Posts

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ମା ଓ ଚାରିବର୍ଷ ର ଶିଶୁ ଗୁରୁତର l ଉତ୍ତ୍ଯେକ୍ତ ଲୋକେ କାର୍ ପୋଡ଼ିଦେଲେ l

Image
ଯାଜପୁର (କଳିଙ୍ଗନଗର)ତା ୦୮/୧ :- ଡୁବୁରୀ - ଚଣ୍ଡିଖୋଲ ଜାତୀୟ ରାଜପଥର ଗୋଲାଗାଁ, ବାଇସାହି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ ସନ୍ଧ୍ୟା ପାଖାପାଖି ୬ ଟା ସମୟରେ ଡୁବୁରୀ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ କାର୍ (OD04N 8167) ଅପର ପକ୍ଷରୁ ଆସୁଥିବା ଏକ ମୋଟରସାଇକଲ୍ ସହିତ ମୁହାମୁହିଁ ଧକ୍କା ଦେଇଥିଲା I ଫଳରେ ମୋଟରସାଇକଲ୍ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଶିଶୁ ପୁତ୍ର ଗୁରୁତର ଭାବେ ଆହତ ହୋଇଥିଲେ l ସ୍ଥାନୀୟ ଲୋକେ କ୍ରୋଧାନ୍ବିତ ହୋଇ ଧକ୍କା ଦେଇଥିବା କାର୍ ଟିରେ ନିଆଁ ଲଗାଇ ଦେଇଥିଲେ l କାର ରେ ଥିବା ଦୁଇଜଣଙ୍କୁ ପ୍ରବଳ ମାଡ ମାରିଥିବା ଜଣା ପଡିଛି l ମୃତ ବ୍ୟକ୍ତି ଜଣକ ଦାନଗଦୀ ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ଅଙ୍କୁରାପାଳଗାଁ ର ଗୁଲୁ ରାମେୟ (୪୦) ବୋଲି ଜଣାପଡିଛି Iମୃତ ଗୁଲୁ ର ସ୍ତ୍ରୀ ଓ ୪ ବର୍ଷର ଶିଶୁ ପୁତ୍ର କୁ ଗୁରୁତର ଅବସ୍ଥାରେ ଟାଟା ମେଡିକା ହସ୍ପିଟାଲ କୁ ନିଆଯାଇଛି I କଳିଙ୍ଗନଗର ପୋଲିସ୍ ଖବର ପାଇ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି କୁ ପଂଚନାମା ପାଇଁ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଛି I ଜଳନ୍ତା କାର୍

ଏକ ବର୍ଷର ଶିଶୁ ପୁତ୍ର ମୃତ୍ୟୁ କୁ ନେଇ ବଡ଼ ଅଭିଯୋଗ ଆଣିଲେ ବାପା ମା l

Image
ଯାଜପୁର(ବ୍ୟୁରୋ ରିପୋର୍ଟ) :- ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ବର୍ଷର ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ବାପା ମା l ସୂଚନା ଅନୁଯାୟୀ ଶଙ୍ଖଚିଲା ସ୍ଥିତ ବରେଇ ଗ୍ରାମର ଉଜ୍ଜଳ ପ୍ରଧାନ ଓ ତାଙ୍କ ସ୍ୱାମୀ ଆନନ୍ଦ ପ୍ରଧାନଙ୍କ କୌଣସି ପୁଅ ଝିଅ ନଥିବାରୁ ସେ ତାଙ୍କ ଶଳା ଦୟା ଦେହୁରୀଙ୍କ ୩ ମାସର ଶିଶୁ ପୁଅକୁ ପୌଷ୍ୟ ପୁତ୍ର ଭାବେ ରଖି ପାଳିଥିଲେ l ଶିଶୁ ପୁତ୍ରର ନାଁ ସାଇ ଦେହୁରୀ ହୋଇଥିବାବେଳେ ତାଙ୍କୁ ଦୀର୍ଘ ୭ ମାସ ଧରି ଲାଳନ ପାଳନ କରି ଚାଲିଥିଲେ, କିନ୍ତୁ ହଠାତ ଆଜି ସକାଳୁ ଶିଶୁଟିର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଚିକତ୍ସା ନିମନ୍ତେ ଯାଜପୁର ରୋଡ଼ ଗଣେଷ ମାର୍କେଟ ସ୍ଥିତ ଡାକ୍ତର ତାଜମୁଲ ହକ ହୋମିଓ କ୍ଲିନିକରେ ଚିକିତ୍ସା କରିଥିଲେ l ଡାକ୍ତର ତାଙ୍କୁ ଔଷଧ ଦେଇଥିଲେ କିନ୍ତୁ ଔଷଧ ଖାଇବାପରେ ଶିଶୁଟି ରକ୍ତ ବାନ୍ତି କରିବାରୁ ତୁରନ୍ତ ନିକଟସ୍ଥ ଯାଜପୁରରୋଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାକୁ ପ୍ରାଥମିକ ଚିକତ୍ସା ପରେ ମୃତ ଘୋଷଣା କରିଥିଲେ ବୋଲି କହନ୍ତି ମା ଉଜ୍ଜଳ ପ୍ରଧାନ l  ଅନ୍ୟପଟେ ହୋମିଓ ଡାକ୍ତର ତାଜମୁଲ ହକ କୌଣସି ଭୁଲ ଔଷଧ ଦେଇନାହାଁନ୍ତି ବୋଲି ନିଜର ଚିକତ୍ସାକୁ ନେଇ ପ୍ରତିକ୍ରିୟା ରଖିଥିଲେ I  ଏନେଇ ଯାଜପୁର ରୋଡ଼ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ସହ ଏସ.ଆଇ ନିର୍ମଳ ଚନ୍ଦ୍ର ସାହୁ ଓ ଏସ.ଆଇ

ଟଙ୍କା ପାଇଁ ସବୁ ସମ୍ଭବ, ସରକାରୀ କର୍ମଚାରୀ ବିଧବା ସ୍ତ୍ରୀକୁ କରିଦେଲ ଅବିବାହିତା କନ୍ୟା l

Image
ଯାଜପୁର (କଳିଙ୍ଗନଗର) :- ବ୍ୟାସନଗର ତହସିଲରେ ଲିଗାଲହେୟାର ପ୍ରମାଣପତ୍ରରେ ଜାଲିଆତି, ବିଧବା ସ୍ତ୍ରୀକୁ କରିଦେଲେ ଅବିବାହିତ କନ୍ୟା l ଲିଗାଲହେୟାର ପ୍ରମାଣପତ୍ର କୁ ଜାଲିଆତି କରି ଲୁଟିନେଲେ କୋଟିକୋଟି ଟଙ୍କାର ଜମି ଓ ଘର ଏହିପରି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଦାନଗଦୀ ବ୍ଲକ ଅନ୍ତର୍ଗତ ମାଣତୀରା ପଞ୍ଚାୟତ ର ଦାଖରାପଦା ଗ୍ରାମରୁ I ଦାଖରାପଦା ଗ୍ରାମର ଅର୍ଜ୍ଜୁନ ଜେନାଙ୍କ ଝିଅ ସସ୍ମିତା ଜେନା ବ୍ୟାସନଗର ପୌରପାଳିକା ଅନ୍ତର୍ଗତ ନହକା ଗ୍ରାମର ସ୍ବର୍ଗତ ପାର୍ଥ ସାରଥି ମହାନ୍ତି ଙ୍କ ପୁଅ ରାଜେନ୍ଦ୍ର ମହାନ୍ତି ଙ୍କ ସହିତ ଶଙ୍ଖଚିଲା ହିଙ୍ଗୁଳାଙ୍କ ମନ୍ଦିରରେ ୨୦୨୦ ମାର୍ଚ୍ଚ ୩ ତାରିଖ ରେ ପରିବାର ଉପସ୍ଥିତିରେ ବିବାହ ହୋଇନଥିଲା l ବାହାଘର ପରେ ଉଭୟ ସ୍ୱାମି ସ୍ତ୍ରୀ ନିଜ ନହକା ଘରେ ରହୁଥିଲେ l ଦୁର୍ଭାଗ୍ଯ ବଶତଃ ସେହି ବର୍ଷ ୨୦୨୦ ଡିସେମ୍ବର ୧୧ ତାରିଖରେ ଏକ ରାସ୍ତା ଦୁର୍ଘଟଣାରେ ରାଜେନ୍ଦ୍ର ମହାନ୍ତି ଙ୍କ ମୃତ୍ୟୁ ହୋଇଥିଲା l ସ୍ବାମୀଙ୍କ ମୃତ୍ଯୁ ପରେ ସସ୍ମିତା ଙ୍କୁ ତାଙ୍କ ଶାଶୁ ଜୟନ୍ତି ମହାନ୍ତି ବାପଘର ଦାଖରାପଦାକୁ ପଠାଇ ଦେଇଥିଲେ I କିଛି ଦିନପରେ ସସ୍ମିତା ଶାଶୁଘର ନହକା ଯିବାକୁ ଚାହିଁବାରୁ ଶାଶୁ ଆଉ ବୋହୂକୁ ଘରେ ପ୍ରବେଶ କରାଇ ଦେଇନଥିଲେ I ତେଣୁ ବାଧ୍ଯ ହୋଇ ସସ୍ମିତା ନିଜ ବାପଘରେ ରହିଥିଲେ I ଏହା ପରେ ସସ୍ମିତା ନିଜ ସ୍ୱାମୀଙ୍କ ମୃତ୍ଯୁ ପ୍ରମାଣପତ୍ର ବାହାର କରିବା ପାଇଁ ବ୍ୟ

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଯାଜପୁରର ସୌମ୍ୟାଶ୍ରୀଙ୍କ ସଫଳତା I

Image
(ଇସ୍ରୋ କେନ୍ଦ୍ର ପରିଦର୍ଶନ ପାଇଁ ଚୟନ ହୋଇଥିବା ୨୦ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମିଲ)  ୟାଟସ୍ ୨୦୨୨ରେ ଓଡ଼ିଶାର ୩୦୦ଟି ବିଦ୍ୟାଳୟର ୭୭,୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ- ଯାଜପୁର (କଳିଙ୍ଗନଗର) : - ଯାଜପୁର ଏନ୍ ସି ହାଇ ସ୍କୁଲର ଛାତ୍ରୀ ସୌମ୍ୟାଶ୍ରୀ ସ୍ନେହା ଦାଶ ଟାଟ ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ (ୟାଟସ୍) କାର୍ଯ୍ୟକ୍ରମରେ ଅନ୍ୟତମ ବିଜେତା ଭାବେ ଘୋଷିତ ହେବା ସହିତ ଯାଜପୁର ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ୩୫୩୭ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଯାଜପୁର ଜିଲ୍ଲାରୁ ଚୟନ ହୋଇଥିବା ଶ୍ରେଷ୍ଠ ୨ ଜଣ ବିଦ୍ୟାର୍ଥଳ ମଧ୍ୟରେ ସ୍ଥାନ ପାଇ ଓଡ଼ିଶାର ଶ୍ରେଷ୍ଠ ୬୦ ଜଣ ଫାଇନାଲ୍ ପ୍ରତିଯୋଗୀଙ୍କ ତାଲିକାରେ ନିଜ ନାମ ସାମିଲ କରିପାରିଥିଲେ । ଏହାପରେ ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଠାରେ ଆୟୋଜିତ ଫାଇନାଲ ରାଉଣ୍ଡରେ ଓଡ଼ିଶାର ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିଲେ l କେମ୍ବ୍ରିଜ୍‌ର ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ମ୍ୟାନେଲ୍‌ ଫାଉଣ୍ଡେସନ କମ୍ପ୍ଲେକ୍ସିଟି ଫେଲୋ ତଥା ବର୍ତମାନ ହାଭାର୍ଡ ସେ ସାଇଟିର ଫେଲୋ, ୨୦୦୯ର ୟାଟ୍ସ ବିଜେତା (ଆଲୁମୁନସ) ଡକ୍ଟର ଅଂଶୁମାନ ସାଇଁ ଅନ୍ୟ ବିଜେତାମାନଙ୍କ ସହିତ ସୌମ୍ୟାଶ୍ରୀଙ୍କୁ ସମ୍ମାନିତ କରିଥିଲେ । ଯାଜପୁ

ବିସ୍ଥାପନ ବିରୋଧୀ ଜନମଞ୍ଚ ପାଳନ କଲା ୧୭ ତମ ସହିଦ୍ ଦିବସ l

Image
(ଗୁଳିକାଣ୍ଡ ରେ ପ୍ରାଣ ହରାଇଥିବା ପରିବାରଙ୍କୁ ଆଜି ପର୍ଯ୍ୟନ୍ତ ମିଳିନାହିଁ ନ୍ୟାୟ) ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା କଳିଙ୍ଗନଗର ର ବହୁ ଚର୍ଚ୍ଚିତ ଗୁଳିକାଣ୍ଡ ଘଟଣା ଆଜକୁ ୧୭ ବର୍ଷ ହୋଇଯାଇଛି l ଏହି ଅବସରରେ କଳିଙ୍ଗନଗର ବୀର୍ ସହିଦ୍ ସ୍ମୃତି, ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପାଳନ କରାଯାଉଛି ସହିଦ୍ ଦିବସ l ଆମେ ଏଠି ମନେପକାଇ ଦେଉଛୁ ଯେ ୨୦୦୬ ମସିହାରେ ଟାଟା ଷ୍ଟିଲ କାରଖାନା ପ୍ରତିଷ୍ଠା ପାଇଁ ସରକାର ଜମି ଅଧିଗ୍ରହଣ କାର୍ଯ୍ୟକୁ ବିରୋଧ କରି ନିଜର ଭିଟାମାଟି କୁ ଟାଟା କମ୍ପାନୀ କୁ ନ ଦେବା ପାଇଁ ସେହି ଅଞ୍ଚଳର ଆଦିବାସୀ ୨୦୦୬ ମସିହା ଜାନୁଆରୀ ୨ ତାରିଖ ଦିନ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ୧୩ ଜଣ ଆଦିବାସୀ ପ୍ରାଣ ହରାଇଥିବା ବେଳେ ଆଦିବାସୀଙ୍କ ତୀର ମାଡରେ ଜଣେ ପୋଲିସ ହାବିଲଦାରଙ୍କ ଜୀବନ ଯାଇଥିଲା । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିସ୍ଥାପନ ବିରୋଧୀ ଜନମଞ୍ଚ ପାଳିଛି ସହୀଦ ସ୍ମୃତି ଦିବସ । ଗତବର୍ଷ କୋଭିଡ କଟକଣା ଯୋଗୁଁ ଜନମଞ୍ଚ ପକ୍ଷରୁ ସ୍ମୃତିସଭା ଓ ଆଦିବାସୀଙ୍କ ପାରମ୍ପରିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଥିଲା, କେବଳ ସହୀଦ ସ୍ତମ୍ଭ ଓ ମାୟାମଲିଙ୍ଗି ନିକଟରେ ପୂଜାର୍ଚ୍ଚନା କରାଯାଇ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା I ଚଳିତ ବର୍ଷ କୋଭିଡ ନିୟମ ଅନୁଯାୟୀ ଚମ

ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରୁଛି ଟାଟା ଷ୍ଟିଲ୍‌ ଫାଉଣ୍ଡେସନ l

Image
ଯାଜପୁର (କଳିଙ୍ଗନଗର) :- ସୁକିନ୍ଦାର ଆଦିବାସୀ ବାଳକ ସୁରେନ୍ଦ୍ର ହାଁସଦା ଜଣେ ଡାକ୍ତର ହେବା ପଥରେ ଟିଏସ୍ଏଫ୍ ଜ୍ୟୋତି ମେଧା ସୁରେନ୍ଦ୍ର ଏସ୍‌ସିବି ମେଡିକାଲ୍ କଲେଜରେ ଏମ୍‌ବିବିଏସ୍ ପଡ଼ୁଛନ୍ତି l ସୁକିନ୍ଦା ବ୍ଲକ୍ ଲେମ୍ବୁ ପଂଚାୟତ ଅନ୍ତର୍ଗତ ଗିରିଧାରିଡ଼ାହି ଗ୍ରାମର ପିତା ରୁପେଇ ହାଁସଦା ଏବଂ ମାତା ବୁଲି ହାଁସଦାଙ୍କ ପୁତ୍ର ସୁରେନ୍ଦ୍ର ହାଁସଦା ସ୍କୁଲରେ ପାଠ ପଢ଼ୁଥିବା ସମୟରୁ ଜଣେ ଡାକ୍ତର ହେବା ପାଇଁ ସ୍ବପ୍ନ ଓ ଅଭିଳାଷ ରଖିଥିଲେ । ଦୁର୍ଭାଗ୍ୟବସତଃ ଅର୍ଥିକ ସମସ୍ୟା ତାଙ୍କ ସ୍ଵପ୍ନରେ ପ୍ରତିବନ୍ଧକ ସାଜିଥିଲା, ମାତ୍ର ସେ ଏଥିରେ ହତୋତ୍ସାହିତ ନହୋଇ ପାଠପଢ଼ା ଉପରେ ଧ୍ୟାନ ଦେଇଥିଲେ । ଏହା ପରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଜ୍ୟୋତି ମେଧାବୃତିରେ ସମ୍ମାନିତ କରାଯାଇଥିଲା ଏବଂ ଏହି ମେଧାବୃତି ସୁରେନ୍ଦ୍ରଙ୍କ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାରେ ସହାୟକ ହୋଇଥିଲା । ଶେଷରେ ସବୁ ପ୍ରତିବନ୍ଧକକୁ ଏଡ଼ାଇ ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ ଉତିଷ୍ଠି ହେବା ସହିତ ଦୃଢ଼ ମନୋବଳର ପରିଚୟ ଦେଇଥିଲେ । ବର୍ତମାନ ସେ କଟକର ଏସ୍‌ସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଏମ୍‌ବିବିଏସ୍ (ୟୁନି) ପାଠ ପଢୁଛନ୍ତି । ସେ ଏବେବି ଜ୍ୟୋତି ମେଧାବୃତି ପାଉଛନ୍ତି । ନିଜ ଯାତ୍ରା ସମ୍ପର୍କରେ ସୁରେନ୍ଦ୍ର କହିଛନ୍ତି ଯେ, “ ମୋ ଶିକ୍ଷାପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ଗୁରୁତ୍

ପୋଷଣ ବଗିଚା ଦ୍ଵାର ସୁସ୍ଥ ଖାଦ୍ୟାଭାସ କୁ ପ୍ରୋତ୍ସାହିତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନ l

Image
(୮୪ ଗ୍ରାମରେ ୩୬୧୮ ଜଣ ହିତାଧିକାରୀ ଉପକୃତ)  ଯାଜପୁର (କଳିଙ୍ଗନଗର ) :- ସୁସ୍ଥ ଜୀବନ ଯାପନକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଅନ୍ତର୍ଗତ ଟାଟାଷ୍ଟିଲ ଫାଉଣ୍ଡେସନ ବା ଟିଏସଏଫ କଳିଙ୍ଗନଗର ପକ୍ଷରୁ ଓଡିଶାର ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଦାନଗଦି ବ୍ଲକ ର ସ୍ଥାନୀୟ ଲୋକ ମାନଙ୍କୁ ନିଜ ବଗିଚାରେ ପୃଷ୍ଟିକର ପନିପରିବା ଚାଷ କରିବାକୁ ପ୍ରୋତ୍ସାହିତ କରାଯାଉଛି I ଗତବର୍ଷ ୨୪ ଟି ପଞ୍ଚାୟତ ର ୮୪ଟି ଗ୍ରାମ ରେ ୩୬୧୮ ଜଣ ହିତାଧିକାରୀଙ୍କୁ ପୋଷଣ ବଗିଚା ପାଇଁ ସହାୟତା ଦ୍ବାରା କମ୍ପାନୀ ଯାଜପୁର ଜିଲ୍ଲାରେ ଏହାର କାର୍ଯ୍ଯକ୍ଷେତ୍ର ପାର୍ଶ୍ବବର୍ତି ଅଞ୍ଚଳ ର ହଜାରହଜାର ଲୋକଙ୍କ ନିକଟରେ ପହଞ୍ଚି ପାରିଛି I ଏହି ପଦକ୍ଷେପ ଅନ୍ତର୍ଗତ ଟିଏସଏଫ ପକ୍ଷରୁ ମାଗଣାରେ ବିହନ ଚାରା ଜୈବିକ ସାର ଯୋଗାଇ ଦିଆଯିବା ସହିତ ପୋଷଣ ବଗିଚାକୁ ବିକଶିତ କରିବା ଓ ଏହାର ନିରିକ୍ଷଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି l ଟିଏସଏଫ ପକ୍ଷରୁ ଘରର ବାରିପଟ ସହିତ ଅଳ୍ପ ଜମିରେ ସବୁଜ ପନିପରିବାରେ ଭରପୁର ପୋଷଣ ବଗିଚା ପାଇଁ ପ୍ରୋତ୍ସାହିତ କରାଯାଉଛି I ନିଜ ବାରିପଟେ ପନିପରିବାର ଚାଷ କରିବା ସହିତ ଘରର ବୈର୍ଜ ଜଳର ବ୍ୟବହାର କରିବା ବା କୌଣସି ରାସାୟନିକ ସାରର ପ୍ରୟୋଗ ହେଉନଥିବାରୁ ଏହା ସ୍ଥାନୀୟ ଲୋକ ମାନଙ୍କୁ ଆବଶ୍ୟକ ପରିମାଣର ପୋଷଣ ତତ୍ଵ ବିଶିଷ୍ଟ ଖାଦ୍ୟ ଯୋଗାଇ ଦେବାରେ ସକ୍ଷମ ହୋଇପାର