Posts

ରାଧାକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦର ବାର୍ଷିକୋତ୍ସବ I

Image
ଯାଜପୁର (କଳିଙ୍ଗନଗର): - ରାଧାକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ,  ଟୋଲକାନୀର ଅଷ୍ଟମ ବାର୍ଷିକୋତ୍ସବ  ୧୯ ତାରିଖରେ ସ୍ଥାନୀୟ ରାଧାକୃଷ୍ଣ ଭାଗବତ ଟୁଙ୍ଗି ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଠ ସମାଜସେବୀ ଦୀନବନ୍ଧୁ ପୃଷ୍ଟି ଏହାକୁ ଉଦଘାଟନ କରିଥିଲେ l ପୂର୍ବାହ୍ନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି ଓ କବିୟତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l କବି ଡ. ଦୟାନିଧି ଦାଶ,କବିୟତ୍ରୀ କବିତା ରଥ ଓ ସନ୍ଧ୍ୟାରାଣୀ ପୃଷ୍ଟି କବିତାଗୁଡିକୁ ସଂଯୋଜନା କରିଥିଲେ l ଅପରାହ୍ନରେ ସମାଜ ସୁରକ୍ଷାରେ ସାହିତ୍ୟର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି, ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ ମୁଖ୍ୟ ବକ୍ତା, ସାହିତ୍ୟିକ ଡ. ଶରତ ରାୟ ଓ ଅଧ୍ୟାପକ ଅକ୍ଷୟ କୁମାର ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ସଂସଦର ଉପ ସଭାପତି ଡ. ଯୁଗଳ କିଶୋର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅଧ୍ୟାପକ ଦିଲୀପ କୁମାର ନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଶିକ୍ଷାବିତ ଗୋକୁଳ ବିହାରୀ ପୃଷ୍ଟି ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ l ଅତିଥିମାନେ ଗୋକୁଳ ବିହାରୀ ପୃଷ୍ଟିଙ୍କ ରଚିତ ପୁସ୍ତକ ସଂକ୍ଷିପ୍ତ କାବ୍ୟ ରାମାୟଣକୂ ଉନ୍ମୋଚନ କରିଥିଲେ l ସଂସଦ ପକ୍ଷରୁ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ

ସୁକିନ୍ଦା ସାହିତ୍ୟ ସମାଜର ସାରସ୍ୱତ ସମାରୋହ କବିତା ପାଠୋତ୍ସବ l

Image
ଯାଜପୁର (ସୁକିନ୍ଦା): -ପବିତ୍ର ମକର ସଂକ୍ରାନ୍ତି ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ୧୪ ତାରିଖରେ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନପରିସରରେ ମକର ମିଳନ କବିତା ପାଠୋତ୍ସବ ମୂଖପତ୍ର ଋତୁରଙ୍ଗର ଉନ୍ନ୍ମୋଚନ ଓ ପ୍ରତିଭା ସମ୍ମାନ ପ୍ରଦାନ ଆଦି ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୁକିନ୍ଦା ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ଏହାକୁ ଉଦଘାଟନ କରିଥିଲେ l ପୂର୍ବାହ୍ନରେ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓ କବୟିତ୍ରୀ ଲବଙ୍ଗଲତା ପରିଡ଼ା, ମିନର୍ଭl ମହାପାତ୍ର, କାଞ୍ଚନବାଳା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଶତାଧିକ ନୂତନ ଓ ପୁରାତନ କବି, କବୟିତ୍ରୀ ସ୍ୱରଚିତ କବିତା ପାଠକରିଥିଲେ l  ଅପରାହ୍ନରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ କବି ଓ ସାହିତ୍ୟିକ ପ୍ରଭାକର ଶତପଥି ମୁଖ୍ୟ ଅତିଥି, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବଚରଣ ମାଝି ମୁଖ୍ୟ ବକ୍ତା, ପ୍ରାଧ୍ୟାପକ ଡ. ସୁଧାଂଶୁ ଶେଖର ନାୟକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l କାର୍ଯ୍ୟକାରୀ ସଭାପତି ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସଂଗଠନ ସମ୍ପାଦକ ଅଜୟ ଖୁଣ୍ଟିଆ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ ସମ୍ପାଦକୀୟ ବିବରଣୀ ପାଠ କରିଥ

ନକଲି ଘିଅ କାରଖାନା ଠାବ I

Image
 Bhubaneswar: The QAT and Airfield police of the Commissionerate Police raided an adulterated ghee manufacturing unit in Sundarpada area and seized a large quantity of counterfeit goods, preparations and seals, based on information from a special source. "We will continue to hunt against such units," he said ବ୍ୟୁରୋ ରିପୋର୍ଟ - ଭୁବନେଶ୍ବର :-ଏକ ବିଶେଷ ସୁତ୍ରରୁ ସୂଚନା ଉପରେ ଆଧାର କରି କମିସନରେଟ ପୋଲିସ ର QAT ଏବଂ ଏୟାରଫିଲ୍ଡ ପୋଲିସ୍ ସୁନ୍ଦରପଡା ଅଞ୍ଚଳରେ ଏକ ବ୍ୟଭିଚାରିତ ଘିଅ ପ୍ରସ୍ତୁତି ୟୁନିଟ ଉପରେ ଚଢ଼ାଉ କରି ବହୁ ପରିମାଣର ଭ୍ରାନ୍ତ ପଦାର୍ଥ, ପ୍ରସ୍ତୁତି ଏବଂ ସିଲ୍ ମେସିନ୍ ଜବତ କରିଛି। ଏହିପରି ୟୁନିଟ୍ ବିରୁଦ୍ଧରେ ଆମର ଶିକାର ଜାରି ରହିବ ବୋଲି ପୋଲିସ୍ କମିଶନର କହିଛନ୍ତି I  

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ପାଳିତ l

Image
 ଯାଜପୁର(ବ୍ୟୁରୋ ରିପୋର୍ଟ) : -ସମଗ୍ର ଭାରତ ବର୍ଷରେ ପାଳନ କରାଯାଇଛି( ଯୁବ ଦିବସ) ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ l ଏହି ଉପଲକ୍ଷେ କେଶରୀୟା ହିନ୍ଦୁ ବାହିନୀ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ୧୨ ତାରିଖରେ ଯାଜପୁରଠାରେ ଏକ ବୈଠକ ଆୟୋଜିତ ହୋଇଥିଲା l ପ୍ରଦେଶ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ଜେନା, ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ, ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଦିଲୀପ କୁମାର ଦାସ, କୋର କମିଟି ସଦସ୍ୟ ବସନ୍ତ କୁମାର ପଢ଼ିଆରୀ,  ରାଷ୍ଟ୍ରୀୟ ପ୍ରଭାରୀ ସଞ୍ଜିବ ମିଶ୍ର, କୋର କମିଟି ସଦସ୍ୟା ସିପ୍ରା ବାଜପୟୀ , ରାଜ୍ୟ ବରିଷ୍ଠ ଉପାଧ୍ୟକ୍ଷ ରୁଦ୍ର ନାରାୟଣ ଜିତ ବାବୁ,ରାଷ୍ଟ୍ରୀୟ ମହିଳା ବାହିନୀ ସଂଗଠନ ମନ୍ତ୍ରୀ ଦେବାଶିଖା ମିଶ୍ର ପ୍ରମୁଖ ଏଥିରେ ଯୋଗଦେଇ ବିବେକାନନ୍ଦଙ୍କ ଜୀବନlଦର୍ଶ ଓ ସନାତନ ହିନ୍ଦୁ ଧର୍ମ ରକ୍ଷାରେ ତାଙ୍କର ଭୂମିକା ଏବଂ ଯୁବକମାନଙ୍କର ଅଖଣ୍ଡ ହିନ୍ଦୁରାଷ୍ଟ୍ର ଗଠନରେ ସହଭାଗିତା ସମ୍ପର୍କରେ ଆଲୋକପାତକରିଥିଲେ l ଜିଲ୍ଲା ସଭାପତି ଅଭିମନ୍ୟୁ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଦେଶ ମାର୍ଗଦର୍ଶକ ରବୀନ୍ଦ୍ର କୁମାର ଶତପଥି ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରଥିଲେ l ଏହି ଅବସରରେ ଯାଜପୁର ଜିିଲ୍ଲା ର ବର୍ଷୀୟାନ ବରିଷ୍ଠ ସାମ୍ବାଦିକ ତଥା କେଶରୀୟା ହିନ୍ଦୁ ବାହିନୀ ସୁକିନ୍ଦା ବ୍ଲକ ମହାସଚିବ ଜୟ ନାରାୟଣ ମହାପାତ୍ରଙ୍

ଅବସର ପରେ ଦାୟିତ୍ଵ ଗ୍ରହଣ କଲେ ଅସିତ୍ ତ୍ରିପାଠୀ l

Image
ବ୍ୟୁରୋ ରିପୋର୍ଟ - ରାଜ୍ୟରେ ଦାୟିତ୍ଵ ସମ୍ପର୍ଣ୍ଣ ଆଇ ଏ ଏସ୍ ଅସିତ୍ ତ୍ରିପାଠୀ ଅବସର ପରେ ଆଜି ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ସେ ଦାୟତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ପରିକ୍ଷଦର କାର୍ଯ୍ୟାବଳୀର ସମୀକ୍ଷା କରିଛନ୍ତି ଅସିତ୍ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାପର୍ଶଦାତା ଭାବେ ମଧ୍ୟ ଆଜି ଦାୟିତ୍ୱ ନେଇଛନ୍ତି ଅସିତ୍ ତ୍ରିପାଠୀ । ଏଥି ସହ ସେ ଆଞ୍ଚଳିକ ପରିଷଦ, ପର୍ଯ୍ୟଟନ,ଶିଳ୍ପ, କୃଷି ସମେତ କିଛି ବିଭାଗର ମୁଖ୍ୟ ପରାମର୍ଶଦାତା ଭାବେ ରହିବେ । ତେବେ ଗତ ଡିସେମ୍ବର ୩୧ ତାରିଖରେ ଅସିତ ତ୍ରିପାଠୀଙ୍କ ଅବସର ଗ୍ରହଣ କରିବା ପରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ, ସଠିକ୍ ଭାବେ ନେଇଥିବା ଦାୟିତ୍ଵ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ରାଜ୍ୟବାସୀ ଆଶାବାଦୀ l Asit Tripathi took over after retirement.  BUREAU REPORT - Former Chief Secretary Asit Tripathi has taken over the post today after the retirement of IAS Asit Tripathi, who is in charge of the state. He has taken over as chairman of the West Odisha Development Cou

ସୁକିନ୍ଦା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ ମନ୍ଥନ ର କଳିଙ୍ଗନଗର ପ୍ରତିନିଧି ସମ୍ବର୍ଦ୍ଧିତ I

Image
ଯାଜପୁର  (ବ୍ୟୁରୋ): ସୁକିନ୍ଦାର ବର୍ଷିୟlନ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର "ମନ୍ଥନ"ର କଳିଙ୍ଗନଗର ପ୍ରତିନିଧି ଜୟ ନାରାୟଣ ମହାପାତ୍ରଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ୪୧ବର୍ଷର ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ ଆଦର୍ଶ ସାମ୍ବାଦିକଭାବେ ସମ୍ବର୍ଦ୍ଧିତ କରାଯାଇଛି l ଗ୍ଲୋରିଆସ ଇଂଲିଶ ମିଡ଼ିଅମ ସ୍କୁଲ, ଦଳା, ଯାଜପୁରରୋଡ ପରିସରରେ ୧୦ତାରିଖରେ ଆୟୋଜିତ ବ୍ୟାସନଗର ପ୍ରେସ୍  ଫୋରମ ର ଦ୍ୱାଦଶ ବାର୍ଷିକ ଉତ୍ସବରେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ରାଜ୍ୟ ସୂଚନା ଆୟୋଗ ଦିଲୀପ ବିଷୋୟୀ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟକାରୀ ଅଧ୍ୟକ୍ଷ ବିଜୟ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାପାତ୍ରଙ୍କୁ ଉତ୍ତରୀ, ଫଳକ ଓ ପୁଷ୍ପତୋଡ଼ା ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ l  ଫୋରମର ସଭାପତି ଅଭୟ ପତି, ସମ୍ପାଦକ ଉଦୟନାଥ ଖଣ୍ଡାଇ ଏଥିରେ ଉପସ୍ଥିତ ଥିଲେ l ଶ୍ରୀ ମହାପାତ୍ର ୧୯୮୦ ମସିହାରେ ତତ୍କାଳୀନ ବହୁଳ ପ୍ରସାରିତ ସମ୍ବାଦପତ୍ର ପ୍ରଜାତନ୍ତ୍ରରୁ ସାମ୍ବାଦିକତା ବୃତ୍ତି ଆରମ୍ଭ କରି ମାତୃଭୂମି, ସଂଚାର, ପ୍ରତିଦିନ, ନ୍ୟାୟବତୀ ଓ ଇଂରାଜୀ ସମ୍ବାଦପତ୍ର ଇଷ୍ଟର୍ଣ ଟାଇମସରେ ସାମ୍ବାଦିକ ଭାବେ କାର୍ଯ୍ୟ କରିବାପରେ ସମ୍ପ୍ରତି ମନ୍ଥନର କଳିଙ୍ଗନଗର ପ୍ରତିନିଧିଭାବେ କାର୍ଯ୍ୟରତ ଅଛନ୍ତି l ସେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭା

ଆନ୍ଧ୍ରପ୍ରଦେଶ ସୀମାନ୍ତ ଗଜପତି ଜିଲ୍ଲା ହୋଇଥିବାରୁ, ବାର୍ଡ ଫ୍ଲୁ ପାଇଁ ଲୋକେ ଆତଙ୍କିତ l

Image
  ବ୍ୟୁରୋ ରିପୋର୍ଟ - ଗଜପତି ଜିଲ୍ଲା ଆନ୍ଧ୍ର ସୀମାନ୍ତରେ ରହିଛି । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସମେତ କାଶୀନଗର, ଗୁମ୍ମା, ଗୋଷାଣୀ, ରାୟଗଡ ବ୍ଲକ୍‌କୁ ମୁଖ୍ୟତଃ ପୋଡଶୀ ଆନ୍ଧ୍ରରୁ ଦୈନିକ କୁକୁଡା ଓ ଅଣ୍ଡା ଆସୁଛି । ବର୍ତ୍ତମାନ ଆନ୍ଧ୍ରର କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ଦେଖାଦେବା ସହ ଆନ୍ଧ୍ର ପ୍ରଶାସନ ବିଭିନ୍ନ କଟକଣା ଜାରି କରିଛନ୍ତି । ଏହାଦ୍ୱାରା ଆନ୍ଧ୍ରରେ କୁକୁଡା ଓ ଅଣ୍ଡାର ଦର ବିଶେଷ ଭାବେ କମ ହୋଇଛି । ଏହାର ସୁଯୋଗ ନେଇ ଗଜପତିର ହୋଲସେଲର ବ୍ୟବସାୟୀମାନେ ଆନ୍ଧ୍ରରୁ କମ ଦରରେ କୁକୁଡା ଓ ଅଣ୍ଡା ଆଣି ଏଠାରେ ପୂର୍ବ ଭଳି ଚଢା ଦରରେ ବିକ୍ରି କରି ଚାଲିଛନ୍ତି । ଆନ୍ଧ୍ରରେ ବାର୍ଡ ଫ୍ଲୁ ଦେଖାଦେବା ସହ ଆନ୍ଧ୍ର ପ୍ରଶାସନ ବିଭିନ୍ନ କଟକଣା ଜାରିକୁ ଦେଖି ଗଜପତିରେ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଛି । କୁକୁଡା ଓ ଅଣ୍ଡା ଖାଦ୍ୟ ଭାବେ ବ୍ୟବହାର କରି ପାରିବେ କି ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁରକ୍ଷା ପାଇଁ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ କୌଣସି ସୂଚନା ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗଜପତି ସିଡିଏମଓ ପ୍ରଦୀପ କୁମାର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି,ଏନେଇ ସିଡିଭିଓଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଇଛି ।  HEADLINE. ________________________ As the Andhra Pradesh border is the Gajapati district, people are worried