Posts

ଗାଁ ର ଗୋଚର ଜମି ହଡ଼ପକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ତୁରନ୍ତ ପଦକ୍ଷେପ ନେବାକୁ ଦାବି l

Image
 କଳିଙ୍ଗନଗର : - ଗାଁ ର ରଖିତ କିଶମ ଗୋଚର ଜମିକୁ ବଳ ପୂର୍ବକ ହଡ଼ପ କରିବା ଏବଂ ଉକ୍ତ ଜମିରେ ଘର ନିର୍ମାଣ କରିବା ସହିତ ଜମିର ଚାରି ପାଖରେ ତାର ବାଡ଼ ଏବଂ ସିମେଣ୍ଟ ଖୁଣ୍ଟ ଦେଇ ନିଜ ଅକ୍ତିଆରରେ ରଖିବା ଘଟଣା କୁ ନେଇ ଏବେ ଗ୍ରାମବାସୀ ଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଉକ୍ତ ଜମିର ପୁନରୁଦ୍ଧାର ଏବଂ ହଡ଼ପ କାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଅଭିଗୋଗ କରିଛନ୍ତି ଗ୍ରାମବାସୀ। ସୂଚନା ମୁତାବକ ଦାନଗଦି ବ୍ଲକ୍ ଅନ୍ତର୍ଗତ ନଛିପୂରା ପଞ୍ଚାୟତ ଖରଡାବନ୍ଦୀ ମୌଜାରେ, ଗୋବର୍ଦ୍ଧନ ପୁର ପଞ୍ଚାୟତ, ମାନପୁର ଗ୍ରାମର ପ୍ରଫୁଲ୍ଲ କୁମାର ପୁହାଣ ଏବଂ ତାଙ୍କ ସ୍ତ୍ରୀ ଉର୍ବଶୀ ପୁହାଣ ଙ୍କ ନାମରେ ସ୍ଥାନୀୟ ଲୋକଙ୍କ ପାଖରୁ କିଛି ଜମି କିଣି ଏଠାରେ ଏକ ଫାର୍ମହାଉସ୍ ନିର୍ମାଣ କରି ଗାଁ ଲୋକଙ୍କୁ କର୍ମ ନିଯୁକ୍ତି ଦେବେ ବୋଲି କହିଥିଲେ l କର୍ମ ନିଯୁକ୍ତି ଲୋଭରେ ସ୍ଥାନୀୟ ଅଞ୍ଚଳର କିଛି ପଛୁଆ ବର୍ଗ ର ଲୋକ, ଶ୍ରୀ ପୁହାଣ ଙ୍କ କଥାରେ ରାଜି ହୋଇ ନିଜ ନିଜର ପୈତୃକ ଜମି ଶ୍ରୀ ପୁହାଣଙ୍କ ନାମରେ ରେଜିଷ୍ଟ୍ରି ଭୁକ୍ତ କରାଇ ଥିଲେ। ଇତି ମଧ୍ୟରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ, ଫାର୍ମହାଉସ ନିର୍ମାଣ ତ ଦୂରର କଥା ବରଂ ଚତୁରତାର ସହିତ ଶ୍ରୀ ପୁହାଣ ଅର୍ଥ ବଳ ଏବଂ ବାହୁବଳ ପ୍ରହୋଗ କରି, ଏହି ଜମିକୁ ଲାଗି ଗାଁ ର ରଖିତ ( କିଶମ ) ଗୋଚର ଜମିକୁ ବେଆଇନ ଭାବେ ନିଜ

ସାଧାରଣ ଜନତାଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ମାଛ ବେପାରୀ l ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ପଡ଼ୁ..

Image
(ବରଫ ଦିଆ,ପଚା ,ବିଷାକ୍ତ କେମିକାଲ ମିଶା ମାଛ ଦେଉଛନ୍ତି ଗ୍ରାହକଙ୍କୁ)  ଯାଜପୁର(ବ୍ୟୁରୋ): - ଯାଜପୁର ଜିଲ୍ଲାରେ ଦିନକୁ ଦିନ ମାଛ ବିକାଲିଙ୍କ ଠକାମୀ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଭୁବନେଶ୍ବର,କଟକ,ଯାଜପୁର ତଥା ଅନ୍ୟ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ପାଖା ପାଖି ରହୁଥିବା ବେଳେ, ବାହାର ରାଜ୍ୟରୁ ଆମଦାନୀ ହେଉଥିବା ମାଛ ମାନଙ୍କର ଅବସ୍ଥା ଖରାପ ହୋଇଯାଉଥିବା ଦେଖିବାକୁ ମିଳୁଛି । ମାଛ ବ୍ୟବସାୟୀ ମାନେ ବହୁ ଦିନ ପର୍ଯ୍ୟନ୍ତ ମାଛ ମାନଙ୍କୁ ସତେଜ ରଖିବା ପାଇଁ ବିଷାକ୍ତ କେମିକାଲ ( ଫାମୋଟିନ୍) ତଥା ବରଫ ର ସାହାରା ନେଉଥିବାର ଖବର ବିଭିନ୍ନ ଗଣମାଧ୍ୟମରେ କଟକ,ଭୁବନେଶ୍ୱର ରୁ ପ୍ରସାରିତ ହେଉଥିବାବେଳେ କୁହାଯାଉଛି କି ମାଛ ରେ ବ୍ୟବହୃତ ବିଷାକ୍ତ କେମିକାଲ ହିଁ ମୃତ ବ୍ୟକ୍ତି ମାନଙ୍କୁ ସଚେତ ରଖିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।ଏବେ ଯାଜପୁର ଜିଲ୍ଲା ଯାଜପୁର ରୋଡ ପୌରପରିଷଦ ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଯାଜପୁର ରୋଡ ବ୍ୟାସନଗର ଅଞ୍ଚଳରେ ୫ ରୁ ୬ ଟି ସ୍ଥାନରେ ମାଛ ବିକ୍ରୟ ହେଉଥିବା ବେଳେ ଏଭଳି କିଛି ଦୁଷ୍ଟ, ପଇସା ଖୋର ବିକାଳୀ କିଛି ଦିନ ହେବ ଧବଳଗିରି ଛକ ଆଉ ନାହକା ବାଇପାସ୍ ଛକରେ ବସି ବିକୁଥିବା ଦେଖିବାକୁ ମିଳିଛି।କିଛି ମାଛ ବିକାଳୀ ବରଫ ଦିଆ ମାଛକୁ ପାଣି ହାଣ୍ଡିରେ ରଖି ଦେଶୀ ମାଛ କହି ଠକୁଛନ୍ତି। ପଚା ମାଛକୁ ମଧ୍ୟ ସତେଜ ମାଛ କହି ମିଥ୍ୟା କଥୋପକଥନ କରି ବିକୁଛନ୍ତି। ଫଳର

ଶ୍ରୀଚକ୍ର ସେବା ସମ୍ମାନରେ ସମ୍ମାନିତ ସାମାଜିକ କର୍ମୀ ସୁମିତ୍ରା ।

Image
କଟକ (ବ୍ୟୁରୋ ରିପୋର୍ଟ) :- ଶ୍ରୀଚକ୍ର ଟିଭି ୱେବ ଚ୍ୟାନେଲର ପ୍ରଥମ ବାର୍ଷିକ ଉତ୍ସବ କଟକ ସ୍ଥିତ ଗାନ୍ଧୀ ଭବନ ଠାରେ ସଭାପତି ପ୍ରହ୍ଲାଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ଏହା l ଉତ୍ସବରେ ଢେଙ୍କାନାଳ ଜିଲ୍ଲାର ସାମାଜିକ କର୍ମୀ ସୁଶ୍ରୀ ସୁମିତ୍ରା ସାହୁଙ୍କୁ ଶ୍ରୀଚକ୍ର ସେବା ସମ୍ମାନରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ସୁଶ୍ରୀ ସୁମିତ୍ରା ସାହୁ କହିଛନ୍ତି ଏମିତି ସେବା କାର୍ୟ୍ଯ ଲୋକଙ୍କ ପାଇଁ ଜାରି ରହିବ ସମାଜ ସେବାରେ ଆଜୀବନ ନିଜର କର୍ତ୍ତବ୍ୟ ଓ ଦାୟତ୍ୱ ଠିକ ରୂପେ ନିଭାଇବେ l ଯାହା ତାଙ୍କ ଦ୍ୱାରା ସମ୍ଭବ ହୋଇ ପାରିବ ସହଯୋଗର ହାତ ବଢାଇବେ ଅନ୍ୟର ଉପକାର ନିମନ୍ତେ,ଶ୍ରୀଚକ୍ର ଟିଭର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗୌତମ ସାହୁଙ୍କୁ ଧନ୍ୟବାଦ ଜଣାଇଥିଲେ l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଏମସି ମେୟର ଶ୍ରୀଯୁକ୍ତ ସୁବାଷ ସିଂହ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଶ୍ରୀଯୁକ୍ତ ଗୌରହରି ମହାନ୍ତି ଉପସ୍ଥିତ ଥିଲେ ।

ଜିଲ୍ଲା ରେଡ଼କ୍ରସ କୁ ସହାୟତା ରେ ଜିନ୍ଦଲ ଷ୍ଟେନଲେସ ର ଦ୍ଵିତୀୟ ସ୍ଥାନ l

Image
ଯାଜପୁର (କଳିଙ୍ଗନଗର) : - ମାନବ ସେବା ହିଁ ମାଧବ ସେବା | ଏହି ଉକ୍ତିକୁ ପ୍ରତିପାଦିତ କରିବାକୁ ଯାଇ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼,କଳିଙ୍ଗନଗର, ଯାଜପୁର ପ୍ରତ୍ୟେକ ବର୍ଷ ପରି ଗତ ବର୍ଷ ମଧ୍ୟ ଜାତୀୟ ରେଡ୍ କ୍ରସ ସୋସାଇଟି ଯାଜପୁର ଶାଖାକୁ ଅସହାୟ ମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟ ରେ ତା’ର ସାହାଯ୍ୟର ହାତ ବଢ଼ାଇଥିଲା | ଏହି ପରିପେକ୍ଷୀ ରେ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଆର୍ଥିକ ଅନୁଦାନ ଦେଇଥିବା ସଂସ୍ଥା ବା ବ୍ୟକ୍ତିବିଶେଷ ମାନଙ୍କୁ ଉପଢ଼ୋକନ, ଉତ୍ତରୀୟ ଓ ମାନପତ୍ର ଦେଇ ଜିଲ୍ଲା ରେଡ୍ କ୍ରସ ସୋସାଇଟି ତରଫରୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଗୋପୀନାଥ କୁଅଁର ଧନ୍ୟବାଦ ଜ୍ଞାପନ କରିଥିଲେ | ଜିଲ୍ଲା ରେଡ କ୍ରସ ଶାଖା ସମ୍ପାଦକ ତଥା ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀଯୁକ୍ତ କୁଳମଣି ନାୟକଙ୍କ ସଂଯୋଜନା ରେ ଆୟୋଜିତ ସଭାରେ, ଅନୁଦାନ ରାଶି ହିସାବରେ ସମଗ୍ର ଜିଲ୍ଲା ରେ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିବା ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ ସମ୍ବର୍ଦ୍ଧିତ କରି ବାହ୍ୟ ସମ୍ପର୍କ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ନୀଳମାଧବ ରଥଙ୍କୁ ମାନପତ୍ର ପ୍ରଦାନ କରିଥିଲେ | ଜିନ୍ଦଲ ଆଗଭର ହୋଇ ଜାତୀୟ ରେଡ୍ କ୍ରସ ସୋସାଇଟିକୁ ସହାୟତାର ହାତ ବଢ଼ାଇ ଜିଲ୍ଲା ରେଡ୍ କ୍ରସ ପାଣ୍ଠିକୁ ସୁଦୃଢ କରାଇଥିବାରୁ ଏହି ସମ୍ବର୍ଦ୍ଧନା ସଭାର

5t ରୂପାନ୍ତରିତ ବିଦ୍ୟାଳୟ କୁ ଭର୍ଚୁଆଲ ରେ ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ l

Image
ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ର 5t ରୂପାନ୍ତରିତ ବିଦ୍ୟାଳୟ ଉଦଘାଟନ ଉତ୍ସବ ସୋମବାର ସନ୍ଧ୍ୟାରେ ଦାନଗଦି ବ୍ଲକ ରାଣୀପଡ଼ା ପଞ୍ଚାୟତ ବନଦୁର୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପେକ୍ଷିରେ ଯାଜପୁର ଜିଲ୍ଲାର ୭୩ ଟି ରୂପାନ୍ତରିତ ବିଦ୍ୟାଳୟ କୁ ଭର୍ଚୁଆଲ ରେ ଲୋକାର୍ପଣ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭର୍ଚୁଆଲ ଜରିଆରେ ସୁଇଚ୍ ଟିପି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଅଭିଭାଷଣ ରଖିଥିଲେ। ଏହି ଅବସରରେ ବନଦୁର୍ଗା ଉଚ୍ଚ ବିଦ୍ୟାଳୟର ଛାତ୍ର ବିଶ୍ଵଜିତ ବେହେରା ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ । ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା କହିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଂସଦ ଶର୍ମିଷ୍ଠା ସେଠୀ, ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, କୋରାଇ ବିଧାୟକ ଅଶୋକ ବଳ, ବରୀ ବିଧାୟିକା ସୁନନ୍ଦା ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମି

ଦାନଗଦି ରେ ଡିଜିଟାଲ ସେବା କେନ୍ଦ୍ର ରେ ମହା ଦୁର୍ନୀତି l

Image
ଯାଜପୁର :- ଜିଲ୍ଲା ର କଳିଙ୍ଗନଗର ଅନ୍ତର୍ଗତ ଦାନଗଦି ବଜାର ରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିରହିଛି l ନିକଟରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଶ୍ରୀ ସେଠି କୋଡିଏ ହଜାର ଟଙ୍କା ଲାଞ୍ଚ ନେଉ ଥିବା ସମୟ ରେ ଧରାପଡ଼ିଥିଲେ l ବର୍ତମାନ ଦାନଗଦି ବଜାର ରେ ଜନସେବା କେନ୍ଦ୍ର ଡିଜିଟାଲ ସେବା କମନ ସର୍ଭିସ ସେଣ୍ଟର ବ୍ୟାପକ ଦୁର୍ନୀତି l ସୂଚନା ମୁତାବକ ସରକାର ଲୋକ ମାନଙ୍କ ପାଇଁ କେତେ କଣ ଯୋଜନା ସବୁ କରୁଛନ୍ତି l କିଛି ଅସାମାଜିକ ବ୍ୟକ୍ତି ସରକାର ଙ୍କ ସୁବିଧା ଲୋକ ଙ୍କ ପାଖରେ ପହଞ୍ଚେଇବା ପାଇଁ ଲୋକ ଙ୍କ ଠାରୁ ତଣ୍ଟି ଚିପି ଲୋକଙ୍କୁ ଲୁଟିବାରେ ବ୍ୟସ୍ତ l ସରକାରୀ ସ୍ତର ରେ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି l ଆଧାର ରେ ମୋବାଇଲ ନମ୍ବର ସଂଯୋଗ କିମ୍ବା ବାଇଓମେଟ୍ରିକ କରିବା ପାଇଁ ସାଧାରଣ ଲୋକ ଯାଇ ଡିଜିଟାଲ ସେବା କେନ୍ଦ୍ର ରେ ପହଁଚୁଛନ୍ତି l ସେଠାରେ ସାଧାରଣ ଲୋକଙ୍କୁ ବହୁ ଅସୁବିଧା ରେ ପକାଇବାକୁ ପଛଉ ନାଁହାନ୍ତି l ତିନି ଶହ, ଚାରି ଶହ, ପାଞ୍ଚ ଶହ ଟଙ୍କା ବାଧ୍ୟତା ମୂଳକ ଦେବାକୁ ପଡିଥାଏ l ସରକାରୀ ସେବା ଯୋଗାଇଦେବା ନାଁ ରେ ଗରିବ ଲୋକଙ୍କୁ ଶୋଷଣ କରୁଥିବା ନଜିର ରହିଛି l ଯାହାକି ସରକାର ଙ୍କୁ ଡିଜିଟାଲ ସେବା କେନ୍ଦ୍ର ବାଇଓମେଟ୍ରିକ ପାଇଁ ମାତ୍ର ୩୫ ଟଙ୍କା ଦେଉଥିବା ବେଳେ ଲୋକ ଙ୍କ ଠାରୁ ଶହ ଶହ ଟଙ୍କା ଜୋର ଜବ

ଜିନ୍ଦଲ ସହଭାଗିତାରେ ନିଶାମୁକ୍ତି ଅଭିଯାନକୁ ମହାମହିମ ରାଷ୍ଟ୍ରପତି ଶୁଭାରମ୍ଭ କଲେ l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡିଶାର ରାଇରଙ୍ଗପୁର ଠାରେ ବର୍ଷବ୍ୟାପି ନିଶା ମୁକ୍ତ ଓଡିଶା (ନିଶାମୁକ୍ତ ଓଡିଶା) ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନକୁ ଭାରତ ସରକାରଙ୍କ (GOI) ସହଯୋଗରେ ବ୍ରହ୍ମାକୁମାରୀମାନେ ପରିଚାଳନା କରିବେ। ଜିନ୍ଦଲ ଷ୍ଟେନଲେସ୍ ଏହି ପଦକ୍ଷେପର ପ୍ରାଥମିକ ପୃଷ୍ଠପୋଷକ ହୋଇ ଏହି ଉତ୍ତମ କାର୍ଯ୍ୟରେ ଯୋଗ ଦେଇଛନ୍ତି | ବ୍ରହ୍ମାକୁମାରୀମାନଙ୍କ ଏବଂ ଜିନ୍ଦଲ ଷ୍ଟେନଲେସର ଏହି ଉଦ୍ୟମକୁ ପ୍ରଶଂସା କରି ଭାରତର ମହାମହିମ ରାଷ୍ଟ୍ରପତି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ ଯେ “ଆରମ୍ଭରୁ ମନୁଷ୍ୟ ନିଶାଦ୍ରବ୍ୟ ଖାଏ, କିନ୍ତୁ ପରିଶେଷରେ ନିଶାଦ୍ରବ୍ୟ ମନୁଷ୍ୟକୁ ଗ୍ରାସ କରେ |ଏହି ବିପଦକୁ ମୁକାବିଲା କରିବାଲାଗି ତୃଣମୂଳ ସ୍ତରରେ ସଚେତନତା ଗୁରୁତ୍ୱପୂର୍ଣ୍ଣ ଅଟେ | ଓଡିଶା ମୋର ଜନ୍ମ ସ୍ଥାନ, ଏହାକୁ ନିଶା ମୁକ୍ତ କରିବା ପାଇଁ ମୁଁ ଏହି ଉତ୍ତମ ପଦକ୍ଷେପକୁ ପ୍ରଶଂସା କରୁଛି। କେବଳ ବ୍ୟକ୍ତିବିଶେଷଙ୍କ ପାଇଁ ନୁହେଁ ସମଗ୍ର ସମାଜରେ ସଂସ୍କାର ଆଣିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ | ସମ୍ପୃକ୍ତ ସମସ୍ତ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହି ଅଭିଯାନରେ ସହଯୋଗ ବୃଦ୍ଧି କରିବାକୁ ଓଡିଶାର ନାଗରିକମାନଙ୍କୁ ଅନୁରୋଧ । ”.ଏହି ସରକାରୀ ପଦକ୍ଷେପକୁ ପ୍ରଶଂସା କରି ଜିନ୍ଦ