Posts

ବଜରଙ୍ଗ ଦଳ ବିଞ୍ଝାରପୁର ପ୍ରଖଣ୍ଡ ର ନୂତନ କାର୍ଯ୍ୟକର୍ତ୍ତା ଚୟନ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) : - ୨୩/୧୧, ବିଂଝାରପୁର ପ୍ରଖଣ୍ଡ ବଜରଙ୍ଗ ଦଳର ଏକ ନୂତନ ଟୋଲୀ ଘୋଷଣା କାର୍ଯ୍ୟକ୍ରମ ବରୁଣେଶ୍ୱର ପୀଠ ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି,ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହ ସଂଯୋଜକ ସାରଦା ପ୍ରସନ୍ନ ବଳ,ଜିଲ୍ଲା ସୁରକ୍ଷା ପ୍ରମୁଖ ସନ୍ତୋଷ ପତି ଯୋଗଦେଇ ସଂଗଠନ କିଭଳି ସଶକ୍ତ ହୋଇପାରିବ, ଯୁବକ ମାନେ ଦେଶରକ୍ଷା ଧର୍ମ ରକ୍ଷା ପାଇଁ କିଭଳି ଆଗେଇଆସିବେ ଏହି ସମସ୍ତ ବିଷୟ ଉପରେ ମାଗଦର୍ଶନ କରିଥିଲେ l ଏହି ଅବସରରେ ନୂତନ ଦାଇତ୍ୱ ଭାର ବହନ କରିବ ପାଇଁ  ବିଂଝାରପୁର ପୁର ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ସୁବୋଧ ଧଳ, ପ୍ରଖଣ୍ଡ ସହ ସଂଯୋଜକ ବିଶ୍ୱଜିତ ସାମଲ, ଦାସ ମୁରଲୀ ମୋହନ, ସୋମ୍ୟରଞ୍ଜନ ସାମଲ, ସୁଜିତ ମଲ୍ଲିକ ଓ ପ୍ରଖଣ୍ଡ ଗୋରକ୍ଷା ପ୍ରମୁଖ କିରଣ କୁମାର ଜେନା, ବଳ ଉପାସନା ପ୍ରମୁଖ ପ୍ରଭାତ ପରିଡା, ମହାବିଦ୍ୟାଳୟ ପ୍ରମୁଖ ପିଣ୍ଟୁ ମଲ୍ଲିକ, ସୁରକ୍ଷା ପ୍ରମୁଖ ସୋମ୍ୟ ରଞ୍ଜନ ବିନ୍ଧାଣି,ସୂଚନା ପ୍ରମୁଖ ନିତ୍ୟାନନ୍ଦ ଦାସ, ସାପ୍ତାହିକ ମିଳନ ପ୍ରମୁଖ ବିଜୟୀ କୁମାର ନାଥ ଙ୍କୁ ଘୋଷଣା କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ୭୭ ଜଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଶେଷରେ ଶାନ୍ତିପାଠ ଓ ଜୟ ଘୋଷ କରି ବୈଠକ ସାଙ୍ଗ କରାଯା...

ଓ.ଏ.ସ ହବ୍ ର ୭୦ ଜଣ ସଫଳ କୃତିତ୍ୱ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ଆଚାର୍ଯ୍ୟବିହାରସ୍ଥିତ ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ଅନୁଷ୍ଠାନ ଓ. ଏ. ଏସ. ହବ୍ ର ମୋଟ ୭୦ ଜଣ ଶିକ୍ଷାର୍ଥୀ ଓଡ଼ିଶା ପ୍ରଶାସନିକ ସେବା ୨୦୨୪ ପରୀକ୍ଷାରେ ସଫଳ କୃତକାର୍ଯ୍ୟ ହୋଇ ଅନୁଷ୍ଠାନ ପାଇଁ ଗର୍ବ ଆଣିଛନ୍ତି l ସମୁଦାୟ ଏକଶହ କୋଡିଏ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦ଜଣ ଅନ୍ୟ ଙ୍କ କୃତକାର୍ଯ୍ୟ ପାଇଁ ଅନୁଷ୍ଠାନ ଆଜି ଗର୍ବିତ l ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଦୁଇ ଗୁଣ ଅଧିକ ସଫଳତା ପାଇଛନ୍ତି l ସେମାନଙ୍କର ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବିଚକ୍ଷଣ ସଫଳତା ଯୋଗୁଁ ସେହି ୭୦ ଜଣ କୃତିତ୍ୱ ଅର୍ଜନ କରିଥିବା ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସମ୍ବର୍ଦ୍ଧିତ କରାଯାଇଛି l ସମ୍ବର୍ଦ୍ଧନା ଉତ୍ସବରେ ଭୁବନେଶ୍ୱରର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓୟୁଏଟି ର ପୂର୍ବତନ ଦିନ୍ ଶ୍ରୀଯୁକ୍ତ ହୃଷିକେଶ ସେନାପତି, ବର୍ତ୍ତମାନର ଡେପୁଟି ସେକ୍ରେଟାରୀ ଶ୍ରୀଯୁକ୍ତ ସନ୍ୟାସୀ ବେହେରା, ଶ୍ରୀଯୁକ୍ତ ଲିଙ୍ଗରାଜ ପାତ୍ର ଏବଂ ବରିଷ୍ଠ ଶିକ୍ଷାବିତ ଶ୍ରୀଯୁକ୍ତ ଗିରିଶ ପ୍ରସାଦ ସ୍ୱାଇଁ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ l  କାର୍ଯ୍ୟକ୍ରମରେ ଅନୁଷ୍ଠାନର ଲଳିତ ମୋହନ ଦାସ ଅଧିକାରୀ, ଶିବାଶ କୁମାର ହାଜରା, ପ୍ରମୋଦିନୀ ମିଶ୍ର ଏବଂ ଅନୁଷ୍ଠାନର ସଭ୍ୟବୃନ୍ଦ...

ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବ ୩୫ ତମ ଶିଳ୍ପ ବାଣିଜ୍ଯ ମେଳା l

Image
ଯାଜପୁର(ବ୍ୟାସନଗର ):- ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଚୂନଭାଟି ପ୍ଲଟ ପଡ଼ିଆ ଠାରେ ଚଳିତ ନଭେମ୍ବର ମାସ ୨୫ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ୩୫ ତମ ଶିଳ୍ପ ବାଣିଜ୍ୟ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଯାଜପୁର ଜିଲ୍ଲାପାଳଙ୍କ ଉଦଘାଟିତ ହେବା ନେଇ କମିଟି ପକ୍ଷରୁ ଏକ ପ୍ରେସ ମିଟ ଜରିଆରେ ସୂଚନା ଦିଆଯାଇଅଛି। ଏଥି ସହିତ ମେଳାରେ ବିଭିନ୍ନ ପ୍ରକାର ଶିଳ୍ପ, ବସ୍ତ୍ର, କୁଟୀର ଶିଳ୍ପ, ବୟନ ଶିଳ୍ପ, ହସ୍ତ ଶିଳ୍ପ, ଗୃହ ଉପକରଣ କୁ ନେଇ ବିଭିନ୍ନ ଷ୍ଟଲ ଖୋଲା ଯିବାର ବ୍ୟବସ୍ଥା ମଧ୍ୟ ରହିଅଛି । ଦର୍ଶକମାନଙ୍କ ମଜା ନେବା ପାଇଁ ବିଭିନ୍ନ ପ୍ରକାର ଦୋଳି ଓ ଖାଦ୍ୟ ଷ୍ଟଲର ବ୍ୟବସ୍ଥା କରାଯାଇଅଛି । ପ୍ରତିଦିନ ବାହାର କଳାକାରଙ୍କ ସହିତ ଓ ସ୍ଥାନୀୟ କଳାକାର, କୁନି କୁନି ପିଲା ମାନଙ୍କଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କମିଟିର ସଭାପତି ଜିତେନ୍ଦ୍ର ପ୍ରତିହାରୀ କହିଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଦର୍ଶକମାନେ ଏଠାକୁ ଆସି ମେଳା ଉପଭୋଗ କରିବା ପାଇଁ ନିବେଦନ କରିଛନ୍ତି । ଏହି ପ୍ରେସ ମିଟରେ ଆୟୋଜକ କମିଟିର ସଦସ୍ୟ ପ୍ରମୋଦ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଦାସ, ସଂଗ୍ରାମ ରାଉତ, ଅର୍ଜୁନ କୁମାର ସ୍ୱାଇଁ, ବିନୋଦ ବିହାରୀ ଜେନା, ଜଗବନ୍ଧୁ ଦାସ, ସ୍ମୃତି ରଞ୍ଜନ ପଟ୍ଟନାୟକ , ସୁବାଶିଷ ରାଉତ, ସେଖ୍ ଦଲାଲଉଦ୍ଦିନଙ୍କ ସମେତ ଅନ୍ୟମାନେ ଉପସ୍...

ମହାନ ଜନନାୟକ 'ଉତ୍କଳ କେଶରୀ' ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସ୍ମରଣ ଉତ୍ସବ ପାଳନ l

Image
ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) : - ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ଯ ଏବଂ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ମହାନ ଜନନାୟକ 'ଉତ୍କଳ କେଶରୀ' ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସ୍ମରଣ ଉତ୍ସବର ତୃତୀୟ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଇତିହାସରେ ଡ଼ଃ ହରେକୃଷ୍ଣ ମହତାବଙ୍କ କୃତିତ୍ଵ, ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ଏକାଧାରାରେ ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତ୍ୟିକ, କୂଟନୀତିଜ୍ଞ, ଐତିହାସିକ ଏବଂ ଲୋକପ୍ରିୟ ଜନନେତା। ଆଧୁନିକ ଓଡ଼ିଶା ନିର୍ମାଣର ବିଶ୍ଵକର୍ମା ଭାବେ ସେ ସ୍ଵତନ୍ତ୍ର ପରିଚୟର ଅଧିକାରୀ ମଧ୍ୟ ଥିଲେ।  ରାଉରକେଲା ଷ୍ଟିଲ ପ୍ଳାଣ୍ଟ, ହୀରାକୁଦ ବନ୍ଧ, ଭୁବନେଶ୍ବର ରାଜଧାନୀ, ରାଜଭବନ ନିର୍ମାଣ, ଓଡ଼ିଶା ସାହିତ୍ୟ ଏକାଡେମି ପ୍ରତିଷ୍ଠା, ରାଜ୍ୟ ସଂଗ୍ରହାଳୟ, ଲଳିତ କଳା ଏକାଡେମି, ରବୀନ୍ଦ୍ର ମଣ୍ଡପ, ଆକାଶ ବାଣୀ କଟକ, ହାଇକୋର୍ଟ ପ୍ରତିଷ୍ଠା, ବିଦ୍ଯାଧରପୁର ଧାନ ଗବେଷଣା କେନ୍ଦ୍ର ଇତ୍ୟାଦି ହେଉଛି ଡ଼ଃ ହରେକୃଷ୍ଣ ମହତାବଙ୍କ ଅବଦାନ। ଆମ ସରକାର ତାଙ୍କର ଅବଦାନର ପ୍ରଚାର ପ୍ରସାରକୁ ଗୁରୁତ୍ଵ ଦେଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋ...

ଓଡ଼ିଶା ଅଭିବୃଦ୍ଧିରେ ୯ ବର୍ଷ ଧରି ସକାରାତ୍ମକ ପ୍ରଭାବ ପକାଇଛି ଟାଟା ଷ୍ଟିଲ କଳିଙ୍ଗନଗର l

Image
ଯାଜପୁର (କଳିଙ୍ଗନଗର) :- ଆଜିର ଦିନରେ ଟାଟା ଷ୍ଟିଲ କଳିଙ୍ଗ ନଗର କୁ ୯ ବର୍ଷ ପୁରିଲା । ୨୦୧୫ ନଭେମ୍ବର ୧୮ ରେ ଏହା ଉତ୍ସର୍ଗୀକୃତ ହୋଇଥିଲା । ଦୀର୍ଘ ୯ ବର୍ଷ ଧରି ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ପ୍ଳାଣ୍ଟ ଓଡ଼ିଶାର ପ୍ରଗତିରେ ନିଜର ଯୋଗଦାନ ଜାରିରଖିଛି । ଭାରତର ଅନ୍ୟତମ ବୃହତ୍ତମ ଇସ୍ପାତ ପ୍ଳାଣ୍ଟ ଭାବେ ଏହି ଅତ୍ୟାଧୁନିକ ପ୍ଳାଣ୍ଟ, ଶିଳ୍ପ ବିକାଶର ପ୍ରମାଣ ଅଟେ । ଯାହା ନିରବଚ୍ଛିନ୍ନ ଭାବରେ ଅର୍ଥନୈତିକ ଅଭିବୃଦ୍ଧି ସହିତ ସାମାଜିକ ଦାୟିତ୍ୱ ଏବଂ ପରିବେଶ ପରିଚାଳନା କୁ ସମନ୍ୱିତ କରୁଛି । କଳିଙ୍ଗନଗର ପ୍ଳାଣ୍ଟ କେବଳ ଏକ ଶିଳ୍ପ କମ୍ପେ୍ଲକ୍ସ ନୁହେଁ ; ଏହା ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ ଅଙ୍ଗ ପାଲଟିଛି । ଟାଟା ଷ୍ଟିଲ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଜୀବିକା ସୁଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରି ସାମାଜିକ ବିକାଶ କାର୍ଯ୍ୟକ୍ରମରେ ଯଥେଷ୍ଟ ପୁଞ୍ଜିନିବେଶ କରିଛି । ଯାହା ଆଖପାଖ ଅଞ୍ଚଳର ୨ ଲକ୍ଷରୁ ଅଧିକ ଲୋକଙ୍କୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି । ଟାଟା ଷ୍ଟିଲ କଳିଙ୍ଗନଗରର ସଫଳତା ଏହାର କର୍ମଚାରୀମାନଙ୍କ ମଧ୍ୟରେ ଗଭୀର ଭାବରେ ଜଡ଼ିତ । ଟାଟା ଷ୍ଟିଲର ‘ସେଫ୍ଟି ଫାଷ୍ଟ\' ନିୟମ ଏହା ସୁନିଶ୍ଚିତ କରେ ଯେ କର୍ମ କ୍ଷେତ୍ରରେ ସର୍ବୋଚ୍ଚ ନିରାପତ୍ତା ମାନଦଣ୍ଡ ବଜାୟ ରହିବ ଏବଂ କଳିଙ୍ଗନଗର ବିଶ୍ୱର ଅନ୍ୟତମ ସୁରକ୍ଷିତ ଇସ୍ପାତ ପ୍ଳାଣ୍ଟରେ ପରିଣତ ହେବ । ସ୍ଥ...

ଏୈତିହାସିକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ l

Image
କଟକ (ବ୍ୟୁରୋ ରିପୋର୍ଟ) : - ଏୈତିହାସିକ ପ୍ରସିଦ୍ଧ କଟକ ବାଲିଯାତ୍ରା ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ଏହି ବାଲିଯାତ୍ରା। ମହାନଦୀ ରିଭର୍ ଫ୍ରଣ୍ଟର ବିକାଶ ପାଇଁ ପୂର୍ବରୁ ବଜେଟରେ ୫୦ କୋଟି ଟଙ୍କାର ପ୍ରାବଧାନ ଥିଲା, ଏଥିରେ ଆଉ ଅଧିକ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସମୁଦାୟ ୨୦୦ କୋଟି ବଜେଟ୍ ବ୍ୟବସ୍ଥାରେ ଉଭୟ କଟକ ଓ ସମ୍ବଲପୁର ମହାନଦୀ ରିଭର ଫ୍ରଣ୍ଟ ର ବିକାଶ କରାଯିବ। ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ୧୪ ଟି ଦେଶରୁ ଆସିଥିବା ରାଷ୍ଟ୍ରଦୂତ ମାନଙ୍କୁ ସ୍ମାରକୀ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅତିଥିମାନେ ବାଲିଯାତ୍ରା ସ୍ମରଣିକା ଏବଂ ସାନ୍ତାଳୀ ଭାଷା ରେ ମୁଦ୍ରିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ସାକ୍ଷରତା ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ  ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ସାଂସଦବୃନ୍ଦ ଓ ବିଧାୟକବୃନ୍ଦ, ମାନ୍ୟବର କଟକ ମେୟର, ବିଶ୍ଵର ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତ ଓ ହାଇକମିଶନର ମାନେ ଏବଂ ଅନ୍ୟ ଅଧିକାରୀମାନେ ଏବଂ ମାନ୍ୟଗଣ୍ୟ ବୁଦ୍ଧିଜୀବୀଗଣଙ୍କ ଉପସ୍ଥିତିରେ କଟକ ବାଲିଯାତ୍ରାର ଉଦ୍ଘାଟ...

‘ଉଦୟବଟ’ ତରଫରୁ ୭୦ତମ ଶିଶୁ ଦିବସ ପାଳିତ ଓ ‘ଅଶୋକ ଦାସ ସ୍ମାରକୀ’ ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଶୁଭାରମ୍ଭ l

Image
ଯାଜପୁର ୧୫/୧୧(ବ୍ୟୁରୋ ରିପୋର୍ଟ ) : - ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ତରଫରୁ ୭୦ତମ ଶିଶୁ ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଗତ କାଲି ଗୁରୁବାର ପାଳିତ ହୋଇଯାଇଛି । କ୍ରୋମନଗରୀ ବ୍ୟାସନଗରର ବସ୍ତି ଅଂଚଳର ପିଲାମାନଙ୍କ ମଧ୍ୟରେ ଖୁସିର ପରିପ୍ରକାଶ ଏବଂ ପ୍ରତିଭାର ଅନ୍ୱେଷଣ ପାଇଁ ‘ଉଦୟବଟ’ ଦୀର୍ଘ ବର୍ଷ ଧରି ଚେଷ୍ଟା ଜାରୀ ରଖିଛି । ଏହି ପବିତ୍ର ଦିବସ ଅବସରରେ ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା, କୋରାଇର ପୂର୍ବତନ ବିଧାୟକ ତଥା ଓଡ଼ିଶାର ବିଶିଷ୍ଠ ଜନନେତା ‘୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା-୨୦୨୪’ର ଶୁଭାରମ୍ଭ ହୋଇଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀର ଉଭୟ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସବ୍‌-ଜୁନିୟର ଏବଂ ଜୁନିୟର ବିଭାଗ ଅଫ୍‌ଲାଇନ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ଶିଶୁ କବିତା ଆବୃତି, ଶ୍ଳୋକ ପାଠ ଆଦି ପ୍ରତିଯୋଗିତାଗୁଡିକର ଶୁଭାରମ୍ଭ ହୋଇଥିଲା । ଏଥିରେ ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ବଳଭଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍...