Posts

ପ୍ରଶାସନର ଅବହେଳା ପାଇଁ ସରକାର ହରାଇଲେ କୋଟି କୋଟି ଉର୍ଦ୍ଧ୍ବ ଟଙ୍କାର ରାଜସ୍ୱ I

Image
ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) : - ଓଡିଶା ଖଣି ଏବଂ ଇସ୍ପାତ ବିଭାଗର ପ୍ରଶାସନିକ ଅଧିକାରୀ ମାନଙ୍କ ଦୁର୍ନୀତି ଗ୍ରସ୍ତ ମନୋଭାବ ପାଇଁ ରାଜ୍ୟ ସରକାର ପ୍ରାୟ ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରାଜସ୍ୱ ହରାଇ ସାରିଲେଣି । ଅଭିଯୋଗକାରୀ ଖଣି ଏବଂ ଇସ୍ପାତ ବିଭାଗକୁ ବାରମ୍ବାର ଅଭିଯୋଗ କରି ନିରାଶା ହେବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଶରଣାପନ୍ନ ହେଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଘଟଣାଟିର ସତ୍ୟା ସତ୍ୟ ଅନୁଭବ କରି ରାଜ୍ୟ ସରକାରଙ୍କୁ ୩ ମାସ ମଧ୍ୟରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ୫ ମାସ ବିତିଗଲା କିନ୍ତୁ କାର୍ଯାନୁଷ୍ଠାନ ଶୁନ୍।  ଘଟଣାରୁ ପ୍ରକାଶ ଯେ ସ୍ୱର୍ଗତ ମାନଗୋବିନ୍ଦ ମହାନ୍ତିଙ୍କୁ ୧୯୮୬ ମସିହାରେ ସୁନ୍ଦରଗଡ ଜିଲ୍ଲା, କୋଇଡା ଖଣି ମଣ୍ଡଳ ପାଟବେଡା ଗ୍ରାମରେ ୧୯. ୪୨୫ ହେକ୍ଟର ଖଣି ଅସ୍ଥାୟୀ ପଟ୍ଟା ଲିଜ୍ ସୂତ୍ରରେ ମିଳିଥିଲା। ମାନଗୋବିନ୍ଦ ମହାନ୍ତିଙ୍କ ମୃତ୍ୟୁ ପରେ ତାଙ୍କର ସାତ ଜଣ ଉତ୍ତରାଧିକାରୀ ଉକ୍ତ ଅସ୍ଥାୟୀ ଲିଜ୍ ପଟ୍ଟା ବଳରେ ଗୋଟିଏ ପାର୍ଟନରସିପ୍ ଫାର୍ମ କରି ସେହି ଖଣିରୁ ଲୁହାପଥର ଉତ୍ତୋଳନ ନିମନ୍ତେ ମାଲିକାନା ପାଇବା ସହିତ ଲୁହାପଥର ଉତ୍ତୋଳନ ଆରମ୍ଭ କରିଦେଲେ।ମାତ୍ର ୨୦୨୦ ମସିହାରେ ଦୁଇଜଣ ଅଂଶୀଦାର ବେଆଇନ ଭାବେ ପାଞ୍ଚ ଜଣିଆ ଚୁକ୍ତିନାମାରୁ ଓହରିଗଲେ। ଏହା ପରେ ମ୍ୟାନେଜିଂ ପାର୍ଟନର ରାଜୀବ ଲୋଚନ ମହାନ୍ତି ଉକ୍ତ ଫାର୍ମକୁ ଆଇନ୍ ଅନୁଯାୟୀ ପୁନର୍ଗଠନ ନକର

ରାଜଧାନୀରେ ଚାଞ୍ଚଲ୍ୟ, ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ I

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ରାଜଧାନୀରେ ଲଜ୍ଜାଜନକ, ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି । ଜନ୍ମଦିନ ପାଳନ କରୁଥିବା ବେଳେ ମହିଳା ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅଭିଯୋଗ ମୁତାବକ ସୋମବାର ସନ୍ଧ୍ୟାରେ ଧିରିକୁଟ ବସ୍ତି ପାତ୍ରସାହିରେ ଦୀପକ କୁମାର ସେଠୀ ଏକ ବାର୍ଥ ଡେ ପାର୍ଟିର ଆୟୋଜନ କରିଥିଲେ । ସେଠାରେ ଅଧିକ ହୋହଲ୍ଲା ହୋଇଥିଲା । ନିକଟରେ ରହୁଥିବା ମହିଳା ଏହାକୁ ବିରୋଧ କରିଥିଲେ । ଘରେ ମହିଳା ଏକୁଟିଆ ଥିଲାବେଳେ ସେହି ସମୟରେ ତାଙ୍କ ସ୍ୱାମୀ ଘରେ ନଥିଲେ । ଏହାର ସୁଯୋଗ ନେଇ ଜନ୍ମଦିନ ପାର୍ଟିରେ ଉତ୍ପାତକୁ ବିରୋଧ କରିବାରୁ ଦୁର୍ବୃତ୍ତ ତାଙ୍କ ଘରେ ପଶି ଆକ୍ରମଣ କରିବା ସହ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ପାଟି କରି ଲୋକଙ୍କୁ ଡାକିଥିଲେ, ଚିତ୍କାର ଶୁଣି ପଡ଼ୋଶୀ ଆସି ଅଭିଯୁକ୍ତଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରିଥିଲେ । ପୀଡ଼ିତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ପୀଡ଼ିତା ଓ ତାଙ୍କ ସ୍ୱାମୀ ମଞ୍ଚେଶ୍ୱର ଥାନାରେ ଏତଲା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ତଦନ୍ତ ବେଳେ ଦୀପକ, ମାଲିଙ୍କ ଓ ସ୍ୱାଧୀନ ତିନି ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିଲେ । ଅନ୍ୟମାନେ ଫେରାର୍ ଥିବାରୁ ଅଭିଯୁକ

କୋରାପୁଟ ଓକିଲ ସଂଘର କୋଟ ସମୁଖରେ ସତ୍ୟାଗ୍ରହ l

Image
କୋରାପୁଟ (ବ୍ୟୁରୋ ରିପୋର୍ଟ) :- ୧୨ ତାରିଖ କୋରାପୁଟର ଓକିଲମାନେ କୋର୍ଟ ସମ୍ମୁଖରେ ସତ୍ୟାଗ୍ରହ କରିଥିଲେ । କୋରାପୁଟ ଓକିଲ ସଂଘର ସାଧାରଣ ବୈଠକରେ ଗତ ୪ ତାରିଖରେ ଭୁବନେଶ୍ୱର ଓକିଲ ସଂଘର ଡ଼ାକରାରେ ସବୁ ଜିଲ୍ଲାର ଓକିଲ ସଂଘ ପ୍ରତିନିଧି ମାନେ ଏକ ଜରୁରୀ ବୈଠକ କରିଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଓକିଲମାନଙ୍କ ନ୍ୟାର୍ଯ୍ୟାଦାବୀ କୁ ସଠିକ ଭାବରେ ଉପସ୍ଥାପନ କରିବାକୁ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର ଓକିଲ ମାରଣ ନୀତିକୁ ବିରୋଧ କରିବା ସହ ଏକ ଟିମ ରାଷ୍ଟ୍ରପତି ଓ ପ୍ରଧାନ ବିଚାରପତିଙ୍କୁ ଭେଟି ଓକିଲଙ୍କ ଅଧିକାର ସମ୍ପର୍କରେ ଏକ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ହୋଇଥିଲା । ଓକିଲ ମାନଙ୍କର ଦାବିକୁ ନେଇ ଆନ୍ଦୋଳନ କରିଥିବା ଓକିଲଙ୍କ ଲାଇସେନ୍ସ ଯଦି ରଦ୍ଧ କରାଯାଏ ତେବେ ସମସ୍ତେ ଲାଇସେନ୍ସ ସରେଣ୍ଡାର କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ଡିସେମ୍ବର ୧୨ ତାରିଖକୁ ପ୍ରତିବାଦ ଦିବସ ରୂପେ ପାଳନ କରି ସତ୍ୟାଗ୍ରହ କରିବାପାଇଁ ନିଷ୍ପତ୍ତି ହେଇଥିଲା l  ଉକ୍ତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଗୁଡିକୁ ସମର୍ଥନ ଜଣାଇ  କୋରାପୁଟ ଓକିଲ ସଂଘ କୋର୍ଟ ସମ୍ମୁଖରେ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛି । ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ସହ ସଂଘ ସଭାପତି ନିହାର ପଟ୍ଟନାୟକ , ଉପ ସଭାପତି ସୁବାଷ ସେନାପତି, ବରିଷ୍ଠ ଆଇନଜୀବୀ

ଦାନଗଦୀ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l

Image
ଯାଜପୁର (କଳିଙ୍ଗନଗର ) -ଦାନଗଦୀ ବ୍ଳକ ଧୂଳିଗଡ଼ ପଞ୍ଚାୟତ ମାନଗୋବିନ୍ଦ ପୁର ଉଚ୍ଚ, ନୋଡାଲ ବିଦ୍ୟାଳୟ ଠାରେ ଦାନଗଦୀ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗୀତା ୨୦୨୨ ଅନୁଷ୍ଠିତ ହୋଇଯାଇଛି l ୧୪ ବର୍ଷ ରୁ ଅଧିକ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା ମାନଙ୍କର କବାଡ଼ି, ଖୋ ଖୋ, ଭଲିବଲ୍, ଯୋଗ ଓ ଦୌଡ଼ କୁଦ ପ୍ରତିଯୋଗିତା ଦୁଇଦିନିଆ ତଥା ୧୩/୧୨ -/୨୦୨୨ ଠାରୁ ୧୪/୧୨/୨୦୨୨ ଧରି ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି l ଏହି ଉଦଘାଟନୀ ଅବସର ରେ ମୁଖ୍ୟ ଅତିଥି ଭାବେ ଦାନଗଦୀ ବ୍ଲକ ଶିକ୍ଷା ଅଧିକାରୀ ବଳରାମ ନାୟକ, ସମ୍ମାନିତ ଅତିଥି ଭାବେ ବୁଦ୍ଧରାଜ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବେହେରା, ଧୂଳିଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚ ମାନସ କୁମାର ରଣା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଭୀମସେନ ଧଳ, ରବିନରୟଣ ସାହୁ, ସରତ ଚନ୍ଦ୍ର ଦାସ, ସୁଶାନ୍ତ କୁମାର ଭୂୟାଁ ଉପସ୍ଥିତ ଥିଲେ l ଏହି କର୍ଯ୍ୟକ୍ରମ କୁ ମାନଗୋବିନ୍ଦ ପୁର ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ସନ୍ତୋଷ କୁମାର ସାହୁ ଙ୍କ ସହିତ ଅନ୍ୟ ବିଦ୍ୟାଳୟରୁ ଆସିଥିବା ଖେଳ ଶିକ୍ଷକ ପରିଚାଳନା କରିଥିଲେ l ଦାନଗଦୀ ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟ ରୁ ପ୍ରାୟ ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି କ୍ରୀଡ଼ା ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ l 

ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ l

Image
ଯାଜପୁର : - ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ ଯାଜପୁରରୁ ୨ଥର ସାଂସଦ ନିର୍ବାଚିତ ହୋଇଥିଲେ। ସୂଚନା ମୁତାବକ, ଅଣ କଂଗ୍ରେସ ନେତା ଭାବେ ସେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ। ଏକଦା ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ସମ୍ପାଦକ ହୋଇଥିଲେ। ୨୦୦୪ରେ ସେ ବିଜେଡିରେ ଯୋଗଦେଇଥିଲେ। ଯାଜପୁର ପାଇଁ ବିଜେଡିରୁ ସାଂସଦ ଟିକେଟ୍ ପାଇ ଲଢ଼ିଥିଲେ ଓ ବିଜୟୀ ମଧ୍ୟ ହୋଇଥିଲେ। ୨୦୦୯ରେ ମଧ୍ୟ ପୁନଶ୍ଚ ବିଜେଡିରୁ ଏମ୍‌ପି ଟିକେଟ୍ ପାଇ ଲଢ଼ିଥିଲେ ଓ ଯାଜପୁର ସାଂସଦ ହୋଇଥିଲେ। ହେଲେ ୨୦୧୪ରେ ତାଙ୍କୁ ବିଜେଡି ଆଉ ଟିକେଟ୍ ଦେଇ ନ ଥିଲା। ତେଣୁ ସେ ବିଜେଡି ଠାରୁ ଦୂରେଇ ଯାଇଥିଲେ। ୨୦୧୯ରେ ସେ ବିଜେପିରେ ଯୋଗ ଦେଇଥିଲେ। ମୋହନ ଜେନାଙ୍କ ବିୟୋଗ ନେଇ ତାଙ୍କ ଝିଅ ଆଦ୍ୟା ଅନନ୍ଦିତା କହିଛନ୍ତି, ହଠାତ୍ ଏହି ଘଟଣା ସମସ୍ତଙ୍କୁ ଦୁଃଖର ସାଗରେ ଭସାଇ ଦେଇଛି। ସେ ସୁସ୍ଥ ହୋଇଯିବେ ବୋଲି ସମସ୍ତଙ୍କର ଆଶା ଥିଲା। ସେ ଜଣେ ସାମାଜିକ କର୍ମୀ ଭାବେ ଅଞ୍ଚଳରେ ପରିଚିତ ଥିଲେ। ୪ ବର୍ଷ ହେବ ସେ କିଡ୍‌ନୀ ରୋଗରେ ପୀଡ଼ିତ ରହିଥିଲେ। ନିୟମିତ ତାଙ୍କର ଡାଇଲିସିସ୍ ଚାଲିଥିଲା। ତେବେ ଗତମାସ ୨୦ ତାରିଖରେ ଯାଜପୁରର ଏକ ସାମାଜିକ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କର ବ୍ରେନ

କଳିଙ୍ଗ ନଗର ଲୋୟଲା ସ୍କୁଲ ରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର) : - କଳିଙ୍ଗ ନଗର ଟାଟା ଷ୍ଟିଲ ଦ୍ବାରା ପରିଚାଳିତ ଲୋୟଲା ସ୍କୁଲ ରେ ଅଭିଭବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଭାବକ ସମ୍ମିଳନୀରେ ମୁଖ୍ଯ ଅତିଥି ଭାବେ ମାନ୍ୟବର ଦକ୍ଷତା ଓ ଗ୍ରାମିଣ ବିକାଶ , ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ସୁକିନ୍ଦାର ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଈ ଓ ସମ୍ମାନୀତ ଅତିଥି ଭାବେ ବିଜେଡିର ବରିଷ୍ଠ ନେତ୍ରୀ ଯାଜପୁର ମହିଳା ଜନତାଦଳର ସାଧାରଣ ସଂପାଦିକା ଉଷାରାଣି ସାମଲ ଯୋଗ ଦେଇଥିଲେ l ଏହି ଅବସରରେ ଜିନ୍ଦଲ ଷ୍ଟିଲ ର ଏଚଆର ଓ ଆରଆଇ ବିଭାଗ ର ସହକାରୀ ଉପସଭାପତି ଶ୍ରୀ ରାକେଶ ପାଠକ ଏବଂ ଟାଟାଷ୍ଟିଲ କଳିଙ୍ଗ ନଗର ପ୍ରଶାସନ ବିଭାଗ ର ମୁଖ୍ଯ ଶ୍ରୀ ଅମିତାଭ ମୁଖାର୍ଜୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ଏଲକେଜି ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ଗତ ଶିକ୍ଷା ମାସରେ ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ ସହ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା l ପରିବେଷିତ କାର୍ଯ୍ୟକ୍ରମ କୁ ଉପସ୍ଥିତ ଅଭିଭାବକ ଅତିଥୀ ଦର୍ଶକ ମାନେ ଭୁସିତ ପ୍ରଶଂସା କରିଥିଲେ l ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ଲାଗି ଭୁବନେଶ୍ବର ଲୋୟଲା ସ୍କୁଲ,ଯାଜପୁର ରୋଡର ସେଣ୍ଟ ମେରି ସ୍କୁଲ ଓ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା l ଦର୍ଶକ ମାନ

ରୋଗ ଯନ୍ତ୍ରଣାରେ ଛଟପଟ ବିଧବା ମହିଳା ସଞୁଲତା, ସରକାରୀ ସହାୟତା ପାଇଁ ଅପେକ୍ଷା l

Image
ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଦେଉଳକଣ ପଞ୍ଚାୟତ ନୂଆସାହି ବାସିନ୍ଦା ସଞୁଲତା ମହାନ୍ତ । ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ସଞୁଲତା ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ଗରିବ ବିଧବା ମହିଳା ସ୍ୱାମୀ ମଲାପରେ ଦିନ ମଜୁରିଆ ଭାବେ କାମ କରି ପରିବାର ଲୋକଙ୍କ ମୁହଁରେ ଦାନା ମୁଠେ ଦେଉଥିଲେ । ହଠାତ ଅଜଣା ଗୋଗ ସଞୁଲତା ଙ୍କୁ ଗ୍ରାସ କରିଥିଲା l ଗରିବୀ, ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନାହାନ୍ତି । ଫଳରେ ଦିର୍ଘ ୮ବର୍ଷରୁ ଉର୍ଦ୍ଧ ସମୟ ହେବ ଖୋଲା ମେଲା ସାଢୀ ଟଙ୍ଗା ଘରେ ଦୀର୍ଘ ଦିନ ହେଲା ପଡ଼ି ରହିଛନ୍ତି। ସେ କୌଣସି କାମ ଧନ୍ଦା କରିପାରୁନାହାନ୍ତି ଖଟିଆରେ ପଡିରହିଛନ୍ତି ଦିନେ ଖାଇଲେ ଦୁଇ ଦିନ ଉପବାସ । ଏଭଳି ଦୁଖଦ ସମୟରେ ପୁଅ ବହୁତ କଷ୍ଟରେ ବାହାରେ ମୂଲ ମଜୁରୀ କରି ପରିବାର ଚଳାଉଛନ୍ତି । ପରିବାର କହିଲେ ସଞୁଲତା ଆଉ ଦୁଇଟି ପୁଅ ଗୋଟିଏ ଝିଅ ସ୍ୱାମୀ ପରିତ୍ୟକତା । ରୋଗରେ ପ୍ରକୋପ କାରଣରୁ ପ୍ରଥମେ ତାଙ୍କର ଗୋଡ ଓ ହାତ ସବୁ ବ୍ୟଥା ହୋଇ ଧିରେ ଧିରେ ଯନ୍ତ୍ରଣା ବଢ଼ିବାକୁ ଲାଗିଲା। ଏବେ ହାତ ଓ ଗୋଡ଼ ମୁଣ୍ଡ ପିଠି ଏକ । ଦେହ ଅସୁସ୍ଥ ହୋଇ ପଡ଼ିବାରୁ ସେ ଆଉ କୌଣସି କାମ କରି ପାରୁନାହାନ୍ତି କି ଠିକ୍ ରେ ଖାଇ ପିଇ ମଧ୍ୟ ପାରୁ ନାହାଁନ୍ତି l ସେହି ବିଞ୍ଚଣାରେ ପଡ଼ି ରହିଥିବା ବେଳେ ପରିବାର ଲୋକ ଖୁଆଇ ଦିଅନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ l ଟଙ୍କା ଅଭା