Posts

ବୁଲା ଷଣ୍ଢ ଆକ୍ରମଣରେ ବ୍ୟକ୍ତି ଗୁରୁତର ।

Image
ଢେଙ୍କାନାଳ :-ଚଳିତ ମାସ ଦୁଇ ତାରିଖରେ ଜିଲ୍ଲା ର ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଂଚାୟତ ସାରଙ୍ଗ ପୁର ଗ୍ରାମର ହଳଧର ସାହୁ ବୁଲା ଷଣ୍ଢ ଆକ୍ରମଣରେ ଗୁରୁତର ହୋଇପଡିଛନ୍ତି । ସୂଚନା ଥାଉ କି ଉକ୍ତ ଗ୍ରାମର ହଳଧର ସାହୁ (୬୦) ନୀତିଦିନ ରାତିରେ ଧାନ ବିଲ ଜଗିବାକୁ ଯାଆନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତଃ ଗତ କାଲି ମଧ୍ୟ ରାତ୍ରିରେ ତାଙ୍କୁ ଏକ ବୁଲା ଷଣ୍ଢ ଧାନ ଜଗିବା ସମୟରେ ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ ।ଖବର ପାଇ ସଂଗେ ସଂଗେ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ପରେ ଅବସ୍ଥା ସଂକତାପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଦାନଗଦି ବ୍ଲକ ରେ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର l

Image
ଯାଜପୁର :- ଚଳିତ ମାସ ଦୁଇ ତାରିଖ ବୁଧବାର, ରଣାଗୁଣ୍ଡି ପଂଚାୟତର ବାରଖାଇ ଗ୍ରାମର ପରମେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ଓ ଭୂମିକା ହସ୍ପିଟାଲ ଯାଜପୁର ରୋଡ ଅନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସିବିରରେ କୋଳିପାଳ,ନୀଳକଣ୍ଠ ପୁର, ମଣ୍ଡପଡା ,ବାଘୁଆ ପାଳ, ରଗଡା,ରାମ୍ପିଲୋ,ଗଡ଼ିଗଠ,ଶୂଳିଆ, ନଣ୍ଡା ବର, ଏହିସବୁ ଗ୍ରାମରୁ ଅନେକ ଲୋକ ନିଜ ନିଜର ଆଖି ମାଗଣାରେ ପରୀକ୍ଷା କରାଇଥିଲେ l ହସ୍ପିଟାଲ ତରଫରୁ ରୋଗୀ ମାନଙ୍କ ପାଇଁ ରହିବା ଖାଇବା, ଯିବା ଆସିବ,ଔଷଧ ଚଷମା,ଅପରେସନ,ସମସ୍ତ ପ୍ରକାର ସୁବିଧା ମାଗଣାରେ ଯୋଗାଇ ଦିଆଯାଥିଲା l ଏହି ଶିବିରରେ ମେଡିକାଲର. ଦେବେନ୍ଦ୍ର ସେଠି CHM ଜାରକା, ଅରୁଣ ମହାରଣା CHM ଯାଜପୁର ରୋଡ. ଅଭିଲିପ୍ସା ମହାରଣା,ଲକ୍ଷ୍ମୀ ପଣ୍ଡିତ,ବସନ୍ତ କୁମାର ପାତ୍ର ଓ ବlରଖାଇ ପରମେଶ୍ୱର ମହାଦେବ କମିଟିର ଦୀନବନ୍ଧୁ ପେରେଇ,ରବୀନ୍ଦ୍ର କୁମାର ସାହୁ, କାରମଚାନ୍ଦ ଉତର କବାଟ,ଅଶୋକ ଜେନା ,ଲୋକନାଥ ମୁଦୁଲି ପ୍ରମୁଖ ଏହି ଶିବିର ରେ ସହଯୋଗ କରିଥିଲେ l 

ଚାନ୍ଦମା ମହାବୀର କ୍ଲବ ଆନୁକୂଲ୍ୟରେ ଦିବାରାତ୍ରୀ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର :- ଜିଲ୍ଲା ର ବ୍ୟାସନଗର ଅଧିନସ୍ଥ ଚାନ୍ଦମା ମହାବୀର କ୍ଲବ ଆୟୋଜକ ଓ ତେଜ ହୋଣ୍ଡା ପ୍ରାୟୋଜିତରେ ଚାନ୍ଦମା ଖେଳ ପଡିଆରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟରେ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ଶୁଭଉଦ୍ଘାଟନ କରିଥିଲେ ଏବଂ ବ୍ୟାସନଗରରେ ଏଭଳି ବିରାଟ ଆୟୋଜନ ମାଧ୍ୟମରେ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ପ୍ରଶଂସାକରି ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l  ଏହି ଦିଵରାତ୍ରୀ ଟୁର୍ଣ୍ଣାମେଣ୍ଟଟି ଓଡିଶା ପୋଲିସ, ତ୍ରିବେଣୀ ମାଇନ୍ସ, ସୂର୍ଯ୍ୟସିଖା ଭଦ୍ରକ ଓ ଇଷ୍ଟ କୋଷ୍ଟ ରେଲୱେ ଭଳି ୪ ଟି ଦଳକୁ ନେଇ ଖେଳାଯାଇଥିଲା I ଆଜିର ପ୍ରଥମ ମ୍ୟାଚଟି ଓଡିଶା ପୋଲିସ ଓ ତ୍ରିବେଣୀ ମାଇନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ପରିପେକ୍ଷୀରେ ତେଜ ହୋଣ୍ଡା ସୋରୁମ ପକ୍ଷରୁ ଏକ ନୂଆ ରୂପ ରଙ୍ଗରେ ସହରକୁ ପ୍ରବେଶ କରିଥିବା ତିନୋଟି ଗାଡିକୁ ଶୁଭ ଉନ୍ମୋଚନ କରାଯାଇଥିଲା l  ଏହି ଟୁର୍ନାମେଣ୍ଟ ଦୀର୍ଘ ସମୟ ଧରି ଖେଳ ଜାରୀ ରହିଥିବାବେଳେ ଶେଷରେ ସୂର୍ଯ୍ୟସିଖା ଭଦ୍ରକ ଦଳକୁ ଇଷ୍ଟକୋଷ୍ଟ ରେଲୱେ ଦଳ ହରାଇ ଚମ୍ପିୟାନ ହୋଇଥିଲା l କୋରାଇ ଥାନାଧିକାରୀ ରଞ୍ଜିତ କୁମାର ମହାନ୍ତି ଯୋଗଦେଇ ଟ୍ରଫି ସହ ଚମ୍ପିୟାନ ଦଳକୁ ୭୭୭୭ ଟଙ୍କା ଓ ରନର୍ସଅପ ଦଳକୁ ୫୫୫୫ ଟଙ୍କା ପରସ୍କାର ପ୍ରଦାନ କରିଥିଲେ l  ଏହି ଟୁର୍ନାମେଣ୍ଟଟି ସୁଶୀଲ କୁମାର ମଲିକଙ୍କ

ବିଶିଷ୍ଟ ସାମ୍ବାଦିକ ଙ୍କ ୬୪ତମ ଜନ୍ମଦିନ ପାଳନ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ବୌଦ୍ଧିକ ସମାବେଶ ଓ ମୁକ୍ତାକାଶ ପାଠାଗାର ପରିସରରେ ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ୬୪ତମ ଜନ୍ମଦିନ ପାଳନ କରାଯାଇଛି । ବୌଦ୍ଧିକ ସମାବେଶ ର ସଭ୍ୟମାନଙ୍କ ଦ୍ୱାରା ରାଜା ଛକ ପରିସରରେ ବନ୍ଦନା ଗାନ କରାଯାଇ ତାଙ୍କର ଦୀର୍ଘାୟୁ କାମନା କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଏହି ପରିପେକ୍ଷିରେ ଶ୍ରୀ ଶତପଥୀ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଶ୍ରୀ ଶତପଥୀ କହିଥିଲେ ରାଜଧାନୀ ସମାବେଶ ର ସମସ୍ତ ସଦସ୍ୟମାନଙ୍କ ଜନ୍ମଦିନ ପାଳନ କରାଯିବ ତା ସହିତ ସେହିଠାରେ କୋୖଣସି ଜଣେ ମହାପୁରୁଷ ଙ୍କ ଓଡ଼ିଆ ଜାତିପତି ଥିବା ଅବଦାନକୁ ସ୍ମୃତି ଚାରଣ କରାଯିବ । ବୌଦ୍ଧିକ ସମାବେଶ ତରଫରୁ ବସ୍ତିରେ ବାସ କରୁଥିବା ଗରିବ ଲୋକଙ୍କ ପିଲା ମାନଙ୍କୁ ରାତ୍ରିରେ ପାଠପଢା ଯିବା ର ବନ୍ଦୋବସ୍ତ କରାଯାଉଅଛି। ରାତ୍ରିରେ ଖୋଲା ଆକାଶ ତଳେ ଶୀତରେ ଶୋଉଥିବା ସମସ୍ତ ଙ୍କୁ କମ୍ବଳ ବଣ୍ଟାଯିବ ବୋଲି କହିଥିଲେ ଏବଂ ଏହାସହିତ ଗରିବ ବସ୍ତିର ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯିବ । ସେ ସମସ୍ତ ସଦସ୍ୟ ଙ୍କୁ ଏକ ଆହ୍ୱାନ ଦେଇଥିଲେ ଯେ ସମସ୍ତେ ମିଶିକି ସମାବେଶ କୁ ଆଗକୁ ଆଗେଇ ନେବାପାଇଁ ବାର୍ତା ଦେଇଥିଲେ । ଏହି ଜନ୍ମଦିନ ଉତ୍ସବରେ ସଭାପତି କମଳ ଲୋଚନ ବିଶ୍ୱାଳ , ଉପସଭାପତି ସୌଭାଗ୍ୟ ରଞ୍ଜନ ମହାନ୍ତି , ସାଧାରଣ ସମ୍ପାଦକ ଲିଙ୍ଗରାଜ କାଟା ,ସମ୍ପାଦକ ରାହୁଲ କୁମାର , ସଂଯୋଜକ ବିମଳ

ଟ୍ରକ କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ ଜଣେ ମୃତ ୩ ଗୁରୁତର I

Image
ଅନୁଗୁଳ (ବ୍ୟୁରୋ ରିପୋର୍ଟ) :- ଅନଗୁଳ ଜିଲ୍ଲା ପାଳଲହଡା  ୪୯ନମ୍ବର ଜାତୀୟ ରାଜପଥ ମୁକ୍ତପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ I ଆମ୍ବୁଲାନ୍ସ ରେ ଥିବା ଚାରି ଜଣଙ୍କ ମଧ୍ୟରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଅବସ୍ଥାରେ ତାଙ୍କୁ ପାଳଲହଡା ଡାକ୍ତରଖାନା ରେ ଭର୍ତି କରାଯାଇଛି l ଆମ୍ବୁଲାନ୍ସ ଟି ବିଳମ୍ବିତ ରାତିରେ ମହାରାଷ୍ଟ୍ର ରୁ କଲିକତା ଅଭିମୁଖେ ଯାଉଥିବା ଜଣାପଡିଛି I ମୃତ ବ୍ୟକ୍ତି ଵିଶାଲ ଅହିରେ ସେ ମହାରାଷ୍ଟ୍ର ଅଂଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି l 

ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ପାଳିତ l

Image
 ଯାଜପୁର (କାଳିଆପାଣି):- ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଓ ଏହାର ପ୍ରତିଷ୍ଠାତା ସ୍ବର୍ଗତଃ ଡ.ବଂଶୀଧର ପଣ୍ଡାଙ୍କ ୯୦ତମ ଜୟନ୍ତୀ ଉପଲକ୍ଷେ ସୁକିନ୍ଦା ଉପତ୍ୟକାର ଇମ୍ଫା ପରିଚାଳନାଧିନ ସୁକିନ୍ଦା କ୍ରୋମାଇଟ ଖଣି ପ୍ରଶାସନିକ ଭବନଠାରେ ୨୬ତାରିଖ ଅପରାହ୍ନରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ଇମ୍ଫାର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇମ୍ଫାର ଦୀର୍ଘ ୬୦ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ l  ଶ୍ରମିକ ଓ କର୍ମଚାରୀମାନେ ନିଷ୍ଠାରସହ କାର୍ଯ୍ୟକରି କମ୍ପାନୀର ଉତ୍ତରୋତ୍ତର ଉନ୍ନତିରେ ସହାୟକ ହେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ l ବ୍ୟବସାୟିକ ମୁଖ୍ୟ ତଥା ବରିଷ୍ଠ ଉପ ସଭାପତି ସଂଜୀବ ଦାସ ଓ ଖଣି ଉପ ସଭାପତି ସୁଧାଂଶୁ ପାଟନୀ ସମ୍ମାନିତ ଅତିଥିଭାବେ ଏଥିରେ ଯୋଗ ଦେଇଥିଲେ l ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିବାସହ ସ୍ବର୍ଗତଃ ପଣ୍ଡାଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l   ଏହି ଅବସରରେ ଦୀର୍ଘ ବର୍ଷଧରି କାର୍ଯ୍ୟକରି ଇମ୍ଫାର ଅଭିବୃଦ୍ଧିରେ ସହାୟକ ହୋଇଥିବା କର୍ମଚାରୀ ମାନଙ୍କୁ ଦୀର୍ଘ ଜୀବନ ସମର୍ପଣ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା l ବିଦ୍ୟୁତ ବିଭାଗ କର୍ମଚାରୀ ସନ୍ତୋଷ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ ସ୍ବର୍ଗତଃ ପଣ୍ଡାଙ୍କ ବାଲୁକା ଚିତ୍ର ଅତିଥିମାନଙ୍କଦ୍ୱାରା ଉ

କିଷାନ ସଂଯୁକ୍ତ ମୋର୍ଚ୍ଚା ୧ ବର୍ଷ ପୂର୍ତ୍ତୀ ସମାବେଶ କୁ ସମର୍ଥନ କରି ମିଳିତ ସଭା ର ଆୟୋଜନ l

Image
  ଯାଜପୁର (ବ୍ୟାସନଗର) :-ଆଜି  ମହାମାରୀ କରୋନା ର ସୁଯୋଗ ନେଇ କେନ୍ଦ୍ର ବିଜେପି ସରକାର ଅଧ୍ୟାଦେଶ ଜରିଆରେ ୩ ଗୋଟି କୃଷି ବିଲ ପାରିତ କରିଥିଲେ l ଯାହାଦ୍ୱାରା ଦେଶର ସମସ୍ତ କୃଷକ ଓ ମଜଦୁର ଆଜକୁ ୨୩ମାସ ଧରି ଦିଲ୍ଲୀ ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସିଙ୍ଗୁର, ଗାଜିପୁର ଓ ଟିକିରି ଠାରେ କୃଷି ବିଲ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ରେ ୭୦୦ ରୁ ଉର୍ଦ୍ଧ କିଷାନ ନେତାମାନେ ଶହୀଦ ହୋଇଥିବାରୁ ସଭାର ପ୍ରାରମ୍ଭରେ ଏକ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଏହି ସଭା ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ଏହି ଆନ୍ଦୋଳନ କୁ ସମାବେଶ ଜରିଆରେ ଏକ ସମର୍ଥନ ସଭା ଆୟୋଜିତ ହୋଇଥିଲା l  ଏହି ସଭାରେ ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଆଇ ଏନ ଟି ୟୁ ସି ର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହି, ନାରାୟଣ ଚନ୍ଦ୍ର ନାୟକ, ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ରବୀନ୍ଦ୍ର ଥାନ୍ଦାର, ସେକ ଆତାର ଉଦ୍ଦିନ ଅହମ୍ମଦ, ମହେନ୍ଦ୍ର ମହାପାତ୍ର, ବିଦ୍ୟାଧର ଜେନା, ସି ଆଇ ଟି ୟୁ ର ଧୀରେନ୍ଦ୍ର ବେହେରା,ସତ୍ୟଜିତ ସାହୁ, ସୁରେଶ ବାରିକ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରେ କୃଷକ ଆନ୍ଦୋଳନ କୁ ସମର୍ଥନ କରିବା ସହ ପ୍ରଧାନମନ୍ତ୍ରୀ ଦେଶ ବାସୀଙ୍କୁ କ୍ଷମାମାଗିବା ଓ ଗତ ୨୪ତାରିଖ ରେ କେନ୍ଦ୍ର କ୍ୟାବିନେଟ ରେ ଏ