Posts

କେନ୍ଦ୍ର ସରକାର ଙ୍କ ନିଯୁକ୍ତି ପ୍ରକ୍ରିୟା ଆଉ ପାଦେ ଆଗରେ.. I

Image
ବ୍ୟୁରୋ ରିପୋର୍ଟ :- ଅଗ୍ନିପଥ ଯୋଜନାରେ ଖୁବଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ଡିସେମ୍ବରରେ ଟ୍ରେନିଂ ଦିଆଯିବ । କେନ୍ଦ୍ରର ନୂଆ ଯୋଜନାକୁ ନେଇ ଜୋରଦାର ପ୍ରତିବାଦ ମଧ୍ୟରେ ଆସନ୍ତା ଶୁକ୍ରବାର ଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ୨୦୨୨ ମସିହାରେ ଅଗ୍ନିପଥ ଯୋଜନା ଅଧୀନରେ ବୟସ ସୀମାକୁ ୨୧ରୁ ୨୩ ବର୍ଷକୁ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି ଅନେକ ଯୁବକଙ୍କୁ ସୁଯୋଗ ଦେବ । ଯେଉଁମାନେ ସେନାରେ ଭର୍ତ୍ତି ହେବାପାଇଁ ଚାହୁଁଥିଲେ, ସେମାନେ ନୂଆ ଯୋଜନାରେ ନିଯୁକ୍ତି ପାଇବେ! *ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ନିଯୁକ୍ତି ହୋଇପାରିନି । ଏଥି ସହିତ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି, ଆସନ୍ତା ଶୁକ୍ରବାର ଜୁନ୍ ୨୪ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨ଦିନ ମଧ୍ୟରେ http://joinindianarmy.nic.in ରେ ବିଜ୍ଞପ୍ତି ଜାରି କରାଯିବ । ଏହା ପରେ ସେନା ନିଯୁକ୍ତିର ବିସ୍ତୃତ କାର୍ଯ୍ୟକ୍ରମ ପ୍ରକାଶ ପାଇବ । ସେହିପରି ଭାରତୀୟ ସେନାରେ 'ଅଗ୍ନିବୀର' ଭାବରେ ଯୋଗଦେବାକୁ ସେନା ମୁଖ୍ୟ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି!

ମଠ ମନ୍ଦିର ଜମି ର ସୁରକ୍ଷା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି!

Image
ଯାଜପୁର : - କେବେହେବ ମଠ ସମ୍ପତ୍ତି ଉଦ୍ଧାର? ବହୁ ଚର୍ଚ୍ଚିତ ବ୍ୟାସନଗର ସହର ମୁଣ୍ଡମାଳ ଗ୍ରାମର କୋପଣ୍ଡ ମୌଜା ଆଞ୍ଚଳର ସ୍ବର୍ଗତ ନାଲୁ ଦାସ ଙ୍କ ନାମରେ ଥିବା ୧୬ ଏକର ମୂଲ୍ୟବାନ ଜମିର ସୁରକ୍ଷା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ପ୍ରଶାସନ କୁ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଚୁପ କାରଣ କଣ? ଯେତେ ଅଭିଯୋଗ କଲେ ମଧ୍ୟ ପଦକ୍ଷେପ ନିଆଯିବା ଉପରେ କୌଣସି ଆଖିଦୃଶିଆ କାର୍ଯ୍ୟ ଆରମ୍ଭ ହୋଇନାହିଁ l ସେଠାରେ ଏବେ ଜାଗା ବିକ୍ରି ପୁଣି ତା ସଙ୍ଗକୁ ଏବେ ୧୦ ଦିନ ହେବ କୋଠା ଘର ଓ ଚାଳ ଘରନିର୍ମାଣ କାର୍ଯ୍ୟ କାହା ଛତ୍ରଛାୟା ରେ ଆଗେଇ ଚାଲିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ମୁଣ୍ଡମାଳ ସରସ୍ବତୀ ଶିଶୁମନ୍ଦିର ସାମ୍ନାରେ ଘର ତିଆରି ଚାଲିଛି ଓ ମୁଣ୍ଡମାଳ ହନୁମାନ ମନ୍ଦିର ରୁ ୩୦୦ ମିଟର ହେବ ଏକ ଚାଳଘର ତିଆରି ଚାଲିଛି l  ଏହି ମଠ ସମ୍ପତ୍ତିକୁ ଉଦ୍ଧାର କରା ନ ଗଲେ ଆଗକୁ ଅନେକ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଶୁଣା ଯାଉଅଛି l ମଠ ମନ୍ଦିର ଜମିକୁ ସରକାର କାହିକିଁ ଅଣଦେଖା କରୁଛନ୍ତି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି l

ଆଗାମୀ ଦିନରେ ଆସିବେ ଡିଜିଟାଲ୍ ଶିଶୁ!

Image
ବ୍ୟୁରୋ ରିପୋର୍ଟ :- ପ୍ରକୃତରେ ମଣିଷ ଚମତ୍କାର କରୁଛି କିମ୍ବା ଧ୍ବଂସ ଆଡ଼କୁ ଯାଉଛି, ତାହା ଅନୁମାନ କରିହେଉନାହିଁ। ସ୍ମାର୍ଟଫୋନ୍, ସ୍ମାର୍ଟ କାର୍, ସ୍ମାର୍ଟ ଘର ପରେ ଏବେ ସ୍ମାର୍ଟ ଶିଶୁ ଆସିବେ। କିଛି ବର୍ଷ ତଳେ ଜାପାନରେ ବନ୍ଦାଇ କମ୍ପାନୀ ଡିଜିଟାଲ୍ ପଶୁ ତିଆରି କରିଥିଲା। ସେମାନେ ‘ତାମୋଗାଚି’ ନାଁରେ ପରିଚିତ ହେଲେ। ସେହି କ୍ରମରେ ଆଗକୁ ବଢ଼ି ଗବେଷକଦଳ ଡିଜିଟାଲ୍ ପିଲାଙ୍କୁ ତିଆରି କରିବେ। ଆଉ ୫୦ ବର୍ଷ ପରେ ବିଶ୍ବର ପ୍ରତିଟି ପ୍ରାନ୍ତରେ ତାମୋଗାଚି ପିଲାଙ୍କ ଭିଡ଼ ଦେଖାଯିବ ବୋଲି ଗବେଷକ କହିଛନ୍ତି। ଉନ୍ନତଜ୍ଞାନକୌଶଳରେ ତିଆରି ହେବେ ଡିଡିଟାଲ୍ ଶିଶୁ। ଜଣେ ପୁରୁଷ କିମ୍ବା ମହିଳା, ଯେ କେହି ଏହି ପିଲାଙ୍କୁ କିଣିପାରିବେ। ସବୁଠୁ ମଜାର କଥା ହେଲା, ସେମାନେ ଯେତେବେଳେ ଚାହିଁବେ, ଡିଜିଟାଲ୍ ଶିଶୁକୁ ଫେରସ୍ତ ମଧ୍ୟ କରିବେ। ବରାଦ୍ ଦେଇ ଯେମିତି ଚାହୁଁଛନ୍ତି, ଠିକ୍ ସେଇଭଳି ପିଲାଟି ତିଆରି କରାଯାଇପାରିବ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ପ୍ରସ୍ତୁତ ହେବାକୁ ଯାଉଥିବା ପିଲାମାନେ ଠିକ୍ ସାଧାରଣ ଶିଶୁ ଭଳି କାନ୍ଦିପାରିବେ, ହସିପାରିବେ। ଶୁଣିବାକୁ ଅଜବ ଲାଗୁଛି ସତ, କିନ୍ତୁ ଏହା ହିଁ ସତ।

ଆସନ୍ତାକାଲି ଚିଲିକା ବଡ଼କୁଳରେ ଲୋକାର୍ପିତ ହେବ ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ I

Image
ବ୍ୟୁରୋ ରିପୋର୍ଟ : - ଆସନ୍ତାକାଲି ଚିଲିକା ବଡ଼କୁଳରେ ଲୋକାର୍ପିତ ହେବ ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ । ସିଡିଏ ଓ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ସହଯୋଗରେ ବିକାଶ ଇକୋ ରିସୋର୍ଟସ୍‌ ଦ୍ୱାରା ଆସନ୍ତା କାଲି ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ ଲୋକାର୍ପିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡ଼ରେ ଲୋକାର୍ପିତ କରିବେ । ଆଗାମୀ ଦିନରେ ଚିଲିକା ପର୍ଯ୍ୟଟନ କ୍ଷେତ୍ର ଆହୁରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ । କାଲି ଦିନ ୧୦ଟା ସମୟରେ ଚିଲିକା ବଡ଼କୁଳ ପାନ୍ତଃନିବାସ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବ ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ । ନୌବିହାର ସାଙ୍ଗକୁ ବିଦେଶାଗତ ପକ୍ଷୀ ଓ ଡ଼ଲଫିନ ଦେଖିବାର ମଜାକୁ ଦ୍ୱିଗୁଣିତ କରିବ। ସିଡିଏ ଓ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ସହଯୋଗରେ ବିକାଶ ଇକୋ ରିସୋର୍ଟସ୍‌ ନାମକ ଏକ ଘରୋଇ ସଂସ୍ଥା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହାଉସ ବୋଟ ଚିଲିକା ଜଳରାଶିରେ ପର୍ଯ୍ୟଟକଙ୍କ ମନୋରଞ୍ଜନ କରିବା ପାଇଁ ଆରମ୍ଭ କରିଛି ଏଭଳି ବ୍ୟବସ୍ଥା। ଏହି ବୋଟରେ ରହିଛି ଅନେକ ସୁବିଧା। ତଳ ମହଲାରେ ୩୦ଜଣ କ୍ଷମତା ବିଶିଷ୍ଟ ରହିଛି ଏକ ବଡ଼ ହଲ୍‌। ଯେଉଁଠାରେ ବିଭିନ୍ନ ଉତ୍ସବ ଓ ସଭା ଅନୁଷ୍ଠିତ ହୋଇପାରିବ। ଏହାରି ମଧ୍ୟରେ ରହିଛି ୬ଟି ବିଳାସପୂର୍ଣ୍ଣ କୋଠରୀ। ଯେଉଁଠାରେ ପର୍ଯ୍ୟଟକ ଚାହିଁଲେ ରାତ୍ରି ଯାପନ କ

ଗରିବୀ ର ତାଡ଼ନା ରେ କଳାକାର, ସରକାରୀ ସହାୟତା ପାଇଁ ନିବେଦନ l

Image
ବ୍ୟୁରୋ ରିପୋର୍ଟ - କଥା ରେ ଅଛି ଵଣ ମଲ୍ଲି ବଣେ ଝଡି ପଡେ ହେଲେ.. ଏହି ଉକ୍ତି ଟି ପରି ଙ୍କ ଠାରେ ଭୁଲ ପ୍ରମାଣିତ ହୋଇଛି।ଯାଜପୁର ଜ଼ିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ରମ୍ପାସ ଗ୍ରାମ ରେ ବାସ କରନ୍ତି ପରି ନାୟକ,ପିତା ଭରତ ନାୟକ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ପରିବାର ର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଦୁର୍ବଳ।ପରି ପରିବାର ର ଏକ ମାତ୍ର ଝିଅ ହୋଇଥିବା ବେଳେ ପିତା ଏବେ ଶାରୀରିକ ଭାବେ ଅସୁସ୍ଥ।ପିଲାଟି ଦିନରୁ ପରି ଙ୍କ ଗୀତ ଶୁଣିବା ଆଉ ବୋଲିବା ପ୍ରତି ବହୁତ ଦୁର୍ବଳତା ଥିଲା, ହେଲେ ତାଙ୍କ ଭିତରେ ବି ଗୀତ ଲେଖିବା କଳା ଅଛି ସେ କଥା ସେ ନିଜେ ବି ଜାଣି ନଥିଲେ। ୨୦୨୦ ମସିହା ରେ ସେ ପ୍ରଥମକରି ଗୀତ ଲେଖିବା ଆରମ୍ଭ କଲେ,ତାଙ୍କ ପ୍ରଥମ ଗୀତ ଥିଲା "ଭଙ୍ଗା ହୃଦୟ" ଯାହା ଜି.ଏଲ ମିଉଜିକ ରେ ମୁକ୍ତିଲାଭ କରିଥିଲା।ସେବେଠୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଆର୍ଥିକ ପରିସ୍ଥିତି ଖରାପ ଭିତରେ ବି ସେ ମନ ବଳ ଦୃଢ ରଖି ଲେଖା ଜାରି ରଖିଛନ୍ତି। ମ୍ୟୁଜିକ ଡାରେକ୍ଟର ପ୍ରଦ୍ୟୁମ୍ନ ନାୟକ ପରି ଙ୍କୁ ସବୁବେଳେ ସହଯୋଗ କରି ଆସିଛନ୍ତି।ପରି ଙ୍କ ଏବେ ଚାରୋଟି ନୂଆ ଗୀତ ମୁକ୍ତି ଲାଭ ଅପେକ୍ଷା ରେ।ପରି ଙ୍କ ପରି ପ୍ରତିଭା ଆର୍ଥିକ ଅନାଟନ ଭିତରେ ଚାପି ହୋଇ ତାଙ୍କ କଲମ ମୁନ ଭାଙ୍ଗିଯିବା ଆଗରୁ ଯଦି ସରକାର ଙ୍କ ତରଫ ରୁ ତାଙ୍କୁ କିଛି ଆର୍ଥିକ ସାହାଯ୍ୟ ମିଳି ପାରନ୍ତା ସେ ଆହୁରି ଅଗ

ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌ l

Image
ରାଇରଙ୍ଗପୁର (ବ୍ୟୁରୋ ରିପୋର୍ଟ ) : - ରାଇରଙ୍ଗପୁର ସାପ୍ତାହିକ ଗୋରୁ ହାଟରେ ଗୁଳିକାଣ୍ଡ । ଗୋରୁ ବେପାରୀ ମୃତ । ୪ ଜଣ ଦୁର୍ବୁତ୍ତ ବେପାରୀଙ୍କ ଉପରକୁ ଗୁଳି ମାଡକରି ୨୦ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି । ମୃତକ ବେପାରୀ ପଶ୍ଚିମବଙ୍ଗ ଜମ୍ବାଲି ଥାନାର ଜାମସୁ ଅଲ୍ଲୀ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ସାପ୍ତାହିକ ଗୋରୁ ହାଟ ଚାଲୁଥିବା ବେଳେ ୪ଜଣ ଦୁର୍ବୁତ୍ତ ଆସି ହଠାତ ଜଣେ ଗୋରୁ ବେପାରୀଙ୍କ ଉପରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ତାଙ୍କ ଠାରୁ ୨୦ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତ ମାରିଥିବା ଗୁଳି ତାଙ୍କ ଛାତିରେ ଲାଗିବାରୁ ବେପାରୀ ଜଣକ ସେହି ଠାରେ ଟଳି ପଡ଼ିଥିଲେ । ସେଠାରୁ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତକ ବେପାରୀ ଜଣକ ହେଲେ ପଶ୍ଚିମବଙ୍ଗ ଜମ୍ବାଲି ଥାନାର ଜାମସୁ ଅଲ୍ଲୀ । ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ମୁଖ୍ୟ ରାସ୍ତାର ଡ୍ରେନ୍ ରୁ ଗଳିତ ଶବ ଉଦ୍ଧାର କରିଛି ପୋଲିସ୍ l

Image
ଯାଜପୁର - (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା - ମଙ୍ଗଳପୁର ଜାତୀୟ ରାଜପଥ କଡ଼ ଡ୍ରେନ୍ ରୁ ଏକ ଅଚି଼ହ୍ନା ଗଳିତ ଶବ ଉଦ୍ଧାର କରିଛି ପୋଲିସ୍ l ମିଳିଥିବା ସୂଚନା ଅନୁସାରେ ଗତ ଦୁଇଦିନ ତଳେ ଉକ୍ତ ଜାଗାର ଅନତୀ ଦୂରରୁ ଏକ କଟା ଗୋଡ଼ ମିଳିଥିଲା l ତେବେ ମିଳିଥିବା କଟା ଗୋଡ଼ ଉଦ୍ଧାର ହୋଇଥିବା ମୃତ ଦେହର ର କି ନାହିଁ ତାହା ଯାଞ୍ଚ କରୁଛନ୍ତି ଉଭୟ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ l ମିଳିଥିବା ମୃତ ଦେହର ବି କୌଣସି ପରିଚୟ ମିଳି ପାରିନାହିଁ l ପୋଲିସ୍ ମୃତ ଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ କରିବାକୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ତଦନ୍ତ ଆରମ୍ଭ କରୁଛି I