Posts

ସୁରେନ୍ଦ୍ର ଦାଶଙ୍କ ରଚିତ ଉପନ୍ୟାସ 'ସମ୍ପର୍କ'ଉନ୍ନ୍ମୋଚିତ I

Image
 ଯାଜପୁର (ସୁକିନ୍ଦା): - ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ତଥା ସୁକିନ୍ଦା ସାହିତ୍ୟ ସମାଜର ଅନ୍ୟତମ ଉପଦେଷ୍ଟା ପଣ୍ଡିତ ସୁରେନ୍ଦ୍ର କୁମାର ଦାଶଙ୍କ ରଚିତ ପଞ୍ଚମ ପୁସ୍ତକ ତଥା ପ୍ରଥମ ଉପନ୍ୟାସ 'ସମ୍ପର୍କ' ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ଠାରେ ଉନ୍ନ୍ମୋଚିତ ହୋଇଯାଇଛି l ଏହି ଉପଲକ୍ଷରେ ଆୟୋଜିତ ସମାରୋହରେ ସୁକିନ୍ଦା ମହାବିଦ୍ୟାଳୟ ଅଧ୍ୟକ୍ଷ ଶରତ କୁମାର ନାୟକ ଓ ଭାରତୀ ବିହାର ମହାବିଦ୍ୟାଳୟ, ହରିପୁରର ଅଧ୍ୟକ୍ଷ ଦୀନବନ୍ଧୁ ସେଠୀ ଅତିଥିଭାବେ ଯୋଗଦେଇ ଏହାକୁ ଉନ୍ନ୍ମୋଚନ କରି ଭିନ୍ନ ସ୍ୱାଦର ଏହି ଉପନ୍ୟାସଟି ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ l ସାହିତ୍ୟ ସମାଜର ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟ ସମାଜର ସମ୍ପାଦକ ହିମାଂଶୁ ଶେଖର ଦ୍ବିବେଦୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ସାହିତ୍ୟ ସମାଜର ମୁଖ୍ୟ ଉପଦେଷ୍ଟା, ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ପୁସ୍ତକର ପ୍ରକାଶକ ଡ. ମୋନିକା ଦାଶ, ଲେଖକଙ୍କ ମାତୁଳ ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ଦାଶ, କବୟିତ୍ରୀ ଲବଙ୍ଗ ଲତା ପରିଡା ଓ ପ୍ରଭାତୀ ରାଉତ ପ୍ରମୁଖ ଶ୍ରୀ ଦାଶଙ୍କ ସାହିତ୍ୟ କୃତୀ ସମ୍ପର୍କରେ ଆଲୋକପାତ କରି ପୂର୍ବରୁ ତାଙ୍କ ରଚିତ ଖଣ୍ଡ କାବ୍ୟ, କବିତା ଗ୍ରନ୍ଥ 'ମାଟି ମା...

ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ l ଉତେଜନା ରାସ୍ତା ରୋକ l

Image
ଯାଜପୁର (କଳିଙ୍ଗନଗର ) - ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ଥାନା ଅଞ୍ଚଳର ରାବଣା ଛକ ନିକଟରେ ଗାଡ଼ି ଧକ୍କାରେ ଜଣେ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି l ଘଟଣାରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୯ଟା ବେଳେ ପଙ୍କପାଳ ପଞ୍ଚାୟତ , ନୀଳମଣିଦେଇପୂର ଗ୍ରାମର ଆନନ୍ଦ ଚନ୍ଦ୍ର ଜେନା ଙ୍କ ବଡ଼ ପୁଅ ମନମୋହନ ଜେନା (୨୫) ଜିନ୍ଦାଲ ଷ୍ଟିଲ ରେ ଠିକା କର୍ମଚାରୀ ଭାବରେ କାମ କରୁଥିଲେ l କାରଖାନାରେ କାମ ସାରି ନିଜର ମଟର ସାଇକେଲ ଘରକୁ ଫେରିବା ବାଟରେ ରାବଣା ଛକ ନିକଟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ଫଳରେ ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା l ଧକ୍କା ଦେଇଥିବା ଆନ୍ଧ୍ରା ଟ୍ରକ୍ ନଂ AP05TB2115 ଟିକୁ ଜଖପୁରା ପୋଲିସ୍ ଜବଦ କରିଛି l ଏହି ଘଟଣା ପରେ ଉତ୍ୟକ୍ତ ସ୍ଥାନୀୟ ଲୋକେ କ୍ଷତିପୁରଣ ଦାବି କରି ରାସ୍ତାରୋକ କରିଥିଲେ l ପୋଲିସ୍ ଲୋକମାନଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇ ଥିଲାବେଳେ ମରଶରୀର କୁ ପଂଚନାମା ପାଇଁ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଛି I ଜଖପୁରା ପୋଲିସ୍ ଏକ ମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି I 

ରସୁଲପୁର ବ୍ଲକ ଘେରାଉ କଲା ଓଡ଼ିଶା ଅଙ୍ଗନୱାଡ଼ି ମହିଳା ଆସୋସିଏସନ I

Image
ଯାଜପୁର (ରସୁଲପୁର):- ଜିଲ୍ଲା ର ରସୁଲପୁର ବ୍ଲକ ରେ ୮ ଗୋଟି ଦାବିକୁ ନେଇ ଓଡ଼ିଶା ଅଙ୍ଗନୱାଡ଼ି ମହିଳା ଆସୋସିଏସନ୍ ରସୁଲପୁର ତରଫରୁ ଅଙ୍ଗନବାଡ଼ି ସମସ୍ତ କର୍ମଚାରୀ ମାନେ ଦୀର୍ଘ ଦିନ ଧରି ପୁରଣ ହୋଇନଥିବା ଦାବି କୁ ନେଇ ଆଜି ସକାଳ ୧୦ରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ରସୁଲପୁର ବ୍ଲକ ଘେରାଉ କରିଥିଲେ l ଏହି ଅବସରରେ ରସୁଲପୁର ବ୍ଲକ ର ସମସ୍ତ ଅଙ୍ଗନୱାଡ଼ି କର୍ମୀ ମହିଳା କର୍ମଚାରୀ ମାନେ ଯୋଗଦେଇଥିଲେ I ସରକାରଙ୍କୁ ଚେତାବନୀ ଦେଇଛନ୍ତି ସରକାର ତୁରନ୍ତ ମା' କୁ ସମ୍ମାନ ପ୍ରଦାନ କରି ସେମାନଙ୍କର ୮ ଗୋଟି ଦାବି କୁ ତତ୍କ୍ଷଣାତ୍ ବିଚାରକୁ ନେଇ ପୂରଣ କରିବା ପାଇଁ ଜିଲ୍ଲା ସମ୍ପାଦିକା କଲ୍ୟାଣୀ ମହାନ୍ତି ସଂଘ ପକ୍ଷରୁ ଦାବି କରିଛନ୍ତି l ନ୍ୟାର୍ଯ୍ୟ ଦାବି ସରକାର ଯଦି ପୁରଣ ନ କରନ୍ତି ତେବେ ସେ ଆଗକୁ ଏହି ଆନ୍ଦଲୋନ କୁ ଆହୁରି ତିବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ବିଡିଓଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି I ଆନ୍ଦୋଳନରେ ଯୋଗ ଦେଇଥିଲେ ଭାରତୀୟ ମହଦୂର୍ ସଙ୍ଘ ଜିଲ୍ଲା କୋଷାଧ୍ୟକ୍ଷ ରସୁଲପୁର ବ୍ଲକ ସଙ୍ଘର ପ୍ରତିଷ୍ଠାତା ଆଡଭୋକେଟ ସୁରେନ୍ଦ୍ର ସର , ଜିଲ୍ଲା ସଭାନେତ୍ରୀ ଜିଲ୍ଲା ସମ୍ପାଦିକା କଲ୍ୟାଣୀ ମହାନ୍ତି, ରସୁଲପୁର ବ୍ଲକ ସଭାନେତ୍ରୀ ଦିପ୍ତିମୟୀ ସାହୁ, ସମ୍ପାଦିକା ମାନସୀ ଶତପଥୀ ଙ୍କ ସହିତ ଶ୍ରୀମତୀ ନିରୁଲତା ବି...

ଆସନ୍ତା ୫ ତାରିଖ ରୁ ମାନପୁର ଓଭର ବ୍ରିଜ ଉପରେ ଭାରିଯାନ ସମ୍ପୂର୍ଣ୍ଣ ନିଷେଧ ।

Image
(ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ କମିଟି ଜିଲ୍ଲାପ୍ରଶାସନ ସହିତ ସମନ୍ଵୟ ରକ୍ଷା)  ଯାଜପୁର (କଳିଙ୍ଗନଗର) :- ସୁକିନ୍ଦା ର ତଥା କଳିଙ୍ଗ ନଗର ର ଅଧିବାସୀ ମାନଙ୍କ ର ଜୀବନ ରେଖା କୁହାଯାଉଥିବା ଅସୁରକ୍ଷିତ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମାନପୁର ଓଭର୍ ବ୍ରିଜ୍ ର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ସମସ୍ତ ଭାରୀଯାନ କୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବା ସହ ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଦ୍ୱିତୀୟ ନୂତନ ବ୍ରିଜ୍ କୁ ଅବିଳମ୍ବେ କାର୍ଯ୍ୟ ଆରମ୍ଭ କରିବା ପାଇଁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ର ଦାବିକୁ ସମର୍ଥନ ଦେଲା ଜିଲ୍ଲା ପ୍ରଶାସନ l ଏହି ମାସ ୧୧ ତାରିଖ ଓ ୧୪ ତାରିଖ ରେ ଜିଲ୍ଲାପାଳ ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ଲିଖିତ ଦାବିପତ୍ର ଦେଇଥିଲେ ଯାହାକୁ ଉଭୟ ବ୍ଲକ ର ସଭାପତି ଙ୍କ ସମେତ ମହିଳା କଂଗ୍ରେସ ,ଛାତ୍ର କଂଗ୍ରେସ ଓ ବରିଷ୍ଠ କଂଗ୍ରେସ ନେତୃ ମଣ୍ଡଳୀ ଓ ଶୁଭେଚ୍ଛୁ ବୃନ୍ଦ ଅକୁଣ୍ଠ ସମର୍ଥନ ଓ ସହଯୋଗ କରିଥିଲେ । ଯାହାଫଳରେ ଆଗାମୀ ୫ ତାରିଖ ରେ ମାନପୁର ବ୍ରିଜ୍ କୁ ୬ ଘଣ୍ଟିଆ ବନ୍ଦ ଡାକରା ଦେବା ପାଇଁ ପୁନର୍ବାର ଜିଲ୍ଲା ପ୍ରଶାସନ କୁ ଜାଣଇ ଦିଆଯାଇଥିଲା । କଂଗ୍ରେସ ର କ୍ରମବର୍ଦ୍ଧିଷୁ ସାଂଗଠନିକ ଶକ୍ତି ର ଗୁରୁତ୍ୱ କୁ ଉପଲବ୍ଧି କରି ତଥା ଜନ ସାଧାରଣ ଙ୍କ ପ୍ରତି ଅଙ୍ଗୀକାରତା କୁ ପ୍ରାଧାନ୍ୟ ଦେ...

ପ୍ରେମ ବ୍ୟାପାର କୁ କେନ୍ଦ୍ର କରି ପ୍ରେମିକାର ଭାଇକୁ ଖଣ୍ଡା ହାଣିଲା ପ୍ରେମିକ l

Image
ଯାଜପୁର (କାଳିଆପାଣି) :- ବିଜେଡି ନେତାଙ୍କ ଗୁଣ୍ଡାଗିରି ପହଁଞ୍ଚିଛି ପରମ ସୀମରେ ଗତ କାଲି ରାତି ପାଖାପାଖି ୯ ଘଟିକା ସମୟରେ କାଳିଆପାଣି ଖଣି ଅଞ୍ଚଳ ସ୍ଥିତ ଟାଟା ତାରିଣୀ ବଜାରର ହାଡ଼ୱାର ଦୋକାନୀ ସନ୍ତୋଷ ମହାପାତ୍ରଙ୍କ ପୁଅ ଜିତେନ୍ଦ୍ର ମହାପାତ୍ର(୨୫)ଙ୍କୁ ରାସୋଳ ଗ୍ରାମର ବିରେନ ସାମଲ(ଶାନ୍ତନୁ ) ପ୍ରେମ ବ୍ୟପାରକୁ କେନ୍ଦ୍ର କରି ଖଣ୍ଡାରେ ଦୁଇ ଗୋଡ଼କୁ ହାଣି ପକାଇ ଥିଲା l ଏହି ସମୟରେ ପୁଅ ଜିତେନ୍ଦ୍ର ର ଚିତ୍କାର ଶୁଣି ବାପା ସନ୍ତୋଷ ଧାଇଁ ଆସି ପୁଅର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ଯ ଛାଡ଼ି ନ ଥିଲା ଦୁର୍ବୃତ୍ତ I ଗୁରୁତର ଆହତ ମଧ୍ୟ ହୋଇଥିଲେ ସନ୍ତୋଷ ମହାପାତ୍ର I ସଙ୍ଗେ ସଙ୍ଗେ ପୋଲିସ ପ୍ରଶାସନର ପିସିଆର ଗାଡି ଯୋଗେ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ନେଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସନ୍ତୋଷ ମହାପାତ୍ରଙ୍କୁ କଟକ ସ୍ଥାନାନ୍ତର କରିଥିବା ବେଳେ ପୁଅ ଜିତେନ୍ଦ୍ରଙ୍କ ମୃତ୍ୟ ହୋଇଥିବାର ସୂଚନା ଦେଇଥିଲେ ଡାକ୍ତର I ଏହି ମୃତ୍ୟୁକୁ କେନ୍ଦ୍ର କରି ଆଜି ସକାଳ ୫ଘଟିକା ଠାରୁ ଟାଟା ବଜାର ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ତାରିଣୀ ବଜାର ସମ୍ମୁଖରେ ଓ ବାମ୍ବିଲୋ ଛକରେ ଟାୟାର ଜାଳି ରାସ୍ତା ରୋକ କରାଯାଇଥିବାର ଦେଖିବାକୁ ମିଳିଥିଲା । ଆସାମୀ ଶାନ୍ତୁନୁ ସାମଲ ନାମରେ କାଳିଆପାଣି ଥାନାରେ ଆଗରୁ ଏକାଧିକ ମାମଲା ରୁଜୁ ହୋଇଛି l ଆସାମୀ ଶାସାକ ବି...

ପୌରପରିଷଦ ତରଫରୁ ସ୍ଵଂୟ ସହାୟକ ଗୋଷ୍ଠୀ କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର :- ବ୍ୟାସନଗର ପୌରପରିଷଦ ଆନୁକୂଲ୍ୟରେ ପୌରପରିଷଦର ସମସ୍ତ ସ୍ଵଂୟସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ନେଇ ଏକ ତାଲିମ ଯୁକ୍ତ କର୍ମଶାଳା ଅନୁଷ୍ଠିତ ହୀଯାଇଛି I ଏହି କର୍ମଶାଳା କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଉରିଆ, ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଓ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ମଲିକ ପ୍ରମୁଖ ଯୋଗଦେଇ କର୍ମଶାଳା ବିଷୟରେ ପୁଙ୍ଖାନୁପୁଙ୍କ ଅବଗତ କରାଇଥିଲେ l ପ୍ରତ୍ୟେକ ସ୍ଵଂୟ ସହାୟକ ଗୋଷ୍ଠୀ ର ସଦସ୍ୟମାନେ ନିଜ ନିଜର ଉତ୍ପାଦିତ ହସ୍ତ ଶିଳ୍ପ ତଥା ବିଶେଷ କରି ଧଳା ଫିନାଇଲ ଓ କପଡା ନିର୍ମିତ ବ୍ୟାଗ ଗୁଡିକୁ ପ୍ରଦର୍ଶନ କରିଥିଲେ l ଏନେଇ ଶ୍ରୀଯୁକ୍ତ ବେଉରିଆ ଉକ୍ତ ସାମଗ୍ରୀ ଗୁଡିକୁ ଉପଯୁକ୍ତ ମୂଲ୍ୟ ଓ ମହିଳାମାନଙ୍କୁ କର୍ମନିଯୁକ୍ତି ନିମନ୍ତେ ଏହାକୁ ଉପଯୁକ୍ତ ପ୍ରଣାଳୀରେ ବିକ୍ରୟ ଉଦେଶ୍ୟରେ ଏକ ବଜାର ସୃଷ୍ଟି କରିବାପାଇଁ ପ୍ରତିଶୃତି ଦେଇଥିଲେ l ବ୍ୟାସନଗର ପୌରପରିଷଦ ଦ୍ୱାରା ସ୍ୱତନ୍ତ୍ର ଭାବେ ବିକ୍ରୟ କେନ୍ଦ୍ର ଯୋଗାଇ ଦେବାକୁ ଅଧ୍ୟକ୍ଷାଙ୍କୁ କହିଥିଲେ l ଏଭଳି ଏକ ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମକୁ ପୌରାଧ୍ୟକ୍ଷା ଶ୍ରୀମତୀ ପିଙ୍ଗୁଆ ପୂର୍ଣ୍ଣ ସମର୍ଥନ କରିଥିଲେ l ଅନୁଷ୍ଠିତ ଏହି କର୍ମଶାଳାରେ ସମସ୍ତ କାଉନସିଲର ଓ ସ୍ୱୟଂସହାୟକ ଗୋଷ୍ଠୀର ପ୍ରାୟ ୧୫୦ ରୁ ଉର୍ଦ୍ଧ ସଦସ୍ୟମାନେ ଉପସ୍ଥିତ ରହିଥିଲେ l 

ବୋଝେଇ ଶ୍ରମିକଙ୍କ ପାରିଶ୍ରମିକରୁ କୋଟି କୋଟି ଟଙ୍କା ହଡପ ଅଭିଯୋଗ, କାଳିଆପାଣି ଥାନାରେ ଏତାଲା l

Image
ଯାଜପୁର (କାଳିଆପାଣି) :- ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମ ଖଣି ଉପତ୍ୟାକାର ଟାଟା ଷ୍ଟିଲ ଖଣିର ବୋଝେଇ ଶ୍ରମିକଙ୍କୁ ଛଟେଇ ପରେ ଅଭିଯୋଗର ଫର୍ଦ୍ଧ ଲମ୍ବିବାରେ ଲାଗିଛି l କୋଭିଡ଼ ସମୟରେ ଶ୍ରମିକଙ୍କୁ ଖଣିରେ ବାରଣ ପରେ ଶ୍ରମିକଙ୍କୁ ସହାୟତା ପାଇଁ ପରିବହନ ଭଡ଼ାରୁ ଟନ ପ୍ରତି ୩୫ଟଙ୍କା କଟାଯାଇ ରଖାଯାଇଥିବାବେଳେ ଏହି ଅର୍ଥରାଶି ଅଢେଇ ବର୍ଷରେ ପ୍ରାୟ ୨୩କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି l ଏହି ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ କରିବା ସହ ଏହି ଘଟଣାକୁ ଇଡି ଦ୍ଵାରା ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଖଣି ଅଞ୍ଚଳର ଶ୍ରମିକମାନେ I ଅପରପକ୍ଷେ ପୁନର୍ବାର ଚଳିତ ମାସ ୨୭ ତାରିଖରେ ଏ ସମ୍ବନ୍ଧରେ କାଳିଆପାଣି ଥାନାରେ ଅର୍ଥ ହଡପ କରିଥିବା ଶ୍ରମିକ ପ୍ରତିନିଧି ମାନଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି l ଶ୍ରମିକମାନଙ୍କ ପ୍ରାପ୍ୟ ଟଙ୍କାକୁ ଶ୍ରମିକ ପ୍ରତିନିଧି ସାଜିଥିବା ମହେଶ୍ୱର ନାୟକ, ଧନେଶ୍ୱର ମହାନ୍ତ, ବୁଲୁ ମହାନ୍ତ, ରଥୁ ମହାନ୍ତ, ପଞ୍ଚାନନ ପାତ୍ର, ବିଦ୍ୟାଧର ପାତ୍ର, ଅଜୟ ବାରିକ, ଭାଗିରଥି ଦଳେଇ, ଗୁଣନିଧି ମହାନ୍ତ ପ୍ରମୁଖ ଲୁଟି ଥିବାର ଅଭିଯୋଗ କରିଛନ୍ତି ଶ୍ରମିକମାନେ l ଅଭିଯୋଗ ଅନୁଯାୟୀ ଉକ୍ତ ଆଦାୟ ହୋଇଥିବା ଟଙ୍କା ସମ୍ବନ୍ଧରେ ଶ୍ରମିକ ସଂଘର ସଭାପତି ତଥା ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡ଼ାଇ, ଏହି ଅର୍ଥ ଶ୍ରମିକ ସଙ୍ଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ...