Posts

ଦେଭ ଇଣ୍ଟର ନେସନାଲ ସ୍କୁଲର ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳନ l

Image
(କୁନିକୁନି ଛାତ୍ରଛାତ୍ରୀ ଙ୍କ ନୃତ୍ୟ ରେ ଦର୍ଶକ ବିଭୋର)  ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ଦେଭ ଇଣ୍ଟର ନେସନାଲ ସ୍କୁଲର ବାର୍ଷିକ ଉତ୍ସବର ପ୍ରଥମ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ କୁନିକୁନି ପିଲା l ଏଥି ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟର ବାର୍ଷିକ ପତ୍ରିକା "ଉତ୍ସାହନ" ର ଶୁଭ ଉନ୍ମୋଚିତ କରାଯାଇଥିଲା। ଅପରାହ୍ନ ୪ ଘଟିକା ଠାରୁ ଏହି କର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ୟୁନିଭର୍ସିଟି ର ପୂର୍ବତନ ଭାଇସ ଚାନ୍ସେଲର ଡ଼. କୁମରବର ଦାସ , ସମ୍ନାନିତ ଅତିଥି ଭାବେ ସେଂଚୁରିଆନ ୟୁନିଭର୍ସିଟି ର ଭାଇସ ଚାନ୍ସେଲର ଡ଼.ସୁପ୍ରିୟା ପଟ୍ଟନାୟକ, ପ୍ରଫେସର ଡ଼.ପ୍ରସନ୍ନ କୁମାର ସାହୁ,ଆଡଭୋକେଟ ନାରାୟଣ ପ୍ରସାଦ ପତି, ଆଇଆଇଟିଆନ ସତ୍ଵିକ ଦାସ ,ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ କୁଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳିତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଶିକ୍ଷା ସହିତ କଳାର ମହତ୍ତ୍ୱ ବି ରହିବା ଦରକାର। ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ହେଲେ ବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ହେବା ଦରକାର ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ।ଏହି

ଦାନଗଦୀ ବ୍ଲକରେ ଗୁରୁ ହିଁ ସାକ୍ଷାତ ଈଶ୍ୱର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ମନ୍ତ୍ରୀ l

Image
ଯାଜପୁର (କଳିଙ୍ଗନଗର) :- " ଶିକ୍ଷକ ମାନେ ହେଲେ ସମାଜ ସଂସ୍କାରକ । ଶିକ୍ଷକ ମାନେ ଭବିଷ୍ୟତ ପିଢୀ ନିର୍ମାଣର ବିନ୍ଧାଣି । ସମାଜରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ସ୍ଥାନ ସ୍ୱତନ୍ତ୍ର । ଶିକ୍ଷକ-ଶିକ୍ଷୟତ୍ରୀଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସମାଜରେ ସଂସ୍କାର ଆସିପାରୁଛି" ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ । ସୁକିନ୍ଦାରେ କିଛିଦିନ ତଳେ ଆୟୋଜିତ ହୋଇଥିବା ଗୁରୁ ହିଁ ସାକ୍ଷାତ ଈଶ୍ୱର କାର୍ଯ୍ୟକ୍ରମ ଆଜି ଦାନଗଦି ବ୍ଲକରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଅଞ୍ଚଳର ବିକାଶ ସହିତ ସୁକିନ୍ଦା ଓ ଦାନଗଦି ବ୍ଲକ ରେ ସ୍କୁଲ ଶିକ୍ଷାର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ମନ୍ତ୍ରୀ । ଆଜି ଏହି ନିଆରା କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ଦାନଗଦୀ ବ୍ଲକର ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସହ ବିଚାର ବିମର୍ଷ କରି ସେମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ସହିତ ବିଭିନ୍ନ ପରାମର୍ଶ ମଧ୍ୟ ଦେଇଛନ୍ତି । ଶିକ୍ଷକ, ପ୍ରଶାସନ ଏବଂ ଜନ-ପ୍ରତିନିଧିଙ୍କ ସାମୂହିକ ଉଦ୍ୟମରେ ସ୍କୁଲ ଶିକ୍ଷାର ମାନ କିପରି ବୃଦ୍ଧି ପାଇବ, ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷ

ଢେଙ୍କାନାଳ ସିମା ଅଞ୍ଚଳରେ ହାତୀ ପଲ ଦେଖି ସୁକିନ୍ଦା ବନବିଭାଗ ଚଳଚଞ୍ଚଳ।

Image
ଯାଜପୁର(ସୁକିନ୍ଦା) :- ଜିଲ୍ଲାର ସୁକିନ୍ଦା ଖଣିଅଞ୍ଚଳ ସିମାବର୍ତ୍ତୀ ଭୂବନ ବ୍ଲକ ର ଅନଳ , ଓଡିଶ , ଦର୍ଜନି , ମଝିପାଳ, ସୁକିନ୍ଦା ବ୍ଲକ ର କାଙ୍କଡପାଳ, ଭାଲୁକିପାତଳା ଗ୍ରାମ ରେ ଏବେ ହାତୀ ଭୟ । ୧୦ ଟିକିଆ ହାତୀ ପଲ୍ଲ ବର୍ତ୍ତମାନ ଅନଳ ଓ ଦର୍ଜନି ମଝିପାଳ ରେ ଥିବା ସୂଚନା ମିଳିଛି । ଡ୍ରୋନ୍ କ୍ୟାମେରା ରେ ହାତୀ ଗଣତି କରାଯିବା ସହିତ ହାତୀ ପଲଙ୍କ ଗତୀବିଧି ଉପରେ ନଜର ରଖାଯାଇଛି । ସୂଚନା ମୁତାବକ ରେଙ୍ଗାଲି କେନାଲ ଯୋଗଁ ହାତୀପଲ ସୁକିନ୍ଦା କୁ ଆସିପାରି ନାହାନ୍ତି । ଅନଳ ସ୍ମସାନ ରେ ଆଜି ଦିନ ତମାମ୍ ଥିବା ବେଳେ ଭାଲୁକିପାତଳା ରେ ସୁକିନ୍ଦା ରେଞ୍ଜର ବିପିନି ବିହାରୀ ରାଉତରାୟଙ୍କ ନିର୍ଦେଶ କ୍ରମେ ଫରେଷ୍ଟର ନରେଶ କୁମାର ଟୁଡୁ, ଏମ୍ ଡି ସାକିର୍ ହୁସେନ୍, ଇପ୍ସିତ୍ ରାଏ ନାୟକ, ଗୌରାଙ୍ଗ ଜାରିକା, ନବ କୁମାର ବେହେରା,ଙ୍କ ସମେତ ୧୫ ଜଣ ପ୍ରୋଟେକ୍ସନ ସ୍କ୍ୱାର୍ଡ ଉପସ୍ଥାପିତ ଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସୁକିନ୍ଦା ସୀମା କୁ ଜଗି ରହିଥିବା ସୂଚନା ଦେଇଛନ୍ତି ରେଞ୍ଜର I 

ଅଲେଖପୁର ଗ୍ରାମରେ ଲଷ୍ମୀନାରାୟଣ ଙ୍କ ପୂଜା ଉତ୍ସବ ଧୁମ଼ଧାମରେ ପାଳନ l

Image
ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ର ଦାନଗଦି ବ୍ଲକ ଗୋବର୍ଦ୍ଧନ ପୁର ଗ୍ରାମପଞ୍ଚାୟତ ଅଲେଖପୁର ଗ୍ରାମରେ ଷଷ୍ଠ ବାର୍ଷିକ ଲଷ୍ମୀନାରାୟଣ ପୂଜାତ୍ସବ ଅନୁଷ୍ଠିତ ହୋଇଯାଇଛି l ମାର୍ଗଶିର ମାସ ବିଛା ସଂକ୍ରାନ୍ତି ରେ ଲଷ୍ମୀନାରାୟଣ ଙ୍କ ପୂଜା ପାଇଁ ମାଟି ଉଠା ଯାଇ ଚଳିତ ମାସ ଧନୁ ସଂକ୍ରାନ୍ତି ରେ ଆରମ୍ଭ ହୋଇଥାଏ ପୂଜା l ଏହି ପୂଜା ର ବିଶେଷତ୍ୱ ସମସ୍ତ ଙ୍କୁ ଆଧ୍ୟାତ୍ମିକ ଚେତନା ରେ ଉଦୃତ କରିବା ଓ ଭାଇଚାରା ସମ୍ପର୍କ ସୃଷ୍ଟି କରିବା l ଏହି ପୂଜାରେ ସନ୍ଥ ପୂଜନ, ସାଧୁ ପୂଜନ, ପୂଜ୍ୟ ପୂଜାର ପାଳନ, ଶକ୍ତି ପ୍ରତୀକ ମା ଭଉଣୀ ମାନଙ୍କୁ ସମ୍ମାନ ପ୍ରଦାନ, ସୂର୍ଯ୍ୟ ପୂଜନ, ଗୁରୁ ପୂଜନ ଗୋ ପୂଜନ ଏହି ସବୁ ପୂଜନ ଏବଂ ଯଜ୍ଞ ର ଆୟୋଜନ ହୋଇଥାଏ l ଏହି ପୂଜା ୫ ଦିନ ଧରି ଚାଲିଥିବା ବେଳେ ପୂଜା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥାଏ l ଭଜନ ସନ୍ଧ୍ୟା, ସନ୍ଥ ଓ କିଛି ସମାଜସେବି ଙ୍କୁ ପୁରସ୍କାର, କୁନିକୁନି ପିଲାମାନଙ୍କ ପାଇଁ *"କୁନିକୁନି ତାରାଫୁଲ"* କାର୍ଯ୍ୟକ୍ରମ ମାନ ଦେଖିବାପାଇଁ ମିଳିଥିଲା l ଆଗାମୀ ଦିନରେ ଆହୁରି ଯୁବପିଢ଼ି ଙ୍କୁ ନେଇ ଏହି ପୁଜା ଉତ୍ସବ ପାଳନ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି l 

ସୁବର୍ଣ୍ଣ ଜୟନ୍ତୀ ର ଉଦଯାପନୀ ଉତ୍ସବରେ ଝଲକିଲା ବୁଦ୍ଧରାଜ ସରକାରୀ ବିଦ୍ୟାପୀଠ l

Image
ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ରେ ଅବସ୍ଥିତ ବହୁ ପୂରାତନ ଶିକ୍ଷାନୁଷ୍ଠାନ ବୁଦ୍ଧରାଜ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଦୁଇଦିନ ଧରି ଚାଲିଥିଲା l ଏହାର ଉଦଯାପିତ ସମାରୋହରେ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥିଲେ l ମୁଖ୍ୟ ଅତିଥି ଭାବେ ଏହି କର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ l ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଅକ୍ଷୟ କୁମାର ମଲ୍ଲିକ (ଅତିରିକ୍ତ ଜିଲ୍ଲାପାଳ, ଯାଜପୁର), ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ସ୍ଵାଇଁ (ସମ୍ପାଦକ" ଗୋଳମାଳ" ଦୈନିକ ପତ୍ରିକା), ଡଃ. ବାବାଜୀ ଚରଣ ପଟ୍ଟନାୟକ (ବିଶିଷ୍ଟ ଶିକ୍ଷାବିତ) ଏବଂ ସଭାପତି ଶ୍ରୀଯୁକ୍ତ ଲୋକନାଥ ଧିର (ଆବାହକ ପୂରାତନ ଛାତ୍ରସଂସଦ) l ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିବିଶେଷ ସୁଧାଂଶୁ ଶେଖର ଭଞ୍ଜ, ପ୍ରଶାନ୍ତ ରାୟ, ଚନ୍ଦନ କର, ନିମେଇ ଭଞ୍ଜ, ଅକ୍ଷୟ ରାୟ,, ବିଶ୍ୱଜିତ୍ ମାଝୀ, ରଞ୍ଜନ ଧୀର, ରଞ୍ଜନ ସାହୁ, ରୁଦ୍ରନାରାୟଣ ଦାସ, ଦିଲୀପ ସାହୁ, ଧର୍ମେମେନ୍ଦ୍ର ଜେନା ଦେବେନ୍ଦ୍ର ମିଶ୍ର , ରାଧାରାଣୀ ଦାସ, ଭଗବାନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ l ଏହି କର୍ଯ୍ୟକ୍ରମ କୁ ପ୍ରସାର ପ୍ରଚାର କରିବା ପାଇଁ ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ଯୋଗଦେଇଥିଲେ l ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପ

ବୁଦ୍ଧରାଜ ସରକାରୀ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ l (ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ତତ୍ପର - ମନ୍ତ୍ରୀ ସମୀର ରଞ୍ଜନ)

Image
(ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ତତ୍ପର - ମନ୍ତ୍ରୀ ସମୀର ରଞ୍ଜନ)  ଯାଜପୁର ( ଦାନଗଦୀ ) :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ବହୁ ପୂରାତନ ଶିକ୍ଷାନୁଷ୍ଠାନ ବୁଦ୍ଧରାଜ ବିଦ୍ୟାପୀଠ ୧୯୭୧ ମସିହାରେ ପ୍ରତିଷ୍ଠା ହୋଇଥିଲା l ବହୁ ବାଧାବିଘ୍ନ ଭିତର ଶିକ୍ଷାନୁଷ୍ଠାନ ଟି ଆଜି ୫୦ ବର୍ଷ ରେ ପଦାର୍ପଣ କରିଛି l ଏହା ଭିତରେ ଅନେକ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରି ଦୁନିଆରେ ବିଭିନ୍ନ ପଦପଦବୀରେ ସ୍ଥାପିତ କରିଛି l ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସୁଶିକ୍ଷା ରେ ଗଢ଼ିଉଠିଥିବା ପୂରାତନ ଛାତ୍ରଛାତ୍ରୀ ମାନେ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ପାଳନ କରୁଛନ୍ତି l ଏହି ଅବସରରେ ମୁଖ୍ୟଅତିଥି ଭାବେ ମାନ୍ୟବର ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂ ,ଓଡିଶା ସରକାର , ମୁଖ୍ୟ ବକ୍ତାଭାବେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ -ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧ୍ୟାକାରୀ - ଶ୍ରୀଯୁକ୍ତ ଶଶୀଧର ସିଂ ଏବଂ ଉଦଘାଟକ-ମାନ୍ୟବର ଦକ୍ଷତା ବିକାଶ ,ବୈଷୟିକ ଶିକ୍ଷା ଓ ଗ୍ରାମ୍ଯଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତଇଂ.ପ୍ରୀତିରଞ୍ଜନ ଘଡ଼ାଇ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରାରମ୍ଭିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ବିବରଣୀ ପାଠ କରିଥିଲେ ଶିକ

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ବେଆଇନ୍ ଗିରଫ ପ୍ରତିବାଦ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ପ୍ରତିବାଦ ସଭା l

Image
ଯାଜପୁର (ପାଣିକୋଇଲି)୧୬/୧୨ :- ସୁକିନ୍ଦା ପ୍ରେସ କ୍ଲବ ର ସଭ୍ୟ ଦୀପକ ଭଟ୍ଟାଚାର୍ଯ୍ୟ ଙ୍କୁ ସ୍ଥାନୀୟ ବିଡ଼ିଓଙ୍କ ମିଥ୍ୟା ଓ ମନଗଢା ଅଭିଯୋଗ ରେ ପୋଲିସ ଗିରଫ କରି ଜେଲ ହାଜତକୁ ପଠାଇଦେଇଛି। ଖବର ସଂଗ୍ରହ ପାଇଁ ଦୀପକ ବାବୁ ବ୍ଲକ ଅଫିସ କୁ ଯାଇ ବିଡ଼ିଓ ଙ୍କ ଆକ୍ରମଣ, ଅଶ୍ଳୀଳ ଭାଷା ରେ ଗାଳିଗୁଲଜ ସହ ଶ୍ରୀ ଭଟ୍ଟାଚାର୍ଯ୍ୟ ଙ୍କ ମୋବାଇଲ ଫୋନ କୁ ଛଡେଇ ନେଇ ଚଟାଣରେ ପିଟି ଭାଙ୍ଗି ଦେବା ପରେ ନିଜକୁ ସୁରକ୍ଷା ଦେବା ପାଇଁ ନିଜ ପଦବୀ ର ଅପବ୍ୟବହାର ଏବଂ ଆଇନ ର ଦୁରୁପଯୋଗ କରି ଦିପକ୍ ଙ୍କ ବିରୁଦ୍ଧରେ ସମ୍ପୁର୍ଣ୍ଣ ମିଛ ଏତଲା ଦେଇଛନ୍ତି। ପୋଲିସ ମଧ୍ୟ ଜଣେ ଭୟଙ୍କର ଅପରାଧୀ ଭଳି ତାଙ୍କ ମୋବାଇଲ ଫୋନକୁ ଟ୍ରାକ କରି ରାତି ଅଧରେ ଗିରଫ କରିଛି। ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ର ମୁଳ ଉଦ୍ଦେଶ୍ୟ ହେଲା, ଏପରି ପଦକ୍ଷେପ ଦ୍ଵାରା ସାମ୍ବାଦିକ ମାନଙ୍କ ମନୋବଳ ଭାଙ୍ଗିବ ଏବଂ ଭବିଷ୍ୟତରେ ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବା ସହଜ ହେବ।  ତେବେ ଗଣତାନ୍ତ୍ରର ସୁରକ୍ଷା ପାଇଁ ଅହରହ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ବିରୁଦ୍ଧରେ କରାଯାଇଥିବା ମାମଲାକୁ ପ୍ରତ୍ୟାହାର, ଦୀପକ ଙ୍କୁ ଯଥାଶୀଘ୍ର ଖଲାସ ଏବଂ ଆକ୍ରମଣକାରୀ ବିଡ଼ିଓ ଙ୍କ ବିରୁଦ୍ଧରେ କରାଯାଇଥିବା ମାମଲା ଅନୁଯାୟୀ ତାଙ୍କୁ ତୁରନ୍ତ ଗିରଫ ତଥା ସରକାରଙ୍କ ପକ୍ଷରୁ ବିଡ଼ିଓ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସକାଳ ୧୦ଟା