Posts

ଡୁବୁରୀ ଛକ ଠାରେ ନିର୍ମାଣ ହେବ ମାର୍କେଟ କମ୍ପ୍ଲେକ୍ସ l

Image
ଯାଜପୁର :- ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଡୁବୁରୀ ଛକ ଠାରେ ବହୁ ବର୍ଷ ଧରି ବେପାର କରିଆସୁଛନ୍ତି ବହୁ ଛୋଟବଡ଼ ବ୍ୟବସାୟୀ l ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ରେ ଅଧିକାଂଶ ବେପାରୀ ସେମାନଙ୍କର ରୋଜଗାର ହରାଇ ବସିଥିଲେ ଲ ସେମାନଂକୁ ବେପାର ବଣିଜ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଜାଗା ସରକାରଙ୍କ ତରଫରୁ ପ୍ରଦାନ କରିବାକୁ କରୁଥିଲେ ଆନ୍ଦୋଳନ I  ଏହାକୁ ନଜରରେ ରଖି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ପ୍ରଶାସନିକ କ୍ଷେତ୍ରରେ ଆଲୋଚନା କରିବା ସହିତ ଡୁବୁରୀ ଛକ ଠାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ DMF ପାଣ୍ଠି ରୁ ଦୁଇ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ମଞ୍ଜୁର କରାଯାଇଛି l  ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଦ୍ଵାରା ଅନେକ ବ୍ୟବସାୟୀ ଉପକୃତ ହେବେ ବୋଲି କହିଥିଲେ ବିଧାୟକ ପ୍ରୀତିରଞ୍ଜନ l ଏହାକୁ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଵାଗତ କରାଯାଇ, ବିଧାୟକ ଙ୍କୁ ଧନ୍ୟବାଦ ଦେଇଥିଲେ I ଏହି ସଭାରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ ବ୍ୟବସାୟୀ ଗୋଷ୍ଠୀ ଉପସ୍ଥିତ ଥିଲେ l 

ରାଜଧାନୀ ରେ ଚାଞ୍ଚଲ୍ଯ, ମହିଳା ଡ୍ରେସ ପିନ୍ଧି ଘରେ ପଶି ଆକ୍ରମଣ କଲା ଯୁବକ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : -  ଭୁବନେଶ୍ୱର ଶୈଳଶ୍ରୀ ବିହାର ରେ ଘରେ ପଶି ମାଆ, ଝିଅଙ୍କୁ ଛୁରାମାଡ଼ । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଡ଼ୋଶୀ ଘରର ଯୁବକ ଘରେ ପଶି ଛୁରାମାଡ଼ କରିଛି । ତେବେ ଯୁବକ ଜଣଙ୍କ ମହିଳା ଡ୍ରେସ ପିନ୍ଧି ଘରେ ପଶିଥିବା ସୂଚନା ମିଳିଛି । ମାଆ, ଝିଅଙ୍କୁ ଆକ୍ରମଣ କରିବା ବେଳେ ଯୁବକ ଜଣକ ନିଜେ ମଧ୍ୟ ଆହତ ହୋଇଛି । ଛୁରାମାଡ଼ କରିବାର କାରଣ ଜଣାପଡ଼ିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ପୁଲିସ୍‌ର ପ୍ରାଥମିକ ସୂଚନା ଅନୁସାରେ ଶୈଳଶ୍ରୀ ବିହାର ଅଞ୍ଚଳରେ ରୂପେଶ ନାମକ ଯୁବକ ମହିଳାଙ୍କ ଡ୍ରେସ ପିନ୍ଧି ପଡ଼ୋଶୀ ଘରେ ପଶିଥିଲା । ତେବେ ମା’ ଝିଅକୁ ଆକ୍ରମଣ କରିବା ସୟମରେ ନିଜେ ସେ ଆହତ ହୋଇଥିଲେ । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ମା’ ଝିଅଙ୍କୁ ଘରକୁ ପଠାଇ ଦିଆଯାଇଛି। ଆକ୍ରମଣ କରିବାକୁ ଯାଇ ଯୁବକ ଜଣେ ସେ କିପରି ନିଜେ ଗୁରୁତର ଆହତ ହେଲେ ସେ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ ରୂପେଶଙ୍କ ସ୍ତ୍ରୀ ଭିନ୍ନ ଅଭିଯୋଗ ଆଣିଛନ୍ତି । ଏକାଧିକ ଯୁବକ ଆସି ସ୍ୱାମୀଙ୍କୁ ଛୁରା ମାଡ଼ କରି ଗାଡ଼ି ଛଡ଼ାଇ ନେଇଥିବା କହିଛନ୍ତି ।

ଭିଜିଲାନ୍ସ ଜାଲରେ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରା ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ଭିଜିଲାନ୍ସ ଜାଲରେ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରା । ରେଡ୍ ବେଳେ ଠାବ ହେଲାଣି କୋଟିକୋଟି ଟଙ୍କାର ସମ୍ପତ୍ତି । ଡୁମଡୁମାରେ ୨୫୦ଏକର ଜମିରେ ତିଆରି ହୋଇଛି ଫର୍ଣ୍ଣିଚର । ୨୦୧୯ରେ ଜମିର ମୂଲ୍ୟ ୧କୋଟି ୪୭ ଲକ୍ଷ ୬୦ ହଜାର । ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ  ୫ଟି ଘରେ ଏକକାଳୀନ ରେଡ୍ କରୁଛି ୫ଟି ଭିଜିଲାନ୍ସ ଟିମ୍ । ମିଳିଥିବା ସୂଚନାନୁସାରେ, କଳ୍ପନା ଛକରେ ଥିବା ସରକାରୀ କ୍ବାର୍ଟର, ଡୁମଡୁମାସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁର ସନ୍ଥବିହାରସ୍ଥିତ ଫର୍ଣ୍ଣିଚର ୱାର୍କସର୍, ପାତ୍ରପଡା ସ୍ଥିତ ସାଉଥସିଟି ବାର୍, ଖୋର୍ଦ୍ଧା ନୂଆପଡାସ୍ଥିତ ପୈତୃକ ଦୁଇ ମହଲା ବାସଭବନରେ ରେଡ୍ ଚାଲିଛି। ଚଢାଉରେ ୫ଟି ଟିମ୍‌ରେ ୨ ଜଣ ଡିଏସ୍‌ପି, ୬ ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି। ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତେବେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହେଲାଣି ତାର ସ୍ପଷ୍ଟ ସୂଚନା ମିଳିନାହିଁ ।

ସୁକିନ୍ଦାରେ ନୂତନ ତହସିଲଦାରଙ୍କ ଯୋଗଦାନ।

Image
ଯାଜପୁର( ସୁକିନ୍ଦା) :- ସୁକିନ୍ଦା ତହସିଲର ନୂତନ ତହସିଲଦାର ଭାବେ କାବେରୀ ମୁଦୁଲି ଗତ ୨୫ ତାରିଖରେ କାର୍ଯ୍ୟରେ ଯୋଗ ଦେଇଛନ୍ତି l ପୂର୍ବରୁ ଥିବା ତହସିଲଦାର ବୁଲବୁଲ ବେହେରା କରୋନା କଟକଣା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହେବାପରେ ଗତ ଜୁନ ମାସ ୨୨ ତାରିଖ ଠାରୁ ଦାନଗଦୀ ତହସିଲର ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ତହସିଲଦାର ଦାୟିତ୍ୱରେ ଥିଲେ l ସୋମବାର ସେ ନୂତନ ତହସିଲଦାରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ l କାର୍ଯ୍ୟଭାର ଗ୍ରହଣ କରିବା ପରେ ନୂତନ ତହସିଲଦାରଙ୍କୁ ତହସିଲ କର୍ମଚାରୀ ମାନେ ସମ୍ବର୍ଦ୍ଧନା ଜଣାଇଥିଲେ l (ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

ନାଟକର ଅନ୍ତ ଘଟାଇ କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ ):- ଆଗରୁ ଜଣା ଥିଲେବି '' ମୁଁ କଂଗ୍ରେସ ଦଳ ରେ ଅଛି ଏବଂ ଆଗକୁ ରହିବି '' ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ସାଂସଦ ପ୍ରଦୀପ ମାଝୀ, ଆଶଙ୍କା ଶେଷ ହେଲା। ଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ପ୍ରଦୀପ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ଗରିବ ଲୋକଙ୍କ ସେବା କରିବା ପାଇଁ ଅତି ଉତ୍ସାହର ସହିତ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଦଳ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରଚୁର ସୁଯୋଗ ଦେଇଥିଲା। ସେ ଦାବି ନ କରିଥିବା ସତ୍ତ୍ୱେ ତାଙ୍କୁ ଦଳ ଅନ୍ୟମାନଙ୍କ ଠାରୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ କରିଥିଲା। ସଂପୃକ୍ତ ପଦପଦବୀରେ ରହି ସେ ସାଧାରଣ ଲୋକଙ୍କ ଭଲ ପାଇବା ଓ ସମର୍ଥନ ପାଇଛନ୍ତି। ସୋନିଆ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଲେଖିଛନ୍ତି ଯେ ଆପଣଙ୍କ ବଳିଷ୍ଠ ନେତୃତ୍ୱରେ ଦଳର ସାଂଗଠନିକ କାର୍ଯ୍ୟ ବହୁତ ଭଲ ଭାବେ ପରିଚାଳିତ ହେଉଥିଲା। କିନ୍ତୁ ଦଳରେ ବିଭିନ୍ନ ସ୍ତରରେ ବିଶୃଙ୍ଖଳିତ ବ୍ୟକ୍ତିମାନେ

ଦୁର୍ବୁତ୍ତ ର ଗୁଳିରେ ମହିଳା ଆହାତ l

Image
ପୁରୀ(ବ୍ୟୁରୋ ରିପୋର୍ଟ ):-ଗତକାଲି ବିଳମ୍ବିତ ରାତିରେ ଦାଦା ବଟି କୁ କେନ୍ଦ୍ର କରି ଜୈନକା ମହିଳା ଗୁଳିମାଡ଼ ର ଶିକାର ହୋଇଛନ୍ତି। ଖବର ରୁ ଜଣାପଡ଼ିଛି ଯେ,କୁମ୍ଭାରପଡା ଥାନା ଅନ୍ତର୍ଗତ ଆଇ ଟି ଆଇ ଛକରେ ରହୁଥିବା ଜିତେନ୍ଦ୍ର ସାହୁଙ୍କ ଘରେ ଗତକାଲି ବିଲମ୍ବିତ ରାତିରେ ବିଜୁ ବେହେରା ନାମକ ଜୈନକ ଅସାମାଜିକ ଯୁବକ ତାର ଜଣେ ସହଯୋଗୀ ସହ ଆସି ଘର ର ଗ୍ରୀଲ କବାଟ ବାଡେଇଥିଲେ, ଜିତେନ୍ଦ୍ର ଘରର କବାଟ ନଖୋଲି ବାରୁ ଦୃବୃତ୍ତ ଜଣକ ଗ୍ରୀଲ ମଧ୍ୟ ଦେଇ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ।ମାତ୍ର ଗୁଳିଟି ଜିତେନ୍ଦ୍ର ଙ୍କ ଦେହରେ ନ ବାଜି ପାଖରେ ଥିବା ତାଙ୍କ ପତ୍ନୀ ସୁଷମା ସାହୁ ଙ୍କ ଅଣ୍ଟା ରେ ବାଜିବାରୁ ସେ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ। ଖବର ପାଇ କୁମ୍ଭାରପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୁଷମା ଙ୍କୁ କଟକ ଏସ ସି ବି କୁ ସ୍ଥାନାନ୍ତର କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି।

ବିଦ୍ୟୁତ ବିଭାଗର ଠିକା ମିଟର ରିଡର ମାନଙ୍କ ଦରମା ଵୃଦ୍ଧି ଦାବିରେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା l

Image
ଯାଜପୁର :- ଜିଲ୍ଲା ର ବ୍ୟାସନଗର ଧବଳଗିରି ସ୍ଥିତ ବିଦ୍ୟୁତ ବିଭାଗର ଠିକାମିଟର ରିଡର ମାନଙ୍କ ଦରମା ଵୃଦ୍ଧି ଦାବିରେ କର୍ମଚାରୀମାନେ ବିଦ୍ୟୁତ ବିଲ ଆଦାୟ ପାଇଁ ଟେଣ୍ଡର ନେଇଥିବା ଠିକାଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଠିକା ମିଟର ରିଡର କର୍ମଚାରୀ ସଙ୍ଘର ବରିଷ୍ଠ କର୍ମଚାରୀ ମନୋରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଯାଜପୁର ରୋଡ ବିଦ୍ୟୁତ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ୮୦ ଜଣ କର୍ମଚାରୀ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ I  ଦାବି ମୁତାବକ କର୍ମଚାରୀଙ୍କୁ ସମାନ, ଡିୟୁଟି ପାଇଁ ସମାନ ଦରମା , ପ୍ରତ୍ୟୋକ କର୍ମଚାରୀଙ୍କୁ ୧୨ ହଜାର ୫ ଶହ ଟଙ୍କାକୁ ଦରମା ବୃଦ୍ଧି ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ସେପଟେ ବିଦ୍ୟୁତ ବିଲ ଆଦାୟ ପାଇଁ ଟେଣ୍ଡର ନେଇଥିବା ବିରଜା କଣ୍ଟ୍ରକ୍ସନର ଅଧିକାରୀଙ୍କ କହିବାଅନୁଯାୟୀ କର୍ମଚାରୀଙ୍କ ଦେଇଥିବା ଦାବିପାତ୍ର ପ୍ରତି ଆଲୋଚନା ଜାରିରହିଛି ଏବଂ ଖୁବଶୀଘ୍ର ଏହାର ନିଷ୍ପତ୍ତି ନିଆଯିବ। ଏନେଇ ଯଥାଶୀଘ୍ର ଏହାର ନିଷ୍ପତିନେଇ କାର୍ଯ୍ୟକାରୀ କରିବାକୁ ବିଦ୍ୟୁତ କର୍ମଚାରୀମାନେ କହିଛନ୍ତି I