Posts

ଚୋରା ବନ୍ଧୁକ ବେପାରୀ ସହିତ ୮ ଦେଶୀ ବନ୍ଧୁକ ଜବଦ କରିଛି ଏସ୍ ଟି ଏଫ୍. l

Image
  ଅନୁଗୁଳ(ବ୍ୟୁରୋ ରିପୋର୍ଟ )ଏସ୍ଟିଏଫ ଓ ଛେଣ୍ଡିପଦା ଥାନା ପୋଲିସ ମିଳିତ ଚଢ଼ାଉ କରି ଜଣେ ଚୋରା ଦେଶୀ ବନ୍ଧୁକ ବେପାରୀ କୁ କବ୍ଜା କୁ ନେବା ସହ ତା ପାଖରୁ ଆଠଟି ଦେଶୀ ବନ୍ଧୁକ ଓ ସାତୋଟି ଜୀବନ୍ତ ଗୁଳି ଜବତ କରିଥିବା ଜଣାପଡ଼ିଛି।  ଘଟଣାର ବିବାରଣୀରୁ ଜଣାପଡିଛି ଯେ,ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ ଟି ଏଫ ଓ ଛେଣ୍ଡିପଦା ଥାନା ପୋଲିସ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କେରଜଙ୍ଗ ଗ୍ରାମ ନିକଟରେ ଅତର୍କିତ୍ତ ଚଢ଼ାଉ କରି ସମ୍ବଲପୁର ସରପାଲ୍ଲୀ ଅଞ୍ଚଳର ରତ୍ନାକର କାଲଟା ନାମକ ଜୈନକ ବ୍ୟକ୍ତି କୁ ଗିରଫ କରି ତା ନିକଟରୁ ୮ ଦେଶୀ ବନ୍ଧୁକ ବିପୁଳ ପରିମାଣର ଗୁଳି ଜବତ କରିଥିଲେ।

ବ୍ୟାସନଗର ପୌରାଞ୍ଚଳର ମୁଣ୍ଡମାଳ ଠାରେ ଲକ୍ଷ୍ମୀନାରାୟଣ ପୂଜା ପାଳିତ ହୋଇଯାଇଛି l

Image
ଯାଜପୁର :- ବ୍ୟାସନଗର ପୌରାଞ୍ଚଳର ମୁଣ୍ଡମାଳ ଛକଠାରେ ଲକ୍ଷ୍ମୀ ନାରାୟଣ ପୂଜା କୋଭିଡ଼ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି l ଚଳିତ ମାସ ୧୬ ତାରିଖ ଦିନ କଳସ ସ୍ଥାପନ ହୋଇଥିବା ବେଳେ ତିନି ଦିନ ଧରି ଚାଲିବାକୁ ଏହିପୂଜାରେ କର୍ତ୍ତା ମନୋଜ କୁମାର ସାହୁ ଓ ଅନ୍ୟ ତିନିଜଣ ଚକ୍ରଧର ସାହୁୁ,ସୁରେଶ ସୁବୁଧିିି, ଶେଷାଶୁ ଶେଖର ବଳ, କଳସ ବୁଡ଼ାଇଥିଲେ I  ପୂଜା ଧନୁସଂକ୍ରାନ୍ତିରେ ରୁ ଆରମ୍ଭ ହୋଇ ୧୮ ତାରିଖରେ  ପୂର୍ଣ୍ଣାହୁତି ହୋଇଥିଲା I ଏହିପୂଜା  କମିଟୀତରଫରୁ ସବୁବେଳେ ପୂଜାର ମୁଖ୍ୟ କର୍ତ୍ତା ଓ ପୂଜାକୁ ପରିଚାଳନା କରିଆସୁଥିବା ସ୍ୱର୍ଗତ କେଶବ ଚନ୍ଦ୍ର ବେହେରା ଙ୍କ ଫଟୋ ରଖି ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୀପଦାନ କରିଥିଲେ I ସ୍ଵର୍ଗତ ବେହେରା ଙ୍କ ସହଯୋଗ ରେ ପୂଜା କମିଟି ଆଗକୁ ବଢିଚାଲିଛି I 

ବୃଦ୍ଧା ଙ୍କୁ ମିଳୁନାହିଁ ସରକାରୀ ସୁବିଧା, ପ୍ରଶାସନ ନୀରବ!

Image
  ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-ଆସନ୍ତୁ ଦେଖିବା ପାଟଣାଗଡ଼ ପ୍ରଶାସନର ବିକାଶର ନଗ୍ନ ଚିତ୍ର ।ବିକାଶର ଦ୍ୱାହିଦେଇ ଆଖିରେ ଅନ୍ଧପୁଟୁଲି ବାନ୍ଧି ସୋଇଲେ କେମିତି ଦେଖାଯିବ ଅସଲ ବିକାଶ ଚିତ୍ର । କେବଳ କଳା ଓ ସଂସ୍କୃତିକୁ ବଞ୍ଚେଇ ରଖିଲେ କଣ ବିକାଶ ହେବ? ଏହି ପ୍ରଶ୍ନ ଉଙ୍କି ମାରୁଛି ଜନସାଧାରଣ ଙ୍କ ମନରେ...   I ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ର ତୁଳସୀଡୁଙ୍ଗରି ଗ୍ରାମର ବୃଦ୍ଧା ପ୍ରତିମା ଧରୁଆଙ୍କ ଦୁଃଖର କାହାଣୀ ଦେଖିଲେ ଆଖିରେ ଜଳ ଜଳ ହୋଇ ଦେଖାଯାଉଛି ବିକାଶର ଅସଲ ଚିତ୍ର ।  ଜଙ୍ଗଲ ମଧ୍ୟରେ ପରିତ୍ୟକ୍ତ ଝାଟିମାଟି ଘରେ ନିଜର ଜୀବନ ବିତାଉଛନ୍ତି ନା ଖାଇବାକୁ ଚାଉଳ ଅଛି ନା ଶୀତବସ୍ତ୍ର । ସରକାରୀ ସହାୟତା କହିବେ କେବଳ ଭତ୍ତା ୭୦୦ ଟଙ୍କା । ଅତି ଦୁଃଖର ବିଷୟ ସରକାରୀ ଚାଉଳ ମଧ୍ୟ ପାଉନାହାନ୍ତି ସେ । ଜଣେ ଗରିବ ଜଙ୍ଗଲ ମଧରେ ଦୁଖଃ ରେ ରହୁଥିବା କଥା ଶୀତତାପ ନିୟନ୍ତ୍ରିତ ଘରେ ରହୁଥିବା ପ୍ରଶାସନ କେମିତି ବା ଜାଣିବ । ଆଗାମୀ ଦିନରେ ମାଙ୍କ ସାହାଯ୍ୟ କେବେ କରିବ ପ୍ରଶାସନ ଦେଖିବାକୁ ବାକି ରହିଲା l (ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

ବିଶିଷ୍ଠ ସମାଜସେବୀ ତଥା ଗାନ୍ଧିବାଦୀ ଙ୍କ ପରଲୋକ l

Image
ଯାଜପୁର :- ଯାଜପୁର ଜିଲ୍ଲା ହରିଦାସପୁର, ଆରୁହା ଗ୍ରାମର ଜଣେ ସମାଜସେବୀ ତଥା ଗାନ୍ଧିବାଦୀ ବ୍ୟକ୍ତି ଶ୍ରୀଯୁକ୍ତ ବ୍ରଜକିଶୋର ସାମଲ ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି l ସେ ୧୯୨୯ ମସିହା ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୬-୧୨ - ୨୦୨୧ ମସିହା ସକାଳ ପ୍ରାୟ ୭ ଘଟିକା ସମୟରେ ସପରିବାର ଉପସ୍ଥିତ ରେ ମୃତ୍ଯୁବରଣ କରିଥିଲେ l ଏହି ଖବର ଜଣାପଡ଼ିବା ପରେ ସେ ଅ଼ଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସେ ଜଣେ ଭଲ ମଣିଷ ଓ ମିଷ୍ଟଭାଷୀ ଓ ମେଳାପୀ ଥିଲେ l ନିଜ ଜନ୍ମମାଟି ର ଶ୍ମସାନରେ ଶ୍ରୀଯୁକ୍ତ ସାମଲ ଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି l 

ବିଶ୍ୱାବସୁଗଡ଼ ଶବରପଲ୍ଲୀ ରେ ବିଶ୍ୱାବସୁ ଙ୍କ ଧନୁପୂଜା ମହୋତ୍ସବ I

Image
ବ୍ୟୁରୋ ରିପୋର୍ଟ :- ନୟାଗଡଜ଼ିଲ୍ଲା ଭାପୁର ବ୍ଲକ ର ବିଶ୍ୱାବସୁ ଙ୍କ କର୍ମସ୍ଥଳୀ ଶବରପଲ୍ଲୀ ରେ ଭଗବାନ ନୀଳମାଧଵ ଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ୱାବସୁ ଙ୍କ ଧନୁ ପୂଜନ ମହୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱାବସୁ ଶବର ସମାଜର ପୁରୋଧା ନୀଳମାଧଵ ଙ୍କ ଚଳନ୍ତିପ୍ରତିମା ଶବର କୁଳଶିରୋମଣି ଶ୍ରୀ ଶ୍ରୀ ଟିକି ବାବା ବିଶ୍ୱାବସୁ ଙ୍କ ପବିତ୍ର ଧନୁ ପୂଜା ମହୋତ୍ସବ ଉଦଘାଟନ କରିଥିଲେ l ଶବର ମାନଙ୍କ ଧର୍ମ ପୀଠ ବିଶ୍ୱୱାବସଗଡ଼ ରେ ବଲାଙ୍ଗିର, ନୂଆପଡା,କଳାହାଣ୍ଡି, ଢେଙ୍କାନାଳ,ଗଜପତି,ପୁରୀ,ନୟାଗଡ,  କଟକ,ଗଞ୍ଜାମ,ବୌଦ୍ଧ,ବରଗଡ଼,ଫୁଲବାଣୀ,ରୁ ଶବର,ସହରା, ସଓରା,ସମ୍ପ୍ରଦାୟ ର ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଶବର ସମାଜର ମୁଖିଆ ମହୋତ୍ସବ ରେ ଯୋଗଦେଇଥିଲେ I ଐତିହାସିକ ବିଶ୍ୱାବସୁ ଙ୍କ ପୁଣ୍ୟ ପବିତ୍ର ଧାର୍ମିକ ପୀଠ ରେ ବିଶ୍ୱାବସୁ ଧନୁ,ନୀଳମାଧଵ,ଶବରୀନାରାୟଣ,ବିଶ୍ୱାବସୁ,ସାତ ବହନୀ,ଲଳିତା ଦେବୀଙ୍କ ପାରମ୍ପରିକ ରୀତିନୀତି ରେ ପୂଜାପାଠ ଭଜନ ହୋଇଥିଲା l ପରେ ଧନୁ ପୂଜା ମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l  ସଭା ରେ ନୀଳମାଧଵ ଙ୍କ ଚଳନ୍ତି ପ୍ରତିମା,ଶବରକୂଳ ଶିରୋମଣୀ ବିଶ୍ୱାବସୁ ଶବର ବଂଶଜ ପରମପୁଜ୍ୟ ସଦଗୁରୁ ଦେବ ଶ୍ରୀ ଶ୍ରୀ ଶ୍ରୀ ଟିକି ବାବା,ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି,ଅବସର ପ୍ରାପ୍ତ ଭାରତୀୟ

ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର :-କଳିଙ୍ଗନଗର ସ୍ଥିତ ଯଖପୁରା ଠାରେ ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓ ଭୂମିକା ହସ୍ପିଟାଲ ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି l ସକାଳ ୯ଘଟିକା ଠାରୁ ୧୨ ଟା ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ ଆଖ ପାଖ ଅନେକ ଗ୍ରାମରୁ ୪୦ଜଣ ନିଜର ଆଖିପରିକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୧୯ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲା।  ସେମାନଙ୍କୁ ଯାଜପୁର ରୋଡ ଭୂମିକା ହସ୍ପିଟାଲ ରେ ଅସ୍ତ୍ରପ୍ରଚାର ବ୍ୟବସ୍ତା କରାଯାଇଥିଲା l ରୋଗୀମାନଙ୍କ ପାଇଁ ଯିବା ଆସିବା,ରହିବା ଖାଇବା ଅସ୍ତ୍ର ପ୍ରଚାର ଔଷଧ ଚଷମା ପ୍ରଭୁତି ହସ୍ପିଟାଲ ତରଫରୁ ମାଗଣା ବ୍ୟବସ୍ଥା କରାଯାଇଅଛି I ଏହି ଶିବିରରେ ସି ଏଚ ଏମ -ଅରୁଣ କୁମାର ମହାରଣା, ମାନସୀ ଦିଦି,ଲକ୍ଷ୍ମୀ ମହାନ୍ତି, ରଂଜିତା ସାହୁ,ବସନ୍ତ କୁମାର ପାତ୍ର, ସୁବାଷ ଚନ୍ଦ୍ର ନାୟକ,ଦାନଗଦୀ ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ମିଲନ ନାୟକ,ସିଲୁ ବେହେରା ପ୍ରମୁଖ ଶିବିରରେ ସହଯୋଗ କରିଥିଲେ l 

ତ୍ରୟୋଦଶ ବାର୍ଷିକ ସୁକିନ୍ଦା ପ୍ରିମିୟରଲିଗ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ l

Image
    ଯାଜପୁର (ସୁକିନ୍ଦା):- ଜଗନ୍ନାଥ ହାଇସ୍କୁଲ, ସୁକିନ୍ଦାର ୧୯୮୮ରୁ ୨୦୦୭ପର୍ଯ୍ୟନ୍ତ ୨୦ଟି ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କୁ ନେଇ ତ୍ରୟୋଦଶ ବାର୍ଷିକ ସୁକିନ୍ଦା ପ୍ରିମିୟମ (ଏସପିଏଲ) କ୍ରିକେଟ ଟୁର୍ନାମେଣ୍ଟ ଗତ ୧୫ତାରିଖ ଅପରାହ୍ନରେ ସ୍ଥାନୀୟ ଷ୍ଟାଡିଅମ ଖେଳ ପଡିଆଠାରେ ଉଦଘାଟିତ ହୋଇଯାଇଛି l  ସୁକିନ୍ଦା ରାଜା ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ମୁଖ୍ୟ ଅତିଥି, ସୁକିନ୍ଦା ଥାନା ଆଇଆଇସି ଶିବ ଚରଣ ବେହେରା ଓ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଅଜୟ କୁମାର ବେହୁରା ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବାସହ ଟୁର୍ନାମେଣ୍ଟର ଟ୍ରଫିକୁ ଉନ୍ମୋଚନ କରିଥିଲେ l  ଆସନ୍ତା ୩୧ତାରିଖରେ ଉଦଯାପିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟର ସିନିଅର ବିଭାଗରେ ୧୯୮୮ରୁ ୧୯୯୮ ପର୍ଯ୍ୟନ୍ତ ମାଟ୍ରିକ ବ୍ୟାଚର ୧୧ଟି ଟିମ ଓ ଜୁନିଅର ବିଭାଗରେ ୧୯୯୯ରୁ ୨୦୦୭ପର୍ଯ୍ୟନ୍ତ ବ୍ୟାଚର ୯ଟି ଟିମ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି l ସିନିଅର ବିଭାଗର ୧୯୯୮ବ୍ୟାଚ ଓ ଜୁନିଅର ବିଭାଗର ୨୦୦୬ ବ୍ୟାାଚ ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହେଉଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି l  (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)