Posts

Showing posts from January, 2020

ପୁରସ୍କାର ପାଇଲେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର (ବ୍ୟୁରୋ) - ସରଳ ସ୍ଵଭାବ ମଣିଷ, ଜନ୍ମ ଗରିବ ପରିବାରରେ l ଦାନଗଦି ବ୍ଲକ ଅନ୍ତର୍ଗତ ଖପୁରିଆ ପଦା ପଞ୍ଚାୟତର ସେହି ଗ୍ରାମର ଶ୍ରୀଯୁକ୍ତ କ୍ଷେତ୍ରବାସୀ ମହାରଣା ଙ୍କ ବଡ଼ ପୁଅ ଶ୍ରୀଯୁକ୍ତ ସତ୍ୟାନନ୍ଦ ମହାରଣା ଯେକି ୧୯୭୬ ମସିହାରେ ଜନ୍ମଗ୍ରହଣ କରିଥିଲେ l ଗାଁ ବିଦ୍ୟାଳୟ ରେ ସେ ପ୍ରଥମ ରୁ ଦଶମ ଶ୍ରେଣୀର ପାଠ ପଢୁଥିବା ବେଳେ ୧୯୯୨ ମସିହାରେ ମ୍ୟାଟ୍ରିକ ପାସ୍ ପରେ ୧୯୯୪ ମସିହାରେ ରେ ଯୁକ୍ତ ଦୁଇ ପାସ କରି ଭୁବନେଶ୍ଵର କିଟ୍ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ରେ ଆଇ ଟିଆଇ ଫିଟର ରେ ୧୯୯୫-୯୭ ଦୁଇ ବର୍ଷ ଟ୍ରେନିଂ ପରେ ସେହି କିଟ୍ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ରେ ୧୯୯୮ ମସିହା ମାର୍ଚ୍ଚ ରେ ସହକାରୀ ଟ୍ରେନିଂ ଅଫିସର ଭାବେ ନିଯୁକ୍ତି ପାଇଥିଲେ l ସେହି ଦିନଠାରୁ ଆଜକୁ ଦୀର୍ଘ ୨୨ ବର୍ଷ ଧରି ଗୋଟିଏ ସଂସ୍ଥା ଅଧୀନରେ ନିଷ୍ଠାର ସହିତ କାର୍ଯ୍ୟ କରିବା ସହିତ ସମସ୍ତ ଅଧିକାରୀ ଙ୍କ ଆସ୍ଥାଭାଜନ ହୋଇପାରିଥିଲେ l ଏହିଭଳି ନିଷ୍ଠାପର କାର୍ଯ୍ୟ ପାଇଁ ତାଙ୍କୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ "ବେଷ୍ଟ ଷ୍ଟାପ ଅପ୍ ଇଅର୍ 2019 " ସମ୍ମାନ ପ୍ରଦାନ କରାଯାଇଛି l କିଟ୍ ଓ କିସ୍ ପକ୍ଷରୁ ଏହି ପରିପେକ୍ଷିରେ ଶ୍ରୀଯୁକ୍ତ ସତ୍ୟାନନ୍ଦ ମହାରଣା ଙ୍କୁ ଗୋଲ୍ଡ ପଦକ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା l RITA vision News 

ସାତ ଫୁଟ୍ ର ଅଜଗର ଉଦ୍ଧାର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଗଞ୍ଜାମ (ବ୍ୟୁରୋ) ୭ ଫୁଟର ଅଜଗରକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ଆଇଆରଇ ଷ୍ଟାଫ କ୍ୱାଟର ମଧ୍ୟରୁ ଏକ ୭ ଫୁଟର ଅଜଗରକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନ। ଗତକାଲି ସନ୍ଧ୍ୟା ସମୟରେ ଏକ ଅଜଗର ସାପ କ୍ୱାଟର ମଧ୍ୟରେ ଥିବା ଗାର୍ଡ ରୁମ ନିକଟରେ ଥିବା କର୍ମଚାରୀମାନେ ଦେଖିଥିଲେ।ଏହାପରେ ସେମାନେ ଵ୍ରହ୍ମପୁର ରେଞ୍ଜରଙ୍କୁ ସାପଟି ବିଷୟରେ ଜଣାଇଥିଲେ ଏବଂ ରେଞ୍ଜରଙ୍କ ତତ୍ୱବାଧାନ କ୍ରମେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ଓ ଶ୍ରୀକାନ୍ତ ନାହାକ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟି ସାତ ଫୁଟ ଲମ୍ବର ହୋଇଥିବା ବେଳେ ରାତ୍ର ସମୟ ହୋଇଥିବାରୁ ବନ୍ୟାଞ୍ଚଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ସକାଳ ସମୟରେ ସାପଟିକୁ ଘଞ୍ଚ ଜଙ୍ଗଲ ଭିତରେ ନେଇ ଛଡା ଯିବ ବୋଲି କହିଛନ୍ତି ରେଞ୍ଜର ରାଜା ରାଓ ସୁବୁଦ୍ଧି।

ଯାଜପୁର, ଟାଟା ଷ୍ଟିଲ ପକ୍ଷରୁ ଅରୁଣିମା କର୍ଯ୍ୟକ୍ରମ ଅନୁଷ୍ଠିତ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ଯାଜପୁର /କଳିଙ୍ଗନଗର - ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଅରୁଣିମା କର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି l ଏହି ଅବସରରେ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ର ବିକାଶ ପାଇଁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସହିତ ଅଞ୍ଚଳରେ ବିକାଶ ପାଇଁ ଓ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ ଜାରି ରଖାଯାଇଛି l ଏହି କର୍ଯ୍ୟକ୍ରମ ସୁକିନ୍ଦା ବ୍ଲକ ର ସୁକିନ୍ଦା ଭବନ ଠାରେ ଆୟୋଜିତ ହୋଇଅଛି l ଏହି କର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବାକୁ ଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି l ବିଶେଷ କରି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନ ପ୍ରଦର୍ଶନୀ ବିଶେଷ ଆକର୍ଷଣ ଥିଲା l ସକାଳ ଘ. ୧୦.୩୦ ମି. ରେ ଅରୁଣିମା ସ୍ଵାଗତ ଭାଷଣ, ଉଦଘାଟନ, ନିର୍ବାଚିତ ପଞ୍ଚାୟତ ସମିତି ସଭ୍ଯ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଓ ସ୍ୱାଗତମ୍ ନୃତ୍ୟ ପରିବେଷଣ ହୋଇଥିଲା l ଏହାପରେ ଡ. ଅମ୍ବିକା ନନ୍ଦ ଙ୍କ ଦ୍ଵାରା ଜ୍ୟୋତି ଫିଲୋସଫି ଯାତ୍ରା ଆରମ୍ଭ ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଜ୍ୟୋତି ଫିଲୋସଫି ସ୍କଲାରସିପ୍ ପ୍ରଦାନ କରିଥିଲେ l 

ହାତୀ ମାନଙ୍କ ଜୀବନ ଯାଉଛି କଣ ପାଇଁ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଢେଙ୍କାନାଳ ( ବ୍ୟୁରୋ ) - ଗଜରାଜ ଙ୍କ ପାଇଁ ଚଳିତ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଘାତକ ବର୍ଷ ବୋଲି ଗଣନା କରାଯାଏ l କାହିଁକି ନା ଆମେ ଦେଖୁଛନ୍ତି ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ, ଦୁର୍ଘଟଣାରେ ହାତୀ ମାନଙ୍କ ଜୀବନ ଯାଉଛି ନଚେତ୍ ହାତୀଙ୍କ ଦ୍ଵାରା ସାଧାରଣ ଲୋକଙ୍କ ଜୀବନ ଯାଉଛି l ଏହିଭଳି ଏକ ଦୁର୍ଘଟଣା ଘଟି ଯାଇଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏ ନ୍ଏଚ୍-୫୫ର ସଦର ରେଞ୍ଜ୍ ଜୀବନଖୋଲ ନିକଟରେ ଟ୍ରକ୍ ଧକ୍କାରେ ହାତୀ ମୃତ; ଦୁର୍ଘଟଣା ପରେ ଡ୍ରାଇଭର ଚମ୍ପଟ୍, ଦୁର୍ଘଟଣା ଘଟାଇଥିବା ଟ୍ରକ୍ ତଳେ ମୃତ ହାତୀଟି ଚାପି ହୋଇ ରହିଛି, ହାତୀର ଦାନ୍ତଟି ଭାଙ୍ଗି ଖଣ୍ଡେ ଦୂରରେ ପଡ଼ିଛି, ଆଉ ଗୋଟିଏ ହାତୀ ଆହତ ହୋଇ ଜଙ୍ଗଲକୁ ପଳାଇଥିବା ସୂଚନା ମିଳିଛି l ଏହିଭଳି ଜଙ୍ଗଲୀ ଜନ୍ତୁ ମାନଙ୍କର ଗାଁ ଓ ସହର ମୁହାଁ ହେବାର ଗୋଟାଏ କାରଣ ହେଉଛି ବୃକ୍ଷଛେଦନ ଓ ପରିବେଶ କୁ ଦୂଷିତ କରି ଆଧୁନିକତା ର ମାୟା ସଭ୍ୟତାର ବିକାଶ ନିମନ୍ତେ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ଆର୍ଥିକ ଅଭିବୃଦ୍ଧି ଆଡ଼କୁ ମୁହାଁଉଥିବା ଦେଖାଯାଇଛି l କଳକାରଖାନା ପ୍ରତିଷ୍ଠା ହେବା ଦ୍ଵାରା ଜଳସ୍ତର ହ୍ରାସ ପାଇଛି, ତେଣୁ ଝରଣା, ପୋଖରୀ ସବୁ ଶୁଖି ଯାଉଛି l ବନ୍ୟ ପ୍ରାଣୀଙ୍କ ଖାଦ୍ୟ ଓ ପାନୀୟର ଅଭାବରୁ ସେମାନେ ନିଜର କର୍ମମୟ ଜୀବନକୁ ସଂଚାଳନ କରିବାକୁ ଗାଁ ଓ ସହର ଆଡ଼କୁ ଆସିବାକୁ ବାଧ୍ଯ ହେଉଛନ୍ତି l ଆମେ ମଣିଷ ଏହାର ସମାଧାନର ପନ୍ଥା ଗ୍ରହଣ କଲେ ଏହିଭଳି ଦୁର୍ଘଟ...

ପୁଣି ଏକ ଜୀବନ ନେଲା ନରହନ୍ତା ଦନ୍ତl, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର - ଦନ୍ତl ହାତୀ ଦାନଗଦି ବ୍ଳକ ର କଣ୍ଟିପୁର୍ ଜଙ୍ଗଲ ରେ କାଲି ରାତିରେ ରହି ରାତିରେ ଜିନ୍ଦାଲ ଷ୍ଟିଲ ର ଲେବର କଲୋନୀର ପାଚେରୀ ଭାଙ୍ଗି ପକାଇଛି l ଫରେଷ୍ଟ ଡିପାର୍ଟମେଣ୍ଟ ରାତି ସାରା ଉଜାଗର ରହି ହାତୀ ଘଉଡାଇ ବା ପାଇଁ ପ୍ରୟାସ ଜାରି ରଖିଛି l ଲୋକ ଆତଙ୍କିତ ହୋଇ ଛାତ ଉପରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି l ଆଜି ସନ୍ଧ୍ୟାରେ ଫରେଷ୍ଟର ଟିମ ଦାନଗଦି ବ୍ଲକ ମାନଗୋବିନ୍ଦ ପୁର, ଧପଙ୍କି, ଧୂଳିଗଡ଼ ଜଙ୍ଗଲରେ ପାଖରେ ପହଁଚି ଗ୍ରାମବାସୀଙ୍କ ସହଯୋଗ ନେଇ ହାତୀ ଘଉଡାଇବା  ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ହାତୀ ଧପଙ୍କି ଗ୍ରାମର ଟୁନା ଜେନା ର ପୁଅ ସତ୍ୟବ୍ରତ ଜେନା ଙ୍କ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ମାନଗୋବିନ୍ଦ ପୁର ମଠ ସାହି ର ଦୁଇ ବୃଦ୍ଧ, ବୃଦ୍ଧା ଆହାତ ହୋଇଥିବା ଜଣାପଡିଛି l ଆହତ ଓ ମୃତକ କୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l

ଯାଜପୁର ରେ ବଣୁଆ ହାତୀ ର ଉତ୍ପାତ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲା ରେ ପତିଆରା ବିସ୍ତାର କରି ଚାଲିଛି ବଣୁଆ ହାତୀ l ହାତୀ ଟି କେନ୍ଦୁଝର ବନକ୍ଷେତ୍ରର ଜଙ୍ଗଲ ରୁ ଆସି ଗତକାଲି ରାତିରେ ଯାଜପୁର - କେନ୍ଦୁଝର ସୀମାନ୍ତ ଅଞ୍ଚଳରେ ପହଁଚି ଥିଲା l ସେଠାରେ କିଛି କ୍ଷତି କରି ଲା ପରେ, ଜନସାଧାରଣ ଓ ଯାଜପୁର ରୋଡ଼ ରେଞ୍ଜର ମିଳିତ ଭାବେ ତଡିଦେଲେ l କିନ୍ତୁ ହାତୀ ତାର ଗତିପଥ ବଦଲାଇ ବ୍ରାହ୍ମଣୀ ନଦୀ କୂଳରେ କୂଳରେ ଯାଇ ସନ୍ଧ୍ୟାରେ କୋରେଇ ଥାନା ଅନ୍ତର୍ଗତ ଶଙ୍ଖଚିଲl- ଗୋଡ଼ି ପାଟଣା ଗ୍ରାମର ଇଶ୍ଵର ଚନ୍ଦ୍ର ଦାସ (୫୫) ଓ ଚିନ୍ତାମଣି ରାମ୍ (୬୦) କୁ ଦଳିଚକଟି ଦେଇଥିବା ବେଳେ ସେମାନଙ୍କ ର ମୃତ୍ଯୁ ଘଟିଛି l ସେହିଭଳି ରାଧା ପାଟଣା ଗ୍ରାମର ମନୋରଞ୍ଜନ ପରମାଣିକ (୩୧) ଓ ଗୁରୁସାହି ର ପବନା ଗୁରୁ (୫୫) ହାତୀ ଆକ୍ରମଣରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାଯାଇଛି l ଫରେଷ୍ଟ ବିଭାଗ  ସୂଚନା ପାଇ ହାତୀ କୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି l ଲୋକଙ୍କ ହୋ ହାଲ୍ଲା ପାଇଁ ହାତୀ ର ଉତ୍ପାତ ବଢ଼ିଯାଇଥିଲା ତେଣୁ ସେ ଭୟଙ୍କର ହୋଇ ଦୌଡୁଥିବା ଦେଖିବାକୁ ମିଳିଥିଲା ବୋଲି କେତେକ ଦେଖଣାହାରୀ ଙ୍କ ସୂତ୍ରରୁ ଜଣ ପଡିଛି l 

ଯାଜପୁର, ଉଦଯାପିତ ହୋଇଯାଇଛି ରାଜେଶ ସ୍ମାରକୀ ବାର୍ଷିକ କ୍ରୀଡା ଉତ୍ସବ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ରାଜେଶ ସ୍ମାରକୀ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ।  ବୀଣାପାଣି ଯୁବକ ସଂଘ ଅନ୍ୟ ପାଇଁ ଉଦାହରଣ: ପ୍ରୀତିରଂଜନ ଟମକା: ୩୭ ତମ ରାଜେଶ ମେମୋରିଆଲ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଏକ ବର୍ଣ୍ଣ।ତ୍ୟ ପରିବେଶରେ ୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣୀ ଉତ୍ସବରେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ସଂଘ ସଂଗଠନ ଓ ଜନସେବା ମାଧ୍ୟମରେ ସଂଘ ଜିଲ୍ଲାରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ସେଥିପାଇଁ ସଂଘର ଯୁବକ ପ୍ରଶଂସାର ପାତ୍ର ବୋଲି ମତ ପୋଷଣ କରିବା ସହ ଉତ୍ତିର୍ଣ୍ଣ ପ୍ରତିଯୋଗିଙ୍କୁ ପୁରସ୍କାରେ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେଡ଼ି ଉପ ସଭାପତି ପବିତ୍ର ମୋହନ ମହାପାତ୍ର, ବ୍ଲକ ଯୁବ ବିଜେଡ଼ି ସଭାପତି ମହେଶ୍ଵର ଗୁରୁ, ଦେବୀ ପ୍ରସାଦ ମହାନ୍ତି, ଯୁବ ନେତା ପ୍ରଦୀପ ନାୟକ, ମନୋଜ ବେହେରା, ନରୋତ୍ତମ ବେହେରା, ସୁରେଶ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ସଂଘର ସଭାପତି ତଥା ବ୍ଳକ୍ ଯୁବ ବିଜେଡି ସାଧାରଣ ସମ୍ପାଦକ ଇଂ ସୌମ୍ୟରଂଜନ ମହାପାତ୍ର ଓ ସରପଂଚ ଦ୍ବାରିକାନାଥ ଦାସଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ସଂଘର ବରିଷ୍ଠ ସଦସ୍ୟ ଦିଲ୍ଲିପ କୁମାର ପ୍ରଧାନ, ଜର୍ମାନୀ ଦାସ, ନୃପମଣି ଦାସ, ପାର୍ଥସାରଥୀ ବେହେରା, ରାଜେଶ ଦାସ, ପ୍ରବୀର କୁମାର ବ...

ଉପାନ୍ତ ଅଞ୍ଚଳରେ ପଶୁ ଚିକିତ୍ସା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ଯାଜପୁର /ସୁକିନ୍ଦା - କଟକ ଡିଭିଜନ ସୁକିନ୍ଦା ବନ ବିଭାଗ ପକ୍ଷରୁ ମହାଗିରି ପାଦଦେଶରେ ଥିବା ଗ୍ରାମଗୁଡିକ ର ଗୃହପାଳିତ ପ୍ରାଣୀଙ୍କର ଟିକାକରଣ ଓ ଚିକିତ୍ସା ଶିବିର ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବନ୍ଧଗାଁ ପଞ୍ଚାୟତ ର ରାଙ୍କିଆ, ପିମ୍ପୁଡିଆ ପଞ୍ଚାୟତ ର ବାମନଗର ଗ୍ରାମର ଗୃହପାଳିତ ପଶୁ ମାନଙ୍କୁ ଟିକାକରଣ କରାଯାଇଥିଲା। ସୁକିନ୍ଦା ପ୍ରାଣୀ ଚିକିତ୍ସାଳୟ ସହାୟତା ରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଖେନ୍ଧୁ ରାୟଙ୍କ ନେତୃତ୍ବରେ ଚିକିତ୍ସକ ଦଳ ଗୃହପାଳିତ ପ୍ରାଣୀଙ୍କ ଠାରେ ହେଉଥିବା ଆନ୍ଥ୍ରାକ୍ସ, ବସନ୍ତ, କୃମି ନାସକ, କ୍ୟାଲ୍ସିୟମ୍, ଫାଟୁଆ ଆଦି ରୋଗର ନିରାକରଣ ପାଇଁ ବିଭିନ୍ନ ଔଷଧ ଓ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ। ଏହି ଅବସରରେ ସୁକିନ୍ଦା ବନାଞ୍ଚଳ ଅଧିକାରୀ ବିପିନ ବିହାରୀ ରାଉତରାୟ ଙ୍କ ନିର୍ଦ୍ଦେଶରେ ଫରେଷ୍ଟର ନରେସ୍ ଟୁଡୁ, ଫରେଷ୍ଟ ଗାର୍ଡ ସୁଶାନ୍ତ ନାୟକ, ବିମଳ ବରାଳ ପ୍ରମୁଖ ବନବିଭାଗ କର୍ମଚାରୀ ଏହି ଚିକିତ୍ସା ଶିବିରକୁ ପରିଚାଳନା କରିଥିଲେ।

୩୭ ତମ ରାଜେଶ ମେମୋରିଆଲ୍ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ...

Image
ଯାଜପୁର /ଦାନଗଦି - ବୀଣାପାଣି ଯୁବକ ସଂଘ, ଟମକା ଆନୁକୂଲ୍ୟରେ ୩୭ ତମ ରାଜେଶ୍ ମେମୋରିଆଲ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି ଇଂ ସୌମ୍ୟରଂଜନ ମହାପାତ୍ର ଏବଂ ବରିଷ୍ଠ ଉପଦେଷ୍ଟା ଦ୍ବାରିକାନାଥ ଦାସଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଏକ ବିଶାଳ ଗଣଦୌଡ଼ କୁ ୮ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ତଥା ନିର୍ବାଚନ ମଣ୍ଡଳି ଯୁବ ବିଜେଡ଼ି ସଭାପତି ପ୍ରଦୀପ କୁମାର ମହାନ୍ତି ଉଦଘାଟନ କରିବା ସହ ଏହି ଗଣ ଦୌଡ଼ ରେ ସାମିଲ ହୋଇ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ । ଗଣ ଦୌଡ ମିନି ଷ୍ଟାଡିୟମରେ ପହଞ୍ଚିବା ପରେ ଦାନଗଦୀ ବ୍ଲକ୍ ଯୁବ ବିଜେଡି ସଭାପତି ମହେଶ୍ଵର ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କ୍ରୀଡା ପତ୍ତାକା ଉତ୍ତୋଳନ କରି କ୍ରୀଡା ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ବ୍ଲକ୍ ଯୁବ ବିଜେଡ଼ି ଉପସଭାପତି ନରୋତ୍ତମ ବେହେରା, କିଆଝର ପଞ୍ଚାୟତ ବିଜେଡ଼ି ସଭାପତି ବିପିନ ବିହାରୀ ସେଠୀ, ସାଧାରଣ ସମ୍ପାଦକ ଗୁଣଧର ମହାନ୍ତ , ଦେଉଳକଣ ପଞ୍ଚାୟତ ଯୁବ ବିଜେଡ଼ି ସଭାପତି ସୁରେଶ ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିବା ବେଳେ ୨୧ ତାରିଖ ଦିନ ଉଦଯାପନି ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ସ୍ଥାନୀୟ ବିଧାୟକ ପ୍ର...

ଯାଜପୁର ର ଗୌରବ ଆଣିବେ ସିଦ୍ଧାର୍ଥ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ଯାଜପୁର - ପୁରାତନ ଛାତ୍ର ନିଜ ବିଦ୍ୟଳୟ ର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଶା l ଯାଜପୁର ଜିଲ୍ଲାର ଦଶରଥପୁର୍ ବ୍ଲକ ଅନ୍ତର୍ଗତ ଅହି ହାସ ଠାରେ ଥିବା ଅହିହାସ ବିଦ୍ୟାଳୟ ର ପ୍ରାମାଣିକ ଚଳଚ୍ଚିତ୍ର ମାଧ୍ୟମରେ ଲୋକଲୋଚନକୁ ନିଜ ବିଦ୍ୟଳୟ ର ସମସ୍ତ ଆଯୋଜନ ବିଷୟ ଉପରେ ଆଧାରିତ ପ୍ରକାଶ କରିଛନ୍ତି ପୁରାତନ ଛାତ୍ର ସିଧ୍ୟାର୍ଥ ଦାସ ଘର ତରପଦା ,ବାପା ଉମାକାନ୍ତ ଦାସ ,ମାତା ସଞୁଲତା ଦାସ, ଶିକ୍ଷା ସ୍ନାତକୋତ୍ତର , ସମାଜ ସେବା । ଏହିପରି ମହାନ୍ କାର୍ଯ୍ୟ ପାଇଁ ଯୁବସମାଜ ମନରେ ଯଦି ମୁଁ ନିଜର ଭଲପାଇବା ଦେଇପାରିବି ନମସ୍ତେ ମୋ ପରି କିଛି ସାମାଜିକ ବିକାଶ କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ସିଦ୍ଧାର୍ଥ l ଯଦି ସଠିକ୍ ମାର୍ଗରେ ପରିଚାଳିତ ହେଉଛି ତେବେ ନିଶ୍ଚୟ ସମାଜ ଏହାକୁ ଗ୍ରହଣ କରିବା ସହିତ ଜନସାଧାରଣ ଙ୍କ ନିକଟତର ହେବାପାଇଁ ରାସ୍ତା ଖୋଲିବ l ritavisionnews.blogspot.com 

ଯୁବତୀଙ୍କୁ ଧର୍ଷଣ କରିବା ପରେ କଣ କଲା ପିଶାଚ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଝୁମ୍ପାଣ ଗ୍ରାମକୁ ମକର ଉତ୍ସବ ନିମନ୍ତେ ବୁଲିବାକୁ ଯାଇଥିଲା l ପରେ ଏହିଭଳି ଏକ ଘଟଣା ଘଟିଯିବ ତାହା ତାକୁ ଜଣା ନ ଥିଲା l ଯାତ୍ରା ରୁ କୋଣସି ଦୁର୍ବୃତ୍ତ ଯୁବତୀ କୁ ଉଠାଇ ନେଇଥିଲା ପାଖ ଜଙ୍ଗଲ କୁ କଳିଙ୍ଗନଗର ଥାନା ଅନ୍ତର୍ଗତ ହାତୀମୁଣ୍ଡା ସାହି ପାଖକୁ l ସେଠାରେ ତାର ଇଜ୍ଜତ୍ ନେବା ସହିତ ଜୀବନରୁ ମାରିଦେବା ପାଇଁ ପଛାଇଲା ନାହିଁ l ଜୀବନ ରୁ ମାରି ଏକ ପଳାଶ ଗଛର ଡାଳ ରେ ଟାଙ୍ଗୀ ଚମ୍ପଟ୍ ମାରିଥିଲା ଯୁବକ l ଘରଲୋକେ ଝିଅକୁ ଆସିବା ଡ଼େରି ହେବାରୁ ବହୁତ୍ ଖୋଜାଖୋଜି କରି ଥିଲେ, ଲୋକେ ସକାଳୁ ଛେଳି ଚରାଇବାକୁ ଜଙ୍ଗଲ କୁ ଯାଇଥିଲା ବେଳେ ଗଛରେ ଯୁବତୀ ର ଝୁଲନ୍ତା ଅବସ୍ଥାରେ ଦେଖି ଗାଁ ଲୋକଙ୍କୁ ଜଣାଇବା ସହିତ ଯୁବତୀ ର ଘରକୁ ଖବର ଦେଇଥିଲେ l ଯୁବତୀ ଜଣକ ହାତୀ ମୁଣ୍ଡା ସାହି ର ପାଲ ଜାରିକା (୨୨) l କଳିଙ୍ଗନଗର ପୋଲିସ୍ ଘଟଣା ସ୍ଥଳରେ ସନ୍ଧାନୀ କୁକୁର ସହିତ ପହଂଚି ଥିବା ବେଳେ ଶବ ଉଦ୍ଧାର କରାଯାଇଛି l ଶବ ବ୍ୟବଚ୍ଛେଦ କରାଯିବା ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l ପୋଲିସ୍ ଘଟଣା ର ତୁରନ୍ତ ତଦନ୍ତ କରି ଅପରାଧୀ କୁ ଫାଶି ଦେବାକୁ ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି l

ବ୍ୟାସନଗର ରେ ମକର ସଂକ୍ରାନ୍ତି ପାଳନ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

Image
ମକର ସଂକ୍ରାନ୍ତି ଉପଲକ୍ଷେ କଳସ ଶୋଭାଯାତ୍ରା ଓ ମହାଯଜ୍ଞ l ଯାଜପୁର /ବ୍ୟାସନଗର - ହିନ୍ଦୁ ଧର୍ମ ର କିଛି ବାରମାସରେ ତେର ପର୍ବ ପର୍ବାଣୀ l ଏହି ଅବସରରେ ଗତ ୧୫ ତାରିଖ ଦିନ ବ୍ୟାସନଗର ପୌରପରିଷଦ ର ମୁଣ୍ଡମାଳ ଗ୍ରାମରେ ବହୁ ଆଡ଼ମ୍ବର ସହକାରେ ମକର ସଂକ୍ରାନ୍ତି ପାଳନ କରାଯାଇଛି l ପ୍ରତ୍ୟୁଷରୁ ପବିତ୍ର ବ୍ୟାସସରୋବର ପିଠ ଠାରୁ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଯୋଗଦେଇ କଳସ ଯାତ୍ରା ଆରମ୍ଭ କରିଥିଲେ l ମୁଣ୍ଡମାଳ ଗ୍ରାମର ମହାତ୍ମା କମିଟି ସଭାପତି ବାବୁଲି ପାତ୍ର ଓ ହିନ୍ଦୁ ସୁରକ୍ଷା ସେନା ର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି l କଳସ ଯାତ୍ରା ପରେ ଅହୋରାତ୍ର ମହା ଯଜ୍ଞ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ନିଜର କର୍ମମୟ ଜୀବନକୁ ଆଲୋକିତ କରିବା ପାଇଁ ଭଗବାନ ଙ୍କ ନିକଟରେ ପାର୍ଥନା କରିଥିଲେ l ଗ୍ରାମର ଶତାଧିକ ଯୁବଗୋଷ୍ଠୀ ଶାନ୍ତି ଶୃଙ୍ଖଳାର ସହ ଏହି ଧାର୍ମିକ କାର୍ଯ୍ୟ ପାଇଁ ନିଜର କାଯ୍ୟ ସମ୍ପାଦନା କରିଥିଲେ l

ଉପାନ୍ତ ଅଞ୍ଚଳରେ ଏହିପରି କର୍ଯ୍ୟ କୁ ଲୋକଙ୍କ ପ୍ରସଂଶା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
                                                                                                                                                                       ମାଲାକନଗିରି (ବ୍ୟୁରୋ) - ପୋଲିସ, ଏସ୍ଓଜି, ବି ଏସଏଫ ତିଆରି କଲେ:      ହନ୍ତାଳଗୁଡାରୁ ଯୋଡ଼ାମ୍ବକୁ ରାସ୍ତା l ଉପାନ୍ତ ଅଞ୍ଚଳରେ ଉନ୍ନୟନ କାମ କରିବାକୁ ପ୍ରୟାସ ଜାରୀ l   ମାଲକାନଗିରି ଜିଲ୍ଲା ମାଓ ପ୍ରବଣ ଅଂଚଳରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ବିଚ୍ଛିନାଞ୍ଚଳକୁ ପାହାଡ଼, ନଦୀ ଓ ଝରଣା ଘେରି ରହିଛି। ଉକ୍ତ ଅଞ୍ଚଳକୁ ରାସ୍ତା ନ ଥିବାରୁ ଯାତାୟାତ ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍...

ଜଗସିଂପୁର ପୁସ୍ତକ ମେଳା ରେ ମହାମହିମ ରାଜ୍ୟପାଳ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ଜଗତସିଂହପୁର ଠାରେ ଅନୁଷ୍ଠିତ ଏକବିଂଶତମ ଜଗତସିଂହପୁର ପୁସ୍ତକ ମେଳା ରେ ଯୋଗଦେଲେ ଓଡିଶା ରାଜ୍ୟର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ମୁଦୁଲି, ପାରାଦ୍ୱୀପ ନିର୍ବାଚନମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଗଣ।

ବସ୍ ଓଲଟିଲା, ବସ୍ ଯାତ୍ରୀଙ୍କୁ ଶାହା ହେଲେ ଇଶ୍ଵର l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
 କଟକ (ବ୍ୟୁରୋ) - ୬୫ ନମ୍ବର ରାଜ୍ୟ ରାଜପଥ ଆଠଗଡ ଥାନା ଅନ୍ତର୍ଗତ ଉଦୟପୁର ନିକଟରେ ବସର ବେରିଙ୍ଗ ଭାଙ୍ଗି ଯିବାରୁ ଭାରସାମ୍ଯ ହରାଇ ରାସ୍ତା କଡକୁ ଲେଉଟିଲା ଯାତ୍ରୀବାହୀ ବସ '' ମହାବୀର'' ୩୦  ରୁ ଉର୍ଦ୍ଧ ଯାତ୍ରୀ ଆହାତ ସମସ୍ତ ଯାତ୍ରୀ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି।୧୩ ତାରିଖ ଅପରାହ୍ନ ୪.୩୦ ସଯୟରେ କଟକରୁ ଢେଙ୍କାନାଳ ଜିଲ୍ଲାର ଭାପୁରକୁ ଯାଉଥିବା ଯାତ୍ରୀବାହୀ ବସର ବେରିଙ୍ଗ ଭାଙ୍ଗି ଯିବାରୁ ୬୫ ନମ୍ବର ରାଜ୍ଯ ରାଜପଥର ଉଦୟପୁର ନିକଟରେ ଭାରସାମ୍ଯ ହରାଇ ରାସ୍ତା କଡକୁ ବସଟି ୨ ଗଡା ପଲଟା ମାରି ଓଲଟିବାରୁ ସେଥିରେ ଆସୁଥିବା ୩୦ ଉର୍ଧ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି। ତେବେ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ ମାନେ ।ତେବେ ଖବରପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଅଗ୍ନିଶମ ବିଭାଗ ୧୦୮ ଆମ୍ବୁଲାନ୍ସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହାତ ମାନଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ସେମାନଙ୍କ ମଧ୍ୟରୁ ୪ ଜଣ ଉଲ୍ଲାସ ନାୟକ ଓ ମାନି ନାୟକ,ପ୍ରଶାନ୍ତ ପ୍ରଧାନ,ତବସୁନ ଖାଁ ଙ୍କ ଅବସ୍ଥା ଗୁରତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।ଅନ୍ଯ ୨୨ ଜଣଙ୍କର ଆଠଗଡ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ସମସ୍ତଙ୍କ ର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।ଡାକ୍ତରଖାନାରେ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ ,ସହକାରୀ ଜିଲ୍ଲାପ...

ମାନବିକତା ଥିଲେ ମଣିଷ ସବୁ ସ୍ଥାନରେ ସମ୍ମାନ ର ପାତ୍ର ହୋଇପାରେ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
କୋରାପୁଟ (ବ୍ୟୁରୋ) - ପୁଣିଥରେ ମାନବିକତାର ଦୃଷ୍ଟାନ୍ତ ଦେଇଛନ୍ତି କୋରାପୁଟର ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ଅନୁଗୁଳିଆ । ଗତକାଲି ମାଲକାନଗିରି ଜିଲ୍ଲାର ବାଲିମେଳାର ଯୁବକ ସନିଆ ଦିସାରୀ ଭାଇଙ୍କୁ କୃତ୍ରିମ ଗୋଡ ଲଗାଇବାକୁ ତାଙ୍କୁ ଭୂବନେଶ୍ୱର ମେଡିକାଲକୁ ପଠାଇଲେ । ତାଙ୍କର ସମସ୍ତ ପ୍ରକାରର ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ନିଜେ ବହନ କରିବା ସହିତ କିଛି ସରକାରୀ ସହାୟତା ମଧ୍ଯ ଯୋଗାଇ ଦେଇଛନ୍ତି । ତତ୍ ସହିତ ତାଙ୍କର ସମସ୍ତ ଦେଖାଶୁଣା କରିବା ଦାୟିତ୍ବ ନିଜର ସାନଭାଇ ଶ୍ରୀମାନ୍ କିରଣ କୁମାର ଅନୁଗୁଳିଆ ଙ୍କୁ ସମର୍ପଣ କରିଛନ୍ତି ଏବଂ ଉକ୍ତ ସନିଆ ଭାଇଙ୍କ ସହିତ ଲବ ପାତ୍ର ଯାଇଛନ୍ତି ।    ସୂଚନା ଅନୁଯାୟୀ ବିଗତ  ୨୦୧୭ ମସିହା ରେ ବାଇକରେ ଯାଉଥିବା ସମୟରେ ଅକସ୍ମାତ ଭାରସାମ୍ଯ ହରାଇ ମହାବାହୁ ବସ ସହିତ ଦୁର୍ଘଟଣାର ଶିକାର ହୋଇଥିଲେ । ସେହି ଘଟଣା ପରେ ତାଙ୍କୁ ଅସ୍ତ୍ରୋପଚାର କରି ଆଣ୍ଠୁ ପର୍ଯ୍ୟନ୍ତ କାଟି ଦିଆଯାଇଥିଲା । କିଛିଦିନ ପୂର୍ବରୁ ଶ୍ରୀଯୁକ୍ତ ଆଲୋକ କୁମାର ଅନୁଗୁଳିଆ ସାର୍ ଉକ୍ତ ଖବର ପାଇ ତାଙ୍କୁ ଏକ କୃତ୍ରିମ ଗୋଡ ଲଗାଇବାର ବ୍ୟବସ୍ଥା କରିଛନ୍ତି । ବିଗତ ବର୍ଷ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମାଝୀଗୁଡାର ସନିଆ ଗୁଟାଙ୍କର ସଫଳ ଚିକିତ୍ସା ପରେ ଶ୍ରୀଯୁକ୍ତ ଆଲୋକ କୁମାର ଅନୁଗୁଳିଆ ସାର୍ ପୁଣିଥରେ ଏହି ପଦକ୍ଷେପ ନେଲେ । ଅନେକ ଲୋକଙ୍କୁ ଅନ୍ଧକାରରୁ ଆଲୋକ ପ୍ର...

କଲେଜ୍ ରେ ଘଟିଲା ଏହିପରି କାଣ୍ଡ ଆପଣ ସମ୍ପୂର୍ଣ୍ଣ ରିପୋର୍ଟ ପଢିଲେ ଜାଣିପାରିବେ l

Image
ସୁକିନ୍ଦା ବ୍ଲକ ର ହରିପୁର ପଞ୍ଚାୟତ ର ଭାରତୀ ବିହାର ମହାବିଦ୍ୟାଳୟ ରେ ପୂର୍ବ ଘଟଣା କୁ ନେଇ ଛାତ୍ର ଶିକ୍ଷକ ମୁଁହା ମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା ।ପୂର୍ବ ଶନିବାର ଦିନ ମହାବିଦ୍ୟାଳୟ ରେ ଛାତ୍ର ଅଶାନ୍ତି ଦେଖା ଦେବାରୁ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ବିଭାଗର ଅଧକ୍ଷ,ଦୀନବନ୍ଧୁ ସେଠି ଜଣେ ଛାତ୍ର ଦେବବ୍ରତ ଦେବ ଙ୍କ ନାମରେ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଫଳରେ ଛାତ୍ର ଦେବବ୍ରତ ଦେବ କୁ ସେହିଦିନ ସ୍ଥାନୀୟ ପୋଲିସ ସହାୟତାରେ ଜିଲ୍ଲା କାରାଗାରକୁ ପଠାଇଦିଆଯାଇଥିଲା । ଆଜି ସେହି ଛାତ୍ର କୋର୍ଟ ରୁ ବେଲ ହୋଇ ଫେରିବା ପରେ ମହାବିଦ୍ୟାଳୟ ରେ ଛାତ୍ର ମାନଙ୍କ ମଧ୍ୟରେ ଅଶାନ୍ତ ସୃଷ୍ଟି ହୋଇ କୋର୍ଟ ଚାଲାଣ ଛାତ୍ର କୁ ସମର୍ଥନ କରି ବହୁ ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ର ଗେଟ କୁ ତାଲା ପକାଇ ଗେଟ ସାମ୍ନାରେ ବସିଥିଲେ ଦୀର୍ଘ ସମୟ ବସି ଶିକ୍ଷକଙ୍କ ବିରୁଦ୍ଧରେ ନାରାବାଜି ଦେବା ପରେ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ବିଭାଗ ର ଅଧକ୍ଷ ଦୀନବନ୍ଧୁ ସେଠିସ୍ଥାନୀୟ ପ୍ରଶାସନ କୁ ସୂଚନା ଦେବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଓ ଆଡିସନାଲ ତହସିଲଦାର ଅସିତ ମହାନ୍ତି ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କୁ ବୁଝେଇବା ପରେ ଛାତ୍ର ଛାତ୍ରୀ ମାନେ ଗେଟ ଆଗରୁ ଉଠିଥିଲେ ପରେ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କୋର କମିଟି ର ସମସ୍ତ ସଦସ୍ୟ ବ୍ଲକ ଉପଧକ୍ଷ ଦିବ୍ୟରଞ୍ଜନ...

ପୋଲିସ୍ କବଜା ରେ ଗଞ୍ଜେଇ ମାଫିଆ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ନନ୍ଦପୁରବ୍ଲକ ଅନ୍ତର୍ଗତ ପିତାଗୁଡା ଚେକଗେଟ ଠ।ରେ ନନ୍ଦପୁର ପୋଲିସ ଖବର ପାଇ ପ୍ରାୟ ୪୦୫କେଜି ୫୩୦ଗ୍ରାମ ଗଞ୍ଜେଇ ଜବତ କରିଛି ନନ୍ଦପୁର ପୋଲିସ। ସୂଚନା ମୁତାବକ ପୋଲିସ ପେଟ୍ରୋଲିଙ୍ଗ କରିବା ସମୟରେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଝଲାପୁଟ ଠାରୁ ଏକ ପିକଅପ୍ ଭ୍ଯାନ (ଓଆର୧୦ଡି୪୫୦୮)ରେ ଗଞ୍ଜେଇ ଜୟପୁରକୁ ଚାଲାଣ ହେଉଥିଲା ତେଣୁ ଏସ୍ ଡି ପିଓ ତପନ କୁମାର ମହାନନ୍ଦିଆଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ପୋଲିସ ଓ ଆଇଆଇସି କପିଳାସ ବେହେରା ପିତାଗୁଡା ଗେଟ ଠାରେ ପଚାର ଉଚାର କରି ଏହି ପିକଅପ୍ ଭ୍ଯାନ ଜବତ କରି ଗଞ୍ଜେଇ ସହ ୩୭୦ଟଙ୍କା ଓ ତିନୋଟି ମୋବାଇଲ ଫୋନ ଜବତ କରିଛି ନନ୍ଦପୁରପୋଲିସ।ଗଞ୍ଜେଇର ଦାମ ୬ଲକ୍ଷ ରୁ ଉର୍ଦ୍ଧ ବୋଲି ଜଣାପଡିଅଛି I ସମସ୍ତ ଗିରଫ ମାନଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି l 

ସରକାରୀ ବାବୁଙ୍କ ମହାନୀୟତା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ଯାଜପୁର - ସରକାରୀ ସ୍ତରରେ ସେବା ଯୋଗାଇ ଆସୁଛନ୍ତି ସେ, ସରକାରୀ କର୍ମଚାରୀ ଭାବେ ସବୁବେଳେ କର୍ମ ତତ୍ପରତା ଭିତରେ ମନ ଭିତରେ ଥାଏ ଆଉ ଏକ ପ୍ରଶ୍ନ, କେତେବେଳେ ସମୟ ମିଳିଲେ ସାଧାରଣ ନିରାଶ୍ରୟ ଅସହାୟ ଏବଂ ନିହାତି ଦରିଦ୍ର ଶ୍ରେଣୀ ପାଇଁ କିଛି ସମୟ ତାଙ୍କରି ସେବାରେ ନିଜକୁ ନିୟୋଜିତ କରି ଥାଆନ୍ତି ଏହି ବ୍ୟକ୍ତି l ସେ ହେଉଛନ୍ତି ଯାଜପୁର ଜିଲ୍ଲାର କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ମହାଶୟ l ଏହି କର୍ଯ୍ୟକ୍ରମ ସେ କେବେଠୁ କରିଚାଲିଛନ୍ତି l ତାଙ୍କର ପ୍ରଚେଷ୍ଟାରେ ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ସହର ସାହି ଓ ମୁଣ୍ଡା ସାହି ର ପ୍ରାୟ ୫୦ ଜଣ ନିରାଶ୍ରୟ ଅସହାୟ ଏବଂ ନିହାତି ଦରିଦ୍ର ଲୋକଙ୍କୁ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ମହୋଦୟ ପହଞ୍ଚି ଶୀତ ବସ୍ତ୍ର (କମ୍ବଳ) ବଣ୍ଟନ କରିଥିଲେ l ସାଧାରଣ ଲୋକଙ୍କ ନିକଟରେ କିଛି ସମୟ କଟାଇ ସେମାନଙ୍କ ଭଲମନ୍ଦ ବୁଝି ଥିଲେ l ଏହି ଅବସରରେ କଳିଙ୍ଗନଗର ପ୍ରେସ୍ ଫୋରମ ର ସାମ୍ବାଦିକ ଶ୍ରୀଯୁକ୍ତ ରଙ୍ଗବଲ୍ଲଭ ସାହୁ, ପରମାନନ୍ଦ ଦାସ, ଉମାକାନ୍ତ ମହାପାତ୍ର ଓ ଦୁଷ୍ମନ୍ତ କୁମାର ଘଡାଇ ସହଯୋଗ କରିଥିଲେ l ଆଗାମୀ ଦିନରେ ଆହୁରି ବିସ୍ତୃତ ଭାବରେ ଲୋକମାନଙ୍କୁ ଏହି ସେବା ଯୋଗାଇଦେବା ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ସୂଚନା ଦେଇଛନ୍ତି l ଏହିଭଳି ମହତ୍ ଓ ମ...