Posts

ସାତକୋଶିଆ ପାଇଁ ଖୁସି ଖବର l

Image
ଅନୁଗୁଳ(ବ୍ୟୁରୋ ରିପୋର୍ଟ) : - ସାତକୋଶିଆ ପାଇଁ ଖୁସି ଖବର। ୩୦ ବର୍ଷ ପରେ ବିରଳ ଘଡିଆଳ କୁମ୍ଭୀର ହେଲା ମାଆ। ମହାନଦୀର ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ଟିକରପଡା ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଏକ ମାଆ ଘଡ଼ିଆଳ ସହ ୨୮ଟିି ନବଜାତକ ଘଡ଼ିଆଳ ଶାବକଙ୍କୁ ବନ ବିଭାଗ ଠାବ କରିଛି ।  ବନବିଭାଗ କହିବା କଥା ସାତକୋଶିଆ ପାଇଁ ଏହା ନିଶ୍ଚିତ ଶୁଭ ଖବର । ବହୁ ପୂର୍ବରୁ ପ୍ରାକୃତିକ ଭାବେ କେବଳ ସାତକୋଶିଆରେ ଘଡ଼ିଆଳ ପ୍ରଜନନ ହୋଇ ପାରୁଥିଲା । ପରିବେଶ ଅସନ୍ତୁଳନ ଯୋଗୁ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା । ଏବେ ଏକାଥରେ ୨୮ ଘଡ଼ିଆଳ ଜନ୍ମ ହେବା କେବଳ ଓଡ଼ିଶା ନୁହେଁ, ସାରା ଭାରତ ପାଇଁ ଗୌରବର ବିଷୟ ବୋଲି ପରିବେଶପ୍ରେମୀ ମାନେ କହିଛନ୍ତି। Good news for Satkoshia.  Anugul(Beuro Report) : - Good news for Satkoshia. Thirty years later, the rare crocodile became a mother. A rare crocodile has been born again in the natural habitat of the Satkoshia Gander of the river. The forest department has identified 24 newborn baby squirrels, including a mother squirrel, near Baldamara in the Tikarpada forest river.  This is defi

କରୋନା ମହାମରୀ ପାଇଁ ଦୁର୍ଗମ ଅଞ୍ଚଳରେ ଖାଦ୍ୟର ଅଭାବ l

Image
ମାଲକାନଗିରି(ବ୍ୟୁରୋ ରିପୋର୍ଟ) : - ଦୁର୍ଗମ ଆଦିବାସୀ ଅଞ୍ଚଳକୁ ଛୁଇଁଛି କରୋନା। ବଣ୍ଡା ଓ ଡଙ୍ଗରିଆ କନ୍ଧଙ୍କ ଗାଁରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ଉଭୟ ଅଞ୍ଚଳକୁ ସିଲ୍ କରି ଟେଷ୍ଟିଂକୁ ବଢ଼ାଯାଇଛି। ହେଲେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ହାଟ ଉପରେ ନିର୍ଭର କରୁଥିବା ବଣ୍ଡା ଲୋକଙ୍କ ଘରେ ଏବେ ଖାଦ୍ୟ ସାମଗ୍ରୀର ଅଭାବ। କାରଣ ଚାଉଳ ସିନା ଅଛି ହେଲେ ପନିପରିବା ନାହିଁ କି ଲୁଣ ବି ନାହିଁ। ଜିଲ୍ଲା ପ୍ରଶାସନ ତୁରନ୍ତ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ବଣ୍ଡା ବାସିନ୍ଦା। ସେପଟେ ଡଙ୍ଗରିଆ କନ୍ଧଙ୍କ ପାଖରେ ପହଞ୍ଚିଛି ୧୪ ଦିନିଆ ରାସନ ସାମଗ୍ରୀ। ଦୁଇ ସପ୍ତାହ ହେଲାନି ଘରେ ଭାତ ଅଛି ହେଲେ ଡାଲି ନାହିଁ କି ପରିବା ନାହିଁ। ଯାହା ଥିଲା ସେସବୁ ସରିଲାନି। ମିଳିଲେ ଖାଉଛନ୍ତି, ନମିଳିଲେ ନାହିଁ। ଏମିତି କିଛି କହିଛନ୍ତି ମାଲକାନଗିରିରେ ରହୁଥିବା ବଣ୍ଡା ଘାଟିର ଲୋକ। କରୋନା କଟକଣା ଓ ତାସାଙ୍ଗକୁ ଆନ୍ଧ୍ର ସୀମା ସିଲ୍ ପରେ ଏବେ ବଣ୍ଡା ଘାଟି ଲୋକଙ୍କ ଚିନ୍ତା ବଢ଼ିଛି। କାରଣ, ଆନ୍ଧ୍ରର ହାଟ ଉପରେ ନିର୍ଭର କରି ଏମାନେ ଚଳନ୍ତି। ସେଠୁ ପରିବା ଆସିଲେ ଘର ଚୁଲି ଜଳେ, ଲୁଣ ଆସିଲେ ରୋଷେଇ ହୁଏ। ଆଉ ଏଠୁ ଜଙ୍ଗଲ ଦ୍ରବ୍ୟ ବିକ୍ରି କଲେ ଏମାନଙ୍କ ଘର ଚଳେ। ହେଲେ ନାଁ ଏବେ ଘରକୁ ଦି ପଇସା ଆସି ପାରୁଛି ନା ହିଁ ପରିବା। ୮ ଜଣ ବଣ୍ଡା ପଜିଟିଭ୍ ଚିହ୍ନଟ ହେବା ପରେ ଗତ ସପ୍ତାହେ ଧରି ଅଞ୍ଚଳକୁ ସିଲ୍ କରାଯ

ସମ୍ଭାବ୍ଯ ବାତ୍ଯାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) : - ସମ୍ଭାବ୍ୟ ବାତ୍ୟା ନେଇ ପ୍ରଚାର ହେବା ପରେ ରବି ଧାନ ଚାଷୀଙ୍କ ଚିନ୍ତା ବଢିଛି। ଶୁକ୍ରବାରଠାରୁ ରବି ଧାନ ସଂଗ୍ରହ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲେ ହେଁ ପ୍ୟାକ୍ସ (ପ୍ରାଥମିକ ସେବା ସମବାୟ ସମିତି) ଗୁଡିକରେ ଏଯାଏ ଆନୁଷଙ୍ଗିକ ବ୍ୟବସ୍ଥା ହୋଇନାହିଁ। ଫଳରେ ଚାଷୀ ତାଙ୍କ କଷ୍ଟୋପାର୍ଜିତ ଧାନ ବିକ୍ରି କରି ପାରିବେ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଛି।  ଚଳିତବର୍ଷ ୧୦,୨୦୦ କୁଇଣ୍ଟାଲ ରବି ଧାନ ସଂଗ୍ରହ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏଥିରେ ୭ ବ୍ଲକର ୨୩ ପ୍ୟାକ୍ସ ଓ ୭ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଭାଗ ନେଉଛନ୍ତି। ତେବେ ଅଧିକାଂଶ ଚାଷୀ ଧାନ ଅମଳ କରି ଖଳାରେ ରଖି ଟୋକନ ଅପେକ୍ଷାରେ ଅଛନ୍ତି। ଅନ୍ୟପକ୍ଷେ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଆହୂତ ପ୍ରସ୍ତୁତି ବୈଠକରେ ରବି ଧାନ ଓ ଅନ୍ୟାନ୍ୟ ଫସଲଗୁଡିକୁ ନିରାପଦ ସ୍ଥାନକୁ ଆଣିବା ସହ କୃଷି ବିଭାଗ ସମସ୍ତ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଅନୁଧ୍ୟାନ, ଆବଶ୍ୟକ ସ୍ଥଳେ ମରାମତି, ଅତ୍ୟାବଶ୍ୟକ ଦ୍ରବ୍ୟର ଉପଲବ୍ଧ, ବୋଟ୍‌, ଆସ୍କାଲାଇଟ ଓ ଅନ୍ୟାନ୍ୟ ସାମଗ୍ରୀର ସ୍ଥିତି ତଦାରଖ ପାଇଁ ପରାମର୍ଶ ଦିଆଯାଇଛି। ଅଗ୍ନିଶମ ବିଭାଗ ନିଜର ଯନ୍ତ୍ରପା

ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସସ୍ତରରେ ତଥା ମୁଖ୍ୟ ସଚିବ ପାହ୍ୟାର ଅଫିସରଙ୍କ ମଧ୍ୟରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଦୀର୍ଘ ପ୍ରାୟ ଏକ ବର୍ଷ ଧରି ସ୍ଥାଣୁ ହୋଇ ପଡ଼ି ରହିଥିବା ରାଜସ୍ୱ ପର୍ଷଦ ଅଫିସକୁ ସକ୍ରିୟ କରିବା ପାଇଁ ରାଜ୍ୟ ସରକାର ଏହି ବଦଳି କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରରୁ ଡେପୁଟେସନରେ ଫେରିଥିବା ୧୯୮୬ ବ୍ୟାଚ୍ ଆଇଏଏସ୍ ଜିଭିଭି ଶର୍ମାଙ୍କୁ କଟକସ୍ଥିତ ବୋର୍ଡ ଅଫ ରେଭନ୍ୟୁର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ସେହିପରି ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ୧୯୮୮ ବ୍ୟାଚର ଆଇଏଏସ୍ ସିଜେ ବେଣୁଗୋପାଳଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ବଦଳି କରାଯାଇଛି । ଶ୍ରୀ ବେଣୁଗୋପାଳ ମଧ୍ୟ ପୂର୍ବଭଳି ନୂଆଦିଲ୍ଲୀରେ ମୁଖ୍ୟ ଆବାସିକ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। କେବିକେ ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଥିବା ୧୯୮୬ ବ୍ୟାଚର ଆଇଏଏସ୍ ସୁଦର୍ଶନ ପାଲ ଠାକୁର ଏଣିକି କେବଳ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ୧୯୮୬ ବ୍ୟାଚ ଆଇଏଏସ୍ ଜିଭିଭି ଶର୍ମା ନ୍ୟାସନାଲ ଅଥରିଟି ଅଫ୍ କେମିକାଲ ୱିପନ୍ସ କନଭେନସନ ନ୍ୟାସନାଲ ଅଥରିଟିରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ସରକାରଙ୍କୁ ଚିଠି ଲ

ଲକଡାଉନରେ ପ୍ରଭାବିତ ଆଦିବାସୀ ପରିବାରଙ୍କୁ ଶୁଖିଲା ଖlଦ୍ୟ ବଣ୍ଟନ l

Image
ଯାଜପୁର (ସୁକିନ୍ଦା):ମହାମାରୀ କରୋନା ଯୋଗୁଁ ସମଗ୍ର ରାଜ୍ୟରେ ଲକଡାଉନ ଜାରି ହୋଇଥିବା ପରିପ୍ରେକ୍ଷୀରେ ସୁକିନ୍ଦା ବ୍ଲକର ଆଦିବାସୀ ବହୁଳ ଲେମ୍ବୋ ପଞ୍ଚାୟତ ଅନ୍ତର୍ଗତ ବାଲିଆ ଓ ଅଶୋକଝର ଗ୍ରାମର ବହୁ ଆଦିବାସୀ ପରିବାର କାମଧନ୍ଦା ନପାଇ ଦୁଖଃଦୁର୍ଦ୍ଦଶା ମଧରେ କାଳ କାଟୁଛନ୍ତି l ଏହାକୁ ଦୃଷ୍ଟିରେ ରଖି ସତ୍ତାର ସ୍ମୃତି ସଂସଦ, ସୁକିନ୍ଦା ଓ ଲା୍ୟନ୍ସ କ୍ଲବ, କଳିଙ୍ଗନଗର ପକ୍ଷରୁ ସାଟେଲାଇଟ ନିୟୁଜ ଚାନେଲ ବଡ ଖବର ସହଯୋଗରେ ୫ଶହ ଆଦିବାସୀ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି l ଲା୍ୟନ୍ସ କ୍ଲବର ସଭାପତି ତଥା ସତ୍ତାର ସ୍ମୃତି ସଂସଦର ଅଧ୍ୟକ୍ଷ ଯୁବ ସମାଜସେବୀ ଡ. ମଞ୍ଜୁର ଅଲ୍ଲୀ, ଲା୍ୟନ୍ସ କ୍ଲବର ପୂର୍ବତନ ସଭାପତି ପ୍ରଫୁଲ୍ଲ କୁମାର ଦେଓ ଓ ହୃଦାନନ୍ଦ ମିଶ୍ର, ସତ୍ତାର ସ୍ମୃତି ସଂସଦର ଜନସମ୍ପର୍କ ଅଧିକାରୀ ତଥା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ପ୍ରମୁଖ ଅଭାବି ପରିବାରଙ୍କୁ ଏହl ବଣ୍ଟନ କରିଥିଲେ l ଅନ୍ତର୍ଯ୍ୟାମୀ ଦ୍ବିବେଦୀ,ସଫିକୁଦ୍ଦିନ ଖାନ,ଶିବ ପ୍ରସାଦ ସିଂସାମନ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ବଡ ଖବର ପକ୍ଷରୁ ସୁକିନ୍ଦା ପ୍ରତିନିଧି ରୋହିତ କୁମାର ଖୁଣ୍ଟିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସ୍ଥାନୀୟ ଅଞ୍ଚଳବାସୀ ଏହି ମହତ କାର୍ଯ୍ୟ ପାଇଁ ଉଭୟ ସ୍ବେଛାସେବୀ ସଂଗଠନ ଓ ବଡ ଖବରକୁ ଉଚ୍ଚ ପ୍ର

ଆଜି ଅପରାହ୍ନରେ ବସିବ ସର୍ବଦଳୀୟ ବୈଠକ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- କରୋନା ନେଇ ଆଜି ସର୍ବଦଳୀୟ ବୈଠକ ବସିବ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ବିଧାନସଭା ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ । ମହାମାରୀ ନିୟନ୍ତ୍ରଣ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଅବଗତ କରାଇବେ । ଏହାପୂର୍ବରୁ ବୟାନବାଜି ଜୋର ଧରିଛି । ବୈଠକରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯିବ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି। କୋଭିଡ ଦ୍ବିତୀୟ ଲହରରେ ସରକାରଙ୍କ ପରିଚାଳନଗତ ତ୍ରୁଟି ରହିଛି। ହସ୍ପିଟାଲରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଅଭାବ। ଠିକ୍‌ ଭାବେ ଟିକା ଜିଲ୍ଲାଗୁଡ଼ିକୁ ପଠାଯାଉନାହିଁ। ଜିଲ୍ଲାରେ ଏ ପର୍ଯ୍ୟନ୍ତ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ହୋଇପାରିନାହିଁ। କେବଳ ଭୁବନେଶ୍ବରରେ ଭିଆଇପି ଚିକିତ୍ସା ଚାଲିଛି। ଜିଲ୍ଲା ସ୍ଥିତି ଶୋଚନୀୟ। ରୋଗୀଙ୍କ ଶରୀରରେ ଅକ୍ସିଜେନ୍‌ ମାପିବା ପାଇଁ ସରକାର ପ୍ରତି ପଞ୍ଚାୟତରେ ପର୍ଯ୍ୟାପ୍ତ ଅକ୍ସିମିଟର ଯୋଗାଇ ଦେବାକୁ ଦାବି କରାଯିବା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ଦାବି ହୋଇଥିଲା। କିନ୍ତୁ ବାଚସ୍ପତି ବି

ଏକ ନକ୍ସଲ୍ ଦମ୍ପତ୍ତି ଙ୍କ ଆତ୍ମସମର୍ପଣ l

Image
ମାଲକାନଗିରି(ବ୍ୟୁରୋ ରିପୋର୍ଟ) :-  ମାଲକାନଗିରି ଜିଲ୍ଲା ସୀମାନ୍ତ କାଂକେର ପୁଲିସ ନିକଟରେ ଆଜି ଏକ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଏମ.ଆର.ଆହିରେଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ କୋସକୋଡି ଏରିଆ କମିଟିର ସଦସ୍ୟ ଜୟସିଂ ଅରଫ ଦରବାରି କୋମରା। ବୟସ ୨୮ ବର୍ଷ। ସରକାର ଜୟସିଂ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଜୟସିଂଙ୍କ ପତ୍ନୀ ସମ୍ମି ଅରଫ ସନ୍ନି ଇରପା ପ୍ଲାଟୁନ ନମ୍ବର ୧୭ର ସଦସ୍ୟା ଅଟନ୍ତି। ସରକାର ସନ୍ନି ନାମରେ ୨ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଗତ ୨୦୧୧ ମସିହାରେ ଏମାନେ ନକ୍ସଲ କମାଣ୍ଡର ବିକାଶର ସଂସ୍ପର୍ଶରେ ଆସି ନକ୍ସଲ ସଂଗଠନରେ ଜଡିତ ହୋଇଥିଲେ। ଗତ ଦଶ ବର୍ଷ ମଧ୍ୟରେ ବିଭିନ୍ନ ଅଂଚଳରେ ଏମାନେ ବୁଲି ବହୁ ହିଂସା ଘଟାଇଥିବା ପୁଲିସ କହିଛି। ଆମାବେଡା ଥାନା ଅଂଚଳର ଅର୍ରା ଗ୍ରାମରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା, କୋତକୁଣ୍ଡରେ ଜଣକୁ ହତ୍ୟା, ତାଡୋକି ଥାନା ଅଂଚଳରେ ପୁଲିସ ଉପରେ ଆକ୍ରମଣ ଭଳି ପ୍ରାୟ ୨୦ରୁ ଉର୍ଦ୍ଧ୍ବ ହିଂସାରେ ଏମାନେ ଜଡିତ ଥିବା ପୁଲିସ କହିଛି। ତେବେ ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରାଯାଉନଥିବା କହିଥିଲେ।ସଂଗଠନରେ ଭେଦଭାବ ସହ ନିର୍ଯାତନା ବଢୁଥିଲା। ମହିଳାଙ୍କ ପ୍ରତି ଶୋଷଣ ବଢୁଥିଲ