ଯାଜପୁର (ସୁକିନ୍ଦା) :-ସୁକିନ୍ଦା ପ୍ରେସ ଫୋରମର ଏକ ବୈଠକ ରବିବାର ସୁକିନ୍ଦାସ୍ଥିତ ଫୋରମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା l ଫୋରମର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ରବି ନାରାୟଣ କର ସାମ୍ବାଦିକ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନାଦେବା ସହ ଅନୁସନ୍ଧାନମୂଳକ ଓ ସମସ୍ୟା ସମ୍ପର୍କିତ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ସାମ୍ବାଦିକମାନେ କୌଣସି ଚାପର ବଶବର୍ତ୍ତୀ ନହୋଇ ସତ୍ୟ ସମ୍ବାଦ ପରିବେଷଣ କଲେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିବେ ବୋଲି ସେ କହିଥିଲେ l ପ୍ରେସଫୋରମର ଆବାହକ ସାମ୍ବାଦିକ ଜିଜ୍ଞାଂଶୁ ସାହୁ ପ୍ରାରମ୍ଭିକ ସୂଚନା ଦେଇ ପ୍ରେସ ଫୋରମ ଗଠନର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ, ଫୋରମ ପକ୍ଷରୁ ଉମାକାନ୍ତ ମହାପାତ୍ର, ଅଂଶୁମାନ ବେହୁରା,ଅବିନାଶ ମିଶ୍ର ପ୍ରମୁଖ ବୃତ୍ତିର ମର୍ଯ୍ୟାଦା ରକ୍ଷା ଦିଗରେ ଫୋରମର ସଦସ୍ୟମାନେ ବ୍ରତୀହେବା ଆବଶ୍ୟକ ବୋଲି ମତ ରଖିଥିଲେ l ଚକ୍ରଧର ମହାଳିକ ପ୍ରାରମ୍ଭିକ ସୂଚନା ଦେଇଥିଲେ l ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ପ୍ରିଣ୍ଟ,ସାଟେଲାଇଟ ଓ ଡିଜିଟାଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏହି ଫୋରମ ସୁକିନ୍ଦାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ନିମନ...