Posts

Showing posts from September, 2021

ପିପିଲି ଉପନିର୍ବାଚନ ଆଜି ଭୋଟ୍ ଗ୍ରହଣ ଆରମ୍ଭ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ପିପିଲି ଉପନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍‌ ଗ୍ରହଣ। କୋଭିଡ୍‌ ଗାଇଡ୍‌ଲାଇନ୍ ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଏହା ସନ୍ଧ୍ୟା ୬ଟା ଯାଏଁ ଚାଲିବ। ସକାଳୁ ସକାଳୁ ଭୋଟରମାନେ ବିଭିନ୍ନ ବୁଥ୍‌ରେ ଧାଡ଼ିରେ ଛିଡ଼ା ହୋଇ ସେମାନଙ୍କ ମତ ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି। ଏହି ଉପନିର୍ବାଚନ ପାଇଁ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଥିପାଇଁ ୩୪୮ଟି ବୁଥ୍ କରାଯାଇଛି। ୩୪୮ଟି ବୁଥ୍‌ ମଧ୍ୟରୁ ୨୦୧ଟି ସମ୍ବେଦଶୀଳ ରହିଛି। କୌଣସି ପ୍ରକାର ଗଡ଼ବଡ଼କୁ ରୋକିବା ପାଇଁ ଏହି ସମ୍ବେଦନଶୀଳ ବୁଥ୍ ଗୁଡ଼ିକ ମଧ୍ୟରୁ ୧୭୫ଟିରେ ୱେବ୍‌କାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି। ସେହିପରି ୨୩ଟି ବୁଥ୍‌ରେ ମାଇକ୍ରୋ ଅବଜରଭର୍ ମୁତୟନ ହୋଇଛନ୍ତି। ସମସ୍ତ ବୁଥ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୁଇ ହଜାରରୁ ଅଧିକ ପୁଲିସ୍ ଫୋର୍ସଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ୩ କମ୍ପାନୀ ବିଏସ୍‌ଏଫ୍ ଅଛନ୍ତି। ସେହିପରି ଭୋଟ୍‌ ଗ୍ରହଣ କାର୍ଯ୍ୟରେ ୨୨୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବିଜେଡି ପକ୍ଷରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହରାଥୀ ଏଠାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ...

एकलव्य इंस्टिट्यूट में विश्व हृदय दिवस मनाया.

Image
हरियाणा (ब्यूरो रिपोर्ट) :-  29 सितंबर 2021 को अखिल भारतीय मानव कल्याण ट्रस्ट ने सेक्टर 21 स्थित एकलव्य इंस्टिट्यूट में विश्व हृदय दिवस मनाया जिसमें हृदय रोग विशेषज्ञ डॉ पंकज मोहन शर्मा ने 50 लोगों की निशुल्क जांच की और दवाई दी इस अवसर पर चीफ वार्डन सिविल डिफेंस व प्राथमिक सहायता के ऑथराइज्ड प्रवक्ता डॉ एमपी सिंह ने एक सेमिनार सेमिनार का आयोजन किया ताकि अधिक से अधिक लोग जागरूक हो सके और भविष्य में होने वाले नुकसान से बचा जा सके डॉ एमपी सिंह ने बताया कि पीठ के ऊपरी हिस्से में दर्द होना सांस का फूलना सीने में दर्द होना भूख कम लगना दिल का तेज धड़कना दाढ़ दांत में दर्द होना आदि हृदय आघात के चिन्ह और लक्षण है हृदय आघात से बचने के लिए अखरोट बादाम  अलसी सोयाबीन खाना चाहिए नियमित रूप से योग व व्यायाम करना चाहिए धूम्रपान नहीं करना चाहिए नशा आदि से दूर रहना चाहिए वजन को नियंत्रण में रखना चाहिए तला तेज मिर्च मसाले व बासी भोजन नहीं करना चाहिए स्वास्थ्यवर्धक भोजन खाना चाहिए प्रतिदिन 4 से 5 किलोमीटर की तेज गति से मॉर्निंग या इवनिंग वॉक करनी चाहिए सीजन के फल और सब्जी ...

କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l  ଏହି ସଭା ରେ ନୂତନ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ୩ ଜଣ ଜିଲ୍ଲା ସ୍ତରୀୟ ପଦାଧିକାରୀ ଯଥା ଶ୍ରୀ ପ୍ରଦୀପ ଦାସ ଜିଲ୍ଲା ଉପସଭାପତି, ଶ୍ରୀ ବିଶ୍ୱଜିତ୍ ପ୍ରଧାନ ଜିଲ୍ଲା ସମ୍ପାଦକ, ଶ୍ରୀ ପ୍ରଦୀପ ସାହୁ ଜିଲ୍ଲା ସହ ପ୍ରଭାରୀ ଙ୍କୁ ସ୍ଵାଗତ କରାଯିବା ସହ ସମ୍ବର୍ଦ୍ଧନା ଦିଆଗଲା।  ଏହି ସଭାକୁ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ଶ୍ରୀ ସନ୍ତୋଷ ଭୋଳ, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ସୁଶିଲ ସାହୁ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ, ନଗର ସୂଚନା ପ୍ରମୁଖ ଗଣେଶ୍ୱର ରଥ, ସୈଲେନନ୍ଦ୍ର ନାଏକ, ରାଜୁ ନାଏକ, ଅଶୋକ ସିଂ, ଶରତ ସାହୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ନୂତନ ସଦସ୍ୟ ମାନେ ନିଜ ନିଜ ଅଭିଭାଷଣ ରେ ଆଗାମୀ ଦିନ ରେ ସମସ୍ତେ ସଂଗଠିତ ହୋଇ ଏକ ତ୍ରୀତ ହୋଇ ଏକ ମନ ଏକ ପ୍ରାଣ ସହ ଏକ ପରିବାର ଭଳି କାମ କରି ସଂଗଠନ କୁ ଆହୁରି ସୁଦୃଢ କରିବା ନେଇ ମତବ୍ୟକ୍ତ କରିଥିଲେ।

ବିଦ୍ୟୁତ ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବଲାଙ୍ଗୀର ଜିଲ୍ଲା ବିଦ୍ୟୁତ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଘେରାଉ ଓ ଦାବୀପତ୍ର ପ୍ରଦାନ l

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ରାଜ୍ୟରେ ମାତ୍ରାଧିକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଏବଂ ବଲାଙ୍ଗୀର ସହର ତଥା ଏହାର ଆଖପାଖ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦ ରେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଆଜି ତାରିଖ ୨୮/୦୯/୨୦୨୧ ମଙ୍ଗଳବାର ଦିନ ସକାଳ ୧୧ ଟା ସମୟରେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ରେ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଙ୍କ ଉପସ୍ଥିତି ରେ ପେଳେସ୍ ଲାଇନ୍ ସ୍ଥିତ ବିଦ୍ୟୁତ୍ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।  ଓଡ଼ିଶା ସରକାର TPWODL ସହିତ ଚୁକ୍ତିବଦ୍ଧ କଲାପରେ ସାରା ରାଜ୍ୟ ରେ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟେକ ସ୍ଲାବ୍ ରେ ଏବଂ ପ୍ରତ୍ୟେକ ୟୁନିଟ୍ ରେ ୫୦ ପଇସା ବୃଦ୍ଧି କରିଛନ୍ତି ଯେଉଁଥି ପାଇଁ ସାଧାରଣ ଲୋକଙ୍କୁ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ତତ୍ ସହିତ ରାଜ୍ୟ ର ବିଭିନ୍ନ ଜାଗାରେ ଏବଂ ମୁଖ୍ୟତଃ ବଲାଙ୍ଗୀର ସହର ଓ ଏହାର ପାଖାପାଖି ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଲୋକ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ସମ୍ପର୍କ କରି ଜଣାଇଲେ ମଧ୍ୟ ଅସୁବିଧା ର ସମାଧାନ ହୋଇପାରୁନାହିଁ କିମ୍ବା କୌଣସି ଫଳପ୍ରଦ ହୋଇପାରୁନାହିଁ।  ବରଂ ଅଭିଯୋଗକାରୀ ଙ୍କ ବିରୁଦ୍ଧ ରେ ଆକ୍ରୋଶମୂଳକ ଭାବେ ପଦକ୍ଷେପ ନେଉଛନ୍ତି ଏବଂ ...

ଭୁବନେଶ୍ୱର କ୍ଲବ ନିର୍ବାଚନ, ସଭାପତି ଭାବେ ନିର୍ବାଚିତ ହେଲେ ଅସିତ୍ ତ୍ରିପାଠୀ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ବହୁ ଦିନରୁ ଖାଲିଥିବା ଭୁବନେଶ୍ବର କ୍ଲବ ର ଆସନ ପୂରଣ ହୋଇଛି l ଶେଷ ହୋଇଛି ଭୁବନେଶ୍ୱର କ୍ଲବର ନିର୍ବାଚନ । ଫଳାଫଳ ଘୋଷଣା ସରିଛି, ଯାହାର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ଅସିତ୍ ତ୍ରିପାଠୀ । ସେ ତାଙ୍କ ପ୍ରତିଯୋଗୀଙ୍କଠାରୁ ୨୭୮ ଭୋଟ୍ ଅଧିକ ପାଇଁ ଭୁବନେଶ୍ୱର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଅସିତ ତ୍ରିପାଠୀଙ୍କୁ ମୋଟ ୭୭୬ ଭୋଟ୍ ମିଳିଥିବାବେଳେ ତାଙ୍କ ପ୍ରତିଯୋଗୀ ବିଜୟ ପଟ୍ଟନାୟକଙ୍କୁ ୪୯୮ ଭୋଟ୍ ମିଳିଥିବା ସୂଚନା ମିଳିଛି । ଭୁବନେଶ୍ୱର କ୍ଲବର କର୍ମକର୍ତ୍ତା ନିର୍ବାଚନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା । ଯାହାକି ରବିବାର ଶେଷ ହୋଇଥିଲା । ଦୁଇ ଦିନରେ ମୋଟ୍ ୧୨୬୯ ଜଣ ମତଦାନ କରିଥିବା ବେଳେ ସୋମବାର ଅପରାହଣ ଭୋଟ୍‌ ଗଣତି ହୋଇଥିଲା । କ୍ଲବର ନିର୍ବାଚନ ପାଇଁ ୫ଟି ବୁଥ୍ ହୋଇଥିବା ବେଳେ ୫ଟି ଲେଖାଏଁ ବାଲାଟ୍ ପେପର୍ ହୋଇଥିଲା । ସଦସ୍ୟମାନେ ପ୍ରାର୍ଥୀଙ୍କ ନାମ ନିକଟରେ କ୍ରସ୍‌ ଚିହ୍ନ‌ ମାରି ଭୋଟ୍ ଦେଇଥିଲେ । ନିର୍ବାଚନ ସରିବା ପରେ ଜଉମୁଦ ଦେଇ ଭୋଟ୍‌ ବାକ୍ସଗୁଡ଼ିକୁ ସିଲ୍‌ କରାଯାଇଥିଲା । ଯାହାକୁ ଆଜି ଅପରାହଣ ଖୋଲାଯିବା ସହିତ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ଦୀର୍ଘ ବର୍ଷ ପରେ ସଭାପତି ପଦ ପାଇଁ ଭୋଟିଂ ହେବା ସହ ଅସିତ୍ ତ୍ରିପ...

ତାଳଦଣ୍ଡା କେନାଲ ରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର l

Image
କଟକ(ବ୍ୟୁରୋ ରିପୋର୍ଟ ):- ଆଜି ସକାଳୁ ମାଲ ଗୋଦାମ ଥାନା ଅନ୍ତର୍ଗତ ତାଳଦଣ୍ଡା କେନାଲ ରେ ଜୈନକା ମହିଳା ଙ୍କ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ସୂଚନା ଦେଇଥିଲେ।ମାଲଗୋଦାମ ଥାନା ପୋଲିସ ଘଟଣା ସ୍ଥଳରେ ପହଁଛି ମୃତ ଦେହ କୁ ଜବଦ କରି କଟକ ବଡ଼ ମେଡିକାଲ (ଏସ ସି ବି)  କୁ  ପୋଷ୍ଟମର୍ଟମ କରିବାକୁ ପଠାଇ ତଦନ୍ତ ଆରମ୍ଭ କରିଛି।ମହିଳା ଙ୍କ ପରିଚୟ ମିଳି ପାରିନାହିଁ l

ଆଇ ପି ଏଲ୍ ଖେଳ କୁ ନେଇ ବେଟିଂ ଆଡ଼ା ଉପରେ ଚଢ଼ାଉ, ୬ ଜଣ ଗିରଫ l

Image
ଗଞ୍ଜାମ (ବ୍ୟୁରୋ ରିପୋର୍ଟ) :-  ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଠାରେ IPL କ୍ରିକେଟ ଖେଳ କୁ ନେଇ ବେଟିଂ ଆଡ଼ା ଚାଲିଥିବା  କୌଣସି ସୂତ୍ରରୁ ଖବର ପାଇ, ପାଟପୁର ଥାନା ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ୍ ଭାବେ ଟଙ୍କା କାରବାର ନେଇ ୬ ଜଣ ଯୁବକ ଙ୍କୁ ଗିରଫ କରାଯାଇଥିଲା l ଏବଂ ସେମାନଙ୍କ ଠାରୁ ନଗଦ ଅର୍ଥ ୧ ଲକ୍ଷ ୬୦ ହଜାର ୫୦୦ ଟଙ୍କା  ସହିତ ୮ ଗୋଟି ମୋବାଇଲ୍ ଫୋନ୍ କୁ ପୋଲିସ ଜବଦ କରିଛି l ଗିରଫ ଛଅ ଅଭିଯୁକ୍ତ ଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ୍ I 

ଓଡ଼ିଶା ସରକାର ଙ୍କ ପକ୍ଷରୁ ଲୋକପ୍ରିୟ ରିପୋର୍ଟର ସ୍ଵର୍ଗତ ଅରିନ୍ଦମ ଦାସ ଙ୍କ ପରିବାର କୁ ସହାୟତା ପ୍ରଦାନ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗତକାଲି ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭିର ଚିଫ ରିପୋଟର୍‌ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।  ତାଙ୍କ ପରଲୋକ ସମ୍ବାଦ ପାଇ ସୂଚନା ଓ ଲୋକସଂପର୍କ ବିଭାଗର ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଂଜନ ମଙ୍ଗରାଜ ଘୋର ବ୍ୟଥିତ ହୋଇଥିଲେ ଓ ଅରିନ୍ଦମ ଦାସଙ୍କ ପରିବାରକୁ ତୁରନ୍ତ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ପୂର୍ବାହ୍ନରେ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଅନୁକମ୍ପା ରାଶି ବାବଦରେ ୪ ଲକ୍ଷ ଟଙ୍କାର ଏକ ଚେକ୍‌ ମଞ୍ଜୁର କରାଯାଇ ତାଙ୍କ ପତ୍ନୀ ଶ୍ରୀମତୀ ସମୀକ୍ଷା ବେହେରାଙ୍କ ନିକଟକୁ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜ ପଠାଇଛନ୍ତି ।

ବୋଟ୍ ଓଲଟିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ ): - କଟକ ମୁଣ୍ଡଳିରେ ଗତକାଲି ରବର ବୋଟ୍ ଓଲଟି ପଡ଼ିବା ପରେ ନିଖୋଜ ଥିବା ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତଦେହଟି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ମୁଣ୍ଡଳି ସ୍ଥିତ ଓଡ୍ରାଫ୍ କ୍ୟାମ୍ପକୁ ନିଆଯାଇଥିବା ସୂଚନା ମିଳିଛି। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୁଣ୍ଡଳି ବ୍ରିଜ୍ ନିକଟରେ ମହାନଦୀରେ ଦନ୍ତା ହାତୀଟିଏ ଫସି ରହିଥିବା ବେଳେ ତାକୁ କୂଳକୁ ଘଉଡ଼ାଇ ଆଣିବା ପାଇଁ ଓଡ୍ରାଫ୍‌ର ଏକ ଟିମ୍ ରବର ବୋଟ୍ ସାହାଯ୍ୟରେ ସେଠାକୁ ଯାଇଥିଲା। ଖବର ପ୍ରସାରଣ ପାଇଁ ସେମାନଙ୍କ ସହିତ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ଯାଇଥିଲେ। ତେବେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବୋଟ୍‌ଟି ଓଲଟି ପଡ଼ିବା ପରେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ଅରିନ୍ଦମ ଓ ସୀତାରାମ ଭାସି ଯାଇଥିଲେ। ଅରିନ୍ଦମଙ୍କୁ ଉଦ୍ଧାର କରାଯାଇଥିଲା। ତେବେ କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ସୀତାରାମଙ୍କ ପତ୍ତା ମିଳୁ ନଥିଲା। ତାଙ୍କୁ ଖୋଜିବାକୁ ଗତକାଲିଠୁ ପ୍ରୟାସ ଜାରି ରହିଥିଲ...

ଦୀର୍ଘ ଘଣ୍ଟା ହେଲା ଫସିଛି ହାତୀ, ଉଦ୍ଧାର କାର୍ଯ୍ୟ ଆରମ୍ଭ ବେଳେ ଏକାଧିକ ଆହାତ ଜଣେ ସାମ୍ବାଦିକ ଙ୍କ ମୃତ୍ୟୁ l

Image
କଟକ(ବ୍ୟୁରୋ ରିପୋର୍ଟ ): - ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର ଲାଗି ଆରମ୍ଭ ହେଲା  । ଚନ୍ଦକାରୁ ଆସିଥିବା ୧୦ ଜଣିଆ ବିଶେଷଜ୍ଞ ଦଳ ମୁଣ୍ଡଳୀରେ ପହଞ୍ଚିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ହାତୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳୁ ହାତୀ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରୟାସ ଜାରି ରହିଥିବା ବେଳେ ତାହା ଫେଲ୍‌ ମାରିଛି। ତେଣୁ କ୍ରେନ୍‌ ସାହାଯ୍ୟରେ ହାତୀକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ହାତୀଟି ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ୟା ଜଳର ପ୍ରଖର ସ୍ରୋତରେ ପାଣି ମଝିରେ ଅଟକି ରହିଥିବା ବେଳେ ବାହାରି ପାରୁନି। ଅପରପକ୍ଷେ, ହାତୀକୁ ଖାଇବାକୁ କଦଳୀ ଦିଆଯାଇଥିବା ବେଳେ ତାହାକୁ ସେ ଗ୍ରହଣ କରୁନି। ତେଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଭିତରେ ରହିଲେ ହାତୀର ଜୀବନ ପ୍ରତି ବିପଦ ଦେଖାଯାଇପାରେ। ତେଣୁ ହାତୀ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବନ ବିଭାଗର ବରିଷ୍ଠ ଅଧିକାରୀ, ଅଗ୍ନିଶମ ଅଧିକାରୀ, ଓଡ୍ରାଫ୍ ଟିମ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏନେଇ ରେଞ୍ଜର କହିଛନ୍ତି, ହାତୀଟି ଭୟଭୀତ ହୋଇଯାଇଥିବାରୁ ପାଣି ଅତିକ୍ରମ କରିପାରୁନି। ତଥାପି ସେ ନିଜ ଚେଷ୍ଟା ଅବ୍ୟାହତ ରଖିଛି। ଓଡ୍ରାଫର ସ୍ୱତନ୍ତ୍ର ଟିମ୍‌ ଆସି ପହଞ୍ଚିଛନ୍ତି। ରଶି ସାହାଯ୍ୟରେ, ଟାୟାର ସାହାଯ୍ୟରେ ହାତୀକୁ ଉଦ୍ଧାର ପାଇଁ ...

ଭାଜପା ଯାଜପୁର ଜିଲ୍ଲା ଉପ ସଭାପତିଙ୍କ ଇସ୍ତଫା l

Image
ଯାଜପୁର : - ସୁକିନ୍ଦାର ଭାଜପା ନେତା ତଥା ଯାଜପୁର ଜିଲ୍ଲା ଭାଜପା ଉପ ସଭାପତି ପୁଷ୍ପକ ମହାପାତ୍ର ତାଙ୍କ ପଦ ଓ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି l ସେ ତାଙ୍କର ଇସ୍ତଫାପତ୍ର ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଇବା ସହ ତାହାର ନକଲ ରାଜ୍ୟ ସଭାପତି, ରାଜ୍ୟ ସଂଗଠନ ସମ୍ପାଦକ ଓ ଜିଲ୍ଲା ପ୍ରଭାରୀଙ୍କୁ ପ୍ରଦାନ କରିଥିବା ଏକ ବିବୃତିରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି l

ଶିକ୍ଷା ପ୍ରଦାନ କରିବା ନାମରେ ମହା ଠକେଇ, ନକଲି ବି.ଇ.ଡି. ଶିକ୍ଷା ସଂସ୍ଥା ଠାବ I

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଉଚ୍ଚ ଶିକ୍ଷା ନାମରେ ବି ଠକେଇ l ଏହି ପରି ଏକ ରାକେଟ ସକ୍ରିୟ ହୋଇଥିବା ବେଳେ ଏହାର ଶିକାର ହୋଇଛନ୍ତି ଓଡ଼ିଶାର ୪୦ ରୁ ଅଧିକ ଛାତ୍ରଛାତ୍ରୀ l ରାଜ୍ୟ ର ଯାଜପୁର, ଭଦ୍ରକ, ଖୋର୍ଦ୍ଧା ଜିଲ୍ଲା ମାନଙ୍କରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପ୍ରଲୋଭନ ଦେଖାଇ ପ୍ରାୟ ୧ ୧କୋଟି ୬୦ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ଯାଜପୁର ରୋଡ଼ ଆଦର୍ଶ ଥାନା ର ଅଧିକାରୀ ଉପେନ୍ଦ୍ର ପ୍ରଧାନ ଙ୍କ ପରାମର୍ଶ କ୍ରମେ ଦାନଗଦି ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଏହି ରକେଟ କୁ ଧରିବାରେ ସକ୍ଷମ ହୋଇଛନ୍ତି l  ସୂଚନା ରୁ ପ୍ରକାଶ ଯେ( KIEMS) କିଇମ୍ସ ନାମକ ଏକ ଘରୋଇ ସଂସ୍ଥା ରାଜ୍ୟର ଭଦ୍ରକ ଜିଲ୍ଲା ଓ ଯାଜପୁର ଜିଲ୍ଲା ରେ କାର୍ଯ୍ୟାଳୟ (Office) ଖୋଲି ତିନି ଜିଲ୍ଲାର ୪୦ ଜଣ ଛାତ୍ରଛାତ୍ରୀ ଙ୍କୁ BEd . ପ୍ରଶିକ୍ଷକ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି l ଏହି ସଂସ୍ଥା ଛାତ୍ରଛାତ୍ରୀ ଙ୍କୁ ନକଲି ପରୀକ୍ଷା ଆଡମିଟ କାର୍ଡ ଦେଇ ଆନ୍ଧ୍ରପ୍ରଦେଶ ନେଇ ଯାଇଥିଲେ                     ଠକ ସଂସ୍ଥା ର ଦଲାଲ୍   l ସେଠାରେ ପରୀକ୍ଷା କେନ୍ଦ୍ର ଉକ୍ତ ସଂସ୍ଥା ର ଆଡମିଟ କାର୍ଡ କୁ ନକଲି ବୋଲି ଦର୍ଶାଇ ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇ...

ସ୍ମାର୍ଟ ସିଟି ଭୁବନେଶ୍ବର ରେ ସୁରକ୍ଷିତ ନୁହଁନ୍ତି ବାସିନ୍ଦା, ଚାହୁଁ ନାହୁଁ ଚାଲିଯାଏ ଜୀବନ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :-  ରାଜଧାନୀ ଭୁବନେଶ୍ୱରରେ ନାଳରେ ପଡ଼ି ନିଖୋଜ ହେବାର ପ୍ରାୟ ୨୦ ଘଣ୍ଟା ପରେ ମିଳିଲା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କର ମୃତଦେହ। ପଞ୍ଚସଖା ନଗର ପାଖ ଡ୍ରେନରୁ ମିଳିଲା ତାଙ୍କ ମୃତଦେହ। ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦିନ ପ୍ରାୟ ୧୦ଟା ବେଳେ ପଞ୍ଚସଖା ନଗର ପାଖ ଡ୍ରେନରୁ ଅଗ୍ନିଶମ କର୍ମଚାରୀମାନେ ଏକ ମୃତଦେହ ଉଦ୍ଧାର କରିଥିଲେ। ତେବେ ସଙ୍ଗେ ସଙ୍ଗେ ଏହା ଜ୍ୟୋତିପ୍ରକାଶଙ୍କ ମୃତଦେହ ନା ନୁହେଁ, ତାହା ଜଣାପଡ଼ି ନଥିଲା। ମୃତଦେହକୁ ଏମ୍ସରେ ତାଙ୍କ ସଂପର୍କୀୟମାନେ ଚିହ୍ନଟ କରିଥିଲେ। ଗତକାଲି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ହୋଇଥିବା ଜ୍ୟୋତିପ୍ରକାଶଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ହୁଏତ ସଙ୍ଗେ ସଙ୍ଗେ ଖୋଜାଖୋଜି ଆରମ୍ଭ କରାଯାଇଥିଲେ ସେ ଜୀବିତ ମିଳିପାରିଥା’ନ୍ତେ ବୋଲି ସେମାନେ କୋହଭରା କଣ୍ଠରେ କହିଛନ୍ତି I  ଗତକାଲି ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ଗଣ୍ଡମୁଣ୍ଡା ନାଳ ନିକଟରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ କହିଥିଲେ। ଏହାପରେ ଖୋଜାଖୋଜି କରାଯାଇଥିଲେ ବି କିଛି ସନ୍ଧାନ ମିଳିପାରି ନ ଥିଲା। ଏହାପରେ ଆଜି ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଗଣ୍ଡମୁଣ୍ଡା ନାଳଠୁ ପଞ୍ଚସଖା ନାଳ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ଅଗ୍ନିଶମ କର୍ମଚାରୀ। ଏହାପରେ ପଞ୍ଚସଖା ନାଳ ନିକଟରେ ମୃତଦେ...

ଜାତୀୟ ରାଜପଥରୁ ଗୋମାଂସ ବୋଝେଇ କଣ୍ଟେନର ଜବଦ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଗାଡି ନମ୍ବର( DL1G-C4302) କଟକ ରୁ ବେଙ୍ଗଲ ଅଭିମୁଖେ ଯାଉଥିଲା l କୁଆଖିଆ ନିକଟସ୍ଥ ବିଲିପଡ଼ା ଠାରେ NH 16 ର କଡ଼ରେ  ଠିଆ ହୋଇଥିଲା ବେଳେ ଗାଡ଼ିରୁ ରକ୍ତ ବାହାରିବାର ଦେଖି ଗୋମାଂସ ଯାଉଥିବାର ସନ୍ଧେହରେ ବିଲିପଡା ଗ୍ରାମବାସୀ ଓ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗୀ ଦଳ ର ସହଯୋଗ ରେ ଗାଡି କୁ ଜବତ କରିଥିଲେ l  ଗାଡିକୁ କୁଆଖିଆ ପୋଲିସ କୁ ହସ୍ତାନ୍ତର କରିଥିଲେ l କୁଆଖିଆ ପୋଲିସ ଡ୍ରାଇଭର ଓ ହେଲପର କୁ ନିଜ କବଜା କୁ ନେଇ କେସ୍ ନଂ 313/21 ରେ ମାମଲାରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା l ଗାଡ଼ିରେ କଣ ଅଛି ଜାଣିବା ପାଇଁ ସ୍ଥାନୀୟ ତହସିଲଦାର, ଆରାଇ, ବିଶ୍ଵହିନ୍ଦୁ ପରିଷଦ ର ସଭ୍ୟ,ପାଣିକୋଇଲି ଆଇଆଇସି ,ଜନସାଧାରଣ ଉପସ୍ଥିତି ରେ କଣ୍ଟେନର ଖୋଲାଯାଇଥିଲା l  ଗାଡି ଭିତରେ ଗୋମାଂସ ର ପ୍ୟାକେଟ୍ ଥିବା ଦେଖିବାକୁ ମିଳିଥିଲା l ଯାହାର ଆନୁମାନିକ ଓଜନ ୩୦କେଜି ଓଜନ ର ୬୦୦ ପ୍ୟାକେଟ୍ ଗୋମାଂସା ଥିବାର ଅନୁମାନ କରାଯାଉଛି l ଶେଷରେ ଜବଦ ହୋଇଥିବା ଗୋମାଂସ କୁ ଛଡେଇଧାର ନିକଟ ପଡିଆରେ ପୋତା ହୋଇଯାଇଛି l  ବାରମ୍ବାର ଏହିଭଳି ଭାବରେ ଗୋମାଂସ ଚାଲାଣ ହେଉଥିବାର ଦେଖା ଯାଉଛି l ଆଗକୁ କିଭଳି ଭାବରେ ଏହି ଭଳି ଅପରାଧ ନହେବ ସେଥିପାଇଁ ଯାଜପୁର ପ୍ରଶାସନ ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ...

ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ l

Image
ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) :- ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ଖଡଗପ୍ରସାଦ ନିକଟରେ ଥିବା ଲାନକୋ ବାବନ୍ଧ ପାୱାର ଲିମିଟେଡ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି କମ୍ପାନୀ ୨୦୧୬ ମସିହାରୁ ବନ୍ଦ ହୋଇ ପଡ଼ିଥିଲା। ତେବେ ଏନସିଏଲଟି ପକ୍ଷରୁ ଏହି କମ୍ପାନୀକୁ ବିକ୍ରି କରି ଦିଆଯାଇଛି।  କମ୍ପାନୀର ୧୨୩୦ ଏକର ଜମିକୁ ୯୧ କୋଟି ଟଙ୍କାରେ ବିକ୍ରୀ କରାଯାଇଥିବା ବେଳେ କମ୍ପାନୀର ଅନ୍ୟାନ୍ୟ ସାମଗ୍ରୀକୁ ୧୨୨ କୋଟି ଟଙ୍କାରେ ବିକ୍ରୀ କରାଯାଇଛି। ତେବେ ଏବେବି ଅନେକ ଜମି ହରାଇଥିବା ପରିବାର ସେମାନଙ୍କ କ୍ଷତିପୂରଣ ପାଇ ନ ଥିବା ବେଳେ କର୍ମଚାରୀ ମାନେ ଗତ ତିନି ବର୍ଷ ଧରି ସେମାନଙ୍କ ଦରମା ପାଇ ନାହାନ୍ତି।  ଏହା ସହିତ ଅନେକ ଠିକାଦାର ଓ ସପ୍ଳାୟର ସେମାନଙ୍କ ବାକି ପଇସା ପାଇ ନାହାନ୍ତି। ଏନସିଏଲଟି ଏହି କମ୍ପାନୀକୁ ବିକ୍ରି କରିବା ସମୟରେ କୈାଣସି ଓଡ଼ିଆ ଖବରକାଗଜ ବା ନ୍ୟୁଜ ଚ୍ୟାନେଲରେ ବିଜ୍ଞାପନ ଦେଇନାହିଁ। ତେଣୁ କମ୍ପାନୀ ବିକ୍ରୀ କରାଯିବା ପୂର୍ବରୁ ସମସ୍ତଙ୍କ ବକେୟା ପ୍ରଦାନ କରିବା ଦାବିରେ ଆଜି ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଦାବି କରାଯାଇଛି। ଲୋକମାନଙ୍କ ସମସ୍ତ ଦାବିକୁ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯିବ ବୋଲି ସ୍ଥାନୀୟ ବିଡିଓ ପ୍ରକାଶ କରିଛନ୍ତି l

ଅନାସ୍ଥା ରେ ହାରିଲେ ହିନ୍ଦୋଳ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ରୀନା ବେହେରା l

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦ ରେ ଦୀର୍ଘ ଦଶମସ ଧରି ଚାଲିଥିବା ଅନାସ୍ଥା ଫଳାଫଳର ଆଜି ପୂର୍ଣ୍ଣଛେଦ ପଡ଼ିଛ I ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ରୀନା ବେହେରାଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ୧୨ଜଣ ଦଳୀୟ କାଉଁସିଲର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଥିଲେ l ମାତ୍ର ଏନ ଏ ସି ଅଧ୍ୟକ୍ଷା ମାନ୍ୟବର ହାଇକୋର୍ଟରେ ଏକ କେଶ ରଜ୍ଜୁ କରି ଅନାସ୍ଥା ଭୋଟ ଉପରେ ଷ୍ଟେ ଅଡର ଆଣିଥିଲେ I ଫଳରେ ଅନାସ୍ଥା ଭୋଟ ହୋଇଥିଲେ ମଧ୍ୟ୍ୟ ଫଳାଫଳ ଘୋଷଣା ହୋଇପରିନଥିଲା I                   ଅଧ୍ୟକ୍ଷା ଙ୍କ ଫାଇଲ ଫୋଟ   ମାତ୍ର ଗତ  ୮ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ  ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଚାଲିଥିବା ଅନାସ୍ଥା ମାମଲାର ବିଚାର କରି ଏହି ମଧ୍ୟ୍ୟବର୍ତ୍ତୀକାଳୀନ ରହିତାଦେଶକୁ ଉଠାଇ ଦେଇଥିଲେ I ଫଳରେ ଫଳାଫଳ ଘୋଷଣାର ବାଟ ଫିଟିଯାଇଥିଲା, ଉକ୍ତ ନିର୍ଦେଶନାମା ବଳରେ ହିନ୍ଦୋଳ ତହସିଲ କାାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟନାଥ ମହାପାତ୍ରଙ୍କ ଉପସ୍ଥିତିରେ ଭୋଟ ଗଣତି ହୋଇଥିଲା l  ପରିଶେଷରେ ୧୬ଟିଭୋଟରୁ ବାର ୧୨-୦ ରେ ଅଧ୍ୟକ୍ଷା ପରାଜିତ ହୋଇଥିଲେ ଅନ୍ୟ ଚାରିଜଣ କାଉଁସିଲେର ଭୋଟ ଦେଇନଥିଲେେ l ପ୍ରକାଶ ଥାଉକି ହିନ୍ଦୋଳ ବିଜ୍ଞ...

ଯାଜପୁର ରୋଡ ତାଲୁକ ଆଇନସେବା ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (ବ୍ୟାସନଗର) :- ଯାଜପୁର ରୋଡ ତାଲୁକ ଆଇନସେବା ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ମୁଣ୍ଡମାଳ ଗୋଷ୍ଟି ଉନ୍ନୟନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି l  ବରିଷ୍ଠ ଆଇନଜୀବୀ ସୁବାଷ ଚନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯାଜପୁର ରୋଡର ମାନ୍ୟବର ଅତିରିକ୍ତ ଦୌରାଜଜ ଶ୍ରୀଯୁକ୍ତ ମାନସ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗରିବ ନିରୀହ ନିଷ୍ପେସିତ ଆଦିବାସୀ ଦଳିତ ହରିଜନ ଓ ବୟସ୍କ ଲୋକଙ୍କ ପାଇଁ ମାଗଣାରେ ଆଇନ ସେବା ଯୋଗାଇ ଦେବା ପାଇଁ ଲୋକମାନଙ୍କୁ ମାର୍ଗଦର୍ଶନ ଦେଖାଇଥିଲେ l  ଆଇନସେବା ପ୍ରାଧିକରଣ ତରଫରୁ ସହାୟକ ରୂପେ ରାଜେଶ କୁମାର ରାଉତ ଏବଂ ଶିଶିର କୁମାର ରଥ ଙ୍କ ସହ ଆଡ଼ଭୋକେଟ ରବି ନାୟକ, ସୁବାଷ ବଳ ସାମନ୍ତ, ପୁଷ୍ପା ଓଝା, ପ୍ରଦୀପ ସ୍ୱାଇଁ ଓ ଶୁଭେନ୍ଦୁ ଦାସ ଯୋଗଦାନ କରିଥିଲେ l ଏହି କର୍ଯ୍ୟକ୍ରମ ରେ ଶତାଧିକ  ଗ୍ରାମବାସୀ ଯୋଗଦାନ କରି ମାନ୍ୟବର ବିଚାର ପତିଙ୍କଠାରୁ ଆଇନସେବା ପ୍ରାଧିକରଣ ସମ୍ପର୍କରେ ସମସ୍ତେ ଅବଗତ ହୋଇଥିଲେ l କାର୍ଯ୍ୟକ୍ରମରେ ଅୟୋଜକଭାବେ ସମାଜସେବୀ ବସନ୍ତ କୁମାର ପାତ୍ର ଓ ଅସୀତଦାସ  ସହଯୋଗ କରିଥିଲେ l ବ୍ୟାସନଗର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ ଓ ଦୁଷ୍ମନ୍ତ କୁମାର ରାଉତ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ର ସଫଳରୂପାୟନ ପାଇଁ ଅଇନସେବା ଯାଜପୁରରୋଡ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥ...

ଆମ୍ବୁଲାନ୍ସକୁ ପିଟିଲା ଟ୍ରକ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତ୍ତର l

Image
 ଯାଜପୁର:- ଜିଲ୍ଲା ର 16 ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଟୋଲଗେଟ ନିକଟରେ ଟ୍ରକ ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା l ସୂଚନା ମୁତାବକ ଏକ ଆମ୍ବୁଲାନ୍ସ ପଶ୍ଚିମବଙ୍ଗରେ ରୋଗୀ ଛାଡି ଭୁବେନେଶ୍ୱର ଫେରୁଥିବା ବେଳେ କାଲି ରାତି ପ୍ରାୟ ୯ଟା ସମୟରେ ସୋତୀ ନିକଟରେ ଥିବା ଏକ ଡିଭାଇଡ଼ର ନିକଟରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା I ଫଳରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଟି ନଷ୍ଟ ହୋଇଯାଇଥିବାବେଳେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତ୍ତର ଆହତ ହୋଇଛନ୍ତି I ସୂଚନା ପାଇଁ ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡ୍ରାଇଭରକୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି I ଅନ୍ୟପଟେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଟ୍ରକ ନେଇ ଫେରାର ହୋଇଯାଇଛି l 

ପଦ୍ମଶ୍ରୀ ନନ୍ଦ ମାଷ୍ଟ୍ରେ ସୁକିନ୍ଦା ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ l

Image
  ଯାଜପୁର (ସୁକିନ୍ଦା):- ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ପଞ୍ଚାୟତର କନ୍ତିରା ଗ୍ରାମ ନିବାସୀ ବର୍ଷୀୟାନ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି (ନନ୍ଦ ମାଷ୍ଟ୍ରେ) ଦୀର୍ଘ ୭୫ବର୍ଷଧରି ବିନା ପାରିଶ୍ରମିକରେ କୋମଳମତି ଶିଶୁମାନଙ୍କୁ ଶିକ୍ଷାଦାନ କରି ଆସୁଛନ୍ତି l ଏବେବି ୧୦୪ବର୍ଷ ବୟସରେ ସେ ଶିକ୍ଷାଦାନରୁ ନିବୃତ୍ତ ହୋଇନାହାନ୍ତି l  ତାଙ୍କର ଏହି ସାଧନାକୁ ସ୍ୱୀକୃତି ପ୍ରଦାନକରି କେନ୍ଦ୍ର ସରକାର ଚଳିତ ବର୍ଷ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି l ତାଙ୍କର ଏହି ସ୍ମରଣୀୟ ଅବଦାନ ନିମନ୍ତେ ସୁକିନ୍ଦାର ସତ୍ତାର ସ୍ମୃତି ସଂସଦ, ସତ୍ତାର ବ୍ୟାଡ଼ମିଣ୍ଟନ କ୍ଲବ, ସତ୍ତାର କ୍ରିକେଟ କ୍ଲବ ଓ କଳିଙ୍ଗନଗର ଲlୟନ୍ସ କ୍ଲବ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l  ସ୍ମୃତି ସଂସଦ ପକ୍ଷରୁ ଅଧ୍ୟକ୍ଷ ଯୁବ ସମାଜସେବୀ ଡ. ମଞ୍ଜୁର ଅଲ୍ଲୀ, ସଦସ୍ୟ ସାମ୍ବାଦିକ ଦୟାନିଧି ନାୟକ, ସାମ୍ବାଦିକ ପ୍ରିୟନାଥ କର, ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ଶିକ୍ଷାବିତ ମନୋରଞ୍ଜନ ଦାସ, ବ୍ୟାଡ଼ମିଣ୍ଟନ କ୍ଲବ ପକ୍ଷରୁ ସୂର୍ଯ୍ୟକାନ୍ତ ପlତ୍ର, ଜୁଲଫିକର ଅଲ୍ଲୀ, ଶିବ ପ୍ରସାଦ ସିଂସାମନ୍ତ, କ୍ରିକେଟ କ୍ଲବ ପକ୍ଷରୁ ଅନ୍ତର୍ଯ୍ୟାମୀ ଦ୍ବିବେଦୀ, ଅକ୍ଷୟ କୁମାର ବେହେରା, ଯଶୋବନ୍ତ ସାବତ,  କାର୍ତ୍ତିକଲାଲ ଭଟ୍ଟାଚାର୍ଯ୍ୟ, ସେକ ଲତିଫ, ଲlୟନ...