Posts

ବିଶିଷ୍ଟ ସାମ୍ବାଦିକ ଙ୍କ ୬୪ତମ ଜନ୍ମଦିନ ପାଳନ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ବୌଦ୍ଧିକ ସମାବେଶ ଓ ମୁକ୍ତାକାଶ ପାଠାଗାର ପରିସରରେ ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ୬୪ତମ ଜନ୍ମଦିନ ପାଳନ କରାଯାଇଛି । ବୌଦ୍ଧିକ ସମାବେଶ ର ସଭ୍ୟମାନଙ୍କ ଦ୍ୱାରା ରାଜା ଛକ ପରିସରରେ ବନ୍ଦନା ଗାନ କରାଯାଇ ତାଙ୍କର ଦୀର୍ଘାୟୁ କାମନା କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଏହି ପରିପେକ୍ଷିରେ ଶ୍ରୀ ଶତପଥୀ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଶ୍ରୀ ଶତପଥୀ କହିଥିଲେ ରାଜଧାନୀ ସମାବେଶ ର ସମସ୍ତ ସଦସ୍ୟମାନଙ୍କ ଜନ୍ମଦିନ ପାଳନ କରାଯିବ ତା ସହିତ ସେହିଠାରେ କୋୖଣସି ଜଣେ ମହାପୁରୁଷ ଙ୍କ ଓଡ଼ିଆ ଜାତିପତି ଥିବା ଅବଦାନକୁ ସ୍ମୃତି ଚାରଣ କରାଯିବ । ବୌଦ୍ଧିକ ସମାବେଶ ତରଫରୁ ବସ୍ତିରେ ବାସ କରୁଥିବା ଗରିବ ଲୋକଙ୍କ ପିଲା ମାନଙ୍କୁ ରାତ୍ରିରେ ପାଠପଢା ଯିବା ର ବନ୍ଦୋବସ୍ତ କରାଯାଉଅଛି। ରାତ୍ରିରେ ଖୋଲା ଆକାଶ ତଳେ ଶୀତରେ ଶୋଉଥିବା ସମସ୍ତ ଙ୍କୁ କମ୍ବଳ ବଣ୍ଟାଯିବ ବୋଲି କହିଥିଲେ ଏବଂ ଏହାସହିତ ଗରିବ ବସ୍ତିର ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯିବ । ସେ ସମସ୍ତ ସଦସ୍ୟ ଙ୍କୁ ଏକ ଆହ୍ୱାନ ଦେଇଥିଲେ ଯେ ସମସ୍ତେ ମିଶିକି ସମାବେଶ କୁ ଆଗକୁ ଆଗେଇ ନେବାପାଇଁ ବାର୍ତା ଦେଇଥିଲେ । ଏହି ଜନ୍ମଦିନ ଉତ୍ସବରେ ସଭାପତି କମଳ ଲୋଚନ ବିଶ୍ୱାଳ , ଉପସଭାପତି ସୌଭାଗ୍ୟ ରଞ୍ଜନ ମହାନ୍ତି , ସାଧାରଣ ସମ୍ପାଦକ ଲିଙ୍ଗରାଜ କାଟା ,ସମ୍ପାଦକ ରାହୁଲ କୁମାର , ସଂଯୋଜକ ବିମଳ

ଟ୍ରକ କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ ଜଣେ ମୃତ ୩ ଗୁରୁତର I

Image
ଅନୁଗୁଳ (ବ୍ୟୁରୋ ରିପୋର୍ଟ) :- ଅନଗୁଳ ଜିଲ୍ଲା ପାଳଲହଡା  ୪୯ନମ୍ବର ଜାତୀୟ ରାଜପଥ ମୁକ୍ତପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ I ଆମ୍ବୁଲାନ୍ସ ରେ ଥିବା ଚାରି ଜଣଙ୍କ ମଧ୍ୟରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଅବସ୍ଥାରେ ତାଙ୍କୁ ପାଳଲହଡା ଡାକ୍ତରଖାନା ରେ ଭର୍ତି କରାଯାଇଛି l ଆମ୍ବୁଲାନ୍ସ ଟି ବିଳମ୍ବିତ ରାତିରେ ମହାରାଷ୍ଟ୍ର ରୁ କଲିକତା ଅଭିମୁଖେ ଯାଉଥିବା ଜଣାପଡିଛି I ମୃତ ବ୍ୟକ୍ତି ଵିଶାଲ ଅହିରେ ସେ ମହାରାଷ୍ଟ୍ର ଅଂଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି l 

ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ପାଳିତ l

Image
 ଯାଜପୁର (କାଳିଆପାଣି):- ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଓ ଏହାର ପ୍ରତିଷ୍ଠାତା ସ୍ବର୍ଗତଃ ଡ.ବଂଶୀଧର ପଣ୍ଡାଙ୍କ ୯୦ତମ ଜୟନ୍ତୀ ଉପଲକ୍ଷେ ସୁକିନ୍ଦା ଉପତ୍ୟକାର ଇମ୍ଫା ପରିଚାଳନାଧିନ ସୁକିନ୍ଦା କ୍ରୋମାଇଟ ଖଣି ପ୍ରଶାସନିକ ଭବନଠାରେ ୨୬ତାରିଖ ଅପରାହ୍ନରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ଇମ୍ଫାର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇମ୍ଫାର ଦୀର୍ଘ ୬୦ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ l  ଶ୍ରମିକ ଓ କର୍ମଚାରୀମାନେ ନିଷ୍ଠାରସହ କାର୍ଯ୍ୟକରି କମ୍ପାନୀର ଉତ୍ତରୋତ୍ତର ଉନ୍ନତିରେ ସହାୟକ ହେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ l ବ୍ୟବସାୟିକ ମୁଖ୍ୟ ତଥା ବରିଷ୍ଠ ଉପ ସଭାପତି ସଂଜୀବ ଦାସ ଓ ଖଣି ଉପ ସଭାପତି ସୁଧାଂଶୁ ପାଟନୀ ସମ୍ମାନିତ ଅତିଥିଭାବେ ଏଥିରେ ଯୋଗ ଦେଇଥିଲେ l ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିବାସହ ସ୍ବର୍ଗତଃ ପଣ୍ଡାଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l   ଏହି ଅବସରରେ ଦୀର୍ଘ ବର୍ଷଧରି କାର୍ଯ୍ୟକରି ଇମ୍ଫାର ଅଭିବୃଦ୍ଧିରେ ସହାୟକ ହୋଇଥିବା କର୍ମଚାରୀ ମାନଙ୍କୁ ଦୀର୍ଘ ଜୀବନ ସମର୍ପଣ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା l ବିଦ୍ୟୁତ ବିଭାଗ କର୍ମଚାରୀ ସନ୍ତୋଷ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ ସ୍ବର୍ଗତଃ ପଣ୍ଡାଙ୍କ ବାଲୁକା ଚିତ୍ର ଅତିଥିମାନଙ୍କଦ୍ୱାରା ଉ

କିଷାନ ସଂଯୁକ୍ତ ମୋର୍ଚ୍ଚା ୧ ବର୍ଷ ପୂର୍ତ୍ତୀ ସମାବେଶ କୁ ସମର୍ଥନ କରି ମିଳିତ ସଭା ର ଆୟୋଜନ l

Image
  ଯାଜପୁର (ବ୍ୟାସନଗର) :-ଆଜି  ମହାମାରୀ କରୋନା ର ସୁଯୋଗ ନେଇ କେନ୍ଦ୍ର ବିଜେପି ସରକାର ଅଧ୍ୟାଦେଶ ଜରିଆରେ ୩ ଗୋଟି କୃଷି ବିଲ ପାରିତ କରିଥିଲେ l ଯାହାଦ୍ୱାରା ଦେଶର ସମସ୍ତ କୃଷକ ଓ ମଜଦୁର ଆଜକୁ ୨୩ମାସ ଧରି ଦିଲ୍ଲୀ ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସିଙ୍ଗୁର, ଗାଜିପୁର ଓ ଟିକିରି ଠାରେ କୃଷି ବିଲ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ରେ ୭୦୦ ରୁ ଉର୍ଦ୍ଧ କିଷାନ ନେତାମାନେ ଶହୀଦ ହୋଇଥିବାରୁ ସଭାର ପ୍ରାରମ୍ଭରେ ଏକ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଏହି ସଭା ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ଏହି ଆନ୍ଦୋଳନ କୁ ସମାବେଶ ଜରିଆରେ ଏକ ସମର୍ଥନ ସଭା ଆୟୋଜିତ ହୋଇଥିଲା l  ଏହି ସଭାରେ ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଆଇ ଏନ ଟି ୟୁ ସି ର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହି, ନାରାୟଣ ଚନ୍ଦ୍ର ନାୟକ, ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ରବୀନ୍ଦ୍ର ଥାନ୍ଦାର, ସେକ ଆତାର ଉଦ୍ଦିନ ଅହମ୍ମଦ, ମହେନ୍ଦ୍ର ମହାପାତ୍ର, ବିଦ୍ୟାଧର ଜେନା, ସି ଆଇ ଟି ୟୁ ର ଧୀରେନ୍ଦ୍ର ବେହେରା,ସତ୍ୟଜିତ ସାହୁ, ସୁରେଶ ବାରିକ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରେ କୃଷକ ଆନ୍ଦୋଳନ କୁ ସମର୍ଥନ କରିବା ସହ ପ୍ରଧାନମନ୍ତ୍ରୀ ଦେଶ ବାସୀଙ୍କୁ କ୍ଷମାମାଗିବା ଓ ଗତ ୨୪ତାରିଖ ରେ କେନ୍ଦ୍ର କ୍ୟାବିନେଟ ରେ ଏ

ପ୍ରତିଷ୍ଠା ଦିବସ ପାଳନ ଅବସରରେ ଇମ୍ଫା ପକ୍ଷରୁ ରକ୍ତଦାନ ଶିବିର l

Image
 ଯାଜପୁର(କାଳିଆପାଣି):- ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୁକିନ୍ଦା କ୍ରୋମାଇଟ ଖଣିଠାରେ ଗତ ୨୩ତାରିଖ ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଏହାର ଦ୍ଵିତୀୟ ଦିନ ୨୪ତାରିଖରେ ମହାଗିରି ଏନକ୍ଳେଭଠାରେ ଜିଲା ରେଡ଼କ୍ରସ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରରେ ୬୨ଜଣ କର୍ମଚାରୀ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ l  ଇମ୍ଫା ଖଣି ଉପସଭାପତି ସୁଧାଂଶୁ ପାଟନୀ ଶିବିରକୁ ଉଦଘାଟନ କରି ରକ୍ତଦାନ ଏକ ମହତଦାନ ବୋଲି ଉଲ୍ଲେଖକରି ରକ୍ତଦାତାମାନଙ୍କୁ ସାଧୁବାଦ ଜଣାଇଥିଲେ l ପ୍ରଶାସନିକ ମୁଖ୍ୟ ଅଜୟ କୁମାର ବେହୁରିଆ, କାର୍ମିକ ମୁଖ୍ୟ ଗିରିଶ ପଟନାୟକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଶିବିରରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସlହିଁତ କରିଥିଲେ l (କାଳିଆପାଣିରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)

ଯାଜପୁର ରୋଡ଼ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାଜପୁରରୋଡ କୁ ଡିଭିଜନ୍ କରିବାକୁ ବୈଠକରେ ଦାବି l

Image
ଯାଜପୁର :- ଯାଜପୁରରୋଡ ରେଳ ଷ୍ଟେସନ ପରାମର୍ଶଦାତା କମିଟି (୨୦୨୦-୨୧)ର ପ୍ରଥମ ବୈଠକ ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟେସନ ସୁପରିଟେଣ୍ଡେଣ୍ଟ ସମୀର କୁମାର ସ୍ବାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକ ରେ ଖୋର୍ଦ୍ଧା ଡିଭିଜନ ର ସହକାରୀ ବାଣିଜ୍ୟ ଅଧିକାରୀ ବି.କେ. ପ୍ରଧାନ ଯୋଗଦେଇ ରେଳ ଷ୍ଟେସନ ବିକାଶ ନେଇ କମିଟି ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରିଥିଲେ ।   ଯାଜପୁରରୋଡ କୁ ରେଳ ଡିଭିଜନ୍ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ପ୍ରସ୍ତାବକୁ ସଦସ୍ୟ ମାନେ ଦୋହରାଇବା ସହିତ ଏହାକୁ ଗୁରୁତରଭାବେ ରେଳ ବିଭାଗ ଗ୍ରହଣ କରି ତୁରନ୍ତ ଘୋଷଣା କରାଯାଉବୋଲି ଦାବି କରିଥିଲେ । ଏଥିସହିତ ଷ୍ଟେସନ ନାମ ପରିବର୍ତ୍ତନ କରି ଯାଜପୁରରୋଡ ରଖାଯାଉବୋଲି ପ୍ରସ୍ତାବ ରେ ଦାବି ହୋଇଛି। ଭଦ୍ରକ ରେ ରହୂଥିବା ରାଜଧାନୀ ଏକ୍ସପ୍ରେସ ସମେତ ଯାଜପୁରରୋଡ ଦେଇ ଯାଉଥିବା ସମସ୍ତ ଦୃତଗାମୀ ରେଳ ଏଠାରେ ଅଟକିବା,କେନ୍ଦୁଝର ଭୁବନେଶ୍ବର ମେମୁ ରେଳ ଯଖପୁରାରୁ ଯାଜପୁରରୋଡ ଦେଇ ଯିବାାଆସବା କରିବା, ମାଲଗୋଦାମ ସ୍ଥାନାନ୍ତର,  ଷ୍ଟେସନ ପରିସରରେ ଶିଶୁ ଉଦ୍ୟାନ, ମାଲଗୋଦାମ ପଟରେ ନୂତନ ଟିକେଟ କାଉଣ୍ଟର ସ୍ଥାପନ, ଷ୍ଟେସନ ପରିସରରେ ଅଧିକ ଟୟଲେଟ ସ୍ଥାପନ, ସମସ୍ତ ସିସିଟିଭି ଚାଲୁ କରିବା, ପାଦଚଲା ସିଡିରେ ଲିଫ୍ଟ ଲଗାଇବା, ଖଡଗପୁର ଯାଜପୁରରୋଡ ପାସେଞ୍ଜର କୁ ହାଉଡା ପର୍ଯ୍ୟନ୍ତ ଚଳାଇବା,  ଜିଆରପି ଆଉଟ୍

ରାଜ୍ଯ ରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଫଳତା ର ସଦ୍ୟ ଚିତ୍ର ପାଟଣାଗଡ଼ ରେ.. I

Image
 ପାଟଣାଗଡ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଞ୍ଚଳରେ ଝିଅର ଚିକିତ୍ସା ଲାଗି ଜଣେ ବାପା କାନ୍ଧେଇ କରି ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପାଟଣାଗଡ ନେହେନାବାନ୍ଧ ଗାଁରେ ରୁହନ୍ତି ଧୂବଲ ଛାତ୍ରିଆ , ସ୍ତ୍ରୀ ଫୁଲମତି ଛାତ୍ରିଆ ଏବଂ ତାଙ୍କ ପୁଅ ଝିଅ । ବହୁ ଦିନ ହେଲା ଝିଅ ମଲ୍ଲୀ ( ୧୮ ) କୌଣସି ଅଜଣା ରୋଗରେ ପୀଡିତ ହୋଇ ଚାଲି  ପାରୁନାହାନ୍ତି।  ସରକାରଙ୍କ ଏତେ ଯୋଜନା ସତ୍ତ୍ଵେ ଝିଅର ଚିକିତ୍ସା ହୋଇ ପାରୁ ନ ଥିବାରୁ ଚିନ୍ତିତ ବାପା ଓ ମା' l ଚିକିତ୍ସା ପାଇଁ ବିଭିନ୍ନ ଜାଗା ବୁଲି ସମସ୍ତ ଅର୍ଥ ଖର୍ଚ୍ଚ କରି ଚିକିତ୍ସା କରିସାରିଲେଣି । ଏବେ ତାଙ୍କ ପାଖରେ ଆଉ ଉନ୍ନତ ଚିକିତ୍ସା ଲାଗି ଅର୍ଥ ନାହିଁ । ଏହି ପରିପ୍ରେକ୍ଷୀରେ ଧୂବଲ ଝିଅକୁ ଚିକିତ୍ସା ଲାଗି ବେଲପଡାକୁ ନେଉଥିଲେ ।  ଅର୍ଥ ଅଭାବରୁ ଗାଡିରେ ନେଇ ନ ପାରି ସକାଳୁ ଝିଅକୁ କାନ୍ଧରେ ଧରି ସେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ଏତେ ଅସୁବିଧା ସତ୍ତ୍ବେ ହାର ମାନିନାହାନ୍ତି ଉଭୟେ ବାପାମା' । ଝିଅକୁ ଯେମିତି ହେଲେ ଚିକିତ୍ସା କରି ଠିକ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ସରକାର ଏଇ ଗରିବ ପରିବାରକୁ ସହାୟତା ପ୍ରଦାନ କରି ଧ୍ୟାନ ଦେବାକୁ ଦାବି ହେଉଛି ।(ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ)