Posts

ଆଦିବାସୀ ସଂସ୍କୃତି ର ଯୁଗଜନ୍ମା ବିଶ୍ୱାବସୁ ଶବର ମହାରାଜା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି l

Image
  କଟକ:- ତା ୧୨/୦୨/୨୨ (ବ୍ୟୁରୋ ରିପୋର୍ଟ) :-କଟକ ଜ଼ିଲ୍ଲା ବାରଙ୍ଗ ଥାନା ଭାଲୁଙ୍କା ଶବର ସାହି ଠାରେ ନୀଳମାଧଵ ଙ୍କ ଅଦ୍ୟ ସେବକ ବିଶ୍ୱାବସୁ ଶବର ମହାରାଜା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି l ଶବର ସମାଜର ସଂସ୍କୃତି,ଐତିହ୍ୟ,ଧାର୍ମିକ ବିଶ୍ୱାସ ର ସୁରକ୍ଷା ସଂରକ୍ଷଣ,ପୁନଃଉଦ୍ଧାର କରିବା ଉଧେଶ୍ୟ ରେ ରାଜ୍ୟର ବିଭିନ୍ନ ଜ଼ିଲ୍ଲା ରୁ ଆଦିବାସୀ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଆଦିବାସୀ ମାନେ ପାରମ୍ପରିକ ବେସାଭୂଷା ବାଦ୍ୟ ସହିତ ସାଂସ୍କୃତିକ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରିଥିଲେ l  ଶୋଭାଯାତ୍ରା ପରେ ସର୍ବଧର୍ମ ସମନ୍ୱୟ ମହସିଦ୍ଧ ନୀଳପଦ୍ମ ଆଶ୍ରମ ର ଅଧକ୍ଷ ତଥା ଶ୍ରୀ ଟିକିବାବା ଆଦର୍ଶ ଶିକ୍ଷା ସଂସ୍ଥା ର ପ୍ରତିଷ୍ଠାତା ଶ୍ରୀ ଟିକି ବାବା ଙ୍କ ପୌରୋହିତ୍ୟରେ ପୂଜାର୍ଚନା କରି ନବ ନିର୍ମିତ ବିଶ୍ୱାବସୁ ଶବର ମହାରାଜା ଙ୍କ ପ୍ରତିମୂର୍ତ୍ତି କୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ଶୁଭ ଉଦଘାଟନ କରିଥିଲେ l ଶବର ମହାରାଜା ବିଶ୍ୱାବସୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଅଖିଳ ଭାରତୀୟ ଶବର ମହାସଂଘ ର ସଭାପତି ବାଳକୃଷ୍ଣ ଶବର,ଛତିଶଗଡ ଶବର ସମାଜର ମହାମନ୍ତ୍ରୀ ଓକିଲ ନାଗ , କେନ୍ଦ୍ରୀୟ ମହାମନ୍ତ୍ରୀ ସୌକିଲାଲ ଭୋଇ,ଜ଼ିଲ୍ଲା ଅଧ୍ୟକ୍ଷ ସୁରେଶ ମଲ୍ଲିକ,ବିଦ୍ୟାଧର ଦେହୁରୀ,ମୟୁର କବି ବାଳକୃଷ୍ଣ ନାଏକ,ଶରତ ନାଏକ,ପୂର୍ଣଚନ୍ଦ୍ର ନାଏକ,

ସୁକିନ୍ଦା ବ୍ଲକରେ ନିର୍ବାଚନ ପ୍ରଚାର :ଅଧ୍ୟକ୍ଷ ଆସନ ଦଖଲପାଇଁ ଲଢେ଼ଇ ଜୋରଦାର l

Image
ଯାଜପୁର /ସୁକିନ୍ଦା:- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାରର ଉଷ୍ମତା ସେତିକି ଜୋରଦାର ହେଉଛି l ଏହି ବ୍ଲକର ସମସ୍ତ ୨୫ଟି ପଞ୍ଚାୟତରେ ପ୍ରଚାରର ମାହୋଲ ଦିନକୁ ଦିନ ସରଗରମ ହୋଇ ଉଠୁଛି l ଜିଲ୍ଲା ପରିଷଦର ଦଳୀୟ ପ୍ରାର୍ଥୀମାନେ ପ୍ରଚାର ସମୟରେ ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନଙ୍କୁ ସାଙ୍ଗରେ ନେଇ କୋଭିଡ କଟକଣା ପାଳନକରି ଘରକୁ ଘର ବୁଲି ନିର୍ବାଚନ ବୈତରଣୀ ପାର ହେବାପାଇଁ ଗୁରୁଜନ ମାନଙ୍କର ଆଶୀର୍ବାଦ ଭିକ୍ଷା କରୁଥିବା ବେଳେ ମତଦାତା ମାନଙ୍କର ସମର୍ଥନ, ସହଯୋଗ କାମନା କରୁଛନ୍ତି l  ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜଦ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ (ବେବି) ଦାସ, ଖଣି ଅଞ୍ଚଳର ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧୀର, ପ୍ରମୁଖ ବିଜଦର ପ୍ରଚାର ମଙ୍ଗ ଧରିଥିବା ବେଳେ ଭାଜପା ନେତା ପ୍ରଦୀପ(ଟୁଟୁ)ବଳ ସାମନ୍ତ,ରବୀନ୍ଦ୍ର ପୁହାଣ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି l    ବ୍ଲକ ଅଧ୍ୟକ୍ଷ ପଦପାଇଁ ବିଜଦର ୩ଜଣ ଆଶାୟୀ ପ୍ରାର୍ଥୀ ଦିବ୍ୟରଞ୍ଜନ ବରାଳ, ମଙ୍ଗରାଜପୁର ପଞ୍ଚାୟତରୁ ପଦ୍ମାବତୀ ଜେନା ନିଜ ପଞ୍ଚାୟତ ସାରଙ୍ଗପୁରରୁ ଓ ଭାଗ୍ୟଲକ୍ଷ୍ମୀ ରାଉତ ନିଜ ପଞ୍ଚାୟତ ଡ଼ୁବୁରୀରୁ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦ୍ୱ୍ୱିତା କରୁ

ପ୍ରବାସରେ ଓଡ଼ିଆ ଭାଷା ସାହିତ୍ୟ ର ଉନ୍ନତି ପାଇଁ ରାଜ୍ୟ ସରକାର ଙ୍କ ସ୍ଵପ୍ନରସାକାର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଉଦ୍ୟମ କରୁଛି - (ଡ. ହୃଷୀକେଶ ମଲ୍ଲିକ - ସଭାପତି ଓଡ଼ିଶା ସାହିତ୍ୟ ଏକାଡେମୀ)

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ସାହିତ୍ୟ ସରସ୍ଵତ ସମ୍ପର୍କରେ ସେତୁ ତିଆରି କରେ l ସାହିତ୍ୟ ହୃଦୟ କୁ ହୃଦୟ ସହିତ ଯୋଡ଼ି ଆମ ଭାଷା, ସଂସ୍କୃତି ଆମ ସୃଜନଶୀଳତା ର ଅଭିବୃଦ୍ଧିରେ ସାହିତ୍ୟର ସ୍ଵୋତଧୋନିଧାରା ଆମ ସରସ୍ଵତ ଜୀବନ ର ନାଆକୁ ବାହିନିଏ ଦୂର ଦିଗ୍ ବଳୟର ଦୂର ଦୂରନ୍ତ କୁ.. I ପ୍ରବାସରେ ଓଡ଼ିଆ ଭାଷା ସାହିତ୍ୟ ର ଉନ୍ନତି ପାଇଁ ରାଜ୍ୟସରକାରଙ୍କ ସ୍ଵପ୍ନ ର ସାକାର କରିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଉଦ୍ୟମ କରୁଛି I ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଏକାଡେମୀ ତାର କାର୍ଯ୍ୟକ୍ରମ ପୃଥିବୀ ର ବହୁଦେଶ ର ପ୍ରବାସୀ ଓଡିଆଙ୍କ ସହ ସମ୍ପର୍କର ସାରସ୍ଵତ ସେତୁ ତିଆରି କରିପାରିଛି l ଏକାଡେମୀ ପକ୍ଷରୁ ପାଳନ କରାଯାଇଥିବା ଆଜାଦିକି ଅମୃତ ମହୋତ୍ସବ ରେ ପୃଥିବୀ ର ୬୦ ଟି ଦେଶକୁ ଜଡିତ କରାଯାଇ ପାରିଥିଲା l ଓଡ଼ିଶା ସାହିତ୍ୟ ଏକାଡ଼େମୀ, ବାଙ୍ଗାଲୋର ସାହିତ୍ୟ ସମାଜ ଓ ଚଲାପଥ ସହଯୋଗ ରେ ଏକ ସାରସ୍ଵତ ଉତ୍ସବ ଆୟୋଜନ କରାଯିବ ବୋଲି'' ଚଲାପଥ '' ରାଜ୍ୟସ୍ତରୀୟ ଲେଖକ ସମ୍ମିଳନୀ ପକ୍ଷରୁ ଆୟୋଜିତ ଏକ ସ୍ଵତନ୍ତ୍ର ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ଉତ୍ସବ କୁ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ପ୍ରଥିତଯଶା କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ର ସଭାପତି ଡ. ହୃଷୀକେଶ ମଲ୍ଲିକ ଉଦଘାଟନ କରି ମତବ୍ୟକ୍ତ କରିଛନ୍ତି l ଚଲାପଥ '' ର ଉପସଭା

ବାଗବାହାଲି ରେ କୋଭିଡ କଟକଣା ମଧ୍ୟରେ ଆଦିବାସୀ ସଚେତନତା ସଭା ।

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ ) :- ପାଟଣାଗଡ ଉପଖଣ୍ଡ ତମିଆଁ ପଞ୍ଚାୟତ ଅନ୍ତର୍ଗତ ବାଗବାହାଲି ଗ୍ରାମର ଆମ୍ବବଗିଚାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଏକ ସଚେତନା ସଭା ଅନୁଷ୍ଠିତ ହୋଇଯାଇଛି ।ଆଦିବାସୀ ସେଵତୀଭୂଏ ଙ୍କ ସଭାପତି ରେ ଅନୁଷ୍ଠିତ ସଚେତନ ସଭାରେ ପଶ୍ଚିମଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ଵିଶି ମୁଖ୍ୟବକ୍ତା,ଜିଲ୍ଲା କାର୍ଯ୍ୟକାରୀ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭେ।ଇ ମୂଖ୍ୟ ଅତିଥି ,ସଂପାଦକ ସାରଥି ବାଗ,ନିତ୍ୟାନନ୍ଦ ଶବର, ନିମାଇଁ ଗଡତ୍ୟା ,ଗୈ।ରୀଶଙ୍କର ବରିହା, ଧବଳେଶ୍ଵର ଭେ।ଇ ,ଜଳ ଧରୁଆ ,ସହଦେବ ବରିହା ,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।  ଆଦିବାସୀ ମାନଙ୍କ ଆର୍ଥିକ, ସାମାଜିକ ଶିକ୍ଷା ,ରାଜନୈତି ,ସ୍ଵାସ୍ଥ ,ହକ୍ଅଧିକାର ଏବଂ ସରକ୍ଷଣ ,ଏକତା ଉପରେ ଆଲେ।କପାତ କରିଥିଲେ । ଚଳିତବର୍ଷ ପଞ୍ଚାୟତ ନିର୍ବାଚନ ରେ ଆଦିବାସୀ ମାନଙ୍କୁ ସଂରକ୍ଷଣ ଉଚ୍ଛେଦ କରିଥିବା ରୁ ବଲାଙ୍ଗିରଜିଲ୍ଲା ଆଦିବାସି କଲ୍ୟାଣ ସଙ୍ଘ ପକ୍ଷରୁ ସୁପ୍ରିମକେ।ଟ ରେ ବିଚାରଧିନ ରହିଛି ବୋଲି ମୂଖ୍ୟ ବକ୍ତା ଶ୍ରୀ ବିଶି ମତବ୍ୟକ୍ତ କରିଥିଲେ । ସୁପ୍ରିମକେ।ଟ ପାଇଁ ପ୍ରତ୍ୟେକ ଆଦିବାସୀ ସମାଜରୁ ଆର୍ଥିକ ସହାୟତା ସହଯୋଗାଯୋଗ କରିବାକୁ ଆହ୍ୱ।ନ କରାଯାଇଥିଲା ।ତମିଆଁ ପଞ୍ଚାୟତ ଆଦିବାସୀ କଲ୍ୟାଣ ସଙ୍ଘ ର ମଙ୍ଗଲୁ ବରିହା,ଅନ୍ତ ବରିହା, ଜଗନ୍ନାଥ ବରିହା,ନବିନଭୂଏ,ଜାଗେଧରୁଆ,ଙ୍କ

ଦୈନିକ '' ପର୍ଯ୍ୟବେକ୍ଷକ '' ର ଚବିଶତମ ପ୍ରତିଷ୍ଠା ଦିବସ ପାଳନ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଦୈନିକ ଖବର କାଗଜ '' ପର୍ଯ୍ୟବେକ୍ଷକ '' ର ୨୪ତମ ପ୍ରତିଷ୍ଠା ଦିବସ କୋଭିଡ୍ ନିୟମାନୁସାରେ ଭର୍ଚୁଆଲ ଗୁଗଲ୍ ମିଟ୍ ଜରିଆରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନ ସଭା ର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l  ବାଚସ୍ପତି ତାଙ୍କ ଅଭିଭାଷଣରେ କରୋନା ମହାମରୀ ସମୟରେ ଛାପା ଗଣମାଧ୍ୟମ ଗୁଡିକ କିପରି ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ତାହା ବର୍ଣ୍ଣନା କରିଥିଲେ l ଅନ୍ୟତମ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ ଯୋଗଦେଇ, କରୋନା ସମୟରେ ଶିକ୍ଷା କ୍ଷେତ୍ରରେ ଉତ୍ପନ୍ନ ସଙ୍କଟ ବିଷୟରେ ବିଷଦ ଭାବେ ଆଲୋଚନା କରିଥିଲେ l ମୁଖ୍ୟ ବକ୍ତା ଭାବେ ଭୁବନେଶ୍ବର ପୂର୍ବତନ ସାଂସଦ ତଥା କବି ପ୍ରଫେଶର ଡଃ. ପ୍ରସନ୍ନ ପାଟ୍ଟଶାଣୀ ତାଙ୍କର ଚିରାଚରିତ ଢଙ୍ଗରେ ଉପସ୍ଥାପନ କରି ସମସ୍ତଙ୍କ ମନମୁଗ୍ଧ କରିଥିଲେ l  ସମ୍ମାନୀତ ଅତିଥି ବ୍ରହ୍ମପୁର ଖଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି କରୋନା ମହାମରୀ ସମୟରେ ଅନଲାଇନ ଶିକ୍ଷା ର ସକାରାତ୍ମକ ଓ ନକରାତ୍ମକ ପ୍ରଭାବ ଉପରେ ବିଷଦ ଭାବେ ଆଲୋଚନା କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ବିଶିଷ୍ଟ ବୈଜ୍ଞାନିକ ଓ ସ୍ୱନାମଧନ୍ୟ

ନୀଳାଚଳ ଇସ୍ପାତ ନିଗମକୁ ଅଧିଗ୍ରହଣ କଲା ଟାଟା ଷ୍ଟିଲ l

Image
  ଯାଜପୁର (କଳିଙ୍ଗନଗର) :- କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦ୍ଵିତୀୟ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ପ୍ରବାଦ ପୁରୁଷ ବିଜୁ ପଟନାୟକ ଯେଉଁ ସ୍ବପ୍ନ ଦେଖିଥିଲେ ତାହାର ଫଳ ସ୍ୱରୂପ ଗଢି ଉଠିଥିଲା ରାଷ୍ଟ୍ରlୟତ୍ତ ଉଦ୍ୟୋଗ ନୀଳାଚଳ ଉସ୍ପାତ ନିଗମ l ସମ୍ପ୍ରତି ଦେଶର ସର୍ବ ବୃହତ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ଟାଟା ଏହାକୁ ଅଧିଗ୍ରହଣ କରିଛି ବୋଲି ଜଣାଯାଇଛି l ଏହାର ପରିଚାଳନା ଦାୟିତ୍ୱରେ ଥିବା ଏମଏମଟିସିର ପରିଚାଳନଗତ ତ୍ରୁଟି ପାଇଁ କ୍ଷତିର ସମ୍ମୁଖୀନ ହୋଇ ଏହି ଇସ୍ପାତ କାରଖାନା ପ୍ରାୟ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟଧରି ବନ୍ଦହୋଇ ରହିଥିଲା l ଏହାକୁ ଘରୋଇକରଣ କରାଯିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ଘରୋଇକରଣକୁ ବିରୋଧକରି ଶ୍ରମିକ ଓ କର୍ମଚାରୀମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିଲେ l କାରଖାନାକୁ ବିକ୍ରି ପାଇଁ ହୋଇଥିବା ନିଲାମ ପ୍ରକ୍ରିୟାରେ ଟାଟା ସର୍ବାଧିକ ୧୨ହଜାର ୧ଶହ କୋଟି ଟଙ୍କା ମୂଲ୍ୟରେ ନିଲାମ ଡାକି ଏହାକୁ ଅଧିଗ୍ରହଣ କରିଛି l  କେନ୍ଦ୍ର କାବିନେଟ କମିଟିର ଅର୍ଥନୈତିକ କମିଟି ଏହି ନିଷ୍ପତ୍ତିରେ ମୋହର ମାରିଛି l ଏଥିପାଇଁ ଟାଟା ଷ୍ଟିଲ ପକ୍ଷରୁ ଏକ ନୂତନ କମ୍ପାନୀ ଟାଟା ଷ୍ଟିଲ ଲଙ୍ଗ ପ୍ରୋଡକ୍ଟସ ଗଠିତ ହୋଇଛି l କଂଗ୍ରେସ ନେତା ତଥା ଏଆଇସିସି ସମ୍ପାଦକ ଶରତ ରାଉତ ଏହି ଅଧିଗ୍ରହଣକୁ ବିରୋଧ କରି ବିସ୍ଥାପିତ ଓ କର୍ମଚାରୀ, ଶ୍ରମିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଟାଟା ଉ

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ନୂତନବର୍ଷର ପ୍ରଥମ ସାହିତ୍ୟ ଆସର l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :-ରବିବାର ଦିନ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ନୂତନ ବର୍ଷର ପ୍ରଥମ ସାହିତ୍ୟ ଆସରଟି ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସାହିତ୍ୟ ଆସର ବାଙ୍ଗାଲୋର ସାହିତ୍ୟ ସମାଜର ଉଦ୍ୟୋକ୍ତା ତାପସ ରାଜ୍ ଏବଂ ବିଶ୍ୱଭାରତୀ ଗୋସ୍ୱାମୀଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା । ଏଥିରେ ବିଶିଷ୍ଟ ସାହିତ୍ୟିକ ଶ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରା , ଶ୍ରୀମତୀ ଅନୁରୂପା ସିଂ ,ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ଓ ମାଲେସିଆରୁ ଯୋଡ଼ି ହୋଇଥିଲେ ଶ୍ରୀମତୀ ବୀଣାପାଣି ପ୍ରଧାନ ।  ଭକ୍ତି ସଂଗୀତ ପରିବେଷଣ ରୁ ଆରମ୍ଭ ହୋଇ ଥିବା ବେଳେ ଆଲୋଚନାର ବିଷୟ ବସ୍ତୁ "ସମୟ"କୁ ନେଇ ଏହି ଆସରଟି ଅନୁଷ୍ଠିତ ହୋଇଥିଲା । ଏହାକୁ ସଭାପତିତ୍ୱ କରିଥିଲେ ବିଶିଷ୍ଟ ବୈଜ୍ଞାନିକ ତଥା ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ପ୍ରାଣକର୍ତ୍ତା ତଥା ସଭାପତି କାର୍ତ୍ତିକ ସ୍ୱାଇଁ ।  ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା "ଚଲାପଥ"ର ପ୍ରମୁଖ ଶ୍ରୀଯୁକ୍ତ ହଳଧର ଧିର ଯୋଗଦେଇଥିବା ବେଳେ ବିଶିଷ୍ଟ ଗାଳ୍ପିକା ପାରମିତା ଷଡଙ୍ଗୀ ସମୀକ୍ଷକ ଭାବେ ଯୋଗ ଦେଇ ପ୍ରତ୍ୟୋକଟି ଗଳ୍ପ ଓ କବିତା ଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ବିଶ୍ୱଭାରତୀଙ୍କ ଜଣାଣରୁ ଆସରଟି ଆରମ୍ଭ ହୋଇଥିବା ବେଳେ କବି କାର୍ତ୍ତିକ ସ୍ୱାଇଁ,ପାରମିତା ଷଡଙ୍ଗୀ, ବାଲ୍ମୀକି ନାୟକ ,