି ଦିନ ମଧ୍ୟରେ କେନ୍ଦ୍ର କ୍ୟାବିନେଟ ଆଗରେ ରଖାଯିବାର ସମ୍ଭାବନା ରହିଛି। ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ୍ ଆଣିବାକୁ ସରକାର ଚାହୁଁଛନ୍ତି। ଅଗଷ୍ଟ ୧୩, ୨୦୨୧ରେ ମୌସୁମୀ ଅଧିବେଶନ ଶେଷ ହେବ। ଏହା ପୂର୍ବରୁ ଜୁଲାଇ ୧୨ରେ ସରକାର ଜାରି କରିଥିବା ଲୋକସଭାର ବୁଲେଟିନ୍ ଅନୁଯାୟୀ, ବିଦ୍ୟୁତ୍ (ସଂଶୋଧନ) ବିଲ୍ ସମେତ ୧୭ ଟି ବିଲ୍ ରହିଛି। ଯାହାକୁ ସରକାର ମୌସୁମୀ ଅଧିବେଶନରେ ଉପସ୍ଥାପନ କରିବା ପାଇଁ ତାଲିକାଭୁକ୍ତ କରିଛନ୍ତି। ଏଭଳି ସଂଶୋଧିତ ବିଦ୍ୟୁତ୍ ବିଲ୍ ଆଗତ ହେଲେ ଡିଷ୍ଟ୍ରିବ୍ୟୁସନ ବ୍ୟବସାୟରୁ ଲାଇସେନ୍ସ ରାଜ ହଟିବ ଏବଂ କମ୍ପାନୀ କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି ହେବ। ଏହା ସହିତ Appellate Tribunal for Electricity (APTEL)

ବଜରଙ୍ଗ ଦଳ ପକ୍ଷରୁ ଗୁରୁପୂଜା ଓ ଗୁରୁ ପୁର୍ଣିମା ପାଳନ l

Image
ଯାଜପୁର :- ପବିତ୍ର ଗୁରୁପୂର୍ଣ୍ଣିମାରେ ସୁକିନ୍ଦା ରାଙ୍କିଆ ରାମ ମନ୍ଦିର ଓ ଅଶୋକଝର ମଠରେ ସାଧୁ ସନ୍ଥଙ୍କୁ ପୂଜାର୍ଚ୍ଚନା କଲେ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ।  ପବିତ୍ର ଗୁରୁପୂର୍ଣ୍ଣିମାରେ ସୁକିନ୍ଦା ରାଙ୍କିଆ ରାମ ମନ୍ଦିର ଓ ଅଶୋକଝର ମଠରେ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକାର୍ତ୍ତା ମାନେ ପହଞ୍ଚି ସାଧୁ ସନ୍ଥ ମାନଙ୍କୁ ପୂଜାର୍ଚ୍ଚନା କରିବା ସହିତ ଉତ୍ତରି ପିନ୍ଧାଇ ସାଧୁମାନଙ୍କୁ ମିଠା ଖୁଆଇ ହିନ୍ଦୁ ରୀତି ନୀତି ଅନୁଯାଇ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଗୁରୁପୂର୍ଣ୍ଣିମା ପାଳନ କରିଥିବା ଦେଖିବକୁ ମିଳିଛି ।   ସେହିପରି ଦାନଗଦି ବ୍ଲକ ର ଦାନଗଦି ପ୍ରଖଣ୍ଡ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ବାବା କ୍ଷିରୋଦ ନନ୍ଦ ଙ୍କ ଦାନଗଦି ସ୍ଥିତ ମଠ ଠାରେ ଦାନଗଦି ପ୍ରଖଣ୍ଡ ବଜରଙ୍ଗ ଦଳର ସଂଯୋଜକ ମିଲନ ବେହେରା ଙ୍କ ନେତୃତ୍ଵରେ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଗୁରୁ ପୂର୍ଣ୍ଣିମାରେ ଶ୍ରୀ ଗୁରୁ ପୂଜନ ଉତ୍ସବ ପାଳନ କରାଯାଇଥିଲା l Gurupuja and Guru Purnima are celebrated by the Bajrang Dal.  Jajpur: - On the holy Gurupurnima, local Bajrang Dal activists worshiped the saints at the Sukinda Rankia Ram Temple and the Ashoka Jhar monastery.  On the holy Gurupurnima,

କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ ମାଡ଼ ମାରିବା ଘଟଣାକୁ ସୁକିନ୍ଦା ପ୍ରେସ ଫୋରମର ନିନ୍ଦା, କାର୍ଯ୍ୟାନୁଷ୍ଠାନ ଦାବି I

Image
ଯାଜପୁର (କଳିଙ୍ଗନଗର): - କେନ୍ଦ୍ରାପଡ଼ାର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜନୈକା ମହିଳା କନେଷ୍ଟବଳ ଗତ 22ତାରିଖରେ ବିଚ ରାସ୍ତାରେ ମାଡମାରିବା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବlରୁ କେନ୍ଦ୍ରାପଡ଼ାର ସାମ୍ବାଦିକ ଭାଇମାନେ ଆନ୍ଦୋଳନକୁ ଓଲ୍ଲାହିଛନ୍ତି lରାଜ୍ୟର ବିଭିନ୍ନ ଜିଲା ଓ ବ୍ଲକ ସ୍ତରୀୟ ସାମ୍ବାଦିକ ସଂଗଠନ ପକ୍ଷରୁ ଏହାକୁ ସମର୍ଥନ ଜଣାଇ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ଦାବି ଜୋର ଧରୁଛି l ଯାଜପୁର ଜିଲ୍ଲାର ସୁକିନ୍ଦା ପ୍ରେସ ଫୋରମ ପକ୍ଷରୁ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜ୍ଞାପନ କରାଯାଇଛି l ଫୋରମର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ସଦସ୍ୟମାନେ ଡ଼ୁବୁରୀ ଏକ୍ସପ୍ରେସ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଇନକୁ ହାତକୁ ନେଇଥିବା ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଦାବିକରି ନାରାବାଜି ଦେଇଥିଲେ l ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକଙ୍କ ଉପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଇ ସେମାନଙ୍କ କଣ୍ଠରୋଧପାଇଁ ହେଉଥିବା ଉଦ୍ୟମକୁ ତୀବ୍ର ନିନ୍ଦା କରାଯିବା ସହ ରାଜ୍ୟ ସରକାର ତୁରନ୍ତ ସାମ୍ୱାଦିଜ ସୁରକ୍ଷା ଆଇନ କାର୍ଯ୍ୟଜାରୀ କରିବାକୁ ଫୋରମ ପକ୍ଷରୁ ଦାବି କରାଯ

ପ୍ରତିଶୃତି ରକ୍ଷା କଲେ ରାଜ୍ଯ ସରକାର l

Image
ଭୁବନେଶ୍ବର : - ପ୍ରତିଶୃତି ରକ୍ଷା କଲେ ରାଜ୍ୟ ସରକାର । କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରଙ୍କ ଯେଉଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମିଳିବା ନେଇ ଘୋଷଣା କରିଥିଲେ ତାହାକୁ ଆଜି ମଞ୍ଜୁର କରିଛନ୍ତି।କୋଭିଡ଼ ମହାମାରୀରେ ବିଗତ ଦିନରେ ପ୍ରାଣ ହରାଇଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାର ପାଇଁ ୨ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୭ ଜଣ ସାମ୍ବାଦିକଙ୍କ ମଧ୍ୟରୁ ଏହିମାନେ ପାଇବେ ସହାୟତା ।  –ପ୍ରଦୀପ କିଶୋର ସାହୁ, ସମ୍ବାଦ, ଗଞ୍ଜାମ  ଗୋବିନ୍ଦ ବେହେରା, ଟିଭି ନିଉଜ ୬(ୱେବ), ଗଞ୍ଜାମ  କିଶୋର ଚନ୍ଦ୍ର ଦାଶ, ସମାଜ, ଗଞ୍ଜାମ  ନରେଶ କୁମାର ବେହେରା, ଓଡ଼ିଶା ଫାଇଲ୍ସ, ଗଞ୍ଜାମ  ରତ୍ନାକର ମହାରଣା, କଳିଙ୍ଗ ଜ୍ୟୋତି, ଗଂଜାମ  ନୀଳୟ ରଂଜନ ପଟ୍ଟନାୟକ, ବ୍ଲକ ପ୍ରତିନିଧି, ଗଞ୍ଜାମ  କରୁଣାକର ସାହୁ, ଅନୁପମ ଭାରତ, ଗଞ୍ଜାମ  ମାନସ ଜୟପୁରିଆ, ଜି–ଓଡ଼ିଶା, ଭୁବନେଶ୍ୱର  ବସନ୍ତ ଦାସ, ମୁକ୍ତବୃତ୍ତି ସାମ୍ବାଦିକ , ଭୁବନେଶ୍ୱର  ବିଜୟନ ଲକ୍ଷ୍ମୀ ମହାନ୍ତି, ଆଜିକାଲି, ଭୁବନେଶ୍ୱର  ପ୍ରୀତିମାନ ମହାପାତ୍ର, ଟାଇମ୍ସ ଅଫ୍ ଇଣ୍ଡିଆ, ଭୁବନେଶ୍ୱର  ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ବାଦ, ବଲାଙ୍ଗୀର  ଯତୀଶ ଚନ୍ଦ

ବାଘ ଛାଲ ଜବଦ କରିବା ସହ ଶିକାରୀ ଗିରଫ l

Image
କଣ୍ଟାମାଳ(ବ୍ୟୁରୋ ରିପୋର୍ଟ) : - ବୌଦ୍ଧ ବନଖଣ୍ଡ ମନମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ କପାସିରା ଗ୍ରାମ ନିକଟରୁ ଆଜି ଷ୍ଟେଟ୍‍ ଟାସ୍କ ଫୋର୍ସ ଟିମ୍‍ର ଚଢାଉରେ ଏକ ବାଘ ଛାଲ, ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ହୋଇ ଥିବା ଜଣାଯାଇଛି। ବାଘ ଛାଲର ମୂଖ୍ୟ ଅଭିଯୁକ୍ତକୁ ମଧ୍ୟ ଟାସ୍କ ଫୋର୍ସ ଟିମ ଗିରଫ କରିଥିବା ଜଣା ପଡିଛି। ସୂଚନା ପ୍ରକାରେ କୌଣସି ସୂତ୍ରରୁ ଖବର ପାଇ ଭୂବରେଶ୍ୱରରୁ ଏସ୍‍ଟିଏଫ୍‍ର ସ୍ୱତନ୍ତ୍ର ଟିମ୍‍ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବାଘ ଛାଲ ବିକ୍ରି ପାଇଁ ଡିଲ୍‍ ଚାଲିଥିବା ବେଳେ ଅତର୍କୀତ ଚଢାଉ କରି ବାଘ ଛାଲ ସହ ଶୀକାରୀ ହର ରଣାକୁ କାବୁ କରି ନେଇଥିଲେ। ଜବତ ବାଘ ଛାଲର ଫରେନସିକ ଯାଞ୍ଚପାଇଁ ଡେରାଡୁନ୍‍ ପରୀକ୍ଷାଗାରକୁ ପଠାଯିବ ବୋଲି ସୂଚନା ମିଳିଛି। ସବିଶେଷ ତଥ୍ୟ ପାଇଁ ଏସ୍‍ଟିଏଫ୍‍ ଟିମ୍‍ ଦ୍ୱାରା ଗିରଫ ଶିକାରୀ ହର ରଣାକୁ ପଚରା ଉଚୁରା କରିବା ପାଇଁ ଅନ୍ୟତ୍ର ନେଇ ଯାଇଥିବା ଜଣାଯାଇଛି। ପ୍ରକାଶ ଥାଉକି କିଛି ଦିନ ତଳେ ମଧ୍ୟ ଏସ୍‍ଟିଏଫ୍‍ ଦ୍ୱାରା ଆଉ ଏକ ବାଘ ଛାଲ ବିକ୍ରୀ କରିବା ସମୟରେ ମନମୁଣ୍ଡା ପାଖରୁ ହିଁ ଜବତ କରାଯାଇଥିଲା। The hunter was arrested along with tiger skins.  KANTAMAL(Beuro Report) : - A tiger skin, a gun and live ammunition were reportedly seized in a raid by the State Task Force Team7 today near K

ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ।(ନାସା)

Image
ୱାଶିଂଟନ(ବ୍ୟୁରୋ ରିପୋର୍ଟ) : - ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି। ଏଥିରୁ ଅନୁମାନ କରିପାରୁଥିବେ, ଏହା କେତେ ବଡ଼ ଉଲକାପିଣ୍ତ। 2008Go20 ନାମକ ଏହି ଉଲକା ପିଣ୍ଡ ଜୁଲାଇ ୨୪ରେ ପୃଥିବୀକୁ ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହା ବିପର୍ଯ୍ୟୟ ଘଟାଇବାର ଆଶଙ୍କା ଥିବାରୁ ନାସା ପକ୍ଷରୁ ଏହା ବିପଦଜ୍ଜନକ କ୍ୟାଟାଗୋରୀରେ ରଖାଯାଇଛି। ସୂଚନା ଅନୁସାରେ, ଏହି ଉଲକାପିଣ୍ଡଟି ସେକେଣ୍ଡ ପିଛା ୮ କିମି ବେଗରେ ଗତି କରୁଛି। ଏହାର ଅର୍ଥ ଘଣ୍ଟାପ୍ରତି ବେଗ ୨୮,୮୦୦ ରହିଛି। ଗତି ଖୁବ ଅଧିକ ଥିବାରୁ ଏହାର ସାମ୍ନାରେ ଯାହା ବି ଆସିବ, ସେଗୁଡ଼ିକ ଧ୍ୱଂସ ପାଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ନାସା ଏହାର ଗତିପଥ ଉପରେ ନଜର ରଖିଛି। ଜୁନ୍‌ ମାସରେ ୨୦୨୧କେଟି୧ ନାମକ ଗୋଟିଏ ଉଲକା ପିଣ୍ଡ ପୃଥିବୀ ନିକଟରେ ପହଞ୍ଚିଥିଲା। ଏହାର ଆକାରର ଇଫେଲ ଟାୱାର ଭଳି ରହିଥିଲା। ଏହା ପୃଥିବୀ ଠାରୁ ୪.୫ ମିଲିୟନ ଦୂରତାରେ ଯାଇଥିଲା। ପୃଥିବୀ ଠାରୁ ୪.୬ ମିଲିୟନ ଦୂର ଦେଇ ଗତି କରୁଥିବା ସମସ୍ତ ବସ୍ତକୁ ବିପଦଜ୍ଜନକ ତାଲିକାରେ ରଖାଯାଇଥାଏ। ଏହି ଷ୍ଟାଡିୟମ ଆକାରର ଉଲକା ପିଣ୍ଡର ନିୟର ଆର୍ଥ ଅବଜେକ୍ଟ(ଏନଇଓ) ୨୦ ମିଟର ଚଉଡ଼ା ଓ ଏହା ୨୮,୭୦,୮୪୭,୬୦୭ କିଲୋମିଟର ଦୂରରୁ ଦୃଶ୍ୟମାନ ହେବ। ଯାହା ପୃଥିବୀ ଏବଂ ଚନ୍ଦ୍ରର ମୋଟ ଦୂରତା ଠାରୁ ୮ ଗୁ