Posts

ନିମ୍ନ ମାନର ରାସ୍ତା କାମକୁ ନେଇ ଗ୍ରାମବାସୀ ଙ୍କ ଅସନ୍ତୋଷ।

Image
(ଯାଜପୁର କାଳିଆପାଣି) :-ଜିଲ୍ଲା ର ଚିଙ୍ଗୁଡ଼ିପାଳ ଗ୍ରାମ ପଞ୍ଚାୟତ ର ଧବାହାଳି ଗ୍ରାମ ର କଂକ୍ରିଟ ରାସ୍ତା କାମକୁ ନେଇ ଗ୍ରାମବାସୀ ମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି, ରାସ୍ତା କାମ ସେଶ ହେବର ମାତ୍ର କିଛି ଦିନ ମଧ୍ୟରେ ରାସ୍ତାର ଅବସ୍ଥା ଏକଦମ୍ ଖରାପ ହୋଇଯିବ। କଂକ୍ରିଟ ରାସ୍ତା ରେ ବ୍ୟବହୃତ ବାଲି,ସିମେଣ୍ଟ ଆଉ ଚିପ୍ସ ଆଦିର ର ଅନୁପାତ ସଠିକ୍ ଭାବେ ଦିଆଯାଉନାହିଁ। କଂକ୍ରିଟ ରାସ୍ତା ର ଉପର ଭାଗ ଚିକ୍କଣ କରି ତଳ ପଟେ ଖାଲି ବାଲି ଚିପ୍ସ। ଯାହାକି କାମ ସରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ହାତ ବୁଲେଇ ଦେଲେ ଚିପ୍ସ ଗୁଡ଼ିକ ପଦାକୁ ବାହାରି ଆସୁଛି।ତେଣୁ ଗ୍ରାମବାସୀ ମାନେ ଏଥିପାଇଁ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏହି କଂକ୍ରିଟ ରାସ୍ତା କାମ ଟି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପଞ୍ଚାୟତ ସମିତି ସୁକିନ୍ଦା ବିଭାଗ ତରଫରୁ ଧବାହାଳି ଗ୍ରାମର ଅନାମ ମହାନ୍ତ ଙ୍କ ଘର ଠାରୁ ଶ୍ୟାମସୁନ୍ଦର ଙ୍କ ଘର ପର୍ଯ୍ୟନ୍ତ କରାଯିବାକୁ ଫଳକରେ ଲେଖାଯାଇଛି। ଏବଂ ଏହାର ଅଟକଳ ପରିମାଣ ୫,୦୦,୦୦୦/ବୋଲି ଲେଖା ଯାଇଛି।କିନ୍ତୁ ଆଶ୍ଚର୍ୟ୍ଯ ବିଷୟ ଉପର ଲିଖିତ ଦୁଇଜଣ ଙ୍କ ଘରର ଦୁରତ୍ଵ ଅତିବେଶୀରେ ମାତ୍ର ୫୦ଫୁଟ। ତେବେ ଫଳକ ରେ ଆଉ କୌଣସି ସୂଚନା ନାହିଁ। ଯଦି ଏହାକୁ ଠିକ୍ ବୋଲି ଭାବିବା ତେବେ ମାତ୍ର ୫୦ ଫୁଟ ଦୂରତା ରାସ୍ତାକୁ ପାଞ୍ଚଲକ୍ଷ କାହିଁକି ଦିଆଗଲା ଏହା

ଡୁଙ୍ଗୁରିସାହି ଲୋକେ ଦେଖିଲେ ବିଜୁଳି ଆଲୁଅ l

Image
ବ୍ୟୁରୋ ରିପୋର୍ଟ :- ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ଗାଁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଉପରବେଡ଼ା ଡୁଙ୍ଗୁରିସାହି ରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ଥିଲା ସାତ ସପନ ଥିଲା l ଏବେ ସେଠିକାର ବାସିନ୍ଦା ଦେଖିଲେ ବିଜୁଳି ଆଲୁଅ I ଏହି ସାହିକୁ ବିଦ୍ୟୁତ ସଂଯୋଗ ପରେ ଲୋକଙ୍କ ଘରେ ବିଜୁଳି ଜଳିଛି I ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ଘରେ ଓ ଗାଁରେ ବିଜୁଳି ନ ଥିବା ନେଇ ଖବର ପ୍ରସାରଣ ପରେ ଏହି ଗାଁ ଚର୍ଚ୍ଚାକୁ ଆସିଥିଲା I ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରଙ୍କ ଦାୟିତ୍ୱହୀନତା ପଦାରେ ପଡ଼ିଥିଲା I ବିଦ୍ୟୁତ ବିଭାଗ ତତ୍ପର ହୋଇ ଏହି ଗାଁକୁ ବିଦ୍ୟୁତ ସଂଯୋଗ କରିଥିଲା I ଶନିବାର ଠାରୁ ଗାଁରେ ବିଦ୍ୟୁତ ଖୁଣ୍ଟ ପୋତା କାର୍ଯ୍ୟ ଆରମ୍ଭ ହୋଇଥିଲା l ଗତକାଲି ଗାଁରେ ମୋଟ ୨୦ ଗୋଟି ଖୁଣ୍ଟ ପୋତା ଯାଇଥିଲା କିନ୍ତୁ ଆଜି ଉପରବେଡ଼ା ଡୁଙ୍ଗୁରିସାହିରେ ମୋଟ ୧୮ଟି ଘରକୁ ବିଦ୍ୟୁତ ସଂଯୋଗ କରାଯାଇ ଲାଇନ ଚାର୍ଜ ହୋଇଥିଲା l ଫଳରେ ଏମାନଙ୍କ ଘରେ ବିଜୁଳି ଆଲୁଅ ଜଳିଛି। ବିଜୁଳି ଆଲୁଅ ଦେଖି ଲୋକେ ଖୁସି I ଏନେଇ ଦୌପଦୀ ମୁର୍ମୁଙ୍କ ଭାଉଜ ଚୁଡ଼ାମଣି ଟୁଡ଼ୁ କହିଛନ୍ତି, "ଆଗରୁ ଲାଇନ ନ ଥିଲା l ତେଣୁ ଅନ୍ଧାରରେ ଦିନ କାଟିବାକୁ ପଡ଼ୁଥିଲା l ଏବେ ତାଙ୍କ ଘରେ ବିଜୁଳି ଆଲୁଅ ଜଳିପାରିଲା I ଦିଦି ରାଷ୍ଟ୍ରପତି ପ୍ରାର୍ଥୀ ହେବା ଯୋଗୁ ଲାଇନ୍ ସଂଯୋଗ ମିଳିପାରିଲା" l ସେହିପରି

ଅଗ୍ନିପଥ ନିଯୁକ୍ତି ପ୍ରତିହାର ଦାବୀରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଳକ କଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ l

Image
  ଯାଜପୁର (ଦାନଗଦି) :- କେନ୍ଦ୍ରସରକାର ଙ୍କ ଅଗ୍ନିପଥ ନିଯୁକ୍ତି କୁ ବିରୋଧ କରି ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ସତ୍ୟାଗ୍ରହ ହୋଇଛି l ଏହି ପରିପ୍ରେକ୍ଷୀରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଦାନଗଦି କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି l  ଏହି ଅବସରରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସରତ ରାଉତ, ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ସଭାପତି ରଞ୍ଜିତ ରାଜ, ଦାନଗଦି ବ୍ଲକ କଂଗ୍ରେସ କମିଟି ସଭାପତି ବିଭୂତି ଭୂଷଣ ରାଉତ ଙ୍କ ସହିତ ବହୁ କଗ୍ରେସ କର୍ମକର୍ତ୍ତା ଯୋଗଦେଇ ଥିଲେ I  କେନ୍ଦ୍ରସରକାର ଙ୍କ ଅଗ୍ନିପଥ ନିଯୁକ୍ତି କୁ ବିରୋଧ କରି ବିଭିନ୍ନ ନାରା ଦେଇ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିଥିଲେ l ଆଗାମୀ ଦିନରେ ଆହୁରି ଜୋରଦାର୍ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସୁକିନ୍ଦା ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସରତ ରାଉତ I କହିଛନ୍ତି କେନ୍ଦ୍ର ର ଏହି ନିଷ୍ପତ୍ତି ପ୍ରତିହାର ନ ହେବା ପର୍ଯ୍ୟନ୍ତ ଏମିତି ଆନ୍ଦୋଳନ ଜାରି ରହିବ l

କଳିଙ୍ଗନଗର ପୋଲିସ କୁ ବଡ଼ ସଫଳତା ଠାବ ହେଲା ନକଲି ସିମେଣ୍ଟ କାରଖାନା l

Image
  ଯାଜପୁର (କଳିଙ୍ଗନଗର) ୨୬/୬:- ଗତକାଲି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲାଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ କରି ଅତର୍କିତ ଚଢ଼ାଉ କରିଛି କଳିଙ୍ଗନଗର ପୋଲିସ l ଘଟଣା ସ୍ଥଳରୁ କାଲି ୭ଜଣ ଙ୍କୁ ଗିରଫ କରାଯାଇ ଥିବା ବେଳେ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା l ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l  ଅଭିଯୁକ୍ତ ବ୍ୟକ୍ତି ମାନେ ହେଲେ କାର୍ତିକ ଚନ୍ଦ୍ର ବେହେରା (ଶିଖର ପୁର), ଆର୍ତ୍ତ ବନ୍ଧୁ ଖଟୁଆ, (ଗୋଲା ଗାଁ )ଭଜମନ ନାୟକ (ଆନନ୍ଦ ପୁର ), ମନୋଜ କୁମାର ଶତପଥି (ଦଳା ), ଅମରେଶ ପଣ୍ଡା (ଧର୍ମ ଶାଳା ), ସୁଶାନ୍ତ କୁମାର ସାହୁ ଚୋରଦା, ଉଦୟନାଥ ସାହୁ (ଢେଙ୍କାନାଳ ଟାଉନ ) ସୂଚନା ଅନୁଯାୟୀ ଗତ କାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ କଳିଙ୍ଗନଗର ପୋଲିସ ଅଚାନକ ଚଢ଼ାଉ କରିଥିଲା l ଘଟଣା ସ୍ଥଳରୁ ରୁ ୪୨୦ (ଅଲ୍ଟ୍ରାଟେକ, ଆମ୍ବୁଜା )ନକଲି ସିମେଣ୍ଟ ଓ ୨୦୦ ବସ୍ତା ଖରାପ ସିମେଣ୍ଟ ସହ ନକଲି ସିମେଣ୍ଟ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ବହୁ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ l ତେବେ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଗିରଫ କରି କେଶ ନଂ୧୩୮/୨୨ରେ ମାମଲା ରୁଜୁ କରି ୭ଜଣକୁ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଥାନ ର ଭାରପ୍ରାପ୍ତ ଅଧିକାରୀ ପ୍ରିୟବ୍ରତ ରାଉତ l ତେବେ ଏଠି ପ୍ରଶ୍ନବାଚୀ ସୃଷ୍ଟ

ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଯୁକ୍ତିବିଦ୍ୟା ସହାୟକ ଉପକରଣ ଉପରେ ତାଲିମ ଶିବିର l

Image
ହିଞ୍ଜିଳିକାଟୁ (ବ୍ୟୁରୋ ରିପୋର୍ଟ) :- ସମସ୍ତ ଶୁଶୁର ସ୍ୱତନ୍ତ୍ରତା କୁ ଅନୁସରଣ କରି ସାଇଟ ସେବର୍ ଗଞ୍ଜାମ ପକ୍ଷରୁ ୫ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି l ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଅଗ୍ରଣୀ ଅନୁଷ୍ଠାନ ସାଇଟି ସେବର, ବ୍ରହ୍ମ ପୁର ଠାରେ ଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟ ରେ ୫୦ଜଣ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ତାଲିମ ପ୍ରଦାନ କରାଯାଇଥିଲା l  ଆୟୋଜିତ ଏହି ତାଲିମ ଶିବିର ରେ ଶଙ୍କର ହସ୍ପିଟାଲର ସିଇଓ ଜେ.ବାବୁ, ଡାକ୍ତର ବିର ପ୍ରସାଦ ସାମଲ ଯୋଗ ଦେଇ ଥିବା ବେଳେ ସାଧନ କର୍ମୀ ଭାବରେ ସାଇଟ ସେଭର୍ ତରଫରୁ ବିରଞ୍ଚି ନାରାୟଣ ସାହୁ, ସଞ୍ଜୟ ସିଂ, ସୁପ୍ରିୟା ସାହୁ, ସଞ୍ଜୟ କୁମାର ପ୍ରମୁଖ ପ୍ରଯୁକ୍ତି ବିଜ୍ଞାନ କୁ ବ୍ୟବହାର କରି କିଭଳି ସ୍ମାଟ ଫୋନ, ଲ୍ୟାପଟପ୍, ଡିଜି ପ୍ଲେୟାର ଆଦି ମାଧ୍ୟମ ରେ ନିଜର ଶିକ୍ଷା ଆହରଣ କରିପାରିବେ ସେ ନେଇ ତାଲିମ ପ୍ରଦାନ କରିଥିଲେ l  ଅନ୍ୟ ପଟେ କାର୍ଯ୍ୟ କ୍ରମ ଶେଷ ରେ ୫ଜଣଙ୍କୁ ଲ୍ୟାପଟପ୍ ବଣ୍ଟନ କରାଯାଇ ଥିବା ବେଳେ ୨୦ଜଣଙ୍କୁ ସ୍ମାଟ୍ ଫୋନ୍ ଓ ୨୫ଜଣଙ୍କୁ ଡିଜି ପ୍ଲେୟାର ପ୍ରଦାନ କରାଯାଇ ଥିଲା I ଏହି କର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଏସ.ଗିରିଧାରୀ (ବ୍ଲକ୍ ଶିକ୍ଷା ଅଧିକାରୀ ହିଞ୍ଜିଳିକାଟୁ), ଶ୍ରୀ ସାନ୍ତୋଶ କୁ

ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଙ୍କ ଦେହାନ୍ତ l

Image
ଭୁବନେଶ୍ବର :- ଓଡ଼ିଶାର ସିନେ ଜଗତରୁ ଲିଭିଯାଉଛି ଗୋଟିଏ ପରେ ଗୋଟିଏ ଦୀପ l ଆରପାରିରେ ରାଇମୋହନ ପରିଡା l ଓଡିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା । ପାରିବାରିକ ଅସନ୍ତୋଷରୁ ଆତ୍ମହତ୍ୟା କରିଥିବା ସୂଚନା ।ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ାଙ୍କ ବାସଭବନରୁ ଝୁଲନ୍ତା ମୃତଦେହ ଠାବ I  ଭୁବନେଶ୍ୱର ପ୍ରାଚୀ ବିହାର ଘରୁ ମିଳିଲା ଝୁଲନ୍ତା ମୃତଦେହ I ଓଡ଼ିଶାର ଜଣେ ପ୍ରଖ୍ୟାତ ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡା । ତାଙ୍କର ଜନ୍ମ ୧୯୬୩ ମସିହାରେ । ତାଙ୍କର ଜନ୍ମ ସ୍ଥାନ ହେଉଛି କେଉଁଝର ର ଉଦୟପୁର ଗ୍ରାମରେ । ସେ ଚାରି ଝିଅ ରେ ଗୋଟିଏ ପୁଅ ଥିଲେ । ସେଥିପାଇଁ ପରିବାରରେ ସେ ବହୁତ ଗେଲ୍ହା ଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା l ସେ ବିଏଲଡବ୍ଲ୍ୟୁ ଭାବେ କାର୍ଯ୍ୟ କରୁଥିଲେ । ମା ହେଉଛନ୍ତି ତିଳୋତ୍ତମା ପରିଡା । ରାଇମୋହନ ପରିଡାଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ପରିଡା ।ମନ ମୋହୁଥିଲେ ରାଇମୋହନ, ଓଡ଼ିଆ ସିନେ ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଥିଲେ ରାଇମୋହନ l ଖଳନାୟକ ଭାବେ ଜୀବନ୍ତ ଅଭିନୟ ପାଇଁ ବେଶ୍ ପରିଚିତ ଥିଲେ, ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ରାଇମୋହନ ପରିଡା l ଯାତ୍ରା ଜଗତରେ ବି ବେଶ୍ ପ୍ରସିଦ୍ଧ ଥିଲେ ରାଇମୋହନ l ମଞ୍ଚ ଉପର

ବହୁମୁଖୀ ପ୍ରତିଭା ର ଗନ୍ତାଘର ଯୁବ ସାମ୍ବାଦିକ l

Image
ବ୍ୟୁରୋ ରିପୋର୍ଟ :- କଥାରେ ମଣିଷ ନିଜ ନାମ ଦ୍ଵାରା ନୁହେଁ,ନିଜ କାମ ଦ୍ଵାରା ଯଶ ଅର୍ଜନ କରିଥାଏ ଯାହାର ଜ୍ୱଳନ୍ତ ଉଦାହରଣ ହେଲେ ଯୁବ ସାମ୍ବାଦିକ ରାକେଶ କୁମାର ମହାନ୍ତି।ପିଲା ଟି ବେଳୁ ବେଶ ବିଚକ୍ଷଣ ଓ ମେଧାବୀ ଛାତ୍ର ଥିଲେ ରାକେଶ।ଖୋର୍ଦ୍ଧା ଜିଲ୍ଲା ଗଡହଳଦିଆ ରେ ତାଙ୍କ ଜନ୍ମ।ପିତା ରବୀନ୍ଦ୍ର କୁମାର ମହାନ୍ତି ଓ ମା କମଳିନି ମହାନ୍ତି ଙ୍କ ସୁ ପୁତ୍ର ହେଲେ ରାକେଶ,ବାଣିଜ୍ୟ ରେ ସ୍ନାତକ ଓ ଏମ. ବି. ଏ ପରି ଉଚ୍ଚ ଶିକ୍ଷା ପରେ ମୋଟା ଦରମା ରେ ସନ୍ତୁଷ୍ଟ ନଥିଲେ ରାକେଶ,ତାଙ୍କ ଲକ୍ଷ୍ୟ ଥିଲା ସମାଜ ସେବା ସେଥିପାଇଁ ସେ ସାମ୍ବାଦିକତା ପଢି ଦୁଃଖୀ, ଗରିବ ଙ୍କ ସମସ୍ୟା କୁ ସରକାରଙ୍କ ସାମନା କୁ ଆଣିବାରେ ସକ୍ଷମ ହେଲେ,ଏହା ସହ ସାମ୍ବାଦିକତା ଜଗତରେ ସେ ଜଣେ ନାମ କରା ଖବର ଉପସ୍ଥାପକ ଭାବେ ପରିଚିତ।କ୍ରିକେଟ ଖେଳ ପ୍ରତି ଅହେତୁକ ରୁଚି ରଖନ୍ତି ରାକେଶ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁୁର୍ଣ୍ଣାମେଂଟ ରେ ସେ ଗୋଆ, ଦିଲ୍ଲୀ, କକିକତା ଆଦି ଖେଳ ପାଇଁ ବଛା ଯାଇଥିଲେ।ଏହା ସହ ସବୁ ପ୍ରକାର ଗୀତ କୁ ସେ ତାଙ୍କ ସୁଳିଲ କଣ୍ଠ ରେ ଗାଇ ଅଫିସ ଓ ସାଙ୍ଗଙ୍କ ଗହଣ ପ୍ରଶଂସା ସାଉଁଟି ପାରନ୍ତି।ଏତେ ବହୁମୁଖି ପ୍ରତିଭା ସ୍ୱତେ ସେ ଜଣେ ମେଳାମି ଓ ନମ୍ର ସ୍ୱଭାବ ର ଅଟନ୍ତି ଆଗକୁ ସାମ୍ବାଦିକତା ଜଗତ ରେ ସେ ଜଣେ ଦକ୍ଷ ସାମ୍ବାଦିକ ହିସାବରେ ଦୁଃଖୀ ଦରିଦ୍ରଙ୍କ ସମସ୍ୟା ସରକାର ଙ୍କ ଦୃଷ୍ଟି ଗୋଚର କରି ଓଡିଶା ରେ ନା କରିବେ ବୋଲି ଆଶାବ