କଳିଙ୍ଗନଗର ଶିଳ୍ପାଞ୍ଚଳ ଲେବର ହଷ୍ଟେଲ କାର୍ଯ୍ୟ ବନ୍ଦ କରିବା ପଛର ଖଳନାୟକ କିଏ?
ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା କାରଖାନା ଗୁଡିକରେ କାର୍ଯ୍ୟ କରୁଥିବା ଲେବର ମାନଙ୍କୁ ସୁବିଧା ରେ ରହିବା ପାଇଁ ସରକାର ଗୋଟିଏ ଏକ ହଜାର ସଜ୍ଯା ଲେବର ହଷ୍ଟେଲ ର ନିର୍ମାଣ କାର୍ଯ୍ୟ ଦାନଗଦି ବ୍ଲକ ସ୍ଥିତ ଜଖପୁରା ଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଯାହା କି ୪୧.୦୪୧କୋଟି ଟଙ୍କା ବ୍ୟୟ ଅଟକଳ ଖର୍ଚ୍ଚ କରିବା ପାଇଁ ଟେଣ୍ଡର ହୋଇଥିବା ବେଳେ ଡି. କେ ଇଞ୍ଜିନିୟରିଂ ଠିକା ସଂସ୍ଥା କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯାହାକି ଆସନ୍ତା ୨୦୨୪ ମସିହା ମେ ମାସ ୫ ତାରିଖ ରେ ଶେଷ କରିବା ପାଇଁ କାର୍ଯ୍ୟ ସ୍ଥଳରେ ଲାଗିଥିବା ଫଳକରେ ସୂଚନା ଥିବା ଦେଖିବାକୁ ମିଲିଛି। ମାତ୍ର କାର୍ଯ୍ୟ ଟି ସରକାରୀ ହୋଇଥିବା ହେତୁ ଜିଲ୍ଲା ପ୍ରସାସନ ର ବହୁ ସହଯୋଗ ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟ ଟି ଆରମ୍ଭ ହେବା ପୂର୍ବରୁ ବହୁ ଜଖପୁରା ଗ୍ରାମବାସୀ ବିରୋଧ କରିବା ବେଳେ ପ୍ରଶାସନ ପକ୍ଷରୁ କୁହା ଗଲା କି ଏହା ସରକାରୀ କାର୍ଯ୍ୟ ତେଣୁ ଆପଣଙ୍କ ସହଯୋଗ ଆବଶ୍ଯକ ତେଣୁ ଗ୍ରାମବାସୀ ମାନେ ମଧ୍ଯ ସହଯୋଗ କରିଥିବା ବେଳେ କିଛି ମୁଷ୍ଟିମୟ ଲୋକ ନିଜର ଫାଇଦା ପାଇଁ ସ୍ଥାନୀୟ ବିଧାୟଙ୍କର ନାମ ନେଇ ୩୦.୦୫.୨୦୨୩ ରିଖରେ କାର୍ଯ୍ୟ କୁ ବନ୍ଦ କରି ଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ପ୍ରତିଦିନ କୌଣସି ନା କୌଣସି ଉନ୍ନତି ମ...