Posts

ଇମ୍ଫା ପକ୍ଷରୁ ୨ ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯାନ ଲୋକାର୍ପିତ l

Image
ଯାଜପୁର (କାଳିଆପାଣି) :  - ସୁକିନ୍ଦା ଉପତ୍ୟକାରେ ଥିବା ଇମ୍ଫା କମ୍ପାନୀର ଖଣି ପରିସରରେ ଆଜି ୨ ଗୋଟି ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯାନ କୁ ମାନ୍ୟବର ସୁକିନ୍ଦା ବିଧାୟକ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଉଦଘାଟନ କରିଛନ୍ତି I ଇମ୍ଫାର ବରିଷ୍ଠ ଉପସଭାପତି ଶ୍ରୀ ସଂଜୀବ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସୁକିନ୍ଦା ଖଣିର  ଉପସଭାପତି ଶ୍ରୀ ସୁଧାଂଶୁ ପଟନି ଉପସ୍ଥିତ ଥିଲେ I ମୁଖ୍ୟ ଅତିଥି ଶ୍ରୀ ଘଡ଼ାଇ ନିଜ ବକ୍ତବ୍ୟରେ ଇମ୍ଫା କର୍ତ୍ତୃପକ୍ଷଙ୍କ ଏତାଦୃଶ ପଦକ୍ଷେପ ନିମନ୍ତେ ସାଧୁବାଦ ଦେବା ସହ ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଆମ୍ବୁଲାନ୍ସ ଯାନ ସେବା ସମସ୍ତ କର୍ମଚାରୀଙ୍କ ଆକସ୍ମିକ ବିପଦ ଆପଦରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ I  ପ୍ରକାଶ ଥାଉକି, ଉକ୍ତ ଦୁଇ ଗୋଟି ଆମ୍ବୁଲାନ୍ସ ରେ ଭେଣ୍ଟିଲେଟର ,ସିରିଜ ପମ୍ପ , ଡ଼ିଫେବ୍ରିଲେଟର,ପେସେଣ୍ଟ ମନିଟର ,ଫୋଲଡିଂ ଷ୍ଟ୍ରେଚର ଆଦି ଅତ୍ୟାଧୁନିକ ଡାକ୍ତରୀ ଯନ୍ତ୍ରପାତି ବ୍ୟବସ୍ଥା ମାନ ରହିଛି I  ଉକ୍ତ ଉତ୍ସବରେ ସ୍ଥାନୀୟ ଲୋକ ପ୍ରତିନିଧି ,ଶ୍ରମିକ ନେତା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ I (ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

ନବ ନିଯୁକ୍ତ ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା l

Image
ଯାଜପୁର (କଳିଙ୍ଗନଗର): - ସୁକିନ୍ଦାର ବିଶିଷ୍ଟ କଂଗ୍ରେସ ନେତ୍ରୀ ତଥା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗୋବରଘାଟି ପଞ୍ଚାୟତର ସରପଞ୍ଚ ସ୍ଵର୍ଣ୍ଣଲତା ବାନରା ପ୍ରଦେଶ ମହିଳା କଂଗ୍ରେସ କମିଟି ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକରୋଡସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ବ୍ଲକ କଂଗ୍ରେସ କମିଟି ସଭାପତି ରଣଜିତ ରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱାଗତ ସମାବେଶରେ ବ୍ଲକ ଉପ ସଭାପତି ଗୋପୀନାଥ ଧୀର, ସେବାଦଳ ସଭାପତି ହରେକୃଷ୍ଣ ପାଣିଗ୍ରାହୀ,  ମହିଳା କଂଗ୍ରେସ ସଭାପତି ସ୍ୱପ୍ନା ବେହୁରା, ସୁକିନ୍ଦା ଯୁବ କଂଗ୍ରେସ ସଭାପତି କୃପାସିନ୍ଧୁ ସାମନ୍ତରାୟ, ଉପ ସଭାପତି ଚଞ୍ଚଳ ମହାପାତ୍ର, ସୋସିଆଲ ମିଡ଼ିଆ ସଂଯୋଜକ ସାମନ୍ତ ନିରଞ୍ଜନ ଯେନlମଣୀ,ଶ୍ରମିକ ନେତା ବାବୁଲି ପୂର୍ତ୍ତୀ, ମହିଳା ନେତ୍ରୀ ଝରଣା ମହାନ୍ତ, ଲିଲି ମହାନ୍ତ,ସୂର୍ଯ୍ୟକାନ୍ତ ପାତ୍ର ପ୍ରମୁଖ ବହୁ କଂଗ୍ରେସ ନେତା ଏଥିରେ ଯୋଗଦେଇ ଶ୍ରୀମତୀ ବାନରlଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ l    ସୁକିନ୍ଦାର କଂଗ୍ରେସ ନେତା ତଥା ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି ) ସମ୍ପାଦକ ଶରତ ରାଉତ ଶ୍ରୀମତୀ ବାନରାଙ୍କ ଏହି ନିଯୁକ୍ତିଙ୍କୁ ସ୍ୱାଗତ କରିବାସହ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତ

ସନ୍ଦେହ ଘେରରେ ନବ ବିବାହିତାଙ୍କ ଆତ୍ମହତ୍ୟା l ହତ୍ୟା ଅଭିଯୋଗ କରିଛନ୍ତି ବାପଘର ପକ୍ଷରୁ l

Image
ଯାଜପୁର:- ଜିଲ୍ଲା ର ପାଣିକୋଇଲି ଥାନା ଅନ୍ତର୍ଗତ କୁରୁପଦା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ନବବିବାହିତା ହିରାବତୀ ବେକରେ ରଶି ଲଗାଇ ମୃତ୍ୟୁ ବାରଣ କରିଛନ୍ତି ବୋଲି ଶ୍ୱଶୁର ଘରଲୋକେ କହୁଥିବାବେଳେ ଏହା ଏକ ସଙ୍ଘବଦ୍ଧ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ମୃତ ହିରାବତୀଙ୍କ ପରିବାର ଲୋକେ l ଏନେଇ ପାଣିକୋଇଲି ଥାନାରେ ଏକ ଏତଲା ମଧ୍ୟ ଡାଏରୀ କରାଯାଇଛି l ତେବେ ପୁଲିସ୍ ଏତଲା ଆଧାରରେ ମୃତ ମହିଳାଙ୍କ ସ୍ୱାମୀ ଓ ଶଶୂରଙ୍କୁ ଗିରଫ କରିଥିଲା I ଏତଲାରେ ଥିବା ୭ ଜଣଙ୍କ ନାଁ ମଧ୍ୟରୁ ଚାରି ଜଣଙ୍କ ନାଁରେ କେସ ରୁଜୁ କରି ଦୁଇ ଜଣ ସ୍ୱାମୀ ଓ ଶ୍ଵଶୁରଙ୍କୁ ଗିରଫ କରିଛି ଓ ଦୁଇଜଣଙ୍କୁ ଛାଡ଼ିଦେଇ ବାକି ୩ ଜଣଙ୍କ ନାଁ ଏତଲାରୁ କାଟି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମୃତକ ଙ୍କ ପରିବାର ଲୋକେ l ଅଭିଯୋଗ ମୁତାବକ, ଯଖପୁର ଥାନା ଅନ୍ତର୍ଗତ ଡାଖରାପଦା ଗ୍ରାମର ସନ୍ତୋଷ କୁମାର ପାଲଙ୍କ ସାନ ଝିଅ ହୀରାବତୀ ଙ୍କର ଗତ ଏପ୍ରିଲ ୧୪ ତାରିଖରେ ପାଣିକୋଇଲି ଥାନା ଅନ୍ତର୍ଗତ କୁରୁପଦା ଗ୍ରାମର ବିଦ୍ୟାଧର ସାମଲଙ୍କ ପୁଅ ପ୍ରଭାତ ସାମଲଙ୍କ ସହ  ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ପରେ ପ୍ରଭାତଙ୍କ ରୋଜଗାରକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା l ଅନେକ ଥର ସାହିପଡିଶାଙ୍କ ଦ୍ୱାରା ମଧ୍ୟ ସମାଧାନ କରାଯାଇଥିଲା । ପରେ ଏହି ଝଗଡା ବାରମ୍ବାର ବଢିଚାଲିଥିଲା ଫଳରେ ହିରାବତୀଙ୍କୁ ମାରିଦେବା ଯ

ଦାନଗଦି ବ୍ଲକ ର ଧୂଳିଗଡ଼ ଗ୍ରାମପଞ୍ଚାୟତ ରେ ମହିଳା କମୁନିଟି ଗୃହ ଉଦ୍ଘାଟନ କଲେ ସୁକିନ୍ଦା ବିଧାୟକ l

Image
ଯାଜପୁର :- ଜିଲ୍ଲା ର ଦାନଗଦି ବ୍ଳକ ର ଧୂଳିଗଡ଼ ଗ୍ରାମପଞ୍ଚାୟତ ର ସୁଆଁଲ ଗ୍ରାମରେ ନିର୍ମିତ ହୋଇଥିବା ମହିଳା କମୁନିଟି ଗୃହ ର ଶୁଭ ଉଦ୍ଘାଟନ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଯୋଗ ଦେଇ  ଉନ୍ମୋଚନ କରିଥିଲେ l ଏହି କର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଧୂଳିଗଡ଼ ଗ୍ରାମପଞ୍ଚାୟତର ଯୁବ ବିଜେଡ଼ି ସଭାପତି ଓ ଦାନଗଦି ବ୍ଲକ ର ବିଜେଡି ସଭାପତି ତଥା ଗ୍ରାମର ବିଶିଷ୍ଟ ବିଜେଡ଼ି କର୍ମୀ ଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା l ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ l ମଞ୍ଚରେ ଉପସ୍ଥିତ ଥିଲେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମଦନମୋହନ ସାହୁ, ଧୂଳିଗଡ଼ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ବସନ୍ତ କୁମାର ରଣା ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ମାନେ l ଏହି ସଭାରେ ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ଥିଲେ l 

ସୁକିନ୍ଦାରେ ନୂତନ ତିନିଜଣ ପ୍ରଶାସନିକ ସେବା ଅଧିକାରୀଙ୍କ ଯୋଗଦାନ l

Image
                ତହସିଲଦାର କାବେରୀ ମୁଦୁଲି  ଯାଜପୁର(କଳିଙ୍ଗନଗର) :-ଯାଜପୁର ଜିଲ୍ଲାର ସୁକିନ୍ଦାରେ ଓଡିଶା ପ୍ରଶାସନିକ ସେବାର ତିନିଜଣ ଅଧିକାରୀ ବିଭିନ୍ନ ପଦବୀରେ ଯୋଗଦେଇଛନ୍ତି l ସୁକିନ୍ଦା ତହସିଲଦାରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିବାପରେ ଦାନଗଦୀ ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ଅସ୍ଥାୟୀ ଭାବେ ଦାୟିତ୍ୱରେ ରହିଥିଲେ l ସମ୍ପ୍ରତି କାବେରୀ ମୁଦୁଲି ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି l             .          ବିଡିଓ ତାପସ କୁମାର ସେଠୀ      ସୁକିନ୍ଦା ବିଡ଼ିଓ ପଦୋନ୍ନତି ପାଇ ବଦଳି ହୋଇଯିବାପରେ ଦାନଗଦୀ ବିଡ଼ିଓ ଡା. ମଣି ପ୍ରସାଦ ମିଶ୍ର ଅସ୍ଥାୟୀ ଭାବେ ଦାୟିତ୍ୱରେ ରହିଥିଲେ l ଗତ ୩ ତାରିଖରେ ବାଲେଶ୍ୱରର ଡେପୁଟି କଲେକ୍ଟର ତାପସ କୁମାର ସେଠୀ ନୂତନ ବିଡ଼ିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି l         ଜଳସେଚନ ପ୍ରକଳ୍ପ ଭୂଅର୍ଜନ ଅଧିକାରୀ                              ନବକିଶୋର ଜେନା        ଜଳସେଚନ ବିଭାଗ ରେଙ୍ଗାଲି ପ୍ରକଳ୍ପ ସ୍ୱତନ୍ତ୍ର ଭୁଅର୍ଜ୍ଜନ ଅଧିକାରୀ ଭାବେ ଭଦ୍ରକର ତହସିଲଦାର ତଥା ୨୦୧୫ ଜୁଲାଇ ମାସରୁ ୨୦୧୮ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସୁକିନ୍ଦା ତହସିଲଦାର ଭାବେ ଦକ୍ଷତାର ସହ କାର୍ଯ୍ୟକରିଥିବା ନବ କିଶୋର ଜେନା ଗତ ୫ ତାରିଖରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି l(ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

ନାଗେଶ ଟ୍ରଫି ରେ ସାମିଲ ହେଲେ କୋଡ଼ିଏ ଜଣିଆ ଓଡ଼ିଶା ଟିମ୍ I

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- କୋଡ଼ିଏ ଜଣିଆ ସଦସ୍ୟଙ୍କୁ ନେଇ କ୍ରିକେଟ ଦଳ ଘୋଷଣା କଲା ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ l ଏହି କୋଡ଼ିଏ ଜଣିଆ ଟିମ୍ କୁ ନେଇ ଓଡିଶା ଦୃଷ୍ଟିହୀନ କ୍ରିକେଟ ଦଳ ନାଗେଶ ଟ୍ରଫି ର ଚତୁର୍ଥ ସଂସ୍କରଣ ଖେଳିବାକୁ ସକ୍ଷମ ହୋଇଛି l ସୂଚନା ମୁତାବକ ମହମ୍ମଦ ଜାଫର ଇକବଲଙ୍କ ନେତୃତ୍ଵ ରେ ଏକ ୨୦ଜଣିଆ ସଦସ୍ୟ ବିଶିଷ୍ଟ ଦଳ ସଂଘ ଘୋଷଣା କରିଛି l  ନଗେଶ ଟ୍ରଫି ତୃତୀୟ ସଂସ୍କରଣ ରେ ଓଡ଼ିଶା ରାନର୍ଷପ ହୋଇଥିଲା ତେଣୁ ଚଳିତ ବର୍ଷ ଦିଲ୍ଲୀ ଠାରେ ହେବାକୁ ଥିବା ଚତୁର୍ଥ ସଂସ୍କରଣ ରେ ଓଡ଼ିଶା ନୂତନ ଖେଳାଳି ମାନଙ୍କୁ ସୁଯୋଗ ଦେଇ ନୂଆ ରଣ ନୀତି ସହ ପଡିଆ କୁ ଦଳ ଓହ୍ଲାଇ ପ୍ରଥମ ସଂସ୍କରଣ ର ବିଜୟ କୁ ଦୋହରାଇବ ବୋଲି ଦଳର ପ୍ରଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କ ସମେତ ଦଳର ସମସ୍ତ ଖେଳାଳି ଆଶା ପ୍ରକାଶ କରିଛନ୍ତି l  ଏହି ଖେଳାଳିମାନେ ହେଲେ କାଳିଆ ପ୍ରଧାନ, ତପନ କୁମାର ଗୌଡ, ଦେବରାଜ ବେହେରା, ଅନିଲ ମଲିକ, ସାଗର କୁମାର ମଲିକ, ସନ୍ତୋଷ ରାଉତ୍, ଆକାଶ ରାଉତ୍, ନକୁଳ ବଡ ନାୟକ, ଶିରଗ୍ରାଇ ମାଝୀ, ଲାଲ ପ୍ରସାଦ ସୋରେନ, ରଘୁରାମ ନାୟକ, ଅର୍ଜୁନ ବାତ୍ରା, ସୁଖରାମ ମାଝୀ, ସମୀର ନାହାକ, ବିଶ୍ଵନାଥ ଖାରା, ପଙ୍କଜ ଭୂଇ, ଲିଙ୍ଗରାଜ ରାଉତରା, ମନୋଜ କୁମାର କିସ୍କୁ, ଧନପତି ଗୌଡ ଓ ଚନ୍ଦ୍ରଶେଖର ପଟ୍ଟନାୟକ ପ୍ରମୂଖ ଙ୍କ ନାମ ଘୋଷଣା କରାଯାଇଛି l 

ଢେଙ୍କାନାଳ ଜିଲ୍ଲା ରୁ ଦୁଇଟି ଅଜଗର ଉଦ୍ଧାର l

Image
ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ରେ ଦୁଇଟି ବିଶାଳକାୟ ଅଜଗର ସାପ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ଦୁଇଟି ସାପ ମଧ୍ୟରୁ ଗୋଟିଏ ପନ୍ଦର ଫୁଟର ହୋଇଥିବା ବେଳେ ଆଉ ଗୋଟିଏ ପାଞ୍ଚ ଫୁଟର ଅଜଗର ରହିଛି। ପନ୍ଦର ଫୁଟର ଅଜଗର ସାପଟି ଢେଙ୍କାନାଳ ଗଜମରା ନିକଟସ୍ଥ କମନିଙ୍ଗ ଗାଁରୁ ଉଦ୍ଧାର ହୋଇଥିବା ବେଳେ ଅନ୍ୟଟି ବୋରାପଦା ଜଙ୍ଗଲ ନିକଟସ୍ଥ ଗାଁ ପାଖରୁ ଉଦ୍ଧାର ହୋଇଛି। କମନିଙ୍ଗ ଗାଁ ନିକଟରେ ଇଶ୍ୱର ବେହେରା ନାମକ ଜଣେ ଚାଷୀ ବଗିଚା ସଫ କରୁଥିବା ସମୟରେ ଏହି ଅଜଗର ସାପଟିକୁ ଦେଖିଥିଲେ। ପରେ ୱ।ଇଲ୍ଡ ଲାଇଫ ଓ ସ୍ନେକ ରେସ୍କ୍ୟୁ ଟିମ ଓ ବନବିଭାଗ କୁ ଖବର କରିବା ପରେ ଦୁଇଟି ଯାକ ସାପକୁ ଉଦ୍ଧାର କରାଯାଇ ବୋରାପଦା ନିକଟସ୍ଥ ଜଙ୍ଗଲ ଭିତରକୁ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି।