Posts

ନନ୍ଦନକାନନ ପାଇଁ ଖୁସି ଖବର ଆଣିଛି ଧଳା ବାଘୁଣୀ ରୂପା l

Image
ଭୁବନେଶ୍ଵର (ବ୍ୟୁରୋ ରିପୋର୍ଟ) : - ନୂଆ ବର୍ଷର ପ୍ରଥମ ସପ୍ତାହ ନନ୍ଦନକାନନ ପାଇଁ ଖୁସି ଖବର ଆଣିଛି। ଧଳା ବାଘୁଣୀ ରୂପା ଶୁକ୍ରବାର ମା’ ହୋଇଛି। ନନ୍ଦନକାନନକୁ ନୂଆ ସଦସ୍ୟର ଆଗମନ ହୋଇଛି। ରୂପା ତା’ର ଦ୍ୱିତୀୟଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି। ବାଘୁଣୀ ରୂପା ଗର୍ଭଧାରଣ କରିଥିବାର ଜଣାପଡିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ହୋଇଯାଇଥିଲେ। ଉପନିର୍ଦ୍ଦେଶକ ସଞ୍ଜିତ କୁମାରଙ୍କ ନିର୍ଦ୍ଦେଶ ମୁତାବକ ବନ୍ୟ ବିଭାଗ ଓ ଚିକିତ୍ସକମାନେ ରୂପା ପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେଇ ରହୁଥିବା ୨୧ନଂ. ଏନକ୍ଲୋଜରରେ ଅଲଗା କରି ରଖିଥିଲେ। ଏହି ଏନ୍‌କ୍ଲୋଜରକୁ ସାଧାରଣ କର୍ମଚାରୀମାନଙ୍କ ଯାତାୟାତକୁ ବାରଣ କରାଯିବା ସହ ସିସି କ୍ୟାମେରା ଲଗାଯାଇ ରୂପାର ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଥିଲା। ଶେଷରେ ଶୁକ୍ରବାର ଅପରାହ୍ନରେ ଦୁଇଟି ଓ ପରେ ଗୋଟିଏ ଶାବକକୁ ଜନ୍ମଦେଇଥିଲା ରୂପା। ଜନ୍ମିତ ଶାବକ ସୁସ୍ଥ ଥିବାର ଜଣାପଡିଥିବାବେଳେ ଗୋଟିଏ ଧଳା ଓ ଦୁଇଟି ସାଧାରଣ ବାଘ ଶାବକ ବୋଲି ଅନୁମାନ କରାଯାଉଛି। ତେବେ ନବଜାତକକୁ ମିଶାଇଲେ ନନ୍ଦକାନନରେ ବାଘ ସଂଖ୍ୟା ବୃଦ୍ଧିପାଇ ୨୮ ରେ ପହଞ୍ଚିଛି । ଗତବର୍ଷ ସେପ୍ଟେମ୍ବର ୨୨ ଓ ୨୩ ରେ ସାଧାରଣ ମହାବଳ ଭାଇ ରାଜେଶ ସହ ଧଳାବାଘୁଣୀ ଭଉଣୀ ରୂପାର ମିଳନ ହୋଇଥିଲା। ତେବେ ଧଳାବାଘୁଣୀ ରୂପା ସହ ସାଧାରଣ ବାଘ ରାଜେଶର ମିଳନ ହୋଇ ୨୦୨୨ ମାର୍ଚ୍ଚରେ ରୂପା ପ୍ରଥମ ଗର୍ଭରୁ ୩ଟି ଶାବକ ଜନ୍ମ ଦେଇଥିଲା।

ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ କୁ ସରକାର ଙ୍କ ଦୃଷ୍ଟି ପଡିବ କେବେ? ଦିବ୍ୟାଙ୍ଗ ଙ୍କୁ ସରକାରଙ୍କ ଅଣଦେଖା l

Image
ଭଦ୍ରକ(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଅନାଦି ଚରଣ ଦାସ ପ୍ରାଣପ୍ରତିଷ୍ଠାତା, ସଭାପତି ବାଇଧର ଦାସ, ଉପସଭାପତି ଭରତ ଚନ୍ଦ୍ର ପଣ୍ଡା, ସମ୍ପାଦକ ଗୟାଧର ସେଠି ଙ୍କ ତତ୍ୱାବଧାନ ରେ ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ ପ୍ରତିଷ୍ଠା କରାଯାଇଥିଲା l ୧୯୮୬ ମସିହା ରେ ସ୍ଥାପନ ହୋଇ ୧୯୮୮ ମସିହା ରେ ରେଜିଷ୍ଟେସନ(ପଞ୍ଜୀକରଣ) ହୋଇଥିଲା I ଏହି ସ୍କୁଲ ଟି ବର୍ତ୍ତମାନ ଙ୍କ ଜରାଜୀର୍ଣ୍ଣ ଅବସ୍ଥାରେ l ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ ରେ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ର ବିଭିନ୍ନ ପ୍ରାନ୍ତର ରୁ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ପିଲା ଙ୍କୁ ନେଇ ଶିକ୍ଷା ଶିକ୍ଷା ପ୍ରଦାନ କରାଯାଉଛି l ପିଲାମାନେ ଏଠାରେ ଶିକ୍ଷା ଲାଭ କରି ଭଲ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବାର ପ୍ରମାଣ ରହିଛି l ୨୦୧୧ ମସିହା ରେ ମାନ୍ୟବର ଉଚ୍ଚନ୍ୟାୟାଳୟ ବିଚାରକୁ ନେଇ ୨୦୧୬ ମସିହା ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାର ମାନ୍ୟତା ଦେଇଥିବା ବେଳେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଉଥିଲା l ୧୮/୦୯/୨୦୧୯ ରେ ତତ୍କାଳୀନ ଭୁବନେଶ୍ୱର ମେୟର ଓ ସାମାଜିକ ଅଧ୍ୟକ୍ଷା ସୁଲୋଚନା ଦାସ ଅନୁସନ୍ଧାନ କଲା ପରେ ଆର ପି ଡବ୍ଲୁ ଆକ୍ଟ ରେ ମାନ୍ୟତା ପାଇଥିଲେ ମଧ୍ୟ ଏହି ସ୍କୁଲ ସରକାରୀ ଅନୁଦାନ ରୁ ବଞ୍ଚିତ l ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ବାର ତେର ବର୍ଷ ଶିକ୍ଷାଦାନ...

ଇମାମି (ନୋଭାକ୍) ସିମେଣ୍ଟ କାରଖାନା ଶ୍ରମିକ ର ମୃତ ଦେହ ଟାଟା ରେଳଧାରଣା ନିକଟରୁ ଉଦ୍ଧାର l

Image
ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ର କଳିଙ୍ଗନଗର ଶିଳ୍ପାଞ୍ଚଳ ର ଯାଖପୁରା ଥାନା ନିକଟବର୍ତ୍ତୀ ଟାଟା ରେଳଧାରାଣାରେ କଡ଼ରୁ ବିହାର ରାଜ୍ୟର ସୁମିତ୍ କୁମାର ଯାଦବ(୩୦) ର ମୃତ ଦେହ ଉଦ୍ଧାର କରିଛି ଯଖପୁରା ପୋଲିସ୍ । ସୁମିତ୍ ଇମାମି ବା ନୋଭାକ୍ ସିମେଣ୍ଟ କାରଖାନା ରେ ସିମେଣ୍ଟ ପ୍ୟକିଙ୍ଗ ଅପରେଟର ଭାବେ କାମ କରୁଥିଲା। ଗତ କାଲି ରାତିରେ ସେ ନିଜର କାର୍ଯ୍ୟ କରିବାକୁ ଯାଇଥିବାବେଳେ କୌଣସି କାରଣରୁ ସିମେଣ୍ଟ କାରଖାନା ର ସୁରକ୍ଷା କର୍ମଚାରୀ ତାକୁ କାରଖାନା ଭିତରକୁ ଯିବାକୁ ଦେଇନଥିଲେ।ସେଥିରେ ସେ ନିରାଶ ହୋଇ ଫେରିଥିଲା। ତା ପରେ ବିଳମ୍ବିତ ରାତିରେ ସୁମୀତ୍ ର ମୃତ ଦେହ ଟାଟା ରେଳଧାରଣାରେ ଦେଖିବାକୁ ମିଳିଥିଲା।ମୃତ୍ୟୁ ଘଟିଥିବା ସ୍ଥାନର ପାରିପାର୍ଶିକ ଅବସ୍ଥାକୁ ଦେଖିଲେ ତାହା ସନ୍ଦେହ ସୃଷ୍ଟି କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ମୃତ ଶରୀର ନିକଟରୁ ଜଖପୁରା ପୋଲିସ ଏକ ମୋବାଇଲ ଜବତ କରିଛି।ସୁମିତ୍ ମୃତ୍ୟୁର ଅନେକ ସମୟ ପରେ ମଧ୍ୟ ନିକଟରେ ଥିବା ଇମାମି ବା ନୋଭାକ ସିମେଣ୍ଟ କାରଖାନା ରୁ କୌଣସି ଅଧିକାରୀ ଶବ ଚିହ୍ନଟ କରିବାକୁ ଆସିନଥିଲେ। ଯାହା କୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।ଯାଖପୁରା ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଡ଼ାକ୍ତରଖାନାକୁ ପଠାଇଦେଇଛି। ଥାନା କେସ୍ ନଂ ୨/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।ଏହି ଘଟଣାର ତଦନ୍ତ କରି...

ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି l

Image
ଅନୁଗୁଳ (ବ୍ୟୁରୋ ରିପୋର୍ଟ) :- ଅନୁଗୁଳ ଆରଟିଓ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମୁଖରୁ ଏକ ସଚେତନତା ରାଲି ବାହାରି ଲୋକ ମାନଙ୍କୁ ଲିପ୍ ଲେଟ୍ ଦେଇ ସମସ୍ତଙ୍କୁ ସଚେତନତା କରି ପାଲା ମଣ୍ଡପ, ଶିଶୁ ଉଦ୍ୟାନ ଛକ, ଥାନା ଛକ ହୋଇ ପୁଣି ସେହି ଜଗନ୍ନାଥ ମନ୍ଦିର ସମ୍ମୁଖକୁ ବିଶ୍ୱାଳ ରାଲି ପହଞ୍ଚିଥିଲା। ଏହି ରାଲିରେ ଅନୁଗୋଳ ସରକାରୀ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ  ଓ ଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ। ଡେପୁଟି କମିଶନର ଟ୍ରାନ୍ସପୋର୍ଟ ନର୍ଥ ସେଣ୍ଟାଲ ଜୋନ୍ ସମୀର କୁମାର ଦଳେଇ, ଅନୁଗୋଳ ଆରଟିଓ ନିଖିଲ କୁମାର ପଟ୍ଟନାୟକ, ଜୁନିୟର୍ ଏ ମ.ଭି.ଆଇ. କେ. ଦିବ୍ୟଜ୍ୟୋତି ମହାନ୍ତ, ଟ୍ରାଫିକ୍ ଇନସପେକ୍ଟର ସୁମନ୍ତ ସେଠି, ପିଡି ଓ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲା। ଅନୁଗୋଳ ଆରଟିଓ କର୍ମଚାରୀ ଗଗନ ପରିଜା, ନାରାୟଣ ବେହେରା, ଶାନ୍ତନୁ ସାହୁ, ଦାମୋଦର ନାୟକ ସୌମ୍ୟ ରଞ୍ଜନ ମହାପାତ୍ର, ରଞ୍ଜିତ ବେହେରା, ସୁଧାଂଶୁ ସାହୁ, ଦୀପ୍ତିସ୍ ଦେହୁରୀ, ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

ରାବଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କଳିଙ୍ଗନଗର ସାମ୍ବାଦିକ ସଂଘ ପକ୍ଷରୁ ମିଳିତ ଆନୁକୁଲ୍ୟରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ l

Image
ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପା ଅଞ୍ଚଳର ରାବଣା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ପରିଷ୍କାର ପରିଚ୍ଛନ୍ନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ରାବଣା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଥିଲା I କଳିଙ୍ଗନଗର ସାମ୍ବାଦିକ ସଂଘ ର ସଭାପତି ଙ୍କ ସମେତ ସମସ୍ତ ସଭ୍ଯ ଉପସ୍ଥିତ ରହି ଏହି ସ୍ଵଚ୍ଛତା କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ l ରାବଣା ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ରୁଦ୍ରପ୍ରତାପ କର ଏବଂ ମୁଖ୍ୟ ଡାକ୍ତର ରଶ୍ମିତା ସେଠୀ ଙ୍କ ତତ୍ତ୍ଵାବଧାନରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ନିଭାଇଥିଲେ l କଳିଙ୍ଗନଗର ସାମ୍ବାଦିକ ସଂଘ ପକ୍ଷରୁ ଏହିପରି ଜନହିତକର କାର୍ଯ୍ଯ କରିବା ପାଇଁ ପ୍ରୟାସ ଜାରି ରହିଛି l ଆଗାମୀ ଦିନରେ ଆହୁରି ବିସ୍ତୃତ ଭାବରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ଦେବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l

ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସେବା କାର୍ଯ୍ୟ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସେବା କାର୍ୟ୍ଯ "ଆସ ଆମେ ଭଲ ମଣିଷ ହେବା ସମାଜ ପାଇଁ କର୍ତ୍ତବ୍ୟ କରିବା" ନିଜ ଭିତରେ ମାନବିକତା ରଖିବା ସ୍ଳୋଗାନ ରେ ଛତିଆ ସ୍ଥିତ ପୋଷ୍ଟ ଅଫିସ ପରିସରରେ ଥିବା Leris Academy କୋଚିଙ୍ଗ ସେଣ୍ଟର ଛାତ୍ରଛାତ୍ରୀ ମାନଙ୍କୁ ସୁବାର୍ତ୍ତା ଦେଇ ସୁଶିକ୍ଷା ଦେବାକୁ ଛୋଟ ପ୍ରୟାସ କରିଥିଲେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ମାନେ l ଆଗାମୀ ଦିନରେ ଏମିତି କିଛି ଭଲ ସେବା କାର୍ଯ୍ଯ ଜାରି ରହିବ ବୋଲି ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ ସୂଚନା ଦେଇଛନ୍ତି I ଗରିବ ପିଲା ମାନଙ୍କୁ ମାଗଣାରେ ଶିକ୍ଷା ଦାନ କରୁଥିବା କୋଚିଙ୍ଗ ସେଣ୍ଟର ପରିଚାଳନା ମୁଖ୍ୟ ଶିକ୍ଷକ ଶ୍ରୀଯୁକ୍ତ ସାନ୍ତନୁ କୁମାର ସ୍ୱାଇଁଙ୍କୁ ସମ୍ମାନ ଜଣାଇ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସର୍ଦ୍ଧନା କରା ଯାଇ ଥିଲା l

ନକଲି ବିଦେଶୀ ମଦ ଓ ଗୋଟିଏ ବାଇକ ଜବତ ସହ ଦୁଇ ଗିରଫ |

Image
ଢେଙ୍କାନାଳ(କାମାକ୍ଷାନଗର) 11/1:- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅବକାରୀ ବିଭାଗ ବିଶେଷ ସୁ୍ତ୍ରରୁ ଖବର ପାଇ ଚଢ଼ାଉ କରିଥିଲା |ଚଢଉ ରେ ବିପୁଳ ପରିମାଣ ର ବିଦେଶୀ ମଦ ଜବଦ ଓ ଗୋଟିଏ ବାଇକ ସହ ଦୁଇ ଜଣକୁ ଗିରଫ କରିଛି ପରଜଙ୍ଗ ଅବକାରୀ ବିଭାଗ | ସୂଚନା ମୁତାବକ ଆଜି ଅପରାହ୍ନ ରେ ପରଜଙ୍ଗ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବରପାଇ ସରାଙ୍ଗ ଛକ ନିକଟରେ ଏକ ବାଇକ ରେ ଦୁଇ ଜଣ ବ୍ୟକ୍ତି ମଦ ନେଇ ଯାଉଥିବାର ଖବର ପାଇ ଥିଲା l ଅବକାରୀ ବିଭାଗର ଟିମ୍ ଅଚାନକ ଚଢ଼ାଉ ସେମାନଙ୍କ ଠାରୁ ୧୦୦ ବୋତଲ ନକଲି ବିଦେଶୀ ମଦ ଜବତ କରିଥିବା ଜଣାପଡିଛି l ଗୋଟିଏ ବାଇକ ସହ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲଣ କରିଛି ପରଜଙ୍ଗ ଅବକାରୀ ବିଭାଗ |ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ ହେଉଛନ୍ତି ତାଳଚେର କଙ୍କିଳି ଗ୍ରାମର ସୁବ୍ରତ ନାୟକ ଓ ଅନ୍ୟ ଜଣକ ହେଉଛନ୍ତି ତାଳଚେର ବାଇପାସ ର ଦିପୁନ ନାୟକ |