Posts

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର) :- ଜୁଲାଇ ୨୦ ଗୁରୁବାର ଦିନ ଟାଟା ଷ୍ଟିଲ କଳିଙ୍ଗନଗରର ପ୍ରକଳ୍ପ କେନ୍ଦ୍ର ୧ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ମୁଖ୍ୟ ୟଚିକିତ୍ସାଳୟର ଓଡ଼ିଶା ରକ୍ତ ଭଣ୍ଡାର ସହଯୋଗରେ ଟାଟା ଷ୍ଟିଲ କଳିଙ୍ଗନଗରର ଇଞ୍ଜିନିୟରିଂ ଟିମ ଏବଂ ପ୍ରକଳ୍ପ ପକ୍ଷରୁ ଆୟୋଜିତ ହୋଇଥିଲା l ଏହି ରକ୍ତଦାନ ଅଭିଯାନରେ ମୋଟ ୧୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଟାଟା ଷ୍ଟିଲ ଏବଂ ବିଭିନ୍ନ ଭେଣ୍ଡରର କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବାକୁ ଦିନସାରା ଧାଡ଼ି ବାନ୍ଧିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟାଟା ଷ୍ଟିଲ୍‌ କଳିଙ୍ଗନଗର ନିୟମିତ ଭାବରେ ଏହି ପରି ରକ୍ତଦାନ ଶିବିରର ଆୟୋଜନ କରିଥାଏ ।

କଳିଙ୍ଗନଗର ରେ ହାଇ କାର୍ବନ ଫେରୋକ୍ରୋମ ପ୍ଲାଣ୍ଟ ନିମନ୍ତେ ପୂର୍ଣ୍ଣ ସମର୍ଥନ ସହ ଜନଶୁଣାଣି ଶେଷ l

Image
କଳିଙ୍ଗନଗର :- ଦାନଗଦି ବ୍ଲକ ଅନ୍ତର୍ଗତ ଦାନଗଦି ଭବନ ଠାରେ ମେସର୍ସ ଇଣ୍ଡିଆନ୍ ମେଟାଲସ୍ ଓ ଫେରୋ ଆଲୟସ୍ ଲିମିଟେଡ୍‌ କମ୍ପାନୀ, ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାର୍ଷିକ ୯୬,୦୦୦ ଟନ୍‌ କ୍ଷମତା ବିଶିଷ୍ଟ ହାଇ କାର୍ବନ୍‌ ଫେରୋକ୍ରୋମ୍ ପ୍ଲାଣ୍ଟ ଏବଂ ଚୁଲାରୁ ବାହାରୁଥିବା ଗ୍ୟାସ୍ ରୁ ୧୦ ମେଗାୱାଟ୍ ର ପାୱାର୍ ପ୍ଲାଣ୍ଡ ବସାଇବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜନଶୁଣାଣି ଶେଷ ହୋଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଯାଜପୁର ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ଏହି ଜନଶୁଣାଣି ହୋଇଥିଲା l ଏଥିପାଇଁ ସ୍ଥାନୀୟ ଲୋକଙ୍କ ଦ୍ୱାରା ପୂର୍ଣ୍ଣ ସମର୍ଥନ ମିଳିଛି l ଇମ୍ଫା କମ୍ପାନୀ କୁ ଏଥିପାଇଁ କଳିଙ୍ଗ ନଗର ଶିଳ୍ପାଞ୍ଚଳର ଯଖପୁରା ଓ କଚେରୀଗାଁ ରେ ୫୦,୨୯ ହେକ୍ଟର୍ ଜମି ସରକାରଙ୍କ ଠାରୁ ଲିଜ୍ ସକ୍ସ୍ ରେ ମିଳିସାରିଅଛି । ପ୍ରକଳ୍ପ ପାଇଁ ସୁକିନ୍ଦା ଖଣିରୁ ଆବଶ୍ୟକ କ୍ରୋମାଇଟ୍ ଖଣିଜ ମିଳିବ, ଯାହା ଖଣ୍ଡ ଓ ଗୁଣ୍ଡ ଅବସ୍ଥାରେ ମିଳିବ । ଗୁଣ୍ଡ କ୍ରୋମାଇଟ୍‌ ଖଣିଜ ରେ ମେଲାସେସ୍ ମିଶାଇ ଗୋଲା ତିଆରି କରି ଶୁଖାଯିବା । ଉଭୟ ଗୋଲା ଓ ଖଣ୍ଡ କ୍ରୋମାଇଟ୍‌ ଖଣିଜ କୁ କୋକ୍ ଓ କୋଇଲା ସହିତ ମିଶାଇ ୨ଟି ବିଦ୍ୟୁତ ଚୁଲାରେ ପୋଡ଼ାଯିବ । ଏହି ସମୟରେ ଫେରୋକ୍ରୋମ୍ ତରଳିଯାଇ ଚୁଲ୍ଲାରେ ତଳଭାଗକୁ ଚାଲିଆସିବ ଓ ସ୍ଲାଗ୍ ତା ଉପରେ ଭାସି ରହିବ । ତଳୁ ଓଫେରୋକ୍ରୋମ୍ ଓ ଉପରୁ ସ୍ଲାଗ୍ କୁ ଚ

କର୍ମବୀର ସମ୍ମାନ ରେ ସମ୍ମାନିତ ହେଲେ ସାମ୍ବାଦିକ ତଥା ସମାଜସେବୀ l

Image
ଯାଜପୁର - ପାର୍ବତୀ ଚାରିଟେବୁଲ ଟ୍ରଷ୍ଟ ଖଡଗପୁର, ପଶ୍ଚିମବଙ୍ଗ ଦ୍ଵାରା ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଓଡିଶା, ଯାଜପୁର ଜିଲ୍ଲା ର କଳିଙ୍ଗ24 ନ୍ୟୁଜ ଚ୍ୟାନେଲ ର ଯାଜପୁର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ଙ୍କୁ ସମାଜିକ ସେବା ପ୍ରଦାନ କରିବା କ୍ଷେତ୍ରରେ କର୍ମ ବୀର ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ତାଙ୍କର କର୍ତ୍ତବ୍ୟ ନିଷ୍ଠା କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ରାଜ୍ଯର ଖଡଗପୁର ପଶ୍ଚିମ ମେଦିନାପୁର ଜିଲ୍ଲା ର ଆଗୁଆ ସଂଗଠନ ପାର୍ବତୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ "ମାନବ ସେବା ହିଁ ମାଧବ ସେବା" ଅର୍ଥରେ ସମ୍ମାନିତ କରାଯାଇଥିଲା l ଶ୍ରୀଯୂକ୍ତ ନାଥ ଙ୍କୁ ଟ୍ରଷ୍ଟ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯିବ ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା l 

ଦୁର୍ଘଟଣାଗ୍ରସ୍ତ ଜୋନ୍ ରାସ୍ତାରେ ହମ୍ପସ୍ କଲେ ସ୍ଥାନୀୟ ଯୁବକ ।

Image
କାଳିଆପାଣି - ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିମ୍ପୁଡିଆ ପଞ୍ଚାୟତ ର ହାଟ ପାଖ ଚୌ - ଛକି ରେଙ୍ଗାଲୀ କେନାଲ ରାସ୍ତା ଉପରେ ଆଜି ସ୍ଥାନୀୟ ଯୁବକ ହମ୍ପସ୍ ତିଆରି କରି ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି l ସ୍ଥାନୀୟ ଯୁବଗୋଷ୍ଠୀଙ୍କ ମଧ୍ୟରୁ କାଳିଆ ମହାନ୍ତ, ଅଜୟ କୁମାର ମହାନ୍ତ,ମହେଶ ପ୍ରସାଦ ମହାନ୍ତ, କୈଳାସ ଚନ୍ଦ୍ର ନାୟକ, ଅରୁଣ ମହାନ୍ତ, ପିଙ୍କୁ ମହାନ୍ତ, ଧନେଶ୍ଵର ପାତ୍ର, ଭାସ୍କର ମହାନ୍ତ, ଶରଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ହମ୍ପସ୍ ତିଆରି କଲେ । ଏକ ବର୍ଷ ମଧ୍ଯ ରେ ପାଖା ପାଖି ୫୦ ରୁ ଅଧିକ ଦୁର୍ଘଟଣା ଘଟିଥିବା କାରଣରୁ ଆଜି ସ୍ଥାନିୟ ଯୁବକ ଅଣ୍ଟା ଭିଡିଲେ କିପରି ଦୁର୍ଘଟଣା କୁ ରୋକା ଯାଇପାରିବ । ସୁକାନ୍ତ ନାୟକ ଙ୍କ ସହଯୋଗରେ ତୁରନ୍ତ ଆବାକ୍ସ ମେସିନ୍ ସାହାଯ୍ଯ ରେ କଂକ୍ରିଟ ଦେଇଥିଲେ । ଯୁବକ ମାନଙ୍କ ଏ ଭଳି ଜନହିତକର କାମକୁ ପିମ୍ପୁଡିଆ ପଞ୍ଚାୟତ ର ବହୁ ବୁଦ୍ଧିଜୀବି ପ୍ରଶଂସା କରିଛନ୍ତି ।

ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ବନ ମହୋତ୍ସବ ପାଳନ l

Image
RITA VISION NEWS By Umakanta Mohapatra  କଳିଙ୍ଗନଗର: - ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ ଜଙ୍ଗଲ ଏବଂ ବୃକ୍ଷରୋପଣର ଗୁରୁତ୍ବ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ସାରା ଦେଶରେ ବନମହୋତ୍ସବ ସପ୍ତାହ ପାଳନ କରାଯାଏ ।ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର(ଟିଏସ୍‌) ପକ୍ଷରୁ ଶୁକ୍ରବାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନା ଏବଂ ଗୋବରଘାଟୀର ପୁନର୍ବାସ କଲୋନୀ ପରିସରରେ ବହୁସଂଖ୍ୟକ ବୃକ୍ଷରୋପଣ ସହ ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି । ଟାଟା ଷ୍ଟିଲ୍‌ କଳିଙ୍ଗନଗରର ପରିବେଶ ବିଭାଗ ଦ୍ବାରା ଆୟୋଜିତ ଏହି ମହୋତ୍ସବରେ କାରଖାନା ଏବଂ ଗୋବରଘାଟୀ କଲୋନୀ ପରିସରରେ ୨୧୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା । ଏହି ବୃକ୍ଷରୋପଣ ଅବସରରେ କଳିଙ୍ଗନଗରର ସିଆଇଏସ୍ଏଫ୍ ୟୁନିଟ୍‌ର ସବ୍‌-ଇନ୍ସପେକ୍ଟର ଯୋଗେଶ କୁମାର , ଟିଏସ୍କେର ସୁରକ୍ଷା ବିଭାଗର ମୁଖ୍ୟ ମୁକୁଲ କୁମାର ଏବଂ ନିଏସ୍କେର ପରିବେଶ ବିଭାଗର ମୁଖ୍ୟ ରାଜୁ ଅଗ୍ରୱାଲ ଉପସ୍ଥିତ ଥିଲେ । କାରଖାନା ପରିସରରେ କର୍ମଚାରୀ ଏବଂ ଚୁକ୍ତିଭିତିକ କର୍ମଚାରୀଙ୍କ ଦ୍ୱାରା ୧୬୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା l ସେହିପରି ଗୋବରଘାଟୀ କଲୋନୀ ପରିସରରେ ଟାଟା ଷ୍ଟିଲ୍‌ ପରିବାରର ସଦସ୍ୟମାନେ ୫୦୦ରୁ ଅଧିକ ଚାରା ରୋପଣ କରିଥିଲେ ।

ନିଆର ଢଙ୍ଗରେ ଜନ୍ମଦିନ ପାଳନ କଲେ ସରପଞ୍ଚ, ସମାଜକୁ ଦେଲେ ସଚେତନତା ବାର୍ତ୍ତା l

Image
RITA VISION NEWS By Umakanta Mohapatra ଯାଜପୁର (କଳିଙ୍ଗନଗର) :- ଜିଲ୍ଲା ର କଳିଙ୍ଗନଗର ରେ ପ୍ରଦୂଷଣ ର ମାତ୍ର ଏତେ ଅଧିକ ଯେ କୌଣସି ନା କୌଣସି ବ୍ୟକ୍ତି ପ୍ରଦୂଷଣ ଜନିତ ରୋଗ ରେ ପଡି ମୁତ୍ଯୁ ବରଣ କରୁଥିବା ଶୁଣିବା ପାଇଁ ମିଲୁଛି।ପ୍ରଦୂଷଣ ରୋକିବା ପାଇଁ ପ୍ରଦୂଷଣ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ କଳିଙ୍ଗନଗର, ଦାନଗଦି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ର ବର୍ତ୍ତମାନ ସରପଞ୍ଚ ବାବୁଲି ନାଟିଆ ସଦାସର୍ବଦା ପ୍ରଦୂଷଣ ରୋକିବା ପାଇଁ ଚେ଼ଷ୍ଟା କରି ପ୍ରଦୂଷଣ ବିଭାଗ କୁ ବାରମ୍ବାର ଅଭିଯୋଗ କରୁଥିବା ଦେଖିବାକୁ ମିଲିଛି। ସଂଗ୍ରାମୀ ସରପଞ୍ଚ ବାବୁଲି ନାଟିଆଙ୍କର ୪୭ ତମ ଜନ୍ମ ଦିବସ ଥିବା ବେଳେ ନିଜର ଜନ୍ମ ଦିନ କୁ ନିଆରା ଢଙ୍ଗରେ ପାଳନ କରି ବୂକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଛି । ମଙ୍ଗଳପୁର ପଞ୍ଚାୟତ ରେ ଥିବା ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗ୍ରାମବାସୀଙ୍କ ସହିତ ବୂକ୍ଷ ରୋପଣ କରିବା ସହିତ ଛୋଟ ଛୋଟ କୋମଳ ମତି ପିଲାମାନଙ୍କୁ ମିଠା ବାଣ୍ଟି ନିଜର ଜନ୍ମ ଦିବସ ପାଳନ କରଛନ୍ତି। ଏହି ଅବସରରେ ବହୁଗ୍ରାମ ବାସୀ ଉପସ୍ଥିତ ରହିବା ସହିତ ତାଙ୍କର କାର୍ଯ୍ୟ କୁ ପ୍ରସଂସା କରୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ ମାନଙ୍କୁ ସରପଞ୍ଚ ଅନୁରୋଧ କରି କହିଛନ୍ତି କି ନିଜ ନିଜର ଜନ୍ମ ଦିନ ରେ ଯଦି ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବେ ତେବେ କଳିଙ୍ଗନଗରରେ ହେଉଥିବା ପ୍ରଦୂଷଣ

ଟାଟା ଷ୍ଟିଲ୍‌ ଓ ସିଟିଟିସି ପକ୍ଷରୁ ଗୋବରଘାଟିରେ ମୋବାଇଲ୍ ମରାମତି ଉପରେ ୧୦ ଦିନିଆ ତାଲିମ ଶିବିର ଉଦ୍‌ଘାଟିତ l

Image
ଯାଜପୁର (କଳିଙ୍ଗନଗର) :- ସ୍ଥାନୀୟ ଯୁବପିଢ଼ିଙ୍କୁ ନିଯୁକ୍ତିଭିତିକ ତାଲିମ ପ୍ରଦାନ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍‌ କଳିଙ୍ଗନଗର(ଟିଏଲ୍‌)ର ରିସେଟଲମେଟ୍ ଆଣ୍ଡ୍ ରିହାବିଲିଟେସନ୍ (ଆଇଆଣ୍ଡ୍ଆର୍) ବିଭାଗ ପକ୍ଷରୁ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଂଟର  ( ସିଟିଟିସି), ଭୁବନେଶ୍ବର ସହଯୋଗରେ ବୁଧବାର ଓଡ଼ିଶାର ଯାଜପୁର ଜିଲ୍ଲାର ଡୁବୁରି ନିକଟସ୍ଥ ଗୋବରଘାଟି କଲୋନି ଫେଜ୍-୧ର କମ୍ୟୁନିଟି ସେଂଟରର “ମୋବାଇଲ୍ ଫୋନ୍ ହାର୍ଡଓୟାର୍ ମରାମତି ଓ ଟେକ୍ନିସିଆନ୍‌’ ଉପରେ ୧୦ ଦିନିଆ “ ରେକଗ୍ନିସନ୍ ଅଫ ପ୍ରାୟର ଲଣ୍ଡିଂ କୋର୍ସକୁ ଉଦ୍‌ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିସ୍ଥାପିତ ପରିବର ଓ ଆଖପାଖ ଗ୍ରାମର ୫୦ରୁ ଅଧିକ ଯୁବକଯୁବତୀ ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସିଟିଟିହିର ତାଲିମ ଇନ୍-ଚାର୍ଜ ଶ୍ରୀକାନ୍ତ କୁମାର ପତିଙ୍କ ସମେତ ଗୋଷ୍ଠୀର ନେତୃବୃନ୍ଦ ଯଥା ବିରେନ୍ଦ୍ର ଜାମୁଦା, ସୁରେଶ ହାଇବୁ, ଲାଲ ମୋହନ ସୋୟ, ଲକ୍ଷ୍ମଣ ଜାମୁଦା, ଜଗମୋହନ ଜାମୁଦା, ସୁରେଶ ଜାମୁଦା, କୃଷ୍ଣ ହଇବୁରୁ ଓ ରବିନ୍ଦ୍ର ଜେନାମଣି ଉପସ୍ଥିତ ଥିଲେ I ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଟିଏସ୍କେର ଆରଆଣ୍ଡାର୍ ମୁଖ୍ୟ ସୁବ୍ରତ ମହାପାତ୍ର ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ତାଲିମ ଓ ଦକ୍ଷତା ବିକାଶ ଜରିଆରେ ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତା ସ୍ତରରେ ଉନ୍ନତି ଆଣିବାର ଆ