Posts

ଢେଙ୍କାନାଳ କପିଳାସ ପୀଠରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) : - ଢେଙ୍କାନାଳ କପିଳାସ ପୀଠରେ ଜାଗର ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।  ଆଜି ପୂର୍ବାହ୍ନରେ କପିଳାସ ଫରେଷ୍ଟ ଡାକବଙ୍ଗଳା ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥବା ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବହାର ଜିଲ୍ଲାର ଶ୍ରଦ୍ଧାଳୁ ମାନଙ୍କୁ କପିଳାସ ପୀଠକୁ ଆସିବା ପାଇଁ ବାରଣ କରାଯାଇଛି।  ସ୍ଥାନୀୟ ଯାତ୍ରୀ ମାନେ ପୀଠକୁ ଆସିଲେ ନିଜ ସହିତ ଆଧାର କାର୍ଡ ଆଣିବାକୁ ପରାମର୍ଶ ଦିଆଯାଇଛି।  ସରକାରୀ କାର୍ଯ୍ୟ ଏବଂ ଯାତ୍ରାରେ ନିୟୋଜିତ ଜାନ ବାହାନ ବ୍ୟତୀତ ବିନା ଅନୁମତିରେ କୌଣସି ଜାନ ବାହାନ ପୀଠକୁ ଯାଇପାରିବ ନାହିଁ। ପୀଠର ବାରବାଙ୍କ ରାସ୍ତା ଓ ପାହାଚ ରାସ୍ତା ପର୍ଯ୍ୟନ୍ତ ଆଲୋକ ବ୍ୟବସ୍ଥା କରାଯିବ।  ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପୀଠକୁ ପରିସ୍କାର ପରିଛନ୍ନ ରଖିବା ସହିତ ପ୍ଲାଷ୍ଟିକ ଏବଂ ପଲିଥିନ ବ୍ୟବହାର ସମ୍ପୁର୍ଣ୍ଣ ନିଷେଧ କରାଯାଇଛି। କପିଳାସ ପୀଠ ପରିସରକୁ ବିଶୋଧନ କରାଯିବା ସହିତ ଆସୁ ଚିକିତ୍ସା କେନ୍ଦ୍ର ଖୋଲା ଯିବ। ଯାତ୍ରୀଙ୍କ ସୁବିଧା ପାଇଁ ୩ଟି ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ଟୀକାକରଣ ନିମନ୍ତେ ଶିବିର ଖୋଲାଯିବ। ଯାତ୍ରୀଙ୍କ ସହଯୋଗ ନିମନ୍ତେ ସ୍ଥାନୀୟ

କୂଅ ଭିତରୁ ବୃଦ୍ଧା ମହିଳା ଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ l

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ସପ୍ତଶଯ୍ୟା ନିକଟସ୍ଥ କାମନି ଗ୍ରାମରେ  ଗତ କାଲି ଶ୍ରୀମତୀ ଦୁତିକା ସାହୁ ବୟସ (60) କୌଣସି କାରଣ ରୁ ଏକ କୂଅ ଭିତରେ ଖସି ପଡ଼ିଥିଲେ I ଗ୍ରାମବାସୀ ମାନେ ସାଙ୍ଗେ ସାଙ୍ଗେ ଢେଙ୍କାନାଳ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ l ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ମୁଖ୍ୟ ଅଗ୍ନିବ ଜଗନ୍ନାଥ ନାଏକ ଙ୍କ ତତ୍ୱ ବଧାନରେ ବୃଦ୍ଧା ଜଣଙ୍କ କୂଅଭିତରୁ ସୁରକ୍ଷିତ ଉଦ୍ଧାର କରିଥିଲେ l

ସୁକିନ୍ଦା ବ୍ଲକରେ ୭୮ ପ୍ରତିଶତ ମତଦାନ୭୬୦ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ।

Image
  ଯାଜପୁର, ସୁକିନ୍ଦ:-  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମଙ୍ଗଳବାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ବ୍ଲକର ୩୩୦ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଶେଷ ହୋଇଛି l କେତେକ ବୁଥରେ କାଁଭା ଗଣ୍ଡଗୋଳ ବ୍ୟତୀତ ଭୋଟ ଗ୍ରହଣ ଶାନ୍ତିପୂର୍ଣ ଭାବରେ ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦାଗଡ଼ ପଞ୍ଚାୟତର ୬ନମ୍ବର, ସଂସାଇଲୋ ପଞ୍ଚାୟତର ୧୧ନମ୍ବର, ଆମ୍ପୋଳବା ପଞ୍ଚାୟତର ୮ନମ୍ବର, ହରିପୁର ପଞ୍ଚାୟତର ୬ ଓ ୧୩ ନମ୍ବର ବୁଥରେ ସାମାନ୍ୟ ଗଣ୍ଡଗୋଳ ଘଟି ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା l  ପୋଲିସ ସେ ସବୁ ସ୍ଥାନରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକରି ଶାନ୍ତି ଶୃଙ୍ଖଳା ସହ ଭୋଟଦାନ ବ୍ୟବସ୍ଥା କରିଥିଲା l ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ସଂସାଇଲୋ, ଆମ୍ପୋଳବା ଓ ହରିପୁର ଠାରେ ପୋଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା l    ଏହି ନିର୍ବାଚନରେ ବିଭିନ୍ନ ପଦପାଇଁ ୭୬୦ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି l ଜିଲା ପରିଷଦ ୩ଟି ଜୋନ ସଭ୍ୟ ପଦ ପାଇଁ ୧୪ଜଣ, ସରପଞ୍ଚ ପଦ ପାଇଁ ୮୪ଜଣ, ସମିତି ସଭ୍ୟ ପାଇଁ ୬୩ଜଣ ଓ ୱାର୍ଡ ସଭ୍ୟ ପାଇଁ ୫୯୯ ଜଣ ଏପରି ମୋଟ ୭୬୦ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଛି l  ଆସନ୍ତା ୨୬,୨୭ ଓ ୨୮ ତାରିଖରେ ବ୍ଲକ କାର୍ଯ୍ୟାଳୟଠାରେ ଭୋଟ ଗଣନା କରାଯାଇ ଫଳାଫଳ ଘୋ

ନିମ୍ନମାନର ଇଟା ରେ ନିର୍ମାଣ ଚାଲିଛି ବିଦ୍ୟାଳୟ ପାଚେରୀ, ଗ୍ରାମବାସୀଙ୍କ ବିରୋଧ l

Image
ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର କଙ୍କଡ଼ାହାଡ଼ ବ୍ଳକ ଚାନ୍ଦିପୁର ପଞ୍ଚାୟତର, ଚାନ୍ଦିପୁର ଉପ୍ରା ବିଦ୍ୟାଳୟ ର କାର୍ଯ୍ୟକୁ ଚାନ୍ଦିପୁର ଗ୍ରାମପଞ୍ଚାୟତ ହାତକୁ ଦିଆଯାଇଛି I ଏହି ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ସରକାରୀ ଅନୁଦାନ ହିସାବରେ ୨,୬୦୭୫୨ ଟଙ୍କା ୨୦୨୧-୨୨ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି l  କିନ୍ତୁ ନିର୍ବାଚନ ଥିବାରୁ ଉକ୍ତ କାର୍ଯ୍ୟକୁ ତରବରିଆ ଭାବେ ନିମ୍ନମାନର ଇଟା ରେ ତିଆରି କରାଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି l ନିର୍ବାଚନ ସମୟରେ ଏହାକୁ ତନଖି କରିବାକୁ କେହି ସରକାରୀ କର୍ମଚାରୀ ନ ଥିବାର ସୁଯୋଗ ନେଇ କାର୍ଯ୍ୟକୁ ତ୍ବରାନ୍ବିତ କରୁଥିବା ସମ୍ପୃକ୍ତ ସଂସ୍ଥା ବା ବ୍ୟକ୍ତିବିଶେଷ ଏହାର ଫାଇଦା ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛି l ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ଯାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l

ଭାରତ -ପାକିସ୍ଥାନ ଯୁଦ୍ଧର ବିଜୟ ସ୍ମାରକୀ- ଟି 55ଟାଙ୍କ (କମାଣ) ସୁକିନ୍ଦା କଲେଜରେ ପହଞ୍ଚିଲା l

Image
  ଯାଜପୁର (ସୁକିନ୍ଦା):- ଗୌରବ ରଚିଲା ସୁକିନ୍ଦା, ଗତ ୧୯୭୧ ମସିହା ଭାରତ -ପାକିସ୍ଥାନ ଯୁଦ୍ଧରେ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ରୁଷ ନିର୍ମିତ ଟି 55 ଟାଙ୍କ (କମାଣ) ମଧ୍ୟରୁ ଗୋଟିଏ ଟାଙ୍କ ଏହି ଯୁଦ୍ଧର 50ବର୍ଷ ପୂର୍ତ୍ତୀର ବିଜୟ ସ୍ମାରକୀ ରୂପେ ପୁନେସ୍ଥିତ ଆର୍ମି ମୁଖ୍ୟାଳୟରୁ ଏକ ଟ୍ରଲର ଯୋଗେ ଆସି ସୁକିନ୍ଦା କଲେଜ ପରିସରରେ ବୁଧବାର ପହଞ୍ଚିଛି l   କଲେଜର ଛାତ୍ର ଛାତ୍ରୀ ଓ ଜନସାଧାରଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରିବା ସହ ଦେଶମାତୃକାର ସେବା କରିବା ପାଇଁ ଏହା ପ୍ରେରଣା ଯୋଗାଇବ l ଟାଙ୍କରଟି କଲେଜ ମୁଖ୍ୟ ଫାଟକ ନିକଟରେ ପହଞ୍ଚିବା ପରେ କଲେଜ ଏନସିସି, ସ୍କାଉଟ ଓ ଗାଇଡ଼, ଏନଏସଏସ ବାହିନୀର ଛାତ୍ରଛାତ୍ରୀମାନେ ବନ୍ଦେ ମାତରମ, ଭାରତ ମାତାକି ଜୟ ଆଦି ଧ୍ୱନିଦେଇ ତାହାକୁ କଲେଜ ପରିସରକୁ ପାଛୋଟି ନେଇଥିଲେ l  କଲେଜ ଅଧ୍ୟକ୍ଷ ଶରତ ଚନ୍ଦ୍ର ନାୟକ, ପୂର୍ବତନ ଅଧ୍ୟକ୍ଷ ଦୋକ ଗୋବିନ୍ଦ ବଳ, ଦେବେନ୍ଦ୍ର ନାଥ ଚକ୍ର, ଜଗନ୍ନାଥ ମହାନ୍ତି, ଦୁର୍ଯ୍ୟୋଧନ ବେହେରା, କୃଷ୍ଣ ବଲ୍ଲଭ ଶତପଥୀଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀବୃନ୍ଦକଲେଜ ଫାଟକଠାରେ ଉପସ୍ଥିତ ରହି ଏହାକୁ ସ୍ୱାଗତ କରିଥିଲେ l  ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଓ ଆୟୁଧ ନିର୍ଦ୍ଦେଶlଳୟ ଅଧିନସ୍ଥ ସୁରକ୍ଷା ମ

ଆଦିବାସୀ ସଂସ୍କୃତି ର ଯୁଗଜନ୍ମା ବିଶ୍ୱାବସୁ ଶବର ମହାରାଜା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି l

Image
  କଟକ:- ତା ୧୨/୦୨/୨୨ (ବ୍ୟୁରୋ ରିପୋର୍ଟ) :-କଟକ ଜ଼ିଲ୍ଲା ବାରଙ୍ଗ ଥାନା ଭାଲୁଙ୍କା ଶବର ସାହି ଠାରେ ନୀଳମାଧଵ ଙ୍କ ଅଦ୍ୟ ସେବକ ବିଶ୍ୱାବସୁ ଶବର ମହାରାଜା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି l ଶବର ସମାଜର ସଂସ୍କୃତି,ଐତିହ୍ୟ,ଧାର୍ମିକ ବିଶ୍ୱାସ ର ସୁରକ୍ଷା ସଂରକ୍ଷଣ,ପୁନଃଉଦ୍ଧାର କରିବା ଉଧେଶ୍ୟ ରେ ରାଜ୍ୟର ବିଭିନ୍ନ ଜ଼ିଲ୍ଲା ରୁ ଆଦିବାସୀ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଆଦିବାସୀ ମାନେ ପାରମ୍ପରିକ ବେସାଭୂଷା ବାଦ୍ୟ ସହିତ ସାଂସ୍କୃତିକ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରିଥିଲେ l  ଶୋଭାଯାତ୍ରା ପରେ ସର୍ବଧର୍ମ ସମନ୍ୱୟ ମହସିଦ୍ଧ ନୀଳପଦ୍ମ ଆଶ୍ରମ ର ଅଧକ୍ଷ ତଥା ଶ୍ରୀ ଟିକିବାବା ଆଦର୍ଶ ଶିକ୍ଷା ସଂସ୍ଥା ର ପ୍ରତିଷ୍ଠାତା ଶ୍ରୀ ଟିକି ବାବା ଙ୍କ ପୌରୋହିତ୍ୟରେ ପୂଜାର୍ଚନା କରି ନବ ନିର୍ମିତ ବିଶ୍ୱାବସୁ ଶବର ମହାରାଜା ଙ୍କ ପ୍ରତିମୂର୍ତ୍ତି କୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ଶୁଭ ଉଦଘାଟନ କରିଥିଲେ l ଶବର ମହାରାଜା ବିଶ୍ୱାବସୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଅଖିଳ ଭାରତୀୟ ଶବର ମହାସଂଘ ର ସଭାପତି ବାଳକୃଷ୍ଣ ଶବର,ଛତିଶଗଡ ଶବର ସମାଜର ମହାମନ୍ତ୍ରୀ ଓକିଲ ନାଗ , କେନ୍ଦ୍ରୀୟ ମହାମନ୍ତ୍ରୀ ସୌକିଲାଲ ଭୋଇ,ଜ଼ିଲ୍ଲା ଅଧ୍ୟକ୍ଷ ସୁରେଶ ମଲ୍ଲିକ,ବିଦ୍ୟାଧର ଦେହୁରୀ,ମୟୁର କବି ବାଳକୃଷ୍ଣ ନାଏକ,ଶରତ ନାଏକ,ପୂର୍ଣଚନ୍ଦ୍ର ନାଏକ,

ସୁକିନ୍ଦା ବ୍ଲକରେ ନିର୍ବାଚନ ପ୍ରଚାର :ଅଧ୍ୟକ୍ଷ ଆସନ ଦଖଲପାଇଁ ଲଢେ଼ଇ ଜୋରଦାର l

Image
ଯାଜପୁର /ସୁକିନ୍ଦା:- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାରର ଉଷ୍ମତା ସେତିକି ଜୋରଦାର ହେଉଛି l ଏହି ବ୍ଲକର ସମସ୍ତ ୨୫ଟି ପଞ୍ଚାୟତରେ ପ୍ରଚାରର ମାହୋଲ ଦିନକୁ ଦିନ ସରଗରମ ହୋଇ ଉଠୁଛି l ଜିଲ୍ଲା ପରିଷଦର ଦଳୀୟ ପ୍ରାର୍ଥୀମାନେ ପ୍ରଚାର ସମୟରେ ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନଙ୍କୁ ସାଙ୍ଗରେ ନେଇ କୋଭିଡ କଟକଣା ପାଳନକରି ଘରକୁ ଘର ବୁଲି ନିର୍ବାଚନ ବୈତରଣୀ ପାର ହେବାପାଇଁ ଗୁରୁଜନ ମାନଙ୍କର ଆଶୀର୍ବାଦ ଭିକ୍ଷା କରୁଥିବା ବେଳେ ମତଦାତା ମାନଙ୍କର ସମର୍ଥନ, ସହଯୋଗ କାମନା କରୁଛନ୍ତି l  ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜଦ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ (ବେବି) ଦାସ, ଖଣି ଅଞ୍ଚଳର ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧୀର, ପ୍ରମୁଖ ବିଜଦର ପ୍ରଚାର ମଙ୍ଗ ଧରିଥିବା ବେଳେ ଭାଜପା ନେତା ପ୍ରଦୀପ(ଟୁଟୁ)ବଳ ସାମନ୍ତ,ରବୀନ୍ଦ୍ର ପୁହାଣ ପ୍ରମୁଖ ପ୍ରଚାରର ମଙ୍ଗ ଧରିଛନ୍ତି l    ବ୍ଲକ ଅଧ୍ୟକ୍ଷ ପଦପାଇଁ ବିଜଦର ୩ଜଣ ଆଶାୟୀ ପ୍ରାର୍ଥୀ ଦିବ୍ୟରଞ୍ଜନ ବରାଳ, ମଙ୍ଗରାଜପୁର ପଞ୍ଚାୟତରୁ ପଦ୍ମାବତୀ ଜେନା ନିଜ ପଞ୍ଚାୟତ ସାରଙ୍ଗପୁରରୁ ଓ ଭାଗ୍ୟଲକ୍ଷ୍ମୀ ରାଉତ ନିଜ ପଞ୍ଚାୟତ ଡ଼ୁବୁରୀରୁ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦ୍ୱ୍ୱିତା କରୁ