ଯାଜପୁର (ବ୍ୟୁରୋ ରିପୋର୍ଟ) :- ଗାଡି ନମ୍ବର( DL1G-C4302) କଟକ ରୁ ବେଙ୍ଗଲ ଅଭିମୁଖେ ଯାଉଥିଲା l କୁଆଖିଆ ନିକଟସ୍ଥ ବିଲିପଡ଼ା ଠାରେ NH 16 ର କଡ଼ରେ ଠିଆ ହୋଇଥିଲା ବେଳେ ଗାଡ଼ିରୁ ରକ୍ତ ବାହାରିବାର ଦେଖି ଗୋମାଂସ ଯାଉଥିବାର ସନ୍ଧେହରେ ବିଲିପଡା ଗ୍ରାମବାସୀ ଓ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗୀ ଦଳ ର ସହଯୋଗ ରେ ଗାଡି କୁ ଜବତ କରିଥିଲେ l ଗାଡିକୁ କୁଆଖିଆ ପୋଲିସ କୁ ହସ୍ତାନ୍ତର କରିଥିଲେ l କୁଆଖିଆ ପୋଲିସ ଡ୍ରାଇଭର ଓ ହେଲପର କୁ ନିଜ କବଜା କୁ ନେଇ କେସ୍ ନଂ 313/21 ରେ ମାମଲାରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା l ଗାଡ଼ିରେ କଣ ଅଛି ଜାଣିବା ପାଇଁ ସ୍ଥାନୀୟ ତହସିଲଦାର, ଆରାଇ, ବିଶ୍ଵହିନ୍ଦୁ ପରିଷଦ ର ସଭ୍ୟ,ପାଣିକୋଇଲି ଆଇଆଇସି ,ଜନସାଧାରଣ ଉପସ୍ଥିତି ରେ କଣ୍ଟେନର ଖୋଲାଯାଇଥିଲା l ଗାଡି ଭିତରେ ଗୋମାଂସ ର ପ୍ୟାକେଟ୍ ଥିବା ଦେଖିବାକୁ ମିଳିଥିଲା l ଯାହାର ଆନୁମାନିକ ଓଜନ ୩୦କେଜି ଓଜନ ର ୬୦୦ ପ୍ୟାକେଟ୍ ଗୋମାଂସା ଥିବାର ଅନୁମାନ କରାଯାଉଛି l ଶେଷରେ ଜବଦ ହୋଇଥିବା ଗୋମାଂସ କୁ ଛଡେଇଧାର ନିକଟ ପଡିଆରେ ପୋତା ହୋଇଯାଇଛି l ବାରମ୍ବାର ଏହିଭଳି ଭାବରେ ଗୋମାଂସ ଚାଲାଣ ହେଉଥିବାର ଦେଖା ଯାଉଛି l ଆଗକୁ କିଭଳି ଭାବରେ ଏହି ଭଳି ଅପରାଧ ନହେବ ସେଥିପାଇଁ ଯାଜପୁର ପ୍ରଶାସନ ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ...