Posts

ବୁଦ୍ଧରାଜା ସରକାରୀ ବିଦ୍ୟାପୀଠ ର ସୁବର୍ଣ୍ଣ ଜୟନ୍ତୀ ପ୍ରତୀକ ଉନ୍ମୋଚନ l

Image
  ଯାଜପୁର ( ଦାନଗଦି) :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ର ଦାନଗଦି ବୁଦ୍ଧରାଜା ସରକାରୀ ବିଦ୍ୟାପୀଠ ଏକ ପୁରାତନ ବିଦ୍ୟାପୀଠ I ଏହି ବିଦ୍ୟାପୀଠ ଟି ଆଜକୁ ୫୦ ବର୍ଷ ତଳେ ୧୯୭୧ ମସିହାରେ  ସ୍ଥାନୀୟ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ନିର୍ମାଣ ହୋଇଥିଲା l ୫୦ ବର୍ଷ ପୂର୍ତ୍ତୀ ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ତରଫରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହେବାକୁ ଯାଉଥିବା ବେଳେ ଏହାର ପ୍ରତୀକ (Logo) ଉନ୍ମୋଚିତ ହୋଇଯାଇଛି l ଏହି ଅବସରରେ ସୁକିନ୍ଦା ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତୀକ ଉନ୍ମୋଚନ କରିଥିଲେ l ପୁରାତନ ଛାତ୍ର ତଥା ଯାଜପୁର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଲୋକନାଥ ଧିର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଦ୍ୟାଳୟ ର ନିର୍ମାତା ଶ୍ରୀଯୁକ୍ତ ବାମନ ଚରଣ ପଥାଳ, ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ତଥା'' ଚଲାପଥ '' ପତ୍ରିକା ର ସମ୍ପାଦକ ଶ୍ରୀଯୁକ୍ତ ହଳଧର ଧିର l ମୁଖ୍ୟ ଅତିଥି ଭାବେ ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ବେହେରା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ, ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବଳରାମ ନାୟକ, ଦାନଗଦି ବ୍ଲକ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଭଞ୍ଜ, ତ୍

ବିସ୍ଥାପିତ ଓ ପୋଲିସ୍ ମୁହାମୁହିଁ, ନାଲକୋ ବିସ୍ଥାପିତ ଙ୍କୁ ମିଳୁନାହିଁ ମୌଳିକ ସୁବିଧା l

Image
କୋରାପୁଟ(ବ୍ୟୁରୋ ରିପୋର୍ଟ) : - କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌-ବିସ୍ଥାପିତ । ବିସ୍ଥାପିତଙ୍କ ଢେଲା ମାଡ଼ରେ ପୁଲିସ୍‌ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ଟିୟର ଗ୍ୟାସ ଚଳାଇଛି ପୁଲିସ୍‌। ଏପରିକି ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ଗିରଫ କରିଛି ପୁଲିସ୍‌। ନାଲକୋରେ ନିଯୁକ୍ତି ଦାବି କରି ଗତ ୪ ଦିନ ହେଲା ବିସ୍ଥାପିତମାନେ ଧାରଣାରେ ବସିଛନ୍ତି। ଏଥିଯୋଗୁ ଅଂଳାବଡି ଛକଠାରୁ ମାଇନ୍ସକୁ ରାସ୍ତା ବନ୍ଦ କରି ଦେଇଛନ୍ତି ବିସ୍ଥାପିତ। ଫଳରେ ନାଲ୍‌କୋର ଦିନକୁ ୨୫ ହଜାର ମେଟ୍ରିକ ଟନ ଉତ୍ପାଦନ ବନ୍ଦ ରହିଛି। ଘଟଣାର ସମାଧାନ ନିମନ୍ତେ ଗତକାଲି ରାତିରେ ତହସିଲଦାର ଘଟଣାସ୍ଥଳକୁ ଯାଇଥିବା ବେଳେ କୌଣସି ସମାଧାନ ହୋଇପାରି ନ ଥିଲା। ଏହାପରେ ଆଜି ସକାଳୁ ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରୁ ମାଇନ୍ସ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଥିଲେ। ଏହାପରେ ପୁଣି ଥରେ ଆଜି ସକାଳେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଆନ୍ଦୋଳନକାରୀଙ୍କ ପଛ ପଟୁ ଢେଲା ମାଡ଼ ହୋଇଥିଲା। ଏଥିରେ ଗୋଟିଏ ପୁଲିସ୍‌ ଗାଡ଼ି ସହ ୨ଟି ପୁଲିସ୍‌ ବସ୍‌ ଚୁରମାର ହୋଇଛି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍‌ ଟିୟର ଗ୍ୟାସ ଚଳାଇଥିଲା। ଘଟଣାସ୍ଥଳରେ ୮ ପ୍ଲାଟୁନ ପୁଲିସ୍‌ ମୁତୟନ କରାଯାଇଛି। ପରିସ୍ଥିତିକୁ ନିୟନ୍ତ

ପେସାରେ କାର୍ଯ୍ୟରତ ଡାକ୍ତର, ନିଶା ଥିଲା ଚୋରୀ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ପାର୍ଟ ଟାଇମ ହୋମିଓପ୍ୟାଥି ଡାକ୍ତର, କିନ୍ତୁ ଫୁଲ ଟାଇମ ଚୋର । ୫୭ ବର୍ଷ ବୟସରେ ଘରେ ପଶି କଳାକନା ବୁଲାଉଥିଲେ ଏହି ଲୁଟେରା । ନାମ ସୂର୍ଯ୍ୟକାନ୍ତ ପଲେଇ ଓରଫ ପାକୁଆ । ନିମାପଡ଼ା ସ୍ଥିତ ବଳଙ୍ଗାରେ ହୋମିଓପ୍ୟାଥି କ୍ଲିନିକ ସନ୍ଧ୍ୟାରେ ଖୋଲିବା ପରେ ରାତିରେ ଲୁଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରନ୍ତି । ବର୍ଷେ କିମ୍ବା ୨ ବର୍ଷ ନୁହେଁ, ୨୩ ବର୍ଷ ଧରି ସେ ଲୁଟ କରୁଥିବା ପୋଲିସ ନିକଟରେ ପ୍ରକାଶ କରିଛନ୍ତି । କମିଶନରେଟ ପୋଲିସର ଖଣ୍ଡଗିରି ଥାନା ରଘୁନାଥନଗର ଓ ସରକନ୍ତରା ଅଞ୍ଚଳରୁ ଲୁଟ କରୁଥିବା ଅବସ୍ଥାରେ ୨ ଜଣ ଯୁବକଙ୍କୁ ଗିରଫ କରିଥିଲା l ସେମାନଙ୍କୁ ପଚରାଉଚରା ବେଳେ ଏହି ପାର୍ଟ ଟାଇମ ଡାକ୍ତରଙ୍କ ସମ୍ପର୍କରେ ସୂଚନା ପାଇଥିଲା । କମିଶନରେଟ ପୋଲିସର ଅଧିକାଂଶ ଥାନାରେ ଏମାନଙ୍କ ନାମରେ କେସ ଥିବା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ନିକଟରୁ ୩୩ ହଜାର ଟଙ୍କା, ଅଧକେଜି ରୂପା, ୩୧ ଗ୍ରାମ ସୁନା ପୋଲିସ ଜବତ କରିଛି । ତେବେ ଅନ୍ୟ ଥାନା ମାନଙ୍କରେ ହୋଇଥିବା ଲୁଟରେ ଏମାନଙ୍କ ସମ୍ପୃକ୍ତି ନେଇ ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଅଣାଯାଇପାରେ ବୋଲି ସୂଚନା ଦେଇଛି ପୋଲିସ । A doctor working in the profession, addiction was theft.  Bhubaneswar (Beuro Report): - Part-time homeopathy doctor, but full-time thief. At the age of 54,

ଅନୁଗୁଳ ଜିିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରୋଗୀଙ୍କୁ ମିଳୁନାହିଁ ସଠିକ୍ ସେବା I

Image
ଅନୁଗୋଳ(ବ୍ୟୁରୋ ରିପୋର୍ଟ) : - ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ପ୍ରସୂତି ବିଭାଗ ରୋଗୀଙ୍କୁ ଠିକ୍‌ ଭାବେ ଅଲଟ୍ରାସାଉଣ୍ଡ ସେବା ମିଳୁନାହିଁ। ଦାୟିତ୍ୱରେ ଥିବା ମହିଳା ଡାକ୍ତର ଜଣକ ସ୍ବାମୀଙ୍କ ଚିକିତ୍ସା ପାଇଁ ବାରମ୍ବାର ଛୁଟିରେ ଯାଉଥିବାରୁ ଏହି ସେବା ଏକପ୍ରକାର ଠପ୍‌ ହୋଇଯାଇଥିବା ଅଭିଯୋଗ ହେଉଛି। ଦୀର୍ଘଦିନ ଧରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ନେଇ ଏପରି ଅବ୍ୟବସ୍ଥା ଯୋଗୁ ମହିଳା ରୋଗୀମାନେ ବାଧ୍ୟ ହୋଇ ଘରୋଇ ମେଡିକାଲ ଯାଇ ଖର୍ଚ୍ଚାନ୍ତ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମେଡିକାଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ନଭେମ୍ବରରୁ ଜିଲା ମୁଖ୍ୟ ଚିକିତ୍ସାଳୟର ୬ଷ୍ଠ ମହଲାରେ ଥିବା ଅଲଟ୍ରାସାଉଣ୍ଡ ପ୍ରକୋଷ୍ଠ ବାରମ୍ବାର ବନ୍ଦ ରହୁଛି। ସ୍ବାମୀ ଅସୁସ୍ଥ ଥିବାରୁ ସମ୍ପୃକ୍ତା ମହିଳା ଡାକ୍ତର ୪ ମାସ ଛୁଟିରେ ଥିଲେ। ମାର୍ଚ୍ଚ ଶେଷ ଆଡକୁ ସେ କାର୍ଯ୍ୟରେ ଯୋଗଦେଇଥିଲେ ମଧ୍ୟ ନିୟମିତ ଡ୍ୟୁଟିକୁ ଆସିପାରୁ ନାହାନ୍ତି। ସ୍ବାମୀଙ୍କ ଅଧିକ ଚିକିତ୍ସା ନିମନ୍ତେ ସେ ବିଭିନ୍ନ ସମୟରେ ଛୁଟିରେ ଯାଉଛନ୍ତି। ତେଣୁ ଉକ୍ତ ଅଲଟ୍ରାସାଉଣ୍ଡ ପ୍ରକୋଷ୍ଠରେ ତାଲା ଝୁଲାଯାଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୂଲ୍ୟରେ ଏହି ସେବା ମିଳୁଥିବାରୁ ଦୈନିକ ବହୁ ସଂଖ୍ୟକ ଗର୍ଭବତୀ ଏଠାକୁ ଆସୁଛନ୍ତି। କିନ୍ତୁ ଅବ୍ୟବସ୍ଥା ଦୂର କରାଯାଉ ନ ଥିବାରୁ ମେଡିକାଲରେ ଥିବା ଡା

ବାଲେଶ୍ଵର ବୋଟ୍ ମାଲିକ ହତ୍ୟାକାଣ୍ଡ ଘଟଣା ରେ ୮ ଜଣ ଗିରଫ I

Image
ବାଲେଶ୍ୱର(ବ୍ୟୁରୋ ରିପୋର୍ଟ) : - ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ବୋଟ୍‌ ମାଲିକ ବିଜୟ କୁମାର ପ୍ରଧାନଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୮ ଜଣ ଗିରଫ। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ, ଗୁଳି, ଖଣ୍ଡା ଓ ଗାଡ଼ି ମଧ୍ୟ ଜବତ କରିଛି ପୋଲିସ୍‌ । ଅନ୍ୟ ଫେରାରଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସପି। ତେବେ ବିଦ୍ୟୁତ ତାର ଟାଣିବା ଘଟଣାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର। ବିଜୁଳି ସଂଯୋଗକୁ ନେଇ ବାଲେଶ୍ଵର ସଦର ଥାନା ଅନ୍ତର୍ଗତ କେଶପୁର ଗାଁରେ ଜାନୁଆରୀ ୧୯ ତାରିଖ ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଏହି ଘଟଣାରେ ବୋଟ୍‌ ମାଲିକ ବିଜୟ କୁମାର ପ୍ରଧାନ ଗାଁରେ ଆତଙ୍କ ଖେଳାଇଥିବା ଯୁବକଙ୍କ ବିରୋଧରେ ଥାନାକୁ ଯିବା ସହ ଗୋଟିଏ ଗୋଷ୍ଠୀକୁ ସମର୍ଥନ କରୁଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଅପରାଧୀମାନେ ବିଜୟଙ୍କୁ ଗତ ୧୫ ତାରିଖରେ ନାଉପାଳଗଡି ନିକଟରେ ଅତର୍କିତ ଆକ୍ରମଣ ପରେ ଗୁଳି କରିଥିଲେ। Eight people have been arrested in connection with the murder of a Balasore boat owner.  BALESWAR (Beuro Report): - Four people, including the main accused in the murder of Vijay Kumar Pradhan, a boat owner in Chandipur in B

ଇମ୍ଫା କୁ ମିଳିଲା କଳିଙ୍ଗ ନିରାପତ୍ତା ସମ୍ମାନ - ୨୦୨୦

Image
ଯାଜପୁର : - ଖଣି ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନିମନ୍ତେ ଇମ୍ଫା ପରିଚାଳିତ ସୁକିନ୍ଦା କ୍ରୋମାଇଟ ଖଣି ଓ ମହାଗିରି କ୍ରୋମାଇଟ ଖଣି ମର୍ଯ୍ୟଦାଜନକ କଳିଙ୍ଗ ନିରାପତ୍ତା ସମ୍ମାନ -୨୦୨୦ ଲାଭ କରିଛି l ଭୁବନେଶ୍ୱରଠାରେ ଓଡିଶା ରାଜ୍ୟ ସୁରକ୍ଷା ସମ୍ମିଳନୀ -୨୦୨୦ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ ଡ. ବିଷ୍ନୁପଦ ସେଠୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ସୁକିନ୍ଦା ଖଣି ପରିଚାଳକ ମନୋଜ କୁମାର ସାମଲଙ୍କୁ ରୌପ୍ୟ ଫଳକ ଓ ମହାଗିରି ଖଣି ପରିଚାଳକ ଜଳନ୍ଧର ପାତ୍ରଙ୍କୁ ତାମ୍ର ଫଳକ ପ୍ରଦାନ କରି ଏହି ସମ୍ମାନରେ ସମ୍ମାନିତ କରିଥିଲେ l ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣି ସର୍ବଦା ସୁରକ୍ଷାକୁ ପ୍ରଥମିକତାଦେଇ କାର୍ଯ୍ୟ କରୁଥିବାରୁ ଏହି ସମ୍ମାନ ଲାଭକରି ନିଜର ସ୍ୱତନ୍ତ୍ରତା ସୃଷ୍ଟି କରି ପାରିଛି l (ସୁକିନ୍ଦା, କାଳିଆପାଣି ରୁ ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ)  Imfa received the Kalinga Security Award - 2020.  Jajpur: - Imfa -managed Sukinda Chromite Mine and Mahagiri Chromite Mine have been awarded the prestigious Kalinga Safety Award-2020 for their outstanding steps towards mining safety.

ଏପ୍ରିଲ ୧୭ରେ ହେବ ପିପିଲି ବିଧାନସଭା ଉପ ନିର୍ବାଚନ l

Image
ବ୍ୟୁରୋ ରିପୋର୍ଟ : - କଳ୍ପନା ଜଳ୍ପନାର ଅବସାନ। ପିପିଲି ବିଧାନସଭାର ଉପ ନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ। ଏପ୍ରିଲ ୧୭ରେ ହେବ ବହୁ ଚର୍ଚ୍ଚିତ ପିପିଲି ବିଧାନସଭା ଉପ ନିର୍ବାଚନ। ମେ ୨ରେ ଭୋଟ୍ ଗଣତି ସହ ପ୍ରକାଶ ପାଇବ ଫଳାଫଳ। ଏନେଇ ମଙ୍ଗଳବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପରି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି। ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ରହିଛି। ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା।   ପିପିଲି ବିଧାନସଭା ମଣ୍ଡଳ ବିଜେଡିର ଗଡ ଭାବେ ପରିଚିତ। ୨୦୦୦ ମସିହା ପରଠୁ ଅର୍ଥାତ ବିଜେଡି ଦଳ ଗଠନ ଦିନଠୁ ଏହି ଆସନରେ ଦଳର ଦବଦବା ରହି ଆସିଛି। ପ୍ରଦୀପ ମହାରଥୀ କ୍ରମାଗତ ପାଞ୍ଚ ଥର ପିପିଲିରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମହାରଥୀଙ୍କ ଯୋଗୁଁ ପିପିଲି ବିରୋଧୀ ବିଜେପି ଓ କଂଗ୍ରେସ ପାଇଁ ଏ ଯାଏଁ ଅଭେଦ୍ୟ ଦୁର୍ଗ ପାଲଟିଛି। ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ମହାରଥୀ ବିଜୟ ହାସଲ କରିଥିଲେ। ତେବେ ପ୍ରଥମ ଥର ବିଜେଡି ମହାରଥୀଙ୍କ ବିନା ମଇଦାନକୁ ଓହ୍ଲାଇବ। ବିଜେଡିର ଅଭେଦ୍ୟ ଦୁର୍ଗ ରହିଆସିଥିବା ପିପିଲି ନିର୍ବାଚନ ମଣ୍ଡଳୀ ଅକ୍ତିଆର କରିବାକୁ ବିରୋଧୀ ଜୋରଦା