Posts

ବର୍ଷାରେ ଭୁଶୁଡ଼ି ପଡ଼ିଲା ତୋରଣ l

Image
ଯାଜପୁର - ବ୍ୟାସନଗର ସହର ଗୋପବନ୍ଧୁ ଛକରେ ଭୁଶୁଡିପଡିଲା ତ୍ୱରଣ ଫଳରେ ୨ ଟି ଅଟୋ ତଳେ ଚାପିହୋଇଥିଲା I ଜଣେ ଡ୍ରାଇଭର ଦୌଡ଼ି ଚାଲିଯାଇଥିବା ବେଳେ ଅନ୍ୟଜଣେ ଗୁରୁତ୍ୱ ଆହତ ହୋଇଥିବା ଶୁଣିବାକୁ ମିଳିଛି l ବିଗତ ୨ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ଏଥିରେ ଅତିଷ୍ଠ ହୋଇପଡ଼ିଛନ୍ତି ସହର ବାସୀ l ତା ସାଙ୍ଗକୁ ସହରରେ ପାଳିତ ହେଉଛି ପବିତ୍ର ଦଶହରା ପର୍ବ l ମାଙ୍କ ପୂଜାକୁ ଆକର୍ଷଣୀୟ କରିବାକୁ ବିଭିନ୍ନ ଜାଗାରେ ବଡ଼ ବଡ଼ ତ୍ୱରଣ ଗୁଡିକ ନିର୍ମାଣ ହୋଇଥିଲା ଏବଂ ଉତ୍ସବ ପାଇଁ ସହର ବାସୀଙ୍କ ମନରେ ଉତ୍ସାହ ଉଦ୍ଦୀପନା ଭରିରହିଥିବା ବେଳେ ଆଜି ଗୋପବସନ୍ଧୁ ଛକରେ ଘଟିଯାଇଛି ଏକ ଅଘଟଣ I ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୨ ଘଟକା ସମୟରେ ହଠାତ ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ପବନ ହୋଇଥିଲା l ଏହି ପବନରେ ଯାତାୟାତ ଲୋକମାନଙ୍କ ମଧ୍ୟରେ ବାଧାପ୍ରାପ୍ତ ହୋଇଥିଲା l ତୀବ୍ର ପବନ ଯୋଗୁ ଗୋପବନ୍ଧୁ ଛକରେ ନିର୍ମାଣଧୀନ ତ୍ୱରଣଟି ହଠାତ ଭୁଶୁଡି ପଡିଥିଲା l ଫଳରେ ଦୁଇ ପାର୍ଶ୍ଵରେ ଯାଉଥିବା ଦୁଇଟି ଅଟୋ ଓପରେ ଉଜୁଡି ପଡିଥିଲା ଏବଂ ଜଣେ ଅଟୋ ଡ୍ରାଇଭର ଦଉଡି ଚାଲି ଯାଇଥିବାବେଳେ ଅନ୍ୟଜଣେ ଘଟଣାସ୍ଥଳରେ ଚାପି ହୋଇଯାଇଥିଲେ I ଖବର ପାଇ ପୂଜା କମିଟି ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ଏବଂ ସ୍ଥାନୀୟ...

କଳିଙ୍ଗନଗର ସାମ୍ବାଦିକ ସଂଘ ର ନୂତନ ସଦସ୍ଯ ଚୟନ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଏକ ଅଗ୍ରଣୀ ସଙ୍ଘଗଠନ ଭାବେ ଗଢିଉଠିଥିବା" କଳିଙ୍ଗନଗର ସାମ୍ବାଦିକ ସଂଘ " ଆଜି ପବିତ୍ର ନବମୀ ରେ ତାର ନୂତନ ଭାବେ କର୍ମକର୍ତ୍ତା ଚୟନ କରିଛି l ଏକ ବିଶେଷ ସାଂଗଠନିକ କମିଟି ପକ୍ଷରୁ ଏହି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ଏହି ଅବସରରେ ସଙ୍ଘଗଠନ ର ବିଭିନ୍ନ ଉନ୍ନୟନ ମୂଳକ କାମ ବିଷୟରେ ଆଲୋଚନା ହୋଇଥିଲା ଓ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ସମୟ ନିର୍ଧାରଣ କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଉପଦେଷ୍ଠା କମିଟି ସହିତ ସମସ୍ତ ସଭ୍ଯ ଉପସ୍ଥିତ ଥିଲେ l କର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍. ଟପୋ ଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ l ଏହି ଚୟନ କ୍ରମାନୁସାରେ  ୧.ନୀଳମାଧବ ନାୟକ(ଉପଦେଷ୍ଠା)  ୨.ହରିହର ବାରିକ(ଉପଦେଷ୍ଠା)  ୩.ଅଜୟ କୁମାର ବିଶ୍ବାଳ(ଉପଦେଷ୍ଠା)  ୪.ପ୍ରଣବ ବିଶ୍ବାଳ(ଉପଦେଷ୍ଠା)  ୫.ଅକ୍ଷୟ କୁମାର ଧଳ(ସଭାପତି)  ୬.ଏସ କେ ଅବତାର ଅଲ୍ଲୀ (ସାଧାରଣ ସମ୍ପାଦକ ) ୭.ଅଭୟ ଲୋଚନ ନାୟକ(ଉପସଭାପତି)  ୮.ଅନୀଲ କୁମାର ଦାସ(ସହସମ୍ପାଦକ)  ୯.ସୁବାସିଷି ଦାସମହାପାତ୍ର(ସଙ୍ଘଗଠନ ସମ୍ପାଦକ)  ୧୦.ପରମାନନ୍ଦ ଦାସ(କୋଷାଧ୍ୟକ୍ଷ)  ୧୧.ଅମିୟ ରଞ୍ଜନ ଘଡେ଼ଇ(କାର୍ଯ୍ୟାଳୟ ସମ୍ପା...

ସୁକିନ୍ଦା ବିଜଦର ବିଶିଷ୍ଠ ସଦସ୍ୟ ଅମଳେନ୍ଦୁ ବେହୁରା ଭାଜପାରେ ଯୋଗ ଦେଲେ l

Image
   ଯାଜପୁର (ସୁକିନ୍ଦା):- ଭୁବନେଶ୍ୱରସ୍ଥ ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟ କାର୍ଯ୍ୟାଳୟଠାରେ ଆଜି ୪ ତାରିଖରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୁକିନ୍ଦାର ବିଶିଷ୍ଠ ବିଜଦ ନେତା ତଥା ସୁକିନ୍ଦା ସ୍ୱାଭିମାନ ସୁରକ୍ଷା ସଂଘ ସଭାପତି ଅମଳେନ୍ଦୁ (ବାବି)ବେହୁରା ବିଜଦର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି l ଶ୍ରୀ ପ୍ରଧାନ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ଦଳରେ ସାମିଲ କରିଥିଲେ l ଏହି ମିଶ୍ରଣ ପର୍ବରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ଦଳୀୟ ମୁଖପାତ୍ର ଗୋଲଖ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରବି ନାରାୟଣ ବେହେରା, ଯାଜପୁର ଜିିଲ୍ଲା ସଭାପତି ଗୌତମ ରାୟ, ଉପ ସଭାପତି ପୁଷ୍ପକ ମହାପାତ୍ର, ସୁକିନ୍ଦା ଭାଜପା ନେତା ତଥା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ l ଶ୍ରୀ ବେହୁରାଙ୍କ ଭାଜପାରେ ଯୋଗଦାନ ଫଳରେ ସୁକିନ୍ଦାରେ ଭାଜପାର ଶକ୍ତି ବୃଦ୍ଧି ଘଟିବ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରିଛନ୍ତି l ଏହି ମିଶ୍ରଣ ପର୍ବରେ ମଧ୍ୟ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମର କ୍ଷେତ୍ରବାସୀ ମହାରଣା, ଡମ୍ବରୁଧର ମହାନ୍ତ, ଭାନୁମତ...

ସୁକିନ୍ଦା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଗିରଫ ଦାବିରେ ଭାଜପା ପକ୍ଷରୁ ଥାନା ଘେରାଉ l

Image
  ଯାଜପୁର (ସୁକିନ୍ଦା):- ସୁକିନ୍ଦା ବ୍ଲକର ହରିପୁର ପଞ୍ଚାୟତରେ ନିର୍ମିତ ହେଉଥିବା ଏକ ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ଘଟଣାରେ ହରିପୁର ଭାଜପା ସମର୍ଥିତ ସରପଞ୍ଚ ଶର୍ମିଷ୍ଠା ବରାଳ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କ ମଧ୍ୟରେ ବଚସା ଓ କଥା କଟାକଟି ହୋଇଥିଲା l କନିଷ୍ଠ ଯନ୍ତ୍ରୀ ନିଶାଶକ୍ତ ଅବସ୍ଥାରେ ନିଜ କାର୍ଯ୍ୟାଳୟରେ ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିବା ସୁକିନ୍ଦା ଥାନାରେ ସରପଞ୍ଚ ଅଭିଯୋଗ କରିଥିଲେ l ସରପଞ୍ଚ ବ୍ଲକ କାର୍ଯ୍ୟାଳୟରେ ତାଙ୍କୁ ଦୁର୍ବ୍ୟବହାର କରିଥବା ଦର୍ଶାଇ କନିଷ୍ଟ ଯନ୍ତ୍ରୀଙ୍କ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଥିଲା l ବ୍ଲକ କର୍ମଚାରୀମାନେ ଏହାକୁ ନେଇ କଲମଛାଡ଼ ଆନ୍ଦୋଳନ ମଧ୍ୟ କରିଥିଲେ l ପୋଲିସ ଏହି ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ରବୀନ୍ଦ୍ର ବରାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଏହି ଅନ୍ୟାୟ ଗିରଫଦାରୀର ପ୍ରତିବାଦରେ ଓ କନିଷ୍ଠ ଯନ୍ତ୍ରୀଙ୍କ ଗିରଫ ଦାବିରେ ସୁକିନ୍ଦା ଭାଜପା ପକ୍ଷରୁ ଆଜି 3ତାରିଖରେ ସୁକିନ୍ଦା ଥାନା ଘେରାଉ କରାଯାଇଥିଲା l ସୁକିନ୍ଦା ପୋଲିସ ଶାସକ ଦଳ ନେତା ଓ ପ୍ରଶାସନ ଚାପରେ ପକ୍ଷପାତିତା ନୀତି ଅବଲମ୍ବନ କରି ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କୁ ମିଥ୍ୟା ମାମଲାରେ ଗିରଫ କରିଥିବା ପ୍ରତିବାଦରେ ଓ କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବ୍ଲକର...

"ଉଦୟବଟ" ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ l

Image
  ଯାଜପୁର (ବ୍ୟାସନଗର) : - ଗୁରୁବାର  ସକାଳ ୯ ଘଟିକା ଠାରୁ ୧ଘଟିକା ପର୍ଯ୍ୟନ୍ତ "ଉଦୟବଟ" ତରଫରରୁ ବ୍ୟାସନଗର ପୌରପାଳିକା ର ମୁଣ୍ଡମାଳ ହନୁମାନ ମନ୍ଦିର ପାଖ କମ୍ୟୁନିଟି ସେଣ୍ଟର ୱାର୍ଡ ନଂ ୨୪ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଆଖ ପାଖ ଗାଁ ବିର ମଣିପୁର, ଖଣ୍ଡାାହତା, ମୁଣ୍ଡମାଳ, କୋପଣ୍ଡ, ଝାଟିଆସାହି, ନଟପଡା, ନିଉମାର୍କେଟ,ପ୍ଲଟ ସାହି, ସପଗାଡ଼ିଆ, ପଣଶିଆ, ପଦ୍ମପୁର ଗ୍ରାମରୁ ଅନେକ ଲୋକ ନିଜ ନିଜର ଆଖି ମାଗଣାରେ ପରୀକ୍ଷା କରାଇଥିଲେ I ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ପାୱାର ଚଷମା ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ୧୯ ଜଣ ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲେ I ୯ ଜଣଙ୍କୁ ଡାଇବେଟିସ ଥିବାରୁ ଔଷଧ ପାଇଁ ପରାମର୍ଶ ଦିଆଯାଇଛି ଏବଂ ୧୦ ଜଣଙ୍କୁ ଚଣ୍ଡିଖୋଲ ସାଇନେତ୍ର ଚକ୍ଷୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ରୋଗୀମାନଙ୍କ ପାଇଁ ମେଡିକାଲ ତରଫରୁ ସଂପୂୂର୍ଣ୍ଣ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା l ଏହି ଆଖି ପରୀକ୍ଷା ଶିବିର ଟି ଚଣ୍ଡିଖୋଲ ସାଇନେତ୍ର ଚକ୍ଷୁ ଚିକିତ୍ସାଳୟ ର ଡାକ୍ତରୀ ଟିମ ର ସଂଧ୍ୟା ସାଗରୀକା ଦାସ, ଉଦୟବଟ ଇ ନିୟୁଜ ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ, ସ୍ଥାନୀୟ ବ୍ୟାସନଗର ଅଞ୍ଚଳ ର ସମାଜ ସେବୀ ପ୍ରସନ୍ନ କୁମାର ସାମଲ, ହିନ୍ଦୁ ସୁରକ୍ଷାସେନା ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ସନ୍...

ଭାଜପା ଯୁବମୋର୍ଚ୍ଚl ପକ୍ଷରୁ ସୁକିନ୍ଦାରେ ରକ୍ତ ଦାନ ଶିବିର ଅନୁଷ୍ଠିତ l

Image
  ଯାଜପୁର (ସୁକିନ୍ଦା):- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମଦିନକୁ ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚl ପକ୍ଷରୁ ସେବା ଦିବସ ଭାବେ ପାଳନ କରାଯାଇ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ କରାଯାଉଛି l ଏହି କ୍ରମରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଭାଜପା ଯୁବମୋର୍ଚ୍ଚl ପକ୍ଷରୁ ସୁକିନ୍ଦା ଷ୍ଟାଡିଅମ ଠାରେ ଶନିବାର ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା l ସୁକିନ୍ଦାର ଭାଜପା ନେତା ତଥା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ଏହାକୁ ଉଦଘାଟନ କରିଥିଲେ l ଜିଲ୍ଲା ଭାଜପା ଉପ ସଭାପତି ପୁଷ୍ପକ ମହାପାତ୍ର ପ୍ରଥମେ ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଜିିଲ୍ଲା ଯୁବ ମୋର୍ଚ୍ଚl ଉପ ସଭାପତି ପ୍ରକାଶ ବେହୁରା, ସାମ୍ବାଦିକ ରୋହିତ ଖୁଣ୍ଟିଆ, ଭାଜପା କାର୍ଯ୍ୟକାରୀ କମିଟି ସଭ୍ୟ ସରୋଜ ବେହେରାଙ୍କ ସମେତ ବହୁ ଯୁବ ମୋର୍ଚ୍ଚାର ସଦସ୍ୟ ରକ୍ତଦାନ କରିଥିଲେ l ଜିିଲ୍ଲା ଭାଜପା ଯୁବମୋର୍ଚ୍ଚl ସଭାପତି ବିଶ୍ୱଜିତ (ବାବୁନି)ରାଜ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ l ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଓଡିଶା ବ୍ଲଡ଼ କେନ୍ଦ୍ର ପକ୍ଷରୁ ଡ. ସମୀୟାଂଶୁ ସେଠୀଙ୍କ ତତ୍ୱାବଧାନରେ ୭୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା l  (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)

ସୁକିନ୍ଦାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

Image
  ଯାଜପୁର (ସୁକିନ୍ଦା):- ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତୀ ତଥା ଆଜାଦି କି ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତିଚାରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟବ୍ୟାପି ପରିକ୍ରମା କରୁଥିବା ଅହିଂସା ରଥ ଯାଜପୁରରୋଡରୁ ବାହାରି ଡ଼ୁବୁରୀ ଛକଦେଇ ବୁଧବାର ଅପରାହ୍ନରେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚିବା ପରେ ତାହାକୁ ଭବ୍ୟ ସ୍ୱାଗତ କରାଯାଇଥିଲା l ବିଡ଼ିଓ ତାପସ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜିଲା ସଂସ୍କୃତି ଅଧିକାରୀ ଜଗନ୍ନାଥ ମଲ୍ଲିକ, ଜିଲା ପରିଷଦ ସଦସ୍ୟ ପ୍ରତାପ କେଶରୀ ପଟ୍ଟନାୟକ, ସାଧୁ ଚରଣ ତିଉ ଓ ଜେମା ଚାଖି, ବ୍ଲକ ପଞ୍ଚାୟତ ଅଧିକାରୀ ସତ୍ୟ ଭୂଷଣ ବିଶ୍ୱାଳ, ଯୋଗାଣ ଅଧିକାରୀ ଦେବାଶିଷ କର, ସହକାରୀ ଯନ୍ତ୍ରୀ ଅନନ୍ତ ନାରାୟଣ ସେଠୀ ଓ ଅନ୍ୟ ସମସ୍ତ ଅଧିକାରୀ କର୍ମଚାରୀ, ସୁକିନ୍ଦା କଲେଜ ଅଧ୍ୟକ୍ଷ ଶରତ କୁମାର ନାୟକ, ବ୍ଲକ କଳା ସଂସ୍କୃତି ସଂଘ ଉପ ସଭାପତି ମନରଞ୍ଜନ ଦାସଙ୍କ ସମେତ ସୁକିନ୍ଦା କଲେଜ ଏନସିସି, ସ୍କାଉଟ ଓ ଗାଇଡ଼, ଏନଏସଏସ ଛାତ୍ରଛାତ୍ରୀ, ଜନ ପ୍ରତିନିଧି, ବୁଦ୍ଧିଜୀବି, ସଂସ୍କୃତି ପ୍ରେମୀ ଏଥିରେ ସାମିଲ ହୋଇ ଏହି ରଥକୁ ସ୍ୱାଗତ କରିଥିଲେ l ଭାରତୀୟ ବିଦ୍ୟା ନିକେତନ, ଆଦର୍ଶ ବିଦ୍ୟାଳୟ ଓ ବ୍ଲକର ବିଭିନ୍ନ କଳାକାର ସଂଘ ପକ...