Posts

ଓଡ଼ିଶା ସରକାର ଙ୍କ ପକ୍ଷରୁ ଲୋକପ୍ରିୟ ରିପୋର୍ଟର ସ୍ଵର୍ଗତ ଅରିନ୍ଦମ ଦାସ ଙ୍କ ପରିବାର କୁ ସହାୟତା ପ୍ରଦାନ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗତକାଲି ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭିର ଚିଫ ରିପୋଟର୍‌ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।  ତାଙ୍କ ପରଲୋକ ସମ୍ବାଦ ପାଇ ସୂଚନା ଓ ଲୋକସଂପର୍କ ବିଭାଗର ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଂଜନ ମଙ୍ଗରାଜ ଘୋର ବ୍ୟଥିତ ହୋଇଥିଲେ ଓ ଅରିନ୍ଦମ ଦାସଙ୍କ ପରିବାରକୁ ତୁରନ୍ତ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ପୂର୍ବାହ୍ନରେ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଅନୁକମ୍ପା ରାଶି ବାବଦରେ ୪ ଲକ୍ଷ ଟଙ୍କାର ଏକ ଚେକ୍‌ ମଞ୍ଜୁର କରାଯାଇ ତାଙ୍କ ପତ୍ନୀ ଶ୍ରୀମତୀ ସମୀକ୍ଷା ବେହେରାଙ୍କ ନିକଟକୁ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜ ପଠାଇଛନ୍ତି ।

ବୋଟ୍ ଓଲଟିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ ): - କଟକ ମୁଣ୍ଡଳିରେ ଗତକାଲି ରବର ବୋଟ୍ ଓଲଟି ପଡ଼ିବା ପରେ ନିଖୋଜ ଥିବା ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତଦେହଟି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ମୁଣ୍ଡଳି ସ୍ଥିତ ଓଡ୍ରାଫ୍ କ୍ୟାମ୍ପକୁ ନିଆଯାଇଥିବା ସୂଚନା ମିଳିଛି। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୁଣ୍ଡଳି ବ୍ରିଜ୍ ନିକଟରେ ମହାନଦୀରେ ଦନ୍ତା ହାତୀଟିଏ ଫସି ରହିଥିବା ବେଳେ ତାକୁ କୂଳକୁ ଘଉଡ଼ାଇ ଆଣିବା ପାଇଁ ଓଡ୍ରାଫ୍‌ର ଏକ ଟିମ୍ ରବର ବୋଟ୍ ସାହାଯ୍ୟରେ ସେଠାକୁ ଯାଇଥିଲା। ଖବର ପ୍ରସାରଣ ପାଇଁ ସେମାନଙ୍କ ସହିତ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ଯାଇଥିଲେ। ତେବେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବୋଟ୍‌ଟି ଓଲଟି ପଡ଼ିବା ପରେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ଅରିନ୍ଦମ ଓ ସୀତାରାମ ଭାସି ଯାଇଥିଲେ। ଅରିନ୍ଦମଙ୍କୁ ଉଦ୍ଧାର କରାଯାଇଥିଲା। ତେବେ କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ସୀତାରାମଙ୍କ ପତ୍ତା ମିଳୁ ନଥିଲା। ତାଙ୍କୁ ଖୋଜିବାକୁ ଗତକାଲିଠୁ ପ୍ରୟାସ ଜାରି ରହିଥିଲ

ଦୀର୍ଘ ଘଣ୍ଟା ହେଲା ଫସିଛି ହାତୀ, ଉଦ୍ଧାର କାର୍ଯ୍ୟ ଆରମ୍ଭ ବେଳେ ଏକାଧିକ ଆହାତ ଜଣେ ସାମ୍ବାଦିକ ଙ୍କ ମୃତ୍ୟୁ l

Image
କଟକ(ବ୍ୟୁରୋ ରିପୋର୍ଟ ): - ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର ଲାଗି ଆରମ୍ଭ ହେଲା  । ଚନ୍ଦକାରୁ ଆସିଥିବା ୧୦ ଜଣିଆ ବିଶେଷଜ୍ଞ ଦଳ ମୁଣ୍ଡଳୀରେ ପହଞ୍ଚିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ହାତୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳୁ ହାତୀ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରୟାସ ଜାରି ରହିଥିବା ବେଳେ ତାହା ଫେଲ୍‌ ମାରିଛି। ତେଣୁ କ୍ରେନ୍‌ ସାହାଯ୍ୟରେ ହାତୀକୁ ଉଦ୍ଧାର କରିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ହାତୀଟି ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ୟା ଜଳର ପ୍ରଖର ସ୍ରୋତରେ ପାଣି ମଝିରେ ଅଟକି ରହିଥିବା ବେଳେ ବାହାରି ପାରୁନି। ଅପରପକ୍ଷେ, ହାତୀକୁ ଖାଇବାକୁ କଦଳୀ ଦିଆଯାଇଥିବା ବେଳେ ତାହାକୁ ସେ ଗ୍ରହଣ କରୁନି। ତେଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଭିତରେ ରହିଲେ ହାତୀର ଜୀବନ ପ୍ରତି ବିପଦ ଦେଖାଯାଇପାରେ। ତେଣୁ ହାତୀ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବନ ବିଭାଗର ବରିଷ୍ଠ ଅଧିକାରୀ, ଅଗ୍ନିଶମ ଅଧିକାରୀ, ଓଡ୍ରାଫ୍ ଟିମ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏନେଇ ରେଞ୍ଜର କହିଛନ୍ତି, ହାତୀଟି ଭୟଭୀତ ହୋଇଯାଇଥିବାରୁ ପାଣି ଅତିକ୍ରମ କରିପାରୁନି। ତଥାପି ସେ ନିଜ ଚେଷ୍ଟା ଅବ୍ୟାହତ ରଖିଛି। ଓଡ୍ରାଫର ସ୍ୱତନ୍ତ୍ର ଟିମ୍‌ ଆସି ପହଞ୍ଚିଛନ୍ତି। ରଶି ସାହାଯ୍ୟରେ, ଟାୟାର ସାହାଯ୍ୟରେ ହାତୀକୁ ଉଦ୍ଧାର ପାଇଁ ଚେଷ୍

ଭାଜପା ଯାଜପୁର ଜିଲ୍ଲା ଉପ ସଭାପତିଙ୍କ ଇସ୍ତଫା l

Image
ଯାଜପୁର : - ସୁକିନ୍ଦାର ଭାଜପା ନେତା ତଥା ଯାଜପୁର ଜିଲ୍ଲା ଭାଜପା ଉପ ସଭାପତି ପୁଷ୍ପକ ମହାପାତ୍ର ତାଙ୍କ ପଦ ଓ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି l ସେ ତାଙ୍କର ଇସ୍ତଫାପତ୍ର ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଇବା ସହ ତାହାର ନକଲ ରାଜ୍ୟ ସଭାପତି, ରାଜ୍ୟ ସଂଗଠନ ସମ୍ପାଦକ ଓ ଜିଲ୍ଲା ପ୍ରଭାରୀଙ୍କୁ ପ୍ରଦାନ କରିଥିବା ଏକ ବିବୃତିରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି l

ଶିକ୍ଷା ପ୍ରଦାନ କରିବା ନାମରେ ମହା ଠକେଇ, ନକଲି ବି.ଇ.ଡି. ଶିକ୍ଷା ସଂସ୍ଥା ଠାବ I

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଉଚ୍ଚ ଶିକ୍ଷା ନାମରେ ବି ଠକେଇ l ଏହି ପରି ଏକ ରାକେଟ ସକ୍ରିୟ ହୋଇଥିବା ବେଳେ ଏହାର ଶିକାର ହୋଇଛନ୍ତି ଓଡ଼ିଶାର ୪୦ ରୁ ଅଧିକ ଛାତ୍ରଛାତ୍ରୀ l ରାଜ୍ୟ ର ଯାଜପୁର, ଭଦ୍ରକ, ଖୋର୍ଦ୍ଧା ଜିଲ୍ଲା ମାନଙ୍କରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପ୍ରଲୋଭନ ଦେଖାଇ ପ୍ରାୟ ୧ ୧କୋଟି ୬୦ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ଯାଜପୁର ରୋଡ଼ ଆଦର୍ଶ ଥାନା ର ଅଧିକାରୀ ଉପେନ୍ଦ୍ର ପ୍ରଧାନ ଙ୍କ ପରାମର୍ଶ କ୍ରମେ ଦାନଗଦି ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଏହି ରକେଟ କୁ ଧରିବାରେ ସକ୍ଷମ ହୋଇଛନ୍ତି l  ସୂଚନା ରୁ ପ୍ରକାଶ ଯେ( KIEMS) କିଇମ୍ସ ନାମକ ଏକ ଘରୋଇ ସଂସ୍ଥା ରାଜ୍ୟର ଭଦ୍ରକ ଜିଲ୍ଲା ଓ ଯାଜପୁର ଜିଲ୍ଲା ରେ କାର୍ଯ୍ୟାଳୟ (Office) ଖୋଲି ତିନି ଜିଲ୍ଲାର ୪୦ ଜଣ ଛାତ୍ରଛାତ୍ରୀ ଙ୍କୁ BEd . ପ୍ରଶିକ୍ଷକ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି l ଏହି ସଂସ୍ଥା ଛାତ୍ରଛାତ୍ରୀ ଙ୍କୁ ନକଲି ପରୀକ୍ଷା ଆଡମିଟ କାର୍ଡ ଦେଇ ଆନ୍ଧ୍ରପ୍ରଦେଶ ନେଇ ଯାଇଥିଲେ                     ଠକ ସଂସ୍ଥା ର ଦଲାଲ୍   l ସେଠାରେ ପରୀକ୍ଷା କେନ୍ଦ୍ର ଉକ୍ତ ସଂସ୍ଥା ର ଆଡମିଟ କାର୍ଡ କୁ ନକଲି ବୋଲି ଦର୍ଶାଇ ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି l ନିର୍ଯାତନା ର ଶିକାର ପରେ ଛାତ୍ରଛାତ୍ରୀମାନେ ଓଡ଼ିଶା ଫେରିବା ବାଟରେ

ସ୍ମାର୍ଟ ସିଟି ଭୁବନେଶ୍ବର ରେ ସୁରକ୍ଷିତ ନୁହଁନ୍ତି ବାସିନ୍ଦା, ଚାହୁଁ ନାହୁଁ ଚାଲିଯାଏ ଜୀବନ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :-  ରାଜଧାନୀ ଭୁବନେଶ୍ୱରରେ ନାଳରେ ପଡ଼ି ନିଖୋଜ ହେବାର ପ୍ରାୟ ୨୦ ଘଣ୍ଟା ପରେ ମିଳିଲା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କର ମୃତଦେହ। ପଞ୍ଚସଖା ନଗର ପାଖ ଡ୍ରେନରୁ ମିଳିଲା ତାଙ୍କ ମୃତଦେହ। ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦିନ ପ୍ରାୟ ୧୦ଟା ବେଳେ ପଞ୍ଚସଖା ନଗର ପାଖ ଡ୍ରେନରୁ ଅଗ୍ନିଶମ କର୍ମଚାରୀମାନେ ଏକ ମୃତଦେହ ଉଦ୍ଧାର କରିଥିଲେ। ତେବେ ସଙ୍ଗେ ସଙ୍ଗେ ଏହା ଜ୍ୟୋତିପ୍ରକାଶଙ୍କ ମୃତଦେହ ନା ନୁହେଁ, ତାହା ଜଣାପଡ଼ି ନଥିଲା। ମୃତଦେହକୁ ଏମ୍ସରେ ତାଙ୍କ ସଂପର୍କୀୟମାନେ ଚିହ୍ନଟ କରିଥିଲେ। ଗତକାଲି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ହୋଇଥିବା ଜ୍ୟୋତିପ୍ରକାଶଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ହୁଏତ ସଙ୍ଗେ ସଙ୍ଗେ ଖୋଜାଖୋଜି ଆରମ୍ଭ କରାଯାଇଥିଲେ ସେ ଜୀବିତ ମିଳିପାରିଥା’ନ୍ତେ ବୋଲି ସେମାନେ କୋହଭରା କଣ୍ଠରେ କହିଛନ୍ତି I  ଗତକାଲି ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ଗଣ୍ଡମୁଣ୍ଡା ନାଳ ନିକଟରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ କହିଥିଲେ। ଏହାପରେ ଖୋଜାଖୋଜି କରାଯାଇଥିଲେ ବି କିଛି ସନ୍ଧାନ ମିଳିପାରି ନ ଥିଲା। ଏହାପରେ ଆଜି ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଗଣ୍ଡମୁଣ୍ଡା ନାଳଠୁ ପଞ୍ଚସଖା ନାଳ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ଅଗ୍ନିଶମ କର୍ମଚାରୀ। ଏହାପରେ ପଞ୍ଚସଖା ନାଳ ନିକଟରେ ମୃତଦେହଟି ଭାସୁଥ

ଜାତୀୟ ରାଜପଥରୁ ଗୋମାଂସ ବୋଝେଇ କଣ୍ଟେନର ଜବଦ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଗାଡି ନମ୍ବର( DL1G-C4302) କଟକ ରୁ ବେଙ୍ଗଲ ଅଭିମୁଖେ ଯାଉଥିଲା l କୁଆଖିଆ ନିକଟସ୍ଥ ବିଲିପଡ଼ା ଠାରେ NH 16 ର କଡ଼ରେ  ଠିଆ ହୋଇଥିଲା ବେଳେ ଗାଡ଼ିରୁ ରକ୍ତ ବାହାରିବାର ଦେଖି ଗୋମାଂସ ଯାଉଥିବାର ସନ୍ଧେହରେ ବିଲିପଡା ଗ୍ରାମବାସୀ ଓ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗୀ ଦଳ ର ସହଯୋଗ ରେ ଗାଡି କୁ ଜବତ କରିଥିଲେ l  ଗାଡିକୁ କୁଆଖିଆ ପୋଲିସ କୁ ହସ୍ତାନ୍ତର କରିଥିଲେ l କୁଆଖିଆ ପୋଲିସ ଡ୍ରାଇଭର ଓ ହେଲପର କୁ ନିଜ କବଜା କୁ ନେଇ କେସ୍ ନଂ 313/21 ରେ ମାମଲାରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା l ଗାଡ଼ିରେ କଣ ଅଛି ଜାଣିବା ପାଇଁ ସ୍ଥାନୀୟ ତହସିଲଦାର, ଆରାଇ, ବିଶ୍ଵହିନ୍ଦୁ ପରିଷଦ ର ସଭ୍ୟ,ପାଣିକୋଇଲି ଆଇଆଇସି ,ଜନସାଧାରଣ ଉପସ୍ଥିତି ରେ କଣ୍ଟେନର ଖୋଲାଯାଇଥିଲା l  ଗାଡି ଭିତରେ ଗୋମାଂସ ର ପ୍ୟାକେଟ୍ ଥିବା ଦେଖିବାକୁ ମିଳିଥିଲା l ଯାହାର ଆନୁମାନିକ ଓଜନ ୩୦କେଜି ଓଜନ ର ୬୦୦ ପ୍ୟାକେଟ୍ ଗୋମାଂସା ଥିବାର ଅନୁମାନ କରାଯାଉଛି l ଶେଷରେ ଜବଦ ହୋଇଥିବା ଗୋମାଂସ କୁ ଛଡେଇଧାର ନିକଟ ପଡିଆରେ ପୋତା ହୋଇଯାଇଛି l  ବାରମ୍ବାର ଏହିଭଳି ଭାବରେ ଗୋମାଂସ ଚାଲାଣ ହେଉଥିବାର ଦେଖା ଯାଉଛି l ଆଗକୁ କିଭଳି ଭାବରେ ଏହି ଭଳି ଅପରାଧ ନହେବ ସେଥିପାଇଁ ଯାଜପୁର ପ୍ରଶାସନ ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ଯଦି ଏହିଭଳି