Posts

ଦୁର୍ଲ୍ଲଭ କଳା ପରିଷଦ ମଞ୍ଚ ରେ "ଉଦୟବଟ" ପାଳନ କଲା ଉତ୍କଳ ଦିବସ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ ) : - ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ଭାଷା ଭିତିରେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇ ପାରିଥିଲା । ପୁନଶ୍ଚ, ୧୯୯୩ ମସିହା ଏପ୍ରିଲ ୦୧ ତାରିଖରେ ଯାଜପୁର ଏକ ସ୍ୱତନ୍ତ୍ର ଜିଲ୍ଳ୍‌ା ଭାବେ ଗଠିତ ହୋଇଥିଲା । ତେଣୁ ଏପ୍ରିଲ ୦୧ ତାରିଖ ସମସ୍ତ ଯାଜପୁରବାସୀଙ୍କ ପାଇଁ ଗର୍ବ ଓ ଗୈାରବର ଦିବସ । ଏହି ପବିତ୍ର ଦିବସକୁ ‘ଉଦୟବଟ’ ପତ୍ରିକା ଏବଂ ‘ଉଦୟବଟ ଇ-ନ୍ୟୁଜ୍‌’ ସମ୍ମାନର ସହ ପାଳି ଆସୁଛି । ଏହାଛଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାମାନେ ଫଳକ ଆଦି ଲଗାଇବା ଉପରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଏବଂ ଶ୍ରମିକ ନେତା ଅରୁଣ କୁମାର ଦାସ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅଭିଯୋଗ କରିଆସୁଛନ୍ତି । ତାହା ଏବେ ବହୁ ମାତ୍ରାରେ ମଧ୍ୟ ଫଳପ୍ରଦ ହୋଇଥିବାରୁ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କୁ ଶ୍ରୀ ରାଉତ ସାଧୁବାଦ ଜଣାଇଛନ୍ତି । ଗତକାଲି ସଂନ୍ଧ୍ୟାରେ ପବିତ୍ର “ଉତ୍କଳ ଦିବସ” ଉପଲକ୍ଷେ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ, ସୁସାହିତ୍ୟିକ ତଥା ଝାଡ଼େଶ୍ୱର

ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟ’ର ନୂତନ ଅଧ୍ୟକ୍ଷ ଭାବେ ଅକ୍ଷୟ ପଣ୍ଡାଙ୍କ କାର୍ଯ୍ୟଭାର ଗ୍ରହଣ l

Image
ଯାଜପୁର :- ଜିଲ୍ଲା ର ଦାନଗଦି ବ୍ଲକ ଅର୍ନ୍ତଗତ ଟୋଲକାନୀ ସ୍ଥିତ ‘ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟ’ର ଅଧ୍ୟକ୍ଷ ତଥା ଇତିହାସ ବିଭାଗର ପ୍ରଧ୍ୟାପକ ଡ଼ଃ. ଯୁଗଳ କିଶୋର ହୋତା ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଲେଜର ନୂତନ ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗତ କାଲି ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ  ଡ଼ଃ. କୁଶଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଅଧ୍ୟକ୍ଷ ଡ଼ଃ. ହୋତାଙ୍କ ଛାତ୍ରବତ୍ସଳତା, ସରଳତା ଏବଂ କଲେଜ ପରିଚାଳନାରେ ଥିବା ଦକ୍ଷତା ଆଦି ଗୁଣ ଉପରେ ଆଲୋକପାତ କରିବା ସହ ତାଙ୍କ ଅବସର ପରବର୍ତୀ ଜୀବନର ମଂଗଳ କାମନା କରିଥିଲେ । କଲେଜର ପ୍ରତିଷ୍ଠାତା ଦୀନବନ୍ଧୁ ପୃଷ୍ଟି ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ କଲେଜରୁ ବହୁ ଅଧ୍ୟାପକ ଓ ଏବେ ପୁଣି ଅଧ୍ୟକ୍ଷ ଅବସର ଗ୍ରହଣ କରିବା ତାଙ୍କୁ ବ୍ୟଥିତ କରିଛି ବୋଲି କହିବା ସହ ଏମାନେ ସମସ୍ତେ କଲେଜର ବିକାଶକୁ ବହୁ ମାତ୍ରାରେ ଆଗେଇ ଦେଇଥିଲେ ବୋଲି କହିଥିଲେ । ବିଶେଷକରି ଅଧ୍ୟକ୍ଷ ଡ଼ଃ. ହୋତା କଲେଜର ଭଲ ମନ୍ଦ ସବୁଥିରେ ସାମିଲ ହୋଇ ମହାବିଦ୍ୟାଳୟର ବିକାଶରେ ଯେଉଁ ସହାୟକ ଭୂମିକା ନିଭାଇଛନ୍ତି ତାହା ଚୀରକାଳ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ରାଜ୍ୟସ୍ତରୀୟ ସାମାଜିକ

ବସନ୍ତରେ ମନ ମୋହୁଛି ପଳାଶ ପୁଲ l

Image
ବ୍ୟୁରୋ ରିପୋର୍ଟ :- ପଶ୍ଚିମ ଓଡିଶାର ଏକ କଥା କହନ୍ତି "ମନ୍ ମହୁଛେ ଫଲ୍‌ସା ଫୁଲ୍"  ବସନ୍ତ ଋତୁ ଆଗମନର ବାର୍ତ୍ତା ଦିଏ ପଳାସ ଫୁଲ । ପଳାସ ଫୁଲର ଅପରୂପ ଆଭାରେ ସଜେଇ ହୁଏ ପ୍ରକୃତିରାଣୀ। ଗଛରେ ପେନ୍ଥା ପେନ୍ଥା ପଳାସ ଫୁଲ ପରିବେଶକୁ ରଙ୍ଗୀନ କରିଦିଏ। ବାସ ନଥିଲେ ବି ପଳାସ ଫୁଲ ଦେଖିବାକୁ ଯେତିକି ମନୋରମ ସେତିକି ହୃଦୟସ୍ପର୍ଶୀ । ପଳାସ ଫୁଲ ଯୋଗୁଁ ଏବେ ସାରା ପରିବେଶ ରଙ୍ଗୀନ ଓ ମନଲୋଭା । ରାସ୍ତା କଡରେ ଥିବା ପଳାସ ଫୁଲକୁ ଦେଖିଲେ କବି ଓ ଭାବୁକ ପ୍ରାଣ ପୁଲକିତ ହେଉଛି। ପ୍ରତିଟି ଜୀବନରେ ଉଲ୍ଲାସ ଭରି ଯାଉଛି। ଚଇତର ପତ୍ର ଝଡା ସମୟରେ ପ୍ରକୃତି ଖାଁ ଖାଁ ଲାଗୁଥିବା ବେଳେ ପଳାସ ଫୁଲର ସୌନ୍ଦର୍ଯ୍ୟରେ ପ୍ରତିଟି ପ୍ରାଣ ପୁଲକିତ କରିଥାଏ । ଜୀବନରେ ଭରିଯାଏ ଉଲ୍ଲାସ I ସକାଳ ହେଉ କି ସଞ୍ଜ ପଳାଶ ଫୁଲର ମନଲୋଭା ରୂପ ଦେଖି ବାଟୋଇ ଠିଆ ହୁଏ କିଛି ସମୟ I ପଳାସ ଫୁଲ ପଶ୍ଚିମ ଓଡିଶାର ସବୁ ଜାଗାରେ ପ୍ରାୟତଃ ଦେଖୁବାକୁ ମିଳିଥାଏ। ଫୁଲର ବାସ ନାହିଁ ସତ ଅଥଚ ଏହା ମା' ମଙ୍ଗଳାଙ୍କ ପ୍ରିୟ I ପଶ୍ଚିମ ଓଡ଼ିଶାରେ ଚୈତ୍ର ମଙ୍ଗଳବାରରେ ମଙ୍ଗଳାଙ୍କ ପୂଜାରେ ଏହି ଫୁଲ ବ୍ୟବହାର ହୁଏ । ଦଣ୍ଡ ଯାତ୍ରାର ପୂଜାବିଧୂରେ ବହୁଳ ବ୍ୟବହାର ପ୍ରଚଳିତ । ତନ୍ତ୍ର ପରମ୍ପରାରେ ମଧ୍ଯ ପଳାସ ଫୁଲର ବହୁବିଧ ପ୍ରୟୋଗ ରହିଛି। ପଳାସ ଫୁଲର ଶୋଭା କବି ମନକୁ ବିଭୋର କରେ । ଓଡିଆ ସାହିତ୍ୟ ପରମ୍ପରାରେ ଏହାର ବହୁଳ ବର୍ଣନା ର

ଡିଏଫଓ, କେନ୍ଦୁପତ୍ର ବିଭାଗ ସହିତ ବିଭିନ୍ନ ସମସ୍ୟା ଉପରେ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଆଲୋଚନା l

Image
ପାଟଣାଗଡ(ବ୍ୟୁରୋରିପୋର୍ଟ):-  ପାଟଣାଗଡ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡି.ଏଫ.ଓ ଙ୍କ ସହିତ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ପ୍ରତିନିଧି ଦଳ ଶ୍ରମିକ ଓ କର୍ମଚାରୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ l କର୍ମଚାରୀ ମାନଙ୍କ ମୁଖ୍ୟ ଦାବୀ ଗୁଡିକ ମଧ୍ୟରେ ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅଧୀନରେ କାର୍ଯ୍ୟରତ ମୁନସୀ, ଚପରାଶି, ଚେକର ମାନଙ୍କ ମାସିକ ଦରମା ପ୍ରତି ମାସ ୫ ତାରିଖ ମଧ୍ୟରେ ପ୍ରଦାନ କରିବା, ମୃତ କର୍ମଚାରୀ ମାନଙ୍କ ପରିବାର ସଦସ୍ୟ ଙ୍କୁ ଗ୍ରାଚୁଇଟି ପ୍ରଦାନ, ନୂତନ ଫଡ଼ି ଗୃହ ନିର୍ମାଣ ସହିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ପ୍ରତ୍ୟେକ କେନ୍ଦୁପତ୍ର ସେକ୍ସନ ରେ ଫରେଷ୍ଟର କାର୍ଯ୍ୟାଳୟ ନିର୍ମାଣ,ଯୋଗିମୁଣ୍ଡା ରେଞ୍ଜ ରେ ୧୯୯୩ ମସିହା ରୁ କାର୍ଯ୍ୟରତ ଚେକର ଗନ୍ଧର୍ବ ବରିହା ଙ୍କୁ ବନ୍ଧେଇ ଚେକର ପଦବୀ କୁ ପଦୋନ୍ନତି,ବିଭାଗୀୟ ମୁନ୍ସୀ ଲଳିତ ମଳିକ କୁ ଚେକର ପଦବୀ କୁ ପଦୋନ୍ନତି,ବର୍ତ୍ତମାନ ବଜାର ଦର ବୃଦ୍ଧି ଅନୁସାରେ ଢ଼ଳେଇ ରଚେଇ ପାଇଁ ଦିଆଯାଉଥିବା ୫00 ଟଙ୍କା କୁ ୧୫00 ଟଙ୍କା କୁ ବୃଦ୍ଧି, କର୍ମଚାରୀ ମାନଙ୍କୁ କେନ୍ଦୁପତ୍ର ବିଭାଗ ତରଫରୁ ପ୍ରତିବର୍ଷ ୟୁନିଫର୍ମ ପ୍ରଦାନ,ଚେକର ମୁନ୍ସୀ, ଚପରାଶି, ବନ୍ଧେଇ ଚେକର, ସର୍କଲ ଚେକର, ଋତୁକାଳୀନ ଚେକର କର୍ମଚାରୀ ମାନଙ୍କୁ ସାଇକଲ ଭତ୍ତା, ଟିଏ, ଡିଏ, ବୋନସ ଇତ୍ୟାଦି ପ୍ରଦାନ ପାଇଁ ଆଲୋଚନା କରାଯାଇଥିଲା l ଆଲୋଚନା ବେଳେ

ଲୁଟ ଅଭିଯୋଗରେ ଦୁଇ କୋର୍ଟ ଚାଲାଣ l

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ହରିଶଙ୍କର ଛକ ନିକଟରେ ହାଇୱା ଟ୍ରକ୍ ଅଟକାଇ ଲୁଟ ଅଭିଯୋଗରେ ଖପ୍ରାଖୋଲ ଥାନା ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖପ୍ରାଖୋଲ ଥାନା କର୍ଲାମାଲ ଗାଁ ର ରଶ୍ମି ରଞ୍ଜନ ସରାଫ ଓରଫ ଶ୍ରୀତମ (୨୨)ଓ ବେଳପଡ଼ା ଥାନା ବନମାଲ ଗାଁ ର ନବୀନ କୁମାର ସାହୁ (୨୫) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଗତ ୨୭ ତାରିଖ ଶନିବାର ମଧ୍ୟ ରାତ୍ର ପ୍ରାୟ ୧୨ଟା ସମୟ ରେ ଏକ ହାୱାଇ ଟ୍ରକ୍ ନାନ୍ଦୁପଲା ରୁ ଫେରୁଥିବା ବେଳେ ହରିଶଙ୍କର ଛକ ନିକଟରେ ଏକ ମୋଟର ସାଇକେଲ ରେ ଦୁଇ ଜଣ ଯୁବକ ଟ୍ରକ୍ ଅଟକାଇ ଡ୍ରାଇଭର କୁ ମାଡ଼ ମାରି ଏକ ମୋବାଇଲ ଫୋନ, ଗାଡ଼ିର ଜଗରଡ ଆଦି ଲୁଟ କରି ଚାଲିଯାଇଥିଲେ। ଡ୍ରାଇଭର ଖପ୍ରାଖୋଲ ଥାନା ରେ ଲିଖିତ ଅଭିଯୋଗ ପରେ ପୋଲିସ ର ଛାନଭିନ ପରେ ଦୁଇ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଥିଲେ। ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୮୫/୨୦୨୪ ରେ ଏକ ମାମଲା ରୁଜୁ କରି ମୋବାଇଲ, ଜଗରଡ଼ ମେସିନ ଓ ଲୁଟ ରେ ବ୍ୟବହୃତ ମୋଟର ସାଇକେଲ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି। 

ଭଇଁଷା ଗ୍ରାମରୁ ୧ ଲକ୍ଷ ୩୭ ହଜାର ୫୦୦ ଟଙ୍କିଆ ନକଲି ନୋଟ୍‌ ଜବତ : ଦୁଇ ଅଭିଯୁକ୍ତ ଗିରଫ l

Image
ବଲାଙ୍ଗିର (ବ୍ୟୁରୋ ରିପୋର୍ଟ) :-ଜିଲ୍ଲା ର ପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଲକ୍ଷାଧିକ ନକଲି ନୋଟ୍‌ ଜବତ ହୋଇଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ପାଟଣାଗଡ଼ ପୋଲିସ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ ଗତ ୨୨ ତାରିଖରେ ଗ୍ରାମରେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ ଚାଲିଥିବା ବେଳେ ୫୦୦ ଟଙ୍କିଆ ନକଲି ନୋଟ ଗୋଟିଏ ଦୋକାନରେ ଚଳପ୍ରଚଳ କରୁଥିବା ସମୟରେ ସ୍ଥାନୀୟ ସରପଞ୍ଚ ନୋଟକୁ ଦେଖି ନକଲି ନୋଟ ହୋଇଥିବା ସନ୍ଦେହ କରି ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଭାଇଁଷା ଗ୍ରାମର ବରୁଣ ପାନୁଆନ ଘରେ ଚଢାଉ କରି ୨୭୪ଟି ନକଲି ୫୦୦ ଟଙ୍କିଆ ନୋଟ, କମ୍ପ୍ୟୁଟର, ପ୍ରିଣ୍ଟର, ନକଲି ନୋଟ ପାଇଁ ବ୍ୟବହାର କରୁଥିବା ପେପର ଓ ବ୍ୟବହୃତ ସାହି ଜବତ କରି ପାଟଣାଗଡ଼ ଥାନାକୁ ଆଣିଥିଲେ । ଘଟଣାର ଅଧିକ ତଦନ୍ତ କରିବା ପରେ ଦେଓଗାଁ ଥାନା ବୁଢାବାହଲ ଗ୍ରାମର ରୋହିତ ବସ୍ତିଆ ନକଲି ନୋଟ ରେକେଟରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏନେଇ ଉକ୍ତ ଘଟଣାରେ ଦୁଇଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ କେଉଁ କେଉଁ ଲୋକ ସମ୍ପୃକ୍ତ ଅଛନ୍ତି ଆହୁରି ତଦନ୍ତ କରୁଥିବା ପାଟଣାଗଡ଼ ଏସ୍‌ଡ଼ିପିଓ ସଦାନନ୍ଦ ପୁଝାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l 

କ୍ରୋମନଗର ଉଚ୍ଚ ବିଦ୍ୟାପୀଠରେ ଯାଜପୁର ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ବନ ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର) : - ମାର୍ଚ୍ଚ ୨୧ ତାରିଖ ‘ଆର୍ନ୍ତଜାତିକ ବନ ଦିବସ’ ଅବସରରେ କଟକ ବନଖଣ୍ଡ ଅଧିକାରୀ ପି. ଅର୍ଥନାରୀଙ୍କ ପରାମର୍ଶକ୍ରମେ ଯାଜପୁରରୋଡ ବନାଂଚଳ ଅଧିକାରୀଙ୍କ ତରଫରୁ ସ୍ଥାନୀୟ କ୍ରୋମନଗର ଉଚ୍ଚ ବିଦ୍ୟାପୀଠରେ ଆଜି ଗୁରୁବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲାସ୍ତରୀୟ ‘ବିଶ୍ୱ ବନ ଦିବସ’ ପାଳିତ ହୋଇଯାଇଛି । ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. କୁଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଯାଜପୁରରୋଡ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ରୋମନଗର ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମୋହନ କୁମାର ଓଝା ଅଧ୍ୟକ୍ଷତା କପରିଥିଲେ । ଏଥିରେ ‘ଉଦୟବଟ’ର ସଂପାଦକ ତଥା ବିଶିଷ୍ଠ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ଜନସଚେତନତା ସହ ବୃକ୍ଷରୋପଣକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ । ଚଳିତ ବର୍ଷର ଅନୁଚିନ୍ତାକୁ ପାଥେୟ କରି ବିଭିନ୍ନ ସ୍ତରରେ ସମୂହ ଉଦ୍ୟମରେ ନୂତନ ଜଂଗଲ ସୃଷ୍ଟିକରି ଜଳବାୟୁ ସନ୍ତୁଳନରେ ଭୂମିକା ନିଭାଇବା ପାଇଁ କହିଥିଲେ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ଅଧିକାରୀ ଗୋପାଳ ଚନ୍ଦ୍ର ବେହେରା, ସ୍ଥାନୀୟ ଓ.ଏଫ୍‌.ଡି.ସିର