Posts

ସୁକିନ୍ଦା ସାହିତ୍ୟ ସମାଜ ପ୍ରତିଷ୍ଠାତା ସଭାପତି ଦୁର୍ଯ୍ୟୋଧନ ନାୟକଙ୍କ ସ୍ମୃତିଚାରଣ ସଭା l

Image
  ଯାଜପୁର (ସୁକିନ୍ଦା ):- ସୁକିନ୍ଦା ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି କବି ଦୁର୍ଯ୍ୟୋଧନ ନାୟକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ସାହିତ୍ୟ ସମାଜ ପକ୍ଷରୁ ଗତ 12ତାରିଖ ଅପରାହ୍ନରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁର ବିଜୁ ଗ୍ରାମୀଣ ପାର୍କଠାରେ ଏକ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥିଲା l ସାହିତ୍ୟିକ, କବି ତଥା ବହୁଳ ଆଦୃତ ସାହିତ୍ୟ ପତ୍ରିକା ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା ଅତିଥି ଭାବେ ଯୋଗଦେଇ ସୁକିନ୍ଦାରେ ସାହିତ୍ୟିକ ବାତାବରଣ ସୃଷ୍ଟିକରିବା ସହ ସୁକିନ୍ଦା ସାହିତ୍ୟ ସମାଜ ଗଠନରେ ସ୍ବର୍ଗତ ନାୟକଙ୍କ ଅନବଦ୍ୟ ଅବଦାନ ସମ୍ପର୍କରେ ଆଲୋକପାତକରି ଯଥାର୍ଥରେ ସେ ଜଣେ ସାହିତ୍ୟ ସଂଗଠକ ଥିଲେ ବୋଲି ଅବତାରଣା କରିଥିଲେ l     ସାହିତ୍ୟ ସମାଜର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ସମେତ କୁଳମଣି ଦତ୍ତ, ନାରାୟଣ ଶତପଥି, ସୁରେନ୍ଦ୍ର କୁମାର ଦାଶ, ଡ. ଦୟାନିଧି ଦାଶ, ସୁଦାମ ଚରଣ ନାୟକ, ଅଜୟ କୁମାର ଖୁଣ୍ଟିଆ, ଫକୀର ଚରଣ ଓଝା, ଅଲେଖ ପ୍ରସାଦ ପାଗଡ଼, ପ୍ରଭାତୀ ରାଉତ, କାଞ୍ଚନବାଳା ମଲ୍ଲ, ସନ୍ଧ୍ୟାରାଣୀ ଘଡ଼ାଇ, ଦିପ୍ତିମୟୀ ସାମଲ, କlଞ୍ଚନବାଳା ସାହୁ, ସନାତନ ମହାନ୍ତ, ମନୋରଞ୍ଜନ ଦାସ, ପବିତ୍ର ମୋହନ ସାହୁ ପ୍ରମୁଖ ସାହିତ୍ୟ କ୍ଷେତ୍ରରେ ସ୍ବର୍ଗତ ନାୟକଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ

କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ହାଇକୋର୍ଟଙ୍କ ଅଙ୍କୁଶ l

Image
ଯାଜପୁର :- ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ନଭେମ୍ବର ୧୨ ରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି ଏବଂ ସକାଳ ୬ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ବନ୍ଦ ପାଳନ କରିବ । ବନ୍ଦ ବେଳେ ଅତ୍ୟାବଶ୍ୟକୀୟ ସେବା ଗୁଡ଼ିକକୁ ବାଧା ଦିଆଯିବ ନାହିଁ ଓ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ବୋଲି କଂଗ୍ରେସ କହିଛି । ଅନ୍ୟପଟେ ଓଡ଼ିଶା ବନ୍ଦ ପାଳନକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏହାର ବିଚାର କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।  ହାଇକୋର୍ଟଙ୍କ ନିର୍ଦେଶାନୁସାରେ ବନ୍ଦ ବେଳେ ଦୋକାନ ବଜାର ବନ୍ଦ କରିବା ପାଇଁ କେହି ବାଧ୍ୟ କରିପାରିବେନାହିଁ, ଅଖଚକ ବନ୍ଦ ପାଳନ ସମ୍ପୂର୍ଣ୍ଣ ବେଆଇନ । ସାଧାରଣ ଜନଜୀବନ ପ୍ରଭାବିତ କଲାଭଳି କାମ ହେବା ଉଚିତ ନୁହେଁ ଓ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଇନ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ପ୍ରତିକ୍ରିୟା ରଖିଛନ୍ତି ଯାଜପୁର ଏସ୍ ପି. ରାହୁଲ ପି. ଆର୍. I 

ଇମ୍ଫା ପକ୍ଷରୁ ୨ ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯାନ ଲୋକାର୍ପିତ l

Image
ଯାଜପୁର (କାଳିଆପାଣି) :  - ସୁକିନ୍ଦା ଉପତ୍ୟକାରେ ଥିବା ଇମ୍ଫା କମ୍ପାନୀର ଖଣି ପରିସରରେ ଆଜି ୨ ଗୋଟି ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯାନ କୁ ମାନ୍ୟବର ସୁକିନ୍ଦା ବିଧାୟକ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଉଦଘାଟନ କରିଛନ୍ତି I ଇମ୍ଫାର ବରିଷ୍ଠ ଉପସଭାପତି ଶ୍ରୀ ସଂଜୀବ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସୁକିନ୍ଦା ଖଣିର  ଉପସଭାପତି ଶ୍ରୀ ସୁଧାଂଶୁ ପଟନି ଉପସ୍ଥିତ ଥିଲେ I ମୁଖ୍ୟ ଅତିଥି ଶ୍ରୀ ଘଡ଼ାଇ ନିଜ ବକ୍ତବ୍ୟରେ ଇମ୍ଫା କର୍ତ୍ତୃପକ୍ଷଙ୍କ ଏତାଦୃଶ ପଦକ୍ଷେପ ନିମନ୍ତେ ସାଧୁବାଦ ଦେବା ସହ ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଆମ୍ବୁଲାନ୍ସ ଯାନ ସେବା ସମସ୍ତ କର୍ମଚାରୀଙ୍କ ଆକସ୍ମିକ ବିପଦ ଆପଦରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ I  ପ୍ରକାଶ ଥାଉକି, ଉକ୍ତ ଦୁଇ ଗୋଟି ଆମ୍ବୁଲାନ୍ସ ରେ ଭେଣ୍ଟିଲେଟର ,ସିରିଜ ପମ୍ପ , ଡ଼ିଫେବ୍ରିଲେଟର,ପେସେଣ୍ଟ ମନିଟର ,ଫୋଲଡିଂ ଷ୍ଟ୍ରେଚର ଆଦି ଅତ୍ୟାଧୁନିକ ଡାକ୍ତରୀ ଯନ୍ତ୍ରପାତି ବ୍ୟବସ୍ଥା ମାନ ରହିଛି I  ଉକ୍ତ ଉତ୍ସବରେ ସ୍ଥାନୀୟ ଲୋକ ପ୍ରତିନିଧି ,ଶ୍ରମିକ ନେତା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ I (ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

ନବ ନିଯୁକ୍ତ ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା l

Image
ଯାଜପୁର (କଳିଙ୍ଗନଗର): - ସୁକିନ୍ଦାର ବିଶିଷ୍ଟ କଂଗ୍ରେସ ନେତ୍ରୀ ତଥା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗୋବରଘାଟି ପଞ୍ଚାୟତର ସରପଞ୍ଚ ସ୍ଵର୍ଣ୍ଣଲତା ବାନରା ପ୍ରଦେଶ ମହିଳା କଂଗ୍ରେସ କମିଟି ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକରୋଡସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ବ୍ଲକ କଂଗ୍ରେସ କମିଟି ସଭାପତି ରଣଜିତ ରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱାଗତ ସମାବେଶରେ ବ୍ଲକ ଉପ ସଭାପତି ଗୋପୀନାଥ ଧୀର, ସେବାଦଳ ସଭାପତି ହରେକୃଷ୍ଣ ପାଣିଗ୍ରାହୀ,  ମହିଳା କଂଗ୍ରେସ ସଭାପତି ସ୍ୱପ୍ନା ବେହୁରା, ସୁକିନ୍ଦା ଯୁବ କଂଗ୍ରେସ ସଭାପତି କୃପାସିନ୍ଧୁ ସାମନ୍ତରାୟ, ଉପ ସଭାପତି ଚଞ୍ଚଳ ମହାପାତ୍ର, ସୋସିଆଲ ମିଡ଼ିଆ ସଂଯୋଜକ ସାମନ୍ତ ନିରଞ୍ଜନ ଯେନlମଣୀ,ଶ୍ରମିକ ନେତା ବାବୁଲି ପୂର୍ତ୍ତୀ, ମହିଳା ନେତ୍ରୀ ଝରଣା ମହାନ୍ତ, ଲିଲି ମହାନ୍ତ,ସୂର୍ଯ୍ୟକାନ୍ତ ପାତ୍ର ପ୍ରମୁଖ ବହୁ କଂଗ୍ରେସ ନେତା ଏଥିରେ ଯୋଗଦେଇ ଶ୍ରୀମତୀ ବାନରlଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ l    ସୁକିନ୍ଦାର କଂଗ୍ରେସ ନେତା ତଥା ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି ) ସମ୍ପାଦକ ଶରତ ରାଉତ ଶ୍ରୀମତୀ ବାନରାଙ୍କ ଏହି ନିଯୁକ୍ତିଙ୍କୁ ସ୍ୱାଗତ କରିବାସହ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତ

ସନ୍ଦେହ ଘେରରେ ନବ ବିବାହିତାଙ୍କ ଆତ୍ମହତ୍ୟା l ହତ୍ୟା ଅଭିଯୋଗ କରିଛନ୍ତି ବାପଘର ପକ୍ଷରୁ l

Image
ଯାଜପୁର:- ଜିଲ୍ଲା ର ପାଣିକୋଇଲି ଥାନା ଅନ୍ତର୍ଗତ କୁରୁପଦା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ନବବିବାହିତା ହିରାବତୀ ବେକରେ ରଶି ଲଗାଇ ମୃତ୍ୟୁ ବାରଣ କରିଛନ୍ତି ବୋଲି ଶ୍ୱଶୁର ଘରଲୋକେ କହୁଥିବାବେଳେ ଏହା ଏକ ସଙ୍ଘବଦ୍ଧ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ମୃତ ହିରାବତୀଙ୍କ ପରିବାର ଲୋକେ l ଏନେଇ ପାଣିକୋଇଲି ଥାନାରେ ଏକ ଏତଲା ମଧ୍ୟ ଡାଏରୀ କରାଯାଇଛି l ତେବେ ପୁଲିସ୍ ଏତଲା ଆଧାରରେ ମୃତ ମହିଳାଙ୍କ ସ୍ୱାମୀ ଓ ଶଶୂରଙ୍କୁ ଗିରଫ କରିଥିଲା I ଏତଲାରେ ଥିବା ୭ ଜଣଙ୍କ ନାଁ ମଧ୍ୟରୁ ଚାରି ଜଣଙ୍କ ନାଁରେ କେସ ରୁଜୁ କରି ଦୁଇ ଜଣ ସ୍ୱାମୀ ଓ ଶ୍ଵଶୁରଙ୍କୁ ଗିରଫ କରିଛି ଓ ଦୁଇଜଣଙ୍କୁ ଛାଡ଼ିଦେଇ ବାକି ୩ ଜଣଙ୍କ ନାଁ ଏତଲାରୁ କାଟି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମୃତକ ଙ୍କ ପରିବାର ଲୋକେ l ଅଭିଯୋଗ ମୁତାବକ, ଯଖପୁର ଥାନା ଅନ୍ତର୍ଗତ ଡାଖରାପଦା ଗ୍ରାମର ସନ୍ତୋଷ କୁମାର ପାଲଙ୍କ ସାନ ଝିଅ ହୀରାବତୀ ଙ୍କର ଗତ ଏପ୍ରିଲ ୧୪ ତାରିଖରେ ପାଣିକୋଇଲି ଥାନା ଅନ୍ତର୍ଗତ କୁରୁପଦା ଗ୍ରାମର ବିଦ୍ୟାଧର ସାମଲଙ୍କ ପୁଅ ପ୍ରଭାତ ସାମଲଙ୍କ ସହ  ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ପରେ ପ୍ରଭାତଙ୍କ ରୋଜଗାରକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା l ଅନେକ ଥର ସାହିପଡିଶାଙ୍କ ଦ୍ୱାରା ମଧ୍ୟ ସମାଧାନ କରାଯାଇଥିଲା । ପରେ ଏହି ଝଗଡା ବାରମ୍ବାର ବଢିଚାଲିଥିଲା ଫଳରେ ହିରାବତୀଙ୍କୁ ମାରିଦେବା ଯ

ଦାନଗଦି ବ୍ଲକ ର ଧୂଳିଗଡ଼ ଗ୍ରାମପଞ୍ଚାୟତ ରେ ମହିଳା କମୁନିଟି ଗୃହ ଉଦ୍ଘାଟନ କଲେ ସୁକିନ୍ଦା ବିଧାୟକ l

Image
ଯାଜପୁର :- ଜିଲ୍ଲା ର ଦାନଗଦି ବ୍ଳକ ର ଧୂଳିଗଡ଼ ଗ୍ରାମପଞ୍ଚାୟତ ର ସୁଆଁଲ ଗ୍ରାମରେ ନିର୍ମିତ ହୋଇଥିବା ମହିଳା କମୁନିଟି ଗୃହ ର ଶୁଭ ଉଦ୍ଘାଟନ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଯୋଗ ଦେଇ  ଉନ୍ମୋଚନ କରିଥିଲେ l ଏହି କର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଧୂଳିଗଡ଼ ଗ୍ରାମପଞ୍ଚାୟତର ଯୁବ ବିଜେଡ଼ି ସଭାପତି ଓ ଦାନଗଦି ବ୍ଲକ ର ବିଜେଡି ସଭାପତି ତଥା ଗ୍ରାମର ବିଶିଷ୍ଟ ବିଜେଡ଼ି କର୍ମୀ ଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା l ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ l ମଞ୍ଚରେ ଉପସ୍ଥିତ ଥିଲେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମଦନମୋହନ ସାହୁ, ଧୂଳିଗଡ଼ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ବସନ୍ତ କୁମାର ରଣା ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ମାନେ l ଏହି ସଭାରେ ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ଥିଲେ l 

ସୁକିନ୍ଦାରେ ନୂତନ ତିନିଜଣ ପ୍ରଶାସନିକ ସେବା ଅଧିକାରୀଙ୍କ ଯୋଗଦାନ l

Image
                ତହସିଲଦାର କାବେରୀ ମୁଦୁଲି  ଯାଜପୁର(କଳିଙ୍ଗନଗର) :-ଯାଜପୁର ଜିଲ୍ଲାର ସୁକିନ୍ଦାରେ ଓଡିଶା ପ୍ରଶାସନିକ ସେବାର ତିନିଜଣ ଅଧିକାରୀ ବିଭିନ୍ନ ପଦବୀରେ ଯୋଗଦେଇଛନ୍ତି l ସୁକିନ୍ଦା ତହସିଲଦାରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିବାପରେ ଦାନଗଦୀ ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ଅସ୍ଥାୟୀ ଭାବେ ଦାୟିତ୍ୱରେ ରହିଥିଲେ l ସମ୍ପ୍ରତି କାବେରୀ ମୁଦୁଲି ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି l             .          ବିଡିଓ ତାପସ କୁମାର ସେଠୀ      ସୁକିନ୍ଦା ବିଡ଼ିଓ ପଦୋନ୍ନତି ପାଇ ବଦଳି ହୋଇଯିବାପରେ ଦାନଗଦୀ ବିଡ଼ିଓ ଡା. ମଣି ପ୍ରସାଦ ମିଶ୍ର ଅସ୍ଥାୟୀ ଭାବେ ଦାୟିତ୍ୱରେ ରହିଥିଲେ l ଗତ ୩ ତାରିଖରେ ବାଲେଶ୍ୱରର ଡେପୁଟି କଲେକ୍ଟର ତାପସ କୁମାର ସେଠୀ ନୂତନ ବିଡ଼ିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି l         ଜଳସେଚନ ପ୍ରକଳ୍ପ ଭୂଅର୍ଜନ ଅଧିକାରୀ                              ନବକିଶୋର ଜେନା        ଜଳସେଚନ ବିଭାଗ ରେଙ୍ଗାଲି ପ୍ରକଳ୍ପ ସ୍ୱତନ୍ତ୍ର ଭୁଅର୍ଜ୍ଜନ ଅଧିକାରୀ ଭାବେ ଭଦ୍ରକର ତହସିଲଦାର ତଥା ୨୦୧୫ ଜୁଲାଇ ମାସରୁ ୨୦୧୮ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସୁକିନ୍ଦା ତହସିଲଦାର ଭାବେ ଦକ୍ଷତାର ସହ କାର୍ଯ୍ୟକରିଥିବା ନବ କିଶୋର ଜେନା ଗତ ୫ ତାରିଖରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି l(ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ)