Posts

ଜଳୁ ନାହିଁ ଷ୍ଟ୍ରିଟ ଲାଇଟ, ବଢୁଛି ଅପରାଧ l

Image
ବାରିପଦା(ବ୍ୟୁରୋ ରିପୋର୍ଟ) :-ମୟୂରଭଞ୍ଜ ଜିଲ୍ଲାର ପୌର ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଆଲୋକୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ୫ ହଜାର ଷ୍ଟ୍ରିଟ୍‌ ଲାଇଟ ଜଳୁ ନାହିଁ। ଏହାର ସୁଯୋଗରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ସହରବାସୀ ଦେଉଥିବା ହୋଲ୍ଡିଂ ଟ୍ୟାକ୍ସ କାମରେ ଲାଗୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି । ଜିଲ୍ଲାର ବାରିପଦା ମ୍ୟୁନିସିପାଲଟି ଅଧୀନ ୨୮ ୱାର୍ଡରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି।  କେନ୍ଦ୍ର ସରକାରଙ୍କ ଯୋଜନା ଏନର୍ଜି ଏଫିସିଏନ୍‌ସି ସର୍ଭିସ ଲିମିଟେଡ (ଇଇଏସ୍‌ଏଲ୍‌) ଜରିଆରେ ଆସ୍ଥା ସଂସ୍ଥା ପକ୍ଷରୁ ୨୦୧୪-୧୫ରେ ଆଲୋକୀକରଣ ପାଇଁ ୮୫୦୦ ଏଲ୍‌ଇଡ ଷ୍ଟ୍ରିଟ୍‌ ଲାଇଟ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ୱାର୍ଡର ମୁଖ୍ୟ ରାସ୍ତାରେ ୩୫ ୱାଟ୍‌ରୁ ଆରମ୍ଭ କରି ୧୧୦ୱାଟ୍‌ ପର୍ଯ୍ୟନ୍ତ ଏଲ୍‌ଇଡି ଲାଇଟ ଲଗାଯାଇଛି । ଏହାର ମରାମତି ପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ଜିଲ୍ଲାରେ ଜଣେ ମାତ୍ର ଟେକ୍ନସିଆନ ରହିଛନ୍ତି। ଲାଇଟ୍‌ଗୁଡ଼ିକ କଣ୍ଟ୍ରୋଲ କରିବା ପାଇଁ ବାରିପଦା ମ୍ୟୁନିସିପାଲଟିରେ ୨୧୬ ସିସିଏମ୍‌ଏସ୍‌ ବକ୍ସ ରହିଛି। ପ୍ରତି ବାକ୍ସରେ ୫୦ରୁ ୧୦୦ ଲାଇଟକୁ କଣ୍ଟ୍ରୋଲ କରିବାର କ୍ଷମତା ରହିଥିବା ବେଳେ ସମୟ ଅନୁଯାୟୀ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଜଳିଥାଏ । ବର୍ତ୍ତମାନ ୩୩ଟି ସିସିଏମ୍‌ଏସ୍‌ ବକ୍ସ ସମ୍ପୂର୍ଣ୍

ଡିଡାଇ ଉନ୍ନୟନ ସଂସ୍ଥାର ଅନିୟମିତତା, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି l

Image
ମାଲକାନଗିରି (ବ୍ୟୁରୋ ରିପୋର୍ଟ) :- ଜିଲ୍ଲାର କୁଡୁମୁଲୁଗୁମ୍ମା, କୋରକୋଣ୍ଡା ଏବଂ ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ୫୮ଟି ଗ୍ରାମରେ ଆଦିମ ଜନଜାତି ଡିଡାଇ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଏହି ସମ୍ପଦାୟର ୨୦ ହଜାରରୁ ଊଦ୍ଧର୍‌ବ ଲୋକଙ୍କ ବିକାଶ ଲାଗି ଡିଡାଇ ଉନ୍ନୟନ ସଂସ୍ଥା ଗଠିତ ହୋଇଛି। ଏହି ସମ୍ପ୍ରଦାୟର ଲୋକ ଚାଷ ଉପରେ ନିର୍ଭର କରୁଥିବାରୁ ସେମାନଙ୍କୁ ଉନ୍ନତ କିସମର ବିହନ ଯୋଗାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି। ହେଲେ ଚାଷୀଙ୍କୁ ବିହନ ବଣ୍ଟନରେ ବ୍ୟାପକ ଅନିୟମିତା ହେଉଛି। ଏପରି କି ଚାଷୀଙ୍କ ଉଦ୍ଦେଶ୍ୟରେ ଆସୁଥିବା ବିହନକୁ ନ ବାଣ୍ଟି ନଷ୍ଟ କରାଯାଉଥିବା ସ୍ଥାନୀୟଅଞ୍ଚଳର ଚାଷୀ ପ୍ରମୁଖ ଅଭିଯୋଗ କରିଛନ୍ତି। ଡିଡାଇ ସମ୍ପ୍ରଦାୟର ଲୋକମାନେ ମୁଖ୍ୟତଃ ଧାନ, ମାଣ୍ଡିଆ, ଅଦା, ହଳଦୀ, ସୁଆଁ, କନ୍ଦମୂଳ ଆଦି ଖାଦ୍ୟଶସ୍ୟ ଉତ୍ପାଦନ କରି ବଜାରରେ ବିକି ଚଳିଥାନ୍ତି। ଏମାନଙ୍କ ଉନ୍ନତି ନିମନ୍ତେ ଡିଡାଇ ଉନ୍ନୟନ ସଂସ୍ଥାର ଏକ କାର୍ଯ୍ୟାଳୟ କୁଡୁମୁଲୁଗୁମ୍ମାରେ କାର୍ଯ୍ୟ କରୁଛି। ଏହି ସଂସ୍ଥା ଡିଡାଇ ଅଧିବାସୀ ବସବାସ କରୁଥିବା ଗ୍ରାମକୁ ରାସ୍ତାଘାଟ ସହ ଏମାନଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଏହି ଆଦିମ ଜନଜାତିଙ୍କ ପାଇଁ ଓଡ଼ିଶା ବିକାଶ ନିର୍ବାହ ପ୍ରକଳ୍ପ(ଓପିଲିପି) ମାଧ୍ୟମରେ ୫୮ଟି ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ସମିତି (ଭିଡିସି) କାର୍ଯ୍ୟ କରୁଛି। ହେଲେ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ

ଶ୍ରୀ ଲିଙ୍ଗରାଜ ସେନା ପକ୍ଷରୁ ଅଟୋ ଓ ଟ୍ରଲି ରିକ୍ସା ଚାଳକ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ I

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଶ୍ରୀ ଲିଗଂରାଜ ସେନା କାର୍ଯ୍ୟନିର୍ବାହୀ କମିଟି ପ୍ରସ୍ତାବିତ ଶୁଖିଲା ଖାଦ୍ୟ ବଣ୍ଟନ ଲିଗଂରାଜ ନୂଆମାର୍କେଟ ପରିସରରେ ସମ୍ପୂଣ୍ନ ରୂପରେଖ ନେଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ କରୋନା ମହାମାରୀକୁ ଖାତିର ନକରି ସାମାଜିକ ଦୁୁରତ୍ୱ ଏବଂ ମାସ୍କ ଆଊ ଲିଗଂରାଜ ସେନାର ପୋଷାକ ପିନ୍ଧି ଶତାଧିକ କର୍ମୀ ସ୍ୱେଛାକୃତ ଭାବେ ସ୍ୱେଛାାସେବୀ ଭାବେ ସାହାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ । କରୋନା ମହାମାରୀ ସମୟରେ ଲୋକକଂ ଦୁଃଖଦୁର୍ଦ୍ଧଶାକୁ ହୃଦୟଗଂମ କରି କିଛିବର୍ଗର ଲୋକଂକୁ ସାହାର୍ଯ୍ୟ କରାଯାଇଥିବା ବେଳେ ,ଅଟୋ,ଟ୍ରଲିରିକ୍ସାର ଶତାଧିକ ଡ୍ରାଇଭର ମାନକୁଂ ସାହାର୍ଯ୍ୟ କରିବାପାଇଁ ଲିଗଂରାଜ ସେନାର ଶତାଧିକ କର୍ମୀ ଅଣ୍ଟାଭିଡି ଅାଗକୁ ଆଗେଇ ଆସିଥିଲେ । ପୁରୁଣାଭୁବନେଶ୍ୱର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଏହି ଶୁଖିଲା ଖାଦ୍ୟ ବଣ୍ଟନର ଶୁଭାରମ୍ଭ କରିଥିଲେ । ଅଭିନବ ଉପୟରେ ଅଭିନବ ଢଗଂରେ ଅନୁଷ୍ଠିତ ଏହି କାର୍ଯ୍ୟକର୍ମରେ ବେସାହାର ଜୀବିକା ହରାଇଥିବା ଖଟିକିଆ ମେହନତ ଶ୍ରମିକର ମୁହଁରେ ହସ ଫୁଟାଇ ପାରିଥିବାରୁ ଏହି କାର୍ଯ୍ୟକର୍ମର ସର୍ବତ ପ୍ରଶଂସା କରାଯାଇଥିଲା ।  ଲିଗଂରାଜସେନାର ଏହି ପ୍ରଶଂସନୀୟ କାର୍ଯ୍ୟକୁ ପୁରୁଣାଭୁବନେଶ୍ୱର ତଥା ଆଖପାଖ ଅଚଂଳର ଜନସାଧାରଣ ସହଯୋଗର ହାତ ବଢାଇଥିବାରୁ ଲିଗଂରାଜ ସେନାର ସଭାପତି ରାଜେନ୍ଦ୍ର ସମର

ଭାରତ ମହାସାଗରରେ ଥିବା ଏକ ଦ୍ବୀପ ଉପରେ ଭାରତର ଗୁଇନ୍ଦା ନୌସେନା ଆଡ୍ଡା ରହିଛି।

Image
ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) : - ଭାରତ ମହାସାଗରରେ ଥିବା ଏକ ଦ୍ବୀପ ଉପରେ ଭାରତର ଗୁଇନ୍ଦା ନୌସେନା ଆଡ୍ଡା ରହିଛି। ଏହି ସେନା ଆଡ୍ଡାର ବ୍ୟବହାର ଭାରତ ସମୁଦ୍ରରେ ବଢୁଥିବା ନିଜର ଶକ୍ତି ଓ ପ୍ରାଧାନ୍ୟ ବଢାଇବା ପାଇଁ କରିବ। କିଛି ଦିନ ପୂର୍ବରୁ କତର ସ୍ଥିତ ଅନ୍ତର୍ଜାତୀୟ ନ୍ୟୁଜ ଚ୍ୟାନେଲ ଅଲ୍‌ ଜଜିରା ନିଜର ରିସର୍ଚ୍ଚ ଆଧାରରେ ଏହି ଦାବି କରି ସମୁଦ୍ରରେ ଭାରତର ଦମଦାର ସେନାର ଉପସ୍ଥିତିକୁ ଇଶାରା କରିଛି। ଅଲ୍‌ ଜଜିରା ପକ୍ଷରୁ ଦାବି କରାଯାଇଛି ଯେ, ଭାରତ ମରିଶନ୍‌ରୁ ୧୧୦୦ କିଲେମିଟର ଦୂରରେ ଅଗାଲୋଗା ଦ୍ବୀପରେ ନିଜର ନୌସେନା ଆଡ୍ଡା ତିଆରି କରୁଛି। ଏହି ସଂସ୍ଥା ସାଟେଲାଇଟ୍ ଇମେଜ୍, ଘଟଣାସ୍ଥଳରେ ଚାଲିଥିବା ନିର୍ମାଣ ଗତିବିଧିର ଆଧାର ଉପରେ ଦାବି କରିଛି ଯେ, ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏପରିକି ଅନ୍ତର୍ଜାତୀୟ ସ୍ତରର ଏୟାରଷ୍ଟ୍ରିପ୍ ତିଆରି କରିଛି, ଯାହାଫଳରେ କୌଣସି ଜାହାଜ ସହଜରେ ଓହ୍ଲାଇ ପାରିବ। ଅଗାଲେଗା ଭାରତ ମହାସାଗରରେ ଥିବା ମରିଶସ୍‌ର ନିୟନ୍ତ୍ରଣରେ ଥିବା ଏକ ଛୋଟ ଦ୍ବୀପ। ଅଗାଲେଗା ମୁଖ୍ୟ ମରିଶସ୍‌ ଦ୍ବୀପଠାରୁ ପ୍ରାୟ ୧୦୦୦ କିଲୋମିଟର ଦୂର ଉତ୍ତରରେ ରହିଛି। ଏହା ୧୨ କିଲୋମିଟର ଲମ୍ବା ଓ ପ୍ରାୟ ୧.୫ କିଲୋମିଟର ଚଉଡା। ସେଠାର ଜନସଂଖ୍ୟା ବହୁତ କମ୍। ଏକ ଅନୁମାନ ଅନୁସାରେ, ସେଠାରେ ମାତ୍ର ୩୦୦-୩୫୦ ଲୋକ ରୁହନ୍ତି। ସବୁଠାରୁ ବଡ କଥା ଏହା ଯେ, ଅଗାଲେଗା ଦ୍ବୀପ ଯେଉଁଠାରେ ହିଛି ସ

ରାଜ୍ୟର ୯୨.୫ ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଗାଇ ଦିଆଯିବ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - BSKYରେ ସାମିଲ ହେବେ ୨୧ଲକ୍ଷ ନୂଆ ହିତାଧିକାରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ରାଜ୍ୟର ୯୨.୫ ଲକ୍ଷ ହିତାଧିକାରୀଙ୍କୁ ଏହି କାର୍ଡ ଯୋଗାଇ ଦିଆଯିବ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟକାଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ । ଏହି ଦିନ ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ, ବଲାଙ୍ଗୀର ଓ ଗଜପତି ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯିବ । ପର୍ଯ୍ୟାୟକ୍ରମେ ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । ଜାନୁଆରୀ ୧୫, ୨୦୧୮ରେ BSKY ଶୁଭାରମ୍ଭ କରାଯାଇଥିବା ବେଳେ ଏଥିରେ ମୁଖ୍ୟତଃ ଦୁଇ ପ୍ରକାର ସେବା ମିଳୁଛି । ଏହି ଯୋଜନାର ସବୁ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି । ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ମାଗଣାରେ ଚିକିତ୍ସା ସେବା ମିଳୁଛି । ଏହି ଯୋଜନାରେ ଅଧିକ ଘରୋଇ ଡାକ୍ତରଖାନାକୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । The Biju Health Welfare Card will be issued to 92.5 lakh beneficiaries in the state.  Bhubaneswar(Beuro Report) :- 21 lakh new beneficiaries will join BSKY. Biju Health Welfare Scheme beneficiaries wil

ଦୀର୍ଘ ଦୁଇବର୍ଷ ହେଲା ଅନ୍ଧାରରେ ଗ୍ରାମବାସୀ, ଆମ ରାଜ୍ୟର ବିଦ୍ୟୁତ ବିଭାଗର ଅପାରଗତା!

Image
କେନ୍ଦୁଝର(ବ୍ୟୁରୋ ରିପୋର୍ଟ) :-କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକର ଜୁଆଙ୍ଗ ଜନଜାତି ବହୁଳ ମେଦିନପୁର ଓ ଭେଜଡିହି ଗଁ। ଦୀର୍ଘ ଦୁଇବର୍ଷ ହେବ ବିଦ୍ୟୁତ୍‌ ଆଲୋକ ନାହିଁ। ଫଳରେ ୨ ଗାଁର ଲୋକେ ଅନ୍ଧାରରେ ରହୁଛନ୍ତି। ଏଥିପାଇଁ ସେମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବିଜୁଳି ଆଲୋକ ସେମାନଙ୍କ ପାଇଁ ଉପହାସ ପାଲଟିଛି ବୋଲି ସାଧାରଣରେ କୁହାଯାଇଛି। ବଣ ଜଙ୍ଗଲ ପରିବେଷ୍ଟିତ ଏହି ଦୁଇ ଗାଁ ରେ ଶତାଧିକ ପରିବାର ବସବାସ କରୁଛନ୍ତି। ହାତୀ, ଅନ୍ୟ ବନ୍ୟଜନ୍ତୁ, ସରୀସୃପ ଆଦି ଭୟ ଲାଗି ରହିଥାଏ। ଦୁଇ ବର୍ଷ ତଳେ ବଜ୍ରପାତରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ିଯିବା ପରଠାରୁ ଗାଁ ଅନ୍ଧାରରେ ରହିଛି। ସେବେଠାରୁ ଗ୍ରାମବାସୀ ବିଜୁଳି ଆଲୋକ ପାଇବାରୁ ବଞ୍ଚିତ ହୋଇଛନ୍ତି। ଗାଁକୁ ଚାରିପାର୍ଶ୍ୱରୁ ଜଙ୍ଗଲ ଘେରି ରହିଥିବାରୁ ସନ୍ଧ୍ୟାରେ ଘରୁ ବାହାରିବା ପାଇଁ ଭୟ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ନେଇ ସେମାନେ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ପାଉ ନ ଥିବାରୁ ଜିଲାପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ଅପରପକ୍ଷେ ଜଣେ ବିଦ୍ୟୁତ୍‌ ବିଭାଗର କର୍ମଚାରୀ କହି ପର୍ଯ୍ୟାୟକ୍ରମେ ଟ୍ରାନ୍ସଫର୍ମର ବସାଇବା ପାଇଁ ପ୍ରାୟ ତେର ହଜାର ଟଙ୍କା ଠକି ନେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଲକଡାଉନ ସମୟରେ ସରକାର ଅନ୍‌ଲାଇନରେ ପିଲ

ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ନିର୍ମାଣ ହୋଇଛି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର l

Image
ଢେଙ୍କାନାଳ(ଭୁବନ) : - ଗଳିକନ୍ଦିରେ ଠୁଳ ହୋଇ ରହୁଥିଲା ଆବର୍ଜନା। ବିଗାଡୁଥିଲା ସହର ସୌନ୍ଦର୍ଯ୍ୟ। ସୃଷ୍ଟି ହେଉଥିଲା ଗନ୍ଧ ମୟ ପ୍ରବେଶ । ବଢୁଥିବା ମଶାବଂଶ ସାଜୁଥିଲା ସଂକ୍ରାମକ ରୋଗର କାରଣ। ହେଲେ ସେହି ଅଦରକାରୀ ବର୍ଜ୍ୟ ଏବେ ଅନେକଙ୍କୁ କରିଛି ସ୍ବାବଲମ୍ବୀ। ସେଥିରୁ ପ୍ରସ୍ତୁତ ହେଉଥିବା ଜୈବଖତରୁ ସ୍ବଚ୍ଛଳ ହୋଇଛି ଅନେକ ପରିବାରର ଆର୍ଥତ୍କ ସ୍ଥିତି। ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ନିର୍ମାଣ ହୋଇଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ୧୬ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାଙ୍କ ମୁହଁରେ ହସ ଫୁଟାଇଥିବାବେଳେ ଆଗାମୀ ଦିନରେ ଏହାର ସମ୍ପ୍ରସାରଣ କରିବାକୁ ଯୋଜନା ରହିଛି। ଫସଲରେ ବଢୁଛି କୀଟନାଶକ, ରାସାୟନିକ ସାର ବ୍ୟବହାର। ଏହାଦ୍ୱାରା ଯଦିଓ ଉତ୍ପାଦନ ବୃଦ୍ଧି ପାଉଛି, ତଥାପି ଶରୀର ଉପରେ ପଡୁଛି ଏହାର ପ୍ରତିକୂଳ ପ୍ରଭାବ। ତେଣୁ ସମନ୍ବିତ କୃଷିରେ ଜୈବିକ ସାର ପ୍ରୟୋଗ ଉପରେ ଏବେ ଦିଆଯାଉଛି ପ୍ରାଥମିକତା। ସହରାଞ୍ଚଳରୁ ଦୈନିକ ବାହାରୁଥିବା ବର୍ଜ୍ୟରୁ ଉନ୍ନତମାନର କମ୍ପୋଷ୍ଟ ପ୍ରସ୍ତୁତ କରି ଏହାକୁ କୃଷିକ୍ଷେତ୍ରରେ ବ୍ୟବହାର କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏନ୍‌ଏସି, ପୌରାଞ୍ଚଳ ଏବଂ ମହାନଗର ନିଗମରେ ୨୦୧୯ରୁ ଆରମ୍ଭ ହୋଇଛି ‘ମୋ ଖତ’ ଯୋଜନା। ତଦନୁଯାୟୀ ଭୁବନ ଏନ୍‌ଏସିରେ ୨୦୨୦ରୁ ସ୍ଥାପନ କରାଯାଇଛି ୨ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି)। ଏନ୍‌ଏସିର