Posts

ଅଗଷ୍ଟ ମାସ ର ଗାଇଡଲାଇନ୍ ସଂପର୍କରେ SRC ଙ୍କ ଘୋଷଣା I

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ଧିରେ ଧିରେ ଅନଲକ ଆଡ଼କୁ ଗତି କରୁଛି ଓଡ଼ିଶା। ଏଥିପାଇଁ ସାରା ରାଜ୍ୟରେ ଦୋକାନବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ତେବେ କେବଳ ଭୁବନେଶ୍ୱର, କଟକ, ପୁରୀରେ ପୂର୍ବ ଭଳି ସପ୍ତାହାନ୍ତ ସଟଡାଉନ ଜାରି ରହିବ। ଏନେଇ ଅଗଷ୍ଟ ଗାଇଡଲାଇନ୍ ସଂପର୍କରେ SRC ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,ଅଆମ ରାଜ୍ୟରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି। କଟକ, ଖୋର୍ଦ୍ଧା, ପୁରୀରେ ଟିକେ ଅଧିକ କେସ୍ ରହିଛି। ହେଲେ ଉଦବେଗଜନକ ନୁହେଁ। ଜୀବନ-ଜୀବିକା ସମନ୍ୱୟ ପାଇଁ ଧିରେ ଧିରେ ଅନଲକ୍ ହେଉଛି। ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି। ରାଜ୍ୟରେ ସଂକ୍ରମଣ ଅନେକାଂଶରେ ନିୟନ୍ତ୍ରଣକୁ ଆସିଥିବା SRC କହିଛନ୍ତି। ଅଗଷ୍ଟ ଗାଇଡଲାଇନ୍ ନେଇ SRC କହିଛନ୍ତି ଯେ, ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ। ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା। ରେଷ୍ଟୁରାଣ୍ଟ, ବାର୍ ୫୦% କ୍ଷମତାକୁ ନେଇ ଖୋଲି ପାରିବ। ସିନେମା ହଲ୍ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ। ହଲ୍, ମଲ୍ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ। ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ମନା। ପ୍ରଦର୍ଶନୀ, ବାଣିଜ୍ୟ

ଯାଜପୁର ମ୍ୟୁନିସିପାଲଟି ରେ କୋଟି କୋଟି ଟଙ୍କାର ଟ୍ୟାକ୍ସ ଆତ୍ମସାତ୍ l

Image
ଯାଜପୁର(ବ୍ୟୁରୋ ରିପୋର୍ଟ) : - ଯାଜପୁର ଜିଲ୍ଲାର ଯାଜପୁର ମ୍ୟୁନିସିପାଲିଟିରେ ହୋଲ୍‌ଡିଂ ଟ୍ୟାକ୍ସ, ପେନାଲ୍ଟି ଫି, ହାଉସ ରେଣ୍ଟ, ଟେଣ୍ଡର ପେପର ଇତ୍ୟାଦି କ୍ଷେତ୍ରରେ ଅର୍ଥ ଆଦାୟ କରାଯାଇ ୩,୫୯,୭୮୪ ଟଙ୍କା ଆତ୍ମସାତ୍‌ କରାଯାଇଛି। ୨୦୧୯-୨୦ ଅଡିଟ୍‌ ରିପୋର୍ଟରୁ ଏହା ଜଣାପଡିଛି। ଏହିମର୍ମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରି ଓ କଟକ ଜେନେରାଲ ଆଡମିନିଷ୍ଟ୍ରେଶନ (ଭିଜିଲାନ୍ସ) ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଓଡ଼ିଶା ଲୋକାଲ ଫଣ୍ଡ ଅଡିଟର ଯୁଗ୍ମ ନିର୍ଦ୍ଦେଶକ ୨୯ା୭ା୨୦୨୧ରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଛନ୍ତି। ଯାଜପୁର ତହସିଲରେ ବହୁ ଚର୍ଚ୍ଚିତ ୪.୯୩ କୋଟି ଟଙ୍କାର ଅନିୟମିତତାର ଭିଜିଲାନ୍ସ ତଦନ୍ତ ଚାଲିଥିବାବେଳେ ମ୍ୟୁନିସିପାଲିଟିରେ ଏଭଳି ଟଙ୍କା ଆତ୍ମସାତ୍‌ ଘଟଣା ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲୋକାଲ ଫଣ୍ଡ ଅଡିଟ୍‌ ପକ୍ଷରୁ ୨୦୧୯-୨୦ ବର୍ଷରେ ଯାଜପୁର ପୌରାଞ୍ଚଳର ଆର୍ଥିକ କାରବାର ଉପରେ ସ୍ବତନ୍ତ୍ର ଅଡିଟ ହୋଇଥିଲା। ଉକ୍ତ ଅଡିଟରେ ମୋଟ ୩,୫୯,୭୮୪ ଟଙ୍କା ମଧ୍ୟରୁ ୯୫,୭୯୩ ଟଙ୍କା ସଂପୃକ୍ତ ଅଧିକାରୀ ଦିୱାନ ମୁର୍ମୁଙ୍କ ଦରମାରୁ ଅସୁଲି କରାଯାଇଥିଲା। ଅବଶିଷ୍ଟ ବାର୍ଷିକ ୧୮ ପ୍ରତିଶତ ସୁଧ ସହ ୨,୬୩,୯୯୧ ଟଙ୍କା ଅସୁଲି କରିବାର ଅଛି ବୋଲି ଅଡିଟ ପକ୍ଷରୁ ୨୦୨୦-୨୧ର ସ୍ବତନ୍ତ୍ର ରିପୋର୍ଟରେ ଦର୍ଶାଯାଇଛି। କ୍ୟାସିୟରଙ

ରାଜ୍ୟରେ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି - ମୁଖ୍ୟମନ୍ତ୍ରୀ

Image
ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) : - ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ରାଜ୍ୟରେ ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି । ଉଚ୍ଚ ପ୍ରାଥମିକସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରଧାନଶିକ୍ଷକଙ୍କ ପଦବୀ ମଧ୍ୟ ପୂରଣ ହେବ । ଫଳରେ ଶୈକ୍ଷିକ ପରିବେଶରେ ଉନ୍ନତି ଆସିପାରିବ । ୨୯ ହଜାର ୭୫୯ ସହକାରୀ ଶିକ୍ଷକ ୫-ବି ସ୍ତରକୁ ପଦୋନ୍ନତି ପାଇବେ ।  ଏହାସହ ୨୯ ହଜାର ୭୫୯ ଶିକ୍ଷକ ତୁରନ୍ତ ଲେଭଲ-୪କୁ ପଦୋନ୍ନତି ପାଇବେ । ୩ ହଜାର ୭୮୫ ଜଣ ପ୍ରଧାନଶିକ୍ଷକ ସେପ୍ଟେମ୍ବର ସୁଦ୍ଧା ଲେଭଲ-୩କୁ ପଦୋନ୍ନତି ପାଇବେ। ପଦୋନ୍ନତି ପାଇଥିବା ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ଗୁଣାତ୍ମକ ଶିକ୍ଷାଦାନ ପାଇଁ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। Primary teachers to be promoted in the state - Chief Minister.  Bhubaneswar(Beuro Report) : - Chief Minister's big announcement. 63,303 primary teachers in the state will be promoted. At the top primary level, teaching positions will be filled for a variety of topics. The position of headmaster will also be filled at the primary and upper primary levels. As a result, the academic envir

ଶ୍ରେଣୀ ଗୃହ ନିର୍ମାଣ ଓ ପାନୀୟ ଜଳ ଯୋଗାଣ ରେ ଅନିୟମିତତା ଅଭିଯୋଗ।

Image
ଯାଜପୁର (କାଳିଆପାଣି) :- ଶିଶୁଙ୍କ ଜୀବନ କୁ ନେଇ ଖେଳ ଖେଳୁଛନ୍ତି କଣ୍ଟ୍ରାକ୍ଟର । ବିଗତ ଦିନରୁ ଭଙ୍ଗା ସ୍କୁଲ ଘରେ ପାଠ ପଢା ଚାଲିଥିଲା ଓ ପରେ ଟେଣ୍ଡର ହୋଇ ଶ୍ରେଣୀଗୃହ ନିମନ୍ତେ ଆଠ ଲକ୍ଷ୍ୟ ଦଶ ହଜାର ,ଉକ୍ତ ବିଦ୍ୟାଳୟ ପାଇଁ ପାଠାଗାର ପାଇଁ ଦଶ ଲକ୍ଷ୍ୟ ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟ ପାଇଁ ଏକ ଲକ୍ଷ ଅଠତିରିରିସ ହଜାର ବ୍ୟୟ ଅଟକଳ ରେ ନିର୍ମିତ ଗୃହ ଓ ପାନୀୟ ଜଳ ଯୋଗାଣ ରେ ଚଞ୍ଚକତା ଦେଖା ଦେଇଛି । ଶ୍ରେଣୀ ଗୃହ ପାଠାଗାର ରେ ଖୋଳାଯାଇଥିବା ନିଅ ମାତ୍ର ହାତେ ଖୋଳି ଘର ନିର୍ମାଣ କରାଯାଇଥିବା ଘଟଣା ସାମ୍ନା କୁ ଆସିଛି । ପୂର୍ବରୁ ଏପରି ଅନକ ଦୁର୍ନୀତି ଘଟଣା ସାମ୍ନା କୁ ଆସିଥିବା ବେଳେ ଶିଶୁ ବା ଆଗାମୀ ଦିନର ଭବିଷ୍ୟତ ମାନକୁ ନେଇ ଚଞ୍ଚକତା ଘଟଣା ପ୍ରଥମ ଥର ଦେଖାଦେଇଛି । ଚତୁର୍ପର୍ଶ୍ଵ ରେ ଖଣି ରେ ଭରି ରହିଥିବା ଅଞ୍ଚଳ ହୋଇଥିବା ବେଳେ ଖଣି ର ଉତ୍ପାଦନ କ୍ଷମତା ବଢାଇବା ବା ବିରାଟ କାୟ ପଥର କୁ ଭାଙ୍ଗିବା ରେ ସାହାଯ୍ୟ କରୁଥିବା ପ୍ରାକୃତିକ ବିସ୍ଫୋରଣ କରୁଥିବା ବେଳେ ବଡ଼ ବଡ଼ କୋଠା ମାନ ଫାଟି ଆଁ କରିଛି ।  - ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ ।  -ତଦନ୍ତ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ ।  ଏପରି ସ୍ଥଳେ କିପରି ଏକ ଫୁଟ ର ଫାଉଣ୍ଡେସନ କରି ଘର ନିର୍ମାଣ କଲେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପୁଣି ଖୋଦ ବିଭାଗୀୟ ଅଧିକାରୀ (ଜେଇ) କାମ ନେଇ କରିଥିବା କଥା କିଛ

ପିମ୍ପୁଡ଼ିଆ ସ୍କୁଲ ରେ ଅଭାବନୀୟ ଘଟଣା l

Image
ଯାଜପୁର (ସୁକିନ୍ଦା) :- ପିମ୍ପୁଡିଆ ସ୍ଥିତ ପତିତପାବନ ହାଇସ୍କୁଲରେ ଜୈନିକ ଛାତ୍ରୀ ଅଚେତ ଅବସ୍ଥାରେ ସୁକିନ୍ଦା ମେଡିକାଲରେ ଭର୍ତ୍ତି ।ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ରାଜ୍ୟର ସମସ୍ତ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ଉଦ୍ଧେଶ୍ୟରେ ସମସ୍ତ ହାଇସ୍କୁଲ ଖୋଲା ଯାଇଥିବା ବେଳେ ସୁକିନ୍ଦା ବ୍ଲକ ଅଧିନସ୍ଥ ପିମ୍ପୁଡିଆ ଗ୍ରାମରେ ଥିବା ପତିତପାବନ ଉଚ୍ଚ ବିଦ୍ୟାଳୟ ରେ ସବୁଦିନ ପରି ସଠିକ୍ ସମୟ ରେ ସ୍କୁଲ ଖୋଲିଥିଲା l ଆଜି ସକାଳ ୧୦ ଘଟିକା ସମୟରେ ୨୮ ଜଣ ପିଲା ପାଠ ପଢିବା ପାଇଁ ଆସିଥିବା ସୂଚନା ମିଳିଛି l ଶିକ୍ଷକ ପ୍ରେମାନନ୍ଦ ମିଶ୍ରଙ୍କ ପଠା ପଢା ଆରମ୍ଭରୁ ପିମ୍ପୁଡିଆ ଗ୍ରାମର ଦଶମ ଶ୍ରେଣୀର ଛାତ୍ରୀ ପ୍ରୀତି ମହାନ୍ତ, ହଟାତ ଅଚେତ ହୋଇ ସ୍କୁଲ ଗୃହ ପରିସରରେ ପଡି ଯିବାରୁ ବିଦ୍ୟାଳୟର ଶିକ୍ଷକ ମାନେ ସରକାରୀ 108 ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରୁ 108 ଆମ୍ବୁଲାନ୍ସର କର୍ମଚାରୀ ମାନେ ପିମ୍ପୁଡିଆ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଅକ୍ସୀଜେନ ଲଗାଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରେଇବା ପରେ ଛାତ୍ରୀ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି । Unexpected incident at Pimpudia School.  Jajpur (Sukinda): - A Jain student at Patitapavan High School in Pimpudia has been admitted to Sukin

ନିଜର ୧୯ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲାର ପୌରାଂଚଳ ଦାୟିତ୍ୱ ନ୍ୟସ୍ତ କରିଛି ବିଜେପି l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - ରାଜ୍ୟରେ ପୌର ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ବିଜେପି ଆଜି ଏକ କମିଟି ଗଠନ କରି ନିଜର ୧୯ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲାର ପୌରାଂଚଳ ଦାୟିତ୍ୱ ନ୍ୟସ୍ତ କରିଛି। ଦୀର୍ଘ ୩ବର୍ଷ ପରେ ରାଜ୍ୟରେ ପୌର ନିର୍ବାଚନ କରିବା ପ୍ରସଙ୍ଗକୁ ନେଇ ବିଜେପି ଗତ ୩ଦିନ ଧରି ଅଧିକ ତତ୍ପରତା ଦେଖାଇବାରେ ଲାଗିଛି।  ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ, ପୌର ନିର୍ବାଚନ ପାଇଁ ସଂଗଠନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଦଳର ବରିଷ୍ଠ ନେତା କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପୌରାଂଚଳ କମିଟି ଗଠନ କରିଛି। କମିଟିରେ ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର ରହିଥିବାବେଳେ ଅନ୍ୟ ୧୭ଜଣ ନେତାଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ଏହି ଜିଲ୍ଲା ପ୍ରଭାରୀ କମିଟି ଗଠନ ହୋଇଛି।  ବିଜେପିର ତାଲିକା ଅନୁସାରେ ଶ୍ରୀ ସିଂହଦେଓଙ୍କୁ ବଲାଙ୍ଗିର, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି ରାଜ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମୟୂରଭଞ୍ଜର ବାରିପଦା ଓ ରାଇରଙ୍ଗପୁର , ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ଓ ଖୋର୍ଦ୍ଧା, ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦେବଗଡ଼ ଓ ସମ୍ବଲପୁର, ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ପୁରୀ, ବରିଷ୍ଠ ନେତା ନୟନ କିଶୋର ମହା

ଭାରତର ସରକାରୀ ଚ୍ୟାନେଲ ଦୂରଦର୍ଶନକୁ ସବୁଠୁ ଅଧିକ ଦେଖୁଛନ୍ତି ପାକିସ୍ତାନୀ।

Image
ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) :- ଭାରତର ସରକାରୀ ଚ୍ୟାନେଲ ଦୂରଦର୍ଶନକୁ ସବୁଠୁ ଅଧିକ ଦେଖୁଛନ୍ତି ପାକିସ୍ତାନୀ। ଭାରତ ପରେ ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓର ୟୁଟ୍ୟୁବ ଚ୍ୟାନେଲର ସବୁଠୁ ଅଧିକ ଦର୍ଶକ ଅଛନ୍ତି ପାକିସ୍ତାନରେ। ମୌସୁମୀ ଅଧିବେଶନରେ ସୂଚନା ଦେଲେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।  ସଂସଦରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ୨୦୨୧ରେ ୟୁଟ୍ୟୁବରେ ପ୍ରସାର ଭାରତୀ ଚ୍ୟାନେଲକୁ ପାକିସ୍ତାନରେ ୬୯ ଲକ୍ଷ ୬୮ ହଜାର ୪୦୮ ଦର୍ଶକ ଦେଖିଛନ୍ତି। ଯାହାକି ଅନ୍ୟ ଦେଶ ତୁଳନାରେ ପାକିସ୍ତାନର ଦର୍ଶକଙ୍କ ସଂଖ୍ୟା ଅଧିକ ରହିଛି। ସେହିପରି ୟୁଏସ୍‌ରେ ପ୍ରସାର ଭାରତୀର ୟୁଟ୍ୟୁବ୍ ଚ୍ୟାନେଲକୁ ୫୬ ଲକ୍ଷ ୪୭ ହଜାର ୫୬୫, ବାଙ୍ଗଲାଦେଶରେ ୫୧ ଲକ୍ଷ ୮୨ ହଜାର ୧୦ ଜଣ ଦର୍ଶକ ଦେଖିଥିବା ବେଳେ ନେପାଳରେ ୩୧ ଲକ୍ଷ ୬୮ ହଜାର ୮୧୦ ଜଣ ଏବଂ ୟୁଏଇରେ ୨୭ ଲକ୍ଷ ୨୧ ହଜାର ୯୮୮ ଜଣ ଦର୍ଶକ ଦେଖିଛନ୍ତି।  ଅନୁରାଗ ଠାକୁର ପୁଣି କହିଛନ୍ତି ଯେ, ୨୦୨୦ରେ ପାକିସ୍ତାନରେ ପ୍ରସାର ଭାରତୀ ୟୁଟ୍ୟୁବ୍ ଚ୍ୟାନେଲକୁ ୧ କୋଟି ୩୩ ଲକ୍ଷ ୫୦୪ ଭ୍ୟୁଜ୍ ମିଳିଥିଲା। ସେହିପରି ୟୁଏସ୍‌ରେ ୧ କୋଟି ୨୮ ଲକ୍ଷ ୬୩ ହଜାର ୬୭୪, ୟୁଏଇରେ ୮୨ ଲକ୍ଷ ୭୨ ହଜାର ୫୦୬, ବାଙ୍ଗଲାଦେଶରେ ୮୧ ଲକ୍ଷ ୩୬ ହଜାର ୬୮୪, ଓ ସାଉଦୀ ଆରବରେ ୬୫ ଲକ୍ଷ ୨୯ ହଜାର ୬୮୧ ଭ୍ୟୁଜ୍ ମିଳିଥିଲା।  ସୂଚନା ଏବଂ ପ୍ରସାରଣ