Posts

Jajpur ବିଦ୍ୟୁତ୍ ଶ୍ରମିକମାନଙ୍କ ଗଣଧାରଣା..

Image
ଯାଜପୁର /ବ୍ୟାସନଗର - ଯାଜପୁର ରୋଡ଼ ବିଦ୍ୟୁତ ବିଭାଗ ଶାଖା ରେ କାର୍ଯ୍ୟରତ ସମସ୍ତ ଶ୍ରମିକ ନିଜର କର୍ମମୟ ଜୀବନର ନ୍ୟାଯ୍ୟ ଅଧିକାର ପାଇଁ ଗଣଧାରଣା ରେ ବସିରହିଥିବା ଖବର ମିଳିଛି l ଯାଜପୁର ରୋଡ଼ ର ନେସ୍କୋ ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନେ ଓଡିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି l ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନଙ୍କୁ ସେମାନଙ୍କର ପ୍ରାପ୍ୟ ପାଉଣା ସଠିକ ସମୟରେ ନ ମିଳିବା, ସେମାନଙ୍କୁ ଅସୁରକ୍ଷିତ ଭାବରେ ଜୋରଜବରଦସ୍ତ ବିପଦପୂର୍ଣ୍ଣ କାଯ୍ୟ କରାଇବା, ବିନା କାରଣ ରେ ସଂଘର ଯୁଗ୍ମ ସମ୍ପାଦକ ଙ୍କୁ ଅନ୍ୟତ୍ର ବଦଳି କରିବା, କର୍ମଚାରୀଙ୍କ ବିଦ୍ୟୁତ ବିଲ୍ ସଂଶୋଧନ ନ କରିବା, ସେମାନଙ୍କୁ ବକେୟା ଦରମା ପ୍ରଦାନ ନ କରିବା, ଠିକା କର୍ମଚାରୀ ଙ୍କୁ ଧାର୍ଯ୍ୟ ଦରମା ପ୍ରଦାନ ନ କରିବା, କର୍ମଚାରୀଙ୍କ ସୁରକ୍ଷା କୁ ଦୃଷ୍ଟି ନ ଦେବା ଆଦି ବିଭିନ୍ନ ପ୍ରକାରର ଦାବି ନେଇ ଏହି ଗଣଧାରଣା ଜାରି ରହିଛି l  ଯଦି ନେସ୍କୋ କର୍ତ୍ତୃପକ୍ଷ ଏହି ଦାବି ପୂରଣ ନ କରନ୍ତି ତେବେ ଏହି ଗଣଧାରଣା ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରିରଖିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି l

Jajpur, TATA କମ୍ପାନୀ ର ଶ୍ରମିକ ମାରଣ ନୀତି..

Image
ଯାଜପୁର /ସୁକିନ୍ଦା - ସୁକିନ୍ଦା ବ୍ଲକ ଅନ୍ତର୍ଗତ ଟାଟା ଷ୍ଟିଲ କ୍ରୋମାଇଟ୍ ମାଇନ୍ସ ରେ ଦେଖାଯାଇଥିବା ଶ୍ରମିକମାନଙ୍କ ଧାରଣା ଏଯାବତ ଏହାର ସମାଧାନର ପନ୍ଥା ବାହାରିଲା ନାହିଁ l ଟାଟା କମ୍ପାନୀ ର ନିର୍ମଳ ଭାବମୂର୍ତ୍ତି ରେ ଆଜି ଶ୍ରମିକ ଶୋଷଣ ଦେଖିବାକୁ ମିଳିଛି l ସୁକିନ୍ଦା ଟାଟା ଷ୍ଟିଲ ମାଇନ୍ସ ରେ ଅଟୋୱାଲ୍ ଓ ଟାଟା କମ୍ପାନୀ ର ଶ୍ରମିକ ନିଜର ନ୍ୟାଯ୍ୟ ଦାବି ପାଇବାରୁ ବଞ୍ଚିତ ହେଉଛନ୍ତି l ଦୀର୍ଘ ଦିନ ହେଲା ଧାରଣା ଦେଇଥିଲେ ମଧ୍ୟ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ l ଏହି ମାମଲାରେ ଏବେ ମୁଣ୍ଡ ପୂରାଇଛନ୍ତି ବିଶ୍ଵ ମାନବାଧିକାର l ଏହି ଅବସରରେ ବିଶ୍ଵ ମାନବାଧିକାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡ. ଅଭିନ୍ନ ହୋତା ଶ୍ରମିକମାନଙ୍କ ସହିତ ଆଲୋଚନା କରିଥିଲେ, I ଶ୍ରମିକମାନେ ଅଭିଯୋଗ କରିଛନ୍ତି କି ଟାଟା ଅଟୋ ୱାଲ୍ କମ୍ପାନୀ ଓ କାଳିଆପାଣି ପୋଲିସ ସେମାନଙ୍କୁ ବିଭିନ୍ନ ସମୟରେ ଧାରଣା ରୁ ନିବୃତ୍ତ ରହିବାକୁ ଧମକ ଦେଉଛନ୍ତି l ରାଷ୍ଟ୍ରୀୟ ଅଧ୍ୟକ୍ଷ ଟାଟା ଓ ଅଟୋୱାଲ୍ କମ୍ପାନୀ ମିଳିତ ଭାବେ ଭୁବନେଶ୍ବର ମାନବାଧିକାର ଠାରେ ଆଲୋଚନା କରି ତୁରନ୍ତ ଏହାର ସମାଧାନର ପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ l ଏହି ଧାରଣା ସ୍ଥଳରେ ମାନବାଧିକାର ସୁଶ୍ରୀ ମାହି ନିଖାତ, ଶ୍ରୀମତୀ ଦେବୀଦତ୍ତ ସାମନ୍ତରାୟ, ଶ୍ରୀମତୀ ଅନୁପମା ପାଢୀ, ଶ୍ରୀମତୀ ସଂଘମିତ୍ରା ମହାନ୍ତି, ଗୋପାଳ ଖଣ୍ଡୁଆଳ, ତୁଷାରକାନ୍ତ ଷଣ୍ଢ, ମନୋଜ କୁମାର ବେହ

ସାଲେପୁର - ସଡ଼କ ଦୁର୍ଘଟଣାରେ ୩ ମୃତ୍ୟୁ...

Image
ସାଲେପୁର - (ବ୍ୟୁରୋ) ସାଲେପୁର କେନ୍ଦୁପାଟଣା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ମୃତ୍ଯୁ ବରଣ କରିବା ଖବର ମିଳିଛି l ତିନି ଜଣ ଯୁବକ ଗୋଟିଏ ମୋଟରସାଇକଲ୍ ରେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ସେମାନେ ରାସ୍ତା ଉପରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ, ପୋଲିସ ସହାୟତାରେ ସେମାନଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ l ସେମାନେ ସେ ଅଞ୍ଚଳର ନନ୍ଦଳାଗଡ଼ ର ବୋଲି ଅନୁମାନ କରାଯାଉଛି l 

ଯାଜପୁର - ସାଇରାତ ଉପରେ ଚଢାଉ...

Image
ଯାଜପୁର /ସୁକିନ୍ଦା - ସୁକିନ୍ଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ ସାଇରାତ୍ ଉପରେ ସୁକିନ୍ଦା ତହସିଲଦାର ଓ ଥାନା ଅଧିକାରୀ ଚଢ଼ାଉ କରିଥିବା ସୂଚନା ମିଳିଛି l ଗତ ୧୩ ତାରିଖରେ ସୁକିନ୍ଦା ଥାନା ଅଧିକାରୀ ଦୁଦୁଜୋରି ପଞ୍ଚାୟତରେ ଚଢ଼ାଉ କରି ବେଆଇନ୍ ମୋରମ୍ ଖୋଦନ ରେ ବ୍ୟବହୃତ ଦୁଇ ହାୱା ଏବଂ ସେମାନଙ୍କୁ ତେଲ ଯୋଗାଉ ଥିବା ଏକ ଜୀପ୍ କୁ  ଜବଦ କରିଥିବା ବେଳେ ୨୨ ତାରିଖ ଦିନ ସକାଳେ ହରିପୁର ମୌଜାର ଅତା, ବରତଣ୍ଡା ଅଞ୍ଚଳର ପାଣ୍ଡରା ନଦୀ ଘାଟ ଉପରେ ଚଢ଼ାଉ କରି ୧୫ ଟି ଗାଡ଼ିରେ ବେଆଇନ୍ ଭାବେ ବାଲି ଉତ୍ତୋଳନ ବେଳେ ୭ ଟି ଟ୍ରାକଟର କୁ ଧରିଛି ସୁକିନ୍ଦା ତହସିଲ l ଏହି ୭ ଟି ଟ୍ରାକଟର ମଧ୍ୟରୁ ୫ ଟି ଟ୍ରାକଟର ରେଜିଷ୍ଟର ନମ୍ବର ନ ଥିବାରୁ ସୁକିନ୍ଦା ଥାନା ଅଧିକାରୀ ଏ ନେଇ ଯାଜପୁର ଓ ଚଣ୍ଡିଖୋଲ ପରିବହନ ବିଭାଗ କୁ ଜଣାଇଥିଲେ l ଏହି ଚଢ଼ାଉ ରେ ସୁକିନ୍ଦା ତହସିଲଦାର ଡ. ବିଶ୍ଵଜିତ ଦାସ ଙ୍କ ସହ ଥାନା ଅଧିକାରୀ ବିଚିତ୍ରାନନ୍ଦ ସେଠୀ ଥିଲେ l ସୁକିନ୍ଦା ଅଞ୍ଚଳରେ ଲଘୁଖଣିଜ ମାଫିଆମାନେ ପଥର, ବାଲି ଓ ମୋରମ୍ ମାଫିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି ଏବଂ ଏଥିରେ ତହସିଲ ର କିଛି ଅସାଧୁ କର୍ମଚାରୀ ସାମିଲ ଥିବା ସାଧାରଣରେ ଆଲୋଚନା ହେଉଛି l Rita vision 

ଯାଜପୁର - ପେଶା ଶିକ୍ଷକତା କିନ୍ତୁ ନିଶା କବିତା

Image
ଯାଜପୁର - ଗୁଣ ଥିଲେ ମଣିଷ ସବୁ ସ୍ଥାନରେ ସମ୍ମାନ ର ପାତ୍ର ହୋଇପାରେ l ସେହିଭଳି ଜଣେ ପ୍ରତିଭା ଆମ ନଜରରେ ଆସିଥିଲେ l ପେଶା ତାଙ୍କର ଶିକ୍ଷକତା କିନ୍ତୁ ନିଶା କବିତା ଓ ଶିଶୁସାହିତ୍ୟ ଲେଖା, ପ୍ରାଇମେରୀ ସ୍କୁଲରେ ଶିକ୍ଷୟତ୍ରୀ ଭାବେ ନିଜର କର୍ମମୟ ଜୀବନ ଭିତରେ ଲୁଚି ରହିଥିବା ପ୍ରତିଭାର ପରିଚୟ ଦେଇ ସେ ପାଇଛନ୍ତି ଅନେକ ସମ୍ମାନ l ଏବେବି ଜାରିରହିଛି ତାଙ୍କର ସାମାଜିକ ବିକାଶ କଳା ସାହିତ୍ୟ ଓ ସଂସ୍କୃତି ପ୍ରତି ପ୍ରଚେଷ୍ଟା l ତାଙ୍କ ରଚିତ ପୁସ୍ତକ ମଧ୍ୟରେ ଧନରେ ତୋରି ପାଇଁ, ତୁମରି ପରି ପିଲାଟିଏ ଶିଶୁକବିତା  ଛଡା,  ବ୍ୟଙ୍ଗ,  ସମାଲୋଚକ ଲେଖା  ବହୁତ ମର୍ମସ୍ପର୍ଶୀ l ସେ ହେଉଛନ୍ତି ଦାନଗଦି ବ୍ଲକ ଅନ୍ତର୍ଗତ ବାଘବିନ୍ଧା  ପ୍ରାଥମିକ ବିଦ୍ୟାଳୟ ର  ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିମା ରଥ l   R VISION 

ଢେଙ୍କାନାଳ - bjp ର ବିକ୍ଷୋଭ

Image
ଢେଙ୍କାନାଳ - ଜିଲ୍ଳା ର କାମାକ୍ଷାନଗର ଏନଏସି ରେ ବିଭିନ୍ନ ବିଭାଗର ଦୁର୍ନୀତି ଅଭିଯୋଗ ହୋଇଛି l ଏହି ପରିପେକ୍ଷିରେ ଢେଙ୍କାନାଳ ଜିଲ୍ଲା ବିଜେପି ତରଫରୁ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର,  ଜିଲ୍ଲା ସଭାପତି ବିଭୂତି ପ୍ରଧାନ, ଉପ ସଭାପତି ଶତୃଘନ ଜେନା, ଜିଲ୍ଲା ସମ୍ପାଦକ ମାତୃପ୍ରସାଦ ନନ୍ଦ, ସାଧାରଣ ସମ୍ପାଦକ ପ୍ରେମାନନ୍ଦ ଜେନା ,ଓ ଦଳୀୟ କର୍ମୀଙ୍କ ସହ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଲନ କରିଥିଲେ l

jajpur bjp ର ହରତାଳ ଡାକରା ସଫଳ

Image
ଯାଜପୁର - ଧର୍ମଶାଳା VLW ସ୍ମିତାରାଣୀ ବିଶ୍ଵାଳ ରହସ୍ୟ ଘେରରେ ଥିବା ବେଳେ, ପୋଲିସ ତଦନ୍ତର ଖିଲାପୀ କରୁଥିବା ଦାବିକରି ଯାଜପୁରରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହି ପରିପେକ୍ଷିରେ ସୁକିନ୍ଦା, କୋରେଇ ଓ ଅନ୍ୟ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ବନ୍ଦ ପାଳନ କୁ ବ୍ୟାପକ କରାଯାଇଛି l ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଶିଷ୍ଟ ନେତା ପ୍ରଦୀପ ବଳ ସାମନ୍ତ (ଟୁଟୁ ବାବୁ) ଓ କୋରେଇ ନିର୍ବାଚନ ମଣ୍ଡଳୀ ର ଯୁବମୋର୍ଚ୍ଚାର ରାଜ୍ଯ ସଭାପତି ଆଲେକଜାଣ୍ଡାର ଦାସ୍ ଏହି ବନ୍ଦ ପାଳନ ର ନେତୃତ୍ୱ ନେଇଥିଲେ l ଏହି କ୍ରମରେ ସୁକିନ୍ଦା, କୋରେଇ ଓ ଦାନଗଦି ବ୍ଲକ୍ ରେ ସ୍ଥାନୀୟ ଯୁବ ନେତା ସୁଧାଂଶୁ ଶେଖର ଭଞ୍ଜ ବନ୍ଦ ପାଳନ ପାଇଁ ନେତୃତ୍ୱ ନେଇଥିଲେ l ଆଜି ସକାଳ ୬ ଟା ଏହି ବନ୍ଦ ପାଳନ ପାଇଁ ଶହ ଶହ ସଂଖ୍ଯାରେ ବିଜେପି କର୍ମୀ ଯାଜପୁର ରୋଡ଼, ମିଲିଟାରି ଛକ, ଡୁବୁରୀ ଛକ, ଟମକା, ସୁକିନ୍ଦା ରେ ସରକାର ଓ ପ୍ରଶାସନ ବିରୋଧରେ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବାସହ ରାସ୍ତା ଅବରୋଧ କରିଥିଲେ l ଏ ହା ପ୍ରଭାବ ରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ  l ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହିତ କେତେକ ବିଜେପି କର୍ମୀ ଙ୍କୁ ଥାନାରେ ଅଟକ ରହିଥିବା ଜଣାପଡ଼ିଛି l