Posts

ଓଡିଆ ଦୈନିକ ଖବର କାଗଜ ପଯ୍ୟବେକ୍ଷକ ର ପ୍ରଥମ ଭର୍ଚୁଆଲ୍ ମିଟ୍ |

Image
 ଭୁବନେଶ୍ବର :- ଗୁଗୁଲ୍ ମିଟ୍ ପ୍ଲାଟଫର୍ମ ଜରିଆରେ ରକ୍ଷାବନ୍ଧନ ଦିନ  ରେ ଲୋକମାନଙ୍କର ଓଡିଆ ଦୈନିକ ଖବର କାଗଜ ପଯ୍ୟବେକ୍ଷକ ର ପ୍ରଥମ ଭର୍ଚୁଆଲ୍ ମିଟ୍ | ଏହି ଅବସରରେ ରାଜ୍ଯ ର ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଥିଲେ, ଡ.  ପବିତ୍ର ମୋହନ ସାମନ୍ତରାୟ, ସମ୍ପାଦକ-ଇନ୍-ଚିଫ୍, ପଯ୍ୟବେକ୍ଷକ , କଳିଙ୍ଗ କ୍ରୋନିକଲ୍ (ଇଂରାଜୀ ଦୈନିକ ଖବର କାଗଜ ), ପଯ୍ୟବେକ୍ଷକ ଓଡିଶା (ଡିଜିଟାଲ୍ ଚ୍ୟାନେଲ୍), ଶ୍ରୀ ବୁଦ୍ଧଦେବ ମହାପାତ୍ର, ପ୍ରକାଶକ, ପଯ୍ୟବେକ୍ଷକ   ଶ୍ରୀ ଅରବିନ୍ଦ ମେକାପ, ପ୍ରକାଶକ, କଳିଙ୍ଗ କ୍ରୋନିକଲ, ଶ୍ରୀ ସୁବ୍ରତ ସାହୁ, ସିଷ୍ଟମ ଆଡମିନିଷ୍ଟ୍ରେଟର, ଶ୍ରୀ ବିଚୁ ​​ଆଚାର୍ଯ୍ୟ, ଡିଜିଟାଲ ଇନଚାର୍ଜ, ଶ୍ରୀ ଦିଲୀପ ମିଶ୍ର, ଲଲିତ ବଲାଭ ରାଉତ, ପ୍ରଣବ ବିଶ୍ଵାଳ, ଜୟନ୍ରଜନ ରାଉତ, ସୂର୍ଯ୍ୟନାରାୟଣ ବେହେରା, ପ୍ରସନ୍ନ ମହାନ୍ତି, ସୁବେଶ୍ୱର ପଣ୍ଡା ଅନନ୍ତରାମ ପ୍ରଧାନ, ଭାଗୀରଥୀ ସ୍ୱାଇଁ , ଚିରଞ୍ଜୀବ ଦାଶ, ମାନସ ସେଠୀ ଏବଂ ରାଜ୍ୟର ଅନେକ ଲୋକ ଉପସ୍ଥିତ ଥିଲେ। The first virtual meeting of the Oriya Daily Newspaper Paryabekhyak.  Bhubaneswar :- First Virtual meet of Reporters of people's Odia daily Paryabekhyak on the Rakshyabandhan Day (22/08/2021) through Google meet platform.  Dr Pabitra Mohan Samantaray, Edit

ପୋଲିସ୍ ଏତଲା ନ ରଖିବାରୁ ଏସ୍ ପି ଙ୍କ ଦ୍ଵାରସ୍ଥ ହୋଇଛନ୍ତି ବୃଦ୍ଧ ବାପା,'' ମୋ ଝିଅ କୁ ମାରି ଦେଇଛନ୍ତି ''

Image
କଳାହାଣ୍ଡି (ବ୍ୟୁରୋ ରିପୋର୍ଟ) :- ଜିଲ୍ଲାର ନର୍ଲା ଥାନା ଅଞ୍ଚଳରେ ଏକ ଯୌତୁକଜନିତ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି l ଜିଲ୍ଲାର ମ. ରାମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ମୁଣ୍ଡା ଗ୍ରାମର ନୃପରାଜ ରଣା ଙ୍କ ଅଭିଯୋଗ କ୍ରମେ ତାଙ୍କ ଝିଅ ସ୍ଵର୍ଗତ ବାସନ୍ତୀ ରଣା (୪୬) କୁ ସେ ସାମାଜିକ ରୀତିନୀତି ଅନୁସାରେ ୨୮ ବର୍ଷ ତଳେ ନର୍ଲା ଥାନା ଅନ୍ତର୍ଗତ ରତନପୁର ଗ୍ରାମର ପାର୍ଥବ ରଣା ଙ୍କ ପୁଅ ଗୁମାନ ରଣା କୁ ବିବାହ ଦେଇଥିଲେ l ବିବାହ ର କିଛି ଦିନ ପରେ ବାସନ୍ତୀ ଙ୍କ ଉପରେ ସ୍ଵାମୀ ସହ ପରିବାର ମିଶି ଯୌତୁକ ନିର୍ଯାତନା ଆରମ୍ଭ କଲେ l ଏ ବିଷୟରେ ଝିଅର ବାପା ନୃପରାଜ ରଣା ୨୦୧୫ ମସିହା ଅପ୍ରେଲ ୧୦ ତାରିଖ ରେ ନର୍ଲା ଥାନା ରେ ଅଭିଯୋଗ କରିଥିଲେ l ପରେ ସ୍ଵାମୀ ଗୁମାନ ରଣା ପୋଲିସ୍ ଥାନାରେ ରାଜିନାମା ଲେଖି କେସ୍ କୁ ସମାଧାନ କରିଥିଲେ l ଏହାର କିଛି ଦିନ ପରେ ପୁଣି ଅତ୍ୟାଚାର ଚାଲିଲା l ସ୍ୱାମୀ ଓ ପରିବାର ଲୋକ ସର୍ବଦା ବାପଘରୁ ଟଙ୍କା ଆଣିବାକୁ ବାସନ୍ତୀ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି l ମୃତ୍ୟୁର ୧୫ ଦିନ ପୂର୍ବରୁ ବାସନ୍ତୀ ଓ ତାର ପୁଅ ବାପଘରୁ ଏକ ଲକ୍ଷ ଟଙ୍କା ଆଣିବାକୁ ପଠାଇଥିଲେ ସ୍ୱାମୀ ଗୁମାନ କିନ୍ତୁ ବାପଘର ଟଙ୍କା ଦେବାକୁ ସକ୍ଷମ ନ ଥିବା ରୁ ମନା କରିଦେଲେ l ଏହାପରେ ଗତ ୧୦/୮/୨୦୨୧ ତାରିଖ ଦିନ ରାତି ୧୦ ସମୟରେ ବାସନ୍ତୀ ର ପୁଅ ପ୍ରକାଶ ମା ' ଆତ୍ମହତ୍ଯା କଥା ଅଜା ଙ୍କୁ ଜଣାଇଲା I ପାର

ଏଜିଏସ କମ୍ପାନୀର ଏଟିଏମ ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ ଘଟଣାର ରହସ୍ୟ ଉନ୍ମୋଚିତ ହେବାକୁ ଯାଉଛି ।

Image
ବ୍ରହ୍ମପୁର(ବ୍ୟୁରୋ ରିପୋର୍ଟ) :-  ବଡ଼ବଜାର ଥାନା ନିକଟ ଆକ୍ସିସ ବ୍ୟାଙ୍କ ନିକଟରୁ ଏଜିଏସ କମ୍ପାନୀର ଏଟିଏମ ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ ଘଟଣାର ରହସ୍ୟ ଉନ୍ମୋଚିତ ହେବାକୁ ଯାଉଛି । ସେହି ଗାଡିର ଚାଳକ ଆଶିଷ ଦିଗଲ ହିଁ ଏହି ବହୁ ଚର୍ଚ୍ଚିତ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ସୂଚନା ମିଳିଛି । ଆଶିଷ ନିଜେ ଅପହରଣ ନାଟକ କରିଥିଲେ ବୋଲି ଜଣାପଡିଛି । ପୁଲିସ ପ୍ରଥମ ଦିନରୁ ହିଁ ଆଶିଷ ଉପରେ ସନ୍ଦେହ କରି ଆସୁଥିଲା । ୩ ଦିନ ହେବ ଆଶିଷକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ତାର ୩ ସହଯୋଗୀଙ୍କୁ ବାହାର ଜିଲ୍ଲାରୁ ପୁଲିସ ଉଠାଇ ଆଣିଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଆଜକୁ ୩ ଦିନ ପୂର୍ବେ ୨୪ ଲକ୍ଷ ଟଙ୍କା ଥିବା କମ୍ପାନୀର ଗାଡିକୁ ବଡ଼ବଜାର ଆକ୍ସିସ ବ୍ୟାଙ୍କ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ପୁଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଚାଳକ ଆଶିଷକୁ ଉଦ୍ଧାର କରିଥିଲା । The mystery of the robbery of Rs 24 lakh from an ATS-filled vehicle by an AGS company is going to be revealed. BHRAMPUR: The mystery of the robbery of Rs 24 lakh from an AGS ATM-filled vehicle near Axis Bank near Badbazar

ଦୀର୍ଘ ୧୪ ବର୍ଷ ହେଲା ଝିଅକୁ ଦେଖିବାକୁ ପାଇନାହିଁ ମା ' l

Image
ସମ୍ବଲପୁର(ବ୍ୟୁରୋ ରିପୋର୍ଟ) : - ଆଫଗାନିସ୍ତାନରେ ଆତଙ୍କରାଜ। ତାଲିବାନର କ୍ଷମତା ଦଖଲ ପରେ ଆଫଗାନିସ୍ତାନ ୧୪ଶହ ବର୍ଷ ପୁରୁଣା ଯୁଗକୁ ଫେରି ଯାଇଛି। ଯେଉଁଠି ଆରମ୍ଭ ହେଲାଣି ଶାରିଆ ଶାସନ। ବୁର୍ଖା ଭିତରୁ ଦୁନିଆକୁ ଦେଖିବେ ଝିଅ। ଘରୁ ବାହାରିବା ମନା। ଘର ଛାଡନ୍ତୁ ବାଲକୋନି କି ଝରକା ବି ଝିଅଙ୍କ ପାଇଁ ମାନ। ସେମାନଙ୍କ ଦୁନିଆ ଏବେ ଚାରି କାନ୍ଥ ଭିତରେ ବନ୍ଦ। ଏସବୁ ଭିତରେ ଆଫଗାନିସ୍ତାନରେ ଫସିଥିବା ଓଡ଼ିଶାର ଜଣେ ଝିଅକୁ ନେଇ ତା’ ପରିବାର ଆଶଙ୍କା ଭିତରେ ଜିଉଁଛି। ଓଡ଼ିଶାରେ ବାପ ଘର କାବୁଲରେ ଶାଶୁ ଘର। ସମ୍ବଲପୁରର ଝିଅ ଏବେ ତାଲିବାନୀଙ୍କ କବଳରେ ଥିବା କାବୁଲରେ। ଝିଅ ଯାଇଛି ଯେ ଯାଇଛି ଆଉ ଘରକୁ ଫେରିନି। ଶେଷ ଥର ପାଇଁ ଝିଅକୁ ବିବାହ ବେଦିରେ ଦେଖିଥିଲେ ବାପା ମାଆ। ଆଉ ଏବେ ଝିଅକୁ ଦେଖିବାକୁ ଚାହିଁକି ବି ଦେଖିପାରୁ ନାହାନ୍ତି ପରିବାର ଲୋକେ। ଦୀର୍ଘ ୧୪ ବର୍ଷ ହେବ ଝିଅକୁ ଦେଖିନି ମାଆ। ଦୁଇ ମାସ ହେବ ଝିଅ ସହ ସମ୍ପର୍କ ହୋଇ ପାରୁନି। ବର୍ତ୍ତମାନ ଆଫଗାନ ପରିସ୍ଥିତି ଠିକ ନଥିବାରୁ ସମ୍ବଲପୁରରେ ଥାଇ ଚିନ୍ତାରେ ପଡିଛି ମାଆର ମନ। ସମ୍ବଲପୁରର ଜୁହୁରା ବେଗମ ଝୁରୁଛନ୍ତି ଝିଅକୁ। ଝିଅ ସକିଲା ବେଗମ କେମିତି ଅଛି ? ଜ୍ୱାଇ ଓ ନାତି ନାତୁଣୀ କେମିତି ଅଛନ୍ତି ? ଏହି ସବୁ ଚିନ୍ତାରେ ଘାଣ୍ଟିହେଉଛନ୍ତି ଜୁହୁରା। ୧୪ ବର୍ଷ ହେଲା ଝିଅ ବିଦା ହେବା ପରେ ସମ୍ବଲପୁରକୁ ଆଉ ଫେରିନି। ଫୋନରେ କଥା ହେ

ଜଗା ବଳିଆ ଙ୍କ ପାଇଁ ରାକ୍ଷୀ ସଜ୍ଜା, ଶ୍ରୀମନ୍ଦିର ରେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା l

Image
ପୁରୀ(ବ୍ୟୁରୋ ରିପୋର୍ଟ) :- ଭଉଣୀ ଭାଇର ପବିତ୍ର ସମ୍ପର୍କର ପର୍ବ ହେଉଛି ରକ୍ଷାବନ୍ଧନ। ରାଖୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶୁଭ ମନାସି ଥାଏ। ପ୍ରତିବଦଳରେ ଭାଇ ତା’ର ଭଉଣୀକୁ ଜନ୍ମ ଜନ୍ମ ପାଇଁ ସୁରକ୍ଷା ଦେବାର ସଂକଳ୍ପ ନେଇଥାଏ। ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ଏହି ପବିତ୍ର ପର୍ବ ପାଳନ କରାଯାଏ। ଆସନ୍ତା ୨୨ତାରିଖରେ ରାଖୀପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଏହି ପର୍ବ ପାଳନ ହେବ। ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ରକ୍ଷାବନ୍ଧନ ପର୍ବ ଅନନ୍ୟ। ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଠାକୁର ପ୍ରଭୁ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ହାତରୁ ରାଖୀ ପିନ୍ଧିବେ। ଏଥିପାଇଁ ପାଟରା ବିଶୋଇ ସେବକମାନେ ରାଖୀ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।  ବାରମାସରେ ତେର ପର୍ବ ପାଳନ ହୋଇଥାଏ। ସେଥିମଧ୍ୟରୁ ଗହ୍ମାପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଅନ୍ୟତମ। ଏହିଦିନ ଶ୍ରୀମନ୍ଦିରରେ ବିଶେଷ ନୀତି ହୋଇଥାଏ। ବଡଠାକୁର ବଳଭଦ୍ରଙ୍କ ଜନ୍ମ ସହ ରାଖୀ ପୂର୍ଣ୍ଣିମା ନୀତି ପାଳନ କରାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡଠାକୁର ବଳଭଦ୍ର ୨ଟି ଲେଖାଏ ରାଖୀ ଓ ୨ଟି ଲେଖାଏ ଗୁଆମାଳ ପରିଧାନ କରିଥାନ୍ତି। ପାଟରା ବିଶୋଇ ସେବକ ବାସୁଙ୍ଗା ପାଟରେ ରାଖୀ ଓ ଗୁଆମାନ ପ୍ରସ୍ତୁତ କରିଥାନ୍ତି। ପ୍ରଥମେ ବାସୁଙ୍ଗା ପାଟକୁ ୪ ପ୍ରକାର ରଙ୍ଗ ଯଥା ନାଲି, ନେଳି, ବାଇ

ରାସନ କାର୍ଡରେ ମିଳୁଥିବା ଚାଉଳ ଆଣିବା ପାଇଁ ଲୋକଙ୍କୁ ଚାଲିବାକୁ ପଡୁଛି ଦୀର୍ଘ ୧୮ କିଲୋମିଟର I

Image
ଚିତ୍ରକୋଣ୍ଡା : - ରାସନ କାର୍ଡରେ ମିଳୁଥିବା ଚାଉଳ ଆଣିବା ପାଇଁ ଲୋକଙ୍କୁ ଚାଲିବାକୁ ପଡୁଛି ଦୀର୍ଘ ୧୮ କିଲୋମିଟର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିଫୁଟ ପଞ୍ଚାୟତରେ। ଦୀର୍ଘଦିନରୁ ବିଛିନ୍ନ ହୋଇ ରହିଥିବା ସ୍ୱାଭିମାନ ଅଞ୍ଚଳକୁ ଗମନା ଗମନ ନିମନ୍ତେ ବଡ଼ପଡା ଠାରେ ଗୁରୁପ୍ରିୟା ନଦୀ ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ। ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମକୁ ସଂଯୋଗ ନିମନ୍ତେ ନିର୍ମାଣ ହେଲା ରାସ୍ତା।  ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସୁବିଧା ନିମନ୍ତେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା। କିନ୍ତୁ ଗାଁକୁ ରାସ୍ତା ଥାଇବି ଆଜି ବି ଲୋକଙ୍କୁ ରାସନ ଚାଉଳ ପାଇଁ ଚାଲିବାକୁ ପଡୁଛି ୧୮ କିଲୋମିଟର। ୧ ଟଙ୍କାର ଚାଉଳ ପାଇବା ପାଇଁ ଲୋକଙ୍କୁ କେଜି ପ୍ରତି ୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ଧୂଳିଫୁଟ ପଞ୍ଚାୟତରେ ବାସ କରନ୍ତି।  ଧୂଳିଫୁଟ ପଞ୍ଚାୟତକୁ ରାସ୍ତା ନିର୍ମାଣ ହୋଇଥିଲେ ବି ଲୋକଙ୍କୁ ଆଜି ବି ରାସନ ନିମନ୍ତେ ଦୀର୍ଘ କିଲୋମିଟର ଚାଲିଚାଲି ବଡ଼ପଡାର ହାଟଗୁଡାକୁ ଆସିବାକୁ ପଡ଼ୁଛି। କିଏ ଘୋଡା ସାହାଯ୍ୟରେ ତ କିଏ ଚାଲି ଚାଲି ଆସି ରାସନ ଚାଉଳ ନେଇଥାନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଧୂଳିଫୁଟ ପଞ୍ଚାୟତ ବାସୀ। ଧୂଳିଫୁ

ସଂସଦଙ୍କ ପରିବାର ନାମରେ ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ l

Image
କଟକ (ବ୍ୟୁରୋ ରିପୋର୍ଟ) : - କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯ୍ୟାତନା ମାମଲା। ମହତାବଙ୍କ ପୁରା ପରିବାର ଏବେ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହୋଇଛନ୍ତି । ସାଂସଦ ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମହତାବ ଯୌତୁକ ନିର୍ଯାତନା ତଥା ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗରେ ଭୋପାଳ ମହିଳା ଥାନାରେ ଏତଲା ଦେଇଛନ୍ତି । ଶଶୁର ତଥା ସାଂସଦ ଭର୍ତ୍ତୁହରି ମହତାବଙ୍କ ବ୍ୟତୀତ ସ୍ବାମୀ ଲୋକରଞ୍ଜନ ମହତାବ ଏବଂ ଶାଶୂ ମହାଶ୍ବେତା ମହତାବଙ୍କ ବିରୁଦ୍ଧରେ ମଧ୍ୟ ସାକ୍ଷୀ ମହିଳା ଥାନାରେ ଏତଲା ଦେଇଛନ୍ତି । ଯୌତୁକ ନିର୍ଯାତନ ସହିତ ତାଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦିଆଯାଉଥିବା ନେଇ ନିଜ ଏତଲାରେ ଦର୍ଶାଇଛନ୍ତି ସାକ୍ଷୀ ।  ସାକ୍ଷୀ ଏ ସମ୍ପର୍କରେ ନେଇ ଭୋପାଳ ମହିଳା ଥାନାରେ ଅଭିଯୋଗ କରିଛନ୍ତି l ଶାଶୁଘର ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସାକ୍ଷୀ ତାଙ୍କ ଏତଲା ରେ ଉଲ୍ଲେଖ କରିଛନ୍ତି ଯେ, ‘ମୋତେ ଯୌତୁକ ନିର୍ଯାତନା ସହ ଶାରୀରିକ ଏବଂ ମାନସିକ ଭାବେ ପ୍ରତାରିତ କରାଯାଉଛି । ଏହା ସହିତ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଉଛି । ତାଙ୍କର ସମସ୍ତ ଜିନିଷପତ୍ର(ଗହଣାଗାଣ୍ଠି) କୁ ମଧ୍ୟ ସେମାନେ ନେଇଯାଇଛନ୍ତି । ଏହାକୁ ନେବା ପାଇଁ ଚେଷ୍ଟା କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି ।’  ଭୋପାଳ ମହିଳା ଥାନା ପୋଲିସ ଧାରା ୪୯୮ଏ, ୪୦୬, ୫୦