Posts

ଗଛରେ ପିଟିହୋଇ ବାଇକ ଆରୋହୀ ମୃତ ଜଣେ ଗୁରୁତ୍ତର I

Image
ଯାଜପୁର -  ଜିଲ୍ଲା ର ପାଣିକୋଇଲି କୋରାଇ ରାସ୍ତାର ଧନପୁର ନିକଟରେ ଗଛରେ ପିଟିଲେ ଦୁଇ ବାଇକ ଆରୋହୀ l ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତ୍ତର ଅବସ୍ଥାରେ କଟକ ମେଡିକାଲକୁ ପଠାଯାଇଛି I  ଉଭୟ ଦୁଇ ଆରୋହୀ ରିଜର୍ଭ ପୁଲିସର କର୍ମଚାରୀ ବୋଲି ଜଣାପଡିଛି ଏବଂ ମୃତକ ଜଣଙ୍କ  ସୁକିନ୍ଦା ଥାନା ର ସମୀର ପ୍ରଧାନ ହୋଇଥିବାବେଳେ ଗୁରୁତ୍ତର ଯୁବକଙ୍କ ନାମ ପ୍ରଭାତ ଅମାନ୍ତ, ଟମକା ଥାନା ରେ କାର୍ଯ୍ୟରତ ବୋଲି ଜଣାପଡିଛି l ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ଏବଂ ଘଟଣାର ତଦନ୍ତ ଚଳାଇଛି I  Seriously, a bike rider is dead after being hit by a tree.  Jajpur - Two motorcyclists were killed when a tree struck them near Dhanpur on Panikoili Korai Road in Jajpur district, while another was rushed to Cuttack Medical College and Hospital in critical condition. Panikoili police arrived at the scene, seized the body and sent it to the district health center for autopsy, and are investigating.

"ଟ୍ରେନ ରୁ ପଡି ଅଜଣା ଯୁବକ ଙ୍କ ମୃତ୍ୟୁ."

Image
  ବୈତରଣୀ ରୋଡ - ଯାଜପୁର ଜିଲ୍ଲା "ବୈତରଣୀ ରୋଡ "ଉତ୍ତର କେବିନ ନିକଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି I ସୂଚନା ମୁତାବକ ସକାଳ ୧୦ ଘଟିକା ସମୟରେ ଏକ୍ସପ୍ରେସ ଗାଡ଼ିରୁ ଖସିପଡି ଏକ ଯୁବକ ଙ୍କ ମୃତ୍ୟୁ ଘଟିଛି। ପ୍ରାରମ୍ଭିକ ସୂଚନା ରୁ ମୃତ୍ୟୁ ବ୍ୟକ୍ତି ବେଙ୍ଗଲ "ମାଲଦା" ଅଂଚଳ ର ବୋଲି ଜଣା ପଡିଛି l  ଏକ୍ସପ୍ରେସ ଟ୍ରେନ୍ ଟି କେରଳ ରୁ କଲିକତା ଅଭିମୁଖେ ଯାଉଥିବା ବେଳେ କୌଣସି ଅସାବଧାନତା ଯୋଗୁଁ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି l The death of an unidentified young man who fell off a train. "  Baitarani Road - An unfortunate incident took place near the North Cabin of Baitarani Road in Jajpur district at around 10 am. Preliminary reports indicate that the deceased was from the Malda region of Bengal  The accident is believed to have been caused by an accident while the express train was traveling from Kerala to Calcutta.

ରାଜ୍ଯ ର କରୋନା ଗ୍ରାଫ୍ ର ତଥ୍ଯ ଉପରେ ନଜର ପକାନ୍ତୁ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ରାଜ୍ୟରେ କରୋନା ସଂକ୍ରମଣ ଏବେ ହଜାରେ ତଳେ ରହୁଥିବା ବେଳେ ପିଲାଙ୍କ ସଂକ୍ରମଣ ବଢ଼ାଉଛି ଚିନ୍ତା। ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୧୦୬ ଜଣ ପିଲା ଥିବା ବେଳେ ସେମାନଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ ରହିଛି। ଗତ କିଛି ଦିନ ଧରି ଦୈନିକ ଶହେରୁ ଊର୍ଦ୍ଧ୍ୱ ପିଲା କରୋନା ଦ୍ୱାରା କବଳିତ ହେଉଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ୮୧୬ ସଂକ୍ରମିତଙ୍କ ମଧ୍ୟରୁ ୪୭୫ ଜଣ କ୍ବାରେଣ୍ଟାଇନ୍‌ରେ ଥିଲେ। ବାକି ୩୪୧ଟି ଲୋକାଲ କେସ୍ । ଏହାବାଦ ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୧୩ , ବାଲେଶ୍ୱରରୁ ୪୬, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗିରରୁ ୩, କଟକରୁ ୧୧୬, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୧୯ ଓ ଗଂଜାମରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ ଜଗତସିଂହପୁରରୁ ୩୪ ଜଣ, ଯାଜପୁରରୁ ୩୧, ଝାରସୁଗୁଡ଼ାରୁ ୧,କଳାହାଣ୍ଡିରୁ ୪, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୧୬, , କୋରାପୁଟରୁ ୫, ମାଲକାନଗିରିରୁ ୪, ମୟୂରଭଂଜରୁ ୨୭, ନୟାଗଡ଼ରୁ ୧୨, ନୂଆପଡ଼ାରୁ ୧, ପୁରୀରୁ ୨୦, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୧୬ ଓ ଷ୍ଟେଟପୁଲରୁ ୬୨ ଜଣ ଆକ୍ର

ଇଞିନିୟରିଂ ଛାତ୍ରଙ୍କ ନୂଆ ଉଦ୍ଭାବନ, କଥା କହିଲେ ହେଉଛି ସବୁ କାମ l

Image
କଟକ (ବ୍ୟୁରୋ ରିପୋର୍ଟ ): - ଘଟଣା ଟି ଶୁଣିବାକୁ ଅଜବ ଲାଗିଲେ ବି ସତ। ଫ୍ୟାନ୍ ଚାଲିବ, ବଲ୍‌ବ ଜଳିବ, ଟିଭି ଅନ୍-ଅଫ୍ ବି ହେବ। ଖାଲି ସେତିକି ନୁହେଁ ପାଣିପାଗ ସମ୍ପର୍କରେ ସୂଚନା, ଗୀତ ଚଲାଇବା ଭଳି ବିଭିନ୍ନ କାମ ଆପଣଙ୍କ ଭଏସ୍ କମାଣ୍ଡରେ ହୋଇପାରିବ। ଏଭଳି ଏକ ସ୍ମାର୍ଟ ମିରର୍‌ ତିଆରି କରିଛନ୍ତି କଟକ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ର ସ୍ୱାଧୀନ ଦାସ। ମିରର ଆଗରେ ଛି଼ଡ଼ା ହୋଇ ଯାହା ଭଏସ କମାଣ୍ଡ ଦିଆଯାଉଛି ଠିକ୍ ସେହିଭଳି କାମ କରୁଛି ଏହି ସ୍ମାର୍ଟ ମିରର। ସବୁବେଳେ ସତ କହୁଥିବା ମିରର ଏବେ ସବୁ ନିର୍ଦ୍ଦେଶ ବି ମାନୁଛି। ଲାଇନ୍ ଅନ କହିଲେ ଲାଇଟ୍‌ ଜଳୁଛି। କେବଳ ସେତିକି ନୁହେଁ ଏସି ସମେତ ଟିଭି ଅନ୍-ଅଫ୍ ବି ହେଉଛି। ଭଏସ୍ କମାଣ୍ଡ ଜରିଆରେ ପାଣିପାଗ ସମ୍ପର୍କିତ ସୂଚନା, ଗୀତ ଚଲାଇବା ଭଳି ବିଭିନ୍ନ କାମ ହୋଇପାରୁଛି। ଲକଡାଉନ୍‌ ସମୟରେ ଘରେ ଏଭଳି ସ୍ମାଟ୍ ମିରର୍ ତିଆରି କରିବାକୁ ଇଚ୍ଛା କରିଥିଲେ ସ୍ୱାଧୀନ। କିଛି ସହଯୋଗୀଙ୍କୁ ନେଇ ନୂଆ କରିବାର ଜୋସ୍ ତାଙ୍କୁ ସ୍ମାର୍ଟ ମିରର୍ ପାଇଁ ପ୍ରେରଣା ଦେଇଥିଲା। ପ୍ଲାଏ ବୋର୍ଡ, ବଦ୍ୟୁତ ଉପକରଣ ଜରିଆରେ ଏହାକୁ ସ୍ମାର୍ଟ କମାଣ୍ଡ ସିଷ୍ଟମ୍ ତିଆରି କରାଯାଇଛି। ଏହା ଆଗରେ ଏକ ମିରର୍‌କୁ ଲଗାଯାଇଛି। ଏହି ସ୍ମାର୍ଟ ମିରର୍‌କୁ ତିଆରି କରିବା ପାଇଁ ସ୍ୱାଧୀନଙ୍କୁ ୪ ମାସର ସମୟ ଲାଗିଛି। ଏଥିସହ ତାଙ୍କର ୨୦ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି। ଘରେ ଥିବା ଛୋଟ ପ

ଛୋଟ ପିଲାମାନଙ୍କୁ କରୋନା, ସତର୍କ ରହିବା ପାଇଁ କୁହାଯାଇଛି l

Image
ବାଲେଶ୍ୱର (ବ୍ୟୁରୋ ରିପୋର୍ଟ ): - ହସ୍ପିଟାଲରେ ପିଲାଙ୍କୁ କରୋନା। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୪ ଜଣ ପିଲା SNCUରେ ରହି ଚିକିତ୍ସିତ ହେଉଥିବା ବେଳେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ଜଣ ପିଲାଙ୍କୁ ଅଭିଭାବକଙ୍କ ଇଛାରେ କଟକ ରେଫର କରାଯାଇଛି। ତେବେ ପଜିଟିଭ ଥିବା ୧୨ ଜଣ ପିଲାଙ୍କ ମଧ୍ୟରୁ ୮ ଜଣଙ୍କ ବୟସ ମାସକରୁ ଅଧିକ ଥିବା ସୂଚନା ଦେଇଛନ୍ତି ସିଡିଏମ୍ଓ ଲାଲସେନ ଜଗଦେବ। ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କହିବା ମୁତାବକ, ପୂର୍ବରୁ ମା’ମାନେ ସଂକ୍ରମିତ ହୋଇଥାଇ ପାରନ୍ତି। ତେଣୁ ସେମାନଙ୍କ ଠାରୁ ଛୋଟ ଛୁଆଙ୍କୁ କରୋନା ହୋଇଥାଇପାରେ। କାରଣ ଏବେବି ଅଧିକାଂଶ ଗର୍ଭବତୀ ମହିଳା ଟିକା ନେଇ ନାହାନ୍ତି। ତେବେ ଏବେ ଯାଏଁ କୌଣସି ପିଲା ମୃତାହତ ହୋନାହାନ୍ତି। ପିଲାଙ୍କ ଚିକିତ୍ସା ପାଇଁ ୪୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ପେଡିଆଟ୍ରିକ ୱାର୍ଡ କରାଯାଇଛି। ଏଠାରେ ଆଇସିୟୁ, ଜେନରାଲ ୱାର୍ଡ ପ୍ରମୁଖ ରହିଛି। ଯଦି ଅଧିକ ପିଲା ଆକ୍ରାନ୍ତ ହୁଅନ୍ତି ତେବେ ୧୦୦ ଶଯ୍ୟା ବିଶିଷ୍ଟ ଥିବା ଡିସିଏଚ୍‌ରୁ ପେଡିଆଟ୍ରିକ ପାଇଁ କିଛି ବେଡ୍‌ ରଖିବୁ। ସେଠାରେ ବର୍ତ୍ତମାନ ପାଖାପଖି ୭୦ଟି ବେଡ୍‌ ଖାଲି ରହିଛି। ସେ ଆହୁରି କହିଛନ୍ତି, ସର୍ଭେ ଅନୁସାରେ ବହୁତ କମ୍‌ ପିଲା ଗୁରୁତର ହେଉଛନ୍ତି। ମାସକ ମଧ୍ୟରେ କୌଣସି ପିଲା ଗୁର

ବୁଦ୍ଧିଆ ସିଂହ ଙ୍କୁ ରାଜୀବ ଗାନ୍ଧି ପୁରସ୍କାର l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଛାତ୍ରାବାସ ଛାଡ଼ିବା ପରେ ବିସ୍ମୟ ବୁଦ୍ଧିଆ ସିଂ କ’ଣ କରୁଛନ୍ତି ଓ କେମିତି ଅଛନ୍ତି ସେ ବିଷୟରେ କାହା ପାଖରେ ସୂଚନା ନାହିଁ । ଯେଉଁ ଦୌଡ଼ ପାଇଁ ସେ ଦିନେ ଚର୍ଚ୍ଚାକୁ ଆସିଥିଲେ, ତାହା ସେ ବଜାୟ ରଖିଛନ୍ତି ନା ନାହିଁ ସେ କଥା ବି ଜଣା ନାହିଁ । କିଛି ବର୍ଷ ହେଲା ବୁଦ୍ଧିଆ ନୂଆଦିଲ୍ଲୀରେ ରହୁଛନ୍ତି । ସେଠାରେ ସେ ପାଠ ପଢ଼ୁଛନ୍ତି ବୋଲି କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଥିଲା । ବୁଦ୍ଧିଆ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି । ଆଜି ସେ ପୁରସ୍କୃତ ହେବାର ଏକ ଫଟୋ ପୋଷ୍ଟ କରିଛନ୍ତି । ଉପଢ଼ୌକନ ଓ ମାନପତ୍ରରୁ ଯାହା ଜଣା ପଡ଼ୁଛି, ବୁଦ୍ଧିଆଙ୍କୁ ଗତ ୨୦ ତାରିଖରେ ‘ରାଜୀବ ଗାନ୍ଧୀ ଗ୍ଲୋବାଲ ଏକ୍ସେଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ଦ ପାର୍କ ହୋଟେଲରେ ଆୟୋଜିତ ପୁରସ୍କାର ସମାରୋହରେ ସେ ନିଜେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ l The Rajiv Gandhi Award to Buddhia Singh.  Bhubaneswar(Beuro Report) : - No one has any information on what Bismillah Buddhia Singh is doing and how he is doing after leaving the Kalinga Stadium Sports Hostel. It is unknown at this time what he will do after leaving the

ନବୀନ ସରକାରଙ୍କ ବିକାଶ ର ବିକଳ ଚିତ୍ର l ବାସ୍ତବ ବିକାଶର ଚିତ୍ର ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ I

Image
ବରଗଡ଼ (ବ୍ୟୁରୋ ରିପୋର୍ଟ) : - ପୁଣି ବିକାଶର ବିକଳ ଚିତ୍ର। ଗାଁକୁ ଖଣ୍ଡିଏ ଭଲ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହା ହେଲେ ରୋଗୀ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମର ଜଣେ ଅସୁସ୍ଥ ରୋଗୀ ଖଟିଆରେ ବୁହା ହୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି। ତେବେ ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଣ୍ଟାତଳ ଗ୍ରାମକୁ ଏକ ପକ୍କା ରାସ୍ତା ଯୋଗାଇ ଦେବାକୁ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁ ନାହାଁନ୍ତି ପ୍ରଶାସନିକ ଅଧିକାରୀ। ଫଳରେ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାନୁଯାୟୀ, ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମକୁ ଏଯାବତ୍ ଖଣ୍ଡିଏ ଭଲ ରାସ୍ତା ହୋଇପାରିଲା ନାହିଁ। ଅନ୍ୟ ପକ୍ଷରେ ଏହି ଗ୍ରାମକୁ ସଂଯୋଗ କରୁଥିବା ପତ୍ରାପାଲି-ଭୁତଟିକ୍ରା ରାସ୍ତା ମଧ୍ୟ ବର୍ଷବର୍ଷ ଧରି ଶୋଚନୀୟ ହୋଇ ପଡିଛି। ଫଳରେ କଣ୍ଟାତଳ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତାଙ୍କର ପରିବାର ଲୋକମାନେ ଖଟିଆରେ ବୋହି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ଗାଁକୁ ରାସ୍ତା ଖଣ୍ଡିଏ ପାଇଁ ଗ୍ରମବାସୀମାନେ ବାରମ୍ଵାର ଦାବି କରିଆସୁଥିଲେ ମଧ୍ୟ ଏଯ