Posts

ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ l

Image
ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) :- ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଖଡଗପ୍ରସାଦ ନିକଟରେ ଥିବା ଲାନକୋ ବାବନ୍ଧ ପାୱାର ଲିମିଟେଡ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି କମ୍ପାନୀ ୨୦୧୬ ମସିହାରୁ ବନ୍ଦ ହୋଇ ପଡ଼ିଥିଲା। ତେବେ ଏନସିଏଲଟି ପକ୍ଷରୁ ଏହି କମ୍ପାନୀକୁ ବିକ୍ରି କରି ଦିଆଯାଇଛି।  କମ୍ପାନୀର ୧୨୩୦ ଏକର ଜମିକୁ ୯୧ କୋଟି ଟଙ୍କାରେ ବିକ୍ରୀ କରାଯାଇଥିବା ବେଳେ କମ୍ପାନୀର ଅନ୍ୟାନ୍ୟ ସାମଗ୍ରୀକୁ ୧୨୨ କୋଟି ଟଙ୍କାରେ ବିକ୍ରୀ କରାଯାଇଛି। ତେବେ ଏବେବି ଅନେକ ଜମି ହରାଇଥିବା ପରିବାର ସେମାନଙ୍କ କ୍ଷତିପୂରଣ ପାଇ ନ ଥିବା ବେଳେ କର୍ମଚାରୀ ମାନେ ଗତ ତିନି ବର୍ଷ ଧରି ସେମାନଙ୍କ ଦରମା ପାଇ ନାହାନ୍ତି।  ଏହା ସହିତ ଅନେକ ଠିକାଦାର ଓ ସପ୍ଳାୟର ସେମାନଙ୍କ ବାକି ପଇସା ପାଇ ନାହାନ୍ତି। ଏନସିଏଲଟି ଏହି କମ୍ପାନୀକୁ ବିକ୍ରି କରିବା ସମୟରେ କୈାଣସି ଓଡ଼ିଆ ଖବରକାଗଜ ବା ନ୍ୟୁଜ ଚ୍ୟାନେଲରେ ବିଜ୍ଞାପନ ଦେଇନାହିଁ। ତେଣୁ କମ୍ପାନୀ ବିକ୍ରୀ କରାଯିବା ପୂର୍ବରୁ ସମସ୍ତଙ୍କ ବକେୟା ପ୍ରଦାନ କରିବା ଦାବିରେ ଆଜି ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଦାବି କରାଯାଇଛି। ଲୋକମାନଙ୍କ ସମସ୍ତ ଦାବିକୁ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯିବ ବୋଲି ସ୍ଥାନୀୟ ବିଡିଓ ପ୍ରକାଶ କରିଛନ୍ତି l

ଅନାସ୍ଥା ରେ ହାରିଲେ ହିନ୍ଦୋଳ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ରୀନା ବେହେରା l

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦ ରେ ଦୀର୍ଘ ଦଶମସ ଧରି ଚାଲିଥିବା ଅନାସ୍ଥା ଫଳାଫଳର ଆଜି ପୂର୍ଣ୍ଣଛେଦ ପଡ଼ିଛ I ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ରୀନା ବେହେରାଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ୧୨ଜଣ ଦଳୀୟ କାଉଁସିଲର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଥିଲେ l ମାତ୍ର ଏନ ଏ ସି ଅଧ୍ୟକ୍ଷା ମାନ୍ୟବର ହାଇକୋର୍ଟରେ ଏକ କେଶ ରଜ୍ଜୁ କରି ଅନାସ୍ଥା ଭୋଟ ଉପରେ ଷ୍ଟେ ଅଡର ଆଣିଥିଲେ I ଫଳରେ ଅନାସ୍ଥା ଭୋଟ ହୋଇଥିଲେ ମଧ୍ୟ୍ୟ ଫଳାଫଳ ଘୋଷଣା ହୋଇପରିନଥିଲା I                   ଅଧ୍ୟକ୍ଷା ଙ୍କ ଫାଇଲ ଫୋଟ   ମାତ୍ର ଗତ  ୮ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ  ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଚାଲିଥିବା ଅନାସ୍ଥା ମାମଲାର ବିଚାର କରି ଏହି ମଧ୍ୟ୍ୟବର୍ତ୍ତୀକାଳୀନ ରହିତାଦେଶକୁ ଉଠାଇ ଦେଇଥିଲେ I ଫଳରେ ଫଳାଫଳ ଘୋଷଣାର ବାଟ ଫିଟିଯାଇଥିଲା, ଉକ୍ତ ନିର୍ଦେଶନାମା ବଳରେ ହିନ୍ଦୋଳ ତହସିଲ କାାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟନାଥ ମହାପାତ୍ରଙ୍କ ଉପସ୍ଥିତିରେ ଭୋଟ ଗଣତି ହୋଇଥିଲା l  ପରିଶେଷରେ ୧୬ଟିଭୋଟରୁ ବାର ୧୨-୦ ରେ ଅଧ୍ୟକ୍ଷା ପରାଜିତ ହୋଇଥିଲେ ଅନ୍ୟ ଚାରିଜଣ କାଉଁସିଲେର ଭୋଟ ଦେଇନଥିଲେେ l ପ୍ରକାଶ ଥାଉକି ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦ ସର୍ବଦା ତୁତୁ ମେମେ ଖେଳ ହିନ୍ଦୋଳକୁ ଅପମାନିତ କରିଚାଲିଛି lହିନ

ଯାଜପୁର ରୋଡ ତାଲୁକ ଆଇନସେବା ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (ବ୍ୟାସନଗର) :- ଯାଜପୁର ରୋଡ ତାଲୁକ ଆଇନସେବା ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ମୁଣ୍ଡମାଳ ଗୋଷ୍ଟି ଉନ୍ନୟନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି l  ବରିଷ୍ଠ ଆଇନଜୀବୀ ସୁବାଷ ଚନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯାଜପୁର ରୋଡର ମାନ୍ୟବର ଅତିରିକ୍ତ ଦୌରାଜଜ ଶ୍ରୀଯୁକ୍ତ ମାନସ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗରିବ ନିରୀହ ନିଷ୍ପେସିତ ଆଦିବାସୀ ଦଳିତ ହରିଜନ ଓ ବୟସ୍କ ଲୋକଙ୍କ ପାଇଁ ମାଗଣାରେ ଆଇନ ସେବା ଯୋଗାଇ ଦେବା ପାଇଁ ଲୋକମାନଙ୍କୁ ମାର୍ଗଦର୍ଶନ ଦେଖାଇଥିଲେ l  ଆଇନସେବା ପ୍ରାଧିକରଣ ତରଫରୁ ସହାୟକ ରୂପେ ରାଜେଶ କୁମାର ରାଉତ ଏବଂ ଶିଶିର କୁମାର ରଥ ଙ୍କ ସହ ଆଡ଼ଭୋକେଟ ରବି ନାୟକ, ସୁବାଷ ବଳ ସାମନ୍ତ, ପୁଷ୍ପା ଓଝା, ପ୍ରଦୀପ ସ୍ୱାଇଁ ଓ ଶୁଭେନ୍ଦୁ ଦାସ ଯୋଗଦାନ କରିଥିଲେ l ଏହି କର୍ଯ୍ୟକ୍ରମ ରେ ଶତାଧିକ  ଗ୍ରାମବାସୀ ଯୋଗଦାନ କରି ମାନ୍ୟବର ବିଚାର ପତିଙ୍କଠାରୁ ଆଇନସେବା ପ୍ରାଧିକରଣ ସମ୍ପର୍କରେ ସମସ୍ତେ ଅବଗତ ହୋଇଥିଲେ l କାର୍ଯ୍ୟକ୍ରମରେ ଅୟୋଜକଭାବେ ସମାଜସେବୀ ବସନ୍ତ କୁମାର ପାତ୍ର ଓ ଅସୀତଦାସ  ସହଯୋଗ କରିଥିଲେ l ବ୍ୟାସନଗର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ ଓ ଦୁଷ୍ମନ୍ତ କୁମାର ରାଉତ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ର ସଫଳରୂପାୟନ ପାଇଁ ଅଇନସେବା ଯାଜପୁରରୋଡ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l 

ଆମ୍ବୁଲାନ୍ସକୁ ପିଟିଲା ଟ୍ରକ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତ୍ତର l

Image
 ଯାଜପୁର:- ଜିଲ୍ଲା ର 16 ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଟୋଲଗେଟ ନିକଟରେ ଟ୍ରକ ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l ସୂଚନା ମୁତାବକ ଏକ ଆମ୍ବୁଲାନ୍ସ ପଶ୍ଚିମବଙ୍ଗରେ ରୋଗୀ ଛାଡି ଭୁବେନେଶ୍ୱର ଫେରୁଥିବା ବେଳେ କାଲି ରାତି ପ୍ରାୟ ୯ଟା ସମୟରେ ସୋତୀ ନିକଟରେ ଥିବା ଏକ ଡିଭାଇଡ଼ର ନିକଟରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା I ଫଳରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଟି ନଷ୍ଟ ହୋଇଯାଇଥିବାବେଳେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତ୍ତର ଆହତ ହୋଇଛନ୍ତି I ସୂଚନା ପାଇଁ ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡ୍ରାଇଭରକୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି I ଅନ୍ୟପଟେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଟ୍ରକ ନେଇ ଫେରାର ହୋଇଯାଇଛି l 

ପଦ୍ମଶ୍ରୀ ନନ୍ଦ ମାଷ୍ଟ୍ରେ ସୁକିନ୍ଦା ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ l

Image
  ଯାଜପୁର (ସୁକିନ୍ଦା):- ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ପଞ୍ଚାୟତର କନ୍ତିରା ଗ୍ରାମ ନିବାସୀ ବର୍ଷୀୟାନ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି (ନନ୍ଦ ମାଷ୍ଟ୍ରେ) ଦୀର୍ଘ ୭୫ବର୍ଷଧରି ବିନା ପାରିଶ୍ରମିକରେ କୋମଳମତି ଶିଶୁମାନଙ୍କୁ ଶିକ୍ଷାଦାନ କରି ଆସୁଛନ୍ତି l ଏବେବି ୧୦୪ବର୍ଷ ବୟସରେ ସେ ଶିକ୍ଷାଦାନରୁ ନିବୃତ୍ତ ହୋଇନାହାନ୍ତି l  ତାଙ୍କର ଏହି ସାଧନାକୁ ସ୍ୱୀକୃତି ପ୍ରଦାନକରି କେନ୍ଦ୍ର ସରକାର ଚଳିତ ବର୍ଷ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି l ତାଙ୍କର ଏହି ସ୍ମରଣୀୟ ଅବଦାନ ନିମନ୍ତେ ସୁକିନ୍ଦାର ସତ୍ତାର ସ୍ମୃତି ସଂସଦ, ସତ୍ତାର ବ୍ୟାଡ଼ମିଣ୍ଟନ କ୍ଲବ, ସତ୍ତାର କ୍ରିକେଟ କ୍ଲବ ଓ କଳିଙ୍ଗନଗର ଲlୟନ୍ସ କ୍ଲବ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l  ସ୍ମୃତି ସଂସଦ ପକ୍ଷରୁ ଅଧ୍ୟକ୍ଷ ଯୁବ ସମାଜସେବୀ ଡ. ମଞ୍ଜୁର ଅଲ୍ଲୀ, ସଦସ୍ୟ ସାମ୍ବାଦିକ ଦୟାନିଧି ନାୟକ, ସାମ୍ବାଦିକ ପ୍ରିୟନାଥ କର, ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ଶିକ୍ଷାବିତ ମନୋରଞ୍ଜନ ଦାସ, ବ୍ୟାଡ଼ମିଣ୍ଟନ କ୍ଲବ ପକ୍ଷରୁ ସୂର୍ଯ୍ୟକାନ୍ତ ପlତ୍ର, ଜୁଲଫିକର ଅଲ୍ଲୀ, ଶିବ ପ୍ରସାଦ ସିଂସାମନ୍ତ, କ୍ରିକେଟ କ୍ଲବ ପକ୍ଷରୁ ଅନ୍ତର୍ଯ୍ୟାମୀ ଦ୍ବିବେଦୀ, ଅକ୍ଷୟ କୁମାର ବେହେରା, ଯଶୋବନ୍ତ ସାବତ,  କାର୍ତ୍ତିକଲାଲ ଭଟ୍ଟାଚାର୍ଯ୍ୟ, ସେକ ଲତିଫ, ଲlୟନ୍ସ କ୍ଲବ ପକ୍ଷରୁ ଚିତ୍ତରଞ୍ଜ

ସରକାର ଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ ର ନୂଆ ତରିକା, ଅନ୍ଧାରୀ ଚିକିତ୍ସା ସେବା l

Image
ବ୍ରହ୍ମପୁର(ବ୍ୟୁରୋ ରିପୋର୍ଟ) :- ପଦାରେ ପଡ଼ିଛି ସରକାରଙ୍କ ଜନସାଧାରଣ ଙ୍କୁ ଯୋଗାଉଥିବା ସ୍ୱାସ୍ଥ୍ୟ ସେବା l ସରକାର ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସେବା କୁ ନେଇ ପ୍ରସାର ପ୍ରଚାର ଏବେ ଏମ୍‌କେସିଜିରେ ଅନ୍ଧାରୀ ଚିକିତ୍ସା ରୁ ଜଣାପଡିଛି l ମହମବତି ଲଗାଇ ରୋଗୀ ଦେଖିଲେ ଡାକ୍ତର l ଏମ୍‌କେସିଜି ମେଡିକାଲ କଲେଜରେ ଚିକିତ୍ସାସେବାର ବାସ୍ତବ ଚିତ୍ର ପୁଣିଥରେ ସାମ୍‌ନାକୁ ଆସିଛି। ବିଦ୍ୟୁତ ବିଭ୍ରାଟ ଯୋଗୁଁ କ୍ୟାନସର୍‌ ୱାର୍ଡ଼ ଆଉଟ୍‌ଡୋର୍‌ରେ ରୋଗୀଙ୍କୁ ଅନ୍ଧାରୀ ଚିକିତ୍ସା କରାଯାଇଛି।  ମହମବତି ଓ ମୋବାଇଲ୍‌ ଲାଇଟ୍‌ ଲଗାଇ ଡାକ୍ତର ରୋଗୀଙ୍କୁ ଦେଖି ପରାମର୍ଶ ଦେଉଥିବା ଚିତ୍ର ଦେଖିବାକୁ ମିଳିଛି। ଗୋଟିଏପଟେ ବିଦ୍ୟୁତ ବିଭ୍ରାଟ ହୋଇଥିବା ବେଳେ ଅନ୍ୟପଟେ ରୋଗୀଙ୍କ ଲମ୍ବାଧାଡ଼ି । ଏଣୁ ବାଧ୍ୟହୋଇ ଡାକ୍ତର ମହମବତି ଲଗାଇ ରୋଗୀଙ୍କ ଚିକିତ୍ସା କରିଥିଲେ। ବିଭାଗକୁ ଜେନେରେଟର୍‌ ସଂଯୋଗ ହୋଇ ନଥିବାରୁ ଆଜି କ୍ୟାନସର୍‌ ‌ୱାର୍ଡ଼ରେ ରୋଗୀଙ୍କୁ ଅନ୍ଧାରରେ ସେବା କରାଯାଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ରୋଗୀଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବହୁ ନୂତନ କୋଠା କାର୍ଯ୍ୟକ୍ଷମ ହୋଇଛି। କାଜୁଆଲ୍‌ଟି ଠାରୁ ଆରମ୍ଭ କରି ମେଡିସିନ୍‌ ବିଭାଗ, ପ୍ରସୂତି ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଆଇସିୟୁ ଓ ଆର୍‌ଡିସି କୋଠାକୁ ଜେନେରେଟର୍‌ ସଂଯୋଗ ଦିଆଯ

ବ୍ରାଉନ ସୁଗର ଜବତ,ଦୁଇ ଅନ୍ତରାଜ୍ଯ ମାଫିଆ ଗିରଫ I

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ ):- ଭୁବନେଶ୍ୱର ରସୁଲଗଡ଼ ଛକରୁ କ୍ରାଇମବ୍ରାଞ୍ଚ ର ଏସ ଟି ଏଫ ଟିିମ ଚଢ଼ାଉ  କରି ୧କିଲୋ ୨୫ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଘଟଣାସ୍ଥଳ ରୁ ଦୁଇ ଜଣ ଅନ୍ତରାଜ୍ୟ ବ୍ରାଉନ ସୁଗର ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ହୋଇଥିବା ଦୁଇଜଣ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ରକିବୁଲ ଲସ୍କର ଓ ସୁଧ୍ୟାନ ଗାଏନ।ଜବତ ବ୍ରାଉନ ସୁଗର ର ଆନୁମାନିକ ମୂଲ୍ୟ ୧କୋଟି ରୁ ଉର୍ଧ୍ଵ ହେବ ବୋଲି ସୂଚନା ମିଳିଛି।