Posts

ରାଜ୍ୟରେ କରୋନା ସ୍ଥିତିକୁ ନେଇ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ l ମାକ୍ସ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ I

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ଯୁଦ୍ଧ ଏଯାଏଁ ସରିନାହିଁ । ଅନ୍ୟ ରାଜ୍ୟମାନଙ୍କରେ ଏବେ ବି କରୋନା ସଂକ୍ରମଣ ବଢୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ଯଦି କରୋନା ନିୟମ ରାଜ୍ୟରେ ଠିକ ଭାବେ ପାଳନ ନହୁଏ ତେବେ ଆମେ ପୁଣି ଲକଡାଉନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଭୁବନେଶ୍ୱରରେ କୋଭିଡ ସ୍ଥିତି ସ୍ଥିର ରହିଛି । ଲକଡାଉନ ଯୋଗୁଁ ବହୁତ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି । ଜୀବନ ଓ ଜୀବିକା ଉଭୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କରୋନା ଭାଇରସ ଏବେ ବି ଆମ ଆଖ ପାଖରେ ଲୁଚି ରହିଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ନିହାତି ଦରକାର ନହେଲେ ଦୋକାନ ବଜାର ଯାଆନ୍ତୁନି । ଭିଡ କରନ୍ତୁ ନାହିଁ । ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ । Chief Minister congratulates the people of the state on the corona status in the state l Wear Mask , keep social distance I Bhubaneswar(Beuro Report) :- Chief Minister Naveen Patnaik addressed the people of the state on the state of corona in the state. The coron...

ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ଅତିଥି ଭାବରେ ସମଗ୍ର ଭାରତୀୟ ଅଲିମ୍ପିକ ଦଳକୁ ଲାଲ୍‌କିଲ୍ଲାକୁ ନିମନ୍ତ୍ରଣ କରିବେ ।

Image
  File photo.  ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) : - ଟୋକିଓ ଅଲିମ୍ପିକ୍ସରେ ଭାରତର ଖେଳାଳି ମାନେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଶ୍ଚର୍ଯ୍ୟଜନକ ଯୋଜନା ପ୍ରସ୍ତୁତ କରିଛନ୍ତି । ସୂଚନାନୁସାରେ, ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ଅତିଥି ଭାବରେ ସମଗ୍ର ଭାରତୀୟ ଅଲିମ୍ପିକ ଦଳକୁ ଲାଲ୍‌କିଲ୍ଲାକୁ ନିମନ୍ତ୍ରଣ କରିବେ । କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଅଲିମ୍ପିକ୍ ଦଳକୁ ମଧ୍ୟ ଭେଟିବେ । ସୂଚନା ଥାଉକି ଯେ ଜୁଲାଇ ୧୩ ରେ ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଖେଳାଳିମାନଙ୍କୁ ପିଏମ ମୋଦୀ ଉତ୍ସାହିତ କରିଥିଲେ ।  ସୂଚନା ଅନୁସାରେ ମଙ୍ଗଳବାର ଦିନ ବିଶ୍ୱ ପୁରୁଷ ଚାମ୍ପିୟନ ବେଲଜିୟମ ବିପକ୍ଷରେ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳକୁ ଉତ୍ସାହିତ କରିଛନ୍ତି । ସେ କହିଛନ୍ତି ଯେ ବିଜୟ ଏବଂ ପରାଜୟ ଜୀବନର ଏକ ଅଂଶ ଏବଂ ଭାରତ ନିଜ ଖେଳାଳିଙ୍କ ପାଇଁ ଗର୍ବିତ ।  ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଛନ୍ତି, ‘କ୍ଷତି ଏବଂ ବିଜୟ ଜୀବନର ଏକ ଅଂଶ । ଆମର ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ଏହାର ସର୍ବୋତ୍ତମ ପ୍ରଦର୍ଶନ କରିଛି ଏବଂ ତାହା ହିଁ ସବୁଠାରୁ ଗୁରୁ...

କୋଭିଡ୍ ନିୟମାନୁସାରେ ପାଳନ ହେବ ସମ୍ବଲପୁରୀ ଦିନ୍ ଉତ୍ସବ I

Image
ସମ୍ବଲପୁର(ବ୍ୟୁରୋ ରିପୋର୍ଟ) :- କରୋନା କଟକଣା ଯୋଗୁଁ ଏଥର ମଧ୍ୟ ସମ୍ବଲପୁରୀ ଦିନ୍‌ ଉତ୍ସବ ଖୋଲା ମଞ୍ଚରେ ଆୟୋଜନ ହେବ ନାହିଁ । ତେବେ ସାମାଜିକ ଗଣମାଧ୍ୟମରେ ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ସଭା ସହ ପୁସ୍ତକ ଉନ୍ମୋଚନ କରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଗୁରୁ ସତ୍ୟନାରାୟଣ ବହିଦାର ଓ ସାଧକ ଶ୍ରୀଧର ପ୍ରଧାନଙ୍କ ପବିତ୍ର ଜନ୍ମ ତିଥି ଅଗଷ୍ଟ ଏକ ତାରିଖକୁ ସମ୍ବଲପୁରୀ ଦିନ୍‌ ଭାବରେ ପାଳନ କରାଯାଉଛି । ୨୦୧୨ ରେ ପ୍ରଥମେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସମଗ୍ର ବିଶ୍ୱରେ ଏହି ସ୍ୱତନ୍ତ୍ର ଦିବସ ପାଳନ ହେଉଛି । ପୂର୍ବରୁ ସମ୍ବଲପୁର ସହରର ଜେଲ ଛକ ନିକଟରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ ହେଉଥିଲା । କିନ୍ତୁ, ଗତ ବର୍ଷ ଠାରୁ ମହାମାରୀ କରୋନା କଟକଣା ଯୋଗୁଁ ଲୋକେ ଉତ୍ସବକୁ ନିଜ ଘରେ ରହି ପାଳନ କରୁଛନ୍ତି । ଚଳିତ ବର୍ଷ ମଧ୍ୟ ସାମାଜିକ ଗଣମାଧ୍ୟମରେ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି । ସେହପରି ଚଳିତ ବର...

ଅଗଷ୍ଟ ମାସ ର ଗାଇଡଲାଇନ୍ ସଂପର୍କରେ SRC ଙ୍କ ଘୋଷଣା I

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ଧିରେ ଧିରେ ଅନଲକ ଆଡ଼କୁ ଗତି କରୁଛି ଓଡ଼ିଶା। ଏଥିପାଇଁ ସାରା ରାଜ୍ୟରେ ଦୋକାନବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ତେବେ କେବଳ ଭୁବନେଶ୍ୱର, କଟକ, ପୁରୀରେ ପୂର୍ବ ଭଳି ସପ୍ତାହାନ୍ତ ସଟଡାଉନ ଜାରି ରହିବ। ଏନେଇ ଅଗଷ୍ଟ ଗାଇଡଲାଇନ୍ ସଂପର୍କରେ SRC ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,ଅଆମ ରାଜ୍ୟରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି। କଟକ, ଖୋର୍ଦ୍ଧା, ପୁରୀରେ ଟିକେ ଅଧିକ କେସ୍ ରହିଛି। ହେଲେ ଉଦବେଗଜନକ ନୁହେଁ। ଜୀବନ-ଜୀବିକା ସମନ୍ୱୟ ପାଇଁ ଧିରେ ଧିରେ ଅନଲକ୍ ହେଉଛି। ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି। ରାଜ୍ୟରେ ସଂକ୍ରମଣ ଅନେକାଂଶରେ ନିୟନ୍ତ୍ରଣକୁ ଆସିଥିବା SRC କହିଛନ୍ତି। ଅଗଷ୍ଟ ଗାଇଡଲାଇନ୍ ନେଇ SRC କହିଛନ୍ତି ଯେ, ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ। ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା। ରେଷ୍ଟୁରାଣ୍ଟ, ବାର୍ ୫୦% କ୍ଷମତାକୁ ନେଇ ଖୋଲି ପାରିବ। ସିନେମା ହଲ୍ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ। ହଲ୍, ମଲ୍ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ। ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ମନା। ପ୍ରଦର୍ଶନୀ, ବାଣିଜ୍ୟ...

ଯାଜପୁର ମ୍ୟୁନିସିପାଲଟି ରେ କୋଟି କୋଟି ଟଙ୍କାର ଟ୍ୟାକ୍ସ ଆତ୍ମସାତ୍ l

Image
ଯାଜପୁର(ବ୍ୟୁରୋ ରିପୋର୍ଟ) : - ଯାଜପୁର ଜିଲ୍ଲାର ଯାଜପୁର ମ୍ୟୁନିସିପାଲିଟିରେ ହୋଲ୍‌ଡିଂ ଟ୍ୟାକ୍ସ, ପେନାଲ୍ଟି ଫି, ହାଉସ ରେଣ୍ଟ, ଟେଣ୍ଡର ପେପର ଇତ୍ୟାଦି କ୍ଷେତ୍ରରେ ଅର୍ଥ ଆଦାୟ କରାଯାଇ ୩,୫୯,୭୮୪ ଟଙ୍କା ଆତ୍ମସାତ୍‌ କରାଯାଇଛି। ୨୦୧୯-୨୦ ଅଡିଟ୍‌ ରିପୋର୍ଟରୁ ଏହା ଜଣାପଡିଛି। ଏହିମର୍ମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରି ଓ କଟକ ଜେନେରାଲ ଆଡମିନିଷ୍ଟ୍ରେଶନ (ଭିଜିଲାନ୍ସ) ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଓଡ଼ିଶା ଲୋକାଲ ଫଣ୍ଡ ଅଡିଟର ଯୁଗ୍ମ ନିର୍ଦ୍ଦେଶକ ୨୯ା୭ା୨୦୨୧ରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଛନ୍ତି। ଯାଜପୁର ତହସିଲରେ ବହୁ ଚର୍ଚ୍ଚିତ ୪.୯୩ କୋଟି ଟଙ୍କାର ଅନିୟମିତତାର ଭିଜିଲାନ୍ସ ତଦନ୍ତ ଚାଲିଥିବାବେଳେ ମ୍ୟୁନିସିପାଲିଟିରେ ଏଭଳି ଟଙ୍କା ଆତ୍ମସାତ୍‌ ଘଟଣା ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲୋକାଲ ଫଣ୍ଡ ଅଡିଟ୍‌ ପକ୍ଷରୁ ୨୦୧୯-୨୦ ବର୍ଷରେ ଯାଜପୁର ପୌରାଞ୍ଚଳର ଆର୍ଥିକ କାରବାର ଉପରେ ସ୍ବତନ୍ତ୍ର ଅଡିଟ ହୋଇଥିଲା। ଉକ୍ତ ଅଡିଟରେ ମୋଟ ୩,୫୯,୭୮୪ ଟଙ୍କା ମଧ୍ୟରୁ ୯୫,୭୯୩ ଟଙ୍କା ସଂପୃକ୍ତ ଅଧିକାରୀ ଦିୱାନ ମୁର୍ମୁଙ୍କ ଦରମାରୁ ଅସୁଲି କରାଯାଇଥିଲା। ଅବଶିଷ୍ଟ ବାର୍ଷିକ ୧୮ ପ୍ରତିଶତ ସୁଧ ସହ ୨,୬୩,୯୯୧ ଟଙ୍କା ଅସୁଲି କରିବାର ଅଛି ବୋଲି ଅଡିଟ ପକ୍ଷରୁ ୨୦୨୦-୨୧ର ସ୍ବତନ୍ତ୍ର ରିପୋର୍ଟରେ ଦର୍ଶାଯାଇଛି। କ୍ୟାସିୟରଙ...

ରାଜ୍ୟରେ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି - ମୁଖ୍ୟମନ୍ତ୍ରୀ

Image
ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) : - ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ରାଜ୍ୟରେ ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି । ଉଚ୍ଚ ପ୍ରାଥମିକସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରଧାନଶିକ୍ଷକଙ୍କ ପଦବୀ ମଧ୍ୟ ପୂରଣ ହେବ । ଫଳରେ ଶୈକ୍ଷିକ ପରିବେଶରେ ଉନ୍ନତି ଆସିପାରିବ । ୨୯ ହଜାର ୭୫୯ ସହକାରୀ ଶିକ୍ଷକ ୫-ବି ସ୍ତରକୁ ପଦୋନ୍ନତି ପାଇବେ ।  ଏହାସହ ୨୯ ହଜାର ୭୫୯ ଶିକ୍ଷକ ତୁରନ୍ତ ଲେଭଲ-୪କୁ ପଦୋନ୍ନତି ପାଇବେ । ୩ ହଜାର ୭୮୫ ଜଣ ପ୍ରଧାନଶିକ୍ଷକ ସେପ୍ଟେମ୍ବର ସୁଦ୍ଧା ଲେଭଲ-୩କୁ ପଦୋନ୍ନତି ପାଇବେ। ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ଗୁଣାତ୍ମକ ଶିକ୍ଷାଦାନ ପାଇଁ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। Primary teachers to be promoted in the state - Chief Minister.  Bhubaneswar(Beuro Report) : - Chief Minister's big announcement. 63,303 primary teachers in the state will be promoted. At the top primary level, teaching positions will be filled for a variety of topics. The position of headmaster will also be filled at the primary and upper primary levels. As a result, the academic ...

ଶ୍ରେଣୀ ଗୃହ ନିର୍ମାଣ ଓ ପାନୀୟ ଜଳ ଯୋଗାଣ ରେ ଅନିୟମିତତା ଅଭିଯୋଗ।

Image
ଯାଜପୁର (କାଳିଆପାଣି) :- ଶିଶୁଙ୍କ ଜୀବନ କୁ ନେଇ ଖେଳ ଖେଳୁଛନ୍ତି କଣ୍ଟ୍ରାକ୍ଟର । ବିଗତ ଦିନରୁ ଭଙ୍ଗା ସ୍କୁଲ ଘରେ ପାଠ ପଢା ଚାଲିଥିଲା ଓ ପରେ ଟେଣ୍ଡର ହୋଇ ଶ୍ରେଣୀଗୃହ ନିମନ୍ତେ ଆଠ ଲକ୍ଷ୍ୟ ଦଶ ହଜାର ,ଉକ୍ତ ବିଦ୍ୟାଳୟ ପାଇଁ ପାଠାଗାର ପାଇଁ ଦଶ ଲକ୍ଷ୍ୟ ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟ ପାଇଁ ଏକ ଲକ୍ଷ ଅଠତିରିରିସ ହଜାର ବ୍ୟୟ ଅଟକଳ ରେ ନିର୍ମିତ ଗୃହ ଓ ପାନୀୟ ଜଳ ଯୋଗାଣ ରେ ଚଞ୍ଚକତା ଦେଖା ଦେଇଛି । ଶ୍ରେଣୀ ଗୃହ ପାଠାଗାର ରେ ଖୋଳାଯାଇଥିବା ନିଅ ମାତ୍ର ହାତେ ଖୋଳି ଘର ନିର୍ମାଣ କରାଯାଇଥିବା ଘଟଣା ସାମ୍ନା କୁ ଆସିଛି । ପୂର୍ବରୁ ଏପରି ଅନକ ଦୁର୍ନୀତି ଘଟଣା ସାମ୍ନା କୁ ଆସିଥିବା ବେଳେ ଶିଶୁ ବା ଆଗାମୀ ଦିନର ଭବିଷ୍ୟତ ମାନକୁ ନେଇ ଚଞ୍ଚକତା ଘଟଣା ପ୍ରଥମ ଥର ଦେଖାଦେଇଛି । ଚତୁର୍ପର୍ଶ୍ଵ ରେ ଖଣି ରେ ଭରି ରହିଥିବା ଅଞ୍ଚଳ ହୋଇଥିବା ବେଳେ ଖଣି ର ଉତ୍ପାଦନ କ୍ଷମତା ବଢାଇବା ବା ବିରାଟ କାୟ ପଥର କୁ ଭାଙ୍ଗିବା ରେ ସାହାଯ୍ୟ କରୁଥିବା ପ୍ରାକୃତିକ ବିସ୍ଫୋରଣ କରୁଥିବା ବେଳେ ବଡ଼ ବଡ଼ କୋଠା ମାନ ଫାଟି ଆଁ କରିଛି ।  - ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ ।  -ତଦନ୍ତ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ ।  ଏପରି ସ୍ଥଳେ କିପରି ଏକ ଫୁଟ ର ଫାଉଣ୍ଡେସନ କରି ଘର ନିର୍ମାଣ କଲେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପୁଣି ଖୋଦ ବିଭାଗୀୟ ଅଧିକାରୀ (ଜେଇ) କାମ ନେଇ କ...